ମୁରାନ ନଦୀର ବିପଦଶଙ୍କୁଳ ପୋଲ, କେତେବେଳେ ବି ଯାଇପାରେ ଜୀବନ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ମୁରାନ ନଦୀ ଉପରେ ଲୋକେ ବିପଦ ଶଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି । ଏହି ନଦୀ ଉପରେ ହାଇଲେବେଲ ପୋଲ ନିର୍ମାଣ କାର୍ଯ୍ୟ ଚାଲୁଛି । ତେଣୁ, ପୋଲ ନିର୍ମାଣ ବିଳମ୍ୱ ଏବଂ ମୋଟର ବୋଟ ଅଚଳ ଯୋଗୁଁ ଠିକା ସଂସ୍ଥା ଦ୍ଵାରା ପ୍ଲାଷ୍ଟିକ ଡ୍ରମ ଓ କାଠ ସାହାଯ୍ୟରେ ନିର୍ମାଣ ହୋଇଛି ଅସ୍ଥାୟୀ ପୋଲ । ଯାହା କି ଏବେ ବିପଦପୂର୍ଣ୍ଣ ପାଲଟିଯାଇଛି । ହୋଇପଡିଛି ଯାହା ଦ୍ୱାରା ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋରିଗୁମ୍ମା ଏବଂ ଦଶମନ୍ତପୁର ବ୍ଲକର ସହ ସହ ଲୋକେ । ମୁରାନ ନଦୀ ଉପରେ ପୋଲ ନିର୍ମାଣ ବିଳମ୍ବ ଯୋଗୁଁ ବାଜିରେ ଲାଗିଛି ଜୀବନ । ଏପଟେ ମୋଟର ବୋଟ ମଧ୍ୟ ଅଚଳ ହୋଇପଡିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୋଲର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିଲାନି ପୋଲ । ତେଣୁ, ବାଧ୍ୟ ହୋଇ ଲୋକେ କାଠ ପୋଲ ଉପରେ ଯାତାୟତ କିରବାକୁ ବାଧ୍ୟ ହେଉଛନ୍ତି ।

ଏହି ନଦୀ ଉପରେ ପ୍ରତିବର୍ଷ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋଟର ବୋଟ ଡଙ୍ଗାର ବ୍ୟବସ୍ଥା କରାଯାଇଥିଲା । ଯାହାଫଳରେ ସୁବିଧାରେ ଯାତାୟାତ କରୁଥିଲେ ଲୋକେ । ଦଶମନ୍ତପୁର ବ୍ଲକର ଦୁଆରଶୁଣି ପଞ୍ଚାୟତର କିଛି ଗାଁ ନଦୀ ସେପଟେ ଥିବାରୁ ପ୍ରତିଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ଏହି ନଦୀ ପାର ହୋଇ ଲୋକେ ଆସୁଛନ୍ତି । ତେବେ ସେହି ପୋଲ ବାଟେ ବାଇକ କିମ୍ବା ଭାରିଯାନ ଚଳାଚଳ କରୁପାରୁ ନାହିଁ । ଯାହାକୁ ନେଇ ଲୋକେ ହଇରାଣ ହେଉଛନ୍ତି।

Leave a Reply

Your email address will not be published. Required fields are marked *