Tag: suchanatv24x7

  • ସରପଞ୍ଚଙ୍କୁ ଝୁରୁଛନ୍ତି ପଞ୍ଚାୟତବାସୀ

    ସରପଞ୍ଚଙ୍କୁ ଝୁରୁଛନ୍ତି ପଞ୍ଚାୟତବାସୀ

    କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତର ଯୁବ ସରପଞ୍ଚ, ଦକ୍ଷ ସଂଗଠକ ଓ ସମାଜସେବୀ ସରୋଜ କୁମାର ସେଠୀଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପାର୍ଥିବ ଶରୀର ଗ୍ରାମରେ ପହଂଚିବା ପରେ ପଞ୍ଚାୟତର ଆବାଳ ବୃଦ୍ଧ,ତଥା ଶତାଧିକ ପୁରୁଷ ଓ ମହିଳାଙ୍କ ସହ ବିଶିଷ୍ଟ ରାଜନେତା ଓ ସାମାଜିକ କର୍ମୀମାନେ ସାମିଲ ହୋଇଥିଲେ କେବଳ ତାଙ୍କ ପ୍ରିୟ ସରପଂଚ ବାବୁଙ୍କୁ ଶେଷ ଥର ଦେଖିବା ପାଇଁ । ଏହି ଦୁଃଖଦ ସମ୍ବାଦ ଶୁଣି ସ୍ଥାନୀୟ ବାସିନ୍ଦା ତାଙ୍କୁ ଝୁରି ଭୁରି ଭୁରି କାନ୍ଦୁଛନ୍ତି । କଲେଜ ଜୀବନରୁ ରାଜନୈତିକ କ୍ୟାରିଅର ଆରମ୍ଭ କରି ସରପଞ୍ଚ ପଦବୀ ପର୍ଯ୍ୟନ୍ତ ସରୋଜଙ୍କ ଲୋକାଭିମୁଖୀ କାର୍ଯ୍ୟ ଆଜି ବି ଲୋକମାନଙ୍କ ସ୍ମୃତିରେ ଅତୁଟ ରହିବ ।

    ଅନେକ ସ୍ଵପ୍ନ ତାଙ୍କର ଅଧୂରା ରହିଗଲା । ରୋଗ ଶଯ୍ୟାରେ ରହିଲେ ବି ସେ ପଞ୍ଚାୟତ ବାସୀଙ୍କ ଭଲମନ୍ଦ ପଚାରୁଥିଲେ । ଶେଷ ନିଶ୍ଵାସ ପରେ ବି ତାଙ୍କ ମୁଖରେ ହସ ଥିବା ଦେଖି ସମସ୍ତେ ଆବାକ ହୋଇଯାଇଥିଲେ । ଜଣେ ପରୋପକାରୀ, ସହୃଦୟ ବ୍ୟକ୍ତିତ୍ୱର ଅଭାବରେ ସମସ୍ତେ ମ୍ରିୟମାଣ ହୋଇପଡ଼ିଥିଲେ।

    ଶବଯାତ୍ରା ରାହାମା ବଜାର ପରିକ୍ରମା କରି ବିଦ୍ୟାଳୟ, ମହାବିଦ୍ୟାଳୟ ଓ ପଞ୍ଚାୟତର ପ୍ରତିଗ୍ରାମକୁ ଯାଇ, ସାଇଲୋ ତେର୍ମାଣପୁର ମଠସାହିରେ ଥିବା ପୈତୃକ ଗ୍ରାମରେ ଶେଷକୃତ୍ୟ ସମାପନ କରାଯାଇଛି । ତାଙ୍କର ଏକମାତ୍ର ପୁତ୍ର କୁମାର ଆର୍ୟନ ମୁଖାଗ୍ନି ଦେଇଥିଲେ । ଏହି ଅପୂରଣୀୟ କ୍ଷତିକୁ ସ୍ଥାନୀୟ ବାସିନ୍ଦାଙ୍କ ସହ ସମଗ୍ର ଜଗତସିଂହପୁର ଜିଲ୍ଲା କେବେ ବି ଭୁଲି ପାରିବେ ନାହିଁ ।

  • ବିଧାୟକଙ୍କ ନିଆରା ଢଙ୍ଗରେ ଜନ୍ମଦିନ ପାଳିତ

    ବିଧାୟକଙ୍କ ନିଆରା ଢଙ୍ଗରେ ଜନ୍ମଦିନ ପାଳିତ

    ବିଧାୟକ ଆକାଶ ଦାସ ନାୟକ ଙ୍କ ଜନ୍ମଦିନ ଉପଲକ୍ଷେ ନିଜେ ବିଧାୟକ ନିଜ ସମର୍ଥକ ମାନଙ୍କ ସହିତ ମେଡିକାଲ ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହିତ କୋରେଇ ଖୋରସ୍ରୋତା ମଣ୍ଡଳ ତରଫରୁ ଆୟୋଜିତ ପାଣିକୋଇଲି ସ୍ଥିଥ ଶେଷ ପରିଚୟ ବୃଦ୍ଧା ଶ୍ରମ ରେ ଅନ୍ତେବାସୀ ଙ୍କୁ ବସ୍ତ୍ର ଓ଼ ମିଷ୍ଟାନ ବଣ୍ଟନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ. ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ମେଡିକାଲ ଅଫିସର ପ୍ରସଂଜିତ କର ଙ୍କ ଦ୍ଵାରା ଆୟୋଜିତ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ରେ ମଧ୍ୟ ସାମିଲ ହୋଇଥିଲେ ବିଧାୟକ.ଏଥିସହିତ ତୁଳତୀ ପଞ୍ଚାୟତ ର ବିଭିନ୍ନ ସ୍ଥାନ ରେ ପୂର୍ବତନ ସରପଞ୍ଚ ଦିପ୍ତିମୟୀ କୁଅଁର ଙ୍କ ସହଯୋଗ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା.ବିଧାୟକ ମଧ୍ୟ କୋରେଇ ର ସମସ୍ତ ଦେବ ଦୁର୍ଲଭ କର୍ମକର୍ତା ମାନଙ୍କୁ କୃତଜ୍ଞନ୍ତା ଜଣାଇଥିଲେ.

  • ମହିଳା ନିର୍ଯାତନା ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଶୋଭାଯାତ୍ରା

    ମହିଳା ନିର୍ଯାତନା ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଶୋଭାଯାତ୍ରା

    କଳାହାଣ୍ଡି (ସତ୍ୟ ନାରାୟଣ ମହାନନ୍ଦ )ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ରାଜ୍ୟ ରେ ବଢୁଥିବା ମହିଳା ନିର୍ଯାତନା ପ୍ରତିବାଦ ରେ ଏବଂ ମହିଳା ସୁରକ୍ଷା ଦାବିରେ ଆଜି କଳାହାଣ୍ଡି ବିଜୁ ମହିଳା ଜନତା ଦଳ ପକ୍ଷରୁ ସ୍ଥାନୀୟ ମାଁ ମାଣିକେଶ୍ଵରୀ ମନ୍ଦିର ଠାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରିଥିଲା | ବିଜେଡି କର୍ମକର୍ତ୍ତା ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ସେହିପରି କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡାଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ କରିବା ସହ ତାଙ୍କ ଜରିଆରେ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଓଡିଶାରେ ମହିଳା ମାନଙ୍କ ପ୍ରତି ଦିନକୁ ଦିନ ହିଂସା, ନିର୍ଯାତନା, ଅପରାଧ, ଅସମ୍ମାନ, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ବଢ଼ିବାରେ ଲାଗିଛି। ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ନାରୀ ନିର୍ଯାତନା ଅହେତୁକ ଭାବରେ ବୃଦ୍ଧି ହୋଇଛି। ଓଡ଼ିଶା ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏଥିପାଇଁ ନିନ୍ଦିତ ହେଉଛି। ରାଜ୍ୟର ବିଜେପି ସରକାର ଏ ନେଇ କୌଣସି ବଳିଷ୍ଠ ପଦକ୍ଷେପ ନେଇ ପାରୁନାହାଁନ୍ତି।ମହିଳାଙ୍କ ସୁରକ୍ଷା ପାଇଁ ତଥା ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀକୁ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ ହୋଇଛି।

    ଗୋପାଳପୁର ଓ ବାଲିହରଚଣ୍ଡି ପୀଠରେ ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଗଣଦୁଷ୍କର୍ମ କରିବା ଘଟଣା ଅତ୍ୟନ୍ତ ଅମାନବୀୟ ଓ ନିନ୍ଦନୀୟ ବୋଲି ବିଜେଡି ଗର୍ଜିଥିଲା। ଏଣୁ ଏହିସବୁ ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ତତ୍ପରତା ଦେଖାଇବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ ଦାବୀ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଲଳିତା ନାଏକ, ନଗରପାଳ ବିଷ୍ଣୁ ପ୍ରଧାନ, ବିସିସି ବ୍ୟାଙ୍କ ସଭାପତି ଗିରୀଶ ବେହେରା, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ଜିତେନ୍ଦ୍ର ମହାନ୍ତି, ସୁଧିରା ମେହେର, କଲ୍ୟାଣୀ ନାଏକ, ସଂଯୁକ୍ତା ବେହେରା, ସୁନନ୍ଦା ସାହୁ, ମନିଷା ସାହୁ, ବିଜୟଲକ୍ଷ୍ମୀ କନ୍ଦପାନ, ପ୍ରତିଭା ଚୌହାନ, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଧର୍ମେନ୍ଦ୍ର ନାଏକ, ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ବରିଷ୍ଠ ଯୁବ ଉପସଭାପତି ମଣ୍ଟୁ ନାଏକ, ଜୋନ ସଭାପତି ମନିନ୍ଦ୍ର ମହାନ୍ତି, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ବଦ୍ରିନାରାୟଣ ପଟ୍ଟନାୟକ, ହିମାଦ୍ରି ନାଏକ, ମହେଶ ସାହୁ, ଯଜାତି ନାୟକ, ପ୍ରଶାନ୍ତ ନାଏକ, ଦୀନେଶ ବଗର୍ତ୍ତି, ଅବଦୁଲ କାଦୀର, ଶିବା ସାହୁ, ସେନାପତି ନାଏକ, କ୍ଷୀରସିନ୍ଧୁ ନାଏକ, ପିତବାସ ବେହେରା, ତଥା ଭବାନୀପାଟଣା ପୌରପାଳିକାର ସମସ୍ତ କାଉନସିଲର ପ୍ରମୁଖ ଯୋଗଦେଇଥିଲେ।

  • କୁଳିଆମାଲ ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

    କୁଳିଆମାଲ ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

    କଳାହାଣ୍ଡି, (ସତ୍ୟ ନାରାୟଣ ମହାନନ୍ଦ )ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ଭବାନୀପାଟଣା ସଦର ଅଧୀନ କୁଳିଆମାଳ ପଞ୍ଚାୟତ ରେ ବୁଧବାର କଳାହାଣ୍ଡି ଜିଲ୍ଲା ପ୍ରଶାସନ ଙ୍କ ନେତୃତ୍ୱ ରେ ” ଏକ ପେଡ ମା କେ ନାମ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପ୍ରଥମେ କୁଳିଆମାଳ ସରପଞ୍ଚ ଯାମିନୀ ସାହୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ ଙ୍କ ସମେତ ଉପସ୍ଥିତ ଥିବା ସମସ୍ତ ଅତିଥି ଙ୍କୁ ଆଦର ସହିତ ସ୍ୱାଗତ କରି ପାଛୋଟି ନେଇଥିଲେ |

    ହାଇସ୍କୁଲ ରେ ଅନୁଷ୍ଠିତ ବୈଠକ ରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ, କଳାହାଣ୍ଡି ରେ ଛଅ ଲକ୍ଷ୍ୟ ଗଛ ଲାଗିଥିବା ବେଳେ ଏକ ଗ୍ରୀନ କଳାହାଣ୍ଡି କଳାହାଣ୍ଡି କରିବା ଲକ୍ଷ୍ୟ ରହିଛି ବୋଲି କହିଥିଲେ |

    ଏଥିରେ ସିଡିଓ ଦୟାମୟ ପାଢ଼ୀ, ଭବାନୀପାଟଣା ବିଡ଼ିଓ ଚନ୍ଦନ କୁମାର ଭୋଇ, କୁଳିଆମାଲ ସରପଞ୍ଚ ଯାମିନୀ ସାହୁ,ଉତ୍ତରାଞ୍ଚଳ ଡ଼ିଏଫଓ ରମେଶ କୁମାର ବିଷ୍ଣୋଇ, ଦକ୍ଷିଣାଞ୍ଚଳ ଡ଼ିଏଫଓ ଆର କାଳିଆ ବାଲନ,ସାଂସଦ ପ୍ରତିନିଧି ଜୟ ଶଙ୍କର ନାୟକ, ବିଜେପି ଜିଲ୍ଲା ସଭାପତି ଯୁଗଳ ପୋଢ଼, ଭବାନୀପାଟଣା ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଲି ସାହୁ, ଜିଲ୍ଲାପରିଷଦ ଦୟାନିଧି ନାଏକ,ସ୍କୁଲ ବିଇଓ, ଏବିଇଓ ହୃଷିକେଶ ନାଏକ, ଏବିଇଓ ଜୟ କୁମାର ମୁଣ୍ଡ, ଏବିଇଓ ଜଗଦୀଶ କୁମାର ମୁଣ୍ଡ, ସିଆରସିସି, ଛାତ୍ରଛାତ୍ରୀ, ଏସଏଚଜି ମହିଳା ଅଙ୍ଗନବାଡି କର୍ମୀ, କୁଳିଆମାଳ ପଂଚାୟତ ନିର୍ବାହୀ ଅଧିକାରୀ ଶରତ ସାହୁ ଏବଂ ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ସମେତ ଆଖପାଖ ଅଞ୍ଚଳ ର ବହୁ ଲୋକ ସାମିଲ ଥିଲେ |

  • ଲକ୍ ଥାନା ପୋଲିସକୁ ସଫଳତା

    ଲକ୍ ଥାନା ପୋଲିସକୁ ସଫଳତା

    ଦିର୍ଘ ଦିନ ଧରି ପାରାଦ୍ଵୀପ ଓ ଏହାର ଆଖପାଖ ଅଞ୍ଚଳରେ ଘରେ ପଶି ସ୍ମାର୍ଟ ଫୋନ୍ ଚୋରି କରୁଥିବା ଜଣେ ଯୁବକ କୁ ଧରିବାରେ ସଫଳ ହୋଇଛି ଲକ୍ ଥାନା ପୋଲିସ । ତା ନିକଟରୁ ୧୦ ଟି ସ୍ମାର୍ଟ ଫୋନ୍ ଜବତ କରିବା ସହିତ ତାକୁ କୋର୍ଟ ଚାଲାଣ କରାଯାଇଛି । ଗତ କାଲି ନିମିଢିହି ଗ୍ରାମର ପ୍ରମୋଦ ତରାଇ ଙ୍କ ଘରେ ଭଡ଼ା ରହୁଥିବା କିଛି କର୍ମଚାରୀଙ୍କ ୪ ଟି ସ୍ମାର୍ଟ ଫୋନ୍ ଚୋରୀ ହୋଇଥିଲା ।

    ପ୍ରମୋଦ ଏ ନେଇ ଲକ୍ ଥାନା ରେ ଏତଲା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ସେଠାରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା । ଯେଉଁଥିରେ ନିମିଢିହି ଗ୍ରାମର ସନାତନ ଲେଙ୍କା ଙ୍କ ପୁଅ ସୌମେନ୍ଦ୍ର ଲେଙ୍କା (ଜଟିଆ) ଫୋନ୍ ଚୋରି କରୁଥିବା ସ୍ପଷ୍ଟ ଜଣାପଡ଼ିଥିଲା । ପୋଲିସ ସଙ୍ଗେ ସଙ୍ଗେ ତାଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଉକ୍ତ ଚାରୋଟି ଫୋନ୍ ସହିତ ଆଉ ୬ ଟି ସ୍ମାର୍ଟ ଫୋନ୍ ଜବତ କରିଛି ।

    ଜଟିଆ କୁ ପଚରା ଉଚୁରା କରିବା ପରେ ଉକ୍ତ ଫୋନ୍ ଗୁଡ଼ିକୁ ଜାହାର ଫୋନ୍ ତାଙ୍କୁ ଖବର ଦିଆଯାଇ ଫେରାଇବାର ବ୍ୟବସ୍ଥା କରାଯାଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦ୍ଵୀପ ଅତିରିକ୍ତ ଏସପି ସ୍ମୃତି ରଞ୍ଜନ କର ପ୍ରକାଶ କରିଛନ୍ତି । ସେହିପରି ଜଟିଆ ନାମରେ ପାରାଦ୍ଵୀପ, ଲକ୍ ଥାନା, ବିରିଡି ଥାନାରେ ପାଖାପାଖି ୧୪ ରୁ ଉର୍ଦ୍ଧ୍ୱ କେସ ରହିଥିବା ପୋଲିସ୍ ସୂଚନା ଦେଇଛି ।

  • ସରିତା ସାହିତ୍ୟ ସଂସଦ ଉଦଘାଟିତ

    ସରିତା ସାହିତ୍ୟ ସଂସଦ ଉଦଘାଟିତ

    କୁଜଙ୍ଗ ତାଳଦଣ୍ଡାସ୍ଥିତ ବ୍ରହ୍ମ ଜଗନ୍ନାଥ ମିସନ ପକ୍ଷରୁ ସରିତା ସାହିତ୍ୟ ସଂସଦ ଉଦ୍‌ଘାଟିତ ହୋଇଯାଇଛି।

    ଏଥିରେ ସାହିତ୍ୟିକ ଅସିତ କୁମାର ମହାନ୍ତି ମୁଖ୍ୟବକ୍ତା ଭାବରେ ଯୋଗଦେଇ ସାହିତ୍ୟ ବିନା ଗୋଟିଏ ଜାତିର ସୁସମୃଦ୍ଧ ହୋଇପାରୋନାହିଁ ଏବଂ ସାହିତ୍ୟ ଗୋଟିଏ ଜାତିର ପରିଚୟ ସୃଷ୍ଟି କରିଥାଏ ବୋଲି କହିଥିଲେ |

    କୁଜଙ୍ଗ ତାଳଦଣ୍ଡା ସ୍ଥିତ ବ୍ରହ୍ମ ଜଗନ୍ନାଥ ମିଶନ ଆନୁକୂଲ୍ୟରେ ଅନୁଷ୍ଠିତ ସରିତା ସାହିତ୍ୟ ସଂସଦ ଓ କବି ସମ୍ମିଳନୀରେ ଉଦ୍‌ଘାଟକ ଭାବେ ଜଗତସିଂହପୁର ଜିଲ୍ଲା ଭାଜପା ସଭାପତି ପ୍ରତାପ ମିଶ୍ର, ବିଶିଷ୍ଟ ସାହିତ୍ୟିକ ଗୀତିକାର ଦୋବୀଦତ୍ତ ମହାନ୍ତି, ଓଡିଶା ସାହିତ୍ୟ ଏକାଡେମୀର ସହ ସଚ୍ଚିବ ସଂଜୟ କୁମାର ଛୁଆଳସିଂହ, ସୁସାହିତ୍ୟିକା ଡକ୍ଟର ସ୍ନେହାଶ୍ରୀ ସ୍ବାଇଁ, ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗଦେଇ କ୍ୟାପଟେନ ସଂଜୀବ କୁମାର ମୁଦୁଲିଙ୍କ ଧର୍ମପତ୍ନୀ ସ୍ବର୍ଗତା ସରିତା ମିଶ୍ରଙ୍କ ୫୦ ତମ ଜନ୍ମ ଦିବସ ଓ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଓ କେକ୍ କାଟି ସରିତା ସାହିତ୍ୟ ସଂସଦକୁ ଉଦ୍‌ଘାଟନ କରିଥିଲେ ।

    ସମସ୍ତ ମଂଚାସୀନ ଅତିଥିମାନେ ସ୍ବର୍ଗତା ମିଶ୍ରଙ୍କ ପ୍ରତି ତାଙ୍କ ପତି କ୍ୟାପଟେନଙ୍କ ଅନାବିଳ ସ୍ନେହ, ପ୍ରେମ ଓ ଭଲପାଇବା ଅତୁଳନୀୟ ବୋଲି ପ୍ରକାଶ କରିଥିଲେ |

    ଏହି ଅବସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଶତାଧିକ କବି ଓ କବୟତ୍ରୀ ସ୍ବରଚିତ କବିତା ପାଠ କରିଥିଲେ |

    ବିଶିଷ୍ଟ ଟିଭି ଉପସ୍ଥାପକ ଅଭିନନ୍ଦନ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସରିତା ସାହିତ୍ୟ ସଂସଦର ସମ୍ପାଦିକା ରୁନିବାଳା ମଲ୍ଲିକ ଧନ୍ୟବାଦ ଦେଇଥିଲେ |

  • କାଶିଆ ନାଳ ବ୍ରିଜରୁ ଖସିଲା ୧୬ ଚକିଆ ଟ୍ରକ

    କାଶିଆ ନାଳ ବ୍ରିଜରୁ ଖସିଲା ୧୬ ଚକିଆ ଟ୍ରକ

    ରାତି ସମୟରେ ଏକ ୧୬ ଚକିଆ ଯୋଡା ଖଣି ଅଞ୍ଚଳରୁ ଖଣିଜ ସାମଗ୍ରୀ ନେଇ ଆସୁଥିବା ସମୟରେ ଝୁମ୍ପୁରା ଥାନା ରଜାବସା କାସିଆ ନାଳ ଉପରେ ଅନ୍ତର୍ଗତ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି ଟ୍ରକ ଫଳରେ ଗାଡିର ଚାଳକ ଗୁରୁଦେବ ଗାଡିରେ ଯାକି ହେଇ ମୃତ୍ୟୁବରଣ କରିଥିବା ବେଳେ ସୂଚନା ପାଇ ଝୁମ୍ପୁରା ପୋଲିସ ଓ ଅଗ୍ନିସମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଯାରି ରଖିଛନ୍ତି l

  • ଜଗଦଳା ନାଳ ନିକଟରୁ ଗଳିତ ମୃତଦେହ ଉଦ୍ଧାର

    ଜଗଦଳା ନାଳ ନିକଟରୁ ଗଳିତ ମୃତଦେହ ଉଦ୍ଧାର

    ବାମେବାରୀ ଥାନା କାଳିଆପାଳ ଜଙ୍ଗଲ, ଜଗଦଳା ନାଳ ନିକଟରୁ ଆଜି ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ଘଟଣା ସ୍ଥଳରେ ବାମେବାରୀ ପୋଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମର ସହାୟତାରେ ତଦନ୍ତ ଆରମ୍ଭ କରିଛି ।

    ସୂଚନା ଅନୁସାରେ, ଗତକାଲି ସ୍ଥାନୀୟ କିଛି ଲୋକ ଜଙ୍ଗଲରେ ଛେଳି ଚାରାଇବା ବେଳେ ନାଳ ନିକଟରେ ଏକ ଗଲିଟ ମୃତଦେହ ପଡ଼ିଥିବାର ଦେଖିଥିଲେ । ଏନେଇ ଗାଁ ଲୋକେ ଆଜି ବାମେବାରୀ ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି ।

    ବ୍ୟକ୍ତିଙ୍କ ମୃତ୍ୟୁ ହେବାର ପାଖାପାଖି ଏକ ସପ୍ତାହ ହୋଇଯିବ ବୋଲି ପୋଲିସ ଅନୁମାନ କରୁଛି । ତେବେ ବ୍ୟକ୍ତି ଜଣକ କିଏ ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ତାଙ୍କୁ କେହି ହତ୍ୟା କରିଛି ନା ଏହା ପଛରେ ଆଉ କିଛି କାରଣ ରହିଛି ତାହା କିଛି ଜଣାପଡ଼ିନାହିଁ । ପୋଲିସ୍ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ ଜାରିରଖିଛି ।

  • ନୂଆପଡାରେ ଉପ ନିର୍ବାଚନ ଲଢ଼ିବେ ଅନୁଭବ!

    ନୂଆପଡାରେ ଉପ ନିର୍ବାଚନ ଲଢ଼ିବେ ଅନୁଭବ!

    କେନ୍ଦ୍ରାପଡାରେ ନିଜ ଦମରେ ଜିତିଥିଲେ ନା ନବୀନଙ୍କ ଦୟାରୁ ନୂଆପଡ଼ା ଦେବ ପ୍ରମାଣ । ତାରିଖ ହୋଇନି ଘୋଷଣା ହେଲେ ନୂଆପଡାରେ ଉପ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ହେଲାଣି ଉଷ୍ମ। ତେବେ ନୂଆପଡାରେ ବିଜେପି ପ୍ରାର୍ଥୀ ହେବେ ଅନୁଭବ ମହାନ୍ତି। ଅରିନ୍ଦମ, ଆକାଶ, ସିଦ୍ଧାନ୍ତ ଅରିନ୍ଦମ ଥଇଥାନ ହେଇଛନ୍ତି। ତେବେ ଭାଇଜାନଙ୍କୁ ଥଇଥାନ ପାଇଁ ମନମୋହନ ନୂଆପଡାରେ ଦେବେ ଟିକେଟ। ତେବେ ନୂଆପଡ଼ାର ବିଜେପି ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ଦେହାନ୍ତ ପରେ ସେଠାରେ ୬ ମାସ ଭିତରେ ଉପନିର୍ବାଚନ ହେବା ସମ୍ଭାବନା ଅଧିକ ବଢ଼ିଛି।

    ଏଠାରେବିଜେପି ସରକାର ଗଢିବାର ଦେଢ଼ ବର୍ଷ ପରେ ପ୍ରଥମ ଉପନିର୍ବାଚନ ହୋଇଥିବା ବେଳେ ବିଜେଡ଼ି ମଧ୍ୟ ଶାସନରୁ ଯିବା ପରେ ଏହା ପ୍ରଥମ ଉପନିର୍ବାଚନ ସାମ୍ନାକୁ କରିବ । ଏହା ୩ ଦଳ ପାଇଁ ଏସିଡି ଟେଷ୍ଟ କୁହାଯାଉଥିବା ବେଳେ ୩ ଦଳ ଭାବି ଚିନ୍ତି ପ୍ରାର୍ଥି ଦେବେ ନହେଲେ ନାକ ନିଶ ତଳେ ପଡ଼ିବ ବୋଲି କୁହାଯାଉଛି। ତେବେ ଏଥର ୩ ଦଳ ନିଜ ନିଜ ପ୍ରାର୍ଥୀ ବି ବଦଳାଇବେ ବୋଲି ଚର୍ଚ୍ଚା ହେଉଛି। ଏଥର ବିଜେପି ନୂଆପଡ଼ାରୁ ପୁର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ସେଠି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି।

    କାରଣ ୨୦୨୪ ନିର୍ବାଚନରେ ବିଜେଡି ଛାଡି ବିଜେପିରେ ମିଶିଥିଲେ ମଧ୍ୟ ଟିକେଟ ପାଇଁ ଦାବୀ କରିନଥିଲେ। ବରଂ ଦଳ ପାଇଁ ଖୁସି ଖୁସିରେ ପ୍ରଚାର କରିଥିଲେ। ତେବେ ଏବେ ଦଳ ତାଙ୍କ ପାଇଁ କିଛି କରିବା ସମୟ ଆସିଛି ବୋଲି ଭାବିବା ସହ ତାଙ୍କୁ ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଛି। ତେବେ ମୋହନ- ମନମୋହନ ନୂଆପଡାରେ ତାଙ୍କୁ ସୁଯୋଗ ଦେବେ ବୋଲି ମଧ୍ୟ କୁହାଯାଉଛି। ଅନ୍ୟପଟେ ଓଡିଆ ସିନେମା ଇନ୍ଦର୍ଷ୍ଟ୍ରିର ୪ ଜଣ ବଡ଼ ଅଭିନେତା ତଥା ଆକାଶ ଦାସ ନାୟକ, ସିଦ୍ଧାନ୍ତ ମହପାତ୍ର, ଅରିନ୍ଦମ ରାଏ ଓ ଅନୁଭବ ମହାନ୍ତି ବିଜେପିକୁ ଆସିଥିଲେ। ସେତେବେଳ କେବଳ ଭାଇଜାନ ଙ୍କୁ ଛାଡି ସମସ୍ତଙ୍କୁ ଟିକେଟ ମିଳିଥିଲା। ତେବେ ଆକାଶ ଆଉ ସିଦ୍ଧାନ୍ତ ବର୍ତ୍ତମାନର ବିଧାୟକ ହୋଇଥିବା ବେଳେ ଅରିନ୍ଦମ ଅଳ୍ପ ବ୍ୟବଧାନରେ ହରାଇଥିଲେ ।

    ହାରିକିବି ଅରିନ୍ଦମ ନିଜେ ପ୍ରାର୍ଥୀ ହୋଇଥିବା ସାଲେପୁର ରେ ବେଶ୍ ଆକ୍ଟିଭ ରହିବା ସହ ବିଧାୟକ ଙ୍କ ଠାରୁ ତାଙ୍କ ଖାତିର ଅଧିକ ବୋଲି କୁହାଯାଉଛି । ଏପଟେ ହେଡକ୍ୱାଟର ରେ ମଧ୍ୟ ତାଙ୍କର ଭଲ ପଡ଼ୁଛି। ତେବେ ଅନୁଭବ ମହାନ୍ତିଙ୍କୁ ଥଇଥାନ କରିବା ମନମୋହନଙ୍କ ପାଇଁ ଦ୍ୟୋନ୍ଦ୍ କରୁଥିଲା । ରାଜ୍ୟସଭାକୁ ପଠାଇବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏବେ ତାହା ସମ୍ଭବ ନଥିଲା ତେବେ ନୂଆପଡାରେ ଅନୁଭବ ଙ୍କୁ ଥଇଥାନ କରାଯିବା ବୋଲି କୁହାଯାଉଛି।

