Tag: #WaterForAll

  • ରାଜଧାନୀରେ ଖୋଲିଲା ‘ଜଳ ସେବା କେନ୍ଦ୍ର’! ମାର୍ଚ୍ଚରୁ ରଜ ପର୍ଯ୍ୟନ୍ତ ମିଳିବ ମାଗଣା ଥଣ୍ଡା ପାଣି।

    ରାଜଧାନୀରେ ଖୋଲିଲା ‘ଜଳ ସେବା କେନ୍ଦ୍ର’! ମାର୍ଚ୍ଚରୁ ରଜ ପର୍ଯ୍ୟନ୍ତ ମିଳିବ ମାଗଣା ଥଣ୍ଡା ପାଣି।

    ମାର୍ଚ୍ଚ ୨୨, ବିଶ୍ୱ ଜଳ ଦିବସ ଅବସରରେ ରାଜଧାନୀରେ ପୁଣି ଥରେ ମାନବିକତାର ସେବା ଆରମ୍ଭ ହୋଇଛି। ସ୍ଥାନୀୟ ମହାତ୍ମା ଗାନ୍ଧୀ ମାର୍ଗଠାରେ ସାମାଜିକ ଅନୁଷ୍ଠାନ ‘ଜନମଙ୍ଗଳ ପରିଷଦ’ ପକ୍ଷରୁ ଏକ ଭବ୍ୟ ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଆଗାମୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ପଥଚାରୀଙ୍କୁ ରକ୍ଷା କରିବା ପାଇଁ ପରିଷଦ ପକ୍ଷରୁ ଏହି ନିରନ୍ତର ସେବା ଚଳିତ ବର୍ଷ ୧୪ ବର୍ଷରେ ପଦାର୍ପଣ କରିଛି।

    ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ କମିଶନରେଟ୍ ପୋଲିସ ଜୋନ୍-୧ ର ଏସିପି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳଦାନ କେନ୍ଦ୍ରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ କ୍ୟାପିଟାଲ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ସାହୁ ଉପସ୍ଥିତ ରହି ପରିଷଦର ଏହି ଜନହିତକର କାର୍ଯ୍ୟକୁ ପ୍ରଶଂସା କରିଥିଲେ।

    ବିଶ୍ୱ ଜଳ ଦିବସ ମାର୍ଚ୍ଚ ୨୨ ଆରମ୍ଭ ହୋଇଛି | ଆସନ୍ତା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ରହିବ। ଖରାରେ ଯାଉଥିବା ପଥଚାରୀଙ୍କୁ ପ୍ରତ୍ୟେହ ସ୍ଵଚ୍ଛ ଓ ଶୀତଳ ପାନୀୟ ଜଳ ଯୋଗାଇଦେବା। ପରିଷଦର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଦାଶ, ନିରଞ୍ଜନ ସାହୁ, ଅରୁଣ କୁମାର ସ୍ୱାଇଁ, ସୁକାନ୍ତ ମହାନ୍ତି, ବୈଲୋଚନ ସାହୁ, ମାନସ ରଞ୍ଜନ ବସ୍ତିଆ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ପ୍ରମୁଖ ସହଯୋଗ କରିଥିଲେ।

    ଜଳ ହିଁ ଜୀବନ ଏହି ମନ୍ତ୍ରକୁ ପାଥେୟ କରି ଜନମଙ୍ଗଳ ପରିଷଦ ଗତ ୧୪ ବର୍ଷ ଧରି ରାଜଧାନୀବାସୀଙ୍କ ସେବା କରିଆସୁଛି।