
ନିମ୍ନମାନର କାର୍ଯ୍ୟ ପାଇଁ ଧସିଲା ଡ୍ରେନ ପାଚେରୀ। ରାତିରେ ଏପରି ଘଟଣା ଘଟିଥିବାରୁ ଏକ ବିରାଟ ଅଘଟଣ ଏଡିଯାଇଛି। ହେଲେ ଲୋକଙ୍କ ଭିତରେ ନିର୍ମାଣକୁ ନେଇ ଉଠୁଛି ପ୍ରଶ୍ନ। ଭଦ୍ରକ ଆଖଣ୍ଡଳମଣି ପୀଠର ସୌନ୍ଦର୍ଯ୍ୟକରଣ, ଉନ୍ନତିକରଣ ପାଇଁ ମନ୍ଦିର ପୁଷ୍କରିଣୀ ଖନନ କାମ ଚାଲିଛି। ପୋଖରୀକୁ ଶୁଖାଯାଇ ପଙ୍କ ସଫା ଯାଇ ମାଟି ଖୋଳାଯାଉଛି।
ଏହି କାର୍ଯ୍ୟ ଚାଲିଥିବା ବେଳେ ଗତରାତିରେ ଏହି ପୋଖରୀ କଡରେ ଥିବା ୪୦ ଫୁଟ ଲମ୍ବର ଡ୍ରେନ ଓ ଡ୍ରେନ୍ ପାଚେରୀ ୨୦ ଫୁଟ ତଳକୁ ଖସିଯାଇଛି। ଏଥିସହ ଡ୍ରେନ୍ ନିକଟବର୍ତ୍ତୀ ରାସ୍ତାର ବିଭିନ୍ନ ସ୍ଥାନରେ ବିରାଟ ଫାଟ ସବୁ ସୃଷ୍ଟି ହୋଇଛି। ତେବେ ଘଟଣାଟି ବିଳମ୍ବିତ ରାତିରେ ହୋଇଥିବାରୁ ବିରାଟ ଅଘଟଣ ଏଡିଯାଇଛି ବୋଲି ମତପ୍ରକାଶ ପାଉଛି
ସରକାରଙ୍କ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଲୋକଙ୍କ ସୁରକ୍ଷା ପାଇଁ ନିର୍ମାଣ ହୋଇଥିଲା ଡ୍ରେନ୍ ଓ ତତ୍ ସଂଲଗ୍ନ ପାଚେରୀ। କିନ୍ତୁ ସଠିକ ରୂପେ ଡ୍ରେନ୍ ତଳେ ବାଲି, ଗୋଡି ଫିଲିଂ କରାଯାଇନଥିବାରୁ ପୋଖରୀରୁ ମାଟି ଖୋଳିବା ବେଳକୁ ଏପଟେ ଧସିଯାଇଛି ଡ୍ରେନ।
Can you be more specific about the content of your article? After reading it, I still have some doubts. Hope you can help me.