ଯାତ୍ରା କମିଟିକୁ ଠକିବା ଅଭିଯୋଗରେ କମିଟିର ସଦସ୍ଯ ମାନେ ଯାତ୍ରା ପାର୍ଟି ଗାଡି ଗୁଡିକୁ ଅଟକ ରଖିବା ସହ ନ୍ଯାୟ ପାଇଁ ଥାନାର ଦ୍ବାରସ୍ଥ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଭେଲୋରା ଗ୍ରାମରେ ଘଟିଛି ଏଭଳି ଘଟଣା । ସୂଚନା ଅନୁଯାୟୀ ଭେଲୋରା ଯାତ୍ରା କମିଟିର ସଦସ୍ଯ ମାନେ ଗତ ବର୍ଷ ତୁଳସୀ ଗଣନାଟ୍ଯର ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ଯାତ୍ରା ପାଂଇ ୨ ଲକ୍ଷ ଟଙ୍କା ଅଗ୍ରୀମ ଦେଇ ଥିଲେ। ମାତ୍ର ଅନନ୍ତ ଧଳ ସେମାନଙ୍କୁ ଆଜି କାଲି କହି ତାରିଖ ଘୁଞ୍ଚାଇବା ସହ ଯାତ୍ରା ଦେଇ ନଥିଲେ । ଭେଲୋରା ଯାତ୍ରା କମିଟିର ସଦସ୍ଯ ମାନେ ବାରମ୍ବାର ତାଙ୍କୁ ଟଙ୍କା ଫେରସ୍ତ ପାଂଇ ନିବେଦନ କରିଥିଲେ ମଧ୍ଯ ସେ କିଛି ଶୁଣିନଥିଲେ ।
ଏହା ପରେ କମିଟିର ସଦସ୍ଯ ମାନେ ବାଧ୍ଯ ହୋଇ ତାଙ୍କ ନିକଟକୁ ଯାଇ ଟଙ୍କା ଫେରସ୍ତ ପାଂଇ ଦାବି କରିବାରୁ ମାଲିକ ଜଣଙ୍କ ଗୁଣ୍ତା ଲଗାଇ ମାରି ଦେବାର ଧମକ ଦେଇ ଥିଲେ । ଭୟରେ କମିଟିର ସଦସ୍ଯ ମାନେ ଫେରି ଆସିବା ପରେ ଅନନ୍ତ ତୁଳସୀ ଗଣନାଟ୍ଯ ବଦଳରେ ନାଟ୍ଯ ସମ୍ରାଟ ପୃଥ୍ବୀରାଜ ନେବା ପାଂଇ କହିଥିଲେ । ଯଦି ଯାତ୍ରା ପାର୍ଟି ନନେବ ତାହାଲେ ଅଗ୍ରୀମ ୨ ଲକ୍ଷ ଟଙ୍କା ଆଉ ମିଳିବନି ବୋଲି ଧମକ ଦେଇ ଥିଲେ । କମିଟିର ସଦସ୍ଯ ମାନେ କୌଣସି ଉପାୟ ନପାଇ ନାଟ୍ଯ ସମ୍ରାଟ ପୃଥ୍ବୀରାଜ ନେବା ପାଂଇ ଚୁକ୍ତି କରିଥିଲେ ।
ଗତ ନଭେମ୍ବରରେ ତିନିଦିନ ଧରି ଭେଲୋରା ତାରିଣୀ ପଡିଆରେ ଯାତ୍ରା ପରିବେଷଣ ପାଇଁ ଧାର୍ଯ୍ଯ କରାଗଲା ମାତ୍ର ଉକ୍ତ ମାଲିକ ଜଣଙ୍କ ପୂଣି ୪ ଲକ୍ଷ ଟଙ୍କା ଅଗ୍ରୀମ ଦେବା ପାଇଁ କହିବାରୁ କମିଟିର ସଦସ୍ଯ ମାନେ ପୂଣି ୪ ଲକ୍ଷ ଟଙ୍କା ଅଗ୍ରୀମ ଦେଇ ଥିଲେ। ତେବେ ଯାତ୍ରା ପାର୍ଟି ପହଞ୍ଚିବା ପରେ ଅତ୍ଯନ୍ତ ନିମ୍ନ ମାନର ସାଜସଜ୍ଯା ଏବଂ ଜଣେ ହେଲେବି ଭଲ କଳାକାର ନଥିବାରୁ ୩ ଦିନରେ ୨ ଲକ୍ଷର ବି ଟିକେଟ ବିକ୍ରି ହେଲାନାହିଁ,ଫଳରେ ୬ ଲକ୍ଷ ଟଙ୍କା ଯାତ୍ରା ପାର୍ଟି ମାଲିକ ନେଇ ସାରିଥିବା ବେଳେ କମିଟି ସଦସ୍ଯ କେମିତି ଟଙ୍କା ଫେରି ପାଇବେ ସେନେଇ ଏବେ ଚିନ୍ତାରେ, ଏନେଇ କମିଟି ର ସଦସ୍ଯ ମାନେ ଯାତ୍ରା ମାଲିକକୁ ଫୋନ କରିବାରୁ ସେ କୌଣସି କଥା ନବୁଝି ଗାଳିଗୁଲଜ କରିବା ସହ ଧମକ ଦେଉଥିବା ଅଭିଯୋଗ କରିଛନ୍ତି କମିଟିର ସଦସ୍ଯ ମାନେ । ପରେ କୌଣସି ଉପାୟ ନପାଇ ବାଧ୍ଯ ହୋଇ କମିଟିର ସଦସ୍ଯ ମାନେ ଯାତ୍ରା ପାର୍ଟି ଗାଡି ଗୁଡିକୁ ଅଟକ ରଖିଛନ୍ତି