ଶ୍ରଦ୍ଧାଙ୍କୁ ଏମିତି କହି ଟ୍ରୋଲ୍ ରେ ନିର୍ଦ୍ଦେଶକ

ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ସ୍ତ୍ରୀ-୨’ କୁ ନେଇ ଆସିଲା ବଡ଼ ଅପଡେଟ୍

ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କୁ କିଏବା ଭଲ ନପାଏ । ତାଙ୍କର ଜବରଦସ୍ତ ଅନ୍ଦାଜ ରେ ଫ୍ୟାନ୍ସ ମାନେ ଫିଦା ହୋଇଯାଆନ୍ତି। ଶ୍ରଦ୍ଧାଙ୍କ ଫିଲ୍ମ ‘ସ୍ତ୍ରୀ-୨’ ଗତ ବର୍ଷ ୨୦୨୪ ମସିହାରେ ସିନେମା ହଲରେ ମୁକ୍ତିଲାଭ କରିଥିଲା । ଯାହାକୁ ଦର୍ଶକଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା। ଏହି ଫିଲ୍ମଟି ୨୦୧୮ରେ ମୁକ୍ତିଲାଭ କରିଥିବା ‘ସ୍ତ୍ରୀ’ର ସିକ୍ୱେଲ୍ ଥିଲା। ଫିଲ୍ମରେ ଶ୍ରଦ୍ଧାଙ୍କୁ ବହୁତ ପସନ୍ଦ କରାଯାଇଥିଲା।

କିନ୍ତୁ ନିକଟରେ, ଫିଲ୍ମର ନିର୍ଦ୍ଦେଶକ ଅମର କୌଶିକ ଫିଲ୍ମରେ ଶ୍ରଦ୍ଧା କପୁରଙ୍କ କାଷ୍ଟିଂ ବିଷୟରେ କହିଥିଲେ । ସେ କହିଥିଲେ ଯେ, ପ୍ରଯୋଜକ ଦିନେଶ ବିଜାନ ତାଙ୍କୁ କହିଥିଲେ ଶ୍ରଦ୍ଧା କପୁର ଡାହାଣୀ ପରି ହସନ୍ତି। ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିବା ପରେ, ଅଭିନେତ୍ରୀଙ୍କ ପ୍ରଶଂସକମାନେ କ୍ରୋଧିତ ହୋଇ ସୋସିଆଲ ମିଡିଆରେ ଦିନେଶ ବିଜାନଙ୍କୁ ପ୍ରବଳ ଟ୍ରୋଲ୍ କରୁଛନ୍ତି।

ନିର୍ଦ୍ଦେଶକ ଅମର କୌଶିକ କୋମଲ ନହତାଙ୍କ ପୋଡକାଷ୍ଟରେ ‘ସ୍ତ୍ରୀ-୨’ ବିଷୟରେ କଥା ହୋଇଥିଲେ। ଏହି ସମୟରେ ସେ କହିଥିଲେ ଯେ, ଫିଲ୍ମରେ ଶ୍ରଦ୍ଧା କପୁରଙ୍କ ପ୍ରବେଶର ସମ୍ପୂର୍ଣ୍ଣ ଶ୍ରେୟ ଦିନେଶ ବିଜାନଙ୍କୁ ଯାଉଛି। ‘ଦିନେଶ ବିଜାନ ଥରେ ଏକ ବିମାନରେ ଥିଲେ ଯେଉଁଠାରେ ସେ ଶ୍ରଦ୍ଧାଙ୍କୁ ଭେଟିଥିଲେ। ସେ ଶ୍ରଦ୍ଧାଙ୍କ ହସକୁ ଦେଖିଥିଲେ। ଏବଂ ସେ ଅମର କୌଶିକଙ୍କୁ କହିଥିଲେ ଯେ, ଯେତେବେଳେ ଶ୍ରଦ୍ଧା ହସନ୍ତି, ସେ ଠିକ୍ ଜଣେ ଡାହାଣୀ ପରି ହସନ୍ତି। ମୁଁ ଦୁଃଖିତ, ସେ ଡାହାଣୀ ପରି ହସିଥାନ୍ତି।

ଭିଡିଓରେ, ଏଭଳି କହିଥିବାରୁ ଅମର କୌଶିକ ହାତ ଯୋଡ଼ି ଶ୍ରଦ୍ଧା କପୁରଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି । ଏହା ପରେ ଯେତେବେଳେ ମୁଁ ଶ୍ରଦ୍ଧା କପୁରଙ୍କୁ ଭେଟିଲି, ପ୍ରଥମେ ମୁଁ ତାଙ୍କୁ ତାଙ୍କ ହସ ବିଷୟରେ ପଚାରିଲି ଏବଂ ତାଙ୍କୁ ହସିବାକୁ କହିଲି।

ତେବେ ସୋସିଆଲ ମିଡିଆରେ ଭିଡିଓଟି ଆସିବା ପରେ ଶ୍ରଦ୍ଧା କପୁରଙ୍କ ପ୍ରଶଂସକମାନେ କ୍ରୋଧିତ ହୋଇଛନ୍ତି। ସେମାନେ ନିର୍ମାତା ଦୀନେଶ ବିଜାନ ଏବଂ ଅମର କୌଶିକଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି।

ଅନ୍ୟପଟେ ‘ସ୍ତ୍ରୀ-୨’ର ସଫଳତା ପରେ ‘ସ୍ତ୍ରୀ-୩’ ଘୋଷଣା କରାଯାଇଛି। ଏହି ଫିଲ୍ମଟି ୧୩ ଅଗଷ୍ଟ, ୨୦୨୭ରେ ସିନେମା ହଲରେ ମୁକ୍ତିଲାଭ କରିବ ବୋଲି ସୁଚନା ମିଳିଛି।