Tag: #Weather

  • ପାଗରେ ହଠାତ୍ ପରିବର୍ତ୍ତନ: ଦିଲ୍ଲୀରେ ତାପମାତ୍ରା ହ୍ରାସ,

    ପାଗରେ ହଠାତ୍ ପରିବର୍ତ୍ତନ: ଦିଲ୍ଲୀରେ ତାପମାତ୍ରା ହ୍ରାସ,

    ପଶ୍ଚିମାଝଡ଼ ପ୍ରଭାବରେ ଦିଲ୍ଲୀ-ଏନ୍‌ସିଆର୍‌ ସହ ଉତ୍ତର ଭାରତର ଅନେକ ଅଞ୍ଚଳରେ ପାଗର ହଠାତ୍ ପରିବର୍ତ୍ତନ ଦେଖାଦେଇଛି | ଶୁକ୍ରବାର ସକାଳୁ ଦିଲ୍ଲୀ-ଏନ୍‌ସିଆର୍‌ରେ ବର୍ଷା ହୋଇଥିବାବେଳେ, ସିମ୍‌ଲା ଓ ମନାଲିରେ ଚଳିତ ବର୍ଷର ପ୍ରଥମ ତୁଷାରପାତରେ ରେକର୍ଡ |

    ଜମ୍ମୁ-କାଶ୍ମୀରର ପାହାଡ଼ିଆ ଅଞ୍ଚଳ, ବିଶେଷକରି କାଶ୍ମୀର ଉପତ୍ୟକା ଓ ଗୁଲମର୍ଗରେ ପ୍ରବଳ ତୁଷାରପାତ ହୋଇ ସମଗ୍ର ଅଞ୍ଚଳ ବରଫ ଚାଦରରେ ଢାଙ୍କି ହୋଇଯାଇଛି । ତୁଷାରପାତ ଯୋଗୁଁ ଅନେକ ସଡ଼କ ପଥ ବନ୍ଦ ରହିଥିବାବେଳେ, ସତର୍କତାମୂଳକ ପଦକ୍ଷେପ ଭାବେ ନବଯୁଗ ଟନେଲ ପାଖ ଜମ୍ମୁ–ଶ୍ରୀନଗର ଜାତୀୟ ରାଜପଥକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଖରାପ ପାଗ ଯୋଗୁଁ ଅନେକ ବିମାନ ଉଡ଼ାଣ ମଧ୍ୟ ବାତିଲ ହୋଇଛି।

    ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ସକ୍ରିୟ ପଶ୍ଚିମାଝଡ଼ ପ୍ରଭାବରେ ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଉତ୍ତରାଖଣ୍ଡର ଅନେକ ଅଞ୍ଚଳରେ ଝଡ଼, ବର୍ଷା ଓ ତୁଷାରପାତର ସମ୍ଭାବନା ରହିଛି। ଦିଲ୍ଲୀ-ଏନ୍‌ସିଆର୍‌ ସହ ପଞ୍ଜାବ ଓ ହରିୟାଣା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଘଣ୍ଟାପ୍ରତି ୩୦–୪୦ କି.ମି. ବେଗରେ ପବନ ବହିବା ସହ ବିଜୁଳି ଘଡ଼ଘଡ଼ିର ମଧ୍ୟ ସମ୍ଭାବନା ରହିଛି।

    ବର୍ଷା ପ୍ରଭାବରେ ଦିଲ୍ଲୀର ତାପମାତ୍ରା ଗୁରୁବାର ୨୭.୧ ଡିଗ୍ରୀ ସେଲସିୟସ ସହ ସାତ ବର୍ଷର ସବୁଠାରୁ ଉଷ୍ଣ ଜାନୁଆରି ଦିନ ରେକର୍ଡ କରିଥିଲା | ଶୁକ୍ରବାର ସର୍ବାଧିକ ତାପମାତ୍ରା ୧୯ ଡିଗ୍ରୀ ଓ ସର୍ବନିମ୍ନ ୧୨ ଡିଗ୍ରୀ ରହିପାରେ ବୋଲି IMD ପୂର୍ବାନୁମାନ କରିଛନ୍ତି |

    ଏହି ମଧ୍ୟରେ ବର୍ଷା କାରଣରେ ଦିଲ୍ଲୀ-ଏନ୍‌ସିଆର୍‌ର ବାୟୁ ଗୁଣବତ୍ତାରେ ସାମାନ୍ୟ ସୁଧାର ଆସିଛି। ଦିଲ୍ଲୀର AQI ୩୦୨, ନୋଏଡାରେ ୨୯୩ ଓ ଗୁରୁଗ୍ରାମରେ ୨୭୨ ରେକର୍ଡ ହୋଇଛି। IMD ଆକଳନ ଅନୁଯାୟୀ, ଜାନୁଆରି ୨୩ ଓ ୨୪ରେ ବାୟୁ ଗୁଣବତ୍ତା ‘ମଧ୍ୟମ’ ରହିପାରେ, କିନ୍ତୁ ୨୫ରେ ପୁଣି ‘ଖରାପ’ ଅବସ୍ଥାକୁ ଫେରିପାରେ।

    ଉତ୍ତରାଖଣ୍ଡର ଉତ୍ତରକାଶୀ, ଡେରାଡୁନ, ରୁଦ୍ରପ୍ରୟାଗ ଓ ଚାମୋଲିରେ ପ୍ରବଳ ବର୍ଷା ଓ ତୁଷାରପାତ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ, ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ଜଙ୍ଗଲ ନିଆଁର ଆଶଙ୍କା କମିବ ବୋଲି ଅନୁମାନ କରାଯାଇଛି |

  • ଆଗ୍ରାରେ ତାଣ୍ଡବ କରୁଛି କୁହୁଡ଼ି, ତାଜମହଲ ପରିଦର୍ଶନ କରିବା ମଧ୍ୟ କଷ୍ଟକର ହୋଇପଡୁଛି

    ଆଗ୍ରାରେ ତାଣ୍ଡବ କରୁଛି କୁହୁଡ଼ି, ତାଜମହଲ ପରିଦର୍ଶନ କରିବା ମଧ୍ୟ କଷ୍ଟକର ହୋଇପଡୁଛି

    ଆଗ୍ରାରେ ଘନ କୁହୁଡ଼ି ତାଜମହଲକୁ ସମ୍ପୂର୍ଣ୍ଣ ଲୁଚାଇ ଦେଇଥିଲା। ଦୃଶ୍ୟମାନତା ପ୍ରାୟ ଶୂନ୍ୟ ଥିଲା। ପ୍ରେମର ଏହି ଅନନ୍ତ ପ୍ରତୀକ କୁହୁଡ଼ିର ଚାଦରରେ ଘୋଡ଼ାଇ ହୋଇଯାଇଥିଲା, ଯାହା ହଜାର ହଜାର ଦେଶୀ ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ଏହାର ସୌନ୍ଦର୍ଯ୍ୟକୁ ସଠିକ୍ ଭାବରେ ପ୍ରଶଂସା କରିବାରୁ ବାଧା ଦେଇଥିଲା ଏବଂ ସେମାନଙ୍କର ଆଶା ଅପୂର୍ଣ୍ଣ ରଖିଥିଲା। ଶନିବାର ସକାଳେ ଉତ୍ତର ପ୍ରଦେଶର ଆଗ୍ରାରେ ଏପରି ଅନୁଭବ ହୋଇଥିଲା ଯେପରି ତାଜମହଲ କୁହୁଡ଼ିର ସମୁଦ୍ରରେ ବୁଡ଼ିଯାଉଛି। ପ୍ରେମର ଅନନ୍ତ ପ୍ରତୀକ ତାଜମହଲ ଏକ କୁହୁଡ଼ିର ଚାଦରରେ ଘୋଡ଼ାଇ ହୋଇଯାଇଥିଲା ଯାହା ପର୍ଯ୍ୟଟକଙ୍କ କଳ୍ପନା ବାହାରେ ଥିଲା। ପାଗ ପରିବର୍ତ୍ତନ ଯୋଗୁଁ ଘନ କୁହୁଡ଼ି ଅଞ୍ଚଳକୁ ଘୋଡ଼ାଇ ଦେଇଥିଲା, ଯାହା ତାଜମହଲ ଦେଖିବାକୁ ଆସିଥିବା ହଜାର ହଜାର ଦେଶୀ ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ଏହାର ମହିମା ଏବଂ ସୌନ୍ଦର୍ଯ୍ୟରୁ ବଞ୍ଚିତ କରିଥିଲା।

    କୁହୁଡ଼ିର କଳା ଚାଦର ଲୋକମାନଙ୍କୁ ତାଜମହଲ ପରିଦର୍ଶନ କରିବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି, ଯାହା ପର୍ଯ୍ୟଟକଙ୍କୁ ନିରାଶ କରୁଛି। ସକାଳ ହେବା ଠାରୁ, ଆଗ୍ରା ଉପରେ କୁହୁଡ଼ି ଏକ ରହସ୍ୟମୟ ଆବରଣ ପରି ଝୁଲୁଥିଲା । ଦୃଶ୍ୟମାନତା କମ୍ ଥିଲା। ଯମୁନା କୂଳରେ ଠିଆ ହୋଇ, ତାଜମହଲ ପର୍ଯ୍ୟଟକଙ୍କ କଳ୍ପନାରେ ଦୃଶ୍ୟମାନ ହେବା ପରିବର୍ତ୍ତେ ଏକ କେବଳ ପ୍ରତିମୂର୍ତ୍ତି ହୋଇ ରହିଗଲା। ଏପରି ଲାଗୁଥିଲା ଯେପରି କୁହୁଡ଼ି ତାଜମହଲକୁ ନିଜ ଆଲିଙ୍ଗନରେ ଘୋଡ଼ାଇ ନେଇଛି, ସହରକୁ ଧଳା ଧୂଆଁର ସମୁଦ୍ରରେ ଘୋଡ଼ାଇ ଦେଇଛି। ପର୍ଯ୍ୟଟକଙ୍କ ଆଖି ବାରମ୍ବାର ଆକାଶ ଏବଂ ସେମାନଙ୍କ ସାମ୍ନାରେ ଥିବା କୁହୁଡ଼ିକୁ ଭେଦ କରିବାକୁ ଚେଷ୍ଟା କରୁଥିଲା। କେତେକ ଆଖି ବୁଜିଥିଲେ, ଅନ୍ୟମାନେ ସେମାନଙ୍କ ମୋବାଇଲ୍ କ୍ୟାମେରାରେ ଜୁମ୍ କରୁଥିଲେ, କିନ୍ତୁ ପାଗର କୁହୁଡ଼ି ଆଗରେ ସମସ୍ତ ପ୍ରୟାସ ନିରର୍ଥକ ମନେ ହେଉଥିଲା। କୁହୁଡ଼ି କେବଳ ଏକ ପାଗ ସମସ୍ୟା ନଥିଲା, ବରଂ ତାଜମହଲ ପରିଦର୍ଶନ କରୁଥିବା ଲୋକଙ୍କ ଆଶାକୁ ମଧ୍ୟ ଧୂଳିସାତ୍ କରିଥିଲା ।

