Tag: suchanatv24x7

  • ରାଜ୍ୟ ଶାକଦ୍ୱୀପୀ ଦୈବଜ୍ଞ ବ୍ରାହ୍ମଣ ମହସଂଘର ସମ୍ମିଳନୀ

    ରାଜ୍ୟ ଶାକଦ୍ୱୀପୀ ଦୈବଜ୍ଞ ବ୍ରାହ୍ମଣ ମହସଂଘର ସମ୍ମିଳନୀ

    ଚାନ୍ଦବାଲିରେ ଶାକଦ୍ୱୀପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ପକ୍ଷରୁ ଏକ ସମ୍ମିଳନୀ ସ୍ଥାନିୟ ଅମ୍ବିକା ସଭାଗୃହରେ ଅନୁଷ୍ଟିତ ହୋଇ ଯାଇଛି । ଏହି ସଭାରେ ଶାକଦ୍ୱୀପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ଜିଲ୍ଲା ସଭାପତି ସୁଦାମ କୁମାର ପଣ୍ଡିତ ଯୋଗଦେଇ ଏହି ସମ୍ମିଳନୀଙ୍କୁ ଉଦଘାଟାନ କରିବା ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

    ସମାଜରେ ଧର୍ମକୁ ରକ୍ଷା କରିବା ପାଇଁ ଶାକଦ୍ୱୀପୀ ଦୈବିଜ୍ଞ ବ୍ରାହ୍ମଣ ମାନେ କେମିତି ନତି ନିୟମ ଧାରା ବଜାୟ ରଖିବେ ଏବଂ ସେମାନଙ୍କର ସମାଜିକ ବିକାଶ ହୋଇପାରିବ ସେନେଇ ମହାସଂଘର ଏହି ସାଧୁ ଉଦ୍ୟମ ବୋଲି ସହାସଂଘର ସଭପତି ପ୍ରକାଶ କରିଥିଲେ । ମହାସଂଘ ପକ୍ଷରୁ ବ୍ରାହ୍ମଣ ମାନଙ୍କୁ ଆଇ କାର୍ଡ ବଣ୍ଟନ କରା ଯାଇ ଥିଲା l

    ଏହି କାର୍ଯ୍ୟକ୍ରମରେ ପଣ୍ଡିତ ରଙ୍ଗାଧର ମହାପାତ୍ର, ବିଜୟ କୁମାର ପଣ୍ଡିତ, ରଞ୍ଜନ କୁମାର ପଣ୍ଡିତ, ସୁଶାନ୍ତ ମୋହରଣ୍ୟ, ହେମନ୍ତ କୁମାର ପଣ୍ଡିତ, ଶଶୀଭୁଷଣ ପଣ୍ଡିତ, ଦ୍ୱାରିକାନାଥ ଗ୍ରହଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଆଚାର୍ଯ୍ୟମଣି ଶଙ୍କର ପଣ୍ଡିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

  • ଦାୟିତ୍ଵ ନେବା ପୂର୍ବରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପ୍ରତୀକ ସିଂ

    ଦାୟିତ୍ଵ ନେବା ପୂର୍ବରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପ୍ରତୀକ ସିଂ

    ପୁରୀର ନୂତନ ଏସପି ଭାବେ ଦାୟିତ୍ଵ ନେଇଛନ୍ତି ଆଇପିଏସ୍ ପ୍ରତୀକ ସିଂ । ବିଧିବଦ୍ଧ ଭାବରେ ଦାୟିତ୍ଵ ନେବା ପୂର୍ବରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପ୍ରତୀକ ସିଂ ।

    ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ସେ ପହଞ୍ଚିବା ପରେ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀ ଏବଂ ସେବାୟତମାନେ ସ୍ବାଗତ କରିଥିଲେ । ପରେ ଶ୍ରୀମନ୍ଦିର କୁ ଯାଇ ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ କରିବା ପରେ ନିଜ ପ୍ରତିକ୍ରିୟାରେ ପୁରୀର ନୂତନ ଏସପି ପ୍ରତୀକ ସିଂ କହିଛନ୍ତି ପୁରୀରେ ଏସପି ଭାବରେ ନିଯୁକ୍ତି ହେବା ମୋ ପାଇଁ ବହୁତ ସୌଭାଗ୍ୟର କଥା ।

    ମହାପ୍ରଭୁଙ୍କର ଆଶୀର୍ବାଦ ନେଇ ଆଗାମୀ କାର୍ଯ୍ୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ପ୍ରତୀକ ସିଂ । ଶ୍ରୀମନ୍ଦିରର ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପୋଲିସର ମୁଖ୍ୟ ପ୍ରାଥମିକତା କାର୍ଯ୍ୟ ହେବ ବୋଲି ସେ କହିଛନ୍ତି । ସେହିପରି ପୁରୀ ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରି ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ନୂତନ ଏସପି ପ୍ରତୀକ ସିଂ କହିଛନ୍ତି ।

  • ମାହାଙ୍ଗା ଡିଜିଟାଲ ମିଡ଼ିଆ ଆସୋସିଏସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

    ମାହାଙ୍ଗା ଡିଜିଟାଲ ମିଡ଼ିଆ ଆସୋସିଏସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

    ଆପଣ ମାନେ ସାମ୍ବାଦିକ ଦେଖିଥିବେ ହେଲେ ଏଭଳି ନିଆରା ସାମ୍ବାଦିକ ଦେଖିନଥିବେ । ଆମେ କହୁଚୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ର ମାହାଙ୍ଗା ଡ଼ିଜିଟାଲ୍ ମିଡ଼ିଆ ଆସୋସେସନ୍ ର ସାମ୍ବାଦିକ ଭାଇ ମାନଙ୍କ କଥା ଯାହାଙ୍କ ପ୍ରଚେଷ୍ଟାରେ ଅନେକ ଲୋକ ଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ସୁଧୁରିବା ସହିତ କାହାର ଦାନ୍ତ ଓପୋଡା ଯାଇଛି ତ କାହାର, ଆଖି କୁ ନ ଦେଖା ଯିବା ଭଳି ସମସ୍ୟା ର ସମାଧାନ କରାଯାଇଛି ।

    ଏଭଳି ଅନେକ ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ର ସମାଧାନ ପାଇଁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁସୁପୁର ପଂଚାୟତ ସ୍ଥିତ କୁସୁପୁର ଦଶହରା ପଡିଆ ଠାରେ ମାହାଙ୍ଗା ଡିଜିଟାଲ ମିଡ଼ିଆ ଆସୋସିଏସନ ତରଫରୁ ମାଗଣା ଦାନ୍ତ, ଚକ୍ଷୁ ଓ ହୋମିଓ ପଥିକ ରକ୍ତ ଶର୍କରା ପରିକ୍ଷଣ, ରକ୍ତଚାପ ପରିକ୍ଷଣ ଶିବିର ଆଦି ଅନୁଷ୍ଠିତ ହୋଇଯାଇଛି I

    ଏହି ଶିବିରକୁ ମିଡ଼ିଆ ସଂଗଠନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଅମରେନ୍ଦ୍ର ସିଂହ ଉଦଘାଟନ କରିବା ସହିତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

    ଏହି ଶିବିରରେ ଦୁଇ ଶହରୁ ଉର୍ଦ୍ଧ ମହିଳା ଓ ପୁରୁଷ ନାମ ପଞ୍ଜିକରଣ କରି ଆବଶ୍ୟକ ଚିକିତ୍ସା ସେବା ନେଇଥିଲେ। I ଏହି ଶିବିରରେ ଡାକ୍ତର ସରୋଜ କୁମାର ବେହେରା, ଡାକ୍ତର ଶୈଳଜା ପଣ୍ଡା, ଡାକ୍ତର ଅନିଶା ଦତ୍ତ, ଡାକ୍ତର ସହର୍ଷ ଭିର ଝା,ଡାକ୍ତର ନରେନ୍ଦ୍ର କୁମାର ସାହୁ, ଡାକ୍ତର ସୃତି ମଲିକ, ଡାକ୍ତର ଅଶୋକ କୁମାର ସାହୁ, ଡାକ୍ତର ଏସ. ଆର ଦ୍ବିବେଦୀ ପ୍ରମୁଖ ଯୋଗ ଦେଇ ଶିବିରରେ ଯୋଗ ଦେଇଥିବା ରୋଗୀ ମାନଙ୍କ ଦାନ୍ତ, ଚକ୍ଷୁ ଓ ରକ୍ତ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା I


  • ସବୁ ଏକା ହଡପ କରିବାକୁ ଯୋଜନା!

    ସବୁ ଏକା ହଡପ କରିବାକୁ ଯୋଜନା!

    ଆଗରୁ ଖୋଲୁନଥିଲେ ମୁହଁ, ଏବେ ଦଳ ଯିବା ପରେ ସବୁ ଖୋଲିଲେଣି ମୁହଁ, ଆଗରୁ ବିଜେପି ବିରୋଧୀ ଆସନରେ ଥିବା ବେଳେ ଦଳର ସୁପ୍ରିମୋଙ୍କୁ କମ ବେଶୀ ଧୋଉଥିଲେ ପାଣ୍ଡିଆନଙ୍କୁ, ଏବେ ଶଙ୍ଖ ଦଳର କିଛି ଗୋଷ୍ଠୀ ଧୋଉଛନ୍ତି ପାଣ୍ଡିଆନଙ୍କୁ, ଖୋଲୁଛନ୍ତି ପୋଲ ଯାହା ବିଜେଡି କୋଟେରୀ ଗୋଷ୍ଠୀଙ୍କୁ ଚିନ୍ତାରେ ପକାଇଛି, ହଁ ଦର୍ଶକବନ୍ଧୁ, ବିଜେଡି ସୁପ୍ରିମୋ ନବୀନଙ୍କ ଅସୁସ୍ଥତା ହେଲା ପାଣ୍ଡିଆନଙ୍କ ଆବିର୍ଭାବର କାରଣ, ଯାହା ପରେ ବିଜେଡିର ଘରକଳିକୁ ପଦାରେ ପକାଇଛି, ରାଜା ସ୍ୱାଇଁଙ୍କୁ ଦଳରୁ ବିଦା କରିବା ପାଇଁ ପାଣ୍ଡିଆନଙ୍କ ଧମକ ପରେ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଅହଂକାର ମନ୍ତବ୍ୟ ପରେ ରାଜା ପାଣ୍ଡିଆନଙ୍କ ମନ୍ତବ୍ୟ କୁ ହସରେ ଉଡାଇବା ପରେ ସୁଜାତା କୋଟେରୀ ଗୋଷ୍ଠୀଙ୍କୁ ନେଇ ବୈଠକ କରିବା ବିଜେଡିରେ ବଡ଼ ଗଡ଼ବଡ ଥିବା ଦର୍ଶାଉଛି, ଏହାସହ ଏବେ ବିଜେପି ନେତା ସରୋଜ ପାଢ଼ୀଙ୍କ ବୟାନ ନିଆଁରେ ଘିଅ ଢ଼ାଳିବା ସଦୃଶ ହୋଇଛି,

    ଦର୍ଶକବନ୍ଧୁ, ବିଜେଡିରେ ଲାଗିରହିଥିବା ପାଣ୍ଡିଆନ ଝଡ ମଧ୍ୟରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ, ସେ କହିଛନ୍ତି ପାର୍ଟି ଫଣ୍ଡ ହଡ଼ପ କରିବା ଲାଗି ନବୀନଙ୍କ ପାଖରେ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ୍, ବିଜେଡି ପାର୍ଟି ଫଣ୍ଡ ପାଇଁ କେତେବେଳେ ନବୀନ ପଟ୍ଟନାୟକଙ୍କର କଣ ହେବ କେହି କହି ପାରିବେ ନାହିଁ।ଯେଉଁଠି ରାଜ୍ୟବାସୀ କି ବିଜେଡିର କେହି ନେତା ପାଣ୍ଡିଆନଙ୍କୁ ଗ୍ରହଣ କରୁ ନାହାନ୍ତି, ସେଠି ପାଣ୍ଡିଆନ ନବୀନଙ୍କୁ ଜବରଦସ୍ତି ଭିଡ଼ି ଧରି ରଖିବା ପଛରେ ସ୍ୱାର୍ଥ କଣ ତାହା ଜଣା ପଡ଼ି ଯାଇଛି। ବିଜେଡି ପାଣ୍ଠିରେ ୧୦୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ରହିଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ନବୀନ ଯଦି ପାଣ୍ଡିଆନ୍ ଦମ୍ପତିଙ୍କୁ ଦାୟିତ୍ବ ଦେଇ ଦେବେ, ତେବେ ସେହି ଟଙ୍କାର ମାଲିକ ହୋଇଯିବେ ସେମାନେ। ସେଥିପାଇଁ କୋଟେରୀ ଗ୍ରୁପକୁ ଧରି ବିଜେଡିରେ ଏଣ୍ଟ୍ରି ପାଇଁ ଯୋଜନା କରୁଛନ୍ତି ପାଣ୍ଡିଆନ ଦମ୍ପତି। ରାଜା ସ୍ୱାଇଁଙ୍କ ଭଳି ବରିଷ୍ଠ ନେତାଙ୍କୁ ପାଣ୍ଡିଆନ୍ ଏଭଳି ବ୍ୟବହାର କରିବା କେହି ହଜମ କରି ପାରୁ ନାହାନ୍ତି। ଆମେ ଶୁଣୁଛୁ, ନବୀନ ପଟ୍ଟନାୟକଙ୍କ ଭାଇ ଆସିଥିଲେ କାଳେ ପାଣ୍ଡିଆନଙ୍କୁ ଗାଳି କରି ଯାଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି, ଦଳରେ ଯାହା ହେବ ଆମେ ବୁଝିବୁ । ତୁମେ କିଏ ବୋଲି କହିଛନ୍ତି

  • ଡମ୍ପର ପିଛା ୫୦୦୦ ଦିଅ ଆଉ ଗାଡି ନେଇ ଯାଅ!

    ଡମ୍ପର ପିଛା ୫୦୦୦ ଦିଅ ଆଉ ଗାଡି ନେଇ ଯାଅ!

    କମର୍ଦ୍ଦା ପୋଲିସର ମନମାନୀ ASI ଗୋରୁଚର ବେହରା ଯିଏ ଡମ୍ପର ପିଛା ମାସକୁ ୫୦୦୦ଟଙ୍କା ଦେଉଛି ତା ଗାଡିକୁ ଛଡା ଯାଉଛି, ଯିଏ ନ ଦେଉଛି ତାକ ଗାଡିକୁ ଜବତ କରା ଯାଉଛି। କର୍ମଦ୍ଦା ପୋଲିସ ଓ ବାଲି ମାଫିଆଙ୍କ ଲୁଚକାଳି ଖେଳ,ଏଥିରେ ସାମିଲ ଅଛନ୍ତି ପ୍ରଶାସନର ବଡ଼ ବଡ଼ ବାବୁମାନେ। ଏଠି ପ୍ରଶ୍ନ ଉଠୁଛି କେମିତିକା ଶାସନ ଏ କଣ ଏମିତି ଚାଲିଛି କର୍ମଦ୍ଦାର ପୋଲିସ ବିଭାଗ। ପୋଲିସ ବିଭାଗର ରିମୋଟ କାହା ହାତରେ ଆଉ ତାକୁ ଧରିଛି କିଏ? ଚର୍ଚ୍ଚାରେ ଏବେ ପୋଲିସ ASI ଗୋରୁ ଚରଣ ବେହେରା।

    ଓଡିଶାରୁ ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ବେଳେ ୪ଟି ବାଲି ବୋଝେଇ ଡମ୍ପର ଜବଦ କଲା ପୋଲିସ, ହେଲେ ଦିନ ରାତି ଶହଶହ ଡମ୍ପର ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ବାଲି କିନ୍ତୁ ଧରିବା ପାଇଁ ବିଫଳ ସାଜିଛି କର୍ମଦ୍ଦା ପୋଲିସ।ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଛକ ନିକଟରେ ଟଙ୍କା ନ ଦେବାରୁ ଚୋରା ବାଲି ଡମ୍ପର ଜବଦ କରିଛି କମର୍ଦ୍ଦା ପୋଲିସ, ଚଢ଼ାଉ ସମୟରେ ଗାଡି ଡ୍ରାଇଭରକୁ ଧମକ ଦେବାରୁ ଡ୍ରାଇଭର ଫେରାର ହୋଇଯାଇଛି, ସୁବର୍ଣ୍ଣରେଖା ନଦୀରୁ ଏବେ ଲିଜ୍ ଧାରୀ ଖାଦାନରୁ ବାଲି ଉତ୍ତୋଳନ ବନ୍ଦ ଥିବା ବେଳେ ମାଫିଆ ମାନେ ନୌକା ସାହାଯ୍ୟରେ ବାଲି ଉତ୍ତୋଳନ କରି ପ୍ରତେକଦିନ ଶହ ଶହ ଟ୍ରିପ ବାଲି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଛନ୍ତି I ହେଲେ ASI ବାବୁ ଟଙ୍କା ନେଇ ଚୁପ ବସିଛନ୍ତି ।

    ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉ ଥିବାବେଳେ ମାଲେମାଲ ହେଉଛନ୍ତି ମାଫିଆ ଓ ପୋଲିସ। ପ୍ରାୟତଃ ରାତିରେ ଡମ୍ପରରେ ପଶ୍ଚିମବଙ୍ଗକୁ ଚୋରା ବାଲି ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ କମର୍ଦ୍ଦା ପୋଲିସ ପକ୍ଷରୁ ଚଢଉ କରାଯାଇ ୪ଟି ବାଲି ବୋଝେଇ ଡମ୍ପର ଜବଦ କରାଯାଇଛି, ଅନ୍ୟପଟେ ବାକି ଗାଡ଼ିକୁ ଧରିବା ପାଇଁ କର୍ମଦ୍ଦା ପୋଲିସ ଘଣ୍ଟ ଘୋଡାଉଛି। କର୍ମଦ୍ଦା ଅଞ୍ଚଳରେ ଗଣତନ୍ତ୍ର ସମ୍ପୁର୍ଣ୍ଣ ଭାବେ ଭୁଷୁଡି ପଡିଛି। ରାଜ୍ୟରେ ଚାଲିଛି ଅଫିସର ଶାସନ । ପୋଲିସ ବାବୁଙ୍କ ଜାଣତରେ ଚାଲିଛି ବେଆଇନ ବାଲି ଚାଲାଣ ଯାହାକୁ ନେଇ ସାଧାରଣରେ ଉଠୁଛି ପ୍ରଶ୍ନ ।

  • ବେଟିଂ ମାମଲାରେ କଂଗ୍ରେସ ବିଧାୟକ ଗିରଫ

    ବେଟିଂ ମାମଲାରେ କଂଗ୍ରେସ ବିଧାୟକ ଗିରଫ

    ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କର୍ଣ୍ଣାଟକ କଂଗ୍ରେସ ବିଧାୟକ କେସି ବୀରେନ୍ଦ୍ରଙ୍କୁ ଗ୍ୟାଙ୍ଗଟକ୍‌ରୁ ଗିରଫ କରିଛି। ବେଆଇନ ଅନ୍‌ଲାଇନ ଏବଂ ଅଫ୍‌ଲାଇନ୍‌ ବେଟିଂ ମାମଲାରେ ଇଡି ବୀରେନ୍ଦ୍ରଙ୍କୁ ଗିରଫ କରିଛି । ବୀରେନ୍ଦ୍ରଙ୍କ ୩୦ଟି ଠିକଣାରେ ଇଡି ଚଢ଼ଉ କରି ନଗଦ ୧୨ କୋଟି ଟଙ୍କା ଏବଂ ୬ ‌କୋଟି ଟଙ୍କାର ସୁନା ଜବତ କରିଛି। ଏଥିସହ ୧୦ କିଲୋ ରୁପ‌ା ଏବଂ ୪ଟି ଗାଡ଼ି ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ୧୭ଟି ବ୍ୟାଙ୍କ ଆକାଉଣ୍ଟ୍‌ ଏବଂ ୨ଟି ବ୍ୟାଙ୍କ ଲକର୍‌ ଅଚଳ କରିଦେଇଛି ।

    ବୀରେନ୍ଦ୍ରଙ୍କ ଭାଇ କେସି ନାଗରାଜ ଏବଂ ତାଙ୍କ ପୁଅ ପୃଥ୍ବୀ ଏନ୍‌ ରାଜ୍‌ଙ୍କ ବାସଭବନରୁ ମଧ୍ୟ ଅନେକ ସମ୍ପତ୍ତି ଜବତ ହୋଇଛି । ବୀରେନ୍ଦ୍ରଙ୍କ ଅନ୍ୟ ସହ‌ଯୋଗୀ ତଥା ଭାଇ କେସି ଥିପ୍ପେସ୍ବାମୀ ଏବଂ ପୃଥ୍ବୀ ଏନ୍‌ ରାଜ୍‌ ଦୁବାଇରୁ ଅନ୍‌ଲାଇନ ଗେମିଙ୍ଗ ଅପରେସନ୍‌ ଚଳାଉଛନ୍ତି । ବିଧାୟକ ବୀରେନ୍ଦ୍ର ତାଙ୍କ ସହଯୋଗୀମାନଙ୍କ ସହ ସିକ୍କିମର ଗ୍ୟାଙ୍ଗଟକ୍‌ ଯାଇଥିଲେ ଯେଉଁଠାରେ କାସି ନୋ ପାଇଁ ସେ ଏକ ଜମି ଲିଜ୍‌ରେ ଦେଇଥିଲେ। ବୀରେନ୍ଦ୍ରଙ୍କୁ ଗିରଫ କରାଯାଇ ଗ୍ୟାଙ୍ଗଟକ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯାଇଛି । ଅନ୍ୟପକ୍ଷେ ଗୋଆରେ ଇଡି ୫ଟି କ୍ୟାସିନୋରେ ସର୍ଚ୍ଚ ଅପରେସନ୍‌ ଚଳାଇଥିଲା। ଉକ୍ତ ୫ଟି ଯାକ କ୍ୟାସିନୋ ବିଧାୟକଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାର ଏକ ଅଂଶବିଶେଷ।

  • ଦିଲ୍ଲୀ-NCRରେ ବୁଲା କୁକୁରଙ୍କ ଉପରେ ଆଜି ‘ସର୍ବୋଚ୍ଚ’ ନିଷ୍ପତ୍ତି

    ଦିଲ୍ଲୀ-NCRରେ ବୁଲା କୁକୁରଙ୍କ ଉପରେ ଆଜି ‘ସର୍ବୋଚ୍ଚ’ ନିଷ୍ପତ୍ତି

    ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟ ଯେଉଁ ନିର୍ଦେଶ ଦେଇଛନ୍ତି, ତାହାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଗୋଟିଏ ଖଣ୍ଡପୀଠ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରିବାକୁ ନିର୍ଦେଶ ଦେଇଥିବାବେଳେ ଅନ୍ୟ ଏକ ଖଣ୍ଡପୀଠ ବୁଲା କୁକୁରଙ୍କୁ ତୁରନ୍ତ ହଟାଇ ଆଶ୍ରୟସ୍ଥଳରେ ରଖିବାକୁ ନିର୍ଦେଶ ଦେଇଛନ୍ତି।

    ୨୦୨୪ରେ ସୁପ୍ରିମକୋର୍ଟରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ସମ୍ପର୍କିତ ମାମଲାର ଶୁଣାଣି କରାଯାଇଥିଲା। ବୁଲା କୁକୁରଙ୍କ ବନ୍ଧ୍ୟାକରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଜଷ୍ଟିସ ସଞ୍ଜୟ କାରୋଲ ଓ ଜଷ୍ଟିସ ଜେ.କେ.ମାହେଶ୍ବରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସେତେବେଳେ ରାୟ ଦେଇଥିଲେ।

    ଆଜି ସୁପ୍ରିମକୋର୍ଟ ବୁଲା କୁକୁରମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇପାରନ୍ତି। ସୁପ୍ରିମକୋର୍ଟର ତିନି ଜଣ ବିଚାରପତିଙ୍କ ଖଣ୍ଡପୀଠ ସକାଳ 10:30 ରେ ନିଷ୍ପତ୍ତି ଦେବା ଆରମ୍ଭ କରିବେ। ଅଗଷ୍ଟ 14 ରେ, ତିନି ଜଣ ବିଚାରପତିଙ୍କ ଖଣ୍ଡପୀଠ ଶୁଣାଣି ପରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ସେଲଟର ହୋମରେ ବୁଲା କୁକୁରମାନଙ୍କୁ ରଖିବା ପାଇଁ ଡବଲ୍ ବେଞ୍ଚର ନିଷ୍ପତ୍ତି ଉପରେ କୌଣସି ପ୍ରକାରର ସ୍ଥଗିତାଦେଶ ଆବଶ୍ୟକ କି ନାହିଁ ତାହା ଆଜି ସୁପ୍ରିମକୋର୍ଟ ଖଣ୍ଡପୀଠ ନିଷ୍ପତ୍ତି ନେବେ।

    ପୂର୍ବରୁ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ବୁଲୁଥିବା କୁକୁରମାନଙ୍କୁ ଆଶ୍ରୟସ୍ଥଳୀକୁ ପଠାଇବା ପାଇଁ ନିଷ୍ପତ୍ତି ଦେଇଥିଲେ, ଯାହା ବିରୁଦ୍ଧରେ ଏକ ଆବେଦନ ପରେ ଏକ ତିନି ଜଣିଆ ଖଣ୍ଡପୀଠ ଗଠନ କରାଯାଇଥିଲା। ଏହି ଖଣ୍ଡପୀଠ ସମ୍ମୁଖରେ ବୁଲୁଥିବା କୁକୁରମାନଙ୍କୁ ଆଶ୍ରୟସ୍ଥଳୀରେ ରଖିବା ନିଷ୍ପତ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଲଗାଇବା ପାଇଁ ଦାବି କରାଯାଇଥିଲା, ଯାହା ଉପରେ କୋର୍ଟ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

