ମରଣାତ୍ମକ ଫାଶରେ କେତେବେଳେ ପଶୁଙ୍କ ଜୀବନ ଯାଉଛି ତ କେତେବେଳେ ମଣିଷ ଗୁରୁତର, ବେଧଡକ ନିଦରେ ଶୋଇଛି ବନ ବିଭାଗ

ବନ୍ୟ ଜନ୍ତୁ ଶିକାର ପାଇଁ ଆନନ୍ଦପୁର ଥାନା ବାଉଁଶଗଡ ଗାଁ ନିକଟ ଜଙ୍ଗଲରେ ବୋମା ଖଞ୍ଜା ଯାଇଥିଲା । ବୋମା ଉପରେ ଛେଳି ଚରାଳି ଉଦୟ କୁମାର ନାୟକଙ୍କ ପାଦ ପଡିଯିବାରୁ ବିସ୍ଫୋରଣ ଘଟି ସେ ଗୁରୁତର ଆହତ ହୋଇଛନ୍ତି । ବିସ୍ପୋରଣରେ ତାଙ୍କ ବାମ ପାଦ କ୍ଷତାକ୍ତ ହୋଇଛି ।

ବନ୍ୟ ଜନ୍ତୁ ଶିକାର ପାଇଁ ଜଙ୍ଗଲ ଭିତରେ ଖଞ୍ଜା ଯାଇଥିଲା ବୋମା । ସେହି ବୋମା ଫୁଟି ଜଣେ ଛେଳି ଚରାଳି ଗୁରୁତର ହୋଇଛନ୍ତି । ଛେଳି ଚରାଳିଙ୍କ ପାଦ ପଡିଯିବାରୁ ବିସ୍ଫୋରଣ ହୋଇଥିଲା । ଘଟଣା ଘଟିଛି ଆନନ୍ଦପୁର ଥାନା ବାଉଁଶଗଡ ଗାଁ ନିକଟ ଜଙ୍ଗଲରେ । ବୋମା ଫୁଟି ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାଁ ଉଦୟ କୁମାର ନାୟକ । ବିସ୍ପୋରଣରେ ତାଙ୍କ ବାମ ପାଦ ସମ୍ପୂର୍ଣ୍ଣ ଭାବେ କ୍ଷତାକ୍ତ ହୋଇଛି । ଅନ୍ଯ ଛେଳି ଚରାଳିମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ପରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ କିଏ ସେଠାରେ ବୋମା ଖଞ୍ଜିଥିଲା ସେ ସମ୍ପର୍କରେ କିଛି ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *