Tag: suchanatv24x7

  • ରାୟଗଡ଼ା ଡିଜିଟାଲ ମିଡିଆ ବନ୍ଧୁମିଳନ ବୈଠକ ଅନୁଷ୍ଠିତ

    ରାୟଗଡ଼ା ଡିଜିଟାଲ ମିଡିଆ ବନ୍ଧୁମିଳନ ବୈଠକ ଅନୁଷ୍ଠିତ

    ରାୟଗଡ଼ା ଜିଲ୍ଲା ଡିଜିଟାଲ ମିଡିଆ ତରଫରୁ ଆଜି ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁ ମିଳନ ରାୟଗଡ଼ା ସ୍ଥାନୀୟ ପିତା ମହଲ ବନଦୁର୍ଗା ମନ୍ଦିର ପରିସର ଆମ୍ବ ତୋଟା ଠାରେ ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ RDM ଡିଜିଟାଲ ମିଡିଆର ସଭାପତି ଅଞ୍ଜନ ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ୧୧ ଗୋଟି ବ୍ଲକର ଅନେକ ମାନ୍ୟଗଣ୍ୟ ଡିଜିଟାଲ ମିଡିଆର ସାମ୍ବାଦିକ ବ୍ୟକ୍ତିମାନେ ଯୋଗଦେଇ ଥିଲେ।। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀଙ୍କ ତରଫରୁ ମୁଖ୍ୟ ଅତିଥି ଭାବେ ଡମ୍ବୁରୁ ଧର ପଣ୍ଡା ଯୋଗ ଦେଇ ଜିଲ୍ଲାର ଅନେକ ବିକାଶ ମୁଳକ ଓ ବିଭିନ୍ନ ସମସ୍ୟା ଗୁଡିକ ଲୋକ ଲୋଚନକୁ ଆଣିବା ପାଇଁ ଡିଜିଟାଲ ମିଡିଆର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆହ୍ୱାନ ଦେଇଥିଲେ। ସମସ୍ତ ସାମ୍ବାଦିକ ଭାଇ ମାନଙ୍କ ଦ୍ଵାରା ସହଯୋଗ କରିବାକୁ ଆଲୋଚନା କରି ଉନ୍ନତ ମାନର ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।

    ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ଆସିଥିବା ସାମ୍ବାଦିକ ଭାଇମାନଙ୍କୁ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସ୍ଵାଗତ କରି ସମ୍ମାନିତ କରାଯାଇଥିଲା। ଏଥିରେ ପ୍ରତ୍ୟେକ ସାମ୍ବାଦିକ ନିଜ ପରିଚୟ ପ୍ରଦାନ କରିଥିବା ବେଳେ ଡିଜିଟାଲ ମିଡିଆ ସଂଘ ତରଫରୁ ବିଭିନ୍ନ ବ୍ଲକରୁ ବ୍ଲକ ସଭାପତିର ଦାୟିତ୍ଵ ପ୍ରଦାନ କରାଯାଇଥିଲା । ମୁନିଗୁଡ଼ା ବ୍ଲକରେ ପ୍ରସାଦ ସାହୁକାର, ଚନ୍ଦ୍ର ପୁର ବ୍ଲକରେ ବିଜୟ ପ୍ରସାଦ ଉଲାକା, ବିଷମକଟକ ବ୍ଲକରେ ରବିନ୍ଦ୍ର ସାହୁଙ୍କୁ ଚୟନ କରି ସମସ୍ତଙ୍କ ସହମତି ରେ ନିଷ୍ପତ୍ତି ନେଇ ନିଜ ବ୍ଲକର ଦାୟିତ୍ବ ଦିଆଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଆଶୁତୋସ୍ ପଟ୍ଟନାୟକ, ଉପସଭାପତି ଗୋପିନାଥ ଗୈଡ, ଆଡଭାଇଜର ପ୍ରସାଦ ଲିମା, ଖଗେଶ୍ବର ସିଙ୍ଗ, ସୁପ୍ରିୟା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଏହି ୨୦୨୫ ରାୟଗଡ଼ା ଡିଜିଟାଲ ମିଡିଆ ବନ୍ଧୁ କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇଥିଲା।

  • ଯଦୁମଣି ପ୍ରଧାନ ପ୍ରେକ୍ଷାଳୟ ଉଦଘାଟିତ

    ଯଦୁମଣି ପ୍ରଧାନ ପ୍ରେକ୍ଷାଳୟ ଉଦଘାଟିତ

    ବରଗଡ଼ ପୂର୍ବତନ ବରଗଡ଼ ବିଧାୟକ, ପୌରାଧ୍ୟକ୍ଷ ତଥା ବିଶିଷ୍ଟ ନେତା ସ୍ୱର୍ଗତ ଯଦୁମଣି ପ୍ରଧାନଙ୍କ ସ୍ମୃତି ଚାରଣ ତଥା ସମ୍ମାନ ରକ୍ଷା ନିମନ୍ତେ ସ୍ଥାନୀୟ କୃଷକ ବଜାର ଠାରେ ନବନିର୍ମିତ ପ୍ରେକ୍ଷାଳୟକୁ ତାଙ୍କ ନାମରେ ଉତ୍ସର୍ଗିକୃତ କରିବା ସହ ଉଦ୍ଘାଟିତ ହୋଇଛି |

    ଉଦଘାଟନୀ ସମାରୋହରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ସଦର ବିଧାୟକ ଶ୍ରୀ ଅଶ୍ୱିନୀ ଷଡଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ପୌରାଧ୍ଯକ୍ଷା ଶ୍ରୀମତି କଳ୍ପନା ମାଝି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ମଧୁଛନ୍ଦା ସାହୁ, ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟର ଅରୁଣ ପାଣ୍ତେ, ବାର ଆସୋସିଏସନ୍ ସଭାପତି ଶ୍ରୀ ଭିସ୍ମଦେବ ସରାଫ୍, ସାଂସଦ ପ୍ରତିନିଧି ଶ୍ରୀ ସୁରେଶ୍ୱର ସତପଥୀ ଏବଂ ସ୍ୱର୍ଗତ ବିଧାୟକ ଶ୍ରୀ ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତି ହେମନ୍ତ ପ୍ରଧାନ ଉପସ୍ଥିତ ଥିଲେ |

    ସୂଚନା ଅନୁସାରେ, ଉକ୍ତ ୫୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ସର୍ବମୋଟ ୯ କୋଟି ୭ ଲକ୍ଷ ୧୦ ହଜାର ଅଟକଳ ମୂଲ୍ୟରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯାଇଛି |

    ପ୍ରେକ୍ଷାଳୟର ବାଲକୋନୀ ଠାରେ ୮୮ ଗୋଟି ଆସନ ଥିବାବେଳେ ଗ୍ୟାଲେରୀଠାରେ ୪୧୨ ଗୋଟି ଆସନ ସହ ୨ ଗୋଟି ଚେଞ୍ଜିଙ୍ଗ ରୁମ, ଗୋଟିଏ ଭିଆଇପି ଲାଉଞ୍ଜ ସହ ମହିଳା ଓ ପୁରୁଷଙ୍କ ପାଇଁ ଭିନ୍ନ ଷୌଚାଳୟ ଏବଂ ଅଫିସ ରୁମ, ଷ୍ଟୋର ରୁମ, ପେଣ୍ଟ୍ରି ରୁମ ଏବଂ ୱେଟିଙ୍ଗ ରୁମ ଭଳି ବିଭିନ୍ନ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି |

  • ଅନନ୍ୟ ତୀର୍ଥସ୍ଥଳୀ ବରାହ କ୍ଷେତ୍ର ଆଳି

    ଅନନ୍ୟ ତୀର୍ଥସ୍ଥଳୀ ବରାହ କ୍ଷେତ୍ର ଆଳି

    ଆଜି ପବିତ୍ର ବରାହ ଦ୍ୱାଦଶୀ | ଏହି ଉପଲକ୍ଷେ ଆଳିର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଲକ୍ଷ୍ମୀବରାହଜୀଉଙ୍କ ଜନ୍ମୋତ୍ସବରେ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳେ | ଆଳି ସଡ଼କପଥରେ ଗଲେ କଟକ ଠାରୁ ଚାନ୍ଦବାଲି ମଧ୍ୟରେ ୯୫ କି.ମି. ଦୂରରେ ଆଳି ଲକ୍ଷ୍ମୀବରାହଙ୍କ ପୀଠ ଅବସ୍ଥିତ |

    ପ୍ରତି ବର୍ଷ ବରାହ ଦ୍ଵାଦଶୀରେ ବହୁ ଆଡମ୍ବରେ ପୂଜା ପାଆନ୍ତି ଆଳିର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଲକ୍ଷ୍ମୀବରାହ ଜୀଉ | ଚଳିତ ବର୍ଷ ମଧ୍ୟ ବହୁ ଧୂମଧାମରେ ପାଳନ ହେଉଛି ବରାହ ଦ୍ୱାଦଶୀ | କେନ୍ଦ୍ରାପଡ଼ା,ରାଜନଗର ପଟ୍ଟାମୁଣ୍ଡାଇ,ରାଜକନିକା, ଓ ଆଳିର ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତମାନଙ୍କର ବହୁ ମାତ୍ରାରେ ସମାଗମ ଦେଖିବାକୁ ମିଳୁଛି । ମାଘ ମାସ ଦ୍ଵାଦଶୀ ଦିନ ବଡ଼ି ଭୋରୁ ପହଡ଼ ଖୋଲିଲା ପରେ ମଙ୍ଗଳ ଆଳତି, ବରାହ ଜୀଉଙ୍କ ସ୍ନାନ କାର୍ଯ୍ୟ ସମାପନ ପରେ ଆଳିର ବର୍ତ୍ତମାନ ଆଳି ରାଜା ଶ୍ରୀ ବ୍ରଜ କେଶରୀ ଦେବ ଓ ରାଣୀ ସାହେବାଙ୍କ ଉପସ୍ଥିତିରେ ଠାକୁରଙ୍କୁ ସେବକ ମାନେ ଅଭିଷେକ କରନ୍ତି |

    ଏହା ପରେ ଶ୍ରୀ ଜିଉ ରଜାବେଶ ହୁଅନ୍ତି, ଏହା ପରେ ସର୍ବ ସାଧାରଣ ଦର୍ଶନ ପାଇଁ ଅନୁମତି ମିଳେ | ପରେ ପରେ ଠିକ ଅପରାହ୍ନ 12:30 ସମୟରେ ଲକ୍ଷ୍ମୀବରାହ ଜୀଉଙ୍କ ଜନ୍ମଧୁପ ଉତ୍ସବ ଅନୁଷ୍ଠିତ ହୁଏ | ଯାହାକୁ ଦେଖିବାକୁ ଭକ୍ତମାନେ ଉତ୍ସାହରର ସହ ଅପେକ୍ଷା କରି ରହିଥାନ୍ତି |

    ଶ୍ରୀ ବରାହ ଜୀଉଙ୍କ ଏହି ବିଶେଷ ଉତ୍ସବ ଉପଲକ୍ଷେ ମନ୍ଦିର ଠାରୁ ଆଳି ବଜାର ପର୍ଯ୍ୟନ୍ତ ତ୍ବରଣ ଆଲୋକସଜା କରାଯାଇ ଆକର୍ଷଣୀୟ ପରିପାଟିରେ ସାଜସଜା ଦେଖିବାକୁ ମିଳିଥିଲା | ଉତ୍ସବରେ ବରାହଜୀଉଙ୍କ ମନ୍ଦିରରେ ଆହୋରତ୍ର ନାମ ସଂକୀର୍ତନ ସହିତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି |

    ଏହା ସହ ସନ୍ଧ୍ୟାରେ ୧୦୮ ନୈଷ୍ଠିକ ବ୍ରାହ୍ମଣଙ୍କ ଦ୍ଵାରା ହରିହାଟ ମହୋତ୍ସବ ହେବା ସହ ନାମ ସଂକୀର୍ତ୍ତନରେ ମନ୍ଦିର ପରିବେଶ ମଧ୍ୟରେ ଏକ ଆଧ୍ୟାତ୍ମ୍ୟ ଭାବନା ଭରି ଉଠିଥିଲା | ଆଜି ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାବେଶରେ ସମଗ୍ର ଆଳି ଅଞ୍ଚଳ ଉତ୍ସଵ ମୁଖର ହୋଇଉଠିଛି | ଅସହ୍ୟ ଗରମ ଗୁଳୁଗୁଳିକୁ ଲକ୍ଷ୍ୟ ରଖି ବକ୍ସ ଅଫିସ ହେଲପିଂ ହ୍ୟାଣ୍ଡ ଓ ଆଳି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଅନୁଷ୍ଠାନ ତରଫରୁ ମାଗଣା ଦହିପାଣି ଓ ଜଳଛତ୍ର ବ୍ୟବସ୍ଥା କରାଯାଇଛି |

    ଅଧିକ ଭକ୍ତଙ୍କ ସମାଗମ କାରଣରୁ ଆଳି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ମାଗଣା ଜୋତାଷ୍ଟାଣ୍ଡର ବ୍ୟବସ୍ଥା ମଧ୍ୟ ଦେଖିବାକୁ ମିଳିଥିଲା | ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଆଳି ଥାନା ଅଧିକାରୀ ସବ୍ୟସାଚୀ ଶତପଥିଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା |

    ବିଶ୍ବାସ ଅଛି, ପବିତ୍ର ବରାହ ଦ୍ୱାଦଶୀରେ ଭଗବାନଙ୍କୁ ଦର୍ଶନ କଲେ ଶୁଭ ଫଳ ମିଳିଥାଏ | ଲକ୍ଷ୍ମୀବରାହଙ୍କ ଜନ୍ମମହୋତ୍ସବକୁ ଆଳି ଦେମାଳ ୟୁଥ କ୍ଳବର ସଦସ୍ୟ ଓ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ମିଳିତ ଭାବେ ପରିଚାଳନା କରିଥିଲେ |

  • ଜବାହରଲାଲ ନେହରୁ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

    ଜବାହରଲାଲ ନେହରୁ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

    କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁଆଁପାଳ ସ୍ଥିତ ଜବାହରଲାଲ ନେହରୁ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମହାବିଦ୍ୟାଳୟର ଅଧ୍ୟକ୍ଷ ବିସ୍ୟୋତୋସ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ସ୍ବାଧୀନ ବିଧାୟକ ସାରଦା ପ୍ରସାଦ ପ୍ରଧାନ ଯୋଗ ଦେଇ କଲେଜର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ଵାରୋପ କରିବା ସହିତ କଲେଜ ପରିସରରେ ୫୫ହଜାର ବର୍ଗଫୁଟ ମଡେଲ ଗୃହ ନିର୍ମାଣ ସହିତ ୬୦୦ ଆସନ ବିଶିଷ୍ଟ ଇଣ୍ଡୋର ଷ୍ଟାଡିୟମ ସହିତ ଅଡ଼ିଟୋରିୟମ ଓ ଷ୍ଟାଫ କମନ ରୁମ ତିଆରି କରାଯିବା ବୋଲି ସୂଚନା ଦେଇଛନ୍ତି |

    ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଯୋଗ ଦେଇଥିବା ବେଳେ ପ୍ରଧ୍ୟାପକ ଡ ନିଖୀଳେସପଦ ମହାନ୍ତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହଯୋଗ କରିଥିବା ବେଳେ ମହାବିଦ୍ୟାଳୟର ପୁରାତନ ଓ ବର୍ତ୍ତମାନର ବହୁ ଛାତ୍ରଛାତ୍ରୀ ସହଯୋଗ କରିଥିଲେ |

  • ଜିଲ୍ଲା ଇସି ସଂଘର ବିକ୍ଷୋଭ, ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

    ଜିଲ୍ଲା ଇସି ସଂଘର ବିକ୍ଷୋଭ, ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

    ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଦିନ ୧୧ ଟା ୧୫ ମିନିଟ ସମୟରେ ଓଡ଼ିଶା ମିଶନ ମହିଳା ଗୋଷ୍ଟୀ ଇସି ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗର ଜି ପି ଏଲ ଏଫ୍, ବି ଏଲ୍ ପି ର ପୂର୍ନର ଗଠନ ପାଇଁ ନର୍ଦ୍ଧେଶନାମା ସ୍ଥଗିତ ରଖିବା ଦାବୀରେ ଏହି ବିକ୍ଷୋଭ କରାଯାଇଛି ।

    ଶେଷରେ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ୪ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ୮ ଟି ବ୍ଲକରୁ ଶହ ଶହ ସଂଖ୍ୟାରେ ଇସି ମହିଳାମାନେ ଏହି କାର୍ଯ୍ୟାଳୟରେ ଯୋଗ ଦେଇଥିଲେ । ଏବଂ ସେମାନଙ୍କ ଦାବି ପୂରଣ ନହେଲେ ଆନ୍ଦୋଳନ ଆଗାମୀ ଦିନରେ ଆହୁରି ବଡ ଧରଣର ଆନ୍ଦୋଳନ ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି ।

  • ଗାଇସିଲେଟ ଠାରେ ବାର୍ଷିକ ଆକାଂକ୍ଷା ଉତ୍ସବ ଅନୁଷ୍ଠିତ

    ଗାଇସିଲେଟ ଠାରେ ବାର୍ଷିକ ଆକାଂକ୍ଷା ଉତ୍ସବ ଅନୁଷ୍ଠିତ

    ବରଗଡ଼ : ବରଗଡ଼ ଜିଲ୍ଲା ଗାଇସିଲେଟ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଆକାଂକ୍ଷା ଉତ୍ସବ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗାଇସିଲେଟ ଜୋନର ଜିଲ୍ଲାପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ ଓ ବରଗଡ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ଧୀରୋଜ କୁମାର ପଟ୍ଟନାୟକର ଏହି ଉତ୍ସବରେ ଯୋଗଦେଇଥିଲେ l

    ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ତର ଜୟ କେତନ ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ସରତ କାଲୋ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜୟ କୁମାର ସାହୁ ଓ ଶ୍ରୀଯୁକ୍ତ ଧବଳେଶ୍ଵର ବରିହା, ମୋ ସ୍କୁଲ୍ ଅଭିଯାନର ସଭାପତି ତଥା ସ୍ଥାନୀୟ କ୍ଳଷ୍ଟର ସି ଆର୍ ସି ସି କିଶୋର କୁମାର ଯୋଷୀ, ସ୍କୁଲ ପରିଚାଳନା କମିଟିର ସଭ୍ଯ ତ୍ରିଲୋଚନ ପଣ୍ଡା ଯୋଗ ଦେଇଥିଲେ l

    ଉଦଘାଟନୀ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍କୁଲର ପ୍ରଧାନ ଶିକ୍ଷକ ଅନିଲ କୁମାର ବେହେରା ସଭାପତିତ୍ବ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ରଞ୍ଜନ କୁମାର ପଣ୍ଡା ଯୋଗ ଦେଇଥିଲେ l ସ୍ନିଗ୍ଧାରାଣୀ ଦାଶ, ଅସ୍ମିତା ପ୍ରିୟଦର୍ଶିନୀ, ଥବିର ଶିଖା ତଥା ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରି ସାଫଲ୍ୟ କରିଥିଲେ l ଏହି ଅବସରରେ ଏହି ସ୍କୁଲର ପୁରାତନ ଛାତ୍ର ସୁନୀଲ କୁମାର ପୁରୋହିତଙ୍କୁ ଶ୍ରେଷ୍ଠ ଆଲୁମିନି ପୁରସ୍କାର ଓ ଡାକ୍ତର ସତୀଶ କୁମାର ଯୋଷୀକୁ ସମ୍ମାନିତ କରାଯାଇଥିଲା l

  • ପାରାଦ୍ଵୀପ କଲେଜ ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦ୍ଘାଟନୀ ଉତ୍ସବ

    ପାରାଦ୍ଵୀପ କଲେଜ ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦ୍ଘାଟନୀ ଉତ୍ସବ

    ପାରାଦ୍ଵୀପ କଲେଜର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡଃ ହରି ବାବୁ କମ୍ଭମପତି ।

    ଏହାସହ ତିନିଦିନ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ଉଚ୍ଚଶିକ୍ଷା, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ପାରାଦ୍ଵୀପ ମ୍ୟୁନିସିପାଲଟି ଅଧ୍ୟକ୍ଷ ବସନ୍ତ ବିଶ୍ବାଳ, ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହାରାନାଦ, ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ଯୋଗଦେଇଥିବା ବେଳେ କଲେଜ ଅଧ୍ୟକ୍ଷା ଡଃ ସସ୍ମିତା ଶତପଥୀ ଅଧ୍ୟକ୍ଷତା କରିଥିଲେ।

    ଏହି କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ର ଛାତ୍ରୀ, ଶିକ୍ଷକ ଓ କଲେଜର ଛାତ୍ର ଛାତ୍ରୀ ଯୋଗଦେଇଥିଲେ। ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

  • ଆଜିଠୁ ଦ୍ୱାଦଶ ବାଲିଆପାଳ ମହୋତ୍ସବ ଉଦ୍ଘାଟିତ

    ଆଜିଠୁ ଦ୍ୱାଦଶ ବାଲିଆପାଳ ମହୋତ୍ସବ ଉଦ୍ଘାଟିତ

    ଆଜିଠାରୁ ବାଲିଆପାଳର କଳା, ସଂସ୍କୃତି ଓ ସ୍ଥାପତ୍ୟକୁ ଉଜ୍ଜିବୀତ କରିବା ଉଦ୍ଦେଶ୍ୟରେ ବାଲିଆପାଳ ପଂଚାୟତ ଅଫିସ ନିକଟରେ ଅନୁଷ୍ଠିତ ହୋଇଯାଇଛି ଦ୍ୱାଦଶ ବାଲିଆପାଳ ମହୋତ୍ସବ | ଏହାକୁ ଆଜି ସନ୍ଧ୍ୟାରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଉଦ୍ଘାଟନ କରିଛନ୍ତି | ଏ ନେଇ ମହୋତ୍ସବ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମହୋତ୍ସବ କମିଟିର ଆବାହକ ଇଂ ସୁଶାନ୍ତ କୁମାର ଚକ୍ରବର୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ଉପଦେଷ୍ଟା ପୂର୍ବତନ ସରପଂଚ ମଧୁସୂଦନ ବାରିକ, ମୂରଲୀ ମୋହନ ସାହୁ, ସଦସ୍ୟ ଅରୁଣ ପାତ୍ର, ଜଗନ୍ନାଥ ବାରିକ, ବିଜୟ ସାମଲ, ବ୍ୟୋମକେଶ ସାହୁ, ସୁଶାନ୍ତ ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ |

    ଏହି ମେଳା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଚଳିତବର୍ଷ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧ ହଜାରରୁ ଉର୍ଦ୍ଧ୍ବ ଷ୍ଟଲ, ମୀନାବଜାର, ନାଗରଦୋଳି ସ୍ଥାନ ପାଇଛି | ସେହିପରି ପ୍ରତିଦିନ ସନ୍ଧ୍ୟାରେ ସ୍ଥାନୀୟ ପ୍ରତିଭା ମାନଙ୍କୁ ନେଇ କାର୍ଯ୍ୟକ୍ରମ ସହିତ ହଜି ଯାଉଥିବା ଲୋକ କଳା ପ୍ରଦର୍ଶନ ସାଙ୍ଗକୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବଲପୁରୀ, ଗୋଟିପୁଅ, ଛଉ, ଓଡିଶୀ ପ୍ରଭୃତି ନୃତ୍ୟ ଅନୁଷ୍ଠାନମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ | ସେହିପରି ପ୍ରତିଦିନ ବିଭିନ୍ନ ତାରକାମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ |

    ମେଳାର ଶାନ୍ତି ଶୃଙ୍ଖଳା, ପାନୀୟ ଜଳ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଟି ସମେତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି | ଅନ୍ୟମାନଙ୍କ ମଧ୍ୟରେ କମିଟିର ସଦସ୍ୟ ମୁକୁନ୍ଦ ସିଂ, ନରେଶ ସାହୁ,ପିଣ୍ଟୁ ସୀ, ହରବନ୍ଧୁ ଜେନା, ଅସିତ ପଟ୍ଟନାୟକ, ସୁଜୟ ପରିଡା, ଉମାକାନ୍ତ ନାୟକ, ରାଧାକୃଷ୍ଣ ପାତ୍ର, ମୃତ୍ୟୁଞ୍ଜୟ ପରିଡା, ସନାତନ ସିଂ, ବିନୋଦ ବେହେରା, ରଘୁନାଥ ସିଂ, ଇନତାଜ ସାହା ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ | କମିଟିର ବରିଷ୍ଠ ସଦସ୍ୟ ଅନନ୍ତ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ |

  • ମହାବୀର ପ୍ଲାଣ୍ଟର ବ୍ଲାଷ୍ଟ ଫର୍ନେସରେ ଦୁର୍ଘଟଣା: ୬ ଆହତ, ୨ ଗୁରୁତର

    ମହାବୀର ପ୍ଲାଣ୍ଟର ବ୍ଲାଷ୍ଟ ଫର୍ନେସରେ ଦୁର୍ଘଟଣା: ୬ ଆହତ, ୨ ଗୁରୁତର

    ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ସଂଲଗ୍ନ ବଲଣ୍ଡା ଅଞ୍ଚଳରେ ଥିବା ମହାବୀର ଫେରୋ ଆଲଏଜ୍ ପ୍ଲାଣ୍ଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି । ବିସ୍ଫୋରଣରେ ୬ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି । ସମସ୍ତଙ୍କୁ ଦଣ୍ଡିଆପାଲିସ୍ଥିତ ଜେପି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

    ତେବେ ବ୍ଲାଷ୍ଟ ଫର୍ନେସର ଏକ ନୂତନ ଭାଟି ଚଳାଇବା ସମୟରେ ଅଚାନକ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ମତରେ ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ ଏହାର ଶବ୍ଦ ଆଖପାଖରେ ଥିବା କିଛି କାରଖାନାକୁ ଶୁଣାଯାଇଥିଲା । ତେବେ ଏହି ଘଟଣାର ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହେବାପରେ ପ୍ରଶାସନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

    ବରିଷ୍ଠ ଅଧିକାରୀଙ୍କ ଢିଲାପଣ ସହ ସେଫଟି ଅଧିକାରୀଙ୍କ ଦାୟିତ୍ବହୀନତା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ଶ୍ରମିକ ସଙ୍ଗଠନ ପ୍ରକାଶ କରିଛି । ଦୋଷୀଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଶ୍ରମିକ ସଙ୍ଗଠନ । ଉକ୍ତ ଦୁର୍ଘଟଣାରେ ପ୍ଲାଣ୍ଟ ଭିତରେ ଏକ ପ୍ରକାର କୋକୁଆ ଭୟର ବାତାବରଣ ସୃଷ୍ଟି ହେବା ସହ ଶ୍ରମିକ ଗଣ ଏଣେତେଣେ ଦୌଡିବାକୁ ଲାଗିଥିଲେ ।

    ତେବେ ଶ୍ରମିକଙ୍କ ପରିବାର ପରିଜନ ସ୍ଥାନୀୟ ପ୍ରଶାସନ ଓ ଫ୍ୟାକ୍ଟ୍ରି ଅଧିକାରୀଙ୍କୁ ଜବାବ ମାଗିଛନ୍ତି । ତେବେ ପ୍ରଶାସନ କହିଛି ଯେ ତଦନ୍ତ ହେବାପରେ ସୁନିଶ୍ଚିତ ଭାବେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁର୍ଘଟଣା ପ୍ରକୃତ ତଥ୍ୟ ଲୁଚାଉଥିବା ଅନୁମାନ କରାଯାଉଛି । ଦେଖିବାକୁ ବାକି ରହିଲା ପ୍ରଶାସନ କେତେଶୀଘ୍ର ପଦକ୍ଷେପ ନେଉଛି ।

  • ପଦ୍ମପୁରରେ ବାଇକ୍‌ ଚୋର ଗ୍ୟାଙ୍ଗକୁ ଧରିଲା ପୋଲିସ, ୭ ଗିରଫ

    ପଦ୍ମପୁରରେ ବାଇକ୍‌ ଚୋର ଗ୍ୟାଙ୍ଗକୁ ଧରିଲା ପୋଲିସ, ୭ ଗିରଫ

    ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ବାଇକ ଚୋରଙ୍କ ଉତ୍ପାତ ବଢିଯାଇଥିବାରୁ ଏସପି ପିଏସ୍‌ ମୀନାଙ୍କ ନେତୃତ୍ବରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଅମ୍ରିତ ପାଳ କୌର ଓ ଥାନା ଅଧିକାରୀ ମମତା ନାଏକଙ୍କ ପ୍ରତ୍ୟକ୍ଷ ଅନୁଧ୍ୟାନରେ ଏକ ଟିମ୍‌ ଗଠନ କରାଯାଇଥିଲା। ଏସ୍‌ଆଇ ସୁରେଶ ନାଏକ, ସହକର୍ମୀ ଏଚ୍‌ ଗଡ଼ତିଆ, ଡିଡି ଧରୁଆ, ଆରଏମ ସାହୁ ଗାଇସିଲେଟ ରାସ୍ତା କୁଡାସିଂହା ଛକରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ବାଇକ୍‌ରେ ତାଲପାଲିର ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲେ।

    ପୋଲିସ ଯାଞ୍ଚରେ ସେହି ବାଇକ ଚୋରୀ ବାଇକ ବୋଲି ଜାଣିବାକୁ ପାଇଥିଲେ, ପରେ ଏହି ଚୋରୀରେ ଆହୁରି ୫ ଜଣ ସଂପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିଥିଲା। ସମସ୍ତ ୭ ଅଭିଯୁକ୍ତଙ୍କୁ କାବୁ କରି ୪ଟି ନମ୍ବର ବିହୀନ ବାଇକ୍‌ ସହ ଆହୁରି ୧୩ଟି ଚୋରା ବାଇକ ଉଦ୍ଧାର କରାଯାଇଛି। ଅନ୍ୟ ଚୋରି ବାଇକ୍‌ଗୁଡ଼ିକର ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି ବୋଲି ପଦ୍ମପୁର ଏସ୍‌ଡିପିଓ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସମସ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।