Tag: suchanatv24x7

  • ପଦ୍ମଶ୍ରୀ ସମ୍ମାନରେ ଚାରି ଓଡ଼ିଆ, ସାନ୍ତାଳୀ ସାହିତ୍ୟକୁ ମିଳିଲା ସ୍ୱୀକୃତି

    ପଦ୍ମଶ୍ରୀ ସମ୍ମାନରେ ଚାରି ଓଡ଼ିଆ, ସାନ୍ତାଳୀ ସାହିତ୍ୟକୁ ମିଳିଲା ସ୍ୱୀକୃତି

    ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଭବନ ପକ୍ଷରୁ ପଦ୍ମ ପୁରସ୍କାର ପ୍ରାପ୍ତକାରୀଙ୍କ ତାଲିକା ଘୋଷଣା କରାଯାଇଛି | ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଏଥର ଓଡ଼ିଶାର ଚାରି ଜଣ ମହେନ୍ଦ୍ର କୁମାର ମିଶ୍ର, ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ସାନ୍ତାଳୀ ଲେଖକ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ | ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଜୀବନବ୍ୟାପୀ ଅବଦାନ ପାଇଁ ଚରଣ ହେମ୍ବ୍ରମଙ୍କୁ ଏହି ଗରିମାମୟ ସମ୍ମାନ ମିଳିବାକୁ ଯାଉଛି | ସେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଅନ୍ତର୍ଗତ ପୁରୁଣାଘାଟି ନୂଆଗାଁ ଗ୍ରାମରେ ୯ ଫେବୃଆରୀ ୧୯୫୨ ମସିହାରେ ଜନ୍ମଗ୍ରହଣ କରିଥିଲେ |

    ଛୋଟବେଳୁ ଶିକ୍ଷା ପ୍ରତି ଗଭୀର ଆଗ୍ରହ ରଖୁଥିବା ଚରଣ ହେମ୍ବ୍ରମ ୧୯୭୧ ମସିହାରେ ମାଟ୍ରିକ ପାସ କରିବା ପରେ ଶିକ୍ଷକତା ପାଇଁ ତାଲିମ ଗ୍ରହଣ କରିଥିଲେ | ସେ ଏକାଧାରରେ ଜଣେ ସାହିତ୍ୟିକ, ସଙ୍ଗୀତ ନିର୍ଦ୍ଦେଶକ, ଆଦିବାସୀ ଡ୍ରାମା ଓ ନୃତ୍ୟ ନିର୍ଦ୍ଦେଶକ ଭାବେ ଖୁବ୍ ପରିଚିତ |


    ଚରଣ ହେମ୍ବ୍ରମ କହିଛନ୍ତି ଯେ , “୧୯୯୨ ମସିହାରୁ ମୁଁ ସାନ୍ତାଳୀ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାରରେ ଲାଗିଥିