Tag: suchanatv24x7

  • ଯୋଡ଼ା ଇଷ୍ଟ ଆଇରନ ଖଣିରେ ଦୁର୍ଘଟଣା

    ଯୋଡ଼ା ଇଷ୍ଟ ଆଇରନ ଖଣିରେ ଦୁର୍ଘଟଣା

    ଟାଟା ଷ୍ଟିଲର ଯୋଡ଼ା ଇଷ୍ଟ ଆଇରନ ଖଣିରେ ଦୁର୍ଘଟଣା । କ୍ରସିଂ ଏବଂ ସ୍କ୍ରିନିଂ ପ୍ଲାଣ୍ଟର ସ୍କ୍ରିନର ଡିସଚାର୍ଜ ଚୁଟ୍ ଅଞ୍ଚଳରେ ଜାମ୍ ସଫା କାର୍ଯ୍ୟ କରୁଥିବା ବେଳେ ଘଟିଥିଲା ଅଘଟଣ । ଅଘଟଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି | ମୃତ ଶ୍ରମିକ ହେଉଛନ୍ତି ଝାଡ଼ଖଣ୍ଡର ସୂରଜ୍ ମାହତୋ । ସୁରଜଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ସେ କମ୍ପାନୀରେ ନିୟୋଜିତ ଏକ ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ ।

    ସୂଚନାଅନୁସାରେ, ଟାଟା ଷ୍ଟିଲର ଯୋଡ଼ା ଇଷ୍ଟ ଲୌହ ଖଣିରେ ଗତ ମାସରେ ଏପରି ଦୁର୍ଘଟଣାରେ ଜଣେ ଲୋଡର ଅପରେଟରଙ୍କ ମୃତ୍ୟୁ ହୋଇଥିଲା । ମାତ୍ରାଧିକ କାର୍ଯ୍ୟଚାପରେ ସେ ଦୁର୍ଘଟଣାରେ ଶିକାର ହୋଇଥିବାବେଳେ ତାଙ୍କ ମୃତ୍ୟୁ ହେବା ନେଇ ସେତେବେଳେ କ୍ଷତିପୂରଣ ଦାବୀରେ ଚମ୍ପୁଆ ବ୍ଳକ ପତଳା ଗ୍ରାମରେ ମୃତକଙ୍କ ପରିବାର ଶ୍ରମିକଙ୍କ ମୃତଦେହ ଗ୍ରହଣ କରିନଥିଲେ । ଶ୍ରମିକଙ୍କ ମୃତ ଦେହ ଦୀର୍ଘ ୪୮ ଘଣ୍ଟାରୁ ଅଧିକ ସମୟ ପଡି ରହିଥିଲା |

    ବାରମ୍ବାର ଏହି କମ୍ପାନୀ ଅଧିନରେ ସଂପୃକ୍ତ ଠିକା ସଂସ୍ଥାରେ କାର୍ଯ୍ୟକରୁଥିବା ଶ୍ରମିକଙ୍କ ମୃତ୍ୟୁ ଘଟୁଥିବାବେଳେ ପ୍ରଶାସନ କିମ୍ଵା ଶ୍ରମ ବିଭାଗ ଉକ୍ତ ଦିଗ ପ୍ରତି ଗୁରୁତ୍ଵ ଦେଉ ନ ଥିବାରୁ ଆଗକୁ ଏହି କମ୍ପାନୀରେ ଆଉ କେତେ ଦୁର୍ଘଟଣା ଘଟିବ ତାହା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହାକୁ ନେଇ ଚମ୍ପୁଆ ସହକାରୀ ଶ୍ରମ ଅଧିକାରୀ ବୃନ୍ଦାବନ ଜୁଆଁଗଂଙ୍କୁ ଯୋଗାଯୋଗ କରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହି ନଥିଲେ |

    ଏ ଘଟଣା ସଂପର୍କରେ ମୁଁ ଆପଣଙ୍କ ଠାରୁ ଏବେ ଜାଣିଲି ଏନେଇ ତଦନ୍ତ ପରେ କଣ ହୋଇଛି ଜଣାଇବି ବୋଲି କହିଛନ୍ତି । ଅନ୍ୟ ଦିଗରେ ଦୁର୍ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ଶ୍ରମ ଅଧିକାରୀଙ୍କ ନିକଟରେ ସୂଚନା ନ ରହିବା ବିଭାଗ ଓ କମ୍ପାନୀର କାର୍ଯ୍ୟ କାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସୁରଜଙ୍କ ମୃତ୍ୟୁକୁ ନେଇ ଟାଟାଷ୍ଟିଲ କତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

  • ବିଭିନ୍ନ ନୂତନ ପ୍ରକଳ୍ପ ଉଦଘାଟନ କଲେ ଅଧ୍ୟକ୍ଷ ନୃପରାଜ ଯାଦବ

    ବିଭିନ୍ନ ନୂତନ ପ୍ରକଳ୍ପ ଉଦଘାଟନ କଲେ ଅଧ୍ୟକ୍ଷ ନୃପରାଜ ଯାଦବ

    କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରର ୬ ନଂ ୱାର୍ଡର କଲୋନୀ ପଡା ଏବଂ ୧୧ ନଂ ୱାର୍ଡ ରେ ନବ ନିର୍ମିତ ବିଭିନ୍ନ ପ୍ରକଳ୍ପ କୁ ନଗରପାଳ ନୃପରାଜ ଯାଦବ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଙ୍କ କରକମଳରେ ଉଦଘାଟନ କରିଥିଲେ |

    ସେହିପରି ଆସନ୍ତା ମାସରେ ବଗାଡ ରେ ୧ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଲ୍ୟାଣ ମଣ୍ଡପ ଓ ୪୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଂସେଇଖାନା ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ନିରାଶ୍ରୟ ମାନଙ୍କ ପାଇଁ ଆଶ୍ରୟସ୍ଥଲି ଉଦଘାଟନ କରାଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ ।

  • ବିଧାୟକ ପ୍ରଦୀପ୍ତ ଦିଶାରୀ ହେଲେ ଲାଞ୍ଜିଗଡ ବିଜେଡି ଜିଲ୍ଲା ସଭାପତି

    ବିଧାୟକ ପ୍ରଦୀପ୍ତ ଦିଶାରୀ ହେଲେ ଲାଞ୍ଜିଗଡ ବିଜେଡି ଜିଲ୍ଲା ସଭାପତି

    ଓଡିଶା ର ଚାରୋଟି ଜିଲ୍ଲା ରେ ବିଜେଡି ସୁପ୍ରିମୋ ତଥା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ସଭାପତି ଘୋଷଣା କରିଛନ୍ତି | ଏଥିରେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ୍ତ ଦିଶାରୀ ମନୋନୀତ ହୋଇଛନ୍ତି |ତେବେ ଜଣେ ଆଦିବାସୀ ନେତା ଭାବେ ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ଶ୍ରୀ ଦିଶାରୀ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ରେ ବେଶ ଚର୍ଚିତ ଚେହେରା |ସେହିପରି ଆଗାମୀ ଦିନରେ ଦଳ ର ସଂଘଠନ କୁ ମଜବୁତ କରିବା ଏବଂ ସରକାର ଙ୍କ ଜନବିରୋଧୀ କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି |ଏହି ଅବସରରେ କଳାହାଣ୍ଡି ବିଜେଡି କର୍ମୀ ଙ୍କ ମହଲ ରେ ଖୁସିର ଲହରୀ ଖେଳିଯାଇଛି |

  • ନାରୀ ଅସୁରକ୍ଷିତ ପ୍ରସଙ୍ଗକୁ ନେଇ ଡିଜି ଙ୍କୁ ଦାବିପତ୍ର

    ନାରୀ ଅସୁରକ୍ଷିତ ପ୍ରସଙ୍ଗକୁ ନେଇ ଡିଜି ଙ୍କୁ ଦାବିପତ୍ର

    ରାଜ୍ୟରେ ଛାତ୍ରୀ ଓ ନାରୀ ଅସୁରକ୍ଷିତ ପ୍ରସଂଗ କୁ ନେଇ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ କେସିଙ୍ଗା ଆମ୍ବେଦକର ଛକ ଠାରୁ କେସିଙ୍ଗା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଶୋଭାଯାତ୍ରାରେ ବାହାରି କେସିଙ୍ଗା ଆଦର୍ଶ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ରଙ୍କ ଜରିଆରେ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ସୂଚନା ଥାଉକି ଗତ ୧୩ ମାସର ବିଜେପି ସରକାର ଶାସନରେ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି | ଯାହା ନାରୀ ନିର୍ଯାତନା ଅହେତୁକ ଭାବରେ ବୃଦ୍ଧି ହୋଇଛି। ରାଜ୍ୟରେ ଛାତ୍ରୀ ମାନେ ପର୍ଯ୍ୟଟନ ସ୍ଥଳୀ ଠାରୁ ଆରମ୍ଭ କରି କଲେଜ କ୍ୟାମ୍ପସ ପର୍ଯ୍ୟନ୍ତ ସୁରକ୍ଷିତ ନାହାଁନ୍ତି। ଛାତ୍ରୀ ନିବାସରେ ନାବାଳିକା ମାନେ ଗର୍ଭବତୀ ହେଉଛନ୍ତି। ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣା, ବଳଙ୍ଗା ନାବାଳିକା ପୋଡ଼ି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ଅପାରଗତା ଓ ଦୁର୍ବଳ ନେତୃତ୍ୱକୁ ଦାୟୀ କରିଛନ୍ତି ରାଜ୍ୟ କାର୍ଯକାରୀ ସଭାପତି ଅବିନାଶ ଠାକୁର । ଏହି କାର୍ଯ୍ୟକ୍ରମରେ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଉପାଧ୍ୟକ୍ଷା ସରସ୍ବତୀ ସା, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ବରିଷ୍ଠ ରାଜ୍ୟ ଯୁବ ବିଜେଡି ଉପ ସଭାପତି ମଣ୍ଟୁ ନାଏକ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ଯୁବ ବିଜେଡି ନେତା ଶିଶିର ପରିଡା, ନଳୀନ ପଟ୍ଟନାୟକ, ଦାମୋଦର ବାଗ, ପିତବାସ ବେହେରା, ଦୀପକ କୁମାର, ଛାତ୍ର ନେତା ସ୍ବାଧୀନ ପଟ୍ଟନାୟକ, ଅଭିନବ ପଟ୍ଟନାୟକ,ଅନୀଲ ନାଏକ, ପ୍ରବୀଣ ନାଏକ, ନବୀନ ନାୟକ, ଶୁଭେନ୍ଦୁ ସାହୁ, ପ୍ରୀତମ ପାଢ଼ୀ, ସମସ୍ତ କାଉନସିଲର ଓ ନଗର କମିଟି ପ୍ରମୁଖ ଯୋଗ ଦେଇଥିଲେ ।

  • ମୁର୍ଗା ମହାଦେବ ଶୈବ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଜଳଲାଗି

    ମୁର୍ଗା ମହାଦେବ ଶୈବ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଜଳଲାଗି

    ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ପ୍ରସିଦ୍ଧ ଶୈବପୀଠ ମୁର୍ଗା ମହାଦେବଙ୍କ ପୀଠରେ ଲକ୍ଷାଧିକ କାଉଡ଼ିଆ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଛି । ରାତ୍ର ଦୁଇ ଘଟିକାରୁ ବାବାଙ୍କର ପହଡ଼ ଖୋଲାଯାଇ ସମସ୍ତ ନିତିକାନ୍ତି ସମାପନ କରାଯାଇଥିଲା ।

    ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ପୀଠରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ବ୍ୟାରିକେଡ଼ ଦେଇ ଭକ୍ତ ମାନେ କିଭଳି ଶାନ୍ତି ଶୃଙ୍ଖଳା ରେ ଦର୍ଶନ କରିବେ ସେଥିପ୍ରତି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।

    କାଉଡିଆ ନିକଟସ୍ଥ ବୈତରଣୀ ନଦୀରୁ ପାଣି ଆଣି ବାବା ମୁର୍ଗା ମହାଦେବକଂ ଶ୍ରାବଣୀ ଲିଙ୍ଗରେ ଜଳାଭିଷେକ କରିଛନ୍ତି । ଏପରିକି ବହୁ ଶ୍ରଦ୍ଧାଳୁ ଶୈବପୀଠରେ ଥିବା ଜଳ ପ୍ରପାତରେ ଗାଧେlଇ ଏଠାରେ ପୂଜାର୍ଚନା କରିଥିଲେ l ଭକ୍ତ କଂ ସୁବିଧା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିଲା l

  • ପ୍ରଦୀପ କୁମାର ଦଳାଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

    ପ୍ରଦୀପ କୁମାର ଦଳାଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

    ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପୋତାନଇ ପଞ୍ଚାୟତର ଦାର୍ଦିଆ-ପୋତାନଇ ସରକାରୀ ବିଦ୍ୟାଳୟରେ ଶିକ୍ଷକ ପ୍ରଦୀପ କୁମାର ଦଳାଇଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ସରପଞ୍ଚ ବ୍ରଜକିଶୋର ମହାରାଜା, ମୁଖ୍ୟବକ୍ତା ଗୋପବନ୍ଧୁ ନାୟକ , ପ୍ରାକ୍ତନ ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ଏରସମା, ସମ୍ମାନିତ ଅତିଥି ସତ୍ୟବାନ ମୁଦୁଲି, ବୈଷ୍ଣବ ଚରଣ ସ୍ବାଇଁ, ବିକାଶ ଚୌଧୁରୀ ପ୍ରମୁଖ ଯୋଗଦେଇ ଶିକ୍ଷକ ଶ୍ରୀ ଦଳାଇଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ ।

    କେଶବ ଚନ୍ଦ୍ର ଦଳାଇ ମଞ୍ଚ ପରିଚାଳନା କରିଥିଲେ। ପ୍ରଣତି ମଞ୍ଜରୀ ନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ଯୁଧିଷ୍ଠିର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।

  • ଗୋଷ୍ଠି ଶିକ୍ଷା ଅଧିକାରୀ ନେପାଲ ମୁଣ୍ଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

    ଗୋଷ୍ଠି ଶିକ୍ଷା ଅଧିକାରୀ ନେପାଲ ମୁଣ୍ଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

    ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ର ବିଜାତଳା ବ୍ଲକ୍ ଗୋଷ୍ଠି ଶିକ୍ଷା ଅଧିକାରି ନେପାଲ ମୁଣ୍ଡା ଓ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରିଣୀ ନିରୁପମା ମହାନ୍ତି ଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଜାମଦା ଗୋଷ୍ଠି ଶିକ୍ଷା ଅଧିକାରୀ ସୁରେଶ ମୁଣ୍ଡା ଓ ବିଜାତଳା ବ୍ଲକ ର ୧୫୫ ଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

    ବିଜାତଳା ବ୍ଲକ୍ ର ଗୋଷ୍ଠି ଶିକ୍ଷା ଅଧିକାରୀ ନେପାଲ ମୁଣ୍ଡା କୁହନ୍ତି ପ୍ରାୟ ଦିର୍ଘ ୧୦ ବର୍ଷ ରୁ ଉର୍ଦ୍ଧ ହେବ ମୁଁ ନିରନ୍ତର ଭାବେ ଏହି ବ୍ଲକ୍ ରେ କାର୍ଯ୍ୟ କରି ଆସିଛି । ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ମିଶି ମୋ ସହ କାମ କରନ୍ତି । ମୋର ଥିବା ଅବସ୍ଥାରେ ମୋ ବ୍ଲକ୍ ରେ ଥିବା ବିଦ୍ୟାଳୟ ର କୌଣସି ଅସୁବିଧା ହେବାକୁ ଦେଇନି କିନ୍ତୁ ଦୁଃଖ ର ବିଷୟ ମୁଁ ସରକାର କୁ କହିବି ଏହି ଅଫିସ୍ ରେ ବର୍ଷେ କାମ କରି ଅନ୍ୟ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋସନ ପାଉଛନ୍ତି । ମୁଁ ଦଶ ବର୍ଷରୁ ଉର୍ଦ୍ଧ କାମ କଲି ମୋତେ କିଛି ମିଳିଲା ନାହିଁ । ଯଦି ସରକାର ଦୃଷ୍ଟି ଦେବେ ତା ହେଲେ ମୋ ପରେ ମୋର ଭାଇ ମାନେ ଏହାର ଲାଭ ଉଠାଇ ପାରିବେ ।

    ସେହିପରି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରୁପମା ମହାନ୍ତି କୁହନ୍ତି ମୁଁ ଅନେକ ଜାଗା ରେ କାମ କରିଛି କିନ୍ତୁ ୨ବର୍ଷ ହେବ ଏଇଠି କାମ କଲି ,କେବେ ବି କୌଣସି ଅସୁବିଧା ହୋଇନି । ସମସ୍ତେ ମିଳି ମିଶି କାମ କରନ୍ତି । ମୁଁ ଭଗବାନ ଙ୍କୁ ପ୍ରାର୍ଥନା କରିବି ଏହି ବ୍ଲକ ରେ ଥିବା ସମସ୍ତ ବିଦ୍ୟାଳୟ ର ଆହୁରି ଉନ୍ନତି ହେଉ ।

  • ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଖାଲକୁ ଖସି ପଡ଼ିଲା ଡିଜେ ଭ୍ୟାନ୍, ୫ ମୃତ ଅନେକ ଗୁରୁତର

    ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଖାଲକୁ ଖସି ପଡ଼ିଲା ଡିଜେ ଭ୍ୟାନ୍, ୫ ମୃତ ଅନେକ ଗୁରୁତର

    ବିହାରର ଭାଗଲପୁର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିଲ୍ଲାର ଶାହକୁଣ୍ଡ ଅଞ୍ଚଳରେ ଏକ ଡିଜେ ଭ୍ୟାନ ଏକ ଖାତରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି। ୩ ଜଣ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଯେ ଡିଜେ ଭ୍ୟାନରେ ମୋଟ ୯ ଜଣ ଯାତ୍ରା କରୁଥିଲେ। ଏହି ଦୁର୍ଘଟଣା ବିଦ୍ୟୁତ୍ ତାର ଯୋଗୁଁ ଘଟିଥିଲା। ଡିଜେ ଭ୍ୟାନଟି ହଠାତ୍ ବିଦ୍ୟୁତ୍ ତାରକୁ ଛୁଇଁଗଲା। ଏହା ପରେ ଡ୍ରାଇଭର ନିୟନ୍ତ୍ରଣ ହରାଇଲେ ଏବଂ ଭ୍ୟାନଟି ଖାଲକୁ ଖସି ପଡ଼ିଲା।

    ଭ୍ୟାନଟି ଖାଲରେ ଓଲଟି ପଡ଼ିବା ମାତ୍ରେ ଅନେକ ଲୋକ ଏଥିରେ ଫସି ଯାଇଥିଲେ। କିଛି ଲୋକ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଥିଲେ। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସମସ୍ତଙ୍କୁ ତୁରନ୍ତ ଶାହକୁଣ୍ଡ ସାମୁହିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଯେଉଁଠାରେ ୫ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି।

    ଏହି ଡିଜେ ଭ୍ୟାନ୍ ସୁଲତାନଗଞ୍ଜରୁ ଜ୍ୟେଷ୍ଠଗୌରନାଥକୁ ଯାଉଥିଲା। ଶାହକୁଣ୍ଡ ଥାନା ଅଞ୍ଚଳ ଅନ୍ତର୍ଗତ ସୁଲତାନଗଞ୍ଜ ମୁଖ୍ୟ ରାସ୍ତାର ମହନ୍ତ ସ୍ଥାନ ନିକଟରେ ଏହି ଦୁର୍ଘଟଣା ଘଟିଛି।

  • ଆଇନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସାମ୍ବାଦିକଙ୍କୁ ଆକ୍ରମଣ

    ଆଇନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସାମ୍ବାଦିକଙ୍କୁ ଆକ୍ରମଣ

    ଗତ ଏପ୍ରିଲ୍ ମାସରେ ଏକ ନାବାଳିକାର ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ ଘଟଣାରେ ଖବର ପ୍ରସାରଣ କୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଜଣେ କାର୍ଯ୍ୟରତ ସାମ୍ବାଦିକକୁ ଅଭିଯୁକ୍ତର ସଂପର୍କୀୟ ମାନେ ସଂଗବଦ୍ଧ ହୋଇ କରିଛନ୍ତି ଆକ୍ରମଣ । ଜଣେ ୪ ବର୍ଷର ଶିଶୁକନ୍ୟାକୁ ପ୍ରଲୋଭିତ କରି ତାର ଅଶ୍ଳୀଳ ଫଟୋକୁ ପର୍ନ ସାଇଟ୍‌ରେ ଲକ୍ଷାଧିକ ଟଙ୍କାରେ ବିକିଵା ସହିତ ସେହି ଭିଜୁଆଲ କୁ ଭାଇରାଲ କରିବା ଘଟଣାରେ ନାଚୁଣୀ ଥାନା ଅଧୀନ ହରିଚନ୍ଦନପୁର ଗ୍ରାମର ଅଭିଯୁକ୍ତ ଦୋଳଗୋବିନ୍ଦ ଜେନା ନାମକ ବ୍ୟକ୍ତିକୁ ଦିଲ୍ଲୀ ସିବିଆଇ ଟିମ୍ ଆସି ଗିରଫ କରିଥିଲା ।

    ଏହି ଘଟଣାକୁ ନିଜ ଖବରକାଗଜ ଦୈନିକ ଖବର କାଗଜ ଧରିତ୍ରୀରେ ଖବର ପ୍ରକାଶନ କରିଥଲେ । ଆଉ ଏହି ଘଟଣାକୁ ନେଇ ଗତ କାଲି ରାତିରେ ବାଣପୁର ଅଞ୍ଚଳର ଖବରଦାତା ଦିଲ୍ଲୀପ ସ୍ବାଇଁଙ୍କୁ ଗମ୍ଭାରୀମୁଣ୍ଡା ଛକରେ ଅଭିଯୁକ୍ତ ଦୋଳଗୋବିନ୍ଦ ଜେନାର ସଂପର୍କୀୟ ଭିଣୋଇ ଟୁଟୁ ସାମନ୍ତରାୟ ଓ ଖଜୁରିଆ କେତେକ ବ୍ୟକ୍ତି ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଛନ୍ତି । ଫଳରେ ଦିଲ୍ଲୀପ ଗୁରୁତର ଏବେ ଭୁବନେଶ୍ବର ଏମସ୍ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।


    ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମ ଠାରୁ ନେଇ ରାଜନୈତିକ ଏବଂ ବୁଦ୍ଧିଜୀବି ମହଲରେ ନିନ୍ଦା କରା କରାଯାଇଛି । ତେବେ ଆକ୍ରମଣକୁ ଚପାଇ ଦେବାକୁ ଚାଲିଛି ବଡ଼ ଧରଣର ଯୋଜନା । କାରଣ ଟୁଟୁ ସାମନ୍ତରାୟ ଶାସକ ବିଜେପି ଦଳର ବାଣପୁର ଅଞ୍ଚଳରେ ଜଣେ ସକ୍ରିୟ ସଦସ୍ୟ ସହିତ ମଣ୍ଡଳ ସଭାପତି ମଧ୍ୟ । ତା ସହିତ ସବୁଠୁ ବଡ଼ କଥା ହେଉଛି, ଖୋଦ୍ ଆଇନମନ୍ତ୍ରୀ ପୃଥ୍ବୀରାଜ୍ ହରିଚନ୍ଦନଙ୍କ ନିଜ ପଞ୍ଚାୟତରେ ଏହି ଘଟଣା ଘଟିଛି । ତେଣୁ ବର୍ତ୍ତମାନ ଆଘାତପ୍ରାପ୍ତ ସାମ୍ୱାଦିକଙ୍କୁ ନ୍ୟାୟ ଦେବାରେ ଟାଳଟୁଳ ନୀତି ପୋଲିସ ଆପଣେଇବ ବୋଲି ସନ୍ଦେହ ପ୍ରକଟ କରି ଆଜି ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓ.ୟୁ.ଡବ୍ଲ୍ୟୁ.ଜେ) ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ସଂଘର ସଭାପତି ପ୍ରକାଶ ହାତୀଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ସାମ୍ୱାଦିକ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଉପଯୁକ୍ତ ତଦନ୍ତ ସହିତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।

  • RI, AMIN ପରୀକ୍ଷା ବାତିଲ ନେଇ ଚିନ୍ତା ରେ ପରୀକ୍ଷାର୍ଥୀ

    RI, AMIN ପରୀକ୍ଷା ବାତିଲ ନେଇ ଚିନ୍ତା ରେ ପରୀକ୍ଷାର୍ଥୀ

    RI, AMIN ପରୀକ୍ଷା ରେ ପ୍ରତି ବର୍ଷ ପ୍ରଶ୍ନ ପତ୍ର ଲିକ୍ ଘଟଣା କୁ ନେଇ ଚିନ୍ତା ରେ ପରିକ୍ଷାର୍ଥୀ। ସୂଚନା ଅନୁଯାୟୀ ଅଗଷ୍ଟ ମାସ ୧ ତାରିଖ ରେ RI, AMIN ପରୀକ୍ଷା ହେବ ବୋଲି ସମସ୍ତ ଛାତ୍ର ଛାତ୍ରୀ ଜୋର୍ ସୋର ରେ ପରିଶ୍ରମ କରୁଥିଲେ। କୌଣସି କାରଣରୁ RI, AMIN ପରୀକ୍ଷା ବାତିଲ ହେବାରୁ ପିଲାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଆଦିବାସୀ ଅଧ୍ୟୁଷିତ ରାଇରଙ୍ଗପୁର ଉପଖଣ୍ଡ ରେ ପ୍ରତିବର୍ଷ ସହର ବାହାରେ କିମ୍ୱା ରାଇରଙ୍ଗପୁର ର ବିଭିନ୍ନ ସ୍ଥାନରେ ପିଲା ମାନେ RI, AMIN କୋଚିଙ୍ଗ ନେଇ ପାଠ ପଢ଼ିଥାନ୍ତି। ଆମେ ଦିନ ରାତି ପରିଶ୍ରମ କରି ପାଠ ପଢ଼ିବୁ ଓ ଠିକ୍ ପରୀକ୍ଷା ସମୟ ଆସିଲେ ପ୍ରତି ବର୍ଷ କିଛି ନା କିଛି କେଳେଙ୍କାରି ଘଟେ। ଆମ ମାନଙ୍କ ଭବିଷ୍ୟତ ସହ ଖେଳ ହେଉଛି।


    ସବୁ ବର୍ଷ ପରୀକ୍ଷା ଆସିଲା ବେଳକୁ କୌଣସି ନ କୌଣସି ଅଘଟଣ ଘଟେ।କେତେ ବେଳେ ପ୍ରଶ୍ନ ପତ୍ର ଲିକ୍ତ ଆଉ କେତେ ବେଳେ ପରୀକ୍ଷା ବାତିଲ ।ପରିକ୍ଷାର୍ଥୀ ମାନେ ଏତେ ପରିଶ୍ରମ କରି ପାଠ ପଢ଼ିବେ ଆଉ ପ୍ରଶ୍ନ ପତ୍ର ଲିକ୍ ଓ ପରୀକ୍ଷା ବାତିଲ କାହିଁକି ହେଉଛି , କଣ ପାଇଁ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାଁନ୍ତି ଏଭଳୀ ମନ୍ତବ୍ୟ ଦେଇଛନ୍ତି ପରିକ୍ଷାର୍ଥୀ। ଆମେ ବାରମ୍ବାର ଏତେ ଖର୍ଚ୍ଚାନ୍ତ ଦେଇ ପାଠ ପଢି ପରୀକ୍ଷା ଦେଉଛୁ, ସରକାର ଆମ କଥା ଶୁଣିବା ଦରକାର।ସରକାର ଏଥି ପ୍ରତି ଧ୍ୟାନ ଦେବା ଦରକାର ବୋଲି କହିଛନ୍ତି ପରିକ୍ଷାର୍ଥୀ।