  • ଅଦୃଶ୍ୟ ମହାମାରୀ ପାଲଟିଛି ଘନ କୁହୁଡ଼ି

    ଅଦୃଶ୍ୟ ମହାମାରୀ ପାଲଟିଛି ଘନ କୁହୁଡ଼ି

    ଦିଲ୍ଲୀ-ଏନସିଆରରେ ଶୀତକାଳୀନ ପ୍ରଦୂଷଣ ଏକ ଅଦୃଶ୍ୟ ମହାମାରୀ ପାଲଟିଛି। PM 2.5 ଭଳି ସୂକ୍ଷ୍ମ କଣିକା ଫୁସଫୁସ, ହୃଦୟ ଏବଂ ମସ୍ତିଷ୍କକୁ କ୍ଷତି ପହଞ୍ଚାଉଛି, ଯାହା ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ହେଉଛି। ଏହା ଭାରତର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ବିପଦ। ଏହା କୋଟି କୋଟି ଟଙ୍କାର ଆର୍ଥିକ କ୍ଷତି ମଧ୍ୟ କରେ। କେତେବେଳେ ପାଗ ପରିବର୍ତ୍ତନ ହୁଏ, କିନ୍ତୁ ପରିସ୍ଥିତି ପୁଣି ଥରେ ଫେରି ଆସେ। ସରକାର, ସମାଜ ଏବଂ ଆମେ କ’ଣ କରିବା ଉଚିତ? ଦିଲ୍ଲୀ-ଏନସିଆରରେ ନିଶ୍ୱାସ ନେବା ପୂର୍ବରୁ କଷ୍ଟକର ଥିଲା, କିନ୍ତୁ ଏବେ ଦେଖିବା ମଧ୍ୟ କଷ୍ଟକର ହୋଇଗଲାଣି। ସବୁକିଛି ଅଦୃଶ୍ୟ। ଘନ କୁହୁଡ଼ି, କୁହୁଡ଼ି ଏବଂ ପ୍ରଦୂଷଣ। ଡିସେମ୍ବର ୧୫, ୨୦୨୫ରେ ଦିଲ୍ଲୀର ଏକ୍ୟୁଆଇ ଗମ୍ଭୀର ସ୍ତରରେ ପହଞ୍ଚିଥିଲା, ୪୫୦ ଉପରେ। କିଛି ସ୍ଥାନରେ ଏହା ୫୦୦ ପାଖାପାଖି ଥିଲା। ଘନ କୁହୁଡ଼ି ବ୍ୟାପିଥିଲା। ଦୃଶ୍ୟମାନତା କମ୍ ଥିଲା। ଲୋକମାନେ ନିଜ ଘରେ ସୀମିତ ଥିଲେ। ପ୍ରଶ୍ନ ଉଠୁଛି: ଶୀତକାଳ (ଡିସେମ୍ବରରୁ ଫେବୃଆରୀ) ପର୍ଯ୍ୟନ୍ତ ଦିଲ୍ଲୀ-ଏନସିଆରର ପ୍ରଦୂଷଣ ଏତେ ଅଧିକ ରହିବ କି? ଏବଂ ଏହା ଏତେ ବିପଦପୂର୍ଣ୍ଣ କାହିଁକି? ଲୋକମାନେ ଏହାକୁ ନେଇ ଅନେକ ଚିନ୍ତାରେ ଅଛନ୍ତି। ଘନ କୁହୁଡି ପାଇଁ ଅନେକ ଲୋକ ମୃତ୍ୟୁ ସହ ମଧ୍ୟ ଲଢେଇ କରୁଛନ୍ତି। ଏହି କଳା ଏବଂ ମହାମାରୀ ଘନ କୁହୁଡି ଲୋକମାନଙ୍କ ପାଇଁ ବିପଦ ପଂହଁଚାଇଛି।

  • ବଢୁଛି ଶୀତ ଥରୁଛି ହାତ

    ବଢୁଛି ଶୀତ ଥରୁଛି ହାତ

    କଲବଲ କରୁଛି ଶୀତ | ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ହାଡଭଙ୍ଗା ଶୀତ | ଦିନକୁ ଦିନ ରାତିରେ ତାପମାତ୍ରା ଖସିବାରେ ଲାଗିଛି | ସପ୍ତାହେ ଯାଏଁ ଶୀତରୁ ମିଳିବନି ନିସ୍ତାର | ବୟସ୍କ, ବୃଦ୍ଧ, ଶିଶୁଙ୍କ ପାଇଁ ଏହା ଘାତକ ହୋଇଥିବା ବେଳେ ଥଣ୍ଡା, କାଶ, ଜ୍ଵରର ପ୍ରଭାବ ବଢିବାରେ ଲାଗିଛି |

    ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ୩.୧ ଡିଗ୍ରୀ ରେକର୍ଡ ହୋଇଛି। ସେଠାରେ ଶିଶିର ପାତ ହେଉଛି ସେହିପରି ସେମିଳିଗୁଡ଼ାରେ ୪.୬, ଫୁଲବାଣୀ ୫.୫, ଦାରିଙ୍ଗବାଡ଼ି ୬ ଡିଗ୍ରୀ, କୋରାପୁଟ ୬.୫, ଚିପିଲିମା ୭.୮, ନବରଙ୍ଗପୁର ଓ ରାଉରକେଲା ୮ ଡିଗ୍ରୀ ରହିଥିଲା ସର୍ବନିମ୍ନ ତାପମାତ୍ରା। ଝାରସୁଗୁଡ଼ା ୮.୨, ଭବାନୀପାଟଣା ୮.୫, ଅନୁଗୁଳ ୯, କିରେଇ ୯.୨ ଡିଗ୍ରୀ, ଢେଙ୍କାନାଳ, ରାୟଗଡ଼ା, ବୌଦ୍ଧ ଓ ସୁନ୍ଦରଗଡ଼ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି।

  • ବଢୁଛି ଜାଡ, ଥରୁଛି ଓଡିଶା

    ବଢୁଛି ଜାଡ, ଥରୁଛି ଓଡିଶା

    ଆଜିଠୁ ରାଜ୍ୟରେ ବଢିବ ଶୀତ । କିଛିଦିନ ହେବ ରାଜ୍ୟରେ ହାଡ଼ ଭଙ୍ଗା ଜାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । କିଛି ସହରରେ ରାତିରେ ତାପମାତ୍ରା କମିବା ସହ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା ୧୨ ତାରିଖ ଯାଏ ଶୀତର ପ୍ରକୋପ ଜାରି ରହିବ। ଆସନ୍ତା ୧୩ ତାରିଖରୁ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ଶୀତ କମିବ ।

    ସେଥିପାଇଁ ୧୧ ତାରିଖରେ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଓ ଝାରସୁଗୁଡ଼ା ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ୧୨ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ଶୀତ ଲହରୀ ନେଇ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଦେଇଛି । ୧୧ଟି ସ୍ଥାନ ରେ ତାପମାତ୍ରା ୧୦ ଡିଗ୍ରୀ ରହିଛି ବୋଲି କୁହାଯାଇଛି ।

    ଜିଲ୍ଲାର ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତଳେ ରହୁଛି । ଆଜି ସକାଳ ୫ଟା ୩୦ରେ ଝାରସୁଗୁଡ଼ା ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ସକାଳ ୬ଟା ସୁଦ୍ଧା ଶିମିଳିପାଳ ଅଭୟରଣ୍ୟର ବାରହାକାମୁଡାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରହିଛି , ବରେହିପାଣିରେ ୬ ଡିଗ୍ରୀ, ଗୁରୁଗୁଡ଼ିଆରେ ୭ ଡିଗ୍ରୀ ସାତକୋଶିଆରେ ୧୨ ଡିଗ୍ରୀ ରେକର୍ଡ କରାଯାଇଥିବା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

    ଭୁବନେଶ୍ୱରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୧.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ କଟକର ସର୍ବନିମ୍ନ ତାପମାତ୍ରା ୧୧.୬ ଡିଗ୍ରୀ ରହିଛି । ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ଏବଂ ୩ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

    ଶୀତରେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ପାହାନ୍ତିଆରୁ ଘନ କୁହୁଡି ପାଇଁ ଲୋକଙ୍କ ଯାତାୟତରେ ବି ସମସ୍ୟା ଉପୁଜୁଛି । ଶୀତରେ ଲୋକେ ନିଜକୁ ଫିଟ୍ ରଖିବାକୁ ମର୍ଣ୍ଣିଂ ୱାର୍କ ସହ ଖେଳ କୁଦ କରି ସମୟ କାଟୁଛନ୍ତି ।

  • ସକ୍ରିୟ ହେଲା ମୌସୁମୀ,ଆଜିଠୁ ରାଜ୍ୟରେ ବଢିବ ବର୍ଷା

    ସକ୍ରିୟ ହେଲା ମୌସୁମୀ,ଆଜିଠୁ ରାଜ୍ୟରେ ବଢିବ ବର୍ଷା

    ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ବାୟୁମଣ୍ଡଳର ୧.୫ କିମି ରୁ ୭.୬ କିଲୋମିଟର ଉଚ୍ଚତା ମଧ୍ୟରେ ସକ୍ରିୟ ରହିଛି। ଅନ୍ୟପକ୍ଷରେ ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ବିକାନିରରୁ ବାହାରି ଚୁରୁ, ଗୁନା, ସିଦ୍ଧି, ଅମ୍ବିକାପୁର ମଧ୍ୟ ଦେଇ ଓଡ଼ିଶାର ବାଲେଶ୍ୱରରୁ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାର କିଛି ଅଞ୍ଚଳରେ ଆଜି ସକାଳୁ ବର୍ଷା ଲାଗିରହିଛି ଏବଂ ଦୁର୍ବଳ ହୋଇପଡ଼ିଥିବା ମୌସୁମୀ ପୁନର୍ବାର ସ୍ୱାଭାବିକ ସ୍ଥିତିକୁ ଫେର ଆସିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

    ଯାହାଫଳରେ ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ ଓ ବିସ୍ତୃତି । ଅତି ପ୍ରବଳ ବର୍ଷା ପାଇ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କନ୍ଧମାଳ ଏବଂ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି। ସେହିଭଳି କାଲି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୪ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବା ନେଇ ଆକଳନ କରାଯାଇଛି।

    ସେପଟେ ଚଳିତ ମୌସୁମୀ ସିଜିନ୍ ଜୁନ୍ ୧ରୁ ଜୁଲାଇ ୫ ତାରିଖ ମଧ୍ୟରେ ରାଜ୍ୟରେ ୧୭୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୨୫୫.୮ ମିଲିମିଟର ବର୍ଷା ହେବା କଥା । ତେଣୁ ଏଥର ସ୍ବାଭାବିକ ବର୍ଷାଠାରୁ ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଆସନ୍ତା ୫ ଦିନ ବର୍ଷା ନିଅଣ୍ଟିଆ ବର୍ଷାକୁ ଭରଣା କରିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଏହି ସମୟ ମଧ୍ୟରେ ଟୁଇନ୍ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆକାଶ ମେଘାଛନ୍ନ ରହିବା ସହ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ଅସରାଏ, ଦୁଇଅସରା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

  • ଅସହ୍ୟ ହେଉଛି ଗୁଳୁଗୁଳି

    ଅସହ୍ୟ ହେଉଛି ଗୁଳୁଗୁଳି

    ସକାଳୁ ସକାଳୁ ରାଜଧାନୀରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ତାତି ଅସହ୍ୟ ହେଲାଣି ରାଜଧାନୀବାସୀଙ୍କ ପାଇଁ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସକାଳ ସାଢେ ୫ଟା  ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦.୨ ଡିଗ୍ରି ରେକର୍ଡ କରାଯାଇଛି। ଏହାଛଡ଼ା ଏଠାରେ ୯୨% ଆର୍ଦ୍ରତା ଥିବା ସ୍ପଷ୍ଟ ହୋଇଛି। ଆହୁରି ମଧ୍ୟ କୁହାଯାଇଛି ଯେ, ଆଗାମୀ ୩ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏହାର ପ୍ରଭାବରେ ୧୮ ତାରିଖ ଯାଏ ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିବ। ୧୮ ଯାଏଁ କେତେକ ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକଠାକୁ ୫ ରୁ ୭ ଡିଗ୍ରି ଅଧିକ ରେକର୍ଡ ହେବା ସମ୍ଭାବନା ରହିଛି।

