ଆନନ୍ଦପୁର ବ୍ଲକ କୋଡାପଡାରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ଗୋଟିଏ ପରିବାରର ୩ ବଖରା ଘର । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଗ୍ରାମର ଶୁକଦେବ ଓଝା ଓ଼ ପରିବାରର ସମସ୍ତେ ଘରେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା ଅଗ୍ନିକାଣ୍ଡରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଘର ପୋଡି ସମ୍ପୂର୍ଣ ପାଉଁଶ ହୋଇଯାଇଛି। ଖବର ପାଇ ଆନନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛି ।
Tag: suchanatv24x7
-

ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ
ଗତକାଲି ରାତିଠାରୁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ଯାଇଥିବା ବେଳେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇବା ସହିତ ସମସ୍ତ ସହରର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜମ୍ମୁ ସମେତ ଅନେକ ସୀମାନ୍ତ ଅଞ୍ଚଳ ସୀମାପାର ଗୁଳିବର୍ଷଣ ହୋଇଥିବା ହାଇ ଆଲର୍ଟ ଜାରି କରାଯାଇଛି।
ଇଣ୍ଡିଆ ଗେଟରୁ ସମସ୍ତଙ୍କୁ ଚାଲିଯିବାକୁ କୁହାଯାଇଛି ଏବଂ ସେଠାରେ ଯାତାୟାତ ନିୟନ୍ତ୍ରଣ କରାଯାଇଛି। ଲୋକଙ୍କୁ ଅଞ୍ଚଳ ଖାଲି କରିବାକୁ ପୁଲିସ ସୂଚନା ଦେଇଛି | ସରକାରୀ ଅଧିକାରୀମାନେ କହିଛନ୍ତି ଯେ,”ପୁଲିସ ସଜାଗ ରହିବ ଏବଂ ସକ୍ରିୟ ରହିବ। ରାତିରେ ଜଗିବା ବ୍ୟବସ୍ଥାକୁ ଆହୁରି ତୀବ୍ର କରାଯାଇଛି। ଆମେ ପ୍ରତ୍ୟେକ ସମ୍ବେଦନଶୀଳ ଅଞ୍ଚଳରେ ଅତିରିକ୍ତ ବଳ ନିୟୋଜିତ କରିବୁ,” ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ଭାରତର ୧୫ଟି ସହରର ୧୬ଟି ସାମରିକ ଘାଟି ଉପରେ ପାକିସ୍ତାନର ଆକ୍ରମଣ ଉଦ୍ୟମକୁ ସେନା ପଣ୍ଡ କରିଦେଇଛି। ଭାରତୀୟ ସେନାର ସମନ୍ବିତ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ ବିଫଳ ହୋଇଥିବା ବେଳେ ଭାରତୀୟ ବାୟୁସେନାର ଡ୍ରୋନ୍ ଆକ୍ରମଣରେ ଆଜି ପାକିସ୍ତାନର ଲାହୋରରେ ମୁତୟନ ହୋଇଥିବା ଏୟାର ଡିଫେନ୍ସ ସିଷ୍ଟମ୍ ଧ୍ବଂସ ହୋଇଯାଇଛି। ପାକିସ୍ତାନ ଚୀନ୍ଠାରୁ ହାସଲ କରିଥିବା ଏଚ୍କ୍ୟୁ-୯ ଏୟାର ଡିଫେନ୍ସ ସିଷ୍ଟମ୍ ଓ ରାଡାର ଧ୍ବଂସ ହୋଇଥିବା ସ୍ପଷ୍ଟ ହୋଇଛି। ମୋଟ୍ ୩ଟି ସିଷ୍ଟମ ନଷ୍ଟ ହୋଇଥିବା ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାପଡ଼ିଛି।
-

କେନ୍ଦୁଝର ପୋଲିସକୁ ମିଳିଛି ବଡ଼ ସଫଳତା
କେନ୍ଦୁଝର ଟାଉନ୍ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ୨ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିବା ସହିତ, ସେମାନଙ୍କ ନିକଟରୁ ଲୁଟ୍ ସୁନାଗହଣା ଜବତ କରିଛି ପୋଲିସ । କେନ୍ଦୁଝର ସହର, ନରଣପୁର ର ଦୀପକ କୁମାର ସାହୁ, ତାଙ୍କ ସୁନାଦୋକନ ବନ୍ଦ କରି ବାଇକ୍ ରେ ଘରକୁ ଫେରୁଥିବା ବେଳେ, ୨ଟି ବାଇକ୍ ରେ ୫ଜଣ ଦୁର୍ବୃତ୍ତ ଦୀପକଙ୍କୁ ଆକ୍ରମଣ କରି ତାଙ୍କ ପାଖରେ ଥିବା ସୁନାଗହଣା ବ୍ୟାଗ୍ ଛଡ଼ାଇ ନେଇ ଫେରାର୍ ହୋଇ ଯାଇଥିଲେ । ଏନେଇ ଟାଉନ୍ ଥାନାରେ ଦୀପକ ଏତଲା ଦେଇଥିଲେ । ପରେ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ପ୍ରଥମେ ବିଭିନ୍ନ ଅଞ୍ଚଳର ସିସିଟିଭି ଯାଞ୍ଚ କରିଥିଲା ପୋଲିସ । ଏହାପରେ କେନ୍ଦୁଝର ସହରର ବିଭିନ୍ନ ହୋଟେଲ୍ ଯାଞ୍ଚ କରିବା ସମୟରେ ଏକ ହୋଟେଲ୍ ଭିତରେ ୨ଜଣ ଅଭିଯୁକ୍ତ ଥିବା ବେଳେ, ଅନ୍ୟ ୨ଜଣ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ । ୨ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଛତିଶଗଡ଼ର ଲକ୍ଷଣ ଗୋଣ୍ଡ ଓ ଅନ୍ୟଜଣେ ନାବାଳକ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଦର ଏସଡ଼ିପିଓ । ସେମାନଙ୍କ ନିକଟରୁ ୧୨.୦୯ ଗ୍ରାମ୍ ସୁନା ଓ ୧.୪୩ କେଜି ରୁପା ଗହଣା, ୨ଟି ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ । ଏଥିସହ, ଆକ୍ରମଣ ପାଇଁ ବ୍ୟବହୃତ ୨ଟି ବେସବଲ୍ ବ୍ୟାଟ୍ ମଧ୍ୟ ଜବତ କରିଛି । ଏହି ଲୁଟ୍ ରେ ସମ୍ପୃକ୍ତ ଅନ୍ୟ ୩ଜଣଙ୍କୁ ଚିହ୍ନଟ କରି ପୋଲିସ ସେମାନଙ୍କୁ ଖୋଜୁଥିବା କହିଛନ୍ତି ସଦର ଏସଡ଼ିପିଓ ।
-

ମକଡ୍ରିଲ ପାଇଁ ଜନସାଧାରଣଙ୍କୁ ସଚେତନତା

ଯୁଦ୍ଧ ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି। ଆଜି ଅପରାହ୍ନ ୪ ଟାରେ ହେବ ମକଡ୍ରିଲ । ସେଥିପାଇଁ ସ୍ଥାନୀୟ ଲୋକଙ୍କୁ କିଭଳି ସଚେତନ କରାଯିବ ଏବଂ ସେମାନଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ପାରାଦ୍ବୀପରେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ପାରାଦ୍ଵୀପ ସର୍କିଟ ହାଉସରେ ଜିଲ୍ଲାପାଳ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ କମ୍ପାନୀ ପ୍ରତିନିଧିଙ୍କୁ ନେଇ ଆଲୋଚନା ହୋଇଛି । ବନ୍ଦର ଭିତ୍ତିକ ଶିଳ୍ପ ସହର ପାରାଦ୍ଵୀପରେ ରହିଛି ୧୫ ରୁ ଉର୍ଦ୍ଧ୍ୱ ଛୋଟ ବଡ କମ୍ପାନୀ । ଯଦି ଯୁଦ୍ଧ ହୁଏ ତେବେ କମ୍ପାନୀର ଅନେକ କ୍ଷତି ହେବ ତେବେ ବହୁ ଲୋକ ଏଥିରେ ପ୍ରଭାବିତ ହେବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଅପରାହ୍ନ ୪ ଟା ବେଳେ ଷଣ୍ଢକୁଦ ବସ୍ତିରେ ମକ୍ ଡ୍ରିଲ ହେବ ଏଥିପାଇଁ ପ୍ରଥମେ ସାଇରନ ବାଜିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଧାମରା ଚନ୍ଦୀନ ପାଳରେ ଆଜି ଅପରାହ୍ନରେ ହେବାକୁ ଥିବା ମାକଡିଲ ପାଇଁ ଜନସାଧାରଣ ମାନଙ୍କୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଉଛି ଭଦ୍ରକ ଜିଲ୍ଲା ପ୍ରଶାସନ। ମକଡିଲ ସମୟରେ କେହି ଜନସାଧାରଣ ଭୟଭୀତ ହେବା ଆବଶ୍ୟକ ନାହିଁ। ପ୍ରଥମ ସାଇରନ ବାଜିବା ସମୟରେ ଲୋକମାନେ କଚ୍ଚା ଘର, ଆଜବେଷ୍ଟସ,ଟିଣ ଛପର ତଳେ ନରହରି ପକ୍କାଘର ଓ ଛାତ ଘରେ ରହିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।
-

ଡାକ୍ତରଙ୍କ ପରାମର୍ଶ ୩୦ ଦିନ ପର୍ଯ୍ୟନ୍ତ ଲେମ୍ବୁ ପାଣି ପିଇଲେ କ’ଣ ହେବ, ଆପଣ ବି ଜାଣିନିଅନ୍ତୁ ଏବଂ ଉଠାନ୍ତୁ ଫାଇଦା

ଆପଣଙ୍କ ଖାଦ୍ୟପେୟରେ ସଠିକ୍ ପରିବର୍ତ୍ତନ କରିବା ଆପଣଙ୍କୁ ସୁସ୍ଥ ରଖିବା ଏବଂ ଆପଣଙ୍କ ଜୀବନର ଗୁଣବତ୍ତା ଉନ୍ନତ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିପାରିବ। ଲେମ୍ବୁ ପାଣି ପିଇବା ଏପରି ଏକ ପ୍ରକାର ଯାହା ଏହାର ଅନେକ ସ୍ୱାସ୍ଥ୍ୟ ଲାଭ ପାଇଁ ଦୃଷ୍ଟି ଆକର୍ଷଣ କରିଛି। ଆପଣଙ୍କର ନିୟମିତ ଅଭ୍ୟାସରେ ଲେମ୍ବୁ ପାଣିକୁ ସାମିଲ କରିବା ଆପଣଙ୍କ ସ୍ୱାସ୍ଥ୍ୟକୁ ଅନେକ ଦିଗରେ ବୃଦ୍ଧି କରିବାର ଏକ ସରଳ କିନ୍ତୁ ପ୍ରଭାବଶାଳୀ ଉପାୟ ହୋଇପାରେ। ଗ୍ରୀଷ୍ମ ମାସରେ ଲେମ୍ବୁ ପାଣି ଆପଣଙ୍କୁ ହାଇଡ୍ରେଟେଡ୍ ରଖିପାରେ, ରୋଗ ପ୍ରତିରୋଧକ ଶକ୍ତିକୁ ଶକ୍ତିଶାଳୀ କରିଥାଏ ଏବଂ ଶକ୍ତି ସ୍ତରକୁ ବୃଦ୍ଧି କରିଥାଏ। ନିକଟରେ, ଏକ ଇନଷ୍ଟାଗ୍ରାମ ଭିଡିଓରେ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡକ୍ଟର ସୌରଭ ସେଟ୍ଟୀ ୩୦ଦିନ ପର୍ଯ୍ୟନ୍ତ ଲେମ୍ବୁ ପାଣି ପିଇବା ଦ୍ୱାରା ଆପଣ ଅନୁଭବ କରୁଥିବା ପରିବର୍ତ୍ତନ ବିଷୟରେ କହିଥିଲେ। ଫାଇଦା ଜାଣିବା ପାଇଁ ପଢିବା ଜାରି ରଖନ୍ତୁ ଏବଂ ଏହି ରୁଟିନ କୁ ସୁରକ୍ଷିତ ଭାବରେ ଅନୁସରଣ କରନ୍ତୁ।

ଏକ ମାସ ପର୍ଯ୍ୟନ୍ତ ଲେମ୍ବୁ ପାଣି ପିଇବାର ଲାଭ
“ଯଦି ଆପଣ ୩୦ ଦିନ ପର୍ଯ୍ୟନ୍ତ ଲେମ୍ବୁ ପାଣି ପିଇବେ ତେବେ କ’ଣ ହୁଏ? ଲେମ୍ବୁରେ ୩୦ପ୍ରକାରର ଉପକାରୀ ଉଦ୍ଭିଦ ଯୌଗିକ ଥାଏ। ଫ୍ରେସ ଚିପୁଡା ଲେମ୍ବୁ ରସ ସବୁଠାରୁ ଭଲ ହୋଇଥାଏ । କାହିଁକିନା ଏହାକୁ ପାଶ୍ଚରାଇଜ କରାଯାଇ ନଥାଏ ଏବଂ ଏହାର ଅଧିକ ପୋଷକ ତତ୍ତ୍ୱକୁ ବଜାୟ ରଖିଥାଏ,” କହିଛନ୍ତି ଡକ୍ଟର ସୌରଭ ସେଟ୍ଟୀ।
୧. ଲୌହ ଶୋଷଣରେ କରେ ସାହାଯ୍ୟ
“ପ୍ରାକୃତିକ ଆସେଟିକ୍ ଆପଣଙ୍କ ଶରୀରକୁ ଖଣିଜ ପଦାର୍ଥ, ବିଶେଷକରି ଲୌହ, ଅଧିକ ପ୍ରଭାବଶାଳୀ ଭାବରେ ଅବଶୋଷଣ କରିବାରେ ସାହାଯ୍ୟ କରିପାରେ,” ଡକ୍ଟର ସେଟ୍ଟି ବ୍ୟାଖ୍ୟା କରନ୍ତି।ଲେମ୍ବୁରେ ଭିଟାମିନ୍ ସି ଏବଂ ସାଇଟ୍ରିକ୍ ଏସିଡ୍ ଉଭୟ ଥାଏ ଏବଂ ଏଗୁଡ଼ିକ ଆପଣଙ୍କ ଖାଦ୍ୟରୁ ଯଥାସମ୍ଭବ ଲୌହ ଶୋଷଣ କରିବାରେ ସାହାଯ୍ୟ କରେ। ଉନ୍ନତ ଲୌହ ସ୍ତର ରକ୍ତହୀନତାର ଆଶଙ୍କାକୁ ସମ୍ଭାବ୍ୟ ଭାବରେ ହ୍ରାସ କରିପାରିବ।

୨. ଚର୍ମ ଏବଂ ସନ୍ଧି ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରେ
“ଏଗୁଡ଼ିକ ଭିଟାମିନ୍ ସିର ଏକ ମହାନ ଉତ୍ସ ଯାହା ସୁସ୍ଥ ଚର୍ମ, ସନ୍ଧି ଏବଂ ସଂଯୋଜକ ଟିସୁ ପାଇଁ ଜରୁରୀ କୋଲାଜେନ୍ ଉତ୍ପାଦନକୁ ସମର୍ଥନ କରେ,” କହିଛନ୍ତି ବିଶେଷଜ୍ଞ ।
୩. ହଜମ ପ୍ରକ୍ରିୟା କରେ ଉନ୍ନତ
ଲେମ୍ବୁ ପାଣି ପାଚନ ପ୍ରଣାଳୀକୁ ଉତ୍ତେଜିତ କରିପାରେ, ପେଟ ଫୁଲିବା ଏବଂ ବଦହଜମୀ ଭଳି ଲକ୍ଷଣଗୁଡ଼ିକରୁ ମୁକ୍ତି ଦେଇଥାଏ। ଅଧ୍ୟୟନରୁ ଜଣାପଡିଛି ଯେ ଲେମ୍ବୁ ରସ ଗ୍ୟାଷ୍ଟ୍ରିକ୍ ଏସିଡ୍ କ୍ଷରଣକୁ ବୃଦ୍ଧି କରିବାରେ ସାହାଯ୍ୟ କରିପାରେ ଯାହା ଆପଣଙ୍କ ଶରୀରକୁ ଖାଦ୍ୟ ଭାଙ୍ଗିବା ଏବଂ ହଜମ କରିବାରେ ସାହାଯ୍ୟ କରେ।
୪. ଆଣ୍ଟିଅକ୍ସିଡାଣ୍ଟ ବୃଦ୍ଧି
ଲେମ୍ବୁରେ ଭିଟାମିନ୍ ସି ଏବଂ ଫ୍ଲାଭୋନଏଡ୍ସ ସମେତ ଅନେକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଆଣ୍ଟିଅକ୍ସିଡାଣ୍ଟ ମୁକ୍ତ ରାଡିକାଲ୍ସ ସହିତ ଲଢ଼ିବାରେ ସାହାଯ୍ୟ କରେ, ଦୀର୍ଘସ୍ଥାୟୀ ରୋଗର ଆଶଙ୍କା କମ କରେ ଏବଂ ସୁସ୍ଥ ଚର୍ମକୁ ପ୍ରୋତ୍ସାହିତ କରେ। -

ସକାଳେ କ୍ଷୀରରେ ମିଶାଇ ଖାଆନ୍ତୁ ଏହି 4ଟି ଡ୍ରାଇ ଫ୍ରୁଟସ, ଦୂର ହୋଇଯିବ ଶରୀରର ସମସ୍ତ ଦୁର୍ବଳତା, ମିଳିବ ପ୍ରଚୁର ଏନର୍ଜି

ସକାଳେ ଉଠିବା ପରେ ଯେତେବେଳେ ଆପଣଙ୍କୁ ଭୋକ ଲାଗୁଛି ସେତେବେଳେ ହିଁ ଖାଇବା ଉଚିତ, କିନ୍ତୁ ଏହି ଖାଦ୍ୟ ଦିନର ସବୁଠାରୁ ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ହେବା ଉଚିତ। କେତେକ ଲୋକ ସକାଳ ଜଳଖିଆରେ ଭଜା ଖାଦ୍ୟ କିମ୍ବା ଅତ୍ୟଧିକ ମିଠା ଖାଦ୍ୟ ଖାଆନ୍ତି। ସକାଳେ ଏପରି ଖାଦ୍ୟ ଖାଇବାରୁ ଦୂରେଇ ରହିବା ଉଚିତ। ଯଦି ଆପଣ ଏକ ସୁସ୍ଥ ଜଳଖିଆ ଖାଇବାକୁ ଚାହୁଁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏକ ରେସିପି କହିବୁ ଯାହା କିଛି ମିନିଟ୍ ମଧ୍ୟରେ ପ୍ରସ୍ତୁତ ହୋଇପାରିବ। ଯାହାକୁ କେବଳ କ୍ଷୀରରେ ମିଶାଇ ପ୍ରସ୍ତୁତ କରାଯାଇପାରିବ। ଏହି ନାସ୍ତା କିଛି ଦିନ ନିରନ୍ତର ଖାଇବା ଦ୍ୱାରା ଶରୀରରେ ଥିବା ଦୁର୍ବଳତା ଦୂର ହୋଇପାରିବ। ଏହାକୁ କିପରି ପ୍ରସ୍ତୁତ କରିବେ ଏବଂ ଏଥିରେ କ’ଣ ମିଶାଇବେ ତାହା ଜାଣନ୍ତୁ।

ପୁଷ୍ଟିକର ଯୁକ୍ତ ଜଳଖିଆ
ଏହି ଜଳଖିଆରେ କ୍ଷୀରକୁ ସାମିଲ କରାଯାଏ । ଏକ ପ୍ୟାନରେ ୧ ଗ୍ଲାସ୍ କ୍ଷୀର ଫୁଟିବାକୁ ଦିଅନ୍ତୁ। ୨-୩ଟି ଡିମ୍ବିରିକୁ ଖଣ୍ଡ ଖଣ୍ଡ କରି କ୍ଷୀରରେ ମିଶାନ୍ତୁ। ୮ଟି କିସମିସରୁ ମଞ୍ଜି ବାହାର କରି କ୍ଷୀରରେ ପକାନ୍ତୁ। ଏବେ ଏଥିରେ ୨ଟି ଖଜୁର ପକାଇ ଫୁଟିବାକୁ ଦିଅନ୍ତୁ। ଏବେ ଏଥିରେ ମୁଠାଏ ଶୁଖିଲା ଭଜା ପଦ୍ମ ଫୁଲ ମଞ୍ଜି ମିଶାନ୍ତୁ। ଯଦି ଆପଣ ଚାହାଁନ୍ତି, ତେବେ ଆପଣ ଭଜା ନ ହୋଇଥିବା ମଖାନା ମଧ୍ୟ ମିଶାଇ ପାରିବେ। ଗ୍ୟାସ ବନ୍ଦ କରିଦିଅ। କ୍ଷୀର ଟିକେ ଥଣ୍ଡା ହୋଇଗଲେ, ଏଥିରେ ମୁଠାଏ କର୍ଣ୍ଣଫ୍ଲେକ୍ସ ମିଶାନ୍ତୁ। ଯଦି ଆପଣ ଚାହାଁନ୍ତି, ତେବେ ଏହାକୁ ଫୁଟାଇବା ସମୟରେ ମୁଠାଏ ଓଟ୍ସ ମଧ୍ୟ ପକାଇପାରିବେ।

ପୁରାଦିନ ପାଇବେ ପ୍ରଚୁର ଏନର୍ଜି
ଏବେ ସବୁକିଛି ଟିକେ ଥଣ୍ଡା ହେବାକୁ ଦିଅ। ଏଥିରେ ୧ ଚାମଚ ମହୁ ମିଶାଇ ଉଷୁମ ହୋଇଗଲେ ଖାଆନ୍ତୁ। ଏହି ନାସ୍ତା ଅତ୍ୟନ୍ତ ସ୍ୱାସ୍ଥ୍ୟକର ଏବଂ ପୁଷ୍ଟିକର ପଦାର୍ଥରେ ପରିପୂର୍ଣ୍ଣ। ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବ। ପାଚନକ୍ରିୟା ଉନ୍ନତ ହେବ ଏବଂ ପେଟ ଅଧିକ ସମୟ ପାଇଁ ପୂର୍ଣ୍ଣ ରହିବ। ଆପଣ ଚାହିଁଲେ, ଏଥିରେ ବିଭିନ୍ନ ଶୁଖିଲା ଫଳ ମିଶାଇ ପାରିବେ।

ଏହି ଶୁଖିଲା ଫଳଗୁଡ଼ିକ ମଧ୍ୟ ବ୍ୟବହାର କରନ୍ତୁ
ଯେକୌଣସି ଦିନ କିସମିସ୍, ଭିଜା ବାଦାମ ଏବଂ ଅଖରୋଟ୍ ମିଶାଇ ଖାଆନ୍ତୁ। କିଛି ଦିନ ତୁମେ ଏଥିରେ କାଜୁ, ଖଜୁର ଏବଂ ପିସ୍ତା ମିଶାଇ ଖାଇପାରିବ। କେତେବେଳେ ମଖାନା ବଦଳରେ ପୋସ୍ତ ବିହନ ବ୍ୟବହାର କରାଯାଇପାରିବ କିମ୍ବା ଗ୍ରୀଷ୍ମ ଋତୁରେ ଗୁଡ଼ କଟିରା ମଧ୍ୟ ବ୍ୟବହାର କରାଯାଇପାରିବ। ଏହା ଶରୀରକୁ ପ୍ରଚୁର ଶକ୍ତି ପ୍ରଦାନ କରିବ ଏବଂ କିଛି ଦିନ ମଧ୍ୟରେ ଦୁର୍ବଳତା ଦୂର ହୋଇଯିବ। ବିଶେଷ କଥା ହେଉଛି ଏହି ଜଳଖିଆ ପ୍ରସ୍ତୁତ କରିବାକୁ ଆପଣଙ୍କୁ ଦଶ ମିନିଟ୍ ସମୟ ଲାଗିବ।
-

ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର
ଝୁଲନ୍ତା ଅବସ୍ଥାରେ ଘର ଭିତରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ଚନ୍ଦ୍ରପୁର ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ହନୁମନ୍ତପୁର ପଞ୍ଚାୟତର ଲକ୍ଷ୍ମୀପୁର ନୂଆସାହିରେ । ମୃତ ଯୁବକ ଯୁବତୀ ହେଲେ ଶ୍ରୀୟା ବଡ଼ନାୟକ ଓ କେଦାର କୁସୁଲିଆ । ଉଭୟ ପ୍ରେମ ବିବାହ କରିଥିଲେ । କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା କାରଣ ଅସ୍ପଷ୍ଟ ରହିଛି । ଉଭୟଙ୍କ ଘର ଲକ୍ଷ୍ମୀପୁର ଗାଁର ନୂଆସାହି ବୋଲି ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ରାୟଗଡ଼ା ସଦର ମହକୁମାରୁ ସାଇଣ୍ଟିଫିକ୍ ଟିମ୍ ସହିତ ମୁନିଗୁଡା ଏସଡିପିଓ ସନ୍ତୋଷି ଓରାମ୍ ଓ ଚନ୍ଦ୍ରପୁର ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି । କେଉଁ କାରଣରୁ ଉଭୟ ଆତ୍ମହତ୍ୟା କରିଛନ୍ତି ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
-

ଇଫକୋ ଛକ ନିକଟରେ ସଡକ ଦୁର୍ଘଟଣା
ପାରାଦୀପ ଇଫକୋ ଛକ ନିକଟରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ସ୍କୁଟି ଆରୋହୀ ମୃତ୍ୟୁ ବରଣ କରିଥିବା ସୂଚନାମିଳିଛି । ସକାଳ ସମୟରେ ଜଣେ ସ୍କୁଟି ଆରୋହୀ ଅଠରବାଙ୍କି ମେଡିକାଲକୁ ଯାଉଥିବା ବେଳେ ପଛପଟୁ ଏକ ଆଇରନ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଯାହା ଫଳରେ ସ୍କୁଟି ଆରୋହୀ ତଳେ ପଡିଯାଇଥିବା ସମୟରେ ଟ୍ରକଟି ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ତେବେ ଘଟଣା ସ୍ଥଳରେ ସ୍କୁଟି ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଟ୍ରକ୍ ଡ୍ରାଇଭରକୁ ଧରି ସ୍ଥାନୀୟ ଲୋକେ ନିସ୍ତୁକ ମାଡ ମାରି ପାରାଦୀପ ଆଦର୍ଶ ଥାନାକୁ ହସ୍ତାନ୍ତର କରିଛନ୍ତି । ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ନୟାଗଡ ଗଣିଆ ଥାନା ଅଞ୍ଚଳର କିଶୋର ଶିରୋମଣୀ ହୋଇଥିବା ବେଳେ ସେ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି । ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଟ୍ରକ୍ କୁ ଜବତ କରି ତଦନ୍ତ ଆରମ୍ଭ କରିଛି ।




