୧୮ବର୍ଷର ଶିକ୍ଷକ ଚାକିରି,ସେ ପୁଣି ନକଲି ସାର୍ଟିଫିକେଟରେ

କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡର ଡ଼ମପଡା ବ୍ଲକ ଶିକ୍ଷା ଅଧିକାରୀ ବଳରାମ ପାଇକରାୟ ଜାଲ ସାର୍ଟିଫିକେଟ ଦେଇ ଦୀର୍ଘ ୧୮ ବର୍ଷ ହେବ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟକରି ମୋଟା ଅଙ୍କର ଦରମା ନେଇ ଆସୁଥିଲେ,ଜାଲ୍ ସାର୍ଟିଫିକେଟ ବ୍ୟବହାର କରି ଚାକିରି ହାତେଇଥିବା ଅଭିଯୋଗ, ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା । ବିଭିନ୍ନ ସ୍କୁଲରେ ଦୀର୍ଘ ୧୮ ବର୍ଷ ଧରି ଶିକ୍ଷକତା କରୁଥିବା ଢ଼ଂସର ଗ୍ରାମର ବଳରାମ ପାଇକରାୟ ଯୁକ୍ତତିନି କଳାର ଯେଉଁ ସାର୍ଟିଫିକେଟ ଦେଇ ଚାକିର କରିଥିଲେ ଏବେ ତାହା ଜାଲ ବୋଲି ଡ଼ମପଡା ବ୍ଲକ ଶିକ୍ଷା ଅଧିକାରୀ ଯାଞ୍ଚ କରି ଜାଲିଆତି ହୋଇଥିବା କହିଛନ୍ତି । ଏନେଇ ସେ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନକଲି ଶିକ୍ଷକ ବଳରାମ ପାଇକରାୟ ଦୀର୍ଘ ବର୍ଷ ଧରି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚକମା ଦେଖାଇ ଚାକିର କରି ନିୟମିତ ଶିକ୍ଷକଙ୍କ ଭଳି ଦରମା ନେଉଛନ୍ତି । ପାଇକରାୟ ଏବେ ବାଙ୍କୀ ଏନ,ଏ,ସିର ଶିଶୁଆ ଉଚ୍ଚପ୍ରାଥମିକବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ବାଙ୍କୀ ପୋଲିସ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି । ତେବେ ସମ୍ପୃକ୍ତ ଶିକ୍ଷକ ବଳରାମ ପାଇକରାୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *