Tag: suchanatv24x7

  • ବରଗଡ ଜିଲ୍ଲାରେ ପ୍ରଥମ ଅଲଟ୍ରାସାଉଣ୍ଡ ଗାଇଡେଡ୍ ମାଇକ୍ରାୱେଭ ଏବ୍ଲେଶନ

    ବରଗଡ ଜିଲ୍ଲାରେ ପ୍ରଥମ ଅଲଟ୍ରାସାଉଣ୍ଡ ଗାଇଡେଡ୍ ମାଇକ୍ରାୱେଭ ଏବ୍ଲେଶନ

    ଡାକ୍ତର ଶକ୍ତି ଏବଂ ଡାକ୍ତର ଇପ୍ସିତା ସ୍କିନ – ଫର୍ଟିଲିଟୀ ଇନଷ୍ଟିଚ୍ୟୁଟ ପକ୍ଷରୁ ଓଡିଶାର ପ୍ରଥମ ଅଲଟ୍ରାସାଉଣ୍ଡ ଗାଇଡେଡ୍ ମାଇକ୍ରାୱେଭ ଏବ୍ଲେଶନ ଦ୍ଵାରା ଏଡେନୋମାୟୋସିଶ ସହ ଜଡିତ ଚିକିତ୍ସା ରେ ସଫଳତା ମିଳିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ର ମୁଖ୍ୟ ଡାକ୍ତର ଶକ୍ତି କୁମାର ତ୍ରିପାଠୀ ଏବଂ ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଇପ୍ସିତା ଦେବତା ସୂଚନା ଦେଇଛନ୍ତି । ଏହି ଉପଲବ୍ଧି ସହ ଉକ୍ତ ସଂସ୍ଥା ଓଡ଼ିଶା ରେ ପ୍ରଥମ,ପୂର୍ବ ଭାରତର ପ୍ରଥମ ଏବଂ ସର୍ବ ଭାରତୀୟ ସ୍ତରରେ ଚତୁର୍ଥ ସଂସ୍ଥା ଭାବେ ଏହି ଅତ୍ୟାଧୁନିକ ଓ ମିନିମାଲିଇନ୍ଭାସିଭ ପ୍ରଯୁକ୍ତି ବିଦ୍ୟାର ବିଶେଷ ଚିକିତ୍ସା ଦେଇଥିବା ମାନ୍ୟତା ପାଇଛି ବୋଲି ସେ କହିଛନ୍ତି ।ଏବେ ମାଇକ୍ରୋୱେଭ୍ ଏବଲେଶନ ଏଡେନୋମାୟୋସିଶ ଚିକିତ୍ସା ରେ ଏକ ବିପ୍ଳବାତ୍ମକ ପଦକ୍ଷେପ । ଏହି ଚିକିତ୍ସା ପଦ୍ଧତି ଯନ୍ତ୍ରଣା ହ୍ରାସ କରିବା ସହ ଠିକ ସମୟରେ ଗର୍ଭ ଧାରଣ କ୍ଷମତାକୁ ରକ୍ଷା କରିଥାଏ । ଯାହା ଅନେକ ମହିଳାଙ୍କ ପାଇଁ ନୂଆ ଆଶା ଆଣିଛି । ଓଡ଼ିଶାରେ ଏହି ନୂଆ ଚିକିତ୍ସା ପ୍ରଯୁକ୍ତି ଆରମ୍ଭ କରିପାରୁଥିବାରୁ ଆମେ ଗର୍ବିତ ଓ ଗୌରବାନ୍ଵିତ । ଏହି କାମ ଆମ ଚିକିତ୍ସା ଯାତ୍ରାରେ ଆଉ ଏକ ମାଇଲ ଖୁଣ୍ଟ ବୋଲି ଅନୁଷ୍ଠାନ ର ମୁଖ୍ୟ ତଥା ଫର୍ଟିଲିଟୀ ଏବଂ ଲ୍ୟାପ୍ରୋସ୍କପି ଚିକିତ୍ସକ ଡାକ୍ତର ଶକ୍ତି କୁମାର ତ୍ରିପାଠୀ କହିଥିଲେ । ସେହିପରି ପୂର୍ବପରି ଅନେକ ନୂତନ ଚିକିତ୍ସା ଓ କୌଶଳ ପ୍ରଥମ ଭାବେ ଆରମ୍ଭ କରିଛୁ,ଆମେ ସଦା ଆଧୁନିକ ଚିକିତ୍ସା ପ୍ରଯୁକ୍ତି କୁ ଅଙ୍ଗୀକାର କରି ନାରି ସ୍ବାସ୍ଥ୍ୟ ସେବା ଦେବାକୁ ପ୍ରତିବଦ୍ଧ ବୋଲି ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଇପ୍ସିତା ଦେବତା ପ୍ରକାଶ କରିଥିଲେ।

  • ମହୁଲି ମଦ ଚାଲାଣ ବେଳେ ଚଢାଉ

    ମହୁଲି ମଦ ଚାଲାଣ ବେଳେ ଚଢାଉ

    ମହୁଲୀ ମଦ ଚାଲାଣବେଳେ ମାଡ଼ିବସିଲା ଅବକାରୀ ବିଭାଗ । ଯୋଡ଼ାରୁ ସୁନ୍ଦରଗଡ କୋଇଡାକୁ ମହୁଲି ମଦ ଚାଲାଣ ବେଳେ ଅବକାରୀ ବିଭାଗର ଚଢାଉ କରି | ମହୁଲି ମଦ ଜବତ ହୋଇଛି | କାର୍ ଯୋଗେ ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳକୁ ମହୁଲୀ ମଦ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇବା ପରେ ବାମେଵାରୀ ନିକଟରେ ଅବକାରୀ ବିଭାଗ ମାଡ଼ି ବସିଥିଲେ ।

    ଘଟଣା ସ୍ଥାଳରୁ ମହୁଲୀ ମଦ ବୋଝେଇ କାର ଜବତ୍ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି | ଅବକାରୀ ବିଭାଗ ସୂଚନା ଦେଇଛି ।

  • ଉଠା ହେଲା ଦୁଆରେ ପୋତା ହେଇଥିବା ଶବ

    ଉଠା ହେଲା ଦୁଆରେ ପୋତା ହେଇଥିବା ଶବ

    ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଚଷାଖଣ୍ଡ ପଂଚାୟତରେ ମାନ ମଲିକ ଏବଂ ଗୋବିନ୍ଦ ୨ ପରିବାର ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା । ଗୁରୁବାର ରାତିରେ ଗୋବିନ୍ଦ ମଲିକଙ୍କର ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ଘଟିଥିଲା । ପୂର୍ବରୁ ମାନ ମାଲିକଙ୍କର ମଧ୍ୟ ଦେହାନ୍ତ ହୋଇ ସାରିଛି । ତେବେ ଗୋବିନ୍ଦଙ୍କ ମୃତ ଶରୀରକୁ ତାଙ୍କ ପୁଅ ମାନେ ମାନ ମଲିକ ପୁଅଙ୍କ ଦୁଆର ମୁହଁରେ ପୋତି ଦେଇଥିଲେ । ବାରଣ ସତ୍ୱେ କୌଣସି କଥାକୁ ଭ୍ରୁକ୍ଷେପ ନକରି ପୋତିଥିଲେ ଶବ । ଛୋଟ ଛୋଟ ପିଲାଙ୍କୁ କିଭଳି ଚଳିବେ ବୋଲି କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା କରିଥିଲେ ମାନଙ୍କ ବୋହୁ । ତେବେ ପ୍ରଶାସନର ଦ୍ୱାରସ୍ତ ହେବା ସହ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ ତଥା ସୋସିଆଲ ମେଡ଼ିଆରେ ନିନ୍ଦା କରାଯିବା ପରେ ଶେଷରେ ଗୋବିନ୍ଦଙ୍କ ପୁଅ ମାନେ ନିଜ ବାପାଙ୍କ ଶବକୁ ବାହାର କରି ନିଜ ବାରିରେ ଅନ୍ତିମ କ୍ରିୟା ଶେଷ କରିଥିଲେ ।

  • ଅଧଙ୍ଗା ହନୁମାନ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

    ଅଧଙ୍ଗା ହନୁମାନ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

    କୋରେଇ ବ୍ଲକ ତାହାରପୁର ପଂଚାୟତ ଅଧଙ୍ଗା ଗ୍ରାମରେ ପ୍ରଭୁ ଶ୍ରୀ ବଜରଙ୍ଗ ବାଲିଙ୍କ ଚର୍ତୁଥ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ଦୀର୍ଘ ସାତ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଗ୍ରାମବାସୀ କଳସ ବୁଡ଼ାଇ ଗ୍ରାମ ପରିକ୍ରମା କରିବା ପରେ ଶୁଭଧିବାସ, ଅଙ୍କୁରରୋପଣ ଓ ଘଟସ୍ଥାପନା କରି ପୂଜାର୍ଚନା କାର୍ଯ୍ୟ ଆରମ୍ଭ କରିଥିଲେ ।

    ମୁଖ୍ୟ ଉପଦେଷ୍ଟା ପ୍ରଦୀପ ମଲିକଙ୍କ ତତ୍ଵବଧାନରେ ଅନୁଷ୍ଠିତ ଏହି ଅଧାତ୍ମିକ କାର୍ଯ୍ୟକ୍ରମରେ ଭଜନ ସନ୍ଧ୍ୟା ଓ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ନେଇ ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଅଛି।ଦୀର୍ଘ ସାତ ଦିନ ବ୍ୟାପି ଗ୍ରାମବାସୀଙ୍କ ତରଫରୁ ପ୍ରତିଦିନ ହଜାର ହଜାର ଲୋକଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯିବ ।

  • ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆୟୋଜିତ

    ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆୟୋଜିତ

    ଓଡ଼ିଶା ସରକାରଙ୍କ କ୍ରୀଡ଼ା, ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ୧୫ ବର୍ଷରୁ କମ ବୟସ ବର୍ଗର ସି.ଏମ ଟ୍ରଫି ଜିଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା କ୍ରୀଡ଼ା ସଂସଦର ଉପ ସଭାପତି ଯୁଗଳ ପ୍ରସାଦ ସିଂଙ୍କ ପୌରହିତ୍ୟ ଓ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ବରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ସଂସଦ ସଭାପତି ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ବରଗଡ଼ ଆରକ୍ଷୀ ଅଧିକ୍ଷକ ତଥା କ୍ରୀଡ଼ା ସଂସଦ ଉପ ସଭାପତି ପ୍ରହଲ୍ଲାଦ ହାୟ ମୀନା ଅତିଥି ଭାବରେ ଯୋଗଦେଇଥିଲେ ।

    ଜିଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର, ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶାର ଉପ ସଭାପତି ରବି ପଣ୍ଡା, ପ୍ରାକ୍ତନ ସମ୍ପାଦକ ଅରୁଣ କୁମାର ମହାନ୍ତି, ପ୍ରଭାତ ଆଦିତ୍ୟ ମିଶ୍ର , କ୍ରୀଡ଼ା ସମ୍ପାଦକ ହରଦୀପ ସିଂ, ଫୁଟବଲ ସମ୍ପାଦକ ଶେକ ସବଦର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଜୟ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍‌ଘାଟନୀ ମ୍ୟାଚ୍‌ଟି ୟୁନାଇଟେଡ ସ୍ପୋର୍ଟସ କ୍ଲବ ଓ ସୁପର ଜିମ୍ନାସିୟମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁନାଇଟେଡ ସ୍ପୋର୍ଟସ କ୍ଲବ ୨-୧ ଗୋଲରେ ବିଜୟୀ ହୋଇଥିଲା । ୟୁନାଇଟେଡ ସ୍ପୋର୍ଟସ କ୍ଲବ ଦଳର ୧୧ ନମ୍ବର ଖେଳାଳି ରୋହନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବରେ ପୁରସ୍କୃତ କରାଯାଇଥିଲା ।

  • ଚୋରି କଲେ, ଛେଚା ଖାଇଲେ

    ଚୋରି କଲେ, ଛେଚା ଖାଇଲେ

    ଚୋରି କରିବାକୁ ଆସି ହଟହଟା ଚୋର | ବିଳମ୍ବିତ ରାତିରେ ଘରେ ପଶି ଚୋରି କରୁଥିବା ବେଳେ ୩ ଜଣ ଚୋରକୁ କାବୁ କରି ନିର୍ଧୁମ ଛେଞ୍ଚିଛନ୍ତି ଗ୍ରାମବାସୀ | ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବୋଳଂ ଗ୍ରାମରେ ଘଟିଛି ଏଭଳି ଘଟଣା | ସୂଚନା ଅନୁଯାୟୀ ଗତ କିଛି ଦିନ ଧରି ବୋଳଂ ଏବଂ ଆଖପାଖ ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଥିଲା | ଗତକାଲି ବିଳମ୍ବିତ ରାତିରେ ନିଧିପଣ୍ତା ଅଞ୍ଚଳର ୩ ଜଣ ଚୋର ବୋଳଂ ଗ୍ରାମରେ ଜଣେ ବ୍ଯକ୍ତିଙ୍କ ଘରେ ପଶି ଚୋରି ଉଦ୍ଯମ କରୁଥିବା ବେଳେ ଶବ୍ଦ ଶୁଣି ପରିବାର ଲୋକଙ୍କ ନିଦ ଭାଙ୍ଗି ଯାଇ ଥିଲା | ଚୋର ମାନେ ଦୌଡି ପଳାଇ ଯାଉଥିବା ବେଳେ ଗ୍ରାମବାସୀ ମିଶି ୩ ଜଣ ଚୋରଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ | ଖବର ପାଇ ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚୋରଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି |

  • କେନ୍ଦୁଝରରେ ଅନୁଷ୍ଠିତ ହେବ ୩୯ ତମ ଜାତୀୟ ହ୍ୟାଣ୍ଡବଲ ଚାମ୍ପିଆନସିପ୍

    କେନ୍ଦୁଝରରେ ଅନୁଷ୍ଠିତ ହେବ ୩୯ ତମ ଜାତୀୟ ହ୍ୟାଣ୍ଡବଲ ଚାମ୍ପିଆନସିପ୍

    କେନ୍ଦୁଝରରେ ଚଳିତ ୮ ତାରିଖରେ ୩୯ ତମ ଜାତୀୟ ହ୍ୟାଣ୍ଡବଲ ଚାମ୍ପିଆନସିପ୍ ପ୍ରଥମ ଥର ହେବାକୁ ଯାଉଛି । ଯାହାର ପୋଷାକ, ଟ୍ରଫି ଓ ମେଡାଲର ଆଜି ହୋଇଛି ଉନ୍ମୋଚନ ।କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉନ୍ମୋଚନ କରିଛନ୍ତି । ଜିଲ୍ଲାପାଳଙ୍କ ସମେତ ରାଜ୍ୟ ହାଣ୍ଡବଲ ସଂଘର ସମ୍ପାଦକ ମାନସ ସିଂ ଓ ସଂଘର ସଭାପତି ଇଂ ବସନ୍ତ ଦାନି ଓ ସମ୍ପାଦକ ରିତିକ ଅଧିକାରୀ ତଥା କୋଷାଧ୍ୟକ୍ଷ ଦୟା ସାଗର ପଣ୍ଡା ଉପସ୍ଥିତ ଥିଲେ । ଏହି ଖେଳରେ ଦେଶର ବିଭିନ୍ନ ରାଜ୍ୟ ଭାଗ ନେବେ । ଦୀର୍ଘ ୪୫ ବର୍ଷ ପରେ କେନ୍ଦୁଝରରେ ଜାତୀୟ ହ୍ୟାଣ୍ଡବଲ ଖେଳ ହେଉଥିବାରୁ କେନ୍ଦୁଝରବାସୀ ଏହାକୁ ନେଇ ଖୁସି ଅଛନ୍ତି ବୋଲି କହିଛନ୍ତି ଜିଲ୍ଲା ହ୍ୟାଣ୍ଡବଲ ସଂଘ ସମ୍ପାଦକ ରିତିକ ଅଧିକାରୀ ।

  • ଜଙ୍ଗଲ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

    ଜଙ୍ଗଲ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

    ବୃକ୍ଷ ହିଁ ଜୀବନ , ବୃକ୍ଷ ବିନା ଜୀବନ ଅସମ୍ଭବ, ଜଙ୍ଗଲ ସୁରକ୍ଷା ଆମ ଦାୟିତ୍ୱ । ପ୍ରାକୃତିକ ସୌନ୍ଦଯ୍ୟର ମୂଳ ଉତ୍ସ ହେଉଛି ଜଙ୍ଗଲ । ବନ୍ୟଜନ୍ତୁ ଙ୍କୁ ସୁରକ୍ଷା ଦେବା ସହିତ ଜଙ୍ଗଲ ପରିବେଶ କୁ ରକ୍ଷା କରିବା ଆମର ପ୍ରଥମ କର୍ତ୍ତବ୍ୟ । ଏଭଳି ଏକ ସଚେତନତା ର ବାର୍ତା ଦେଇ ବନ ବିଭାଗ ର ଅଧିକାରୀ ଓ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ତଥା କଟକ ବନଖଣ୍ଡ ଏସିଏଫଓ ସନ୍ତୋଷ କୁମାର ପତି ବୈଠକ ରେ ସୂଚନା ଦେଇଥିଲେ । ରାଜ୍ୟ ସରକାର ଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ ପକ୍ଷରୁ କଟକ ବନଖଣ୍ଡ ଅଧୀନରେ ଥିବା ସମସ୍ତ ରେଞ୍ଜ ଅଫିସ ରେ ଜଙ୍ଗଲ ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦେଶ ଜାରି କରାଯାଇଛି । ଆଜି ଯାଜପୁର ରୋଡ ବନ ବିଭାଗ ତରଫରୁ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପିଲାମାନଙ୍କୁ ନେଇ ବନ୍ୟଜନ୍ତୁ, ଜଙ୍ଗଲ ଜାତ ଖାଦ୍ୟଦ୍ରବ୍ୟ ଓ ଜଙ୍ଗଲ ପରିବେଶ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

    ବ୍ୟାସନଗର କେ ଏନ ଡି ଏ ସମ୍ମିଳନୀ ଗୃହରେ ବିଭାଗ ର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଜଙ୍ଗଲ ର ସ୍ଥାୟୀ ସୁରକ୍ଷା, ଜଙ୍ଗଲ ପୋଡି କୁ ଆୟତ୍ତ କରିବା, ବନ୍ୟଜନ୍ତୁ ମାନଙ୍କୁ ସୁରକ୍ଷା ଦେବା, ବୃକ୍ଷ ରୋପଣକୁ କିଭଳି ବୃଦ୍ଧି କରିବା ସହିତ ପରିବେଶ କୁ କିଭଳି ସୁରକ୍ଷା ଦେବା ଏ ବିଷୟରେ ବନାଞ୍ଚଳ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ବନ ବିଭାଗ ତରଫରୁ ପୁରସ୍କୃତ କରାଯାଇଥିଲା । ସମ୍ମାନିତ ଅତିଥିଭାବେ ପରିବେଶବିତ ଦୁଷ୍ମନ୍ତ କୁମାର ରାଉତ ଯୋଗ ଦେଇ କର୍ମଚାରୀ ମାନଙ୍କୁ ପରିବେଶ ସୁରକ୍ଷା ଉପରେ ଏକ ସଚେତନତା ବାର୍ତା ପ୍ରଦାନ କରିଥିଲେ । ଯାଜପୁର ରୋଡ ଫରେଷ୍ଟର ନୀଳିମା ପ୍ରିୟଦର୍ଶିନୀ ନାୟକ ଙ୍କ ତତ୍ଵାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବନ ବିଭାଗ ର ସମସ୍ତ କର୍ମଚାରି ସହଯୋଗ କରିଥିଲେ ।

  • କୃଷି ବିଭାଗ ପଷରୁ କ୍ଷେତ୍ର ଦିବସ ପାଳିତ

    କୃଷି ବିଭାଗ ପଷରୁ କ୍ଷେତ୍ର ଦିବସ ପାଳିତ

    କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ମଦନପୁର ପଞ୍ଚାୟତ ପାହାଡ଼ପୁର ଠାରେ କୃଷି ବିଭାଗ ପଷରୁ କ୍ଷେତ୍ର ଦିବସ ପାଳିତ । ଏଥିରେ ବ୍ଲକ କୃଷି ଅଧିକାରୀଣି ଶୁଭଶ୍ରୀ ନାୟକ , ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ଧାନ ଚାଷ ପରେ ପଡ଼ିଆ ରହୁଥିବା ଜମିର ଉପଯୋଗ କିପରି କରିବେ ସରକାରଙ୍କ ପକ୍ଷରୁ ହୋଇଥିବା ଯୋଜନା ସମ୍ପର୍କରେ ଉପସ୍ଥିତ ଚାଷି ଓ ଜନସାଧାରଣ କହିଥିଲେ । ବର୍ତ୍ତମାନର ଚାଷ ଉପଯୋଗୀ ଉନ୍ନତ ଜ୍ଞାନକୌଶଳର ବିନିଯୋଗ, ଧାଡ଼ିରୁଆ ଯୋଜନାରେ ଥିବା ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଚାଷୀଙ୍କୁ ସଚେତନ କରାଯାଇଥିଲା । 

  • ଅଳତୀ ସରସ୍ୱତୀ ଶିଶୁ ମନ୍ଦିରର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

    ଅଳତୀ ସରସ୍ୱତୀ ଶିଶୁ ମନ୍ଦିରର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

    ଅଳତୀ ସରସ୍ୱତୀ ଶିଶୁ ମନ୍ଦିର ର କୃତୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଘଷିପୁରା ବ୍ଳକ ଅଳତୀ ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟା ପ୍ରମୋଦିନି ରାଉତ ଙ୍କ ସଂଯୋଜନା ରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ରେ ପଞ୍ଚମ ଓ ଷଷ୍ଠ ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀ ମାନେ ଓଡ଼ିଶା ଆଦର୍ଶ ପରୀକ୍ଷା ସଫଳତା ହାସଲ କରିଥିଲେ ଏବଂ ନବୋଦୟ ପରୀକ୍ଷାରେ ସଫଳତା ହାସଲ କରିଥିଲେ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ପଞ୍ଚମ ରୁ ଦୀପଶିଖା ଧିର ଉଭୟ ଆଦର୍ଶ ଓ ନବୋଦୟ ରେ ଓ ରଶ୍ମିତା ବାରିକ, ଅମ୍ରିତ୍ ବେହେରା, ଶୁଭଲକ୍ଷ୍ମୀ ସାହୁ, ଜ୍ଞାନପ୍ରକାଶ ବୋଇତେଇ, ରୁଦ୍ର ମାଧବ ଜେନା, ସୋହନ କୁମାର ସ୍ବାଇଁ ଆଦର୍ଶ ପରୀକ୍ଷା ରେ ସଫଳତା ପାଇଛନ୍ତି ।

    ଷଷ୍ଠ ଶ୍ରେଣୀ ରୁ ଭୁବର୍ଶ୍ୱେତା ପାତ୍ର ଓ ଆଦିତ୍ୟ ସାହୁ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ସଭାପତି ଡ଼. ରତିକାନ୍ତ ବରାଳ ଉପସ୍ଥିତ ରହି ଶିଶୁ ଭାଇ ଭଉଣୀ ମାନଙ୍କର ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ଏବଂ ଶିଶୁ ମନ୍ଦିର ପାଇଁ ଗୌରବ ଆଣିଥିବାରୁ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସଫଳତା ପାଇଁ ପରିଚଳନ ସମିତି ର ସମ୍ପାଦକ ଜନ୍ମେଜୟ ବରାଳ, ସଭାପତି ଡ଼ ରତିକାନ୍ତ ବରାଳଙ୍କ ସମେତ ପରିଚାଳନା ସମିତିର ସମସ୍ତ ଗୁରୁଜୀ ଗୁରୁମା ମାନଙ୍କୁ ଶ୍ରେୟ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ସକ୍ରିୟ ସହଯୋଗ କରିଥିଲେ ।