Tag: suchanatv24x7

  • ଶିକ୍ଷା ବିକାଶ ପରିଷଦର ପକ୍ଷରୁ ଗୁରୁଦିବସ ପାଳିତ

    ଶିକ୍ଷା ବିକାଶ ପରିଷଦର ପକ୍ଷରୁ ଗୁରୁଦିବସ ପାଳିତ

    ପବିତ୍ରଗୁରୁ ଦିବସରେ ଶିକ୍ଷାବିକାଶ ପରିଷଦ ପକ୍ଷରୁ ବୁଦ୍ଧରାଜା ସରକାରୀ ବିଦ୍ୟାପୀଠରେ ଷୋଡଶତମ ବାର୍ଷିକ ସମାରୋହ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦାନଗଦି ବିଡ଼ିଓ ପ୍ରଦୀପ କୁମାର ସେଠୀ ଯୋଗଦେଇଥିଲେ ଓ ମୁଖ୍ୟ ବକ୍ତା ଭାବେ ପ୍ରଫୁଲ୍ଲ କୁମାର ଚକ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଵିଧିବଦ୍ଧ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

    ଉତ୍ସବ ଆରମ୍ଭରୁ ମୃତ୍ୟୁ ବରଣ କରିଥିବା ଶିକ୍ଷକଙ୍କ ଉଦେଶ୍ୟରେ ଆତ୍ମାର ସଦଗତି କାମନାରେ ୨ମିନିଟ ନୀରବ ପାର୍ଥନା କରାଯାଇଥିଲା ।

    ଏହି ଅବସରରେ ପ୍ରଦୀପ ସେଠୀଙ୍କ ଦ୍ବାରା ମୁଖପତ୍ର”ଜ୍ୟୋତିପ୍ରଭା ପତ୍ରିକା “ଉନ୍ମୋଚିତ ହୋଇଛି । ଏହି ପରିପ୍ରେକ୍ଷୀରେ ବିଡିଓ ଶ୍ରୀ ସେଠୀ ଶିକ୍ଷା ବିକାଶ ପରିଷଦ ଦାନଗଦୀର ଶିକ୍ଷକଙ୍କୁ ଏଭଳି କାର୍ଯ୍ୟକ୍ରମକୁ ପ୍ରସଂସା କରିଥିଲେ ।

    ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କର ପ୍ରତିନିଧି ପ୍ରଶାନ୍ତ ରାୟ,ଶିକ୍ଷା ବିକାଶ ପରିଷଦର ସଭାପତି ପ୍ରଭାତ କୁମାର ପୃଷ୍ଟି,ସମ୍ପାଦକ ଗଣନାଥ ମହାରଣା,ଅତିଥି ଅକ୍ଷୟ କୁମାର ରାଉତ,ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ କୃତି ଛାତ୍ର ଛାତ୍ରୀ ଓ ଅଵସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା ।

  • ବିଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

    ବିଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

    ବିଲରୁ ଏକ ଅଜଣା ଯୁବକର ମୃତଦେହ ଉଦ୍ଧାର |ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ସିମାନ୍ତ ଜାମଦା ଥାନା ଠାରୁ ମାତ୍ର ୧ କିମି ଦୂର ଵାନ୍ଦଦୁମା ଗ୍ରାମରେ | ଵାନ୍ଦଦୁମା ଗ୍ରାମର ଜଣେ ଚାଷୀ ସକାଳୁ ନିଜ ବିଲକୁ ଚାଷ କାମରେ ଯାଇଥିବାବେଳେ ଏକ ଯୁବକର ମୃତ ଦେହ ପଡ଼ିଥିବା ଗାଁଲୋକଙ୍କୁ ଖବର ଦେଇଥିଲେ | ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଜାରି ରଖିଛନ୍ତି ।

    ସୂଚନାଅନୁସାରେ, କଇ଼ଁପୁର ଗ୍ରାମରେ ପାଖାପାଖି ୩ ଦିନ ଧରି ପ୍ରସିଦ୍ଧ ଯନ୍ତାଳ ପର୍ବ ଚାଲୁ ରହିଛି । ମାନସିକଧାରୀ ମାନେ ପଡୋଶୀ ଝାଡଖଣ୍ଡ,ପଶ୍ଚିମବଙ୍ଗ ,ଜାମସେଦପୁର ସମେତ ବିଭିନ୍ନ ଅଂଚଳରୁ ହଜାର ହଜାର ସଂଖ୍ୟାରେ ଆସି ନିଜ ମାନସିକ ପୂରଣ ପାଇଁ ପୂଜାର୍ଚନା କରୁଥିବା ଦେଖିବାକୁ ମିଳିଛି | ତେବେ ବାନ୍ଦଦୁମା ଗ୍ରାମରେ ମଧ୍ୟ ଗତକାଲି ରାତିସାରା ଯାତ୍ରା ଚାଲିଥିଲା । ସ୍ଥାନୀୟ କମିଟି ତରଫରୁ ଯାତ୍ରା ,ମେଳା ମଧ୍ୟ ଆୟୋଜନ କରାଯାଇଛି ।

    ତେଣୁ ମେଳା ଦେଖିବାକୁ ଆସିଥିବା କିମ୍ବା ପଡୋଶୀ ଝାଡ଼ଖଣ୍ଡରୁ କେହି ମାରିଦେଇ ଏଠାରେ ଫିଙ୍ଗି ଦେଇ ପାରିଥାନ୍ତି ବୋଲି ସନ୍ଦେହ କରାଯାଉଛି । ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଜେନା ,ଏସଡିପିଓ ଗୋକୁଳାନନ୍ଦ ସାହୁ,ଯାତ୍ରା ଥାନାଧିକାରୀଣୀ ଅନିତା ସ୍ୱାଇଁଙ୍କ ସମେତ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛନ୍ତି । ମୃତ ଯୁବକଙ୍କ ପରିଚୟ ମିଳିନାହିଁ ।

  • ବସ ଧକ୍କାରେ ଯୁବକ ମୃତ

    ବସ ଧକ୍କାରେ ଯୁବକ ମୃତ

    ବସ ଧକ୍କାରେ ଯୁବକ ମୃତ, କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ । ମୃତ ଯୁବକ ଜଣକ ହେଉଛନ୍ତି ତିହିଡି ବ୍ଳକ ସାହାପୁର ପଞ୍ଚାୟତ ଅନ୍ତର୍ଗତ ଝିଙ୍କିରିଆ ଗ୍ରାମର ଜଗନ୍ନାଥ ସାହୁ ।

    ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଗଦି ବଜାର ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୂଚନା ମୁତାବକ ପୂର୍ବାହ୍ନରେ ଶ୍ରୀରାମ ନାମକ ବସ ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଯାଉଥିଲା । ଗଦି ବଜାର ଜେନା ସାହି ନିକଟରେ ଜଗନ୍ନାଥ ବସରୁ ଓଲ୍ହାଇବା ବେଳେ ତଳେ ପଡି ଯାଇଥିଲେ । ବସର ପଛ ଚକା ତାଙ୍କ ଉପରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

    ପିରହାଟ ପୋଲିସ ଶବକୁ ଜବଦ କରି ପୋଷ୍ଟବଟମ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ । ମାତ୍ର ପରିବାର ଲୋକେ ଦୁର୍ଘଟଣା ସ୍ଥଳରେ ଶବରଖି ରାସ୍ତା ଅବରୋଧ କରିଛନ୍ତି । କ୍ଷତି ପୂରଣ ଦାବିରେ ଟାୟାର ଜାଳି ରାସ୍ତାରେ ବସି ରହିଛନ୍ତି । ଘଟଣାସ୍ଥଳରେ ଉତେଜନା ଲାଗି ରହିଛି ।

  • କେସିଙ୍ଗା ରେଳ କର୍ତ୍ତୃପକ୍ଷଙ୍କ ସହ ବିଜେପି କର୍ମୀଙ୍କ ବୈଠକ

    କେସିଙ୍ଗା ରେଳ କର୍ତ୍ତୃପକ୍ଷଙ୍କ ସହ ବିଜେପି କର୍ମୀଙ୍କ ବୈଠକ

    କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) ସମ୍ବଲପୁର ଡିଭିଜନର ସି ଆଇ ସତ୍ୟବ୍ରତ ସେଠ ଙ୍କ ସହ କେସିଙ୍ଗା ବିଜେପି କର୍ମୀ ଓ ରେଳ ଯାତ୍ରୀ ସଂଘ ର କାର୍ଯ୍ୟକର୍ତା ଙ୍କ ମଧ୍ୟରେ ଏକ ବୈଠକ ଆୟୋଜିତ ହୋଇଥିଲା | ତେବେ ପୂର୍ବରୁ ୨୯ ଅଗଷ୍ଟରେ ଭୁବନେଶ୍ୱର ଠାରେ ହୋଇଥିବା ଜେଡ ଆରସିସି ବୈଠକ ରେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ କେସିଙ୍ଗା ରେଲୱେ ଷ୍ଟେସନ ର ବିଭିନ୍ନ ସମସ୍ୟା ଉପରେ ଚର୍ଚ୍ଚା କରିଥିଲେ | ସେହିପରି ଏହି ବୈଠକ ରେ ପ୍ଲାଟଫର୍ମ ୦୪ ରେ ଆଗରୁ ୬ ଗୋଟି ଟ୍ରେନ ରହୁଣି ଵୈବସ୍ଥା ଥିଲାବେଳେ ଆଉ ୪ଟି ଟ୍ରେନ ରହଣି ପାଇଁ ଅନୁରୋଧ କରାଯାଇଥିଲା | ଏବଂ ଟ୍ରେନ ନମ୍ବର ୧୨୮୦୭ ସମତା ଏକ୍ସପ୍ରେସ୍ ,୧୮୫୩୦ ବିଶାଖାପାଟମ ଦୁର୍ଗ ଏକ୍ସପ୍ରେସ୍ ,୧୩୩୫୨ ଅଲଲେପି ଧନବାଦ ଓ ୧୨୮୪୩ ପୁରୀ ଦୁର୍ଗ ଏକ୍ସପ୍ରେସ୍ ଗାଡି ର ରହଣି ପ୍ଲଟଫର୍ମ ୦୪ ରେ ଵୈବସ୍ଥା କରିବା ପାଇଁ ଯଥା ଶୀଘ୍ର ୧୦ ଗୋଟି ଗାଡି ର ପ୍ଲାଟଫର୍ମ ନମ୍ବର ୪ ରେ ରହଣି ପାଇଁ ବ୍ୟବସ୍ଥା କରାଯିବ ବୋଲି ସି ଆଇ ଆଶ୍ଵାସନ ଦେଇଥିଲେ | ସମ୍ବଲପୁର ରେଲୱେ ଡିଭିଜନ ସି ଆଇ ଙ୍କ ସହ ଏହି ବୈଠକ ରେ କେସିଙ୍ଗା ସି ଆଇ ରୋହିତ ମହାଲିଙ୍ଗ, ଏସ ଏମ ଡି କେ ରାଉତ ,ପୂର୍ବତନ ସଭାପତି ମଗନ ସିନ୍ଦୁର ,ପ୍ରଶାନ୍ତ ବାନାର୍ଜୀ ,ଉପ ସଭାପତି ପ୍ରିତେଶ ପଟେଲ, ସୁନୀଲ ଜୈନ,ଓ ବିମଲ ବାଗ ପ୍ରମୁଖ ଉପସ୍ଥିତ ଥିଲେ |

  • ୨୫ବର୍ଷରେ ପଦାର୍ପଣ କରିଛି ଭିକିପୁର ଗ୍ରାମର ଗଣେଶ ପୂଜା

    ୨୫ବର୍ଷରେ ପଦାର୍ପଣ କରିଛି ଭିକିପୁର ଗ୍ରାମର ଗଣେଶ ପୂଜା

    ୨୫ବର୍ଷ ରେ ପଦାର୍ପଣ କରିଛି ଭିକିପୁର ଗ୍ରାମର ଗଣେଶ ପୂଜା | ବିଗତ କିଛି ବର୍ଷ ର ନିଆରା ପରମ୍ପରା କୁ ସାଇତି ରଖିଛନ୍ତି ଏହି ଅନୁଷ୍ଠାନ ର କର୍ମକର୍ତା ମାନେ | ଭାଇଚାରା କୁ ବାନ୍ଧି ରଖି ଏହି ଅନୁଷ୍ଠାନ ବଜାଇ ରଖିଛି ତାର ସୁ ସମ୍ପର୍କ | ଅନୁଷ୍ଠାନର ସଭାପତି ହୃଷିକେଶ ମହଲା ଓ଼ ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ ଏହି ବିଘ୍ନ ବିନାଶକ ପ୍ରଭୁ ଗଜାନନଙ୍କ ପୂଜାରେ ଉତ୍ସବ ମୁଖର ହୋଇ ପଡିଛି ଲକ୍ଷ୍ମୀନଗର ପଞ୍ଚାୟତ ର ଭିକିପୁର ଗ୍ରାମ |

    ଅନୁଷ୍ଠାନ ର ସମସ୍ତ କର୍ମକର୍ତା ଙ୍କ ସହଯୋଗ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପୁରୋହିତ୍ୟ ରାଜକିଶୋର ରଥ ଶର୍ମା ବୈଦିକ ରୀତିନୀତି ଅନୁସାରେ ପୁଜାର୍ଚ୍ଚନା କରିବା ସହିତ ଚନ୍ଦନ କୁମାର ସାହୁ ଙ୍କ ଦ୍ଵାରା ସଂକଳ୍ପ କାର୍ଯ୍ୟ ସମାପନ କରାଯାଇଥିଲା |

    ଏଥି ସହିତ ଅନୁଷ୍ଠାନ ତରଫରୁ ଗ୍ରାମବାସୀ ଓ଼ ଅତିଥି ମାନଙ୍କ ପାଇଁ ପ୍ରସାଦ ସେବନ ର ମଧ୍ୟ ଆୟୋଜନ କରାଯାଇଥିଲା | ଯାଜପୁର ରୋଡ ଆଦର୍ଶ ଥାନା ର ଆଇଆଇସି ଆଶିଷ ସାହୁ ପହଂଚି ବାବା ଙ୍କ ଆଶିଷ କୃପା ଲାଭ କରିବା ସହିତ ଅନୁଷ୍ଠାନ ର ସମସ୍ତ କର୍ମକର୍ତା ଙ୍କୁ ଏଭଳି ସୁନ୍ଦର ଆୟୋଜନ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ |

  • କେସିଙ୍ଗା ଏନ ଏ ସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

    କେସିଙ୍ଗା ଏନ ଏ ସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

    କଳାହାଣ୍ଡି (ସତ୍ୟ ନାରାୟଣ ମହାନନ୍ଦ )କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନଏସି ରେ ରବିବାର ସ୍ୱାୟତ୍ତ ଶାସନ ଦିବସ ଅବସରରେ ନଗରପାଳ ନୃପରାଜ ଯାଦବ ଙ୍କ ନେତୃତ୍ୱ ରେ ସ୍ଥାନୀୟ କଲ୍ୟାଣୀ ମଣ୍ଡପ ରେ ପାଳିତ ହୋଇଥିଲା | ଏନଏସି ର ସମସ୍ତ କାଉନସିଲର ଙ୍କ ଉପସ୍ଥିତି ରେ ଦୀପ ପ୍ରଜ୍ୱଳନ ହୋଇଥିଲା |ପରେ ସମସ୍ତ କାଉନସିଲର ଙ୍କୁ ସ୍ୱାଗତ କରିଥିଲେ |ଏବଂ ସହର ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ କୁ ଆଗେଇ ନେବାପାଇଁ ମଞ୍ଚ ଉପରେ ନଗର ପାଳ ନୃପରାଜ ଯାଦବ ଏକ ବିବରଣୀ ପାଠ କରିଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା ଦେଵୀ ଥିବା ବେଳେ ପୂର୍ବ ସାଂସଦ ଅର୍କକେଶରୀ ଦେଓ , ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ପ୍ରମୁଖ ଉପସ୍ଥିତ ଥିଲେ |ଏହି ଅବସରରେ ୭ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଙ୍କୁ ଆଦେଶ ନାମା ପତ୍ର ପ୍ରଦାନ, ସହ ସହର ରେ ନିର୍ମିତ କଂସେଇ ଖାନା,ଏବଂ କିଛି ଗୋଷ୍ଠୀ କେନ୍ଦ୍ର କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ଉଦଘାଟନ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ କେସିଙ୍ଗା ବାଇପାସ ସମ୍ପର୍କ ରେମନ୍ତ୍ରୀ ନିତିନ ଗଡ଼କରୀ ଙ୍କ ଆଲୋଚନା ହୋଇଥିବା ସହ, କେସିଙ୍ଗା ରୁ ସିଧା ସଳଖ ଭୁବନେଶ୍ୱର କୁ ଟ୍ରେନ ଚଳାଚଳ ଏବଂ ସହର ରେ ଟେକ୍ସଷ୍ଟାଇଲ ଇଣ୍ଡରଷ୍ଟ୍ରିଆଲ ସ୍ଥାପନ ପ୍ରଚେଷ୍ଟା ଜାରିରହିଛି ବୋଲି ସାଂସଦ ମାଲବିକା ଦେଵୀ ନିଜର ଅଭିଭାଷଣ ରେ କହିଥିଲେ | ପରେ ଶେଷରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

  • କେସିଙ୍ଗାରେ ୧୨୫ତମ ମନ କି ବାତ କାର୍ଯ୍ୟକ୍ରମ

    କେସିଙ୍ଗାରେ ୧୨୫ତମ ମନ କି ବାତ କାର୍ଯ୍ୟକ୍ରମ

    କଳାହାଣ୍ଡି (ସତ୍ୟ ନାରାୟଣ ମହାନନ୍ଦ ) କେସିଙ୍ଗା ବ୍ଲକ ସମ୍ମିଳନୀ କକ୍ଷ ଠାରେ ରବିବାର ୧୨୫ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପ୍ରଥମେ ତରକା ଖେଳାଳି ଓଡ଼ିଶା ରାଜ୍ୟ ର ଗର୍ବ ରଶ୍ମିତା ସାହୁ ଙ୍କ ସହ ଚର୍ଚା କରି ଥିଲେ ଓ ତରକା କାଶ୍ମୀର ନିବାସୀ ମୋହସିଂହ ଅଳି ଙ୍କୁ କାଶ୍ମୀରର ଡେଲ ଝିଲ୍ ରେ ହୋଇଥିବା ନୌକା ଚାଳନା ପ୍ରତିଯୋଗୀତା ଜିତି ଥିବାରୁ ଅଭିନନ୍ଦନ ଜଣାଇଥିଲେ | ସେହିପରି ଆଗାମୀ ଦିନରେ ଗଣେଷ ପୂଜା ସହ ସାରା ଭାରତରେ ପର୍ବ ପର୍ବାଣୀ ର ଦିଵସ ଅଛି | ତେଣୁ ଏହି ପର୍ବ ପର୍ବାଣୀ ରେ ଭାରତ ବାସୀଙ୍କୁ ଲୋକାଲ ଫର ଭୋକାଲ ର ମନ୍ତ୍ର ସହ ସ୍ଵଦେଶୀ କୁ ଅନୁସରଣ କରିବା ପାଇଁ ପ୍ରଧାନ ମନ୍ତ୍ରୀ ଆହ୍ଵାନ ଦେଇଥିଲେ | ମୌସୁମୀ ବର୍ଷା ରେ ପୀଡିତ ମାନଙ୍କ ପାଇଁ ଦୁଃଖ ପ୍ରକାଶ କରିଥିଲେ ଓ ଆମ ପରିବେଶକୁ କେମିତି ସ୍ଵଚ୍ଛ ରଖିବା ସେଥିପାଇଁ ଗୁରୁ ମନ୍ତ୍ର ଦେଇଥିଲେ | ଏହି କାର୍ଯ୍ୟକ୍ରମ କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡା ଙ୍କ ନେତୃତ୍ଵରେ ଆୟୋଜନ ହୋଇଥିଲା | ଏଥିରେ କଳହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ ପୋଢ଼, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ପୂର୍ବତନ ସଭାପତି ମଗନ୍ ସିନ୍ଦୁର, ଜିଲ୍ଲା ସମ୍ପାଦକ ସନ୍ତୋଷ ଦାଶ ,ପୁର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ, ଉପ ସଭାପତି ପ୍ରୀତେଶ ପଟେଲ , ଛେଲାଉଦ୍ଧବ ସାହା ,ସାଧାରଣ ସମ୍ପାଦକ ଯୁଗଳ କିଶୋର ଦୀପ ସହ କେସିଙ୍ଗା ର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ରେ “ମନ କି ବାତ” ଏକ କାର୍ଯ୍ୟକ୍ରମ ନୁହେଁ |ଏହା ଲୋକଙ୍କ ର ବିଶ୍ୱାସ ବୋଲି ସାଂସଦ ମାଳବିକା ଦେବୀ କହିଥିଲେ | ପରେ କେସିଙ୍ଗା ରେଲୱେ ଷ୍ଟେସନ ସମୀକ୍ଷା ପାଇଁ ଯାଇ ରେଲୱେ ଷ୍ଟେସନ ର ଅଧିକାରୀ ଙ୍କ ସହ ଅମୃତ ମହାଉତ୍ସବ ରେ ସାମିଲ କେସିଙ୍ଗା ଷ୍ଟେସନ ର କାର୍ଯ୍ୟ ଓ ପ୍ଲାଟଫର୍ମ ନମ୍ବର 4 ରେ ଟ୍ରେନ ରହଣି ବିଷୟ ରେ ଚର୍ଚା କରିଥିଲେ |

  • କେନାଲରେ ବୁଡ଼ି ଯୁବକଙ୍କର ମୃତ୍ୟୁ

    କେନାଲରେ ବୁଡ଼ି ଯୁବକଙ୍କର ମୃତ୍ୟୁ

    ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବସୁଲେଇ ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି ବାଇପାସ କେନାଲରେ ବୁଡି ଯୁବକଙ୍କର ମୃତ୍ୟୁ ହୋଇଯାଇଛି l ମୃତ ଯୁବକ ଜଣଙ୍କ ହେଲେ ମାନସ ପରିଡା ବୟସ ୩୪ ବର୍ଷ |

    ଘଟଣା ସ୍ଥଳରେ ଦମକଳ ବାହିନୀ ,ପୋଲିସ ଓ ଗ୍ରାମ ଲୋକ ମାନଙ୍କ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ସହାୟତାରେ ପଠାଯାଇଥିବା ସୁଚନା ମିଳିଛି l

  • କନ୍ଧମାଳ ଜିଲ୍ଲାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

    କନ୍ଧମାଳ ଜିଲ୍ଲାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

    ଆଜି ସ୍ୱାୟତ୍ତ ଶାସନ ଦିବସ | ଏହି ଅବସରରେ କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଦେବସ୍ମିତା ଶତପଥୀ ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ ।

    ପରେ ଛାତ୍ର ଛାତ୍ରୀ ଓ ସମସ୍ତ ପରିଷଦ ବର୍ଗର ସଭ୍ୟ ମାନେ ମିଳିତ ଭାବେ ସହର ପରିକ୍ରମା କରି ମହାତ୍ମା ଗାନ୍ଧୀ, ବୀର ଚକରା ବିଷୋୟୀ,ସହିଦ ବାବୃବାହାନ ପ୍ରଧାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ ।

