ପାରାଦୀପରେ ବିଶ୍ଵକର୍ମା ପୂଜା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରାଦୀପରେ ବିଶ୍ଵପ୍ରସିଦ୍ଧ ବିଶ୍ଵକର୍ମା ପୂଜା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ବନ୍ଦରର ପ୍ରଶାସନିକ ଭବନ ବୋର୍ଡରୁମ ଠାରେ ଅନୁଷ୍ଠିତ ହୋଇଯାଇଛି। ଦୁଇବର୍ଷ କୋଭିଡ କଟକଣା ପରେ ବିଶ୍ଵକର୍ମା ପୂଜା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ବନ୍ଦରର ସଚିବ ପି.ଏନ ବାହେକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପାରାଦୀପର ବିଭିନ୍ନ ଟ୍ରକ ମାଲିକ ସଂଘ, ବୋଟ ମାଲିକ ସଂଘ, ବିଭିନ୍ନ ଶ୍ରମିକ ସଂଘ ଙ୍କ ସମେତ ବନ୍ଦରର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ତେବେ କିଛି ସମସ୍ୟାକୁ ନେଇ ପୁନର୍ବାର ଶେଷ ପ୍ରସ୍ତୁତି ବୈଠକ ବସିବ ଏବଂ ସମସ୍ତଙ୍କ ସହଯୋଗ ରହିଲେ ବିଶ୍ଵକର୍ମାପୂଜା ବଡ ଧୂମଧାମରେ ପାଳିତ ହେବ ବୋଲି ପୌରାଧ୍ୟକ୍ଷ ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *