Tag: suchanatv24x7

  • ମହିମା କାବ୍ୟର ବାନ୍ଧକଳା ପାଇଁ ବାନ୍ଧ ଶିଳ୍ପୀ ଡ. ସୁରେନ୍ଦ୍ର ମେହେର ସମ୍ମାନିତ

    ମହିମା କାବ୍ୟର ବାନ୍ଧକଳା ପାଇଁ ବାନ୍ଧ ଶିଳ୍ପୀ ଡ. ସୁରେନ୍ଦ୍ର ମେହେର ସମ୍ମାନିତ

    ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧ ଓ ବୟନ କଳାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ତାର ପ୍ରତିଷ୍ଠା ବଜାୟ ରଖିବା ପାଇଁ ଆନ୍ତର୍ଜାତିକ ସୁଖ୍ୟାତି ଲାଭ କରିଥିବା ବରଗଡ ଜିଲ୍ଲା ବରପାଲି ବାନ୍ଧ ଶିଳ୍ପୀ ଡ଼ ସୁରେନ୍ଦ୍ର ମେହେରଙ୍କ ଆଉ ଏକ ପ୍ରଚେଷ୍ଟା ସଫଳ ହୋଇପାରିଛି |

    ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଅମୂଲ୍ୟ କୃତି ‘ମହିମା’ କାବ୍ୟକୁ ଦୀର୍ଘ ୩୦ ଫୁଟ ଲମ୍ବର ବାନ୍ଧ କଳାରେ ବୁଣି ଗତବର୍ଷ କବିଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ଅବସରରେ, କୂଳପତି ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ, ସମ୍ବଲପୁରଙ୍କ କରକମଳରେ ଉନ୍ମୋଚନ ହୋଇଥିଲା |

    ପରବର୍ତ୍ତୀ ସମୟରେ ଓଡିଶା ରାଜ୍ୟ ସଂଗ୍ରହାଳୟ, ଭୁବନେଶ୍ୱର ଠାରେ ତାହା ସଂଗୃହିତ ହୋଇ ରହିଛି | ସେହି ‘ମହିମା’ କାବ୍ୟର ବାନ୍ଧ କଳା ପାଇଁ ନୂଆଦିଲ୍ଲୀ ଠାରେ ଅବସ୍ଥିତ, “INDIA BOOK OF RECORD” ପ୍ରତିଷ୍ଠାନ ତରଫରୁ ଅନୁଷ୍ଠିତ ତାଙ୍କର ଆନ୍ତର୍ଜାତୀୟ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଉକ୍ତ ସମ୍ମାନରେ ସମ୍ମାନୀତ କରିଛନ୍ତି |

    ଏହା ଆମ ଅଞ୍ଚଳ ପାଇଁ ତଥା ବାନ୍ଧ କଳା ଜଗତ ପାଇଁ ବହୁତ ଗୌରବର ବିଷୟ | ଏହି ସମ୍ମାନ ପାଇଁ ଡ଼. ମେହେରଙ୍କୁ କଳା ଭାରତୀ ସଂଗ୍ରହାଳୟ, ବରପାଲି ତଥା ବହୁ ଅନୁଷ୍ଠାନ ଏବଂ ବୁଣାକାର ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି |

  • ପାରାଦ୍ଵୀପ ଆସୁଥିବା ବେଳେ ଓଲଟିଲା ମଦ ବୋଝେଇ ଟ୍ରକ

    ପାରାଦ୍ଵୀପ ଆସୁଥିବା ବେଳେ ଓଲଟିଲା ମଦ ବୋଝେଇ ଟ୍ରକ

    ଗାଡ଼ିର ହେଲପର ମୃତ ଓ ଡ୍ରାଇଭର ଆହତ। ଦୀର୍ଘ ସମୟ ଧରି ଗାଡ଼ି ତଳେ ଚାପି ହୋଇ ରହିଲେ ହେଲପର। କୁଜଙ୍ଗ ବଜାର ନିକଟରେ ଘଟିଛି ଘଟଣା। ଟ୍ରକଟି ଓଲଟିବା ସହିତ କେନାଲ ପଟକୁ ଖସିପଡିଛି। କୁଜଙ୍ଗ ପୋଲିସ ପକ୍ଷରୁ ମୃତଦେହ ଜବତ କରାଯାଇଛି। ସୂଚନା ଅନୁସାରେ, ମଦ ବୋଝେଇ ଟ୍ରକ୍ ପାରାଦ୍ଵୀପ ଆସୁଥିବା ବେଳେ କୁଜଙ୍ଗ ବଜାର ଠାରୁ କିଛି ଦୂରରେ ଉକ୍ତ ଗାଡିକୁ ଏକ ବାଲି ବୋଝେଇ ହାଇଓ୍ବା ଗାଡ଼ି ଧକ୍କା ଦେଇଥିଲା।

    ଫଳରେ ମଦ‌ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ଏବଂ ବାମପଟେ ବସିଥିବା ମଦ ଗାଡ଼ିର ହେଲପର ଗାଡ଼ି ତଳେ ଚାପି ହୋଇଯାଇଥିଲେ। ଖବର ପାଇ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ମୃତଦେହ ଉଦ୍ଧାର କରିଛି ଏବଂ ଗାଡ଼ିରେ ଥିବା ମଦକୁ ମଧ୍ୟ ଜବତ‌ କରାଯାଇଛି। ଆହତ ଡ୍ରାଇଭରକୁ କୁଜଙ୍ଗ ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ମଦ ଗାଡ଼ିକୁ ଧକ୍କା ଦେଇ ଫେରାର ହୋଇଯାଇଥିବା ହାଇଓ୍ବା ଗାଡ଼ିକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି।

  • ବସୁନ୍ଧରା ଯୋଜନାରେ ପଟ୍ଟା ବଣ୍ଟନ କଲେ ମନ୍ତ୍ରୀ

    ବସୁନ୍ଧରା ଯୋଜନାରେ ପଟ୍ଟା ବଣ୍ଟନ କଲେ ମନ୍ତ୍ରୀ

    ରାଜସ୍ଵ ମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ । ସୋମବାର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏବଂ ଜଗନ୍ନାଥ ପ୍ରସାଦ ବ୍ଲକ୍ ରେ ଜମିହରା ବା ଗ୍ରାମକଣ୍ଟରେ ଥିବା ହିତାଧିକାରୀଙ୍କ ପାଇଁ ବସୁନ୍ଧରା ଯୋଜନାରେ ପଟ୍ଟା ବଣ୍ଟନ କରିଛନ୍ତି ରାଜସ୍ବ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଏକ ବିରାଟ ବାଇକ୍ ରାଲିରେ ସ୍ଵାଗତ କରିଥିଲେ ଭଞ୍ଜନଗର ବିଜେପି କର୍ମୀ । ଭଞ୍ଜନଗର ଟାଉନ୍ ହଲ୍ ଠାରେ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ବ୍ଲକ ଅଧ୍ୟକ୍ଷ ନରିସଭା ନାୟକଙ୍କ ସମେତ ଅନେକ ହିତାଧିକାରୀ ଯୋଗଦେଇଥିଲ । ସେହିଭଳି ଜଗନ୍ନାଥ ପ୍ରସାଦରେ ଏକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକ୍ରମ । ଶ୍ରୀ ପୂଜାରୀ କହିଛନ୍ତି ଖୁବଶୀଘ୍ର ଅନ୍ୟମାନଙ୍କୁ ବି ପଟ୍ଟା ବଣ୍ଟନ କରାଯିବ ।

  • ରାଛିପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମନ୍ତ୍ରୀ

    ରାଛିପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମନ୍ତ୍ରୀ

    ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ରାଛିପୁର ପଂଚାୟତରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଦ୍ଵାରା ବିଭିନ୍ନ ସ୍କୁଲରେ ଜିଲ୍ଲା ଖଣିଜ ପାଣ୍ଠି ଦ୍ଵାରା ଅନୁମୋଦିତ ହୋଇଥିବା ନୂତନ ଗୃହର ଭିତ୍ତିପ୍ରସ୍ତର ସ୍ଥାପନା କରିବା ସଙ୍ଗେ ସଙ୍ଗେ ପଞ୍ଚାୟତବାସୀଙ୍କ ତରଫରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା |

    ରାଛିପୁର ସରପଞ୍ଚ ଭୀମସେନ ଦଳେଇଙ୍କ ନେତୃତ୍ବରେ ପଞ୍ଚାୟତବାସୀଙ୍କ ତରଫରୁ ରାଛିପୁର ଛକ ଠାରୁ ମନ୍ତ୍ରୀଙ୍କୁ ବିରାଟ ପଟୁଆରାରେ ପାଛୋଟି ନେଇ ପ୍ରଥମେ ଯୁଝପଦା ପ୍ରାଇମେରୀ ଓ ହାଇସ୍କୁଲ ସହିତ ଦାନିଆଵାର ସ୍କୁଲର ନୂତନ ଗୃହ ସହିତ ଦାନିଆଵାର ଗ୍ରାମର ମୁଖ୍ୟ ଗେଟର ଶୁଭ ଉଦଘାଟନ କରିଥିଲେ |

    ପରେ ଖେଳ ପଡିଆରେ ପଂଚାୟତର ବିଜେପି ସଭାପତି ଓ ସମ୍ପାଦକଙ୍କ ନେତୃତ୍ୱରେ ଶହ ଶହ ମହିଳା ଓ ପୁରୁଷ କର୍ମୀଙ୍କ ଉପସ୍ଥିତିରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲେ | ନିର୍ବାଚନ ପରଠାରୁ ମନ୍ତ୍ରୀଙ୍କ ପାଦ ରାଛିପୁର ପଞ୍ଚାୟତରେ ପଡିଥିବାରୁ ପଞ୍ଚାୟତବାସୀଙ୍କ ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା |

  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    ପାରାଦ୍ଵୀପ ଥାନା ପାଖ ସନ୍ତୋଷୀ ଲଜର ଛାତ ଉପରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି |ଯୁବକଙ୍କର ନାମ ସୁମନ କୋନର ଓ ତାଙ୍କ ଘର କଲିକତାରେ ବୋଲି ସୂଚନା ମିଳିଛି | ସେ ଗତ ତିନି ତାରିଖରୁ ଏକ କମ୍ପାନୀରେ କିଛି କାର୍ଯ୍ୟ କରିବା ପାଇଁ ଆସି ଏହି ଲଜରେ ରହୁଥିଲେ | ଗତକାଲି ବିଳମ୍ବିତ ରାତିରେ ଲଜର ଛାତ ଉପରେ ଥିବା ଏକ ପାଇପରେ ତାଙ୍କୁ କେହି ହତ୍ୟାକରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି |

    ତାଙ୍କ ଦୁଇ ଆଣ୍ଠୁ ଛାତରେ ଲାଗିଥିବା ବେଳେ ତାଙ୍କ ବେକରେ ପଡିଥିବା ଫାସ ମଧ୍ଯ ଢ଼ିଲା ରହିଛି | ତେବେ ତାଙ୍କ ସହିତ ସେହି ରୁମରେ ରହୁଥିବା ଅନ୍ୟ ଦୁଇଜଣଙ୍କୁ ଅଟକ ରଖିବା ସହିତ ପାରାଦ୍ଵୀପ ଆଦର୍ଶ ଥାନା ପକ୍ଷରୁ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି | ଏଥିସହିତ ହୋଟେଲରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଜବତ କରାଯାଇଛି |

  • ଶୋଇଥିବାବେଳେ ଜଳିଗଲା ୪ ବଖରା ଘର

    ଶୋଇଥିବାବେଳେ ଜଳିଗଲା ୪ ବଖରା ଘର

    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ଅନ୍ତର୍ଗତ ହାତୁରା ଦଳିତ ସାହିରେ ଘଟିଯାଇଛି ଅଭାବନୀୟ ଘଟଣା | ରାତିରେ ଶୋଇଥିବା ବେଳେ ଚାଳ ଘରେ ନିଆଁ ଲାଗି ଜଳିଯାଇଛି ୪ ବଖରା ଘର |

    ଘରଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯିବା ସହ ସମସ୍ତ କାଗଜପତ୍ର ଲୁଗାପଟା ସବୁ ଜଳିଯାଇଛି | ନିଆଁ ଏତେ ଭୟଙ୍କର ଥିଲା ଯେ, କ୍ଷୟକ୍ଷତି ଅତି ଭୟାବହ ହୋଇଥିଲା |

    ଗାଁ ଲୋକେ ଉଠି ରାତି ଅଧରେ ଘର ଉପରେ ପାଣି ପକାଇଥିଲେ ସୁଦ୍ଧା ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା | ଅଗ୍ନି ବିପନ୍ନ ପରିବାରକୁ ଭେଟିଥିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ |

    ବିପନ୍ନଙ୍କୁ ସରକାରଙ୍କ ତରଫରୁ କେମିତି ଘର ଯୋଗାଇ ଦିଆଯାଇ ପାରିବ, ସେ ନେଇ ଲୋକଙ୍କ ସହ କଥାବାର୍ତ୍ତା ହେବା ସହ ସେମାନଙ୍କୁ କିଛି ଆର୍ଥିକ ସାହାଯ୍ୟ ସହଯୋଗ କରିଥିଲେ |

    ଗ୍ରାମବାସୀ କହିଥିଲେ ସୀମାରାଣୀ ଅପା ଆମ ଦୁଃଖ ସୁଖରେ ସବୁବେଳେ ଠିଆ ହୋଇଛନ୍ତି |

  • ଖମାର ଗ୍ରାମରେ ବନ୍ଦ କୋଠରୀରୁ ବାପା,ଝିଅ ଓ ନାତିଙ୍କ ମୃତଦେହ ଉଦ୍ଧାର

    ଖମାର ଗ୍ରାମରେ ବନ୍ଦ କୋଠରୀରୁ ବାପା,ଝିଅ ଓ ନାତିଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ ସଦର ଥାନା ଖମାର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗ୍ରାମରେ ଏକ ବନ୍ଦ କୋଠରୀରୁ ଗୋଟିଏ ପରିବାରର ୩ ଜଣ ଅର୍ଥାତ ବାପା, ଝିଅ ଏବଂ ନାତିଙ୍କର ମୃତଦେହ ଠାବ କରାଯାଇଛି । ସେମାନେ ତିନିଜଣ ଯାକ ଘରେ ୨ଟି କୋଠରୀରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ୩ ଦିନ ହେବ ମୃତ୍ୟୁ ହୋଇ ଯାଇଥିବାରୁ ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ଘଟଣା ବିଷୟରେ ଜଣାପଡ଼ିଥିଲା । ଖବର ପାଇ ସଦର ଥାନା ପୋଲିସ ଗ୍ରାମରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ମୃତ୍ଯୁର କାରଣ ଅସ୍ପଷ୍ଟ ରହିଛି ।

    ମୃତ ୩ ଜଣଙ୍କ ମଧ୍ୟରେ ବାପା ଶଙ୍କର୍ଷଣ ଦାସ, ଝିଅ ସୁବର୍ଣ୍ଣ ଦାସ ଓ ନାତି ସନ୍ତୋଷ ଦାସ ଅଛନ୍ତି । ଦୁଃଖର କଥା ସେହି ଘରେ ମଧ୍ୟ ୩ଦିନ ହେବ ଶଙ୍କର୍ଷଣଙ୍କ ପତ୍ନୀ ପୁଷ୍ପାଞ୍ଜଳୀ ଦାସ ରହିଥିଲେ । ପୁଷ୍ପାଞ୍ଜଳୀ ମଧ୍ୟ ମୃତ୍ୟୁ ବିଷୟରେ କୌଣସି ସଠିକ୍ କଥା କହିପାରୁ ନାହାନ୍ତି । ସେ ଗ୍ରାମବାସୀଙ୍କୁ ଜଣାଇଥିଲେ ବି ଗ୍ରାମବାସୀ ମାନେ ତାଙ୍କ କଥା କେହି ଶୁଣି ନଥିବା କଥା ସେ କହିଛନ୍ତି । ଗ୍ରାମର କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ପରିବାର ଲୋକେ ଯୋଗ ଦେଉ ନ ଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ମୃତଦେହ ଗୁଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ସଦର ପୋଲିସ । ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

  • ଦୃଷ୍ଟିବାଧିତ ପିଲାଙ୍କ ସହ ଜନ୍ମଦିନ ପାଳିଲେ ସମାଜସେବୀ

    ଦୃଷ୍ଟିବାଧିତ ପିଲାଙ୍କ ସହ ଜନ୍ମଦିନ ପାଳିଲେ ସମାଜସେବୀ

    କୋରାପୁଟ ଜିଲ୍ଲାର ବରିଷ୍ଠ ସାମ୍ବାଦିକା ତଥା ସମାଜସେବୀ ସୁଶ୍ରୀ ଜ୍ୟୋତ୍ସ୍ନା ରାଉଳ ନିଜ ଜନ୍ମଦିନକୁ ବେଶ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଫେବୃୟାରୀ ୧୫ ତାରିଖରେ ଦୃଷ୍ଟିବାଧିତ ପିଲାଙ୍କ ସହ ନିଜ ଜନ୍ମ ଦିନ ପାଳିଛନ୍ତି ସୁଶ୍ରୀ ଜ୍ୟୋତ୍ସ୍ନା । ହିନ୍ଦୁ ପରମ୍ପରା ଅନୁସାରେ ପ୍ରଥମେ କୋରାପୁଟ ଶ୍ରୀରାମ ମନ୍ଦିର, ଶିବ ମନ୍ଦିର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରିଥିଲେ।

    ପରେ ସଂଧ୍ୟାରେ କୋରାପୁଟ ଦୃଷ୍ଟିବାଧିତ ବିଦ୍ୟାଳୟକୁ ଯାଇ ଦିବ୍ୟାଙ୍ଗ ପିଲାଙ୍କୁ ମିଠା ଖୁଆଇ ସେମାନଙ୍କ ସହ ବାର୍ତ୍ତାଳାପ କରି କିଛି ମୂହୁର୍ତ୍ତ ବିତାଇଥିଲେ। ଜ୍ୟୋତ୍ସ୍ନା କହନ୍ତି, ପିଲାଙ୍କ ହୃଦୟରେ ଭଗବାନ ବାସ କରନ୍ତି। ବିଶେଷ କରି ଦୃଷ୍ଟିବାଧିତ ପିଲାଙ୍କୁ ଭଗବାନ ଏକ ଅଦ୍ଭୁତ ଅନ୍ତର୍ନିହିତ ଶକ୍ତି ପ୍ରଦାନ କରିଛନ୍ତି। ସମୟ ସମୟରେ ଏଇଭଳି ପିଲାମାନେ ଏମିତି କିଛି ଅସାଧାରଣ କାର୍ଯ୍ୟ କରିଥାଆନ୍ତି, ଯାହା ସାଧାରଣ ପିଲାଙ୍କୁ ବି ବେଳେ ବେଳେ ପଛରେ ପକାଇ ଦେଇଥାଏ। ପିଲାମାନେ ନିଷ୍କପଟ ଓ ସରଳ। ସେଥିପାଇଁ ସେ ସର୍ବଦା ବଡ ମାନଙ୍କ ଅପେକ୍ଷା ଛୋଟ ଛୋଟ ପିଲା ବିଶେଷ କରି ଏମିତି ଦିବ୍ୟାଙ୍ଗ ପିଲାଙ୍କ ସହ ସମୟ ବିତାଇବାକୁ ବେଶ ଭଲ ପାଆନ୍ତି ବୋଲି ଜ୍ୟୋତ୍ସ୍ନା କହନ୍ତି ।

  • ବନ୍ଦ କୋଠରୀରୁ ମୃତଦେହ ଉଦ୍ଧାର

    ବନ୍ଦ କୋଠରୀରୁ ମୃତଦେହ ଉଦ୍ଧାର

    ହୋଟେଲରେ ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କବାଟ ଭାଙ୍ଗି ରୁମରୁ ଶବକୁ ଉଦ୍ଧାର କରିଛି ଜଳେଶ୍ୱର ପୋଲିସ। ଜଳେଶ୍ୱର ଷ୍ଟେସନ ବଜାର ଗୋଲ୍ଡେନ ଗେଷ୍ଟ ହାଉସ ରୁମ ନଂ ୨୦୨ ରୁ ଉଦ୍ଧାର ହୋଇଥିବା ସୂଚନା। ମୃତ ଯୁବକ ଜଣକ ପଶ୍ଚିମବଙ୍ଗର ସୁପ୍ରିୟ ରୁଇ ଦାସ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି।

  • ବାଇକ ମୁହାଁମୁହିଁ ଧକ୍କା ; ଦୁଇ ଆରୋହୀ ମୃତ, ୨ ଗୁରୁତର

    ବାଇକ ମୁହାଁମୁହିଁ ଧକ୍କା ; ଦୁଇ ଆରୋହୀ ମୃତ, ୨ ଗୁରୁତର

    ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଅଗ୍ରୱାଲା ଛକ ଚନ୍ଦନା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା | ଦୁଇ ବାଇକ ଆରୋହି ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କର ମୃତ୍ଯୁ ହୋଇଛି | ଉକ୍ତ ଦୁଇଟି ବାଇକ ପଛରେ ବସିଥିବା ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜଳେଶ୍ବର ହସପିଟାଲରେ ଭର୍ତ୍ତି କରିଥିଲେ |

    ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି | ଘଟଣା ସ୍ଥଳରେ ଜଳେଶ୍ବର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି | ମୃତାହତଙ୍କ ପରିଚୟ ମିଳି ପାରିନି |