    କାର୍ଯ୍ୟ ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ସାହୁ, ଉପାଧ୍ୟକ୍ଷ ସନ୍ତୋଷ ବାଘଙ୍କ ସମେତ ସମସ୍ତ କର୍ମଚାରୀ , କାଉନସିଲର ମାନେ ଉପସ୍ଥିତ ରହିଥିଲେ ।

  • ବିଜେପି ବିଧାୟକ ରବି ନେଗୀ ମହୁଆ ମୋଇତ୍ରାଙ୍କ ବିରୋଧରେ ପୋଲିସ ଆଗରେ ଆଣିଲେ ଅଭିଯୋଗ, ଜାଣନ୍ତୁ କଣ ଥିଲା ପୁରା ମାମଲା?

    ବିଜେପି ବିଧାୟକ ରବି ନେଗୀ ମହୁଆ ମୋଇତ୍ରାଙ୍କ ବିରୋଧରେ ପୋଲିସ ଆଗରେ ଆଣିଲେ ଅଭିଯୋଗ, ଜାଣନ୍ତୁ କଣ ଥିଲା ପୁରା ମାମଲା?

    ଦିଲ୍ଲୀର ବିଜେପି ବିଧାୟକ ରବି ନେଗି ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ପୋଲିସରେ ଅଭିଯୋଗ ଦାଖଲ କରିଛନ୍ତି। ମହୁଆ ମୋଇତ୍ରା ଗୃହମନ୍ତ୍ରୀ ଅମିତ ଶାହଙ୍କ ବିଷୟରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଏହି ମାମଲାରେ, ବିଜେପି ବିଧାୟକ ରବି ନେଗି ଦିଲ୍ଲୀର ମଧୁ ବିହାର ପୋଲିସ ଷ୍ଟେସନରେ ଟିଏମସି ସାଂସଦଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି।

    ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଏକ ଆପତ୍ତିଜନକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ଏକ କାର୍ଯ୍ୟକ୍ରମ ସମୟରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରି ମୋଇତ୍ରା ବାଂଲାଦେଶରୁ ଅବୈଧ ଅନୁପ୍ରବେଶ ପ୍ରସଙ୍ଗରେ ଗୃହ ମନ୍ତ୍ରଣାଳୟର ଦାୟିତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ନାଦିଆ ଲୋକସଭା ନିର୍ବାଚନମଣ୍ଡଳୀ ମଧ୍ୟ ମହୁଆ ମୋଇତ୍ରାଙ୍କ ସଂସଦୀୟ କ୍ଷେତ୍ର।

    ଏହି ସମୟରେ, ଟିଏମସି ସାଂସଦ କହିଥିଲେ ଯେ ଯଦି ସୀମାକୁ ସୁରକ୍ଷା ଦେବା ପାଇଁ କେହି ନାହାନ୍ତି, ଯଦି ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଅନ୍ୟ ଦେଶରୁ ପ୍ରବେଶ କରୁଛନ୍ତି। ଆମର ମା’ ଏବଂ ଭଉଣୀମାନଙ୍କୁ ଟାର୍ଗେଟ କରୁଛନ୍ତି, ଆମ ଜମି ଛଡ଼ାଇ ନେଉଛନ୍ତି। ଏହା ପରେ, ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିଷୟରେ ଏକ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।

    ଏହି ବିବୃତ୍ତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ଏହାକୁ ଘୃଣ୍ୟ ଏବଂ ହିଂସାତ୍ମକ ମାନସିକତାର ବିବୃତ୍ତି ବୋଲି କହିଛି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଏହାକୁ ଲଜ୍ଜାଜନକ ଏବଂ ଘୃଣାରେ ପରିପୂର୍ଣ୍ଣ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଏହି ବିବୃତ୍ତି ମମତା ବାନାର୍ଜୀଙ୍କ ଟିଏମସିର ହିଂସାତ୍ମକ ସଂସ୍କୃତିକୁ ପ୍ରତିଫଳିତ କରେ।