Tag: suchanatv24x7

  • ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    ପୁଣି ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଗସ୍ତ। ଗତକାଲି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏୟାର ଇଣ୍ଡିଆର ଏକ ବିମାନରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ସମସ୍ତ ଯାତ୍ରୀ ଏବଂ କ୍ରୁ ମେମ୍ବର ସୁରକ୍ଷିତ ଥିବା ଜଣାପଡିଛି ।

    ସୂଚନା ଅନୁସାରେ , ହଂକଂରୁ ଦିଲ୍ଲୀ ବିମାନ ବନ୍ଦରରରେ ଏୟାର ଇଣ୍ଡିଆ ଫ୍ଲାଇଟ୍ ଅବତରଣ କରିବା ସମୟରେ ସହାୟକ ପାୱାର ୟୁନିଟରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ମାତ୍ରେ ସିଷ୍ଟମ ଡିଜାଇନ୍ ଅନୁସାରେ APU ସ୍ୱୟଂଚାଳିତ ଭାବରେ ବନ୍ଦ ହୋଇଯାଇଥିଲା । ଦୁର୍ଘଟଣା କାରଣରୁ ବିମାନଟିର କ୍ଷତି ହୋଇଛି । କିନ୍ତୁ ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଜାରି କରାଯାଇଛି ।

    ଏହା ସହିତ ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ଏହି ଦୁର୍ଘଟଣା ଯୋଗୁଁ ବିମାନଟିର କ୍ଷତି ହୋଇଛି । କିନ୍ତୁ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଛନ୍ତି ।ବିମାନଟିକୁ ବର୍ତ୍ତମାନ ପାଇଁ ଗ୍ରାଉଣ୍ଡେଡ୍ କରାଯାଇଛି ଏବଂ ଏହି ଘଟଣାର ଅଧିକ ତଦନ୍ତ ପାଇଁ ବିମାନକୁ ବନ୍ଦ କରାଯାଇଛି।

  • ପୁଣି ବିମାନ ଦୁର୍ଘଟଣା,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    ପୁଣି ବିମାନ ଦୁର୍ଘଟଣା,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    ପୁଣି ସାମ୍ନାକୁ ଆସିଲା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା । ଗତକାଲି ଏୟାର ଇଣ୍ଡିଆର ଏକ ବିମାନରେ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ସମସ୍ତ ଯାତ୍ରୀ ଏବଂ କ୍ରୁ ସମ୍ପର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି ।

    ସୂଚନାନୁଯାୟୀ, ହଂକଂରୁ ଦିଲ୍ଲୀ ବିମାନ ବନ୍ଦରରରେ ଏୟାର ଇଣ୍ଡିଆ ଫ୍ଲାଇଟ୍ ଅବତରଣ କରିବା ସମୟରେ ସହାୟକ ପାୱାର ୟୁନିଟରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ମାତ୍ରେ ସିଷ୍ଟମ ଡିଜାଇନ୍ ଅନୁସାରେ APU ସ୍ୱୟଂଚାଳିତ ଭାବରେ ବନ୍ଦ ହୋଇଯାଇଥିଲା । ଦୁର୍ଘଟଣା କାରଣରୁ ବିମାନଟିର କ୍ଷତି ହୋଇଛି । କିନ୍ତୁ ଏଥିରେ କାହାର କ୍ଷୟକ୍ଷତି ଘଟିନାହିଁ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।

    ଏହାରି ମଧ୍ୟରେ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହା ସହିତ ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ଏହି ଦୁର୍ଘଟଣା ଯୋଗୁଁ ବିମାନଟିର କ୍ଷତି ହୋଇଛି । କିନ୍ତୁ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିମାନଟିକୁ ବର୍ତ୍ତମାନ ପାଇଁ ଗ୍ରାଉଣ୍ଡେଡ୍ କରାଯାଇଛି ଏବଂ ଏହି ଘଟଣାର ତଦନ୍ତ ପାଇଁ ନିୟାମକ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ।

    ଅନ୍ୟପଟେ ଏୟାର ଇଣ୍ଡିଆର ଅନେକ ବିମାନର ତ୍ରୁଟି ଯୋଗୁଁ କିଛି ଦିନ ହେବ ବିମାନ ଉଡ଼ାଣରେ ବାଧାପ୍ରାପ୍ତ ହୋଇଛି । ଏଥିରେ ସ୍ଥାନୀୟ ଏବଂ ଅନ୍ତର୍ଜାତୀୟ ବିମାନ ମଧ୍ୟ ଅନ୍ତର୍ଭୁକ୍ତ । ଗୋଟିଏ ଦିନ ପୂର୍ବରୁ କୋଚିରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ମୁମ୍ବାଇ ବିମାନବନ୍ଦରରେ ରନୱେରେ ବାହାରି ଯାଇଥିଲା । ଯାହା ପରେ ବିମାନକୁ ତଦନ୍ତ ପାଇଁ ଅଟକାଯାଇଥିଲା । ଜଣେ ଏୟାରଲାଇନ୍ସ ମୁଖପାତ୍ର କହିଛନ୍ତି ଯେ ବିମାନକୁ ସୁରକ୍ଷିତ ଭାବରେ ଟ୍ୟାକ୍ସି କରାଯାଇଛି ।

  • ପୋଖରୀରେ ବୁଡ଼ି ଯୁବକ ମୃତ

    ପୋଖରୀରେ ବୁଡ଼ି ଯୁବକ ମୃତ

    କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ଗ୍ରାମରେ ଦୁଃଖଦ ଘଟଣା ଘଟିଛି I ପୋଖରୀରେ ଗାଧେଇବା ସମୟରେ ପୋଖରୀରେ ବୁଡ଼ି ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି I ମୃତ ଯୁବକ ଜଣକ ହେଲେ ସିମନବାଡ଼ି ଗ୍ରାମ କୁମ୍ଭାରସାହି ର ଯସବନ୍ତ ନାୟକ l ସୂଚନା ମୁତାବକ, ଯସବନ୍ତ ସକାଳୁ ଘରୁ ବାହାରି ବଜାର କୁ ଆସି ଦିନ ମଜୁରିଆ ଭାବେ କାମ କରୁଥିଲେ | କିନ୍ତୁ ସେ ଗତକାଲି ରାତିରେ ଘରକୁ ମଧ୍ୟ ଫେରିନଥିଲେ l ପରିବାର ଲୋକେ ବହୁ ଖୋଜାଖୋଜି ପରେ କୌଣସି ସନ୍ଧାନ ପାଇ ନଥିଲେ |

    ପରେ କିଛି ଲୋକ ଗାଁ ରେ ଥିବା ପୋଖରୀ ହୁଡ଼ାରେ ତାଙ୍କ ଚପଲ ପଡିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ | ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଏନେଇ ଖବର ଦେଇଥିଲେ | ବିଳମ୍ବିତ ରାତିରେ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ପୋଖରୀରେ ସନ୍ଧାନ କରିଥିଲେ ମଧ୍ୟ ପୋଖରୀରେ ୧୨ରୁ ୧୫ଫୁଟ ପାଣି ଥିବାରୁ ଓ ଅନ୍ଧାର ଯୋଗୁଁ କିଛି ଖୋଜ ଖବର ମିଳିନଥିଲା | ଆଜି ସକାଳୁ ପୋଖରୀ କୁଳରେ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖି ପୁଣି ଅଗ୍ନିଶମ ବିଭାଗ କୁ ଖବର ଦେବାରୁ ଦାରିଙ୍ଗବାଡ଼ି ଥାନା ପୋଲିସ ଙ୍କ ଉପସ୍ଥିତିରେ ମୃତଦେହକୁ ପୋଖରୀ ରୁ ଉଦ୍ଧାର କରାଯାଇଛି l

  • ସୂଚନା ତଡକା

    ସୂଚନା ତଡକା

    ବିଜେପିକୁ ଭରସା ହରି !

    ଭୁସୁଡି ଗଲାଣି ଆଇନ ବ୍ୟବସ୍ଥା …
    ନିଆଁରେ ଜଳୁଛି ନାରୀ …
    ଦଣ୍ତ ବିଧାନ ତ ଫୁ ହେଲାଣି ….
    ବିଜେପିକୁ ଭରସା ହରି …
    ଗୋଟେ ପଟେ ଏଠି ସୌମ୍ୟଶ୍ରୀ ସୌମ୍ୟଶ୍ରୀ ଚାଲି ଥିବା ବେଳେ ରଡି …

    ଆଉ ଗୋଟେ ପଟେ ନିମାପଡାକୁ ନେଇ ଖୋଲିଲାଣି ପ୍ରଭାତୀଙ୍କ ଗୁମର ପେଡି …
    ବିରୋଧୀ ଦଳର ଗର୍ଜନ ଶୁଭୁଛି ଲାଗିଛି ଲୋ…
    ଲମ୍ବାଧାଡି …
    କଂଗ୍ରେସ ବସିଛି ରାଜରାସ୍ତାରେ ବିଜେଡି ଖାଉଛି ରବର ଗୁଳି…

    ବାଲେଶ୍ବର ,ନିମାପଡା ସାହାରା ତ ମାତ୍ର …

    ଭିତରେ ଉଡୁଛି ରାଜନୀତି ଧୂଳି …
    ନାରୀ ନିର୍ଜାତନାକୁ ସାହାରା କରି…
    ବଜେଡି ହେଉଛି ନୌକା ପାରି ….

  • ହର ହର ମହାଦେବ …

    ହର ହର ମହାଦେବ …

    ଆଜି ଶ୍ରାବଣ ମାସର ଦ୍ଵିତୀୟ ସୋମବାର ଓ ଏକାଦଶୀ ତିଥିରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଚଣ୍ଡେଶ୍ଵର ସ୍ଥିତ କେଶରୀ କ୍ଷେତ୍ର ଭାବେ ପରିଚିତ ଶ୍ରୀ ଶ୍ରୀ ଚଣ୍ଡିହର ଦେବଙ୍କ ପୀଠରେ ହଜାର ହଜାର ବୋଲବମ୍ ଭକ୍ତଙ୍କ ଗହଳିରେ ଚଳଚଞ୍ଚଳ ହୋଇ ଉଠିଥିଲା। ରବିବାର ସନ୍ଧ୍ୟା ସୁଦ୍ଧା ଶହ ଶହ କାଉଡ଼ିଆ ଚଣ୍ଡିହର ଦେବଙ୍କ ପୀଠରେ ପହଞ୍ଚି ସାରିଥିଲେ।ରାତି ୨ ଟାରୁ ଠାକୁର ଙ୍କ ପହଡ ଖୋଲାଯାଇ ଅବକାଶ ଓ ମଙ୍ଗଳ ଆଳତି ନୀତିକାନ୍ତି ପରେ ରାତି ୩ ଟାରୁ ଜଳ ଲାଗି ଆରମ୍ଭ ହୋଇଥିଲା। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

  • କଡା ଜବାବ ରଖିଲା ବିଜେଡି

    କଡା ଜବାବ ରଖିଲା ବିଜେଡି

    ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଗତ ୧୮ତାରିଖରେ ହୋଇଥିବା ସାମ୍ବାଦିକ ସମିଳନୀକୁ କଡା ଜବାବ ଦେଲା ବିଜେଡି। ସୂଚନା ଅନୁଯାୟୀ, ସୁକିନ୍ଦାରେ ଜିଲ୍ଲା ଖଣିଜ ପାଣ୍ଠିରେ ହେଉଥିବା ବିଦ୍ୟାଳୟ ଗୃହ କାମ କୁ ଜଣେ ବ୍ୟକ୍ତି ଜଙ୍ଗଲ ଜମିରେ ବିନା ଅନୁମତିରେ  ନିର୍ମାଣ ହେଉଥିବା ବେଆଇନ ଦର୍ଶାଇ ଜାତୀୟ ସବୁଜ ପ୍ରାଧିକରଣ ରେ ଦ୍ୱାରାସ୍ଥ ହୋଇଥିଲେ, ଯାହା ଫଳରେ ମାନ୍ୟବର କୋର୍ଟ ଜଙ୍ଗଲ ଜମିରେ ଆଇନ ଗତ ଅନୁମତି ନ ନେଇ କିପରି ସମ୍ପୂର୍ଣ ବେଆଇନ ଭାବରେ କାମ ହେଉଛି ପ୍ରଶ୍ନ କରିବା ସହିତ କାମକୁ ସ୍ଥଗିତ ରଖିବା ପାଇଁ ଏନ. ଜି. ଟି. ନିର୍ଦ୍ଧେଶ ଦେଇଛନ୍ତି।

    ଏହାକୁ କେନ୍ଦ୍ର କରି ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି, ଏ ପ୍ରସଙ୍ଗକୁ ନେଇ ବିଜେପି ସୁକିନ୍ଦା ରେ ଏକ ସାମ୍ବାଦିକ ସମ୍ବିଳନୀ କରି ବିଜେଡି ଦଳର ପୂର୍ବତନ ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇ ବିକାଶ ବିରୋଧୀ, ତେଣୁ ସେ ତାଙ୍କ ଦଳର ଜଣେ ବ୍ୟକ୍ତିକୁ ଲଗାଇ ଏସବୁ କାମ ବନ୍ଦ କରିଛନ୍ତି ବୋଲି ଅଭିଯୋଗ କଲାପରେ ଆଜି ବିଜେଡି ପକ୍ଷରୁ ଦାନଗଦି ଅଫିସରେ ଏହାର ସ୍ପଷ୍ଟୀକରଣ ରଖାଯାଇଛି, ବିଜେଡି ତରଫରୁ ମୁଖପାତ୍ର ଦେବୀ ପ୍ରସାଦ ମହାନ୍ତି କହିଛନ୍ତି ବିଜେଡି ସରକାର ସମୟରେ ଏହି ବିଦ୍ୟାଳୟ ଗୃହ ଗୁଡିକନିର୍ମାଣ ପାଇଁ ମଞ୍ଜୁର ହୋଇଥିଲା, ପୂର୍ବତନ ମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଯାଜପୁର ଟ୍ରଷ୍ଟିଙ୍କ ପତ୍ର ସଂଖ୍ୟା ୪୯୪/୩୧ ରେ ଦାନଗଦୀ ବ୍ଲକରେ ୧୩୨ ଟି ବିଦ୍ୟାଳୟର ଗୃହ ପାଇଁ ତେର କୋଟି କୋଡିଏ ଲକ୍ଷ ଟଙ୍କା, ପତ୍ର ସଂଖ୍ୟା ୭୨୮/୨୩ ରେ ଦୁଇ ବ୍ଲକର ୯୯ଟି ବିଦ୍ୟାଳୟ ଲାଇବ୍ରେରୀ ଗୃହ ପାଇଁ  ନଅ କୋଟି ନବେ ଲକ୍ଷ ଟଙ୍କା, ପତ୍ର ସଂଖ୍ୟା ୧୦୨/୨୪ ରେ ଦୁଇ ବ୍ଲକର ୧୩୧ଟି ବିଦ୍ୟାଳୟର ପାଇଖାନା ପାଇଁ ନଅ କୋଟି ବୟାଅଶୀ ଲକ୍ଷ ପଚାଶ ହଜାର ଟଙ୍କା, ପତ୍ର ସଂଖ୍ୟା ୧୦୩/୨୫ ରେ ଦୁଇ ବ୍ଲକର ୧୩୧ଟି ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ତେର କୋଟି ଦଶ ଲକ୍ଷ ଟଙ୍କା, ମଞ୍ଜୁର ହୋଇଥିଲା,ନିର୍ବାଚନ ଆଚରଣ ଵିଧି ଲାଗୁ ହେବାରୁ ଏହି କାମ ହୋଇ ପାରିନଥିଲା। ବିଜୁ ଜନତା ଦଳ ସମୟରେ ଶତାଧିକ କାମ ଜଙ୍ଗଲ ଜମିକୁ ଆଇନ ଗତ ଭାବେ ପରିବର୍ତ୍ତନ କରି କାମ ହେଉଥିଲା, କିନ୍ତୁ ଦୁଃଖ ଦୁର୍ଭାଗ୍ୟର କଥା ନୂଆ ଡବଲ ଇଂଜିନ ବିଜେପି ସରକାର ଆସିବା ପରେ କେଉଁଠି ମୁଠାଏ ମାଟି ନ ପକାଇ ମଞ୍ଜୁର ହୋଇଥିବା ପୁରୁଣା ପ୍ରକଳ୍ପ ଗୁଡିକୁ ବେଆଇନ ଭାବେ ନିଜ ସରକାର ଅଛି ବୋଲି ଦାଦଗିରି କରି ସବୁଆଡେ ବିନା ଫଳକରେ ନିମ୍ନ ମାନର କାମ କରିଚାଲିଛନ୍ତି, ଯେ କୌଣସି ସାଧାରଣ ନାଗରିକ ବେଆଇନ କାମ ହେଲେ କୋର୍ଟରେ ଆଇନର ଆଶ୍ରୟ ନେଇ ପାରିବ ତେଣୁ ଜଣେ ବ୍ୟକ୍ତି ଏହାକୁ ନେଇ ଅଭିଯୋଗ କଲା, କିନ୍ତୁ ନିଜର ଅପାରଗତା ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଆଇନ ବାଟରେ ଯାଇ କାମ ନ କରି ସାମ୍ବାଦିକ ସମ୍ବିଳନୀ କରି ଯେଉଁ ମିଛ ବାର୍ତ୍ତା ଜନସାଧାରଣଙ୍କୁ ବିଜେପି ନେତା କରୁଛନ୍ତି ତାହା ସମ୍ପୂର୍ଣ ଭୂଲ, ବିଜୁ ଜନତା ଦଳ ଗୋଟେ ବିଶାଳ ଆଞ୍ଚଳିକ ଦଳ କିଏ ଦଳକୁ କେତେବେଳେ ଆସିଲା ଗଲା, ବର୍ତମାନ ଯେଉଁ ବ୍ୟକ୍ତି ଜଣଙ୍କ ଏ ନ.ଜି.ଟି ର ଦ୍ୱାରସ୍ତ ହୋଇଛନ୍ତି ସେ ବିଜେପିର କର୍ମୀ, ବିଜେପି ମନ୍ତ୍ରୀଙ୍କ ସହ ତାଙ୍କ ତାଙ୍କର ଫଟୋ ଘୁରିବୁଲୁଛି, ତେଣୁ ବର୍ତମାନର ବିଧାୟକ ଓ ତାଙ୍କ ପରିବାର ଖାଲି କାରଖାନା ଓ ଖଣିରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରୁଛନ୍ତି। ସୁକିନ୍ଦା ଟ୍ରକ ମାଲିକ ମାନଙ୍କ ପେଟରେ ଫାଷ୍ଟ କମ ଫାଷ୍ଟ ଲୋଡି କରାଇ ନାତ ମାରିଛନ୍ତି, ସୁକିନ୍ଦା ରେ ଗୁଣ୍ଡା ଗର୍ଦୀ, ନାରୀଙ୍କୁ ନିର୍ଯାତନା ବଢିଛି, ବିଜେଡି ସମୟରେ ଯେତେ ସବୁ ପାର୍କ, ଖେଳ ପଡିଆ ହୋଇଥିଲା ସବୁ ରକ୍ଷଣ ବେକ୍ଷଣା ଅଭାବରୁ ଭାଙ୍ଗି ରୁଜି ଜଙ୍ଗଲରେ ପରିଣତ ହେଲାଣି, ତେଣୁ  ଏନ. ଜି. ଟି ଛାଟ ରେ ସତ ଭୂଲ କରି ସତ ନ ମାନି ପରକୁ ଦୋଷ ଦେବା ମୂର୍ଖାମୀ ର ପରିଚୟ ବୋଲି ବିଜେଡି ଜବାବ ରଖିଛି। ଆଜିର ସାମ୍ବାଦିକ ସମ୍ବିଳନୀରେ ଦାନଗଦି ବ୍ଲକ ଅଧକ୍ଷ୍ୟା ଅର୍ଚ୍ଚନା ଦାସ, ସୁକିନ୍ଦା ବ୍ଲକ ଅଧକ୍ଷ ଦିବ୍ୟ ରଞ୍ଜନ ବରାଳ, ସୁରେଶ ଚନ୍ଦ୍ର ଦାସ, ଲୋକନାଥ ଧୀର, ପ୍ରଦୀପ କୁମାର ମହାନ୍ତି, ସିପକ ସାହୁ,ଜୟନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

  • ଅଲିମ୍ପିକ୍ସ ୨୦୨୮ରେ କେଉଁ ପ୍ରକାର ହେବ ୬ଟି ଦଳର ଚୟନ, ସାମ୍ନାକୁ ଆସିଥିବା ନିୟମ ରେ ବୋବାଲ ହେବା ସୁନିଶ୍ଚିତ

    ଅଲିମ୍ପିକ୍ସ ୨୦୨୮ରେ କେଉଁ ପ୍ରକାର ହେବ ୬ଟି ଦଳର ଚୟନ, ସାମ୍ନାକୁ ଆସିଥିବା ନିୟମ ରେ ବୋବାଲ ହେବା ସୁନିଶ୍ଚିତ

    ଆମେରିକାର ଲସ୍ ଆଞ୍ଜେଲସ୍ ୨୦୨୮ ମସିହାରେ ହେବାକୁ ଥିବା ସବୁଠାରୁ ବଡ଼ କ୍ରୀଡା ପ୍ରତିଯୋଗିତା ଅଲିମ୍ପିକ୍ସ ଆୟୋଜନ କରିବାର ଅଧିକାର ପାଇଛି, ଯାହା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ କରାଯାଇଛି। ୧୨୮ ବର୍ଷ ପରେ ଏହି ଅଲିମ୍ପିକ୍ସ ଗେମ୍ସରେ କ୍ରିକେଟକୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି, ଯାହା ପାଇଁ ସମସ୍ତ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ୨୦୨୮ ଅଲିମ୍ପିକ୍ସରେ ପୁରୁଷ ଏବଂ ମହିଳା ପ୍ରତ୍ୟେକ ୬ଟି ଦଳ ଅଂଶଗ୍ରହଣ କରିବେ, କିନ୍ତୁ କେଉଁ ୬ଟି ଦଳ ଖେଳିବାର ସୁଯୋଗ ପାଇବେ ସେ ବିଷୟରେ ସିଙ୍ଗାପୁରରେ ଚାଲିଥିବା ICCର ବାର୍ଷିକ ବୈଠକରେ ଆଲୋଚନା ହୋଇଥିଲା, ଯାହା ପରେ ଏକ ବଡ଼ ଖବର ସାମ୍ନାକୁ ଆସିଛି।

    ଦଳ ଚୟନ ପାଇଁ ବହୁତ କଠୋର ନିୟମ କରାଯାଉଛି। ଫୋବର୍ସର ରିପୋର୍ଟ ଅନୁଯାୟୀ, ଲସ୍ ଆଞ୍ଜେଲସ୍‌ରେ ହେବାକୁ ଥିବା ଅଲିମ୍ପିକ୍ ୨୦୨୮ ଗେମ୍ସରେ ୬ ପୁରୁଷ ଦଳ ପାଇଁ ଯେଉଁ ନିୟମ ତିଆରି ହେଉଛି ତାହା ଆଞ୍ଚଳିକ ରାଙ୍କିଂ ଆଧାରରେ ନିଷ୍ପତ୍ତି ନିଆଯିବ। ଏଥିରୁ ସ୍ପଷ୍ଟ ହେଉଛି ଯେ ଏସିଆ, ଓସେନିଆ, ୟୁରୋପ ଏବଂ ଆଫ୍ରିକା କ୍ଷେତ୍ରର ଶ୍ରେଷ୍ଠ ଦଳକୁ ଅଲିମ୍ପିକ୍ସରେ ଖେଳିବା ପାଇଁ ସିଧାସଳଖ ଟିକେଟ୍ ମିଳିବ। ଆୟୋଜକ ଦେଶ ହେବା ହେତୁ, ଆମେରିକାକୁ ସିଧାସଳଖ ଖେଳିବାର ସୁଯୋଗ ମିଳିବ, ଯେତେବେଳେ ବାକି ଚାରୋଟି ଦଳ ଆଞ୍ଚଳିକ ରାଙ୍କିଂ ଅନୁଯାୟୀ ଯୋଗ୍ୟତା ଅର୍ଜନ କରିବେ, ଯେତେବେଳେ ଷଷ୍ଠ ଦଳ ନିର୍ଣ୍ଣୟ କରିବା ପାଇଁ ଏକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ଏବଂ ଏଥିରେ ଜିତିଥିବା ଦଳକୁ ଅଲିମ୍ପିକ୍ସରେ ଖେଳିବା ପାଇଁ ଟିକେଟ୍ ମିଳିବ।

    ଯଦି ICC ଆଞ୍ଚଳିକ ରାଙ୍କିଂ ଆଧାରରେ ଅଲିମ୍ପିକ୍ସ ପାଇଁ ଦଳଗୁଡ଼ିକର ଯୋଗ୍ୟତା ନିଷ୍ପତ୍ତି ନିଏ, ତେବେ ଏହି ପରିସ୍ଥିତିରେ, ଭାରତୀୟ ଦଳକୁ ଏସିଆ କ୍ଷେତ୍ରରୁ ସିଧାସଳଖ ସ୍ଥାନ ପାଇବା ପାଇଁ ବିଚାର କରାଯାଇପାରିବ। ବର୍ତ୍ତମାନ, ଟିମ୍ ଇଣ୍ଡିଆ ରାଙ୍କିଂ ପ୍ରଥମ ସ୍ଥାନରେ ଅଛି, ଯେତେବେଳେ ଶ୍ରୀଲଙ୍କା ଏବଂ ପାକିସ୍ତାନ ଦଳ ୭ ଏବଂ ୮ ନମ୍ବରରେ ଅଛନ୍ତି, ତେଣୁ ସେମାନଙ୍କୁ ଯୋଗ୍ୟତା ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ପଡିବ, ଯାହା ଜିତିବା ଦ୍ୱାରା ଅଲିମ୍ପିକ୍ସରେ ସେମାନଙ୍କର ସ୍ଥାନ ସୁନିଶ୍ଚିତ ହେବ। ଆପଣଙ୍କୁ କହି ରଖୁଛୁ ଯେ ଅଲିମ୍ପିକ୍ସ ୨୦୨୮ ରେ କ୍ରିକେଟ ମ୍ୟାଚ୍ ୧୨ ରୁ ୨୯ ଜୁଲାଇ ପର୍ଯ୍ୟନ୍ତ ପୋମୋନାରେ ଖେଳାଯିବ।

  • ଦେଢ଼ଶୁର ସାଜିଲା ଅସୁର

    ଦେଢ଼ଶୁର ସାଜିଲା ଅସୁର

    ଦେଢ଼ଶୁରଙ୍କ କୋଦାଳ ଚୋଟରେ ANM ଥିବା ଭାଇବୋହୂଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲା କଲ୍ୟାଣିସଂପୁର ଥାନା ଅନ୍ତର୍ଗତ ଡେପାଗୁଡ଼ା ଗାଁରେ ଘଟିଛି ଏହି ଘଟଣା । ତେବେ ମୃତ ଭାଇବୋହୂ ହେଉଛନ୍ତି ସୁରେନ୍ଦ୍ରୀ ସାରକା ବୋଲି ଜଣା ପଡିଛି ।

    ସୂଚନାନୁସାରେ, ପୂର୍ବ ଜମିଜମାକୁ ନେଇ ଉଭୟ ପରିବାର ମଧ୍ୟରେ କଳହ ଲାଗି ରହିଥିଲା । କଳହକୁ ନେଇ ଶୁକ୍ରବାର ସକାଳେ ସୁରେନ୍ଦ୍ରୀ ସାରକା ରୋଷେଇ କରୁଥିବା ସମୟରେ ତାଙ୍କୁ ଏକ କୋଦାଳ ସାହାଯ୍ୟରେ ମୁଣ୍ଡକୁ ଆକ୍ରମଣ କରିଥିଲେ ଦେଢ଼ଶୁର ପ୍ରେପାକା ଲତରା । ଏନେଇ ଖବର ପାଇ ସୁରେନ୍ଦ୍ରୀଙ୍କ ସ୍ବାମୀ ପ୍ରେପାକା ବୋଇ ମାଝୀ ତାଙ୍କୁ କଲ୍ୟାଣସିଂପୁର ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ସେଠାରୁ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପହଂଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

    ସେ କଲ୍ୟାଣସିଂପୁର ଚିକିତ୍ସାଳୟରେ ଦୀର୍ଘ ୮ବର୍ଷ ହେବ ଏଏନ୍‌ଏମ୍‌ ଭାବେ କାର୍ଯ୍ୟ କରୁଥିଲେ । ଅନ୍ୟପଟେ ଅଭିଯୁକ୍ତ ପ୍ରେପାକା ଲତରା କଲ୍ୟାଣସିଂପୁର ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଗାଁରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।

  • କେସିଙ୍ଗାର ମାର୍କେଟ ପିଣ୍ଡି ଉଦଘାଟନ, କଲେ ପଞ୍ଚାୟତରାଜ ମନ୍ତ୍ରୀ

    କେସିଙ୍ଗାର ମାର୍କେଟ ପିଣ୍ଡି ଉଦଘାଟନ, କଲେ ପଞ୍ଚାୟତରାଜ ମନ୍ତ୍ରୀ

    କଳାହାଣ୍ଡି ଗସ୍ତରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ। ସେହି ଅବସରରେ କେସିଙ୍ଗା ଗସ୍ତରେ ଆସି କିକିଆ ପଞ୍ଚାୟତ ଭେଜି ପଦର ଗାଁ ର ବସୁଧା ପାଣିଟାଙ୍କି ଏବଂ ଗାଈଗାଁ ପଞ୍ଚାୟତ କେରୋକୁଡା ଗାଁ ର ମାର୍କେଟ ପିଣ୍ଡି ଉଦଘାଟନ କରିଥିଲେ। ସେହିପରି ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କୁ ଉପସ୍ଥିତ ଥିବା ଜନସାଧାରଣ ଙ୍କୁ ଅବଗତ କରାଇଥିଲେ।

  • ବଳଙ୍ଗା ପୀଡ଼ିତାଙ୍କୁ ନିଆଗଲା ଦିଲ୍ଲୀ ଏମ୍ସ ହସ୍ପିଟାଲ

    ବଳଙ୍ଗା ପୀଡ଼ିତାଙ୍କୁ ନିଆଗଲା ଦିଲ୍ଲୀ ଏମ୍ସ ହସ୍ପିଟାଲ

    ପୁଣି ବୀଭତ୍ସ… ଭୟଙ୍କର… ଚାଞ୍ଚଲ୍ୟ। ସେଦିନ ବାଲେଶ୍ୱରରେ ଜଳିଥିଲେ କଲେଜ୍ ଛାତ୍ରୀ.. ବଳଙ୍ଗାରେ ଜଳିଛି ନାବାଳିକା । ଯାହାର ଦୃଶ୍ୟ ଦେଖାଇବା ସମ୍ଭବ ନୁହେଁ। FM କଲେଜ୍ ଭଳି ଅଧ୍ୟାପକଙ୍କ ଫେଭର୍ ନିର୍ଯାତନାର ନିଆଁ ନୁହେଁ, ବରଂ ଏଠି ନିଆଁ ଲଗାଇଛନ୍ତି ତିନି ଜଣ ଅଜଣା ଦୁର୍ବୃତ୍ତ। ଏଠି ଯୁବତୀ ନୁହେଁ, ଜଳିଛି ଜଣେ ୧୫ ବର୍ଷର ନାବାଳିକା। କିଏ କହୁଛନ୍ତି ହତ୍ୟା ଉଦ୍ଦେଶ୍ୟରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦିଆଯାଇଛି ତ ଆଉ କେହି କହୁଛନ୍ତି କିରୋସିନି ପକାଇ ଜାଳି ଦିଆଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ସକାଳ ପ୍ରାୟ ସାଢ଼େ ୮ଟା ବେଳେ ସଂପୃକ୍ତ ନାବାଳିକା, ଜଣଙ୍କ ଘରକୁ ଯାଇ ଫେରୁଥିବାବେଳେ ଘଟିଛି ଏହି ଅଘଟଣ। ନାବାଳିକାଟିକୁ ତିନି ଜଣ ଯୁବକ ଗାଁ ପାଖ ନଦୀବନ୍ଧକୁ ପ୍ରଥମେ ଟେକିନେଇଥିଲେ। ସେଠାରେ ହଠାତ୍ କ’ଣ ଘଟିଲା କେଜାଣି, ପୀଡ଼ିତା ଜଣକ ସେମାନଙ୍କ କବଳରୁ ଖସି ପଳାଇ ଆସୁଥିବାବେଳେ ତାଙ୍କ ଦେହରେ ନିଆଁ ଲଗାଇଥିଲେ। ଦରପୋଡ଼ା ଅବସ୍ଥାରେ ପୀଡ଼ିତା ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରି ଗାଁ ଭିତରକୁ ଦୌଡ଼ି ଆସିଥିଲେ। ଏତିକି ବେଳେ ଦୁଃଖୀଶ୍ୟାମ ନାମକ ଜଣେ ବ୍ୟକ୍ତି ପୀଡ଼ିତା ଦେହରେ ପାଣି ଢାଳିବା ସହ ବଡ଼ କଷ୍ଟରେ ଉଦ୍ଧାର କରିଥିଲେ ବୋଲି କହିଛନ୍ତି।

    ଗୁରୁତର ଥିବା ନାବାଳିକାଙ୍କ ଶରୀର ପ୍ରାୟ ୭୦ରୁ ୭୫ ଭାଗ ପୋଡ଼ିଯାଇଛି। ତାଙ୍କୁ ଭୁବନେଶ୍ବର ଏମ୍ସ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଚାଲିଛି। ତା’ସହ ଚିକିତ୍ସା ପାଇଁ ଗଠନ କରାଯାଇଛି ଏକ ୧୪ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ୍। ଏମ୍ସ ନିର୍ଦ୍ଦେଶକ କହିଛନ୍ତି, ଆସନ୍ତା ୭୨ ଘଣ୍ଟା ଗୁରୁତ୍ବପୂର୍ଣ୍ଣ, ୪୮ ଘଣ୍ଟା ଅବଜରଭେସନରେ ରହିବେ। ତାଙ୍କୁ ଭେଣ୍ଟିଲେଟରରେ ନୁହେଁ, ICUରେ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି। ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। AIIMSକୁ ଯାଇ ଗୁରୁତର ଥିବା ଝିଅକୁ ଭେଟିଛନ୍ତି ପରିବାର ଲୋକେ।

    ଏପଟେ ଏମ୍ସରୁ ଆସିଛି ଏକ ବଡ ଖବର …ଏୟାରଲିପ୍ଟ ହୋଇ ପାରନ୍ତି ପୀଡିତା .. ତାଙ୍କୁ ଦିଲ୍ଲୀ AIIMSକୁ ନେବା ପାଇଁ ସୂଚନା ମିଳିଥିବା ବେଳେ .. ଭେଣ୍ଟିଲେଟରରେ ନୁହଁ .. icuରେ ଅକ୍ସିଜେନ ସପୋର୍ଟରେ ଅଛନ୍ତି ମହିଳା … ଚିକିସ୍ରା କରୁଛନ୍ତି ଡାକ୍ତରଙ୍କ ୧୪ ଜଣିଆ ଟିମ ….

    ସେପଟେ ଘଟଣାସ୍ଥଳରୁ ଜବତ ହୋଇଛି କିରୋସିନି ଥିବା ପ୍ଲାଷ୍ଟିକ ବୋତଲ୍। ଏପରିକି ଚପଲ ଏବଂ ଚୁଡ଼ି ବି ମିଳିଛି। ବଡ଼ ପ୍ରଶ୍ନ, କିଏ ସେହି ଦୁର୍ବୃତ୍ତମାନେ? କାହିଁକି ସଂଘବଦ୍ଧ ହୋଇ ଝିଅଟିକୁ ଜାଳିଦେବାକୁ ଯୋଜନା କରିଥିଲେ? ଘଟଣା ପୂର୍ବରୁ ଯାହାଙ୍କ ଘରକୁ ଯାଇଥିଲେ ପୀଡ଼ିତା, ତା’ ପଛର ଅସଲ କାରଣ କ’ଣ? ଘଟଣାକ୍ରମ ଓ ଦୃଶ୍ୟପଟ୍ଟକୁ ଦେଖିଲେ ଲାଗୁଛି ସଂପୃକ୍ତ ନାବାଳିକାକୁ ହତ୍ୟା ପାଇଁ ପ୍ରି-ପ୍ଲାନ୍ କରାଯାଇଥିଲା। ଦୁର୍ବୃତ୍ତମାନଙ୍କୁ ପୂର୍ବରୁ ଚିହ୍ନିଥିଲେ କି ପୀଡ଼ିତା? ଏଭଳି ନାନା ପ୍ରଶ୍ନ ଭିତରେ ଘଟଣାସ୍ଥଳରେ ନମୁନା ସଂଗ୍ରହ କରି ସାଇଣ୍ଟିଫିକ୍ ଟିମ୍ ଏବଂ ୨ଟି ସ୍ପେଶାଲ ସ୍କ୍ବାଡ୍ ତଦନ୍ତ କରୁଛନ୍ତି। ସେହିପରି ସିସିଟିଭି ଫୁଟେଜକୁ ନେଇ ବି ତଦନ୍ତ କରାଯାଉଥିବା କହିଛି ପୋଲିସ। କେବଳ ଏତିକି ନୁହେଁ, ଏହି ସମ୍ବେଦନଶୀଳ ମାମଲାର ଅନୁଧ୍ୟାନ ପାଇଁ ବଳଙ୍ଗାରେ ପହଞ୍ଚିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର। ସେପଟେ ଡିଜିପି କହିଛନ୍ତି, ଯିଏ ବି ଅଭିଯୁକ୍ତ ଥାଆନ୍ତୁ, ଯଥାଶୀଘ୍ର ଧରାଯିବା ସହିତ ଦୃଢ଼ ଆକ୍ସନ ନିଆଯିବ।