କାଉଡିଆଙ୍କ ଉପରେ ମାଡ଼ିଗଲା କାର, ଚାଲିଗଲା ଦୁଇ କାଉଡ଼ିଆଙ୍କ ଜୀବନ

ଶ୍ରାବଣ ସୋମବାର ପାଇଁ ରାସ୍ତାରେ କାଉଡିଆଙ୍କ ଭିଡ ଲାଗିଥିବା ବେଳେ ଏକ ଅଭାବନିଅ ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବକ କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ଗତକାଲି ରାତି ପ୍ରାୟ ୧୧ଟା ୪୫ ମିନିଟ ରେ ଏକ କାର୍ ଧକାରେ ଦୁଇଜଣ କାଉଡିଆ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାରେ ୩ ଜଣ କାର ଆରୋହୀ ମଧ୍ୟ ଆହାତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଯେ ନିଶ୍ଚିନ୍ତକୋଇଲି ବ୍ଲକ ବଶପଦା ଗ୍ରାମର ଚିନ୍ମୟୀ ବେହେରା ଓ ଝାରପଡା ଗ୍ରାମର ଜ୍ୟୋତିରଞ୍ଜନ ରାଉତ ବଡ଼ପଡାରୁ ପାଣିଭାର ନେଇ ଜିଗ୍ନିପୁରସ୍ଥିତ ଏକ ଶୈବପୀଠକୁ ଯାଉଥିଲେ। ଗୁରୁତର ଅବସ୍ଥାରେ ସେମାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀସ୍ଵାସ୍ତ୍ୟକେନ୍ଦ୍ର କୁ ନିଆ ଯାଇଥିଲା ସେଠାରେ ଡାକ୍ତର ଚିନ୍ମୟୀ ଙ୍କୁ ମୃତ୍ଯୁ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କୁ କଟକ ବଡ ମେଡିକାଲ କୁ ସ୍ତାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜ୍ୟୋତିରଞ୍ଜନ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *