Tag: suchanatv24x7

  • ବିଲରେ କାମ କରୁଥିବା ବେଳେ ବଜ୍ରାଘାତ, ୨ ଆହତ

    ବିଲରେ କାମ କରୁଥିବା ବେଳେ ବଜ୍ରାଘାତ, ୨ ଆହତ

    ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଅର୍ନ୍ତଗତ ସର୍ଦ୍ଦାରବନ୍ଧ ପଞ୍ଚାୟତର ବଡଟିକାୟତପୁର ଗ୍ରାମରେ ବିଲରେ କାମ କରୁଥିବା ବେଳେ ପ୍ରାୟ ୩ ଘଟିକା ସମୟ ପାଖାପାଖି ପ୍ରବଳ ବର୍ଷା ଏଵଂ ଘଡଘଡି ହୋଇଥିଲା ଏହି ସମୟରେ ବୁଧିନି ହେମ୍ବ୍ରମ୍ (୫୦) ଏଵଂ ପାନ ମାରାଣ୍ଡି (୩୫) ଙ୍କୁ ମାରିଥିଲା ବଜ୍ରାଘାତ, ଫଳରେ ପାନ ମାରାଣ୍ଡିଙ୍କ ଡାହାଣ ଗୋଡଟି ଜଳି ଯାଇଥିଲା ଏବଂ ସେ ଚେତା ଶୂନ୍ୟ ହୋଇଯାଇଥିଲା ଏବଂ ବୁଧିନୀ ସାମାନ୍ୟ ଆହତ ହୋଇଥିଲେ ଏବଂ ପାଖରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ହାତୀଗଡ଼ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।

  • ନଦୀରେ ଗାଧୋଉଥିବା ବେଳେ ଜଳସ୍ରୋତରେ ଭାସିଗଲେ ଦୁଇଭାଇ

    ନଦୀରେ ଗାଧୋଉଥିବା ବେଳେ ଜଳସ୍ରୋତରେ ଭାସିଗଲେ ଦୁଇଭାଇ

    ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବନ୍ଧପାଳି ପଞ୍ଚାୟତ ମାଝୀମୁଣ୍ଡା ଗ୍ରାମର ଧର୍ମଦାଣ୍ଡି ନାଳରେ ଦୁଇଭାଇ ନିଖୋଜ l ମାଝୀମୁଣ୍ଡା ଗ୍ରାମର ଦୁଇଭାଇ ହେଉଛନ୍ତି ଟିକେଶ୍ୱର ବାରିକ ଓ ନିରଞ୍ଜନ ବାରିକ l ବିଲରେ କାମ ସାରି ଦୁଇ ଭାଇ ଆସି ଧର୍ମଦାଣ୍ଡି ନାଳକୁ ଗାଧୋଇବାକୁ ଆସିଥିଲେ l ବଡ଼ ଭାଇ ଗାଧୋଉଥିବା ବେଳେ ପାଣି ସୁଅରେ ଭାସି ଯାଉଥିବା ଦେଖି ବଞ୍ଚାଇବାକୁ ଯାଇ ସାନ ଭାଇ ଭାସି ଯାଇଥିଲେ l ସ୍ଥାନୀୟ ଲୋକେ ଦୁଇ ଭାଇ ଭାସୁଥିବା ଦେଖି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ | ହେଲେ ପାଣିର ସ୍ରୋତ ଏତେ ଅଧିକ ଥିଲା ଯେ ଉଦ୍ଧାର କରିବା ସମ୍ଭବ ନହେବାରୁ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ଆସି ଖୋଜା ଖୋଜି କରୁଛନ୍ତି l ପୋଲିସ ମଧ୍ୟ ଘଟଣା ସ୍ଥଳକୁ ଆସି ପହଞ୍ଚି ସାରିଥିବା ଦେଖାଦେଇଛି l

  • ଅବକାରୀ ବିଭାଗକୁ ମିଳିଲା ବଡ ସଫଳତା

    ଅବକାରୀ ବିଭାଗକୁ ମିଳିଲା ବଡ ସଫଳତା

    ବରଗଡ ଅବକାରୀ ଅଧିକ୍ଷକ ଶ୍ରୀ ସୁବନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ବରଗଡର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢଉଜାରି ରହିଥିବା ବେଳେ, ଛାତ୍ରଭଙ୍ଗ ଦେଉଛନ୍ତି ନିଶା ବେପାରୀ l ଏକ ଗୁପ୍ତ ସୂତ୍ର ରୁ ଖବର ପାଇ ଅବକାରୀ ମୋବାଇଲ୍ ୟୁନିଟ ନିରୀକ୍ଷକ ରଶ୍ମିତା ଲାକ୍ରା ଏବଂ ଗୋକୁଳ ଧର ଙ୍କ ଟିମ୍ ଭଟଲି ଟାଉନ ର ୱାର୍ଡ଼ ନମ୍ବର ୭ ଠାରେ ସଚିନ ପତିକାର (୨୧)ନାମକ ଏକ ବ୍ୟକ୍ତିର ଘରେ ଚଢଉ କରିଥିଲେ ଏବଂ ସେଠାରୁ ୧୧୫ ବୋତଲ କଫ ସିରଫ ଜବତ କରିଛି ଅବକାରୀ ବିଭାଗ l ଏବଂ ଏକ NDPS କେସ ରୁଜୁ କରି ଅଭଯୁକ୍ତ ସଚିନ ପଟିକାର କୁ କୋର୍ଟ ଚାଲାଣ କରାଯାଇଥବା ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷକ ସୁବନ କୁମାର ନାୟକ l

  • ସୈଫ ଅଲ୍ଲୀ ଖାନଙ୍କୁ ବଡ଼ ଝଟକା, ଚାଲିଯିବ କୋଟି କୋଟି ଟଙ୍କାର ସମ୍ପତ୍ତି

    ସୈଫ ଅଲ୍ଲୀ ଖାନଙ୍କୁ ବଡ଼ ଝଟକା, ଚାଲିଯିବ କୋଟି କୋଟି ଟଙ୍କାର ସମ୍ପତ୍ତି

    କେନ୍ଦ୍ର ସରକାର ପଟୌଦିଙ୍କ ପ୍ରାୟ ୧୫ହଜାର କୋଟି ମୂଲ୍ୟର ପାରିବାରିକ ସମ୍ପତ୍ତିକୁ ‘ଏନମି ପ୍ରୋପଟି’ ଭାବରେ ଘୋଷଣା କରିଛନ୍ତି।
    ବଲିଉଡ ଅଭିନେତା ସୈଫ ଅଲ୍ଲୀଙ୍କୁ ଲାଗିଲା ବଡ଼ ଝଟକା । ତାଙ୍କ ହାତରୁ ଚାଲିଯିବ କୋଟି କୋଟି ଟଙ୍କାର ସମ୍ପତ୍ତି । ପଟୌଦି ପରିବାରକୁ ସହିବାକୁ ପଡିବ ବହତ ବଡ କ୍ଷତି ।ଏହି ସମ୍ପତ୍ତିଗୁଡ଼ିକ ମଧ୍ୟରେ ରହିଛି ସୈଫଙ୍କ ପିଲାଦିନର ଘର ଫ୍ଲାଗ୍ ଷ୍ଟାଫ୍ ହାଉସ୍, ମହାନ ନୁର-ଆସ୍-ସବା ପ୍ୟାଲେସ୍, ଦାର-ଆସ୍-ସଲାମ୍, ହବିବିଙ୍କ ବଙ୍ଗଳା, ଅହମ୍ମଦାବାଦ ପ୍ୟାଲେସ୍ ଏବଂ କୋହେଫିଜା ସମ୍ପତ୍ତି।

    ପଟୌଦିଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତିକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ। କିଛି ଦିନ ପୂର୍ବରୁ ହେଇଥିବା ନିଷ୍ପତିକୁ ଏବେ କୋର୍ଟ ଖାରଜ କରିଦେଇଛନ୍ତି। ପୂର୍ବ ନିଷ୍ପତ୍ତିରେ ସୈଫ ଅଲ୍ଲୀ ଖାନ ଏବଂ ତାଙ୍କ ପରିବାରକୁ କରାଯାଇଥିଲା ସମ୍ପତ୍ତିର ଉତ୍ତରାଧିକାରୀ । ହେଲେ ଏବେ ପୂର୍ବ ନିଷ୍ପତ୍ତି ରେ ପରିବର୍ତ୍ତନ ହୋଇଛି , କାରଣ ବିଭାଜନ ସମୟରେ ଉତ୍ତରାଧିକାରୀଙ୍କ ମଧ୍ୟରୁ ଜଣେ ପାକିସ୍ତାନ ଚାଲିଯାଇଥିଲେ। ଏହି ଘଟଣା ଏବେ ନୂଆ ମୋଡ ନେଇଛି , ଘଟଣା ଏବେ ପାକିସ୍ତାନ ରେ ପହଞ୍ଚିଛି । ହାଇକୋର୍ଟ ଟ୍ରାଏଲ୍ କୋର୍ଟକୁ ଶୁଣାଣି ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୋପାଳର ରାଜପରିବାରର ସମ୍ପତ୍ତି ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି ।

    ନବାବ ହମିଦୁଲ୍ଲା ଖାନଙ୍କ ଅନ୍ୟ ଉତ୍ତରାଧିକାରୀମାନେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ସମ୍ପତ୍ତିକୁ ମୁସଲିମ ବ୍ୟକ୍ତିଗତ ଆଇନ ୧୯୩୭ ଅନୁଯାୟୀ ବଣ୍ଟନ କରାଯିବା ଉଚିତ ଦବି କରିଥିଲେ । , ଯାହା ୧୯୬୦ ମସିହାରେ ନବାବଙ୍କ ମୃତ୍ୟୁ ସମୟରେ ବଳବତ୍ତର ଥିଲା। ସେମାନେ ୧୯୯୯ ମସିହାରେ ଟ୍ରାଏଲ୍ କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ବର୍ତ୍ତମାନ ହାଇକୋର୍ଟ ଟ୍ରାଏଲ୍ କୋର୍ଟକୁ ପୁଣି ଥରେ ଶୁଣାଣି ଆରମ୍ଭ କରିବାକୁ ଏବଂ ବର୍ଷେ ମଧ୍ୟରେ ମାମଲାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

    ୨୦୧୪ ମସିହାରେ ସରକାର ଏହା ଉପରେ ନୋଟିସ୍ ଜାରି କରିଥିଲେ। ୨୦୧୫ରେ ସୈଫ୍ ଏହାକୁ ବିରୋଧ କରିଥିଲେ ଏବଂ କୋର୍ଟରୁ ସ୍ଥଗିତାଦେଶ ପାଇଥିଲେ। କିନ୍ତୁ ୨୦୨୪ ଡିସେମ୍ବର ୧୩ରେ ହାଇକୋର୍ଟ ସେହି ସ୍ଥଗିତ ଦେଶକୁ ହଟାଇ ଦେଇଥିଲେ। ଏବେ କୋର୍ଟ ସୈଫ୍ ଏବଂ ତାଙ୍କ ପରିବାରକୁ ସଂପତ୍ତି ଉପରେ ଦାବି କରିବାକୁ ୩୦ ଦିନ ସମୟ ଦେଇଥିଲେ, କିନ୍ତୁ ଏ ସମୟ ମଧ୍ୟରେ କୌଣସି ଦାବି ଦାଖଲ ହୋଇନଥିଲା।

  • ଯୋଡ଼ାରେ ହାତୀ ଉପଦ୍ରବ, ଲୋକେ ଆତଙ୍କିତ

    ଯୋଡ଼ାରେ ହାତୀ ଉପଦ୍ରବ, ଲୋକେ ଆତଙ୍କିତ

    ଗତ କିଛି ମାସ ହେବ ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ ଲାଗିରହିଛି । ଏବେ ବାଲିବନ୍ଧ ସେକ୍ସାନରେ ୫୦, ଯୋଡ଼ାରେ ୨୦, ଚମ୍ପୁଆରେ ୨୬ ଏବଂ ବାମେବାରୀ ସେକ୍ସାନରେ ୪ଟି ହାତୀ ରହିଛନ୍ତି । ହାତୀ କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି। ଗତ ବିଳମ୍ବିତ ରାତିରେ ଏକ ୨୦ ଟିକିଆ ହାତୀପଲ ବିଚାକୁଣ୍ଡି ଜଙ୍ଗଲରୁ ଆସି ଯୋଡ଼ା ପୌରାଞ୍ଚଳର ୯ ନମ୍ବର୍ ୱାର୍ଡ଼ ବୁଲା ସାହିରେ ପଶି ୩ ଟି ଘର ଭାଙ୍ଗିଛନ୍ତି ।

    ଗୁରୁବାରି କାରୁଆ, ସୀତା କାରୁଆ ଓ ରାଉତ ଲାଗୁରୀଙ୍କ ଗୋଟିଏ ଲେଖାଏଁ ଘର ଭାଙ୍ଗିବା ସହ ଘରେଥିବା ଆସବାବପତ୍ର ନଷ୍ଟ କରିଛନ୍ତି । ଏଥିସହ ସେମାନଙ୍କ ଘରେ ଥିବା ଚାଉଳ ଓ ରନ୍ଧା ଖାଦ୍ୟ ଖାଇଦେଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏହି ହାତୀପଲରେ ୪ ଦନ୍ତା, ୯ ମାଈ ଓ ୭ଟି ଛୁଆ ହାତୀ ରହିଛନ୍ତି । ଉତ୍ପାତ ମଚେଇବା ପରେ ହାତୀପଲ ନିକଟସ୍ଥ ବିଚାକୁଣ୍ଡିକୁ ଚାଲିଯାଇ ଥିବାବେଳେ, ବନ କର୍ମଚାରୀ ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।

  • ବାହୁଡା଼ରେ ଜଗନ୍ନାଥଙ୍କ ସମ୍ପତି ଚୋରି, ପୋଲିସର ତଦନ୍ତ ଜାରି

    ବାହୁଡା଼ରେ ଜଗନ୍ନାଥଙ୍କ ସମ୍ପତି ଚୋରି, ପୋଲିସର ତଦନ୍ତ ଜାରି

    ଆଜି ହେଉଛି ପବିତ୍ର ବାହୁଡା଼ ଯାତ୍ରା, ପ୍ରଭୁ ଜଗତ ର ନାଥ ଶ୍ରୀ ଜଗନ୍ନାଥ ରଥରେ ବସି ମାଉସୀ ମା ଘରୁ ଶ୍ରୀମନ୍ଦିରକୁ ବାହୁଡ଼ିଯିବେ ଯାହାକୁ ଦେଖିବା ପାଇଁ ପୁରୀ ସରଧା ବାଲିରେ ଲକ୍ଷ ଲକ୍ଷ ଭକ୍ତ ଙ୍କ ଭିଡ ଜମି ଥିବା ବେଳେ ଏପଟେ ରାଜନଗରର ବ୍ଲକ୍ ବ୍ରାହ୍ମଣ ସାହି ଇସ୍କନ ମନ୍ଦିରରେ ଦୃର୍ବୁତ୍ତ ମାନେ କଳାକନ ବୁଲାଇଛନ୍ତି। ବିଳମ୍ବିତ ରାତିର ସୁଯୋଗ ନେଇ ଠାକୁରଙ୍କ ସମ୍ପତି ଚୋରି କରିଛନ୍ତି।

    ସୂଚନା ଅନୁଯାୟୀ ଗତକାଲି ବ୍ରାହ୍ମଣସାହି ଇସ୍କନ ମନ୍ଦିରର ସମସ୍ତ ସେବାୟତ ମାନେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥିବା ବେଳେ ତାହର ସୁଯୋଗ ନେଇ ରାତି ୧ ଘଟିକା ସମୟରେ ଦୁଇଟି ବାଇକରେ ୬ ଜଣ ଦୃର୍ବୁତ୍ତ ଆସି ପ୍ରଭୁ ଜଗନ୍ନାଥଙ୍କ ରୂପା ବାସନ, ଦାନ ହୁଣ୍ଡି ସହିତ ଗୋଟିଏ ଲାପଟପ୍ ଓ ଗୋଟିଏ ଟ୍ୟାବ୍ଲେଟ୍ ଚୋରି କରି ନେଇଯାଇଛନ୍ତି।

    ତେବେ ତମାମ ଘଟଣା ମନ୍ଦିରରେ ଲାଗିଥିବା ସିସିଟିଭିରେ କୟଦ ହେବା ପରେ ମନ୍ଦିରର ସମ୍ପାଦକ ଅର୍ଜୁନ ଚରଣ ନାୟକ ରାଜନଗର ଥାନାରେ ଅଭିଯୋଗ କରିବା ପରେ ରାଜନଗର ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରି ଅଧିକ ଛାନ୍ ଭିନ୍ ଆରମ୍ଭ କରିଛି।ଅନ୍ୟ ପଟେ ଜଗନ୍ନାଥଙ୍କ ଦ୍ୱାର କେବେ ଅନ୍ଧାର ନଥାଏ ଦୃର୍ବୁତ୍ତ ମାନେ ନିଶ୍ଚୟ ଧରା ପଡିବା ନେଇ ମନ୍ଦିର ସମ୍ପାଦକ ଅର୍ଜୁନ ଚରଣ ନାୟକ କହିଛନ୍ତି ।

  • ଗଣ୍ଡବରେଇ ନିକଟରେ ବାଇକକୁ ଧକ୍କା ଦେଲା ବୋଲେରୋ

    ଗଣ୍ଡବରେଇ ନିକଟରେ ବାଇକକୁ ଧକ୍କା ଦେଲା ବୋଲେରୋ

    କେନ୍ଦୁଝର ଜିଲ୍ଲା ବାରିଆ ଉଖୁଣ୍ଡା ରାସ୍ତାରେ ଗଣ୍ଡବରେଇ ନିକଟରେ ବାଇକକୁ ଧକ୍କା ଦେଲା ବୋଲେରୋ। ଘଟଣା ସ୍ଥଳରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର। ସୂଚନା ଅନୁଯାୟୀ ଚୈତନ୍ୟ ପୁର ଗ୍ରାମର ଗୈlର ଚନ୍ଦ୍ର ମହାନ୍ତ ନିଜ ପତ୍ନୀଙ୍କ ସହ ବାଇକରେ ଉଖୁଣ୍ଡାକୁ ଯାଉଥିବା ବେଳେ ଗଣ୍ଡବରେଇ ନାଳ ନିକଟରେ ଏକ ବୋଲେରୋ ସହିତ ତାଙ୍କ ବାଇକ ଧକ୍କା ହେଇଥିଲା ।

    ଫଳରେ ଗୌରଙ୍କ ପତ୍ନୀ ମୃତ୍ୟୁବରଣ କରିଥିଲେ । ଖବର ପାଇ ବାରିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

  • ଶୁଭମନ ଗିଲ ମଧ୍ୟ ଭାବି ନଥିବେ ଯେ ସେ ଏମିତି କରିବେ, ଧୋନି ହୁଅନ୍ତୁ କି ଗାଙ୍ଗୁଲି, ସବୁ ରହିଗଲେ ପଛରେ

    ଶୁଭମନ ଗିଲ ମଧ୍ୟ ଭାବି ନଥିବେ ଯେ ସେ ଏମିତି କରିବେ, ଧୋନି ହୁଅନ୍ତୁ କି ଗାଙ୍ଗୁଲି, ସବୁ ରହିଗଲେ ପଛରେ

    ଭାରତୀୟ ଦଳର ନୂତନ ଟେଷ୍ଟ ଅଧିନାୟକ ଶୁଭମନ ଗିଲ ଏଜବାଷ୍ଟନ ଟେଷ୍ଟ ମ୍ୟାଚ୍ ର ଉଭୟ ଇନିଂସରେ ଶତକ ହାସଲ କରି ଅନେକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି, ଯାହା ଏପର୍ଯ୍ୟନ୍ତ ଭାରତୀୟ କ୍ରିକେଟରେ କୌଣସି ଖେଳାଳି କରିପାରି ନାହାଁନ୍ତି। ଶୁଭମନ ଏଜବାଷ୍ଟନ ଟେଷ୍ଟର ପ୍ରଥମ ଇନିଂସରେ ୨୬୯ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ତାଙ୍କ ବ୍ୟାଟରୁ ୧୬୧ ରନ ଦେଖିବାକୁ ମିଳିଥିଲା। ଏହା ସହିତ ଗିଲ ଏହି ମ୍ୟାଚ୍ ରେ ୪୩୦ ରନ କରିଥିଲେ। ଏହି ସମୟରେ ଗିଲ ଗୋଟିଏ ଷ୍ଟ୍ରୋକରେ ଭାରତୀୟ କ୍ରିକେଟର ଦୁଇ ମହାନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ଏମଏସ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି।

    ଗିଲ୍ ଗୋଟିଏ ଇନିଂସ ଏବଂ ଟେଷ୍ଟରେ ସର୍ବାଧିକ ଛକା ମାରିଥିବା ଭାରତୀୟ ଅଧିନାୟକ ସାଜିଲେ

    ଶୁଭମନ ଗିଲ୍ ଏଜବାଷ୍ଟନ୍ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ ଉଭୟ ଇନିଂସରେ ମୋଟ ୪୩୦ ରନ୍ କରିଥିଲେ, ଯାହାକି ତାଙ୍କ ବ୍ୟାଟ୍‌ରୁ ୧୧ଟି ଛକା ମଧ୍ୟ ଦେଖିବାକୁ ମିଳିଥିଲା। ଏଥି ସହିତ, ଶୁଭମନ ଗିଲ୍ ଏବେ ଜଣେ ଭାରତୀୟ ଅଧିନାୟକ ଭାବରେ ଏକ ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିଥିବା ଖେଳାଳି ହୋଇଯାଇଛନ୍ତି। ପୂର୍ବରୁ ଏହି ରେକର୍ଡ ଏମ୍‌ଏସ୍‌ ଧୋନିଙ୍କ ନାମରେ ଥିଲା, ଯିଏ ୨୦୦୯ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ୍‌ରେ ମୋଟ ୬ଟି ଛକା ମାରିଥିଲେ। ଏହା ବ୍ୟତୀତ, ଶୁଭମନ ଗିଲ୍ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିଥିବା ଭାରତୀୟ ଅଧିନାୟକ ମଧ୍ୟ ହୋଇଛନ୍ତି। ଗିଲ୍ ଏଜବାଷ୍ଟନ୍ ଟେଷ୍ଟର ଦ୍ୱିତୀୟ ଇନିଂସରେ ୧୬୧ ରନ୍ କରିଥିବା ବେଳେ, ତାଙ୍କ ବ୍ୟାଟ୍‌ରୁ ମୋଟ ୮ଟି ଛକା ମଧ୍ୟ ଦେଖିବାକୁ ମିଳିଥିଲା। ଏହି କ୍ଷେତ୍ରରେ ମଧ୍ୟ ଗିଲ୍ ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି।

    ପଞ୍ଚମ ଦିନର ଖେଳ ଉପରେ ସମସ୍ତଙ୍କ ନଜର

    ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏଜବାଷ୍ଟନ ଟେଷ୍ଟ ମ୍ୟାଚରେ ସମସ୍ତଙ୍କ ନଜର ପଞ୍ଚମ ଦିନର ଖେଳ ଉପରେ ରହିଛି। ଏହି ମ୍ୟାଚରେ, ଟିମ୍ ଇଣ୍ଡିଆ ଆୟୋଜକ ଇଂଲଣ୍ଡକୁ ୬୦୮ ରନର ଟାର୍ଗେଟ ଦେଇଛି, ଯାହାକୁ ପିଛା କରି ସେମାନେ ଚତୁର୍ଥ ଦିନର ଖେଳ ଶେଷରେ ୩ ୱିକେଟ ହରାଇ ୭୨ ରନ କରିଥିଲେ। ଏବେ ପଞ୍ଚମ ଦିନର ଖେଳରେ, ଭାରତୀୟ ଦଳର ବୋଲରମାନଙ୍କୁ ଆହୁରି ୭ ୱିକେଟ ନେବାକୁ ପଡିବ, ଯାହାକି ଇଂଲଣ୍ଡ ଦଳ ମ୍ୟାଚ୍ ଡ୍ର କରିବାକୁ ଚେଷ୍ଟା କରିପାରେ।

  • ବାଲିଆପାଳ ପୋଖରୀ ମାଛ ମଡ଼କ ଘଟଣା: ବିଷ ପ୍ରୟୋଗ ଘଟଣାରେ ଆସିଲା ନୂଆ ମୋଡ଼

    ବାଲିଆପାଳ ପୋଖରୀ ମାଛ ମଡ଼କ ଘଟଣା: ବିଷ ପ୍ରୟୋଗ ଘଟଣାରେ ଆସିଲା ନୂଆ ମୋଡ଼

    ବାଲିଆପାଳ ବ୍ଲକର ଶଙ୍ଖୁଆ ଗ୍ରାମର ଶଙ୍ଖେଶ୍ଵର ପୋଖରୀରେ ବିଷ ପ୍ରୟୋଗ ଘଟଣାରେ ଆଜି ଏକ ନୂଆ ମୋଡ଼ ନେଇଛି। ପୋଖରୀ କୁ ଲିଜ ନେଇଥିବା କୁଞ୍ଜବିହାରୀ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଆଜି ପୂର୍ବାହ୍ନରେ ଶଙ୍ଖେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ବିଭିନ୍ନ ତଥ୍ୟ ରଖିଛନ୍ତି ଗ୍ରୁପ ସଦସ୍ୟମାନେ। ଗ୍ରୁପ କୁ କ୍ଷତି ରେ ପକାଇବା ପାଇଁ ଜୁନ ୩୦ ତାରିଖ ମଧ୍ୟରାତ୍ରରେ ପୋଖରୀରେ ବିଷ ପ୍ରୟୋଗ,ସଦସ୍ୟ ମାନଙ୍କର ମନବଳ ଭାଙ୍ଗିବା ସଦସ୍ୟ ମାନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନ ରୁ ମାରୀ ଦେବାକୁ ଧମକ ଦେଇଛନ୍ତି ଗ୍ରାମର ରବୀନ୍ଦ୍ର ମହାନ୍ତି,ଉଦୟ କୁମାର ସେନାପତି,ମାନସ ମହାନ୍ତି ପ୍ରମୁଖ ବିଶୃଙ୍ଖଳା କରୁଥିବା ର ଅଭିଯୋଗ ଆଣିଲେ ଗ୍ରୁପ ମେମ୍ବର। ପୋଖରୀରେ ବିଷ ପ୍ରୟୋଗ ଘଟଣା ରେ ସଂପୃକ୍ତ ଏହି ୩ ଜଣ ଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ରଞ୍ଜିତା ତ୍ରିପାଠୀ, ସବିତା ମଣ୍ଡଳ, ପଦ୍ମାବତୀ ମଣ୍ଡଳ,ଅନୁସୟା ଜେନା, ବାନ୍ଧବୀ ତ୍ରିପାଠୀ, ବିନତୀ ମଣ୍ଡଳ, ନିରୁପମା ସାହୁ, ମିନତୀ ତ୍ରିପାଠୀ, ସୁପ୍ରଭା ପାତ୍ର,ଅନିତା ସେନାପତି, ଶାନ୍ତିଲତା ସେନାପତି ପ୍ରମୁଖ ସାମ୍ବାଦିକ ସମ୍ମିଳନୀ ରେ ଦାବି କରିଛନ୍ତି

  • ବିଜେପି ପକ୍ଷରୁ ଚାରା ରୋପଣ

    ବିଜେପି ପକ୍ଷରୁ ଚାରା ରୋପଣ

    ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଷୋଳପଦା ଅଞ୍ଚଳ ଠାକୁରଗଡ଼ ବିଜେପି ମଣ୍ଡଳ ପକ୍ଷରୁ ଭାରତୀୟ ଜନତା ପାର୍ଟି ର ସକ୍ରିୟ ସଭ୍ୟମାନଙ୍କ ସୌଜନ୍ୟରେ ଠାକୁରଗଡ଼ ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣ ଓ ଦୀନବନ୍ଧୁପୁର ଗ୍ରାମର ଖେଳ ପଡିଆ ପରିସର ମଧ୍ୟରେ ବିଭିନ୍ନ ପ୍ରକାର ଆମ୍ବ, ଜାମ୍ବୁ, ଲିମ୍ବ, ହରିଡା, ବାହାଡ଼ା, ପିଜୁଳି ଆଦି ୨୦୦ ଶହରୁ ଉର୍ଦ୍ଧ ନୂତନ ଚାରା ରୋପଣ କରାଯାଇଛି l ଏଥିରେ ଜିଲ୍ଲା ବିଜେପି ଉପ ସଭାପତି ଅର୍ଜୁନ ସାହୁ ,ଠାକୁରଗଡ଼ ବିଜେପି ମଣ୍ଡଳ ସଭାପତି ସୁଜିତ କୁମାର ଦେହୁରୀ, ସଂଘର ସମ୍ପାଦକ ରଘୁନାଥ ରଣା, ଧଣ୍ଡାତୋପା ବନପାଳ ଗୌରଚନ୍ଦ୍ର ଦନ୍ତା, ବନରକ୍ଷୀ ଆନନ୍ଦିତା ଦାସ ସହଯୋଗୀ ରଞ୍ଜିତ କୁମାର ଧଳ, ନବ କୁମାର ସାହୁ ସମେତ ଦୁଃଶାସନ ନାୟକ, ଗ୍ରାମବାସୀ, ଅଙ୍ଗନୱାଡ଼ି କର୍ମୀ ଦଳୀୟ କର୍ମୀ ଅଜିତ କୁମାର ମିଶ୍ର, ପୂର୍ବତନ ମଣ୍ଡଳ ସଭାପତି ଅର୍ଜୁନ କୁମାର ସାହୁ, ଚୈତନ୍ୟ ସାହୁ , ଦୁଃଶାସନ ନାୟକ, ତ୍ରିପୁର ପ୍ରଧାନ, ଗଙ୍ଗାଧର ସାହୁ, ମିଲୁ ପ୍ରଧାନ, କୃଷ୍ଣ ଚନ୍ଦ୍ର ଭୋଇ, ସୁମନ ଭୋଇ, ବୁଲୁ ଭୋଇ, ମନୋଜ କୁମାର ସାହୁ, ଦିବ୍ୟରଞ୍ଜନ ସାହୁ, ଲକ୍ଷ୍ମଣ କୁମାର ସାହୁ,, ଚନ୍ଦ୍ରମଣି ସାହୁ, ବାବୁଲି ବେହେରା , କାଳନ୍ଦୀ ଭୋଇ, ଆଦିତ୍ୟ କୁମାର ସେଠୀ, ନାରାୟଣ ପ୍ରଧାନ, ବିଷ୍ଟ୍ନୁ ଚନ୍ଦ୍ର ପ୍ରଧାନ,, ଅଭିମନ୍ୟୁ ମାଝୀ, ଜମ୍ବେଶ୍ଵର ସାହୁ, ରୋହିତ କୁମାର ସାହୁ, ପ୍ରଣବ ମିଶ୍ର, ଦୁଃଖବନ୍ଧୁ ପୃଷ୍ଠି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l