Tag: #Teacher

  • ଆଶ୍ରମ ବିଦ୍ୟାଳୟରେ ଅଘଟଣ, ସୂଚନା ଫଳକ ପଡି ଛାତ୍ର ମୃତ

    ଆଶ୍ରମ ବିଦ୍ୟାଳୟରେ ଅଘଟଣ, ସୂଚନା ଫଳକ ପଡି ଛାତ୍ର ମୃତ

    କୋରାପୁଟ ଜିଲ୍ଲା ଆଶ୍ରମ ସ୍କୁଲରେ ଆଉ ଏକ ଅଭାବନୀୟ ଘଟଣା । ପାଖାପାଖି ୯ଜଣ ଛାତ୍ର ଛାତ୍ରୀ ଏହି ତିନି ମାସ ଭିତରେ ମୃତ୍ୟୁବରଣ କରିସାରିଲେଣି । ଏବଂ ଆଜି ସଖାଳୁ ଗାନ୍ଧୀନଗର ଆଶ୍ରମ ସ୍କୁଲରେ ୩ଟି ଛାତ୍ର ବ୍ରସ କରୁଥିବା ସମୟରେ ଯାହା କର୍ତ୍ତୃପକ୍ଷ କହୁଛନ୍ତି । ସେ ଭିତରୁ ସୂଚନା ଫଳକ ପଡି ଜଣଙ୍କର ମୃତ୍ୟୁ ହେଇଗଲା। ଅନ୍ୟ ଜଣଙ୍କର ଗୋଡ଼ ଭାଙ୍ଗିଗଲା । ଏବଂ ଅନ୍ୟ ଜଣେ ସିରିୟସ କଣ୍ଡିସନରେ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ । ପରିବାର ଲୋକ ଏବଂ ଗ୍ରାମବାସୀ ଯାହା ସନ୍ଦେହ କରୁଛନ୍ତି ଛାତ୍ର ଜଣକୁ ମର୍ଡର କରାଯାଇଛି । ଏବଂ ଗୋଟେ ସିମେଣ୍ଟ ସାଇନ ବୋର୍ଡ ପଡିଯାଇଛି ବୋଲି ମିଥ୍ୟା ତଥ୍ୟ ଦର୍ଶାଉଛନ୍ତି ଜିଲ୍ଲା ପ୍ରଶାସନ, ସ୍କୁଲ କର୍ତ୍ତୃପକ୍ଷ, ସରକାର । ଯାହାର ପ୍ରତିରୋଧରେ ବିଜେଡିର ରାସ୍ତାରୋକ । ଏଭଳି ଅଭିଯୋଗ ଆଣିଛନ୍ତି ବିଜେଡି କର୍ମଚାରୀ। ସୂଚନା ଫଳକ ପଡି ଛାତ୍ର ମୃତ୍ୟୁ । କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ସରକାରୀ ଉନ୍ନିତ ଆଶ୍ରମ ବିଦ୍ୟାଳୟରେ ଅଘଟଣ ଘଟିଛି । ମୃତକ ଗୁମୁଡା ପଂଚାୟତ ସୁଉନିଗୁଡା ଗାଁର ପ୍ରେମାନନ୍ଦ ଭତ୍ରା । ସେ ତୃତୀୟ ଶ୍ରେଣୀରେ ପଢୁଥିଲେ । ସକାଳୁ ବ୍ରସ୍ କରିବା ସମୟରେ ଦୁଇ ଛାତ୍ରଙ୍କ ଉପରେ ସୂଚନା ଫଳକ ପଡିଯାଇଥିଲା । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ତାଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

    ଛାତ୍ର ମୃତ୍ୟୁ ଘଟଣାରେ ତଦନ୍ତ ଦାବି ଓ ମୃତ ଛାତ୍ର ପରିବାରଙ୍କ କ୍ଷତି ପୂରଣ ଦାବିରେ ବିଜେଡିର ରାସ୍ତାରୋକ । ଧାରଣାରେ ସାମିଲେ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ପୂର୍ବତନ ବିଧାୟକ ଚଦ୍ର ଶେଖର ମାଝୀ, ଡାବୁ ଗାଁ ବିଧାୟକ ମନହର ରନ୍ଧାରୀ । ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲା ବିଜେଡି ।

  • ରାଜରାସ୍ତାରେ ଦେଶର ଭବିଷ୍ୟତ

    ରାଜରାସ୍ତାରେ ଦେଶର ଭବିଷ୍ୟତ

    ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଲେ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ । ସଂଘର ଶିକ୍ଷକମାନେ ବିଭିନ୍ନ ଜିଲ୍ଲାରୁ ଆସି ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏକାଠି ହୋଇ ବିଧାନସଭା ଆଡ଼କୁ ଶୋଭାଯାତ୍ରାରେ ଯାଇଥିଲେ । ସାରା ରାଜ୍ୟରେ ଥିବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଶିଶୁ ବାଟିକା ପାଖରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ବିଷୟ ପଢ଼ାଉଥିବା ବେଳେ, ଠିକା କର୍ମଚାରୀ ଭାବେ ସାରା ରାଜ୍ୟରେ ୧୩ ହଜାରରୁ ଅଧିକ ଶିକ୍ଷକ କାର୍ଯ୍ୟରତ ।

    ଦାବି ସରକାର ପୂରଣ କର ନାରା ଦେଇ ବସିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ଅଗଷ୍ଟ ୨୨ ତାରିଖରେ ଶିକ୍ଷାକଙ୍କୁ ନିୟମିତ କରିବାକୁ ଘୋଷଣା କରିଥିଲେ ମଧ୍ୟ, ୪ ମାସ ବିତିଯିବା ପରେ ବି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ବାହାରୁନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଶିକ୍ଷାକ ସଂଘ ।

    ବିଦ୍ୟଳୟରେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଯୁକ୍ତି ପାଇଛନ୍ତି, ସେମାନଙ୍କ ଭବିଷ୍ୟତ ଆଜି ଅଜୀବି ଅସୁରକ୍ଷିତ । ସେମାନେ ସରକାରୀ କର୍ମଚାରୀ ନୁହନ୍ତି। ଏବେ ଯାଏଁ ୨୪ ମୃତ ଶିକ୍ଷକଙ୍କର ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି । ତାହା ପ୍ରତି ସରକାର କୌଣସି ଦୃଷ୍ଟି ଦେଉନାହାନ୍ତି ।ଏଥିପାଇଁ ପ୍ରାଥମିକ ଶିକ୍ଷକଙ୍କ ଦାବିହେଉଛି ଯେ, ଗ୍ରେଡ୍ ପେ’କୁ ୨୨ଶହ ରୁ ୪୨ଶହ କରାଯାଉ । ୪୨ଶହ ଗ୍ରେଡ୍ ପେ’ ହେଲେ ଶିକ୍ଷକଙ୍କ ମୂଳ ଦରମା ୩୪,୫୦୦ ଟଙ୍କା ହେବ । ୨୨ଶହ ଗ୍ରେଡ୍ ପେ’ ଅନୁସାରେ ସେମାନଙ୍କ ମୂଳ ଦରମା ୨୩,୦୦୦ ଟଙ୍କା ରହିଛି ।

    ସେହିପରି ଠିକାରେ ନିଯୁକ୍ତ ପ୍ରାୟ ୧୩ ହଜାର ଶିକ୍ଷକଙ୍କୁ ନିୟମିତ କରିବାକୁ ସଂଘ ଦାବି କରୁଛି । ୨୦୧୭, ୨୦୨୨ ଓ ୨୦୨୩ରେ ବି ଏମିତି ପ୍ରାଥମିକ ଶିକ୍ଷକ ଗ୍ରେଡ୍ ପେ’ ବୃଦ୍ଧି ଦାବିରେ ରାଜଧାନୀରେ ଆନ୍ଦୋଳନ କରିଥିଲେ । ସେତେବେଳେ ବି ସରକାର ଦେଇଥିଲେ ପ୍ରତିଶ୍ରୁତି, ଏମିତିକି ୨୦୧୭ରେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ବି ଦାବି ପୂରଣ କରି ନ ଥିଲେ ପୂର୍ବ ସରକାର । ଏହି ଆନ୍ଦୋଳନ ଯୋଗୁଁ ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହେଉଛି । ଆଗକୁ ବାର୍ଷିକ ପରୀକ୍ଷା ମଧ୍ୟ ରହିଛି । ଏପଟେ ଦାବିଗୁଡ଼ିକ ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ମହାସଂଘର ରାଜ୍ୟ ସଭାପତି ଚେତାବନୀ ଦେଇଛନ୍ତି ।

  • ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା

    ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା

    ଘଷିପୁରା ବ୍ଲକ ଅନ୍ତର୍ଗତ ସାଇଁକୁଳ ସ୍ଥିତ ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଘସିପୁରା ବ୍ଲକ ଶାରୀରିକ ଶିକ୍ଷା ଶିକ୍ଷକ ସଂଗଠନ ତରଫରୁ ଆୟୋଜିତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଦେଓଗାଁ କୁଶଳେଶ୍ଵର ଉଚ୍ଚବିଦ୍ୟାଳୟ ର ଶାରୀରିକ ଶିକ୍ଷା ଶିକ୍ଷକ ନିରଞ୍ଜନ ଚକ୍ର, ଗଁପୁର ଓଁମା ସରସ୍ୱତୀ ବିଦ୍ୟାପୀଠ ର ଶାରୀରିକ ଶିକ୍ଷା ଶିକ୍ଷକ ଅରୁଣ ପଣ୍ଡା ଙ୍କୁ ସଂଗଠନ ତରଫରୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି।ନେହେରୁ ସରକାରୀ ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଲିଲିମା ଖୁଣ୍ଟିଆ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅବସରପ୍ରାପ୍ତ ବିଇଓ ଆନନ୍ଦପୁର ଶରତ ରାଉତ ଯୋଗଦାନ କରିଥିଲେ।

    ଉକ୍ତ ସଭା ରେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ ନନ୍ଦକିଶୋର ବେହେରା,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ କାର୍ତ୍ତିକ ପ୍ରସାଦ ଶତପଥି, ବାବାଜୀ ଚରଣ ଜେନା, ଦୁର୍ଯ୍ୟୋଧନ ଜେନା, ଭିମସେନ ନାଥ, ପ୍ରଦ୍ୟୁମ୍ନ ଚକ୍ର,ଛାୟାମଣୀ ପରିଡ଼ା, ସୁଦର୍ଶନ ଭଞ୍ଜ ଯୋଗଦାନ କରିଥିଲେ । ଦୁଇ କ୍ରୀଡା ଶିକ୍ଷକ ପିଲାମାନଙ୍କୁ କ୍ରିଡାର ଉପକାରିତା ,ଶିକ୍ଷା ସହ ଶାରୀରିକ ଶିକ୍ଷା ଦ୍ଵାରା ଜିଲ୍ଲା ତଥା ରାଜ୍ୟରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ମାଧ୍ୟମରେ ବିଭିନ୍ନ ଖେଳରେ ଚମ୍ପିୟାନ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ବେଳେ ଆଜି ବିଦାୟ ସମ୍ବର୍ଦ୍ଧନା ଉତ୍ସବ ରେ ଦୁଇ ଶିକ୍ଷକ ସଦାସର୍ବଦା ମନେରହିବେ ବୋଲି ଅଭିଭାଷଣରେ ଅତିଥିମାନେ କହିଥିଲେ।

    ଶାରୀରିକ ଶିକ୍ଷା ଶିକ୍ଷକ ସଂଗଠନର ସମ୍ପାଦକ ବିଜୟ କୁମାର ସାହୁଙ୍କ ମଞ୍ଚ ପରିଚାଳନାରେ ଅତିଥି ପରିଚୟ ପ୍ରଦାନ ମୃଣ୍ମୟୀ ପାତ୍ର ଓ ସୁରେଶ ଭୁୟାଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶାରୀରିକ ଶିକ୍ଷା ଶିକ୍ଷକ ସଂଗଠନର ବରଦା ପ୍ରସନ୍ନ ଖୁଣ୍ଟିଆ, ଦେବାଶିଷ ରାଉତ, ଭଞ୍ଜ ସୋରେନ୍, ଉମା ଶଙ୍କର ରାଉତରାୟ,ପ୍ରତ୍ୟୁଷ ମହାନ୍ତି, ଲକ୍ଷ୍ମୀପ୍ରିୟା ରାଉତ , ମଧୁସ୍ମିତା ଜେନା, ପ୍ରଭାଶ୍ରୀ ଷଡ଼ଙ୍ଗୀ, ସୁଚିଶ୍ମିତା ମହାନ୍ତି , ବିଦୁଭୁଷଣ ଜେନା, ମାନସ ଜେନା,ମୀନହରୀ ପେରେଇ, ପ୍ରକାଶ ବିଶ୍ଵାଳ, ପ୍ରସନ୍ନ ସାହୁ, ସନ୍ତୋଷ ସାହୁ,ପ୍ରମୁଖ ଯୋଗଦାନ କରିଥିଲେ।

  • ବନ୍ଦ କୋଠରୀରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ

    ବନ୍ଦ କୋଠରୀରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ

    ବନ୍ଦ କୋଠରୀରୁ ଉଦ୍ଧାର ହେଲା ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୁନେଇବିଲି ଗ୍ରାମରେ। ମୃତ ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କ ଗୁନେଇବିଲି ଗାଁର ପ୍ରଭାତୀ ଦେହୁରୀ ବୋଲି ଜଣାପଡିଛି । ପ୍ରଭାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଶ୍ଵଶୁର ଘର ସାମ୍ନାରେ ଥିବା ଏକ ବନ୍ଦ କୋଠରୀରୁ ମୃତ ଦେହ ଉଦ୍ଧାର କରାଯାଇଛି । ପ୍ରଭାତୀ ତୁମୁସିଙ୍ଗା ଗାଁ ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଆଜକୁ ଦୁଇ ବର୍ଷ ତଳେ ସ୍ୱାମୀ ସତ୍ୟାନନ୍ଦ ପ୍ରଧାନଙ୍କର ମୃତ୍ୟୁ ହୋଇସାରିଛି ।

    ତେବେ ଘର ପାଖ ବନ୍ଦ କୋଠରୀ ଭିତରୁ ଆଜି ତାଙ୍କ ସନ୍ଦେହ ଜନକ ମୃତ ଦେହକୁ ନେଇ ଏବେ ସସପେନ୍ସ ବଢି ଚାଲିଛି । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ଖବରପାଇ ଘଟଣାସ୍ଥଳରେ ତୁମୁସିଙ୍ଗା ପୋଲିସ ପହଞ୍ଚି ଶବ ଜବତ କରିବା ସହ ସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମର ସହାୟତା ନେଇଛି ।

  • ମଦୁଆ ଶିକ୍ଷକଙ୍କ ତାଣ୍ଡବ, ଛାତ୍ରଛାତ୍ରୀଙ୍କୁ ଦେଲେ ହଗା-ନଗା ମାଡ

    ମଦୁଆ ଶିକ୍ଷକଙ୍କ ତାଣ୍ଡବ, ଛାତ୍ରଛାତ୍ରୀଙ୍କୁ ଦେଲେ ହଗା-ନଗା ମାଡ

    ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ବର, ଗୁରୁ ସାକ୍ଷାତ ପରଂ ବ୍ରହ୍ମ, ତସ୍ମୟଶ୍ରୀ ଗୁରବେ ନମ, ପିତାମାତାଙ୍କ ପରେ ଶିକ୍ଷକଙ୍କୁ ହିଁ ଦ୍ବିତୀୟ ଭଗବାନ ବୋଲି କୁହାଯାଏ, କିନ୍ତୁ ସେହି ଭଗବାନ ଆଜି ରାକ୍ଷସ ପରି କାମ କରିଥିବା ଦେଖିବାକୁ ମିଳିଛି ।

    ସୂଚନା ଅନୁସାରେ,ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡଭା ପଂଚାୟତ ଠାକୁରଦିଆ ଗାଁ ବିଦ୍ୟାଳୟର ସହକାରୀ ଶିକ୍ଷକ ପଦ୍ମଲୋଚନ ମୁନାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ ।

    ଶିକ୍ଷକ ଜଣକ ମଦ୍ୟପାନ କରି ନିର୍ମମ ଭାବେ ୧୬ ଜଣ ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାସହ ଜୋତାରେ ଗୋଇଠା ମାରିବା ଭଳି ଅଭିଯୋଗ ଆଣିଛନ୍ତି ଅଭିଭାବକ ମାନେ ।

  • ଧାର ଦେଇଥିବା ଟଙ୍କା ମାଗିବାରୁ ବନ୍ଧୁକ ଦେଖାଇ ଧମକ

    ଧାର ଦେଇଥିବା ଟଙ୍କା ମାଗିବାରୁ ବନ୍ଧୁକ ଦେଖାଇ ଧମକ

    ଠିକାଦାର କାମ କରିବାକୁ ଟଙ୍କା ଲେଣଦେଣ ହେବାର ପାଞ୍ଚ ବର୍ଷ ପରେ ମଧ୍ୟ ଟଙ୍କା ସୁଝି ନ ପାରିବାରୁ ହେଲା ବଚସା । ଆଉ ବଚସା ବଢ଼ି ବନ୍ଧୁକ ଦେଖାଇ ଧମକ ଦେବାପର୍ଯ୍ୟନ୍ତ କଥାଗଲା । କିନ୍ତୁ ଘଟଣା ଏତିକିରେ ଶେଷ ହେଲାନାହିଁ, ନ୍ୟାୟ ପାଇଁ ଉଭୟ ପକ୍ଷ ପାଟକୁରା ଥାନାର ଦ୍ୱାରସ୍ତ ହେଲେ । ଘଟଣାଟି ଘଟିଛି ପାଟକୁରା ଥାନା ଅନ୍ତର୍ଗତ ତଳସଙ୍ଗା ଅଞ୍ଚଳରେ।

    ତଳସଙ୍ଗାର ରଂଜିତ ନାୟକ ଓ ଜଣେ ସରକାରି ଶିକ୍ଷକ ସୁସାନ୍ତ ପଲେଈ ଗରାପୁର ଅଞ୍ଚଳର ତୁଷାରକାନ୍ତ ପରିଡାଙ୍କଠାରୁ ଠିକାଦାରି କାମ ପାଇଁ ପାଖାପାଖି ୧୨ ଲକ୍ଷ ଟଙ୍କା ଉଧାର ନେଇଥିଲେ । ଉଧାର ଟଙ୍କାରେ ଠିକାଦାରି କାମ ଶେଷ ହୋଇଥିଲା; କିନ୍ତୁ ଟଙ୍କା ଧାର ଦେଇଥିବା ତୁଷାରକାନ୍ତ ପରିଡା ତାଙ୍କ ୧୨ ଲକ୍ଷ୍ ଟଙ୍କା ଫେରସ୍ତ ପାଇନଥିଲେ । ଏହା ଭିତରେ ଟଙ୍କା ଉଧାର ଆଣିବା ଘଟଣାକୁ ୫ ବର୍ଷ ବିତି ଯାଇଥିଲା । ସରକାରୀ ଶିକ୍ଷକ ସୁଶାନ୍ତ ଟଙ୍କା ଫେରେଇଦେବେ ବୋଲି ରଂଜିତ କହିଥିଲେ । କିନ୍ତୁ, ଟଙ୍କା ଫେରସ୍ତ କରିବା ତ ଦୂରର କଥା,ତୁଷାରକାନ୍ତଙ୍କୁ ରଂଜିତ ନାୟକ ଓ ତାଙ୍କ ସହଯୋଗୀ ତାଳସଙ୍ଗାକୁ ଡାକି ବନ୍ଧୁକ ଦେଖାଇ ଧମକ ଦେଇଥିଲେ ।

    ଯାହାଫଳରେ, ତୁଷାର ରଂଜିତଙ୍କ ବିରୁଦ୍ଧରେ ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ତ ହେବାସହ ପାଟକୁରା ଥାନାରେ ଠକେଇ ଅଭିଯୋଗ କରିଥିଲେ । ଅନ୍ୟପଟେ, ରଂଜିତଙ୍କ ସହଯୋଗୀ ସୁଶାନ୍ତ ପଲେଇ କହିଛନ୍ତି ତାଙ୍କ ସାନଭାଇ କଣ୍ଟ୍ରାକ୍ଟର ହୋଇଥିବାରୁ ଠିକାଦାରୀ କାମ ପାଇଁ ସେ ତୁଷାରକାନ୍ତଙ୍କଠାରୁ ଟଙ୍କା ଆଣିଥିଲେ ଏବଂ ଉକ୍ତ ଟଙ୍କାକୁ ସେ ତୁଷାରଙ୍କୁ ଫେରାଇ ଦେଇଛନ୍ତି । ଏହାସହ, ସୁଶାନ୍ତ ପାଲଟା ଅଭିଯୋଗ କରିଛନ୍ତି ଯେ ଟଙ୍କା ଫେରି ପାଇବାପରେ ତୁଷାର ସେମାନଙ୍କୁ ବ୍ଲାକ ମେଲିଙ୍ଗ କରୁଛନ୍ତି । ତେବେ, ଏ ନେଇ ପାଟକୁରା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

  • ଏକାଥରେ ୧୨ ଛାତ୍ରୀ ଅସୁସ୍ଥ, ସମସ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି

    ଏକାଥରେ ୧୨ ଛାତ୍ରୀ ଅସୁସ୍ଥ, ସମସ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି

    ଚାଲିଥିଲା ସ୍କୁଲ୍ , ଏକାଥରେ ଅସୁସ୍ଥ ହେଲେ ୯ମ ଶ୍ରେଣୀ ଓ ଦଶମ ଶ୍ରେଣୀରୁ ମିଶାଇ ୧୨ ଛାତ୍ରୀ । ସମସ୍ତ ଛାତ୍ରୀଙ୍କୁ ଭର୍ତି କରାଯାଇଛି ଡାକ୍ତରଖାନା ରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଘଷିପୁରା ବ୍ଲକ କେଶଦୁରାପାଳ ଜନମଙ୍ଗଳ ହାଇସ୍କୁଲ ଠାରେ । ପାଖାପାଖି ଦିନ ୧୧ଟା ସୟରେ କ୍ଲାସ୍ ଚାଲିଥିବାବେଳେ ୯ମ ଓ ୧୦ମ ଶ୍ରେଣୀ ରୁ ଜଣକ ପରେ ଜଣେ ୧୨ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବା ସହ ଏକା ସାଙ୍ଗରେ କାନ୍ଦି ଉଠିଲେ ଛାତ୍ରୀ ମାନେ । ତେବେ ବିଦ୍ୟାଳୟ ଶିକ୍ଷକ ମାନେ ତୁରନ୍ତ ଛାତ୍ରୀ ମାନଙ୍କୁ ନିକଟସ୍ଥ କେଶଦୁରପାଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।ସେଠାରୁ ପୁଣିଥରେ ସମସ୍ତ ଛାତ୍ରୀ ଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ମୁଖ୍ଯ ଚିକିତ୍ସାଳୟ ଠାରେ ଭର୍ତ୍ତି କରାଯାଇଛି l ଗତ ଶନିବାର ଦିନ ଠିକ୍ ଏହିଭଳି ଅସୁସ୍ଥ ଅବସ୍ଥାରେ ୨-୩ ଜଣ ଛାତ୍ରୀ ମେଡିକାଲ ରେ ଭର୍ତି ହୋଇ ସୁସ୍ଥ ହେବାପରେ ଘରକୁ ଫେରିଥିବାବା ବେଳେ ଆଜି ପୂନର୍ବାର ଏଭଳି ଘଟଣା ଘଟିବା ପରେ ଚିନ୍ତା ବ୍ଯକ୍ତ କରିଛନ୍ତି ଅଭିଭାବକ । ତେବେ ଛାତ୍ରୀ ଙ୍କ ସେଭଳି କିଛି ବିଶେଷ ସ୍ବାସ୍ଥଗତ ସମସ୍ଯା ନଥିବା କହିଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ l

  • ତେନ୍ତୁଳିଆ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ପ୍ରତୀକ୍ଷା ଦିଦିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

    ତେନ୍ତୁଳିଆ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ପ୍ରତୀକ୍ଷା ଦିଦିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

    ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ୮ ନମ୍ବର ୱାର୍ଡର ତେନ୍ତୁଳିଆ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପ୍ରତୀକ୍ଷା ମହାପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ଶାନ୍ତନୁ କୁମାର ପଳିତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ସଭାରେ ଉପସ୍ଥିତ ଅତିଥିମାନେ ପ୍ରତୀକ୍ଷା ଦିଦିଙ୍କ ଉଚ୍ଚକୋଟିର ଶିକ୍ଷାଦାନ ପଦ୍ଧତି ଓ ତାଙ୍କର ବହୁମୁଖି ପ୍ରତିଭା ଏବଂ ଆଦର୍ଶର ଗୁଣଗାନ କରିଥିଲେ।

    ଏହି ଅବସରରେ ଉପଢ଼ୌକନ , ମାନପତ୍ର ସହିତ ପୁଷ୍ପଗୁଚ୍ଛ ଏବଂ ଉପହାରମାନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ଦେବସ୍ମିତା ସାହୁ ମାନପତ୍ର ପାଠ କରିଥିଲେ। ବିଦାୟ ସମୟରେ ଛାତ୍ରଛାତ୍ରୀମାନେ ଅବସର ନେଉଥିବା ଶିକ୍ଷୟିତ୍ରୀଙ୍କୁ ଧରି କାନ୍ଦି ପକାଇଥିଲେ। ଯାହା ବିଦ୍ୟାଳୟ ପରିସରକୁ ଭାବ ବିହ୍ୱଳ କରିତୋଳିଥିଲା। ଶିକ୍ଷୟିତ୍ରୀ ପ୍ରତୀକ୍ଷା ମହାପାତ୍ର ପିଲାମାନଙ୍କୁ ବୁଝାବୁଝି କରିବା ସହିତ ଭବିଷ୍ୟତରେ ଉତ୍ତମ ଛାତ୍ର ହେବାକୁ ପରାମର୍ଶ ଦେଇଥିଲେ।

    ଏହି ସଭାରେ ଅତିଥି ଭାବେ କାଉନସିଲର ଆରତୀ ବିଶ୍ବାଳ, ଅରୁଣ କୁମାର ମଲ୍ଲିକ୍, ବସନ୍ତ ଦାସ, ସି ଆର ସି ସି ତପସ୍ୱିନୀ ବାରିକ, ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ଦାସ, ସ୍କୁଲ ପରିଚାଳନା କମିଟିର ସଭାପତି ସୂର୍ଯ୍ୟ କାନ୍ତ ମଲ୍ଲକ୍ , ସୀତାକାନ୍ତ ମଲ୍ଲିକ୍, ମନୋରଞ୍ଜନ ମଲ୍ଲିକ୍ ଏବଂ ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ।

  • ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

    ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

    ଘସିପୁରା ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପାହାଡପୁର ପରିସରରେ ବିଦ୍ୟାଳୟର ଶିକ୍ଷକ ଗଣେଶ୍ଵର ସାହୁ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୌରାଙ୍ଗ ଚରଣ ବାରିକ୍ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ବିଦ୍ୟାଧର ନାଏକ ଯୋଗଦେଇ ବିଦାୟୀ ଶିକ୍ଷକ ଙ୍କ ଅବସର ସମୟ ସୁଖସମୃଦ୍ଧି ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ I

    ମୁଖ୍ୟ ବକ୍ତା ଭାବେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଘଷିପୁରା ର ସଭାପତି ଉମାକାନ୍ତ ଯେନା ,ସମ୍ମାନିତ ଅତିଥି ଭାବରେ ମା ବାରମାସୀ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ମଦନପୁର ସିଆରସିସି ରବିନ୍ଦ୍ର କୁମାର ଆଚାର୍ଯ୍ୟ, ମଦନପୁର ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଘଷିପୁରା ର ସମ୍ପାଦକ ରଞ୍ଜିତ ପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ହରିହର ମିଶ୍ର ସଦାସର୍ବଦା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜଣେ ଆଦର୍ଶ ଶିକ୍ଷକ , ଛାତ୍ରବତ୍ସଳ, କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ ସଦାସର୍ବଦା ଛାତ୍ରଛାତ୍ରୀ ହୃଦୟ ରେ ରହିବେ ବୋଲି ଅତିଥି ମାନେ କହିଥିଲେ।

    ଏହି ଅବସରରେ ବିଦାୟୀ ଶିକ୍ଷକ ଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ। ସଂଜ୍ଞା ସାଗରିକା ଚକ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ମାନପତ୍ର ପଠନ କରିଥିଲେ। ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରାମବାସୀ ଶରତ ସାହୁ, ବିଦ୍ୟାଧର ସାହୁ, ଲଳିତ ବଲ୍ଲଭ ସାହୁ ବିଦାୟୀ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟ , ପୁରାତନ ଛାତ୍ର ଛାତ୍ରୀ, ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

  • ଚାନ୍ଦବାଲିରେ ତିନି ଦିନିଆ ବ୍ଳକସ୍ତରୀୟ ୟୁ-ଡାଇସ ପ୍ରଶିକ୍ଷଣ ଶିବିର

    ଚାନ୍ଦବାଲିରେ ତିନି ଦିନିଆ ବ୍ଳକସ୍ତରୀୟ ୟୁ-ଡାଇସ ପ୍ରଶିକ୍ଷଣ ଶିବିର

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନେଇ ଆରମ୍ଭ ହୋଇଛି ତିନି ଦିନିଆ ଜିଲ୍ଲା ଏକୀକୃତ ଶିକ୍ଷା ସୂଚନା ବ୍ୟବସ୍ଥା ବା ୟୁ-ଡାଇସ ପ୍ରଶିକ୍ଷଣ ଶିବିର । ସାଏନ୍ତାର ସାରଳା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଉକ୍ତ ଶିବିରକୁ ବ୍ଲକ ଶିକ୍ଷାଧିକାରୀ ଶୁଭେନ୍ଦୁ କୁମାର ମହାରାଜ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶିକ୍ଷା ବର୍ଷ ୨୦୨୩/୨୪ ପାଇଁ ଅନଲାଇନ ମାଧ୍ୟମରେ ବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବସ୍ଥିତି ଆଦି ବିଷୟରେ କେମିତି ତଥ୍ୟ ପ୍ରଦାନ କରାଯିବ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି । ତିନି ଦିନ ଧରି ଚାଲୁଥିବା ଉକ୍ତ ପ୍ରଶିକ୍ଷଣ ଶିବିରରେ ଚାନ୍ଦବାଲି ବ୍ଲକର ୩୩୮ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେବେ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।

    ଶିବିରରେ ୟୁ ଡାଇସର ବ୍ୟବହାର ଓ ଆବଶ୍ୟକତା ତଥା କାର୍ଯ୍ୟକାରିତାକୁ ନେଇ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଲିମ ଦିଆଯାଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ହେଉଛି କି, ଏହି ପ୍ଲାଟଫର୍ମ ଜରିଆରେ ସମସ୍ତ ସରକାର ଓ ବେସରକାରୀ ବିଦ୍ୟାଳୟର ପ୍ରି ପ୍ରାଇମେରୀରୁ ଦ୍ବାଦଶ ପର୍ଯ୍ୟନ୍ତ ଶ୍ରେଣୀର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ସମ୍ବନ୍ଧରେ ସଠିକ ତଥ୍ୟ ହାସଲ କରିବା।