    ହେଲେ, ଆଜି ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରି ସ୍ପଷ୍ଟ କରିବେ ଯେ ବୁଲୁଥିବା କୁକୁରମାନଙ୍କୁ ଆଶ୍ରୟସ୍ଥଳୀରେ ରଖିବା ପାଇଁ ନିର୍ଦ୍ଦେଶ ଉପରେ କୌଣସି ପ୍ରକାରର ସ୍ଥଗିତାଦେଶ ଆବଶ୍ୟକ କି? ବିଚାରପତି ବିକ୍ରମ ନାଥ, ବିଚାରପତି ସନ୍ଦୀପ ମେହେଟ୍ଟା ଏବଂ ବିଚାରପତି ଏନଭି ଅଞ୍ଜାରିଆଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେବାକୁ ଯାଉଛନ୍ତି।

  • ପୋଖରୀରେ ବୁଡ଼ି ଯୁବକ ମୃତ୍ୟୁ

    ପୋଖରୀରେ ବୁଡ଼ି ଯୁବକ ମୃତ୍ୟୁ

    କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଧୀନ ତାଳବନ୍ଧ ପୋଖରୀ କୁ ଗାଧୋଇବାକୁ ଯାଇ ପାଣି ରେ ବୁଡ଼ି ଯୁବକ ଜଣକ ଙ୍କ ମୃତ୍ୟୁ ହୋଇଛି |ଯୁବକ ଜଣକ ହେଲେ ଜୁନାଗଡ଼ ସହର ସ୍ଥିତ ତାଳବନ୍ଧ ପଡା ର କୋଟି ମହାଳିକ | ଜୁନାଗଡ଼ ପୋଲିସ ଘଟଣା ସ୍ଥଳ କୁ ଯାଇ ଶବ ଉଦ୍ଧାର କରିବା ସହ , ଶବ ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ୟ କେନ୍ଦ୍ର କୁ ପଠେଇ ଘଟଣା ର ଅଧିକ ତଦନ୍ତ ଚଳାଇଛି ।

  • ୫୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂତନ ଶ୍ରେଣୀଗୃହ ନିର୍ମାଣ

    ୫୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂତନ ଶ୍ରେଣୀଗୃହ ନିର୍ମାଣ

    ପାରାଦୀପ ଗଡ ପଞ୍ଚାୟତରେ ଥିବା ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଉଦଘାଟିତ ହୋଇଯାଇଛି । ଉନ୍ନତ ମାନର ଶିକ୍ଷା ପ୍ରଦାନ ପାଇଁ ପାରାଦୀପ ଗଡରେ ଶ୍ରେଣୀ ଗୃହର ଆବଶ୍ୟକ‌ତା ରହିଥିଲା । ଏହାକୁ ଦୃଷ୍ଟିରେ ରଖି ସିଏସଆର ଫଣ୍ଡ୍ ମାଧ୍ୟମରେ ପାଖାପାଖି ୫୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂତନ କରି ଶ୍ରେଣୀଗୃହ ନିର୍ମାଣ କରିଛନ୍ତି ଇଣ୍ଡିଆନ ଅଏଲ ଆଦାନୀ ଭେନଚର୍ । କେବଳ ନୂତନ ଶ୍ରେଣୀ ଗୃହ ନୁହେଁ ପୂର୍ବରୁ ଏହି ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ର, ଛାତ୍ରୀମାନଙ୍କ ପାଇଁ ଆଦାନୀ ଭେନଚର୍ ପକ୍ଷରୁ ପରିଶ୍ରାଗାର ସହିତ ପାଚେରୀ କାର୍ଯ୍ୟ ମଧ୍ୟ କରାଯାଇଥିଲା ।

    ଇଣ୍ଡିଆନ ଅଏଲ ଆଦାନୀ ଭେନଚର୍ ର ସିଏସଆର ର ଏକ ସ୍ବତନ୍ତ୍ର ଟିମ ଶ୍ରୀମା ବିଦ୍ୟାଳୟକୁ ଆସି ଶିକ୍ଷା କୁ ଆଗକୁ ନେବା ପାଇଁ ଯାହା ଯାହା ଆବଶ୍ୟକ ତାହାର ଅନୁଧ୍ୟାନ କରିବା ପରେ ନୂତନ କରି ଶ୍ରେଣୀ ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସରିବା ପରେ ଶ୍ରେଣୀଗୃହକୁ ହସ୍ତାନ୍ତର କରିବା ଅବସରରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

