Tag: suchanatv24x7

  • ବାଲୁକା କଳାରେ ବିଶ୍ୱ ହାତୀ ଦିବସ

    ବାଲୁକା କଳାରେ ବିଶ୍ୱ ହାତୀ ଦିବସ

    ବାଲୁକା କଳାରେ ବିଶ୍ୱ ହାତୀ ଦିବସ l ବିଶ୍ୱ ହାତୀ ଦିବସ ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି l ୧୨ ଫୁଟର ଲମ୍ବା ହାତୀକୁ ଏହି ବାଲୁକାକଳା ମାଧ୍ୟମରେ ସ୍ଥାନ ଦେଇଥିବାବେଳେ ମୋ ବାସ ସ୍ଥାନକୁ ରକ୍ଷା କରନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି l ହାତୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ି ହେଉଛି ବାସସ୍ଥାନ କ୍ଷତି, ମାନବ-ବନ୍ୟପ୍ରାଣୀ ସଂଘର୍ଷ, ଶିକାର ଏବଂ ଅବୈଧ ହାତୀଦାନ୍ତ ବାଣିଜ୍ୟ, ସେଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ।

    ଏହି ମହାନ ପ୍ରାଣୀ ଏବଂ ସେମାନଙ୍କର ପ୍ରାକୃତିକ ପରିସଂସ୍ଥାର ସଂରକ୍ଷଣ ପାଇଁ କାର୍ଯ୍ୟ ପାଇଁ ଏକ ଦୃଶ୍ୟ ଆହ୍ୱାନ ଭାବରେ କାର୍ଯ୍ୟ କରେ ହାତୀ କେବଳ ଶକ୍ତି ଏବଂ ଜ୍ଞାନର ପ୍ରତୀକ ନୁହଁନ୍ତି – ସେମାନେ ଆମର ଜୈବ ବିବିଧତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସୁଦର୍ଶନ ପଟ୍ଟନାୟକ ସୂଚନା ଦେଵା ସହ ଭବିଷ୍ୟତ ପାଇଁ ଏକ ସନ୍ତୁଳିତ ଇକୋସିଷ୍ଟମ ସୁନିଶ୍ଚିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି l

  • ନାବାଳିକାକୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଗିରଫ

    ନାବାଳିକାକୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଗିରଫ

    ପାରାଦ୍ଵୀପ ଲକ୍ ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ବ୍ଲାକ ମେଲିଂ ଅଭିଯୋଗ ହୋଇଛି । ଏହି ଘଟଣାରେ ଲକ୍ ଥାନା ପୋଲିସ ବିଜୟ‌ଓ୍ବାଡାରୁ ସମ୍ପୃକ୍ତ ଯୁବକକୁ ଉଠାଇ ଆଣି କୋର୍ଟ ଚାଲାଣ କରିଛି । ଅଭିଯୋଗ ମୁତାବକ କେନ୍ଦ୍ରାପଡ଼ା ଅଞ୍ଚଳ ରେ ଥିବା ନିଜ ମାଉସୀ ଘରକୁ ଯାଇଥିବା ବେଳେ ଯୁବକଙ୍କ ସହିତ ପରିଚୟ ହୋଇଥିବା ଯୁବତୀଙ୍କର । ଉଭୟ ବିଭିନ୍ନ ସମୟରେ କଥାବାର୍ତ୍ତା ହେବା ସହିତ କିଛି ଫଟୋ ଉଠାଇଥିଲେ । ଯୁବକ ଜଣଙ୍କ ଚାକିରି କରିବାକୁ ବାହାର ରାଜ୍ୟକୁ ଯିବା ପରେ ଉଭୟଙ୍କ ମଧ୍ୟରେ ବେସୀ କଥାବାର୍ତ୍ତା ହେଉନଥିଲା । ଯାହାକୁ ନେଇ ଯୁବକ ଜଣଙ୍କ ନାବାଳିକାଙ୍କ ସହିତ ଉଠାଇଥିବା କିଛି ଅଶ୍ଲୀଳ ଫଟୋ କୁ ନେଇ ବ୍ଲାକ୍ ମେଲ୍ ଆରମ୍ଭ କରିଥିଲା । କିଛି ଦିନ ଅଳ୍ପ ଅଳ୍ପ ଟଙ୍କା ଯୁବତୀ ପଠାଇଥିବା ବେଳେ, ଯୂବକ ଜଣଙ୍କ ୫ ଲକ୍ଷ ଟଙ୍କା ଦାବି କରିଥିଲେ ।

    ପୀଡିତା ନଦେଇ ପାରିବାରୁ ଯୁବକ ଜଣଙ୍କ ଏକ ଇନଷ୍ଟାଗ୍ରାମ ଆଇଡି ଖୋଲି ନାବାଳୀକା ଯୁବତୀଙ୍କ ଫଟୋ କୁ ଭାଇରାଲ କରିଥିଲା । ଫଳରେ ପରିବାର ପକ୍ଷରୁ ଗତ ୫ ତାରିଖରେ ଲକ୍ ଥାନା ରେ ଏତଲା ଦିଆଯାଇଥିଲା । ପୋଲିସ ଯୁବକଙ୍କ ଠିକଣା ଖୋଜି ତାଙ୍କୁ ବିଜୟ‌ଓ୍ବାଡା ରୁ ଉଠାଇ ଆଣିବା ସହିତ କୋର୍ଟ ଚାଲାଣ କରିଛି ।

  • କାଉନସିଲରଙ୍କ ପ୍ରେସ ବିଜ୍ଞପ୍ତିକୁ ଖଣ୍ଡନ କଲେ କେସିଙ୍ଗା ନଗରପାଳ

    କାଉନସିଲରଙ୍କ ପ୍ରେସ ବିଜ୍ଞପ୍ତିକୁ ଖଣ୍ଡନ କଲେ କେସିଙ୍ଗା ନଗରପାଳ

    କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) କେସିଙ୍ଗା ଏନ୍ଏସି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବିଭିନ୍ନ କାମରେ ବ୍ୟାପକ ଦୁର୍ନୀତି ହୋଉଥିବା ଅଭିଯୋଗ ହୋଇଛି | ଏନେଇ ୫ ଜଣ କାଉନସିଲର କିଛିଦିନ ତଳେ ଜିଲ୍ଲାପାଳ ଓ ଭିଜିଲାନ୍ସ ର ଦ୍ବାରସ୍ଥ ହୋଇ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ମୁଖ୍ୟତଃ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା କଂସେଇଖାନା ଓ କିଛି ରାସ୍ତା ରେ ପଡ଼ିଥିବା ପେପରବ୍ଲକ କୁ ନିମ୍ନ ମାନର ଓ ଉନ୍ନତି ମୂଳକ କାମରେ ଟେଣ୍ଡର ଫିକ୍ସି ଉପରେ କାଉନସିଲର ମାନେ ଅଭିଯୋଗ କରିଛନ୍ତି ।

    ଏହି ବିଷୟରେ ଆମେ ଦୁର୍ନୀତି ଅଭିଯୋଗ ବିଷୟରେ କେସିଙ୍ଗା ନଗରପାଲ ନୃପରାଜ ଯାଦବ ଙ୍କୁ ପଚାରିବାରୁ ସେ ଅଭିଯୋଗ ଆଣି ପ୍ରେସ ବିଜ୍ଞପ୍ତି ଦେଇଥିବା ୩ନଂ ୱାର୍ଡ କାଉନସିଲର ରୋହିତ ଜୈନ, ୧ନଂ ୱାର୍ଡ କାଉନସିଲର ମଞ୍ଜୁଳା ସାହୁ, ୫ନଂ ୱାର୍ଡ ମଞ୍ଜୁ ମାଝୀ, ୧୧ନଂ ୱାର୍ଡ କାଉନସିଲର ରମାକାନ୍ତ ଜେନା | ଏହି ୪ ଜଣ ୱାର୍ଡ କାଉନସିଲର ଙ୍କ ଉପରେ ପାଲଟା ପିସି କାରବାର ପାଇଁ ନାଟ କରୁଛନ୍ତି କହି ଅଭିଯୋଗ କୁ ଖଣ୍ଡନ କରିଥିଲେ । ଏବଂ ଆମ ପାଖରେ ୱାର୍ଡ ମେମ୍ବର ମାନଙ୍କର ପିସି କଥାବାର୍ତ୍ତା ର ଅଡିଓ କଲ ଅଛି ଦରକାର ପଡିଲେ ସାର୍ବଜନୀନ କରିବା ସହିତ ଗଣମାଧ୍ୟମକୁ ପ୍ରଦାନ କରାଯିବ ବୋଲି କହିଥିଲେ |

