Tag: suchanatv24x7

  • ଗୋରୁ ବୋଝେଇ ବୋଲେରୋ ଜବତ

    ଗୋରୁ ବୋଝେଇ ବୋଲେରୋ ଜବତ

    ବଲାଣି ଥାନା ମାତିଛନ୍ତି ଗୋରୁ ମାଫିଆ । ରାତି ଅଧରେ ଅବାଧରେ ପ୍ରବେଶ କରି ବୋଲେରୋ ଭଳି ଯାତ୍ରୀ ବାହୀ ହାଲୁକା ଯାନରେ ରାସ୍ତା କିମ୍ବା ରାସ୍ତା କଡରେ ରାତ୍ରିଯାପନ କରୁଥିବା ଗାଈ ଗୋରୁଙ୍କୁ ଟାର୍ଗେଟ କରୁଛନ୍ତି ଗୋରୁ ମାଫିଆ । ସେହି ପରି ବିଳମ୍ବିତ ରାତିରେ ଏକ ବୋଲେରୋ ରେ ଗୋରୁ ଚାଲାଣ କରୁଥିବା ବେଳେ ଘଟଣାସ୍ଥଳରୁ ଗୋରୁ ମାଫିଆ ଫେରାର ହେବାରେ ସକ୍ଷମ ହୋଇଥିବା ପୁଲିସ କହିଛି । ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ। । ପଛରେ ପୁଲିସ ରହିଥିବା ଜାଣି ଗୋରୁ ମାଫିଆ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ପୁଲିସ ଉକ୍ତ ଗାଡି ଯାଞ୍ଚ କରିବା ପରେ ବୋଲେରୋ ଗାଡ଼ିରେ ୨ଟି ଗୋରୁ ବୋଝେଇ ହୋଇଥିବା ଜାଣି ଉକ୍ତ ଗାଡିକୁ ଜବତ କରିଥିଲେ ହେଁ ଘଟଣାସ୍ଥଳରୁ ଗୋରୁ ମାଫିଆ ଫେରାର ହେବାକୁ ସକ୍ଷମ ହୋଇଥିଲେ । ପୁଲିସ ଗାଡ଼ିକୁ ଜବତ କରି ବା ପରେ ଉକ୍ତ ବୋଲେରୋରୁ ଗୋଟିଏ ମୃତ ବଳଦ ଜବତ କରିବା ସହିତ ଗୋଟିଏ ଗାଈକୁ ଜୀବିତ ଅବସ୍ଥାରେ ଜବତ କରିଛି । ଏ ନେଇ ପୁଲିସ ପକ୍ଷରୁ ପ୍ରାଣୀ ଚିକତ୍ସାଧିକାରୀଙ୍କୁ ସୂଚନା ଦିଆଯାଇଥିବା ବେଳେ ମୃତ ବଳଦର ବ୍ୟବଚ୍ଛେଦ ହେବା ସହିତ ଜୀବିତ ଗାଈର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ବଲାଣି ପୁଲିସ ପକ୍ଷରୁ ସୂଚନା ମିଳିଛି ।

  • ସ୍କୁଲରେ ଲାଗିଥିବା ସାମଗ୍ରୀ ଖୋଲିନେବେ ଠିକାଦାର

    ସ୍କୁଲରେ ଲାଗିଥିବା ସାମଗ୍ରୀ ଖୋଲିନେବେ ଠିକାଦାର

    କଳାହାଣ୍ଡି (ସତ୍ୟ ନାରାୟଣ ମହାନନ୍ଦ ) : ସରକାର ଗଲା ନୂତନ ସରକାର ଆସିଲା ହେଲେ ୫ଟି କାମରେ ସ୍କୁଲ ମାନଙ୍କରେ ରୂପାନ୍ତ୍ରରଣ ରେ ଟଙ୍କା ଲଗାଇ କଲବଲ ହୋଉଛନ୍ତି ଠିକା ସଂସ୍ଥା ମାନେ | ବିଗତ ସରକାର ସମୟରେ କେସିଙ୍ଗା ବ୍ଲକ ରେ ସ୍କୁଲ ମାନଙ୍କରେ ରୂପାନ୍ତରଣ କାମ ହୋଇଥିଲା | ହେଲେ ଆଜି ପର୍ଯ୍ୟନ୍ତ ମିଳିନାହିଁ ବକେୟା ପ୍ରାପ୍ୟ ସ୍କୁଲ ରେ ଲାଗିଥିବା ସାମଗ୍ରୀ ଖୋଲିନେବାକୁ ଦେଇଛନ୍ତି ଧମକ ଠିକା ସଂସ୍ଥା ମାନେ | ବାରମ୍ବାର ଜିଲ୍ଲା ପ୍ରସାଶନ ଙ୍କୁ ଅବଗତ କଲା ପରେ ମଧ୍ୟ ବକେୟା ପ୍ରାପ୍ୟ ମିଳିନାହିଁ ଅସନ୍ତୋଷ ରେ ଠିକାସଂସ୍ଥା | ପ୍ରକାଶ ଥାଉକି କେସିଙ୍ଗା ବ୍ଲକ ରେ ୧୪ ଟି ସ୍କୁଲ ରେ ୫ଟି କାମରେ ରୂପାନ୍ତରଣ ହୋଇ ପାଖାପାଖି ୧ କୋଟି ବକେୟା ପ୍ରାପ୍ୟ ୨ ବର୍ଷ ହେଲା ମିଳିନାହିଁ | ତେଣୁ ସ୍କୁଲ ସାମଗ୍ରୀ ଖୋଲିନେବାକୁ ଜିଲ୍ଲାପାଳ ଙ୍କୁ ଚିଠି ଲେଖି ଜଣାଇଛନ୍ତି ଠିକା ସଂସ୍ଥାମାନେ |ତେବେ କେସିଙ୍ଗା ବ୍ଲକ ର ୧୪ ଟି ସ୍କୁଲ ମଧ୍ୟରେ କେସିଙ୍ଗା ସରକାରୀ ହାଇସ୍କୁଲ ରେ ୧୩ ଲକ୍ଷ ୮୯ ହଜାର ଟଙ୍କା,ତୁଣ୍ଡଲା ହାଇସ୍କୁଲ ରେ ୩ ଲକ୍ଷ ୪୦ ହଜାର ଟଙ୍କା,କଶ୍ରୁପଡା ହାଇସ୍କୁଲ ରେ ୭ ଲକ୍ଷ ୧୧ ହଜାର,କେସିଙ୍ଗା ସରକାରୀ ବାଳିକା ହାଇସ୍କୁଲ ରେ ୮ ଲକ୍ଷ ୧୦ ହଜାର, କେସିଙ୍ଗା ଓଏଭିର ରେ ୧୧ ଲକ୍ଷ ୧୦ ହଜାର ଟଙ୍କା,ଦେଓଗାଁ ହାଇସ୍କୁଲ ରେ ୬ ଲକ୍ଷ ୧ ହଜାର ଟଙ୍କା,କାଣ୍ଡେଲ ହାଇସ୍କୁଲ ରେ ୧୩ ଲକ୍ଷ ୯୪ ହଜାର ଟଙ୍କା,ସୂରିଙ୍ଗପଦର ହାଇସ୍କୁଲ ରେ ୧୪ ଲକ୍ଷ ୭୬ ହଜାର ଟଙ୍କା, ନୁନମାଠ ହାଇସ୍କୁଲ ରେ ୪ ଲକ୍ଷ ଟଙ୍କା,ଉତ୍କେଲା ସରକାରୀ ବାଳିକା ସ୍କୁଲ ରେ ୨ ଲକ୍ଷ ଟଙ୍କା, ବେଲଖଣ୍ଡି ଘାସିରାମ ଦୋରା ହାଇସ୍କୁଲ ରେ ୨ ଲକ୍ଷ, କୁଣ୍ଡାବନ୍ଧ ହାଇସ୍କୁଲ ରେ ତିନିଲକ୍ଷ,ଚାଞ୍ଚେର ହାଇସ୍କୁଲ ରେ ୪ ଲକ୍ଷ ୫୦ ହଜାର ଟଙ୍କା,ଓ ଉତ୍କେଲା ଚାଚା ନେହେରୁ ବିଦ୍ୟାମନ୍ଦିର ରେ ୮ ଲକ୍ଷ ୫୦ ହଜାର ଟଙ୍କା ବକେୟା ଟଙ୍କା ବାକି ଥିବା ଠିକା ସଂସ୍ଥାମାନେ ଅଭିଯୋଗ କରିଛନ୍ତି |

    ତେବେ ସେହିପରି କେସିଙ୍ଗା ବ୍ଲକ ର ୫ଟି କାମ ହୋଇଥିବା ୧୪ ଟି ସ୍କୁଲ ରୁ ପାଖାପାଖି ୧ କୋଟି ଟଙ୍କା ବେକେୟା ଅଛି | ତେଣୁ ଅତିଶୀଘ୍ର ୫ଟି କାମରେ ସ୍କୁଲ ମାନଙ୍କରେ ଖର୍ଚ୍ଚ କରିଥିବା ବକେୟା ପ୍ରାପ୍ୟ ନ ମିଳେ ତେବେ ସ୍କୁଲ ସାମଗ୍ରୀ ଖୋଲି ନେବାକୁ ଠିକା ସଂସ୍ଥାମାନେ କହୁଛନ୍ତି |

  • ଘରେ କଳାକନା ବୁଲାଇଲେ ସ୍ତ୍ରୀ

    ଘରେ କଳାକନା ବୁଲାଇଲେ ସ୍ତ୍ରୀ

    ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ କୁଦାଳିଧୁଆ ଗ୍ରାମରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ପରିବାରକୁ ଚକମା ଦେଇ ଘରେ କଳା କନା ବୁଲାଇ ଦେଲା ସ୍ତ୍ରୀ ।

    ସୂଚନାଅନୁସାରେ, କୁଦାଳିଧୁଆ ଗ୍ରାମର ମୁନା ମହାନ୍ତ ନାମକ ଜଣେ ଯୁବକ ଦାଦନ ଖଟି ନିଜ ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ କିଛିଦିନ ପୂର୍ବରୁ ତାଙ୍କ ସ୍ତ୍ରୀ ସହ କୌଣସି କାରଣରୁ ଝଗଡା ହେବା ପରେ ସେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ହେଲେ ହଠାତ ଘରେ କେହି ନଥିବା ସମୟରେ ଫାଇଦା ଉଠାଇ ଦିନ ଦ୍ୱିପ୍ରହରରେ ଘର ତାଲା ଭାଙ୍ଗି ଘରର ଆସବାବ ପତ୍ର ଓ ଅନେକ ଜିନିଷ ଏକ ପିକଅପ ଯୋଗେ ନେଇ ଘରେ ତାଲା ପକାଇ ଛୁ ମାରିଛନ୍ତି ସ୍ତ୍ରୀ କମଳିନୀ । ତେବେ ଖବର ପାଇ ସ୍ୱାମୀ ମୁନା କର୍ଣ୍ଣାଟକରୁ ନିଜ ଘର କୁ ଆସି ଏ ନେଇ ଯଶିପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

  • ପାରାଦ୍ୱୀପ ଗସ୍ତରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ

    ପାରାଦ୍ୱୀପ ଗସ୍ତରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ

    ଦିନିକିଆ ପାରାଦୀପ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ଫେରିଯାଇଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ। ପ୍ରଥମେ ସେ ପାରାଦୀପ ସମୁଦ୍ର ବେଳାଭୂମିରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଉପରେ ପଚାରି ବୁଝିବା ପରେ ପରିଷ୍କାର ପରିଚ୍ଛନ୍ନତା ନେଇ ସ୍ବଚ୍ଛତା ସାଥିଙ୍କୁ ପଚାରି ବୁଝିଥିଲେ।

    ପରେ ପାରାଦୀପ ଗଡ ପଞ୍ଚାୟତରେ ପହଞ୍ଚି ସ୍ଵୟଂ ସହାୟକ ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଆସିଥିବା ଟଙ୍କା ସେମାନେ ପାଇଛନ୍ତି କି ନାହିଁ ପଚାରି ବୁଝିବା ସହିତ ସେ ଟଙ୍କାକୁ ନେଇ କୋଉ କୋଉ କାମରେ ବିନିଯୋଗ କରିଛନ୍ତି ସେ କଥା ମଧ୍ୟ ପଚାରି ବୁଝିଥିଲେ । ସେହିପରି ସାଧାରଣ ଲୋକଙ୍କ ରହିଯାଇଥିବା ମୌଳିକ ସମସ୍ୟା ଉପରେ ଆଲୋଚନା କରିଥିଲେ।

  • ୟୁଏଏସ ପୋର୍ଟାଲକୁ ଭବାନୀପାଟଣା ଶିକ୍ଷକ ସଂଘର ବିରୋଧ

    ୟୁଏଏସ ପୋର୍ଟାଲକୁ ଭବାନୀପାଟଣା ଶିକ୍ଷକ ସଂଘର ବିରୋଧ

    କଳାହାଣ୍ଡି (ସତ୍ୟ ନାରାୟଣ ମହାନନ୍ଦ ) : କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସରକାରଙ୍କ ୟୁନିଫାଏଡ ଅଟୋମେସନ ସିଷ୍ଟମ (ୟୁଏଏସ୍) ବିରୋଧ କରି ବୁଧବାର ଶିକ୍ଷକ ସଙ୍ଘ ସଭାପତି ମଧୁସୂଦନ ପ୍ରଧାନ ଏବଂ ସମ୍ପାଦକ ପ୍ରଦ୍ୟୁମ୍ନ ହୋତା ଙ୍କ ନେତୃତ୍ୱ ରେ ସଦର ବ୍ଲକ ର ତିନିଶହ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଭବାନୀପାଟଣା ସଦର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଅଚାରୀ ଶବର ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ |ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ କରୁଛନ୍ତି ସ୍ୱାଗତ ଯୋଗ୍ୟ | ହେଲେ ବିଦ୍ୟାଳୟ ଗୁଡିକ ଭିତ୍ତିଭୂମି ସୁଦୃଢ ନକରି ନୂତନ ଶିକ୍ଷକ ନିଯୁକ୍ତି ନ କରି ସରକାର ଅଣଶୈଖିକ କାର୍ଯ୍ୟ କୁ ଶିକ୍ଷକ ମାନଙ୍କ ଉପରେ ଲଦି ଦେଉଛନ୍ତି | ତେଣୁ ପ୍ରାଥମିକ ଶିକ୍ଷକ ମହଳ ରେ ଅସନ୍ତୋଷ ଦେଖା ଦେଇଛି | ତେବେ ଜାତୀୟ ଶିକ୍ଷା ନୀତି 2020 ଅନୁସାରେ ବିଦ୍ୟାଳୟ ମାନଙ୍କ ରେ ଚଳିତ ବର୍ଷ ଶିଶୁ ବାଟିକା ସ୍କୁଲ ରେ ମିଶ୍ରଣ କରିଛନ୍ତି ହେଲେ ଶିକ୍ଷାଦାନ ପାଇଁ ଶିକ୍ଷକ ନାହିଁ |ସେହିପରି ଅନେକ ସ୍କୁଲ ରେ ଛାତ୍ରଛାତ୍ରୀ ଅନୁପାତରେ ଶିକ୍ଷକ ନାହାନ୍ତି | ଏତିକି ବେଳେ ବିଦ୍ୟାଳୟ ରେ ୟୁ ଏ ଏ ଏସ ଲାଗୁ ହେଲେ ଶିକ୍ଷକ ମାନେ ଅଧିକାଂଶ ବ୍ୟସ୍ତ ରହିବେ ଫଳରେ ଶିକ୍ଷାଦାନ ବ୍ୟାଘ୍ରାତ ହେବ ବୋଲି ଶିକ୍ଷକ ମାନେ ଅଶାନ୍ତି ପ୍ରକାଶ କରିଛନ୍ତି | ତେବେ ସରକାର ଙ୍କ ପକ୍ଷରୁ ଯେଉଁ ଟାବଲେଟ ଦିଆଯାଇଛି ତାହା ଠିକ ସେ କାମ କରୁନଥିବା ବେଳେ ନିଜସ୍ୱ ମୋବାଇଲ କାମ କରିବା ଶିକ୍ଷକ ମାନେ ଅନିଚ୍ଛା ପ୍ରକାଶ କରିଛନ୍ତି |ତେବେ ଭାରତ ବର୍ଷ ର ସର୍ବନିମ୍ନ ଗ୍ରେଡ଼ ପେ ହାରରେ ଦରମା ପାଉଥିବା ଶିକ୍ଷକ ଙ୍କୁ ମାନସିକ ଓ ଆର୍ଥିକ ଚାପଗ୍ରସ୍ତ କରାନଯାଇ ସରକାର ପୁନର୍ବାର ଏହି ବିଷୟ କୁ ବିଚାର କୁ ନେଇ ସ୍କୁଲ ୟୁଏଏସ ପୋର୍ଟାଲ ଲାଗୁ କରିବାକୁ ଶିକ୍ଷକ ମହଳ ଦାବୀ ହୋଉଛି | ଏଥିରେ ରାଜ୍ୟ ସଭାପତି ଏ ୟୁ ପି ଟି ଏଫ ଧୀରେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଭୂମିକା ଗ୍ରହଣ କରି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଆଶ୍ଵାସନା ଦେଇଥିଲେ | ଏହି ଶୋଭାଯାତ୍ରା ରେ ସଦର ବ୍ଲକ ଉପ ସଭାପତି ବେଣୁଧର ବିଶ୍ଵାଳ, ଉପ ସଭାନେତ୍ରୀ ସୁପ୍ରଭା ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପିତାମ୍ବର ସାହୁ, ଉପସଭାନେତ୍ରି ବସୁମତୀ ସାହୁ, କୋଷାଧକ୍ଷ କୁଞ୍ଜବିହାରୀ ମିଶ୍ର, ବ୍ଲକ ସଂଯୋଜକ ଦୁଷ୍ମନ୍ତ ସାହୁ , ଜିଲ୍ଲା ପୋର୍ କମିଟି ସଦସ୍ୟ ସୋଗେଶ୍ୱର୍ ମିଶ୍ର ଓ ଅମରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ |

  • ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ସ୍କୁଲ ଉନ୍ନୟନ ବୈଠକ

    ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ସ୍କୁଲ ଉନ୍ନୟନ ବୈଠକ

    କେସିଙ୍ଗା ବ୍ଲକ ବୋରିଆ କ୍ଲଷ୍ଟର ବହାଦୁର ପଦର କଲୋନୀ ପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ଭୋଇ ଙ୍କ ନେତୃତ୍ୱ ରେ ବୁଧବାର ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ଉନ୍ନୟନ ର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି | ସ୍କୁଲ ରେ ପିଲାମାନଙ୍କୁ କିପରି ଭାବେ ଶିକ୍ଷା ର ଗୁଣାତ୍ମକ ବିକାଶ ହୋଇପାରିବ ଏହା ରାଜ୍ୟ ସରକାରଙ୍କ ଏକ ପ୍ରୟାସ ବୋଲି ଏହି ବୈଠକ ରେ ଉକ୍ତ ସ୍କୁଲ ର ଶିକ୍ଷକ ବୃନ୍ଧ ଉପସ୍ଥିତ ଥିବା ଅଭିଭାବକ ଙ୍କୁ ଅବଗତ କରିଥିବା ବେଳେ ସ୍କୁଲ ର ଉନ୍ନୟନ ବିଷୟରେ ଆଲୋଚନା ହୋଇଥିଲା |

    ସେହି ଅବସରରେ ସ୍କୁଲ ରେ ଅଭିଭାବକ ଏବଂ ବନ ବିଭାଗ କର୍ମଚାରୀ ଙ୍କ ଉପସ୍ଥିତ ରେ ବୃକ୍ଷ ରୋପଣ ହୋଇଥିଲା | ଏଥିରେ କେସିଙ୍ଗା ବନବିଭାଗ ପକ୍ଷରୁ ଟିମ ଲିଡର ହେମନ୍ତ କୁମାର ସାହୁ,ବିକାଶ ଅଧିକାରୀ ଇନ୍ଦ୍ରମଣି ମାଝୀ, ଏବଂ ସାନନ୍ଦ ସାଗର ଉପସ୍ଥିତ ଥିଲେ |ସହ ଶିକ୍ଷକ ଗୌରଚନ୍ଦ୍ର ସୁନା ସଭା ପରିଚାଳନା କରିଥିଲେ | ଏଥିରେ ସହ ଶିକ୍ଷକ ଦିଲ୍ଲିପ କୁମାର ସାହୁ ସହଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ |

  • ଏ ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ଲିପଷ୍ଟିକ୍, ଯାହାର ମୂଲ୍ୟରେ ଦୁଇ ରୁ ତିନୋଟି ବିଳାସପୂର୍ଣ୍ଣ ଫ୍ଲାଟ୍ ହୋଇଯିବ

    ଏ ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ଲିପଷ୍ଟିକ୍, ଯାହାର ମୂଲ୍ୟରେ ଦୁଇ ରୁ ତିନୋଟି ବିଳାସପୂର୍ଣ୍ଣ ଫ୍ଲାଟ୍ ହୋଇଯିବ

    ଲିପଷ୍ଟିକ୍ ମହିଳାଙ୍କ ସୌନ୍ଦର୍ଯ୍ୟରେ ଆଣି ଦେଇଥାଏ ଚମକ। ଏହା ବିନା ସେମାନଙ୍କର ମେକଅପ୍ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ।ହେଲେ ଆପଣ ଜାଣନ୍ତି କି ବିଶ୍ୱର ସବୁଠାରୁ ମହଙ୍ଗା ଲିପଷ୍ଟିକ୍ କେଉଁଟା?

    ଲିପଷ୍ଟିକ୍ ହେଉଛି ମହିଳାମାନଙ୍କ ପାଇଁ ଅତ୍ୟାବଶ୍ୟକ ମେକଅପ୍ ସାମଗ୍ରୀରୁ ଗୋଟେ । ପ୍ରାୟ ପ୍ରତ୍ୟେକ ମହିଳା ଲିପଷ୍ଟିକ୍ ଲଗାଇବାକୁ ପସନ୍ଦ କରନ୍ତି ଏବଂ ସୁନ୍ଦର ଦେଖାଯିବା ପାଇଁ ଏହାକୁ ବ୍ୟବହାର କରନ୍ତି। ଯଦିଓ ଏକ ସାଧାରଣ ଲିପଷ୍ଟିକ୍ ର ମୂଲ୍ୟ ବହୁତ ଅଧିକ ନୁହେଁ, କିନ୍ତୁ କଳ୍ପନା କରନ୍ତୁ ଯଦି ଗୋଟେ ଲିପଷ୍ଟିକ୍ କୋଟି କୋଟି ଟଙ୍କାରେ ଉପଲବ୍ଧ ହୁଏ? ଶୁଣିକି ଆପଣଙ୍କୁ ନିଶ୍ଚୟ ଝଟକା ଲାଗିଥିବ, ଭାବୁଥିବେ ଯେ ଏଥିରେ ଏପରି କଣ ଅଛି ଯେ ଏହା ଏତେ ମହଙ୍ଗା। ଆସନ୍ତୁ ଜାଣିବା ଏହା ବିଷୟରେ…

    ବିଶ୍ୱର ସବୁଠାରୁ ମହଙ୍ଗା ଲିପଷ୍ଟିକର ନାମ ହେଉଛି H. Couture Beauty Diamond, ଏହାର ମୂଲ୍ୟ ଶୁଣିଲେ ଆପଣଙ୍କ ମଧ୍ୟ ହୋସ ଉଡିଯିବ। ଆପଣ ଚିନ୍ତା କରିବେ ଯେ ମୁଁ ଏହି ମୂଲ୍ୟରେ ୨-୩ ଟି ବିଳାସପୂର୍ଣ୍ଣ ଫ୍ଲାଟ୍ କିଣିପାରିବି। ତେଣୁ ମହାଶୟ, ଏହି ମହଙ୍ଗା ଲିପଷ୍ଟିକର ମୂଲ୍ୟ ପ୍ରାୟ ୧୧୫ କୋଟି ଟଙ୍କା ଅର୍ଥାତ୍ ପ୍ରାୟ ୧୪ ନିୟୁତ ଡଲାର। ଏହା ମହଙ୍ଗା ହେବାର କାରଣ ହେଉଛି ଲିପଷ୍ଟିକ କେସ୍।

    ଏହି କେସରେ ୧୨୦୦ ରୁ ଅଧିକ ଅସଲି ହୀରା ଖଚିତ ହୋଇଛି। ଏହା ବ୍ୟତୀତ, ଯଦି କେହି ଏହି ଲିପଷ୍ଟିକ୍ କିଣନ୍ତି, ତେବେ ଜୀବନବ୍ୟାପୀ ରିଫିଲ୍ ଏବଂ ସୌନ୍ଦର୍ଯ୍ୟ ସେବା ମଧ୍ୟ ମିଳିଥାଏ। ଯାହାର ଅର୍ଥ ହେଉଛି ଯଦି ଆପଣ ଥରେ ଲିପଷ୍ଟିକ୍ କିଣିନେବେ, ତେବେ ଏହା ସରିଗଲେ ଆପଣଙ୍କୁ ଆଉ କେବେ କିଣିବାକୁ ପଡିବ ନାହିଁ, ବରଂ ଆପଣ ଜୀବନସାରା ଏଥିରେ ରିଫିଲ୍ ସେବା ପାଇ ପାରିବେ।

  • ୨ ନିଶା ମାଫିଆଙ୍କୁ ବାନ୍ଧିଲା ଖୋର୍ଦ୍ଧା ପୋଲିସ

    ୨ ନିଶା ମାଫିଆଙ୍କୁ ବାନ୍ଧିଲା ଖୋର୍ଦ୍ଧା ପୋଲିସ

    ଖୋର୍ଦ୍ଧାରେ ନିଶା ମାଫିଆ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ନିଶା କାରବାର କୁ ରୋକିବା ଲାଗି ପୋଲିସ ଟିମ୍ ମଧ୍ୟ ଧରପାଗଡ ଜାରି ରଖିଛନ୍ତି। ଗତ କାଲି ଖୋର୍ଦ୍ଧା ଏସପି ସାଗରିକା ନାଥ ଙ୍କ ନିର୍ଦ୍ଧେଶ କ୍ରମେ ଏକ ଟିମ୍ ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଟାଙ୍ଗିଆ ପଡ଼ା ଅଞ୍ଚଳ ରେ ଏକ ମନ୍ଦିର ପାଖ ରେ ବ୍ରାଉନ ସୁଗାର କାରବାର ଚାଲିଥିବା ସମୟ ରେ ବାସୁଦେବ ଜୟସିଂହଁ ଚଢ଼ାଉ କରିଥିଲେ। ଏହି ଘଟଣା ରେ ପୋଲିସ ୩୨୦ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ୨ଜଣ ପେଶାଦାର ନିଶା ମାଫିଆ ଙ୍କୁ ଗିରଫ କରିବା ସହ ୨ଟି ବାଇକ୍,୨ଟି ମୋବାଇଲ ଜବତ କରାଯାଇଛି।

    ଜବତ ବ୍ରାଉନ ସୁଗାର ର ମୂଲ୍ୟ ୩୨ଲକ୍ଷ ଟଙ୍କା ହେବ। ଗତ ତିନି ମାସ ଭିତରେ ଜିଲ୍ଲା ପୋଲିସ ବିଭିନ୍ନ ଅଞ୍ଚଳ ରୁ ୭୮୨ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୩୦ଜଣ ନିଶା ମାଫିଆ ଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି ବୋଲି ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।

  • ଜନ ଶୁଣାଣି ଶିବିର ରେ ୨୦୯ ଅଭିଯୋଗ ପଞ୍ଜିକୃତ

    ଜନ ଶୁଣାଣି ଶିବିର ରେ ୨୦୯ ଅଭିଯୋଗ ପଞ୍ଜିକୃତ

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସଭା ଗୃହରେ ସୋମବାର ଅନୁଷ୍ଠିତ ମିଳିତ ଜନ ଶୁଣାଣି ଶିବର ରେ ମୋଟ ଦୁଇ ଶହ ନଅ(୨୦୯) ଟି ଅଭିଯୋଗ ଶୁଣାଣି ହୋଇଥିବା ସୂଚନା ମିଳିଛି।ଏହି ଜନ ଅଭିଯୋଗ ଶୁଣାଣି ରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ସୁଧିରଞ୍ଜନ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ ମହାପାତ୍ର ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପାନୀୟ ଜଳ, ଆବାସ ଯୋଜନା, ଖାଦ୍ୟ ସୁରକ୍ଷା , ଗ୍ରାମ୍ୟ ରାସ୍ତା ନିର୍ମାଣ ସାଙ୍ଗକୁ ବିଭିନ୍ନ ପ୍ରସଙ୍ଗ ରେ ଲୋକମାନଙ୍କର ଅଭିଯୋଗ ହସ୍ତଗତ ହୋଇଥିଲା।

    ତେବେ ରାସନ ସାମଗ୍ରୀ ପାଇଁ ଦୂରରେ ଥିବା ଡିଲର ପଏଣ୍ଟ କୁ ଯିବାରେ ବହୁ ଅସୁବିଧା ହେଉଥିବାରୁ ଗୋପୀନାଥପୁର ପଞ୍ଚାୟତ ର ଶତାଧିକ ହିତାଧିକାରୀ ଗତ ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ନହେବାରୁ ହିତାଧିକାରୀ ମାନେ ପୁନର୍ବାର ଆଜି ଜିଲ୍ଲାପାଳ ଙ୍କୁ ଭେଟି ସମସ୍ୟା ର ସମାଧାନ କରିବା ପାଇଁ ଦାବୀ କରିଥିଲେ l

    ସେହିପରି ଚାନ୍ଦବାଲି ବ୍ଲକ ର ବିଭିନ୍ନ ଅଞ୍ଚଳରେ ବୃଦ୍ଧି ପାଉଛି ଚୋରା ମଦ କାରବାର, ଅବକାରୀ ବିଭାଗ ଓ ଚୋରା ମଦ ବେପାରୀ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଅଭିଯୋଗ କରି ଚାନ୍ଦବାଲି ଅଞ୍ଚଳରୁ ସମ୍ପୂର୍ଣ ଭାବେ ଚୋରା ମଦ କୁ ବନ୍ଦ କରିବା ପାଇଁ ଏସପି ଓ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ହୋଇଛି ଥିବା ସୂଚନା ମିଳିଛି l

    ଟ୍ରାଇସାଇକେଲ ୫ ଜଣକୁ ମିଳିଥିବାବେଳେ,ଶ୍ରବଣ ଜନ୍ତ୍ର ୪ ଜଣ,ବିଧବା ଭତ୍ତା ୮ ଜଣ, ଭିନ୍ନକ୍ଷମ ଭତ୍ତା ୨ଜଣ ଙ୍କୁ ଭଦ୍ରକ ଜିଲ୍ଲା ପାଳ ଓ ଭଦ୍ରକ ଆରକ୍ଷୀ ଅଧିକ୍ଷକ ବଣ୍ଟନ କରିଥିବା ସୂଚନା ମିଳିଛି।

  • ଓଡ଼ିଶାରେ ପଦ୍ମଭୂଷଣ ବୈଦ୍ୟ ଦେବେନ୍ଦ୍ର ତ୍ରିଗୁଣା

    ଓଡ଼ିଶାରେ ପଦ୍ମଭୂଷଣ ବୈଦ୍ୟ ଦେବେନ୍ଦ୍ର ତ୍ରିଗୁଣା

    ଆଜିଠାରୁ କଟକ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ କେନ୍ଦ୍ର ସରକାରଙ୍କ ଆୟୂଷ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଆୟୂର୍ବେଦ ଓ ଚରକ ସଂହିତା ଉପରେ ପର୍ଯ୍ୟବସିତ ୬ ଦିନିଆ କାର୍ଯ୍ୟକ୍ରମ। “ଚରକାୟନ” ରେ ଯୋଗ ଦେବାକୁ ଓଡ଼ିଶା ଆସିଛନ୍ତି ସର୍ବଭାରତୀୟ ଆୟୂର୍ବେଦ କଂଗ୍ରେସ ତଥା ରାଷ୍ଟ୍ରୀୟ ଆୟୂର୍ବେଦ ବିଦ୍ୟାପୀଠର ସଭାପତି ପଦ୍ମଭୂଷଣ ବୈଦ୍ୟ ଦେବେନ୍ଦ୍ର ତ୍ରିଗୁଣା।

    ଗତକାଲି ବିଳମ୍ବିତ ରାତିରେ ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି ।

    ଏହି ଅବସରରେ ସେ ସମଗ୍ର ବିଶ୍ୱରେ ଏକ ନିରୋଗମୟ ସମାଜ ଗଠନ ସହ ଚଳିତ ଶତାବ୍ଦୀରେ ଯୋଗ ଭଳି ଆୟୂର୍ବେଦକୁ ମଧ୍ୟ ଉପଯୁକ୍ତ ମାନ୍ୟତା ମିଳିବ ବୋଲି ଆଶା ପ୍ରକଟ କରିଛନ୍ତି । ଆୟୁର୍ବେଦ ଦ୍ବାରା ମାନବ ସମାଜରୁ ସବୁ ପ୍ରକାର ରୋଗର ମୁଳୋତ୍ପାଟନ ହୋଇଥାଏ ବୋଲି ବାର୍ତ୍ତା ଦେଇଛନ୍ତି ।