Tag: #Traditional

  • “ଆଜି ମହାମହିମ ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟ ଦର୍ଶନ କରିବେ”

    “ଆଜି ମହାମହିମ ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟ ଦର୍ଶନ କରିବେ”

    ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଅଭୟାରଣ୍ୟ ଦର୍ଶନ କରିବେ। ଗତକାଲି ତିନି ରାଇରଙ୍ଗପୁରରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି, ରାତିରେ ଶିମିଳିପାଳରେ ରାତ୍ରିବାସ କରିଥିଲେ। ଆଜି ଶିମିଳିପାଳରେ ତାଙ୍କର ବୈଠକ ଓ କାର୍ଯ୍ୟକ୍ରମ ହେବାକୁ ଯାଇଛି। ଏହା ପରେ ତିନି ଭୁବନେଶ୍ବରକୁ ଫେରିଆସିବେ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ସ୍ବତନ୍ତ୍ର ବାୟୁସେନା ବିମାନ ମାଧ୍ୟମରେ ତିନି ଛତିଶଗଡ଼ ଅଭିମୁଖେ ଯିବେ।ଗତକାଲି ରାଷ୍ଟ୍ରପତି ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ  ସାମିଲ ହେବା ସହ ତାଙ୍କ ଶ୍ବଶୁର ଘର ଗାଁ ପାହାଡ଼ପୁରକୁ ଯାଇଥିଲେ । ସ୍ଥାନୀୟ ବାସିନ୍ଦା ପାରମ୍ପରିକ ଆଦିବାସୀ ନୃତ୍ୟର ତାଳେତାଳେ ରାଷ୍ଟ୍ରପତିଙ୍କୁ ପାଛୋଟି ନେଇଥିଲେ । ଏହା ପରେ ସେ ଏସ୍‌ଏଲ୍‌ଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯାଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବିତୀୟଦିନର ମୟୁରଭଂଜ ଗସ୍ତ ଏକପ୍ରକାର ବ୍ୟସ୍ତବହୁଳ ରହିଥିଲା। ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟଠାରୁ ଆରମ୍ଭ କରି ମହିଳା ଓ ସ୍ଥାନୀୟ ବାସିନ୍ଦାଙ୍କୁ ଭେଟିବା, ଜାହିରାପୀଠରେ ଆଶୀର୍ବାଦ ଭିକ୍ଷା, ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପର୍ଯ୍ୟନ୍ତ ସବୁଠି ଲୋକଙ୍କ ସହିତ ସଂପର୍କ ଯୋଡ଼ିଥିଲେ ।

    ଏହି ମାଟିର ଝିଅ ଭାବେ ଛାପ ଛାଡ଼ିଥିଲେ। ଦେଶର ପ୍ରଥମ ନାଗରିକଙ୍କୁ ପାଖରେ ପାଇ ସମସ୍ତେ ଭାବବିହ୍ବଳ ହୋଇଥିଲେ। ପାରମ୍ପରିକ ନୃତ୍ୟରେ ସ୍ବାଗତ କରିଥିଲେ।  ରାଷ୍ଟ୍ରପତି ଶିମିଳିପାଳ ଯାଇ ଗୁରୁଗୁଡ଼ିଆଠାରେ ଅବସ୍ଥାନ କରିବେ ବୋଲି ଜଣାପଡ଼ିଛି।
    ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଗତକାଲି ରାଇରଙ୍ଗପୁର ଗସ୍ତରେ ଆସି ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ତାଙ୍କ ଶ୍ବଶୁରଘର ଗାଁ ପାହାଡ଼ପୁରକୁ ଯାଇଥିଲେ। ସ୍ଥାନୀୟ ବାସିନ୍ଦା ତାଙ୍କୁ ପାରମ୍ପରିକ ଆଦିବାସୀ ନୃତ୍ୟର ତାଳେତାଳେ ପାଛୋଟି ନେଇଥିଲେ।

    ଏହାପରେ ସେ ଏସ୍‌ଏଲ୍‌ଏସ୍‌ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯାଇଥିଲେ। ସେଠାରୁ ରାଷ୍ଟ୍ରପତି ଚାଲିଚାଲି ମୁର୍ମୁଛକ ପର୍ଯ୍ୟନ୍ତ ଆସି ସ୍ବାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଏହି ସମୟରେ ତାଙ୍କ ଭାଇ ତରଣୀସେନ ଓ ଝିଅ ଇତିଶ୍ରୀ ଉପସ୍ଥିତ ଥିଲେ ।  ସେଠାରୁ ଚାଲିଚାଲି ଗୋଷାଣୀପୀଠକୁ ଯାଇଥିଲେ। ସାନ୍ତାଳୀ ପାରମ୍ପରିକ ରୀତିନୀତି ଅନୁଯାୟୀ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ଗ୍ରାମବାସୀ। ଗୋଷାଣୀ ପୀଠରେ ଦେବଦେବୀଙ୍କଠାରୁ ଆଶୀର୍ବାଦ ଭିକ୍ଷା କରି ଗ୍ରାମବାସୀଙ୍କ ସହିତ ଭାବ ବିନିମୟ କରିଥିଲେ। ଏହାପରେ ଜାହିରା ପୀଠକୁ ଯାଇ ଜାହିରା ଆୟୋ (ଜାହିରା ମାଆ)ଙ୍କ ଆଶୀର୍ବାଦ ନେଇଥିଲେ। ସେଠାରେ ମହିଳାମାନଙ୍କ ସହ ଆଲୋଚନା କରିବା ସହ ଗାଁର କିଛି ପିଲାଙ୍କୁ ଚକୋଲେଟ୍‌ ବାଣ୍ଟିଥିଲେ ।

    ପରେ ପାହାଡ଼ପୁରସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ଯାଇ ସେଠାରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥିଲେ। ସେମାନଙ୍କ ସହିତ ପାଠପଢ଼ା ସଂପର୍କରେ ଆଲୋଚନା କରିଥିଲେ। ଗ୍ରାମର କିଛି ବେକାର ଯୁବକଯୁବତୀଙ୍କୁ ଡାକି କିପରି ରୋଜଗାରକ୍ଷମ ହୋଇପାରିବେ, ସେ ନେଇ ପରାମର୍ଶ ଦେଇଥିଲେ। ଏସ୍‌ଏଲ୍‌ଏସ୍‌ ଟ୍ରଷ୍ଟ ବୋର୍ଡର ସଦସ୍ୟଙ୍କୁ ବିଦ୍ୟାଳୟକୁ ସୁନ୍ଦର ଭାବରେ ପରିଚାଳିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

  • ଫେବୃଆରି ୭–୮: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଲେସିଆ ଯାତ୍ରା, ଭାରତ–ମାଲେସିଆ ସମ୍ପର୍କ ବୃଦ୍ଧି ପାଇଁ ଦ୍ୱିପକ୍ଷିକ ଆଲୋଚନା

    ଫେବୃଆରି ୭–୮: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଲେସିଆ ଯାତ୍ରା, ଭାରତ–ମାଲେସିଆ ସମ୍ପର୍କ ବୃଦ୍ଧି ପାଇଁ ଦ୍ୱିପକ୍ଷିକ ଆଲୋଚନା

    ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ନିମନ୍ତ୍ରଣରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭–୮ ଫେବୃଆରି ତାରିଖରେ ମାଲେସିଆ ଗସ୍ତ କରିବେ। ଏହା ମୋଦୀଙ୍କ ତୃତୀୟ ମାଲେସିଆ ଯାତ୍ରା ହେବ। ମୋଦୀଙ୍କ ପ୍ରଥମ ମାଲେସିଆ ଗସ୍ତ ଅଗଷ୍ଟ ୨୦୨୪ରେ ହୋଇଥିଲା, ଯେଉଁଥିରେ ଭାରତ–ମାଲେସିଆ ଦ୍ୱିପକ୍ଷିକ ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ସହଭାଗିତା ଦ୍ୱାରା ଉନ୍ନତି ମିଳିଥିଲା।

    ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଭାରତ–ମାଲେସିଆ ସମ୍ପର୍କର ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷିକ ଆଲୋଚନା କରିବେ।ମୋଦୀ ଏହି ଗସ୍ତବେଳେ ମାଲେସିଆରେ ରହୁଥିବା ଭାରତୀୟ ସମୁଦାୟ ଲୋକ, ଶିଳ୍ପ ଓ ବ୍ୟବସାୟ ଜଗତର ପ୍ରତିନିଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସହିତ ଦଶମ ଭାରତ-ମାଲେସିଆ ସିଇଓ ଫୋରମ୍ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଭାରତ ଓ ମାଲେସିଆ ମଧ୍ୟ‌ରେ ଐତିହାସିକ, ସାଂସ୍କୃତି ତଥା ସଭ୍ୟତାଗତ ସମ୍ପର୍କ ରହିଛି ।

    ଏହାସହିତ ମାଲେସିଆରେ ୨.୯ ନିୟୁତ ଭାରତୀୟଙ୍କ ଉପସ୍ଥିତି ଏହି ସମ୍ପର୍କକୁ ଅଧିକ ମଜଭୁତ କରିଥାଏ। ବିଦେଶରେ ରହୁଥିବା ଭାରତୀୟ ସମୁଦାୟଙ୍କ ମଧ୍ୟରେ ଏହା ତୃତୀୟ ସର୍ବାଧିକ। ଅଧିକାରୀମାନେ କହିଛନ୍ତି ଯେ ଏହି ଗସ୍ତ ଉଭୟ ନେତାଙ୍କୁ ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା, ସାମୁଦ୍ରିକ ସହଯୋଗ, ଡିଜିଟାଲ୍ ଏବଂ ଆର୍ଥିକ ପ୍ରଯୁକ୍ତିବିଦ୍ୟା, ଶକ୍ତି, ସ୍ୱାସ୍ଥ୍ୟସେବା, ଶିକ୍ଷା, ସାଂସ୍କୃତିକ ତଥା ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକରେ ସହଯୋଗ ସମୀକ୍ଷା କରିବାର ସୁଯୋଗ ପ୍ରଦାନ କରିବ । ଆଲୋଚନାରେ ବ୍ୟକ୍ତି ବ୍ୟକ୍ତି ସମ୍ପର୍କକୁ ମଜବୁତ କରିବା ଏବଂ ପାରସ୍ପରିକ ଲାଭ ପାଇଁ ଭବିଷ୍ୟତର ସମ୍ପର୍କ ପାଇଁ ଏକ ମାର୍ଗ ପ୍ରସ୍ତୁତ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ଆଶା କରାଯାଉଛି ।

  • ବଦଳିବ ବିକୃତ ଇଂରାଜୀ ସ୍ଥାନନାମ: ଓଡ଼ିଆ ଉଚ୍ଚାରଣକୁ ସରକାରୀ ସ୍ୱୀକୃତି

    ବଦଳିବ ବିକୃତ ଇଂରାଜୀ ସ୍ଥାନନାମ: ଓଡ଼ିଆ ଉଚ୍ଚାରଣକୁ ସରକାରୀ ସ୍ୱୀକୃତି

    ରାଜ୍ୟର ଅନେକ ସ୍ଥାନରେ ଦୀର୍ଘଦିନ ଧରି ଚାଲିଆସୁଥିବା ବିକୃତ ଇଂରାଜୀ ନାମ ବଦଳିବ। ଓଡ଼ିଆ ଭାଷା ଓ ସାଂସ୍କୃତିକ ଐତିହ୍ୟକୁ ସରକାରୀ ରେକର୍ଡରେ ସଠିକ ଭାବେ ପ୍ରତିବିମ୍ବିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏହି ପଦକ୍ଷେପ ନେଇଛନ୍ତି। ବିଭିନ୍ନ ସ୍ଥାନର ଇଂରାଜୀ ନାମରେ ଥିବା ତ୍ରୁଟି ସୁଧାରିବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି।

    ବର୍ତ୍ତମାନ ରାଜ୍ୟର ଅନେକ ଜିଲ୍ଲା, ଉପଖଣ୍ଡ, ତହସିଲ ଓ ବ୍ଲକର ନାମ ଇଂରାଜୀରେ ଭୁଲ ଭାବେ ଲେଖାଯାଇ ଭ୍ରାନ୍ତ ଉଚ୍ଚାରଣରେ ବ୍ୟବହୃତ ହେଉଛି। ଏହାକୁ ସଠିକ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ସଂଶୋଧନ କରାଯିବ। ଏହି ପ୍ରକ୍ରିୟାରେ ମାଲକାନଗିରି, ଦେବଗଡ଼, କନ୍ଧମାଳ, ଖୋର୍ଦ୍ଧା, ଅନୁଗୁଳ, କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର, ସମ୍ବଲପୁର ଓ ନୟାଗଡ଼ ସହିତ ଅନ୍ୟାନ୍ୟ ଜିଲ୍ଲାର ନାମ ସଠିକ କରାଯିବ।ପ୍ରସ୍ତାବିତ ସଂଶୋଧନ ସମ୍ପର୍କରେ ସାଧାରଣ ଲୋକଙ୍କର କୌଣସି ଆପତ୍ତି କିମ୍ବା ପରାମର୍ଶ ଥିଲେ ୧୫ ଦିନ ମଧ୍ୟରେ ଲେଖିତ ଭାବେ ଦାଖଲ କରିବାକୁ ବିଭାଗ ପକ୍ଷରୁ ଆହ୍ୱାନ କରାଯାଇଛି । ନିର୍ଦ୍ଧାରିତ ସମୟ ପରେ ପ୍ରାପ୍ତ ମତାମତ ଗ୍ରହଣ କରାଯିବ ନାହିଁ । ଯଦି ନିର୍ଦ୍ଧାରିତ ସମୟସୀମାରେ କୌଣସି ଆପତ୍ତି ମିଳିନାହିଁ, ତେବେ ସରକାର ଆଇନାନୁସାରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବେ । ଏହି ପଦକ୍ଷେପ ଫଳରେ ସରକାରୀ ରେକର୍ଡରେ ସ୍ଥାନନାମଗୁଡ଼ିକର ସଠିକ ଓଡ଼ିଆ ରୂପ ସୁନିଶ୍ଚିତ ହେବା ସହ ରାଜ୍ୟର ଐତିହ୍ୟ ଓ ଭାଷାଗତ ପରିଚୟ ଅଧିକ ସୁଦୃଢ଼ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

  • ହସ୍ତତନ୍ତ ବସ୍ତ୍ର ପ୍ରତି ବଢୁଛି ଲୋକପ୍ରିୟତା

    ହସ୍ତତନ୍ତ ବସ୍ତ୍ର ପ୍ରତି ବଢୁଛି ଲୋକପ୍ରିୟତା

    ଦିନକୁ ଦିନ ହସ୍ତତନ୍ତ ବସ୍ତ୍ର ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ପ୍ରକାଶ ପାଉଛି। ବିଶେଷ କରି ଓଡ଼ିଶାର ସମ୍ବଲପୁରୀ ବସ୍ତ୍ର ସହ ରାଜ୍ୟର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପରିଧାନ ପାଇଁ ଲୋକଙ୍କ ଆଗ୍ରହ ଦେଖା ଯାଉଛି। ଏହି ହସ୍ତତନ୍ତ ବସ୍ତ୍ରର ବ୍ୟବସାୟୀକରଣ କରିବାର ଆବଶ୍ୟକତା ଦେଖି ରାଜ୍ୟ ସରକାର ହସ୍ତତନ୍ତ ମେଳା ଆୟୋଜନ କରୁଛନ୍ତି। ଏହାର ଲକ୍ଷ୍ୟ ହେଉଛି ବୁଣାକାର ମାନଙ୍କୁ ସିଧାସଳଖ ବଜାର ସହ ଯୋଡିବା ଓ ସଠିକ୍ କାମକୁ ସଠିକ୍ ଦାମ ଦେବା। ଏହି ଉଦ୍ଦେଶ୍ୟ ରଖି କେନ୍ଦୁଝର ଜିଲ୍ଲାର ଗଣ ପର୍ବ ଭାବେ ପରିଚିତ କାଳୀ ପୂଜା ଅବସରରେ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳା ଆୟୋଜନ କରାଯାଇଛି। ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାକୁ କେନ୍ଦୁଝରଗଡ ପୌରପାଳିକା ନଗରପାଳିକା ନିକୁ ସାହୁ ଗୁରୁବାର ସନ୍ଧ୍ୟାରେ ଉଦଘାଟନ କରିଥିଲେ।। ଏହି ଅବସରରେ ଡିଏଫ୍ଓ ଧନରାଜ ଏଚ ଡି, ଉପଜିଲ୍ଲାପାଳ ରାମଚନ୍ଦ୍ର କିଷ୍କୁଙ୍କ ସହ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

    ପ୍ରସିଦ୍ଧ କାଳୀପୂଜା ଉପଲକ୍ଷେ ଜେଲରୋଡ ଠାରେ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନବ୍ୟାପୀ ବୟନିକା ପକ୍ଷରୁ ୬୦ଟି ଷ୍ଟଲରେ ହସ୍ତତନ୍ତ ଶିଳ୍ପ ପ୍ରଦର୍ଶନୀ ଓ ବିକ୍ରୟ ମେଳା ହେବ। ଏହି ଆୟୋଜନ କେନ୍ଦୁଝର ପୂଜା ବଜାରକୁ ଅଧିକ ସରଗରମ କରିଛି । ପ୍ରକାଶ ଯେ ଗତବର୍ଷ ଆୟୋଜିତ ହୋଇଥିବା ମେଳାରେ ୯୦ ଲକ୍ଷ ଟଙ୍କା ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ଏକ କୋଟି ଟଙ୍କାରୁ ଉର୍ଦ୍ଧ ବ୍ୟବସାୟ କରିବାର ଲକ୍ଷ୍ୟ ରଖିଛି ହସ୍ତତନ୍ତ ବିଭାଗ।

  • କନ୍ଧମାଳ: ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ବିସର୍ଜନ

    କନ୍ଧମାଳ: ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ବିସର୍ଜନ

    କେଉଁଠି ଡିଜେ ବଜାଇ ବିସର୍ଜନ ହେଉଛି, ତ କେଉଁଠି ପାରମ୍ପରିକ ବାଦ୍ୟ ବଜାଇ, ଆଉ କେଉଁଠି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା ଗଜଲକ୍ଷ୍ମୀଙ୍କ ବିସର୍ଜନ ହେଉଛି କନ୍ଧମାଳ ଜିଲ୍ଲାରେ। ଟ୍ରକରେ ମାଆଙ୍କ ମୁଣ୍ମୟୀ ମୂର୍ତ୍ତି ବିସର୍ଜନ ପାଇଁ ଆଗେଇ ଯାଉଥିବା ବେଳେ ପୂଜା ମଣ୍ଡପର କର୍ମକର୍ତ୍ତା ବିଭିନ୍ନ ବାଦ୍ୟଯନ୍ତ୍ର, ଡିଜେ ବଜେଇ ମାଆଙ୍କ ଆଗ ଓ ପଛରେ ଭକ୍ତି ଭାବରେ ଚାଲିଛନ୍ତି। ଏକ ସୁସ୍ଥ, ଶୃଙ୍ଖଳିତ ବାତାବରଣ ଭିତରେ ମହିଳାମାନଙ୍କ ଦ୍ୱାରା କଳସ ଯାତ୍ରା ସହ ନଗର ପରିକ୍ରମା କରାଯାଇଛି। ହିନ୍ଦୁ ସଂସ୍କୃତିର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଦେଖାଇଛନ୍ତି ପଦାସାହି ବାସିନ୍ଦା । ପ୍ରତ୍ୟେକ ପୂଜା ଶେଷରେ ବିଭିନ୍ନ ପ୍ରକାରର ବିକଟାଳ ବାଜା ଡି.ଜେ ସହ ଅଶ୍ଳୀଳ ନୃତ୍ୟ ଏବଂ ମଦ୍ୟପାନ କରି ମୂର୍ତ୍ତି ବିସର୍ଜନ କରାଯାଇଛି।

    ଏଥିପାଇଁ ସହରରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହିପରି ସଂସ୍କୃତି ସମ୍ପନ୍ନ ବିସର୍ଜନ ବ୍ୟବସ୍ଥାକୁ ଅଞ୍ଚଳ ବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି । ସେହିପରି ବରାଲିନି ବଜାର କମିଟି ପକ୍ଷରୁ ମଧ୍ୟ ଜାକଜମକରେ ବିସର୍ଜନ ହେଉଅଛି। ଜିଲ୍ଲା ଏବଂ ଜିଲ୍ଲା ବାହାରୁ ବହୁ ସାଂସ୍କୃତିକ ଟିମ୍ ସେମାନଙ୍କ କଳା ପ୍ରଦର୍ଶନ କରୁଛନ୍ତି ଏହି କାର୍ଯ୍ୟକ୍ରମରେ। ବିସର୍ଜନ ଦେଖିବାକୁ ମଧ୍ୟ ରାସ୍ତା କଡରେ ଅନେକ ଲୋକଙ୍କ ଗହଳି ଦେଖିବାକୁ ମିଳିଛି।