    ନଗର ପାଳ ଶ୍ରୀ ଯାଦବ ଦୃଢ଼ ପ୍ରକାଶ କରିବା ସହିତ ମୋତେ ଅଧ୍ୟକ୍ଷ ପଦରୁ ତଡିବା ପାଇଁ ଅନାସ୍ଥା ଆଣିବା ରେ ବିଫଳ ହୋଇଥିବାରୁ ବର୍ତ୍ତମାନ ମୋତେ ଓ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ବଦନାମ କରିବା ପାଇଁ ଚେଷ୍ଟା ଚାଲିଛି ବୋଲି ନିଜ ପ୍ରତିକ୍ରିୟାରେ ରେ ପ୍ରକାଶ କରିଥିଲେ । ସେହିପରି କେସିଙ୍ଗା ର ହିତ ପାଇଁ ମୁଁ ଯେ କୌଣସି ତଦନ୍ତ ର ସମ୍ମୁଖୀନ ହେବା ପାଇଁ ଆମେ ପ୍ରସ୍ତୁତ ବୋଲି କହିଥିଲେ ।

  • ଦୁଇଟି ପୃଥକ ଦୁର୍ଘଟଣାରେ ୩ ମୃତ

    ଦୁଇଟି ପୃଥକ ଦୁର୍ଘଟଣାରେ ୩ ମୃତ

    ରୁଗୁଡ଼ି ଥାନା NH 520 ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଟ୍ରକ୍ ଧକ୍କାରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ଵାମୀ ଓ ଝିଅର ଜୀବନ । ‘ଗୁରୁତର ଅବସ୍ଥାରେ ସ୍ତ୍ରୀ ମେଡିକାଲରେ ଭର୍ତ୍ତି । NH 520 ଟୋପାଡିହି ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ରୁଗୁଡ଼ି ଥାନା ଲୋଇଡ଼ାପଦା ଅଞ୍ଚଳର ଦିଲିପ ସିଙ୍କୁ ଓ ତାଙ୍କର ଦୁଇ ବର୍ଷର ଝିଅ ଜସ୍ମିନ ସିଙ୍କୁ । ଏମାନେ ଏକ ସ୍କୁଟିରେ ଗୁଆଲି ପଟୁ ଲୋଇଡ଼ାପଦା ଅଭିମୁଖେ ଆସୁଥିବା ସମୟରେ ପଛପଟୁ ଏକ ଟ୍ରକ୍ ଧକ୍କାଦେଇ କିଛି ବାଟ ଘୋଷାରୀ ନେଇଥିଲା । ଘଟଣା ସ୍ଥଳରେ ବାପା ଝିଅଙ୍କ ଶୋଚନୀୟ ଭାବରେ ମୃତ୍ୟୁ ଘଟିଥିବାବେଳେ, ମା’ ତୁଳସୀ ସିଙ୍କୁ ଗୁରୁତର ଆହତ ହୋଇଥିଲେ ।

    ଖବର ପାଇ ରୁଗୁଡ଼ି ପୋଲିସ ସେମାନଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଛି । ସେଠାରେ ତୁଳସୀଙ୍କ ଚିକିତ୍ସା ଚାଲିଛି । ତେବେ ଦୁର୍ଘଟଣା ଘଟାଇ ଅଜଣା ଟ୍ରକ୍ ଘଟଣା ସ୍ଥଳରୁ ଖସି ପଳାଇଥିବା ଜଣାପଡିଛି । ରୁଗୁଡ଼ି ପୋଲିସ ଘଟଣାର ତଦନ୍ତ ଚଳାଇଛି ।

    ସେହିପରି ରୁଗୁଡ଼ି ଥାନା NH 520 ଗନ୍ଧଲପଦା ଛକ ନିକଟରେ ଆଉ ଏକ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀ ପ୍ରାଣ ହରାଇଛନ୍ତି । ମୃତକ ଜଣକ ହେଉଛନ୍ତି କୋଇଡ଼ା ଥାନା ସାଗାସାହି ଅଞ୍ଚଳର ଜୟରାମ ସାଇ । ସେ ଗୁଆଲି ସ୍ଥିତ ତ୍ରିବେଣୀ ଅର୍ଥ ମୁଭର୍ଷ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି । ଡ୍ୟୁଟି ସାରି ସେ ଘରକୁ ଫେରୁଥିବାବେଳେ, ଭାରସାମ୍ୟ ହରାଇ ଗନ୍ଧଲପଦା ଛକ ନିକଟରେ ଏକ ଟ୍ରକ୍ ପଛରେ ପିଟିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ମୃତଦେହ ଜବତ୍ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

  • ଜନ୍ମ ମାଟିରେ ରାଜ୍ୟ ସ୍ତରୀୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ

    ଜନ୍ମ ମାଟିରେ ରାଜ୍ୟ ସ୍ତରୀୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ

    ଗଙ୍ଗାଧରଙ୍କ ପ୍ରତ୍ୟେକ କାବ୍ୟ କବିତାରେ ପ୍ରକୃତି ଚିତ୍ରଣ, ଜାତୀୟତା ବୋଧର ନିଖୁଣ ଚିତ୍ର ରହିଥିବାରୁ ମେହେର ସାହିତ୍ୟ ଆଜି ବିଶ୍ଵ ଦରବାରରେ ପ୍ରତିଷ୍ଠିତ । ଗଙ୍ଗାଧର ମେହେରଙ୍କ ଜନ୍ମ ପୀଠ, କବି ତୀର୍ଥ ବରଗଡ ଜିଲ୍ଲା ବରପାଲିରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି । ଶ୍ରାବଣ ପୂର୍ଣ୍ଣିମା ତିଥିରେ ଗଙ୍ଗାଧର ଙ୍କ ଜୟନ୍ତୀ ଅବସରରେ ବରପାଲି ଏକ ଉତ୍ସବ ମୁଖର ଥିଲା । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରା ସାହିତ୍ୟ ସଭା ମାନ ଅନୁଷ୍ଠିତ ହୋଇଥିଲା।
    ଗଙ୍ଗାଧର ମେହେର କ୍ଲବ ପକ୍ଷରୁ ସକାଳ ପ୍ରାୟ ୮ ଘଣ୍ଟା ସମୟରେ ଏକ ଶୋଭାଯାତ୍ରା କ୍ଲବରୁ ବାହାରି ନଗରପରିକ୍ରମା ପୂର୍ବକ କବିଙ୍କ ଜନ୍ମ ପୀଠ କବି ଭବନ ରେ ପହଞ୍ଚି କବିଙ୍କ ପ୍ରତିଛବିରେ ଦ୍ଵୀପ ପ୍ରଜ୍ବଳନ ଓ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଗଙ୍ଗାଧର ମେହେର କ୍ଲବର ସଭ୍ୟ ମାନଙ୍କ ସହ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ର ଶତାଧିକ ଏନ୍ ଏନ୍ ସି ଛାତ୍ର ଯୋଗ ଦେଇଥିଲେ ।


    ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଓ ଗଙ୍ଗାଧର ମେହେର କ୍ଲବ ର ମିଳିତ ଆନୁକୁଲ୍ୟରେ କବି ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । କ୍ଲବ୍ ର ସଭାପତି ନରେନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ସହ ସାହିତ୍ୟିକ ଲକ୍ଷ୍ମୀ କାନ୍ତ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ସୁସାହିତ୍ୟିକ ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର, ସମ୍ମାନୀତ ବକ୍ତା ଡକ୍ଟର ଲକ୍ଷ୍ମଣ ମେହେର ଯୋଗ ଦେଇ ମେହେର ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଚିତ୍ରକୁଟ ମେହେରଙ୍କ କିଚକ ବଧର ଗଦ୍ୟାନୁବାଦ ପୁସ୍ତକ ଓ ସରୋଜ କୁମାର ଦାଶଙ୍କ ପଦ୍ମ ରାଗ ପୁସ୍ତକ କୁ ଉନ୍ମୋଚନ କରାଯାଇଥିଲା ।

    ଏହି ଅବସରରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ପ୍ରସାଦ ଗୋୟଲ୍ ଉପସ୍ଥିତ ରହି ଜାତୀୟ ରାଜପଥରେ ଥିବା କବିଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି ଜ୍ୟୋତି ଯାତ୍ରାର ଶୁଭାରମ୍ଭ କରିଥିଲେ ।

  • ବିଧାନସଭାରେ ଉଠିବ କଳାହାଣ୍ଡି ର କୃଷି ଓ କୃଷକ ପ୍ରସଙ୍ଗ

    ବିଧାନସଭାରେ ଉଠିବ କଳାହାଣ୍ଡି ର କୃଷି ଓ କୃଷକ ପ୍ରସଙ୍ଗ

    ସାରା ବିଶ୍ୱରେ ହଜାର ହଜାର ବର୍ଷ ପୂର୍ବରୁ ଧାନ ଉତ୍ପାଦନରେ ମୁଲସ୍ଥାନ ମଧ୍ୟରେ କଳାହାଣ୍ଡି ଅନ୍ତର୍ଭୁକ୍ତ | କଳାହାଣ୍ଡି ଜିଲ୍ଲାରେ ପାରମ୍ପରିକ ଉପାୟରେ ବନ୍ଧ, କଟା, ମୁଣ୍ଡା ଜରିଆରେ ଜମିକୁ ଜଳ ସେଚନ ବ୍ୟବସ୍ଥା ଥିଲା | କିନ୍ତୁ ଆଜିର ଦିନରେ ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପ ସ୍ଥାପନ ଓ କୃଷି ଉତ୍ପାଦନରେ ମୁଖ୍ୟ । ତେଣୁ ଏହି ପ୍ରସଙ୍ଗ ବିଧାନ ସଭାରେ ଉଠିବ ବୋଲି ଏହି କାର୍ଯ୍ୟକ୍ରମର ଆବାହକ ପୂର୍ବତ୍ତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜର ମତବ୍ୟକ୍ତ ରଖିଥିଲେ |ସେହିପରି ଜିଲ୍ଲା ର ପ୍ରତ୍ୟେକ ଚାଷ, ପଶୁପାଳନ ଉପରେ ଅତିଥି ମାନେ ଭବାନୀପାଟଣା ସ୍ଥିତ ଏସ ଏନ ରେସିଡେନ୍ସି ରେ ନିଜର ମତବ୍ୟକ୍ତ କରିଥିଲେ |ଏଥିରେ ଜିଲ୍ଲା ର ସଫଳ ଚାଷୀ ଜିଲ୍ଲାର ସମସ୍ତ ସାମ୍ବାଦିକ ବୁଦ୍ଧିଜୀବି ପ୍ରମୁଖ ଉପସ୍ଥିତ ଥିଲେ |

  • ଅନଲାଇନ ପ୍ରେମ ପଡିଲା ମହଙ୍ଗା

    ଅନଲାଇନ ପ୍ରେମ ପଡିଲା ମହଙ୍ଗା

    ଅନଲାଇନ ପ୍ରେମର ଏକ ଅଭାବନୀୟ ଦୃଶ୍ୟ କୁ ନେଇ ଏରସମା ବ୍ଲକ୍ ବଳେଇପୁର ପଞ୍ଚାୟତ ନିକଟ ତାନ୍ତେଇ ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ମହିଳାଙ୍କ ବେକ କଟିଦେଲେ ଯୁବକ । ମୋବାଇଲ ରୁ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ଆଜି ଯୁବକ ଜଣଙ୍କ ମହିଳାଙ୍କୁ ଭେଟିବାକୁ ଆସିଥିଲେ । ଉଭୟ କଥା ହେଉଥିବା ସମୟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯାହା ଫଳରେ ଉତ୍ୟକ୍ତ ଯୁବକ ଜଣଙ୍କ କୌଣସି ଧାରୁଆ ଅସ୍ତ୍ରରେ ମହିଳାଙ୍କ ବେକ କାଟି ଦେଇଥିଲେ ।

    ମହିଳା ଜଣଙ୍କ ରାସ୍ତା କଡ଼ରେ ପଡ଼ି ଚିତ୍କାର କରିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ କୁଜଙ୍ଗ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଖବରପାଇ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଂଚି ଯୁବକ ଜଣଙ୍କୁ କୁଜଙ୍ଗ ଥାନାରେ ଅଟକ ରଖାଯାଇଛି । ଯୁବକଙ୍କ ଘର ବ୍ରହ୍ମପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି ।

  • ପୁଲିଙ୍ଗ ପଦର ଗାଁରେ ବିଶ୍ୱ ଆଦିବାସୀ ଦିବସ ପାଳିତ

    ପୁଲିଙ୍ଗ ପଦର ଗାଁରେ ବିଶ୍ୱ ଆଦିବାସୀ ଦିବସ ପାଳିତ

    କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) କଳାହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଳକ ପୁଲିଙ୍ଗ୍ ପଦର ଗାଁ ଠାରେ ଆଜି ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି। କର୍ଲାପାଟ ଖଣ୍ଡୁଆଲ ମାଳି ସ୍ଥାୟୀ ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶତାଧିକ ପୁରୁଷ ଓ ମହିଳା ଯୋଗଦେଇ ଜଳ, ଜମି, ଓ ଜଙ୍ଗଲ ସୁରକ୍ଷା ସକାଶେ ଅଣ୍ଟା ଭିଡିଥିଲେ। ବେଆଇନ ପ୍ରକିୟାରେ ନିଲାମ ହୋଇଥିବା ଖଣି ଲିଜ ବାତିଲ, ଏବଂ ଖଣ୍ଡୁଆଲ ମାଳି ଜନ ଆନ୍ଦୋଳନ ର କର୍ମି ମାନଙ୍କ ବିରୋଧରେ ହୋଇଥିବା ସମସ୍ତ ମିଥ୍ୟା ମାମଲା ସହ ପ୍ରମୁଖ ଦାବି ନେଇ ସରକାର ଙ୍କୁ ବର୍ଷିଥିଲେ ଏଠାକାର ଅଞ୍ଚଳ ବାସୀ। ଏହି କାର୍ଯ୍ୟକ୍ରମ ରେ ଖଣ୍ଡୁଆଲ ମାଳି ସ୍ଥାୟୀ ସୁରକ୍ଷା କମିଟିର ସଭାପତି କାର୍ତ୍ତିକ ମାଝୀ, ସଂପାଦକ, ବ୍ରିଟିଶ କୁମାର, ସିପିଆଇ ଏମ୍ ଏଲ ଲିବରେସନ ର ନେତା ବିର ବଜରଙ୍ଗ ନାଏକ, ଦୁର୍ଗା ମାଝୀ, ଚମ୍ପା ମାଝୀ, ଙ୍କ ସମେତ ପ୍ରମୁଖ ସଂଗ୍ରାମୀ ଉପସ୍ଥିତ ଥିଲେ।

  • ବିଶ୍ଵ ଆଦିବାସୀ ଦିବସ ପାଳିତ

    ବିଶ୍ଵ ଆଦିବାସୀ ଦିବସ ପାଳିତ

    ଆଜି ବିଶ୍ୱ ପ୍ରସିଦ୍ଧ ଆଦିବାସୀ ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି । ଏହି ବିଶ୍ଵ ଆଦିବାସୀ ଦିବସ ରାୟଗଡ଼ା ଜିଲ୍ଲାର ୧୧ ଟି ବ୍ଲକରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ସାରା ବିଶ୍ବରେ ଆଦିବାସୀ ଦିବସ ପାଳନ କରୁଥିବା ବେଳେ ରାୟଗଡ଼ା ଜିଲ୍ଲା ର ରାୟଗଡ଼ା, ବିଷମକଟକ , ମୁନିଗୁଡା ବ୍ଲକ ଠାରେ ମହା ଆଡମ୍ବରରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି ।

    ଏହି ବିଶ୍ଵ ପ୍ରସିଦ୍ଧ ଆଦିବାସୀ ଦିବସରେ ଆଦିବାସୀ ମାନେ ପ୍ରଥମେ ନିଜର ଜଳ , ଜଙ୍ଗଲ, ମାଟି ,ପବନ ର ଅଧିକାରୀ ଆମେ ଆମ ମାଟି ଆମ ମା କୁ ଛାଡ଼ିବୁ ନାହିଁ ବୋଲି ସ୍ଳୋଗାନ ଦେଇ ସହର ପରିକ୍ରମା କରି ନିଜ ପାରମ୍ପରିକ ବାଜା ବଜାଇ ନୃତ୍ୟ ପରିବେଷଣ କରିଥିଲେ ।

    ବର୍ଷକୁ ଥରେ ଆସିଥାଏ ଏହି ବିଶ୍ଵ ଆଦିବାସୀ ଦିବସ । ଏହି ବିଶ୍ଵ ଆଦିବାସୀ ଦିବସ ରେ ଆଦିବାସୀ ମାନେ ତାଙ୍କର ପାରମ୍ପରିକ ନୃତ୍ୟ କୁ ସବୁଦିନ ପାଇଁ ବଜାଇ ରଖିବା ପାଇଁ ବିଭିନ୍ନ ଢ଼ଙ୍ଗରେ ନୃତ୍ୟ ପରିବେଷଣ କରି ସଚେତନ କରିବା ସହ ଏହି ବିଶ୍ଵ ଆଦିବାସୀ ଦିବସ ପାଳନ କରୁଥିବା ଦେଖିବାକୁ ମିଳୁଛି ।

  • ପ୍ରଜାପିତା ବ୍ରହ୍ମକୁମାରୀରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ

    ପ୍ରଜାପିତା ବ୍ରହ୍ମକୁମାରୀରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ

    ପାରାଦୀପରେ ଥିବା ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ପରିଚାଳିକା ଭଉଣୀ ସୁମନ ରକ୍ଷାବନ୍ଧନର ମହତ କଣ କାହିଁକି ରାକ୍ଷୀ ବନ୍ଧାଯାଏ ଏବଂ ପ୍ରକୃତ ରାକ୍ଷୀ କଣ ସେ ବିଷୟରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ । ରକ୍ଷା ବନ୍ଧନର ଉଦ୍ଦେଶ୍ୟ ହେଲା ଖରାପ ଜିନିଷ ଛାଡିବା ଓ ଭଲ ଜିନିଷ ଗ୍ରହଣ କରିବା ଏବଂ ଭଗବାନଙ୍କୁ ସ୍ମରଣ କରିବା ।

    ବର୍ତମାନ ସମାଜରେ ନାରୀ ମାନଙ୍କୁ ସମ୍ମାନ ଦେବା ସେମାନଙ୍କୁ ସ୍ନେହ ଶ୍ରଦ୍ଧା କରିବା ସହିତ ଜଣେ ରିକ୍ସାଚାଳକ ହେଉ କିମ୍ବା ଅନାଥ ପିଲା ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଏବଂ ସେମାନଙ୍କୁ ରାକ୍ଷୀ ବାନ୍ଧି ସେମାନଙ୍କ ସହିତ ମିଠା ମିଠା କଥା କହିବା ଭଳି କାର୍ଯ୍ୟକ୍ରମ ୫ ଦିନ ହେବ ପାରାଦୀପରେ ଥିବା ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପାଳନ କରାଯାଉଛି ବୋଲି ମୁଖ୍ୟ ପରିଚାଳିକା ପ୍ରକାଶ କରିଥିଲେ । ତେବେ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଭଉଣୀ ସୁମନ ଏବଂ ଅନ୍ୟ ଭଉଣୀମାନେ ରାକ୍ଷୀ ବାନ୍ଧିଥିଲେ |