Tag: suchanatv24x7

  • କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ହୃଦଘାତରେ ମୃତ୍ୟୁ

    କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ହୃଦଘାତରେ ମୃତ୍ୟୁ

    କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁର ୫୩ ବର୍ଷ ବୟସରେ ପୋଲୋ ଖେଳୁଥିବା ସମୟରେ ମୃତ୍ୟୁବରଣ କରିଥିଲେ। କରିସ୍ମା ୨୦୦୩ ମସିହାରେ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ଏହି ବିବାହରୁ ଦମ୍ପତିଙ୍କ ଦୁଇଟି ସନ୍ତାନ ସମାଇରା ଏବଂ କିୟାନ୍ ଥିଲେ। କିନ୍ତୁ, ୧୧ ବର୍ଷ ବିବାହ ପରେ, ସେମାନଙ୍କ ବିବାହ ଭାଙ୍ଗିଗଲା ଏବଂ ଉଭୟ ଛାଡପତ୍ର ପାଇଁ ଆବେଦନ କରିଥିଲେ।

    ୨୦୧୬ ମସିହାରେ ସଞ୍ଜୟ କପୁର ଏବଂ କରିଶ୍ମାଙ୍କର ଛାଡପତ୍ର ହୋଇଥିଲା। କିନ୍ତୁ, ଏହି ଛାଡପତ୍ର ଏତେ ସହଜରେ ହୋଇନଥିଲା। ଏହି ସମୟ ମଧ୍ୟରେ କରିଶ୍ମା ଏବଂ ସଞ୍ଜୟ ପରସ୍ପର ବିରୁଦ୍ଧରେ ଅନେକ ଅଭିଯୋଗ ଆଣିଥିଲେ। ସଞ୍ଜୟ କପୁର ଏପରିକି କହିଥିଲେ ଯେ କରିଶ୍ମା ତାଙ୍କୁ ଟଙ୍କା ଲୋଭରେ ବିବାହ କରିଥିଲେ।

    ବଲିଉଡ ଇତିହାସରେ, ସେମାନଙ୍କ ଛାଡପତ୍ରକୁ ସବୁଠାରୁ ମହଙ୍ଗା ଛାଡପତ୍ର ମାମଲା ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ୨୦୧୪ରେ, ଯେତେବେଳେ କରିଶ୍ମା ଏବଂ ସଞ୍ଜୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆପଣଙ୍କୁ କହି ରଖୁଛୁ ଯେ କରିଶ୍ମା ଏବଂ ସଞ୍ଜୟ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ କୋର୍ଟରେ ପହଞ୍ଚିବା ମାତ୍ରେ ସବୁକିଛି ବ୍ୟର୍ଥ ହୋଇଗଲା।

    କରିସ୍ମା କପୁର ପୂର୍ବରୁ ସଞ୍ଜୟଙ୍କ ଉପରେ ଖର୍ଚ୍ଚ ପାଇଁ ଆବଶ୍ୟକୀୟ ଟଙ୍କା ଦେଉ ନଥିବା ଅଭିଯୋଗ କରିଥିଲେ। ଏହା ପରେ ସଞ୍ଜୟ ଦାବି କରିଥିଲେ ଯେ କରିସ୍ମା ଲୋଭୀ ଏବଂ ଅଭିନେତ୍ରୀ କେବଳ ଟଙ୍କା ପାଇଁ ତାଙ୍କୁ ବିବାହ କରିଥିଲେ। କେବଳ ଏତିକି ନୁହେଁ, ପିଲାମାନଙ୍କ ହେପାଜତକୁ ନେଇ ମଧ୍ୟ କରିସ୍ମା ଏବଂ ସଞ୍ଜୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

    ଛାଡପତ୍ର ପରେ, ସଞ୍ଜୟ କପୁରଙ୍କ ଓକିଲ କହିଥିଲେ ଯେ କରିଶ୍ମାଙ୍କୁ ଖାରରେ ଏକ ଘର ଦିଆଯାଇଛି। କେବଳ ଏତିକି ନୁହେଁ, ଓକିଲ ଏହା ମଧ୍ୟ କହିଛନ୍ତି ଯେ ସଞ୍ଜୟ ପିଲାମାନଙ୍କ ପାଇଁ ୧୪ କୋଟି ଟଙ୍କାର ଏକ ବଣ୍ଡ ମଧ୍ୟ କିଣିଛନ୍ତି। ଏହି ବଣ୍ଡରେ ପ୍ରତି ମାସରେ ୧୦ ଲକ୍ଷ ଟଙ୍କା ସୁଧ ପାଇବେ ।

  • ପରକୀୟା ପ୍ରୀତି ନେଲା ଆଉ ଏକ ମୁଣ୍ଡ: ସ୍ତ୍ରୀର ମୁଣ୍ଡ ନେଇ ଥାନାରେ ସ୍ୱାମୀର ଆତ୍ମସମର୍ପଣ

    ପରକୀୟା ପ୍ରୀତି ନେଲା ଆଉ ଏକ ମୁଣ୍ଡ: ସ୍ତ୍ରୀର ମୁଣ୍ଡ ନେଇ ଥାନାରେ ସ୍ୱାମୀର ଆତ୍ମସମର୍ପଣ

    କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ଅନେକାଲ ଅଞ୍ଚଳରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ୨୮ ବର୍ଷୀୟ ଶଙ୍କର ତାଙ୍କ ପତ୍ନୀ ମନସାଙ୍କୁ ନିର୍ମମ ଭାବରେ ହତ୍ୟା କରି ରାତି ୧ଟାରେ ତାଙ୍କ କଟା ମୁଣ୍ଡ ନେଇ ନିଜେ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ଅବୈଧ ସମ୍ପର୍କକୁ ନେଇ ବିବାଦ ପରେ ଏହି ଘଟଣା ଘଟିଥିଲା।

    ଶଙ୍କର ଏବଂ ତାଙ୍କ ପତ୍ନୀ ମନସା କିଛି ଦିନ ପୂର୍ବରୁ ବେଙ୍ଗାଲୁରୁର ହିଲାଲିଗେ ଗାଁରେ ଏକ ଭଡା ଘରେ ରହିବାକୁ ଆସିଥିଲେ। ଶଙ୍କର ପେଶାରେ ଜଣେ ଶ୍ରମିକ ଏବଂ ସବୁଦିନ ପରି ଜୁନ ୩ ରାତିରେ କାମ କରିବାକୁ ଯାଉଥିବା କହି ଘରୁ ବାହାରି ଆସିଥିଲେ।

    ଶଙ୍କରଙ୍କ କହିବାନୁଯାୟୀ, ସେ ଜୁନ ୩ ରାତିରେ ଶୀଘ୍ର କାମ ଶେଷ କରି ହଠାତ୍‌ ଘରକୁ ଫେରି ଆସିଥିଲେ। ଯେତେବେଳେ ସେ ଘରେ ପହଞ୍ଚିଲେ, ଦେଖନ୍ତି ତାଙ୍କ ସ୍ତ୍ରୀ ଅନ୍ୟ ଜଣେ ପୁରୁଷ ସହିତ ରାସଲୀଳାରେ ଲିପ୍ତ । ଯାହାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପ୍ରବଳ ଝଗଡ଼ା ଆରମ୍ଭ ହୋଇଥିଲା। ଏହି ଘଟଣା ପରେ ମନସା ଘରୁ ବାହାରି ଯାଇଥିଲେ।

    ପୋଲିସ କହିଛି, ଗତ କିଛି ଦିନ ଧରି ମନସା ବାରମ୍ବାର ଘରକୁ ଫେରୁଥିଲେ ଏବଂ ଶଙ୍କରଙ୍କୁ ମାନସିକ ଭାବରେ ହଇରାଣ କରୁଥିଲେ। ହତ୍ୟାର ଗୋଟିଏ ରାତିରେ ମଧ୍ୟ ସେ ଘରକୁ ଆସି ବହୁତ ହଙ୍ଗାମା କରିଥିଲେ। ଏହି ଉତ୍ତେଜନା ଶଙ୍କରଙ୍କୁ ମାନସିକ ଭାବରେ ଭାଙ୍ଗି ଦେଇଥିଲା। କ୍ରୋଧରେ ଶଙ୍କର ୪ ଜୁନ ରାତିରେ ମାନସାଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ପରେ, ସେ ତାଙ୍କ କଟା ମୁଣ୍ଡକୁ ଏକ ବ୍ୟାଗରେ ରଖି ସିଧା ସୂର୍ଯ୍ୟନଗର ପୋଲିସ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ।

    ବେଙ୍ଗାଲୁରୁ ଗ୍ରାମୀଣ ଏସପିଙ୍କ ମତରେ, ଘଟଣା ରାତିରେ ସ୍ବାାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେହି ସମୟରେ ସ୍ବାମୀ ସ୍ତ୍ରୀଙ୍କୁ ବହୁତ ମାଡ଼ ମାରିଥିଲେ ଏବଂ ପରେ ତାଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ, ସେ ନିଜେ ପୋଲିସ ଷ୍ଟେଶନକୁ ଆସି ଅପରାଧ ସ୍ବୀକାର କରିଥିଲେ। ପ୍ରେମ ସମ୍ପର୍କ ପ୍ରକାଶ ପାଇବା ପରେ, ଗତ ସପ୍ତାହରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସେମାନଙ୍କର ଏକ ପିଲା ମଧ୍ୟ ଅଛି।

  • ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଅଙ୍ଗନୱାଡ଼ି ଦିଦି

    ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଅଙ୍ଗନୱାଡ଼ି ଦିଦି

    ନାହିଁ ନାହିଁରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର । ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଅଙ୍ଗନୱାଡ଼ି ଦିଦି । ଅଙ୍ଗନୱାଡ଼ି ଦିଦିଙ୍କ ମନମାନିରେ ଚାଲିଛି କୁନି କୁନି ପିଲାଙ୍କ ଭବିଷ୍ୟତ । ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଭିଭାବକ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭାଟପଡା ଗ୍ରାମ ପଞ୍ଚାୟତ ଅଧିନ ଉଗ୍ରତରା ଗ୍ରାମରୁ ।

    ଅଭିଯୋଗ ଅନୁସାରେ ରଘୁନାଥ ଜିୟୁ ପାଟଣାରେ ଥିବା ଅଙ୍ଗନୱାଡ଼ିରେ ସବୁପ୍ରକାରର ସୁବିଧା ରହିଛି । ହେଲେ ଉଗ୍ରତରାରେ ଥିବା ଅଙ୍ଗନୱାଡ଼ିରେ ଭଙ୍ଗା କବାଟ, କାନ୍ଥ ଫଟା, ଛାତ ବିପଦ ସଙ୍କୁଳ ଅବସ୍ଥାରେ । ଅଙ୍ଗନୱାଡ଼ି କେନ୍ଦ୍ରରେ ନା ଅଛି ଇଲେକ୍ଟ୍ରିକର ସୁବିଧା ନା ପିଇବା ପାଣିର ସୁବିଧା । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପିଲେ । ରଘୁନାଥ ଜିୟୁ ପାଟଣାରେ ଥିବା ଅଙ୍ଗନୱାଡ଼ିରେ ସବୁପ୍ରକାରର ସୁବିଧା ଥିବା ସତ୍ତ୍ୱେ ମଧ୍ୟ ଦିଦି ସେଠାରେ ପିଲାଙ୍କୁ ପଢାଉ ନାହାନ୍ତି । ଯାହା ଫଳରେ ନିଜ ଗାଁ ରଘୁନାଥ ଜିୟୁ ପାଟଣା ଛାଡ଼ି ସେମାନଙ୍କୁ ଉଗ୍ରତରା ଆସିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ।

    ଅଭିଭାବକମାନେ ଅଭିଯୋଗ କରିଛନ୍ତି, ଅଙ୍ଗନବାଡ଼ିରେ ଛୋଟ ଛୁଆଙ୍କ ପାଇଁ ଆସୁଥିବା ସାମଗ୍ରୀ ବାଟମାରଣା ହେଉଛି। ୫ ଜଣକ ପାଇଁ ଖାଦ୍ୟ ରନ୍ଧା ହେଉଥିବାବେଳେ ୧୫ ଜଣକ ନା ରେଜିଷ୍ଟ୍ରାରରେ ପଡୁଛି । ଏହି ବିଷୟରେ ଗ୍ରାମର ୱାର୍ଡ ମେମ୍ବରଙ୍କ ଠାରୁ ସରପଞ୍ଚଙ୍କ ପର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳିନାହିଁ ।

    ସେପଟେ, ସିଡିପିଓ କହିଛନ୍ତି ଅତି ଶିଘ୍ର ଏହାର ସମାଧାନ କରାଯିବ ଏବଂ ନୂତନ ଅଙ୍ଗନୱାଡ଼ି ଗଠନ କରାଯିବ । ଯାହାଫଳରେ, କୁନି କୁନି ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷା ଲାଭ କରିବାର ସୁଯୋଗ ପାଇବେ ।

  • ତାଳଗାଁରେ ଶିଶୁ ପରିଚାର୍ଯ୍ୟା ଚାରି ଅନୁଷ୍ଠାନର ନୂତନ ଗୃହ ପ୍ରବେଶ

    ତାଳଗାଁରେ ଶିଶୁ ପରିଚାର୍ଯ୍ୟା ଚାରି ଅନୁଷ୍ଠାନର ନୂତନ ଗୃହ ପ୍ରବେଶ

    ଘଷିପୁରାରେ ଥିବା ଶିଶୁ ପରିଚାର୍ଯ୍ୟା ଚାରି ଅନୁଷ୍ଠାନର ନୂତନ ଗୃହ ଘଷିପୁରା ବ୍ଳକ ଗୋହିରା ପଞ୍ଚାୟତ ତାଳଗାଁ ରେ ନୂତନ ଗୃହ କରାଯାଇ ଗୃହ ପ୍ରବେଶ କରାଯାଇ ଶିଶୁ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଆଜି ଶିଶୁ ପରିଚାର୍ଯ୍ୟା ଚାରି ଅନୁଷ୍ଠାନର ନୂତନ ଗୃହ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ଯୋଗ ଦେଇ ଉଦ୍ ଘାଟନ କରିଥିଲେ । ପରେ ସଭାପତି ନମିତା ରାଣୀ ବଳ ଙ୍କ ସଂଯୋଜନାରେ ଉଦ୍ ଘାଟନ ଉତ୍ସବ ପାଳନ ହୋଇଥିଲା ।

    ସଂମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ସାହୁ , ଅଶୋକ ପୁହାଣ ,ସରୋଜ କୁମାର ସାହୁ ,ଡ଼ ଶମ୍ଭୁନାଥ ରାଉତ ,ଶ୍ରୀମତୀ ସୋନାଲି ଦାସ ,କୃଷ୍ଣଚନ୍ଦ୍ର ବାରିକ ,ନିରୋଦ ମହାନ୍ତି, ଅଧ୍ୟାପକ ସୁଦର୍ଶନ ସାହୁ ,ଜଗତ ଜିତା ଦାସ ,ଅନ୍ନଦା ପ୍ରସାଦ ମହାନ୍ତି , ପରମେଶ୍ବର ମହାନ୍ତି ଯୋଗ ଦେଇଥିଲେ । ଶେଷରେ ଆଶ୍ରମର ଶିଶୁ ମାନେ ଗୀତ ଗାଇବା ସହ ନୃତ୍ୟ ପରିବେଷଣ କରି ଉତ୍ସାହିତ ହୋଇଥିଲେ ।

  • ନକଲି ପ୍ରମାଣ ପତ୍ରରେ ବାଂଲାଦେଶୀଙ୍କୁ କିଏ ଦେଉଛି ଆଶ୍ରୟ?

    ନକଲି ପ୍ରମାଣ ପତ୍ରରେ ବାଂଲାଦେଶୀଙ୍କୁ କିଏ ଦେଉଛି ଆଶ୍ରୟ?

    ମାଳ ମାଳ ବାଂଲାଦେଶୀ, ଆଧାର କାର୍ଡ ନକଲି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଉଛନ୍ତି କିଏ । ଯୋଗାଇ ଦିଆଯାଉଛି ଜାଲ ଆଧାର । ଚିନ୍ତା ବଢାଇଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ । ଦଲାଲ୍ ସାହାଯ୍ୟରେ ବଢିଯାଉଛନ୍ତି ବାଂଲାଦେଶୀ । ବାଲିଆପାଳ ବିଭିନ୍ନ ବ୍ଳକ୍‌ରେ ଶହ ଶହ ସଂଖ୍ୟାରେ ବାଂଲାଦେଶୀ ଆଡା ଜମାଇଛନ୍ତି । ନକଲି ଆଧାର କାର୍ଡ ଏମାନଙ୍କ ସାହାରା ପାଲଟିଛି ।

    ତେବେ କିଛି ବ‌ ବର୍ଷ ତଳେ ଜନସେବା କେନ୍ଦ୍ରରେ ମଧ୍ୟ ଆଧାର କାର୍ଡ ପ୍ରସ୍ତୁତ ହୋଇପାରୁଥିଲା । ଜନସେବା କେନ୍ଦ୍ରଗୁଡିକ ଘରୋଇ ଭାବେ ଚଳାଯାଉଥିବାରୁ ତାହାର ସୁଯୋଗ ନେଇ ଶହ ଶହ ନକଲି ଆଧାର କାର୍ଡ ବାଲିଆପାଳ ବ୍ଲକ ପ୍ରସ୍ତୁତ ହୋଇଥିବା ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଛି। ସଂପୃକ୍ତ ଆଧାର କାର୍ଡଗୁଡ଼ିକରେ ଅନ୍‌ଲାଇନ୍‌ରେ ଯାଞ୍ଚ କରାଗଲେ ଏହି କାର୍ଡଗୁଡ଼ିକ ସମ୍ପର୍କରେ କୌଣସି ସୂଚନା ମିଳିବ ନାହିଁ। ଯାହାର ବ୍ୟବହାର କରି ରାସନ ସାମଗ୍ରୀଠାରୁ ଆରମ୍ଭ କରି ଓଡ଼ିଶା ସରକାରଙ୍କ ସମସ୍ତ ଯୋଜନାର ଫାଇଦା ମଧ୍ୟ ଏହି ଅଣନାଗରିକ ଉଠାଇଥିବା ଜଣାପଡ଼ିଛି।

    ଭୋଟ୍ ଲୋଭରେ ବାଲିଆପାଳ ବ୍ଲକ ବିଭିନ୍ନ ସ୍ଥାନରେ ଏମାନଙ୍କୁ ପୂର୍ଣ୍ଣ ସମର୍ଥନ ବିଭିନ୍ନ ଦଳର ନେତା ଯୋଗାଇ ଦେଇଥିବା ବେଳେ ସେମାନଙ୍କ ପାଇଁ ବସ୍ତି ଗଢ଼ିଛନ୍ତି । ବାଲିଆପାଳ ହେଉ ଉ କି ରାଜ୍ୟର ରେ ଟାର୍ଗେଟ୍ ଦଶୀ ଭଳି ଅଣନାଗରିକ କିନ୍ତୁ କୁଜିନେତାଙ୍କ ଜରିଆରେ ଫାଇଦା ଉଠାଇଛନ୍ତି । ନେତାଙ୍କ ବଳରେ ଅଣନାଗରିକ ବଳବାନ ହେଉଛନ୍ତି। ଏହି ଏପରିକି ରାସନ୍ କାର୍ଡ ଇ-କେୱାଇସି ସମୟରେ ମଧ୍ୟ ବାଂଲାଦେଶୀ ନାଗରିକଙ୍କୁ ବାଦ୍ ଦିଆଯାଏ ପାଇ ପାରି ନଥିବା ଜଣାପଡ଼ିଛି। ବାଲିଆପାଳ ବ୍ଲକ ବାଂଲାଦେଶ ସଂଖ୍ୟା କେତେ । କୁଜି ନେତାଙ୍କ ଛତ୍ରଛାୟା ତଳେ ସ୍ଥାନୀୟ ବାସିନ୍ଦା ହେବା ପାଇଁ ସରକାରୀ ସୁବିଧା ସହିତ ହାତେଇଛନ୍ତି ପ୍ରମାଣ ପତ୍ର।

    ଅନୁପ୍ରବେଶକାରୀଙ୍କ ପାଇଁ ଏସ,ପି ଜାରି ପରେ ବାଲିଆପାଳ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବସବାସ କରୁଥିବା ବାଙ୍ଗାଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଚାପା ଉତ୍ତେଜନା ଦେଖାଦେଇଛି। ମଧୁପୁରା ପଞ୍ଚାୟତ ବାଲିଆପାଳ ବ୍ଲକରେ ୨୮ ପଞ୍ଚାୟତ ମଧ୍ୟରେ ଏକ ଗୂତୁତ୍ୱ ପୁର୍ଣ ପଞ୍ଚାୟତ ଅଟେ । ପୂର୍ବ ସରକାର ଙ୍କ ସମୟରୁ କିଛି ବାଙ୍ଗାଲାଦେଶୀ ଅନୁପ୍ରବେଶକାରୀ ପଞ୍ଚାୟତର କେନ୍ଦ୍ର ବିନ୍ଦୁ ରେ ଥିବା ରେଜିଷ୍ଟ୍ରି ଅଫିସ ପାଖରେ ସରକାରୀ ଜାଗା କୁ ଜବର ଦଖଲ କୁ ନେଇ ବାସଗୃହ ତିଆରି କରି ବଂଶ ବିସ୍ତାର କରିବାରେ ଲାଗିଛନ୍ତି। ସବୁଠାରୁ ବଡ଼ କଥା ହେଲା ତତ୍କାଳୀନ କିଛି ମୁଷ୍ଟିମେୟ ନେତା ଙ୍କ ଦ୍ଵାରା ଅଫିସର ମାନଙ୍କୁ ହାତଗୁଞ୍ଜା ଦେଇ ନିଜର ପରିଚୟପତ୍ର ସହିତ ରାସନ୍ କାର୍ଡ,ପାନ କାର୍ଡ, ଆଧାର କାର୍ଡ ଇତ୍ୟାଦି ହାତେଇଛନ୍ତି।

    ଏହି ଅନୁପ୍ରବେଶକାରୀଙ୍କର ଦୂବ୍ୟବହାର ,ଛିନତାଇ, ମାରପିଟ୍ ଚୋରି,ପ୍ରଭୃତି ଅସାମାଜିକ କାର୍ଯ୍ୟକୁ ନେଇ ସ୍ଥାନୀୟ ବାସିନ୍ଦା ଅତିଷ୍ଠ ହୋଇ ତିନି ବର୍ଷ ତଳେ ରାସ୍ତା ରୋକ କରି ଆନ୍ଦୋଳନ କରିବା ସହିତ ତହସିଲଦାରଙ୍କୁ ଲିଖିତ ଅଭିଯୋଗ ପରେ କୋର୍ଟରେ ଆଶ୍ରୟ ନେଇଥିଲେ ମାତ୍ର ତାହା କେବଳ କାଗଜ କଲମରେ ସୀମିତ ହୋଇରହିଯାଇଛି।

    ବିଭାଗୀୟ ମନ୍ତ୍ରୀଂକ କଡ଼ା ନିର୍ଦ୍ଦେଶ ରହିଛି ବିଭିନ୍ନ ଅଞ୍ଚଳରେ ଥିବା ଅନୁପ୍ରବେଶକାରୀ ଙ୍କୁ ଚିହ୍ନଟ କରି ତାଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।ଏନେଇ ବାଲିଆପାଳ ତହସିଲଦାର ଙ୍କୁ ଯୋଗାଯୋଗ କରିବାରୁ ଶିଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲିି କହିଛନ୍ତି।

    ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ବାଲିଆପାଳ ଅଞ୍ଚଳରେ ଥିବା ଅନୁପ୍ରବେଶକାରୀ ଙ୍କ ବିରୋଧ ରେ କେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି।

  • ପରୀକ୍ଷା ଫଳ ପ୍ରକାଶ ପାଇନଥିବାରୁ ହଙ୍ଗର ଷ୍ଟ୍ରାଇକର ଧମକ ଦେଲେ ଛାତ୍ରଛାତ୍ରୀ

    ପରୀକ୍ଷା ଫଳ ପ୍ରକାଶ ପାଇନଥିବାରୁ ହଙ୍ଗର ଷ୍ଟ୍ରାଇକର ଧମକ ଦେଲେ ଛାତ୍ରଛାତ୍ରୀ

    ବରଗଡ ରେନବୋ ପବ୍ଲିକସ୍କୁଲର ପରୀକ୍ଷା ଫଳ ପ୍ରକାଶ ନହୋଇଥିବା ଛାତ୍ରଛାତ୍ରୀ ପହଞ୍ଚିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ । ବୁଧବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବରଗଡ଼ର ରେନବୋ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ । ଗତ ୧୩ ତାରିଖରେ CBSE ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବାହାରିଥିଵା ବେଳେ କିନ୍ତୁ ବରଗଡ଼ ଜିଲ୍ଲାର ୬ ଗୋଟି ସ୍କୁଲର ୧୧୮୫ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବାହାରିନଥିଲା।

    ତେବେ ବରଗଡ଼ ସହରରେ ରହିଥିଵା ରେନବୋ ପବ୍ଲିକ ସ୍କୁଲର ମଧ୍ୟ ପରୀକ୍ଷା ଫଳ ବାହାରି ନଥିବା ବେଳେ ଭବିଷ୍ୟତ ଚିନ୍ତାରେ ରହିଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଁଞ୍ଚି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ସହିତ ତାଙ୍କ ଦାବି ପୂରଣ ନ ହେଲେ ହଙ୍ଗର ଷ୍ଟ୍ରାଇକରେ ବସିବେ ବୋଲି ଛାତ୍ରଛାତ୍ରୀ ମାନେଚେତାବନୀ ଦେଇଛନ୍ତି ।

  • ମଣ୍ଡିରୁ ଧାନ ନ ଉଠିବା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

    ମଣ୍ଡିରୁ ଧାନ ନ ଉଠିବା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

    ବରଗଡ ଜିଲ୍ଲା ମିଳିତ ମାର୍କେଟ ମଞ୍ଚର ଚାଷୀ ମାନେ ୩ ଦଫା ଦାବି ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିଥିଲେ | ଚାଷୀଙ୍କ ହଜାର ହଜାର ବସ୍ତା ଧାନ ମାର୍କେଟୟାଡ଼ ଠାରେ ପଡ଼ିଥିଲେ ମଧ୍ଯ ଧାନ ଉଠୁନାହିଁ ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି |

    ଚାଷୀମାନେ ୩ ଦଫା ଦାବି ନେଇ ବରଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି | ଚାଷୀଙ୍କ ଦାବି ହେଉଛି ଚାଷୀ ଯେଉଁ ଦିନ ମଣ୍ଡିକୁ ଧାନ ଆଣିବ ସେହି ଦିନ ଧାନର ମାନ ପରୀକ୍ଷା ଏବଂ ଓଜନ କରାଯାଇ ଅନଲାଇନ ରେଜିଷ୍ଟେସନ କରାଯାଊ |

    ଚାଷୀ ଆଣିଥିବା ବସ୍ତା ରେ ଧାନ ବିକ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଉ | ସରକାରଙ୍କ ଘୋଷଣା ମୁତାବକ ପ୍ରତ୍ୟେକ ମଣ୍ଡିରୁ ପ୍ରତିଦିନ ଯଥା ଶୀଘ୍ର ଏକ ହଜାର କ୍ୟୁଣ୍ଟାଲରୁ ଉର୍ଦ୍ଧ ଧାନ କିଣା ଯାଉ ବୋଲି ଦାବି କରିଛନ୍ତି ଚାଷୀ | ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ସହ ରାଜ ରାସ୍ତା ଅବରୋଧ କରିବା ନେଇ ଚେତାବନୀ ଦେଇଛନ୍ତି |

  • ଦୀଘାରେ ‘ଜଗନ୍ନାଥ ଧାମ’କୁ ଗଜପତିଙ୍କ ବିରୋଧ, ପ୍ୟାଟେଣ୍ଟ ହେବ ଶବ୍ଦାବଳୀ

    ଦୀଘାରେ ‘ଜଗନ୍ନାଥ ଧାମ’କୁ ଗଜପତିଙ୍କ ବିରୋଧ, ପ୍ୟାଟେଣ୍ଟ ହେବ ଶବ୍ଦାବଳୀ

    ବିଳମ୍ବରେ ହେଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରଥମ ସେବକ ତଥା ଗଜପତି ମହାରାଜ ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣକୁ ବିରୋଧ କରିଛନ୍ତି । ଜଗନ୍ନାଥଙ୍କ ନାମରେ ପୃଥିବୀର ବିଭିନ୍ନ ସ୍ଥାନରେ ମନ୍ଦିର ରହିଛି କିନ୍ତୁ ଦୀଘା ମନ୍ଦିରକୁ ନେଇ ଏତେ ବିବାଦ କାହିିଁକି ? ଏ କଥା ସତ୍ୟ ଯେ, ନୀଳାଚଳ ଧାମ ମହାପ୍ରଭୁଙ୍କ ନିବାସ ସ୍ଥାନ ସ୍ୱଇଚ୍ଛାରେ, ସେ ମହୋଦଧି ତଟକୁ ନିଜର ବାସସ୍ଥାନ ଭାବେ ବାଛିଛନ୍ତି ଏବଂ ସାରା ବିଶ୍ୱର ଅଗଣିତ ଭକ୍ତଙ୍କୁ ବାହୁ ପ୍ରସାରୀ ଆଲିଙ୍ଗନ କରୁଛନ୍ତି । ତେଣୁ ଏ ପ୍ରସଙ୍ଗରେ ଦୀଘାରେ ନିର୍ମିତ ହେଉଥିବା ଶ୍ରୀଜଗନ୍ନାଥ ମନ୍ଦିର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରିପୁରକ ନୁହେଁ । ଯେଉଁ କଥା ପାଇଁ ପଶ୍ଚିମବଙ୍ଗ ଓଡ଼ିଶା ମଧ୍ୟରେ ଟଣାଓଟରା ଲାଗିଛି ତାହା ମନ୍ଦିରର ନୁହେଁ ମନ୍ଦିରର ନାମ । ଏବଂ ଦ୍ୱିତୀୟ ମୁଖ୍ୟ କଥାଟି ହେଊଛି ବଙ୍ଗାଳୀ ପର୍ଯ୍ୟଟକ । ପୁରୀକୁ ବଙ୍ଗାଳୀ ପର୍ଯ୍ୟଟକଙ୍କ ଆଗମନ କମିଲେ ପଶ୍ଚିମବଙ୍ଗର ଲାଭ ହେବ । ଆମ ଲୋକ ପର୍ଯ୍ୟଟନରୁ ପାଉଥିବା ଅର୍ଥ ହରାଇବେ, ଏହା ଏକ ସରଳ କଥା, ଏକଥାକୁ ଓଡ଼ିଶାର ରାଜନୈତିକ ନେତୃବୃନ୍ଦ ଓ ବୁଦ୍ଧିଜୀବୀ ଭଲ ଭାବେ ଜାଣିଛନ୍ତି ।

    କିନ୍ତୁ କଥାରେ ଅଛି, କୁରାଢୀରେ କାଠବେଣ୍ଟ ନ ଲାଗିଲେ ଗଛ କଟାଯାଇପାରିବ ନାହିଁ । ଆମର ମହାପ୍ରଭୁ ଜଗନ୍ନାଥଙ୍କର ସେବାୟତମାନେ ମମତା ବାନାର୍ଜୀଙ୍କ ଘରକୁ ପୁଜା କରିବାକୁ ଯାଇ ଦୀଘା ମନ୍ଦିର ନିଅଁ ପକାଇଥିଲେ ବୋଲି କହିଲେ ଚଳିବ । ପରବର୍ତ୍ତୀ ସମୟରେ କିଛି ସେବକ, ମମତା ବାନାର୍ଜୀଙ୍କ ପ୍ରତି ଏମିତି ଅନୁରକ୍ତ ହେଲେ ଯେ, ସେମାନେ ମହାପ୍ରଭୁଙ୍କର ସେବକ ନା ଦିଦିଙ୍କର ସେବକ ଠଉରାଇବା ମୁସ୍କିଲ ହେଉଥିଲା । ଆଉ ପରବର୍ତ୍ତୀ ସମୟରେ ଅଭିଯୋଗ ଆସିଲା ଯେ, ଦିଦିଙ୍କ ଅନୁରକ୍ତ ସେବକମାନେ ମହାପ୍ରଭୁଙ୍କ ମୁର୍ତ୍ତି ନିର୍ମାଣ ନିମନ୍ତେ ଦୀଘାକୁ ଦାରୁ ଯୋଗାଇଥିଲେ । ଠିକ୍ ସେହିଭଳି ଭାବେ ତତକାଳୀନ ସରକାରଙ୍କ ନିକଟତର ଥିବା ପୁରୀ ରାଜା ମଧ୍ୟ ମହାପ୍ରଭୁଙ୍କ ଜମିର ପୁନରୁଦ୍ଧାର ପାଇଁ ମମତା ବାନାର୍ଜୀଙ୍କ ନିକଟରେ କୌଣସି ଦାବି ରଖିନଥିଲେ । ନା, ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାକୁ ଦେଖାକରିବାକୁ ସୁଦୂର ପଶ୍ଚିମବଙ୍ଗରୁ ସଡ଼କ ପଥରେ ମମତା ବାନାର୍ଜୀ ଧାଇଁ ଆସୁଥିଲେ, ସେ ମଧ୍ୟ ଏ ପ୍ରସଙ୍ଗରେ ନୀରବ ଥିଲେ ।

    ବିଜେଡି ସରକାର ମଧ୍ୟ ଆନୁଷ୍ଠାନିକ ଭାବେ ଜଗନ୍ନାଥଙ୍କ ସମ୍ପତ୍ତିର ପୁନରୁଦ୍ଧାର ପାଇଁ କିଛି ଠୋସ୍ ପଦକ୍ଷେପ ନେଇ ନଥିଲେ । କିନ୍ତୁ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏ ପ୍ରସଙ୍ଗରେ ନୀରବ ଥିବା ଗଜପତି ମହାରାଜ ଦୀଘା ଧାମ ହଟାଇବା ପାଇଁ ଆହ୍ୱାନ ଦେବା ଏକ ସନ୍ଦେହଜନକ ସ୍ଥିତି ସୃଷ୍ଟି ହେଉଛି । ନେଡ଼ିଗୁଡ଼ କହୁଣୀକୁ ବୋହିଗଲା ପରେ ଚିନ୍ତା ପଶେ ।

    ଯେଉଁ ସମୟରେ ଓଡ଼ିଶା ସରକାର ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ଠୋସ୍ ପଦକ୍ଷେପ ନେଇଥାନ୍ତେ, ସେ କଥା ତ କଲେ ନାହିଁ, ଓଲଟା ପୁରୀରେ ମମତା ବାନାର୍ଜୀଙ୍କ ଅନୁରୋଧ କ୍ରମେ ଭୂମିଦାନ କରିବାର ଏକ ନାଟକ କରାଗଲା । ଜଗନ୍ନାଥଙ୍କର ଶହ ଶହ ଏକର ଜମି ପଶ୍ଚିମବଙ୍ଗରେ ଭୂ ମାଫିଆଙ୍କ ଦ୍ୱାରା ଲୁଣ୍ଠିତ ହେଉଥିବା ସମୟରେ ଦୀର୍ଘ ୨୪ ବର୍ଷର ଶାସନ ସମୟରେ ବିଜେଡ଼ି ସରକାର ସେଗୁଡ଼ିକର ଉଦ୍ଧାର କରିବା ସମ୍ପର୍କରେ କିଛି ପଦକ୍ଷେପ ନ ନେଇ ଭୂମିଦାନ କରିବା ଓଡିଶାର କେଉଁ ସ୍ୱାର୍ଥ ସାଧନ କରିବ ତାହା ଜଣାପଡ଼ୁନାହିଁ ।

  • ବରପାଲିରେ ଶୀତଳ ଷଷ୍ଠୀ ଯାତ୍ରା ପାଇଁ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

    ବରପାଲିରେ ଶୀତଳ ଷଷ୍ଠୀ ଯାତ୍ରା ପାଇଁ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

    ବରଗଡ଼ (ସୂର୍ଯ୍ୟ ନାରାୟଣ ଦାଶ ) ବରଗଡ଼ ଜିଲ୍ଲା ବରପାଲିର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ ଚଳିତ ବର୍ଷ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ଏକ ହଜାର କଳାକାର ଯୋଗ ଦେବେ ବୋଲି ଆଜି ଯାତ୍ରା କମିଟି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ଚଳିତ ବର୍ଷ ଆସନ୍ତା ୨୭ ରୁ ଏହି ଯାତ୍ରା ଆରମ୍ଭ ହୋଇ ୨ ତାରିଖ ଦିନ ଯାଏଁ ଅନୁଷ୍ଠିତ ହେବ। କପିଳେଶ୍ଵର ବାବା ୨୭ ତାରିଖ ସନ୍ଧ୍ୟା ରେ ମନ୍ଦିରରୁ ବାହାରି ନଗର ପରିକ୍ରମା କରି ଭଣ୍ଡାର ଗୃହକୁ ଯିବେ । ୨୮ ତାରିଖ ରେ କନ୍ୟା ମନୋନୟନ ବା ପତର ପେଣ୍ଡି, ୨୯ ତାରିଖ ଭୈରବ ବାବାଙ୍କ ଦେବ ନିମନ୍ତ୍ରଣ ଶୋଭାଯାତ୍ରା,୩୦ ରେ ସକାଳେ ଗଣ୍ଠି ଆଳ ଫିଟା ଓ ସନ୍ଧ୍ୟାରେ ବରାନୁଗମନ ଶୋଭାଯାତ୍ରା ହେବ । ଚଳିତ ବର୍ଷ ସ୍ଥାନୀୟ ତହସିଲ ଛକରୁ ବରାନୁଗମନ ଶୋଭାଯାତ୍ରା ଆରମ୍ଭ ହୋଇ ହିମାଦ୍ରି ନଗର ପହଞ୍ଚିବା ପରେ ପରଦିନ ବୈଦିକ ରୀତିରେ ଦେବ ଦମ୍ପତ୍ତିଙ୍କ ବୈବାହିକ କାର୍ଯ୍ୟ ଅନୁଷ୍ଠିତ ହେବ।

    ସେହିପରି ୩୧ ତାରିଖରେ ଦେବ ଦମ୍ପତ୍ତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ବା ବୈଠକ ଯାତ୍ରା ୧ ତାରିଖ ସନ୍ଧ୍ୟାରେ ଲମ୍ବନି ଶୋଭାଯାତ୍ରା ୨ ତାରିଖ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ବା ଦେବ ଦମ୍ପତ୍ତିଙ୍କ ମନ୍ଦିର ପ୍ରବେଶ ସହ ଯାତ୍ରାର ବିରତି ହେବ ବୋଲି ଯାତ୍ରା କମିଟିର ସଭାପତି ସୂଚନା ଦେଇଛନ୍ତି ।

    ଅନ୍ୟ ପକ୍ଷରେ ଚଳିତ ବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଓଡ଼ିଶାର ଢେଙ୍କାନାଳ ଘଣ୍ଟ ବାଦ୍ୟ, କଳାହାଣ୍ଡି ଘୁମୁରା, ସହ ମହାରାଷ୍ଟ୍ର, କେରଳ,ଛତିଶଗଡ଼, ପଶ୍ଚିମ ବଙ୍ଗାଲ ଆଦି ରାଜ୍ୟର ଏକ ହଜାର କଳାକାର ଯୋଗ ଦେବେ ବୋଲି କମିଟିର ସମ୍ପାଦକ ଜୟନ୍ତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଯାତ୍ରା କମିଟିର ସଭାପତି , ସମ୍ପାଦକଙ୍କ ସମେତ ଚଳିତ ବର୍ଷର କନ୍ୟା ପିତା ସଞ୍ଜୟ ମେହେର ଓ ଯାତ୍ରା କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ।ଚଳିତ ବର୍ଷ ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସି ସି ଟିଭି କ୍ୟାମେରା ଲଗାଯିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିବା ସହ ପାନୀୟ ଜଳ ଯୋଗାଣ, ଶୌଚାଳୟ ଆଦିର ବ୍ୟବସ୍ଥା କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

    ଏହି ସାମ୍ବାଦିକ ସମ୍ମିଳନୀରେ ପୋଲିସ ଏସ ଡି ପି ଓ,ତହସିଲଦାର ରୁକ୍ମଣ କୁମାର ମେହେର, ପୋଲିସ ଆଇ ଆଇ ଜୟରଶ୍ମୀ ସେଠି,ନଗର ପାଲ ଦିନେଶ ଗହୀର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୁବନ କୁମାର ଶତପଥୀ ଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

  • ତିର୍ତୋଲ କଲେଜ +2 ବିଜ୍ଞାନ ଟପ୍ପର ଭାଗ୍ୟଲକ୍ଷ୍ମୀ

    ତିର୍ତୋଲ କଲେଜ +2 ବିଜ୍ଞାନ ଟପ୍ପର ଭାଗ୍ୟଲକ୍ଷ୍ମୀ

    +2 ଶ୍ରେଣୀର ଫଳ ପ୍ରକାଶ ପାଇଥିବା ବେଳେ ତିର୍ତୋଲ ସ୍ଥିତ ଆଦିକବି ସାରଳା ଦାସ ମହାବିଦ୍ୟାଳୟର +2 ବିଜ୍ଞାନ ଛାତ୍ରୀ ଭାଗ୍ୟଲକ୍ଷ୍ମୀ ରାଉତ ୬୦୦ ରୁ ସମୁଦାୟ ୫୪୧ ନମ୍ବର ରଖି ଟପ୍ପର ହୋଇଛନ୍ତି । +2 ବିଜ୍ଞାନରେ ୨୬୮ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୪୭ ଜଣ ପ୍ରଥମ ଶ୍ରେଣୀ, ୬୬ ଜଣ ଦ୍ୱିତୀୟ ଶ୍ରେଣୀ, b ୨୧ଜଣ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି। ଟପ୍ପର ହୋଇଥିବା ଭାଗ୍ୟଲକ୍ଷ୍ମୀ ତାଙ୍କର ଏହି ସଫଳତା ପାଇଁ ସାରଳା କୋଚିଂ ଶିକ୍ଷା କେନ୍ଦ୍ରର ମୁଖ୍ୟ ପରିଚାଳକ ବୁବୁଲା ସାର ଓ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା, ତିର୍ତୋଲ କଲେଜର ଅଧ୍ୟାପକ ଅଧ୍ୟାପିକା ଓ ତାଙ୍କର ପିତା ମାତାଙ୍କୁ ଶ୍ରେୟ ଦେଇଛନ୍ତି । ଭାଗ୍ୟଲକ୍ଷ୍ମୀ ଭବିଷ୍ୟତରେ ଜଣେ ଅଧ୍ୟାପିକା ହେବ ପାଇଁ ଲକ୍ଷ୍ୟ ରଖିଛନ୍ତି । ଭାଗ୍ୟଲକ୍ଷ୍ମୀର ସଫଳତା ପାଇଁ ଶାରଳା କୋଚିଂର ମୁଖ୍ୟ ବୁବୁଲା ସାର ତାଙ୍କୁ ସମ୍ବର୍ଦ୍ଧନା କରିଥିଲେ ।