
ପାକିସ୍ତାନର ବଲୁଚିସ୍ତାନରେ ଆତଙ୍କବାଦୀମାନେ ୨୩ ଜଣ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ସୋମବାର ଦକ୍ଷିଣ-ପଶ୍ଚିମ ପାକିସ୍ଥାନରେ ବନ୍ଧୁକଧାରୀମାନେ ୨୩ ଜଣ ଲୋକଙ୍କୁ ସେମାନଙ୍କ ଗାଡିରୁ ଓଲ୍ହାଇ ଗୁଳି କରି ହତ୍ୟା କରିଛନ୍ତି । ଏଏଏଫପି ରିପୋର୍ଟ ଅନୁଯାୟୀ, ବଲୁଚିସ୍ତାନ ପ୍ରଦେଶର ମୁସାଖେଲ ଜିଲ୍ଲାରେ ଆତଙ୍କବାଦୀମାନେ ଅନେକ ବସ୍, ଟ୍ରକ୍ ଏବଂ ଭ୍ୟାନ୍ ଅଟକାଇଥିଲେ। ଆତଙ୍କବାଦୀମାନେ ସେମାନଙ୍କର ଜାତି ଚିହ୍ନଟ କରିବା ପରେ ଲୋକଙ୍କୁ ଗୁଳି କରିଥିଲେ।
ଏହି ଘଟଣାରେ ପାଞ୍ଚ ଜଣ ମଧ୍ୟ ଆହତ ହୋଇଛନ୍ତି। ମୁସାଖେଲର ଜଣେ ବରିଷ୍ଠ ଅଧିକାରୀ ନଜିବୁଲ୍ଲା କାକର କହିଛନ୍ତି ଯେ ଆତଙ୍କବାଦୀମାନେ ପଞ୍ଜାବକୁ ବଲୁଚିସ୍ତାନ ସହ ସଂଯୋଗ କରୁଥିବା ରାଜପଥରେ ଅନେକ ବସ୍, ଟ୍ରକ୍ ଏବଂ ଭ୍ୟାନ୍ ଅଟକାଇଥିଲେ। ଏହି ସମୟ ମଧ୍ୟରେ ଅତି କମରେ୨୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଥିଲେ। ସେ କହିଛନ୍ତି ଯେ ପଞ୍ଜାବରୁ ଆସୁଥିବା ଯାନଗୁଡିକ ଯାଞ୍ଚ କରାଯାଇ ପଞ୍ଜାବରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରାଯାଇ ଗୁଳି ଚଳାଯାଇଥିଲା।
ପାକିସ୍ତାନୀ ଖବରକାଗଜ ଡନ୍ ରିପୋର୍ଟ ଅନୁଯାୟୀ ଆସିଷ୍ଟାଣ୍ଟ କମିଶନର ନଜୀବ କାକର କହିଛନ୍ତି ଯେ ସଶସ୍ତ୍ର ବ୍ୟକ୍ତିମାନେ ମୁସାଖେଲରେ ରାଜପଥ ଅବରୋଧ କରି ଯାତ୍ରୀମାନଙ୍କୁ ଛାଡିଥିଲେ। ସେମାନେ ୧୦ ଟି ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି।