Tag: tangi news

  • ପାନ ଦୋକାନରୁ ଗଞ୍ଜେଇ ଜବତ

    ପାନ ଦୋକାନରୁ ଗଞ୍ଜେଇ ଜବତ

    ପାନ ଦୋକାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି | କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ର ମାଧପୁର ଗାଁରେ ଏକ ପାନ ଦୋକାନ ଉପରେ ଟାଙ୍ଗୀ ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ର ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ | ଆଇଆଇସି ଶିବ ପ୍ରସାଦଙ୍କ ନିର୍ଦେଶ କ୍ରମେ ଏସଆଇ ହେମନ୍ତ ସାମଲ ଓ ଅନ୍ୟ କର୍ମଚାରୀ ମାନେ ଚଢ଼ାଉ କରି ୧କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୋକାନୀ ତପନ ବେହେରାଙ୍କୁ ଗିରଫ କରିଥିବା ଜଣା ପଡିଛି |

    ଏନେଇ ପୋଲିସି ନିଜ ଆଡୁ ଏକ ମାମଲା ରୁଜୁ କରି ତପନଙ୍କୁ ଗିରଫ କରିବା ସେ କୋଟ ଚାଲଣ କରିଛି | ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପାଖାପାଖି ପନ୍ଦର ହଜାର ଟଙ୍କା ହେବ ବୋଲି ଟାଙ୍ଗୀ ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ର ସୂଚନା ଦେଇଛନ୍ତି | ଆଇଆଇସି ଶିବ ପ୍ରସାଦ ଭଦ୍ର ଙ୍କ ଏଭଳି ସାହସୀ କାଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ମହିଳାଙ୍କ ମହଲରେ ଚର୍ଚ୍ଚା ହେଉଛି | ଆଇଆଇସି ଙ୍କର ଏଭଳି କାଯ୍ୟକୁ ଦେଖି ବେଆଇନି ଭାବେ ଚୋରା ଗଂଜେଇ ଏବଂ ମଦ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଏକ ପ୍ରକାର ଛନକା ପଶିଛି | ଆଗକୁ ନିଶା ମୁକ୍ତ ଅଞ୍ଚଳ ହେବ ବୋଲି ଚର୍ଚ୍ଚା ହେଉଛି | ଯେଉଁ କାମ ଅବକାରୀ ବିଭାଗ କରିବା କଥା ସେ କାମ କରି ଦେଖାଇଛନ୍ତି ଚୌଦ୍ୱାର ଏବଂ ଟାଙ୍ଗୀ ପୋଲିସ |

  • ଚାନ୍ଦପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

    ରଣପୁର ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଚାନ୍ଦପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ପରିଚାଳନା କମିଟି ସଭାପତି ଅକ୍ଷୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ବିଚାରପତି, ଜିଲ୍ଲା ଖାଉଟି ଅଦାଲତ ନାରାୟଣ ମହାପାତ୍ର ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପ୍ରମୁଖ, ଖୋର୍ଦ୍ଧା ଜିଲ୍ଲା ଶିକ୍ଷାବିକାଶ ସମିତି ପଦ୍ମନାଭ ସାହୁ ପ୍ରମୁଖ ଯୋଗଦେଇ ଥିଲେ।

    ପ୍ରଥମେ ଅତିଥିଙ୍କ ଦ୍ବାରା ଗୁରୁ ଦେବଙ୍କ ଫଟୋଚିତ୍ର ନିକଟରେ ପ୍ରଦିପ ପ୍ରଜ୍ଜ୍ୱଳନ କରିି ସଭା କାର୍ଯ୍ୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସଭା କାର୍ଯ୍ୟ ପରେ ବାର୍ଷିକ କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।

    ସମ୍ପାଦକ କିଶୋର ଚନ୍ଦ୍ର ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସୁବାଷ ଚନ୍ଦ୍ର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।