    ଉଲ୍ଲେଖଯୋଗ୍ୟ, ଗତକାଲି ରାଜଧାନୀରେ ତାପମାତ୍ରା ୪୨.୪ ଡିଗ୍ରି ରେକର୍ଡ ହୋଇଥିଲା। ଏହା ସ୍ବାଭାବିକ ତାପମାତ୍ରାଠାରୁ ୭.୫ ଡିଗ୍ରି ଅଧିକ ଥିଲା। ସେହିଭଳି କଟକର ତାପମାତ୍ରା ସ୍ବାଭାବିକଠାରୁ ୬.୮ ଡିଗ୍ରି ଅଧିକ (୪୧.୫ ଡିଗ୍ରି) ରହିଥିଲା। କେବଳ ସେତିକି ନୁହେଁ, ଗତକାଲି କେନ୍ଦ୍ରାପଡ଼ାରେ ୪୦ ଡିଗ୍ରି, ଢେଙ୍କାନାଳରେ ୪୨.୫ ଡିଗ୍ରି, ଭଦ୍ରକରେ ୪୧.୫ ଡିଗ୍ରି, ବାଲେଶ୍ବରରେ ୪୦.୬ ଡିଗ୍ରି ରେକର୍ଡ ହୋଇଥିଲା। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ବି ନିଆଁବର୍ଷା ଜାରି ରହିଥିଲା। ପୁଣି ଝାରସୁଗୁଡ଼ା (୪୪.୮ଡିଗ୍ରି) ରାଜ୍ୟର ସବୁଠୁ ତତଲା ଅଞ୍ଚଳ ପାଲଟିଥିଲା। ସ୍ବାଭାବିକଠାରୁ ସେଠାରେ ୮.୭ ଡିଗ୍ରି ଅଧିକ ରହିଥିଲା। ହୀରାକୁଦରେ ୪୪.୧ ଡିଗ୍ରି (ସ୍ବାଭାବିକଠାରୁ ୭.୩ ଡିଗ୍ରି ଅଧିକ), ସୁନ୍ଦରଗଡ଼ଠାରେ ୪୪ ଡିଗ୍ରି (୭.୧ ଡିଗ୍ରି ଅଧିକ), ସମ୍ବଲପୁରଠାରେ ୪୩.୯ ଡିଗ୍ରି (୭.୩ ଡିଗ୍ରି ଅଧିକ) ରହିଥିଲା। ଅର୍ଥାତ୍ ରାଜ୍ୟର ମୋଟ୍‌ ୨୫ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪ ସହରର ତାପମାତ୍ରା ୪୪ ଡିଗ୍ରି ଓ ୪ ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ରହିଥିଲା। ଏଥିସହ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୪ ଡିଗ୍ରିରୁ ଅଧିକ ରହିଥିଲା।

  • ଜୁନ୍ ୪ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ,ଓଡ଼ିଶାକୁ କେବେ?

    ଜୁନ୍ ୪ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ,ଓଡ଼ିଶାକୁ କେବେ?

    ମୌସୁମୀ ପାଇଁ ପାଗ ଅନୁକୂଳ । ଧୀରେ ଧୀରେ ଆଗକୁ ଅଗ୍ରସର ହେଉଛି ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ଏବେ ପାଗ ଅନୁକୂଳ ରହିଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କିଛି ଅଞ୍ଚଳ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର କିଛି ଅଂଶକୁ ଏବେ ଛୁଇଁଛି ମୌସୁମୀ । ସମ୍ପୂର୍ଣ୍ଣ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜକୁ ଏହା ଛୁଇଁସାରିଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ମାଳଦୀପ, କୋମୋରିନ ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହେବ ।

    ସେହିପରି କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ ତଥା ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳକୁ ଧୀରେ ଧୀରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି । ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଭାବେ ଅନୁକୂଳ ରହିଛି । ଜୁନ୍ ୪ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ତେବେ ଓଡ଼ିଶାକୁ ମୌସୁମୀ କେବେ ଛୁଇଁବ, ସେ ନେଇ ଏଯାଏ କୌଣସି ଆକଳନ କରାଯାଇନଥିବା କହିଛି ଭାରତୀୟ ପାଣିପାଗ ବିଭାଗ ।

    କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଦୁଇରୁ ତିନି ଦିନ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଏହା ପରେ ତାପମାତ୍ରା ବୃଦ୍ଧି ପାଇବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଆଗକୁ ଆହୁରୀ ତାପମାତ୍ରା ବଢ଼ିବାର ଆଶଙ୍କା ରହିଛି ।

  • କାଳବୈଶାଖୀ ପ୍ରଭାବ, ୨୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

    କାଳବୈଶାଖୀ ପ୍ରଭାବ, ୨୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

    ରାଜ୍ୟରେ ଏବେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଗୁରୁବାର ଅର୍ଥାତ ୨୫ ତାରିଖ ଅପରାହ୍ଣରେ ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିଲା । ପ୍ରାୟ ୩ ଘଣ୍ଟା ଯାଏ କାଳବୈଶାଖୀ ପ୍ରଭାବରେ ପ୍ରବଳ କଚାଡ଼ିଥିଲା । ଗତକାଲି ମଧ୍ୟରାତ୍ରିରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । କାଳବୈଶାଖୀ ପ୍ରଭାବରେ ଲଗାତାର ୨ ଦିନ ବର୍ଷା ହୋଇଛି । ଆଜି ମଧ୍ୟ ଏହାର ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