    ତାଙ୍କ ସିନେମାର ଲୋକ ପ୍ରୀୟତା ବିଜେଡ଼ି ଫଂ ଭାଂଗିବ ବୋଲି କୁହାଯାଉଛି। ସେପଟେ ୨୦୨୪ ରେ ବିଜେପି ପ୍ରାର୍ଥୀ ହୋଇଥିବା ପୁର୍ବତନ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ଟିକେଟ ପାଇଲେ ମଧ୍ୟ ହାରି ପାରନ୍ତି ବୋଲି କୁହାଯାଇଛି। କାରଣ ସେ ୨୦୨୪ ନିର୍ବାଚନରେ ତୃତୀୟ ସ୍ଥାନରେ ରହିବା ଶହ ଏବେ ସେତେ ତୃଣମୂଳ ସ୍ତରରେ ଏତେ ଆକ୍ଟିଭ ନାହାଁନ୍ତି । ଅନୁଭବ ଏବେ ବିଜେପି ପାଇଁ ସବୁ ଦିଗରୁ ବେଷ୍ଟ ବୋଲି କୁହାଯାଉଛି। ଯଦି ଅନୁଭବଙ୍କୁ ଟିକେଟ ମିଳେ ତାଙ୍କୁ ବିଧାନସଭା ଏଣ୍ଟ୍ରି ହେବ ତାସହ ବିଜେପି ସିଟ୍ ବଢିବା ଏକ ପ୍ରକାର ଥୟ ବୋଲି କୁହାଯାଉଛି। ତେବେ ଦେଖାଯାଉ ଅନୁଭବ ମହାନ୍ତିଙ୍କ ମୁଣ୍ଡରେ ମନମୋହନ ସୁନା କଳସ ଢାଳୁଛନ୍ତି ନା ନାହିଁ।

  • ପ୍ରେମିକ ସାମ୍ନାରେ ପ୍ରେମିକାକୁ . . .

    ପ୍ରେମିକ ସାମ୍ନାରେ ପ୍ରେମିକାକୁ . . .

    ପୁରୀ ବ୍ରହ୍ମଗିରି ର ବାଲିହରଚଣ୍ଡି ପୀଠରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ସାଂଘାତିକ ଅଭିଯୋଗ ଆସିଛି। ଏହି ଘଟଣା ସାରା ବ୍ରହ୍ମଗିରି ଅଞ୍ଚଳରେ ଚର୍ଚ୍ଚା ହୋଇଥିବା ବେଳେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଘଟଣାକୁ ନେଇ ଆଜି ଯୁବତୀର ଡାକ୍ତରୀ ମାଇନା କରାଯାଇଛି।

    ଗତ ଶନିବାର ସ୍ପେସଲ ସ୍କ୍ୱାର୍ଡ ସ୍ଥାନୀୟ ଚଣ୍ଡୀପୁଟ ଗ୍ରାମର ତିନିଜଣ ଯୁବକଙ୍କୁ ଅଟକ ରଖି ପଚରଉଚରା କରୁଚି। ବାଲିହରଚଣ୍ଡି ଏକ ପର୍ଯ୍ୟଟନ ସ୍ଥଳୀ। ଏଠାକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନେ ବୁଲିବାକୁ ଆସୁଥିବା ବେଳେ ନିକଟରେ ଥିବା ସମୁଦ୍ର ବେଳାଭୂମିକୁ ବୁଲିବାକୁ ଯାଇ ଥାଆନ୍ତି। ଶୁକ୍ରବାର ଜଣେ ଯୁବକ ଓ ଯୁବତୀ ବାଲିହରଚଣ୍ଡି ବୁଲିବାକୁ ଆସି ଥିବାବେଳେ ସ୍ଥାନୀୟ ଚଣ୍ଡୀପୁଟ ଗ୍ରାମର ଚାରି ଜଣ ଯୁବକ ସେମାନଙ୍କର ଫଟୋ ଚିତ୍ର ଉତ୍ତୋଳନ କରିବା ସହିତ ବ୍ଳାକ୍ ମେଲିଂ ମଧ୍ୟ କରିଥିଲେ।

    ପରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି। ପୋଲିସ ତିନି ଜଣ ଯୁବକ ଙ୍କୁ ଅଟକ ରଖିଥିବା ବେଳେ ମାଷ୍ଟର ମାଇଣ୍ଡ କୁ ଖୋଜୁଥିବା ଜଣା ପଡିଛି। ଏହି ଘଟଣାରେ ବ୍ରହ୍ମଗିରି ଥାନା ଚଣ୍ଡିପୁଟ ଗ୍ରାମର ଯୁବକ ଙ୍କ ସଂପୃକ୍ତି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି |