Tag: #Wife

  • ରକ୍ତମୁଖା ପିତା, ସହ ଧର୍ମଣୀ ସହ ଦୁଇ ସନ୍ତାନଙ୍କୁ ମାରି ଫେରାର

    ରକ୍ତମୁଖା ପିତା, ସହ ଧର୍ମଣୀ ସହ ଦୁଇ ସନ୍ତାନଙ୍କୁ ମାରି ଫେରାର

    ଜନ୍ମିତ ସନ୍ତାନ ସହ ରୋଗୀଣା ପତ୍ନୀଙ୍କୁ କ୍ରୋଧ ଜର୍ଜରିତ ସହ ରକ୍ତ ମୁଖ। ପାଲୋଟି ବର୍ବ ରୋଚିତ କାଣ୍ଡ ଘଟାଇ (ଟାଙ୍ଗିଆରେ ହାଣି) ନିଜେ ଫେରାର୍ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ଦେଖା ଦେଇଛି ଉତ୍ତର ଭୋଗରାଇ ଖରିଦ ପିପଳ ପଞ୍ଚାୟତ ଅନ୍ତର୍ଗତ ଦହମୁଣ୍ଡା ଗାଁରେ ।

    ସୂଚନା ଅନୁସାରେ, ଏହିକି ଦହମୁଣ୍ଡା ଗ୍ରାମର ପଲ୍ଟୁ ଜେନା ନିଜ ପତ୍ନୀ ସହ ଆର୍ଥିକ ଦୁଃସ୍ଥିତି ନେଇ ଘରୋଇ ମନାନ୍ତରକୁ ନେଇ ରକ୍ତମୁଖା ପାଲଟିଥିବାର ଜଣାପଡ଼ିଛି । ଗତକାଲି ରାତ୍ରିରେ କ୍ରୋଧାନ୍ୱିତ ହୋଇ ଅଜ୍ଞାତ ଦୁଇ ସନ୍ତାନ ସହ ପତ୍ନୀଙ୍କୁ ଏକ ଧାରୁଆ ଟାଙ୍ଗିଆରେ ହାଣି ରକ୍ତାକ୍ତ କରିଛି । ତତ୍‌ସହ ଛୋଟ ସନ୍ତାନଟିକୁ କଚାଡ଼ି ମାରିବା ପ୍ରୟାସ କରିଛି । ଧାରୁଆ ଟାଙ୍ଗିଆ ଟିକୁ ପ୍ରତିବେଶୀମାନେ ଘରର ଅନତି ଦୂରରେ ପଡ଼ିଥିବାର ଦେଖି ଉଦ୍ଧାର କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଜାଣି ପ୍ରତିବେଶୀସହ ଅଭିଯୁକ୍ତଙ୍କ ବାପା ମାଆ କୌଶଳ କ୍ରମେ ଆହତ ମାନଙ୍କୁ ନରହନ୍ତା ଠାରୁ ଉଦ୍ଧାର କରି ପ୍ରଥମେ କମର୍ଦ୍ଦା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ମାତ୍ର ଅବସ୍ଥା ଅଣାୟତ୍ତ ହେବାରୁ ଜିଲ୍ଲା ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

    ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆହତ ମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନା ନେବା ନେଇ ଖବର ମିଳିଛି । ମାତ୍ର ନରହନ୍ତା ପଲ୍ଟୁଜେନା ଏଭଳି ଅମାନବୀୟ କାର୍ଯ୍ୟକରି ଘଟଣା ସ୍ଥଳରୁ ଚମ୍ପଟ ମାରି, ଫେରାର ହୋଇଛି । ଘଟଣା ସ୍ଥଳରୁ କୌଣସୀ ସୂତ୍ରରୁ ଜଣା ପଡିଛି କି ଅଭିଯୁକ୍ତଙ୍କ ପତ୍ନୀ ଦୀର୍ଘଦିନୁ ମେରୁଦଣ୍ଡ କ୍ଷତ ଜନିତ ପୀଡ଼ିତ ଥାଇ ପ୍ରାୟତଃ ଅକ୍ଷମ ପାଲୋଟିଅଛନ୍ତି । ଏଣୁ ପତ୍ନୀଙ୍କ ଚିକିତ୍ସା ଜନିତ ବହୁ ଅର୍ଥ ଆବଶ୍ୟକତା ପୁରଣ କରିବା ପଲ୍ଟୁ ପକ୍ଷେ ଅସମ୍ଭବ ହୋଇ ପଡ଼ିଛି, ଏ ନେଇ ପରିବାର ସହ ସଦସର୍ବଦା କଳିତକରାଳ ହେବା ସହ ଦୀର୍ଘ ଦିନୁ ମାନସିକ ଚାପଗ୍ରସ୍ତ ଥାଇ ଏଭଳି ଘଟଣା ଭିଆଇବା ନେଇ ପଡ଼ୋଶୀଙ୍କ ଠlରୁ ଆପାତତଃ ସୂଚନା ମିଳିଛି । ଏପରିକି ଅଭିଯୁକ୍ତ ଜଣକ ଙ୍କର କୌଣସି ମନ୍ଦ ଅଭ୍ୟାସ ନଥିବା ସହ ସାଧାରଣ ଜୀବନ ଯାପନ କରିଥିବା ମଧ୍ୟ ଶୁଣାଯାଉଛି ।

    ଏଥି ସହ ଅଭିଯୁକ୍ତ ଏଭଳି ଅମାନବୀୟ ଘଟଣା ଘଟାଇ ଫେରାର୍ ହୋଇ ନିଜେ ଜୀବନ ହାରିଛି କି ନାହିଁ ସମସ୍ତେ ସନ୍ଦେହ ଘେରରେ ଅଛନ୍ତି । କମର୍ଦ୍ଦା ପୋଲିସ ଘଟଣା ଜାଣି ଅଭିଯୁକ୍ତ ଙ୍କ ଘରେ ପହଞ୍ଚି ତଦନ୍ତ ଜାରୀ ରଖିଛି । ହାଣି ଥିବା ସନ୍ତାନ ଦୁଇଜଣଙ୍କ ବୟସ ଜଣେ ୮ ବର୍ଷର ଏବଂ ଅନ୍ୟଜଣେ ୬ ବର୍ଷ ର ଅଟନ୍ତି । ଅଭିଯୁକ୍ତଙ୍କ ମାଆ ଆହତଙ୍କ ସହ କଟକ ଯାଇଥିବା ବେଳେ ବାପା ଘରେ ଅଛନ୍ତି ।

  • ସ୍ତ୍ରୀର ଶିଳପୂଆ ମାଡରେ ଆଖିବୁଜିଲା ସ୍ୱାମୀ

    ସ୍ତ୍ରୀର ଶିଳପୂଆ ମାଡରେ ଆଖିବୁଜିଲା ସ୍ୱାମୀ

    କେନ୍ଦୁଝର ଜିଲ୍ଲା ଯୋଡା ସହରର ୱାର୍ଡ ନଂ ୧ର ତଲକ୍ ହାଟିଂ ରେ ସ୍ତ୍ରୀର ଶିଳପୁଆ ମାଡରେ ସ୍ବାମୀ ର ମୃତ୍ୟୁ ଘଟି ଥିବା ଘଟଣାରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ସ୍ତ୍ରୀ କୁ ଗିରଫ କରିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଶନିବାର ସନ୍ଧ୍ୟା ସମୟରେ ସ୍ବାମୀ କେନ୍ଦୁଆ ଲୋହାର ତାଙ୍କ ସ୍ତ୍ରୀ ଲେମ୍ବ ଲୋହ।ର ସହିତ କଳହ ହୋଇଥିଲା ।ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ତ୍ରୀ ଲେମ୍ବ ଘରେ ଥିବା ଶିଳପୂଆ ରେ ସ୍ବାମୀ ର ମୁଣ୍ଡକୁ ପ୍ରହ।ର କରିଥିଲ। ।ରକ୍ତ ଯୁଡୁବୁଡୁ ଅବସ୍ଥାରେ ରାତି ସମୟରେ ତାଙ୍କୁ ପ୍ରଥମେ କମାର ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲେ ।ଅବସ୍ଥା ସଙ୍କଟପନ୍ନ ହେବାରୁ ପରେ କେନ୍ଦୁଝର ଓ ସେଠାରୁ କଟକ ଡାକ୍ତର ଖାନ।କୁ ସ୍ଥାନାନ୍ତର କରାଯାଇଥିଲା ।

    ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀର ମୃତ୍ୟୁ ଘଟିଥିଲା । ଯୋଡା ପୋଲିସ ସୋମବାର ସାଇନ୍ଟିଫିକ ଟିମ୍ ସହିତ ଅଭିଯୁକ୍ତ ଘରକୁ ଯାଇ ଆକ୍ରମଣରେ ବ୍ୟବହୃତ ହୋଇଥିବା ଶିଳପୁଆ ଓ ଅନ୍ୟାନ୍ୟ ପ୍ରମାଣ ଓ ରକ୍ତ ନମୁନା ସଂଗ୍ରହ କରିବା ସହିତ ଅଭିଯୁକ୍ତ ସ୍ତ୍ରୀ ଲେମ୍ବ ଲୋହାରକୁ ଗିରଫ କରି କେସ ନଂ ୧୪୭/୨୫ ରେ ହତ୍ୟା ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ଆଇଆଇସି ସୁଶାନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।

  • ଗର୍ଭବତୀ ମହିଳାଙ୍କୁ ଉଲଗ୍ନ କରି ବିଚ୍‌ ରାସ୍ତାରେ ଚଲାଇଲେ ସ୍ୱାମୀ

    ଗର୍ଭବତୀ ମହିଳାଙ୍କୁ ଉଲଗ୍ନ କରି ବିଚ୍‌ ରାସ୍ତାରେ ଚଲାଇଲେ ସ୍ୱାମୀ

    ବିଚ୍‌ ରାସ୍ତାରେ ମହିଳାଙ୍କ ଉପରେ ହୋଇଛି ପାଶବିକ ଅତ୍ୟାଚାର । ଆଉ ଏହାର ମୁକସାକ୍ଷୀ ପାଲଟିଛନ୍ତି ଶହ ଶହ ଲୋକ । ଜଣେ ୨୧ ବର୍ଷୀୟା ଆଦିବାସୀ ଗର୍ଭବତୀ ମହିଳାଙ୍କୁ ଉଲଗ୍ନ କରି ବିଚ୍‌ ରାସ୍ତାରେ ଚଲାଇଲେ ସ୍ୱାମୀ ସମେତ ପରିବାର ଲୋକେ। ଏପରି ଏକ ଅମାନୁଷିକ ଲଜ୍ଜାଜନକ ଘଟଣା ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାର ଧରିୟାବଦର ପହାଡ଼ା ଗାଁରେ ଘଟିଛି। ପୁଣି ଥରେ ଲଜ୍ଜିତ ହୋଇଛି ମାନବ ସମାଜ । ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣା ଯୋଗୁ ସମଗ୍ର ଦେଶବାସୀଙ୍କୁ ମୁଣ୍ଡ ନଇଁ ଯାଇଥିବା ବେଳେ ଏବେ ରାଜସ୍ଥାନରେ ଦେଖିବାକୁ ମିଳିଛି। ଏହାକୁ ନେଇ ରାଜସ୍ଥାନର ରାଜନୀତି ସରଗରମ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ ।

    ଯଦିଓ ଭିଡିଓଟି ଚାରି ଦିନ ପୂର୍ବର ହେଲେ ତାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ସୂଚନାନୁଯାୟୀ ପୀଡ଼ିତାଜଣକ ବର୍ଷେ ପୂର୍ବେ ବିବାହ କରିଥିବା ବେଳେ ଏବେ ସେ ଗର୍ଭବତୀ ଅଛନ୍ତି। ମାତ୍ର ଇତି ମଧ୍ୟରେ ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। କିଛିଦିନ ଦିନ ତଳେ ମହିଳାଜଣକ ନିଜ ପ୍ରେମିକଙ୍କ ସହ ଫେରାର ହେବା ପାଇଁ ଘରଛାଡି ଦେଇଥିଲେ। ସୂଚନା ପାଇ ତୁରନ୍ତ ତାଙ୍କ ଶାଶୁ ଘର ଲୋକେ ପିଛା କରି କାବୁ କ ରି ନେଇଥିଲେ। ଅଭିଯୁକ୍ତ ସ୍ୱାମୀ କାନା ମିନାଙ୍କୁ ପୁଲିସ୍‌ ଗିରଫ କରିଛି। ପୀଡ଼ିତାଙ୍କ ବାପଘର ଲୋକେ ଝିଅ ଉପରେ ହେଉଥିବା ଏପରି ନିର୍ଯାତନାର ମୁକସାକ୍ଷୀ ପାଲଟିଥିଲେ ବି ପାଟି ଫିଟାଇ ନ ଥିଲେ।