    ଆହୁରୀ ୪ ଦିନ ରାଜ୍ୟରେ ଖରା ବର୍ଷା ଲାଗି ରହିବ । ମଧ୍ୟାହ୍ନରେ ତାତି ରହିଲେ ଅପରାହ୍ନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର,ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ବାଦ୍ ଦେଲେ ବାକି ୨୧ଟି ଜିଲ୍ଲାରେ ଆଜି ବିଜୁଳି,ଘଡ଼ଘଡ଼ି ସହ ବର୍ଷିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ବୋଲି କହିଛି ବିଭାଗ । ବିହାର ଠାରୁ ଉତ୍ତର ଓଡ଼ିଶା ଦେଇ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ଲମ୍ବିଥିବା ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

    କାଳବୈଶାଖୀର ପ୍ରଭାବକୁ ନଜରରେ ରଖି ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଲଗାତାର ୨ ଦିନ ପ୍ରଭାବ ପକାଇଥିବା ବେଳେ ଆଜି ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ, ତେଣୁ ସତର୍କ ରହିବାକୁ କୁହାଯାଇଛି ।

  • ପଶ୍ଚିମରେ ତାତି ଅସମ୍ଭାଳ, ରାଜ୍ୟର କିଛି ସ୍ଥାନରେ ବର୍ଷା ଆଶଙ୍କା

    ପଶ୍ଚିମରେ ତାତି ଅସମ୍ଭାଳ, ରାଜ୍ୟର କିଛି ସ୍ଥାନରେ ବର୍ଷା ଆଶଙ୍କା

    ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା । ଦିନ ସାଢ଼େ ଦୁଇଟା ସୁଦ୍ଧା ସମ୍ବଲପୁର ହୋଇଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଏହାର ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ହୀରାକୁଦରେ ୪୧.୮,ଝାରସୁଗୁଡାରେ ୪୦.୪ ଡିଗ୍ରୀ ରହିଛି । ସେହିପରି ଚାନ୍ଦବାଲିରେ ୪୦,ଭୁବନେଶ୍ବରରେ ୩୮.୮ ଏବଂ ବାଲେଶ୍ବରର ତାପମାତ୍ରା ୩୫.୮ ଡିଗ୍ରୀ ରହିଛି । କେନ୍ଦୁଝରରେ ୩୫.୪,ପୁରୀରେ ୩୪,ପାରାଦୀପରେ ୩୩.୪,ଗୋପାଳପୁରରେ ୩୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଣିପାଗ ସ୍ଥିତି ସମାନ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

    ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ । କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବା ଆଶଙ୍କା ମଧ୍ୟ ରହିଛି । ସେପଟେ କାଲିଠାରୁ କାଳବୈଶାଖୀ ଦୁର୍ବଳ ହେବା ସମ୍ଭାବନା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ଉପକୂଳର କିଛି ଜିଲ୍ଲାରେ ବର୍ଷା ହୋଇପାରେ । ଆଭ୍ଯନ୍ତରୀଣ ଓଡ଼ିଶାରେ ତାତି ଅଧିକ ରହିବା ନେଇ ସୂଚନା ମିଳିଛି ।

    ଗତକାଲି କାଳବୈଶାଖୀ ପ୍ରଭାବରେ ୧୧ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ସେହି ସ୍ଥାନ ଗୁଡ଼ିକରେ ଆସନ୍ତାକାଲିଠାରୁ ତାପମାତ୍ରା ବୃଦ୍ଧି ପାଇବ । ସେପଟେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ମୌସମୀ ସକ୍ରିୟ ରହିଛି । ଆଣ୍ଡାମାନ ଓ ନିକୋବର ଦ୍ବୀପର ବିଭିନ୍ନ ଅଂଶକୁ ଅଗ୍ରସର ହେବା ପାଇଁ ସ୍ଥିତି ଅନୁକୂଳ ରହିଛି । ତେବେ ମୌସୁମୀ ଓଡ଼ିଶା କେବେ ଛୁଇଁବ ସେନେଇ କୌଣସି ଆକଳନ କରାଯାଇନଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ ।