Tag: suchanatv24x7

  • ଆଇଟିଡିଏ ପ୍ରଶାସକ ଅଧିକାରୀଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ

    ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ବଣାଇ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଅଧିକାରୀ ବିଶ୍ଵଦର୍ଶୀ ସାହୁଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଆଜି ସକାଳେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି। ସୁନ୍ଦରଗଡ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ କ୍ରମେ ଏହି ତଦନ୍ତ ଚଲାଇଥିବା ଜଣାପଡ଼ିଛି।

    ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଥିବା ନେଇ ଚଢାଉ ହୋଇଛି | ଏହି ଚଢାଉରେ ବଣାଇଗଡ ପିଏ ଆଇଟିଡିଏ ସରକାରୀ ବାସଭବନର ସହ ଭୁବନେଶ୍ବର ସମେତ ସାତୋଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଚାଲିଛି । ଏହି ଚଢାଉ ବଣାଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବାସଭବନରେ, ଭୁବନେଶ୍ବର, ବାଲେଶ୍ବର, ଯାଜପୁର ସମ୍ପର୍କୀୟଙ୍କ ଘର, ଭୁବନେଶ୍ବର ଶ୍ରୀରାମ ନଗର ନିକଟରେ ଥିବା ଦୁଇ ମହଲା ବିଶିଷ୍ଟ କୋଠାଘରେ, ଭୁବନେଶ୍ବର ଲକ୍ଷ୍ମୀସାଗର ସ୍ଥାନରେ ଚଢାଉ ଜାରି ଚାଲିଥିବା ଜଣାପଡ଼ିଛି।

    ସେହିପରି ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ଉନ୍ନୟନ କାର୍ଯ୍ୟାଳୟରେ ମଧ୍ୟ ଚଢାଉ ହୋଇଥିବା ଜଣାପଡିଛି। ଏହି ଭିଜିଲାନ୍ସ ଚଢାଉ ଜାରି ଚାଲିଥିବା ବେଳେ ଜଣେ ଅତିରିକ୍ତ ଏସପି, ୩ ଜଣ ଡିଏସପି, ଆଇଆଇସି ମଧ୍ୟ ତତ୍କାଳୀନ ଚଢାଉରେ ଜାରି ରଖିଛନ୍ତି। ବହୁ ମାତ୍ରାରେ ନଗଦ ଟଙ୍କା ଓ ସୁନା ଗହଣା ସହିତ ଗାଡି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବାର ଜଣାପଡିଛି ।

  • ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

    ଆଜି ଯାଜପୁର ପରିବହନ ବିଭାଗ ଅଧିକାରୀଙ୍କ ନେତୃତ୍ୱରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଯାଜପୁର ଟାଉନ ରୂଢିଆ ସ୍ଥିତ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି |

    କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ଉପସ୍ଥିତ ଥିବାବେଳେ ବିଶେଷ ଭାବରେ ପରିବହନ ବିଭାଗର ଉପସ୍ଥିତ ଅଧିକାରୀ ମାନେ ମୁଖ୍ୟତଃ ଗାଡି ଚଳେଇବା ବେଳେ କିଭଳି ନିୟମ ମାନି ଗାଡି ଚଲେଇବେ ସଚେତନତା କରିଥିଲେ |

    ଏହି ଅବସରରେ ଉପସ୍ଥିତ ଅତିଥି ମାନେ ହେଲମେଟ ପିନ୍ଧିଥିବା ବାଇକ ଚାଳକଙ୍କୁ ଓ ସିଟ ବେଲ୍ଟ ପିନ୍ଧିଥିବା କାର ଚାଳକଙ୍କୁ ଧନ୍ୟବାଦ ଦେବା ସହିତ ଗୋଲାପ ଫୁଲ ଦେଇ ଶୁଭେଚ୍ଛା ଜଣାଇଥିଲେ | ଏହି କାର୍ଯ୍ୟକ୍ରମରେ ଚଣ୍ଡିଖୋଲ ପରିବହନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ |

  • ଅଜଣା ଗାଡ଼ି ଧକ୍କାରେ ବୃଦ୍ଧା ମୃତ

    ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ନାଚିନ୍ଦା ଛକ ରାସ୍ତା ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯିବା ଫଳରେ ଘଟଣା ସ୍ଥଳରେ ବୃଦ୍ଧାଙ୍କ ମୃତ୍ଯୁ ହୋଇଥିବା ସନ୍ଦେହ କରାଯାଉଛି | ସ୍ଥାନୀୟ ଲୋକେ ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ | ଖବର ପାଇ କମର୍ଦ୍ଦା ପୋଲିସ ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ ଆଜି ସକାଳେ କମର୍ଦ୍ଦା-ବାଲିଆପାଳ ରାସ୍ତା ନାଚିନ୍ଦା ଛକ ରାସ୍ତା ପାର୍ଶ୍ଵରେ ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ଗ୍ରାମପଞ୍ଚାୟତ ଚଡ଼ ବଢାପାଳ ଗ୍ରାମର ଶ୍ରୀକାନ୍ତ ଜତି ସବୁ ଦିନ ଭୋରରୁ କାମ କରିବା ପାଇଁ ଯାଉଥିଲେ |

    ସ୍ଥାନୀୟ ଲୋକେ ତାଙ୍କୁ ଯେତେ ଡାକିବାରୁ ସେ ଉଠିଲେ ନାହିଁ, ତୁରନ୍ତ 108 ଏବଂ କମର୍ଦ୍ଦା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ହସ୍ପିଟାଲରେ ନେଇଯାଉଥିବା ବେଳେ ଡାକ୍ତର ତାଙ୍କର ମୃତ ଘୋଷଣା କରିଛନ୍ତି । ତେବେ ବୃଦ୍ଧଙ୍କ ମୃତ୍ୟୁର ଘଟଣାକୁ ନେଇ ଅଧିକ ଖୋଲତାଡ଼ ଆରମ୍ଭ କରିଛି ପୋଲିସ ।

  • ବାଇକ ଦୁର୍ଘଟଣାରେ ତିନି ମୃତ

    ବରଗଡ଼ : କ୍ରିକେଟ ଖେଳ ସଉକ ହେଲା କାଳ । କ୍ରିକେଟ ଖେଳ ଦେଖି ଫେରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ଥ ହୋଇ ତିନିଜଣଙ୍କର ମୃତ୍ଯୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ପଦ୍ମପୁର ନିକଟସ୍ଥ ବାଜେନମୁଣ୍ଡା ଗାଁର ପିଲାମାନେ ବାନେ୍ଦନବାହାଲ ଗାଁକୁ କ୍ରିକେଟ ଖେଳିବା ପାଇଁ ଯାଇଥିଲେ । ସେଠାରେ ବାଜେନମୁଣ୍ଡା ଦଳ ବିଜୟ ହେଲା ପରେ ସେମାନଙ୍କ ସହ ଖେଳ ଦେଖିବା ପାଇଁ ଯାଇଥିବା ପିଲାମାନେ ମଉଜ ମଜଲିସ କରି ଫେରୁଥିଲେ । ହେଲେ ପଦ୍ମପୁର ନିକଟସ୍ଥ ମହୁଲପାଲି ବ୍ରିଜ ଉପରେ ଭାର ସାମ୍ୟ ହରାଇ ବାଇକ ସହ ଘୋଷାଡ଼ି ହୋଇ ପଡ଼ିଥିଲେ ଖେଳ ଦେଖିବାକୁ ଯାଇଥିବା ତିନି ଜଣ | ତେବେ ସେମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ମାନେ ହେଲେ ବୁଡେନ ଥାନା ବାଜେନମୁଣ୍ଡା ଗାଁର ପଦ୍ମନ ଥପା, ଆକାଶ ପୋଢ ଓ ପଦ୍ମଲୋଚନ ଥପା ।

  • ରେକୁଟିଆ ସରସ୍ଵତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ

    କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ରେକୁଟିଆ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରର ପଞ୍ଚଦଶ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ସଭାପତି ବଟକୃଷ୍ଣ ବେହେରାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ରୂପେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଆନନ୍ଦପୁର ନକୁଳ ଚରଣ ନାୟକ , ମୁଖ୍ୟ ବକ୍ତା ରୂପେ ପୂର୍ବତନ ବିଇଓ ହରିଚନ୍ଦନପୁର ପ୍ରଦୀପ କୁମାର ଚକ୍ର,ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃତ୍ତିବାସ ରାଉତରାୟ, ତରିମୁଳ ପୂର୍ବତନ ସମିତିସଭ୍ୟ ନିରାକର ଜେନା, ସମ୍ପାଦକ ଗୋପାଳ କୃଷ୍ଣ ଜେନା, ତରିମୁଳ ପଂଚାୟତ ସରପଞ୍ଚ ପଙ୍କଜିନୀ ରାଉତରାୟ, ମୁଖ୍ୟ ଟ୍ରଷ୍ଟି ନିରଞ୍ଜନ ଚକ୍ର, ପ୍ରଧାନ ଶିକ୍ଷକ ବଳରାମ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଅତିଥି ପରିଚୟ ପ୍ରଦାନ କରିଥିଲେ ରଶ୍ମିରଞ୍ଜନ ବଳ, ଦିଲୀପ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ଶେଷରେ ପିଲାମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

  • କୀର୍ତ୍ତନ ବିହାରୀ ସ୍ମୃତି ସଂସଦର ୩୦ତମ ବାର୍ଷିକ ଉତ୍ସବ

    କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ କେଶଦୁରାପାଳ ଆଞ୍ଚଳିକ ଗୀତା ସଦନ ପରିସରରେ କୀର୍ତ୍ତନ ବିହାରୀ ସୃତି ସଂସଦର ୩୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଶିଶୁସାହିତ୍ୟିକ ଡ଼ ରାମଚନ୍ଦ୍ର ନାୟକ ସଭାପତିତ୍ବ କରିଥିବା ବେଳେ ମୂଖ୍ୟ ଅତିଥିଭାବେ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ପ୍ରଦୀପ କୁମାର ମହାନ୍ତି, ମୁଖ୍ୟ ବକ୍ତା ଭାବେ ଗାୟକ କଳାବିଭୂ ବିଭୂଷଣ ବଳରାମ ଆୟଚ, ସ୍ବତନ୍ତ୍ର ଅତିଥି ଭାବେ କୁଶଳେଶ୍ଵର ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବାନୀ ପ୍ରସାଦ ବଳ, ସମ୍ମାନୀତ ଅତିଥି ଭାବେ ତକ୍ଷଶିଳା ସ୍କୁଲର ଅଧ୍ୟକ୍ଷ ଆକାଶ ରଥ, କେଶଦୁରାପାଳର ପୂର୍ବତନ ସରପଞ୍ଚ ପର୍ଶୁରାମ ମହାରଣା ପ୍ରମୁଖ ଯୋଗଦେଇ ସାମାଜିକ ମୂଲ୍ୟବୋଧ ଭିତ୍ତିକ ବକ୍ତବ୍ୟ ପ୍ରକାଶ କରିଥିଲେ ।

    ଉତ୍କଳମଣି ଶିଶୁ ସାହିତ୍ୟ ସଂସଦର ସଂପାଦକ ରତ୍ନାକର ଦାସ ମଞ୍ଚସଂଯୋଜନା କରିଥିବା ବେଳେ କିର୍ତ୍ତିନ ବିହାରୀ ସୃତି ସଂସଦର ସଂପାଦକ ମଙ୍ଗୁଳି ଚରଣ ପୃଷ୍ଟି ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ କବିତା ପାଠ ଅନୁଷ୍ଠିତ ହୋଇଥିଲା କବିତା ପାଠକୁ କବୟିତ୍ରୀ ପୁଷ୍ପମଞ୍ଜରୀ କର ସଂଯୋଜନା କରିଥିବା ବେଳେ କବି ଶରତ କୁମାର ଦାସ, କୈଳାସ ପାତ୍ର ଚତୁର୍ଭୁଜ ଜେନା ବିହ୍ୟୁତ ପ୍ରଭା ଦେଓ, ହେମନ୍ତ ନାୟକ, ତିଳୋତ୍ତମା ସା, ହଳଧର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ସାହୁ, ସୁଭଦ୍ରା ସ୍ଵାଇଁ, ଅଭୟ କୁମାର ସାମଲ ପ୍ରମୁଖ ୫୦ ଜଣ କବି ନିଜ ନିଜ ସ୍ୱରଚିତ କବିତା ପାଠ କରିଥିବା ବେଳେ କବି ସୋମନାଥ ମାଝୀଙ୍କ ପୁସ୍ତକ ଶ୍ରୀ କୃଷ୍ଣଙ୍କ ବାଲ୍ୟଲୀଳା ଉନ୍ମୋଚିତ ହୋଇଥିଲା | ପରେ ପରେ ପ୍ରବଚକ ଓ ଶିକ୍ଷକ,ବେଲାଳସେନ ପତି ବରିଷ୍ଠ ଶିଶୁ ସାହିତ୍ୟକ ସୋମନାଥ ମାଝୀ,ପ୍ରାଣୀ ଚିକିତ୍ସକ ପ୍ରଭାକର ସାହୁ ଓ ମା’ମଙ୍ଗଳା ମହିଳା ଭାଗବତ ଟୁଙ୍ଗି-କାଠିଆସରା ଭକ୍ତ ପ୍ରମୁଖ ଙ୍କୁ ଉପଢୈକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିନା କରିଥିଲେ ।

  • ହାଇୱାକୁ ପଛପଟୁ ଧକ୍କା ଦେଲା ବାଇକ; ଦୁଇ ମୃତ, ଜଣେ ଗୁରୁତର

    କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ୨୦ ନଂ ଜାତୀୟ ରାଜପଥ ବିଜି ମୋଟର୍ସ ପାଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟଣା ସ୍ଥଳରେ ଦୁଇ ମୃତ ଜଣେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ। ସୂଚନା ମୁତାବକ ଘସିପୁରା ଥାନା ଅଧିନସ୍ଥ ନଦୁଆଁ ଗ୍ରାମରୁ ତିନି ଜଣ ଏକ ବାଇକ ଯୋଗେ ଗୋହିରା ଅଭିମୁଖେ ଯାଉଥିବା ବେଳେ ଏକ ହାଇୱା ପଛରେ ଧକ୍କା ହୋଇଥିଲା। ଫଳରେ ବାଇକରେ ବସିଥିବା ତିନି ଜଣଙ୍କ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ । ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଇଥିଲେ । ଗୁରୁତର ମଧ୍ୟରୁ ଡ଼ାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟଜଣେ ଗୁରୁତରକୁ ଦୀପକ ଦେହୁରୀ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାଯାଇଛି। ଘଟଣା ସ୍ଥଳରେ ଘସିପୁରା ପୁଲିସ ପହଞ୍ଚି ଉଭୟ ବାଇକ ଓ ହାଇୱାକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

  • ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶହୀଦ ଦିବସ ପାଳିତ

    ପୁରୀ : ପ୍ରତିବର୍ଷ ଜାନୁଆରୀ ୩୦ ତାରିଖରେ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସକୁ ଶହୀଦ ଦିବସ ଭାବେ ପାଳନ କରାଯାଇଥାଏ । ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଘଟିଥିଲା। ଗାନ୍ଧିଜୀ ଙ୍କ ଅହିଂସା ମନ୍ତ୍ର ସମଗ୍ର ବିଶ୍ୱକୁ ଆନ୍ଦୋଳିତ କରିଥିଲା। ତାଙ୍କର ତ୍ୟାଗ, ସମୟାନୁବର୍ତ୍ତିତା ଓ ସତ୍ୟ ପ୍ରତି ନିଷ୍ଠା ସମସ୍ତଙ୍କୁ ସବୁଦିନ ପାଇଁ ଅନୁପ୍ରାଣିତ କରିଚାଲିଥିବ ବୋଲି ମତବ୍ୟକ୍ତ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା। ଆଜି ଶହୀଦ ଦିବସ ଅବସରରେ ଦିନ ୧୧ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୨ ମିନିଟ ନୀରବତା ଅବଲମ୍ବନ କରାଯାଇ ମହାତ୍ମାଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,,ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ସହଦେଵ ସାହୁ, ବିବେକାନନ୍ଦ ସାହୁ, ସହକାରୀ ଜିଲ୍ଲାପାଳ ତନ୍ମୟ ଦାସ, ପଞ୍ଚାନନ ପରିଜା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ରମ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

  • ପୋଖରୀରେ ବୁଡ଼ି ନାବାଳିକା ମୃତ

    କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଛେଳିଆନାଳ ଗ୍ରାମର ଲୋକନାଥ ନାଏକଙ୍କ ୪ ବର୍ଷର ଝିଅ ଖେଳୁଥିବାବେଳେ ଦୁର୍ଭାଗ୍ୟବଶତଃ ଘର ପାଖ ପୋଖରୀରେ ବୁଡି ମୃତ୍ଯୁ ହୋଇଛି | ଘର ଲୋକେ ଖୋଜାଖୋଜି କରିବା ବେଳେ ଝିଅର ଚପଲ ପୋଖରୀରେ ଭାସୁଥିବା ଦେଖିବାକୁ ପାଇ ପୋଖରୀରୁ ମୃତଦେହକୁ ଉଦ୍ଧାର କରି ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାରିଆ ପୋଲିସ ଡାକ୍ତରଖାନାରେ ପହଂଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

  • କେନ୍ଦୁଝର ସଦର ମହକୁମାରେ ନିଯୁକ୍ତି ମେଳା ଅନୁଷ୍ଠିତ

    କେନ୍ଦୁଝରଗଡ଼ : କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ସାମୁହିକ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି | ଏହି ନିଯୁକ୍ତି ମେଳାରେ ୫୦ରୁ ଉର୍ଦ୍ଧ୍ବ କମ୍ପାନୀ ଯୋଗ ଦେଇଥିବା ବେଳେ, ଏଥିରେ ୨୦୬୧ ଆଶାୟୀ ବିଭିନ୍ନ ବ୍ଲକ୍ରୁ ଆସି ପଞ୍ଜିକରଣ କରିଥିଲା ବେଳେ ସେମାନଙ୍କର ମଧ୍ୟରୁ ୧୨୦ ସିଧାସଳଖ ନିଯୁକ୍ତି ପାଇଛନ୍ତି। ବିନା କୌଣସି ବିଶୃଙ୍ଖଳାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନିଯୁକ୍ତି ମେଳା ଚାଲିଥିଲା |

    ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପରିମାଣର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ନିଯୁକ୍ତି ମେଳା ଆସନ୍ତାକାଲି ମଧ୍ଯ ଚାଲୁରଖିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଏହି ମେଳା ଜରିଆରେ ଆହୁରି ନିଯୁକ୍ତି ପାଇବା ସହ ଆଗକୁ ଆହୁରି ନିଯୁକ୍ତି ମେଳା କରାଯାଇ, ଜିଲ୍ଲାରୁ ବେକାରୀ ହାର କମାଯିବ ବୋଲି, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ନିୟୋଜନ ଅଫିସର ଗଣେଶ୍ୱର ନାୟକ ସୂଚନା ଦେଇଥିଲେ।