    ଏହି କାର୍ଯ୍ୟକ୍ରମରେ ପାରାଦୀପ ଗଡ ପଂଚାୟତର ସରପଞ୍ଚ ଙ୍କ ସମେତ ଇଣ୍ଡିଆନ ଅଏଲ ଆଦାନୀ ଭେନଚର ର ଅଧିକାରୀ ମାନେ ଯୋଗ ଦେଇ ଶ୍ରେଣୀଗୃହକୁ ସ୍କୁଲ କୁ ହସ୍ତାନ୍ତର କରିଥିଲେ । ଆଗାମୀ ଦିନରେ ଏହି ସଂସ୍ଥା ବିଦ୍ୟାର୍ଥୀ ମାନଙ୍କ ପାଇଁ ଏବଂ ସମାଜ ପାଇଁ ଯାହା ଆବଶ୍ୟକ ତାହା କରିବ ବୋଲି ଇଣ୍ଡିଆନ ଅଏଲ ଆଦାନୀ ଭେନଚର ପକ୍ଷରୁ କୁହାଯାଇଛି ।

  • ପାକିସ୍ତାନରେ ତାଣ୍ତବ ରଚୁଛି ବନ୍ୟା

    ପାକିସ୍ତାନରେ ତାଣ୍ତବ ରଚୁଛି ବନ୍ୟା

    ପାଣିରେ ଭାସୁଛି ପାକିସ୍ତାନ …. ହନ୍ତସନ୍ତ ହେଲେଣି ପାକିସ୍ତାନି … ବର୍ଷା, ଭୂସ୍ଖଳନରେ ମୃତକଙ୍କ ସଂଖ୍ଯା ହଜାରେ …ଆତଙ୍କିତ ଲୋକେ … ପାକିସ୍ତାନରେ ବନ୍ୟା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ବର୍ଷା, ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ହଜାରେ ଟପିବା ଆଶଙ୍କା ଦେଖାଦେଲାଣି। ଉତ୍ତର ପାକିସ୍ତାନରେ ବନ୍ୟାର ତାଣ୍ଡବରେ ହାହାକାର ଖେଳିଯାଇଛି। କ୍ଷୟକ୍ଷତି ଯେତିକି ହୋଇଛି ମୃତ୍ୟୁ ସଂଖ୍ୟା ବି ସେତିକି ବଢୁଛି । ଅଗଷ୍ଟ ୧୫ ଠାରୁ ପାକିସ୍ତାନରେ ଲଗାଣ ବର୍ଷା କାଳ ସାଜିଛି। ବାଦଲ ଫଟା ବର୍ଷା କାରଣରୁ ପାକିସ୍ତାନରେ ଧରାଲି ଓ କିସ୍ତଓ୍ବାର ପରି ପରିସ୍ଥିତି ଉପୁଜିଛି। ବନ୍ୟାରେ ପାଇଁ ସବୁଠୁ ଅଧିକ ଖାଇବର ପଖତୁନଖ୍ବା ପ୍ରଭାବିତ ହୋଇଛି। ଏହି ଅଞ୍ଚଳରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୩୧୪ରେ ପହଞ୍ଚିଛି ଏବଂ ୧୫୬ ଜଣ ଗୁରୁତର ଆହତ ହୋଇଛନ୍ତି ।

    ପାକିସ୍ତାନରେ ତାଣ୍ଡବ ରଚୁଛି ପ୍ରକୃତି । ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି । ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ବନ୍ୟା ବିଭୀଷିକା। ପାକିସ୍ତାନର ବୁନେରରେ ବନ୍ୟାରୁ ବଞ୍ଚିଯାଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେ ଦ୍ରୁତ ବନ୍ୟା ପାଣିରେ ଶହ ଶହ ପଥର ଏବଂ ବଡ଼ ବଡ଼ ପଥର ପଡ଼ିଥିବାର ଦେଖିଛନ୍ତି। ଜରୁରୀକାଳୀନ ସେବା ମୁଖପାତ୍ର କହିଛନ୍ତି ଯେ ଶହ ଶହ ଉଦ୍ଧାରକାରୀ ଏବେ ବି ବୁନେରରେ ବଞ୍ଚିଥିବା ଲୋକଙ୍କୁ ଖୋଜୁଛନ୍ତି।

    ଶୁକ୍ରବାର ଦିନ ମୁଷଳଧାରାରେ ବର୍ଷା ଏବଂ ବାଦଲ ଫଟା ବର୍ଷା ଯୋଗୁଁ ଖାଇବର ପଖତୁନଖ୍ୱା ପ୍ରଦେଶର ଏହି ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା । ବନ୍ୟାରେ ଅନେକ ଘର ଭାସି ଯାଇଥିଲା। ପାକିସ୍ତାନର ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ଯେ ଆଗାମୀ ଦିନରେ ପ୍ରବଳ ବର୍ଷା ହୋଇପାରେ।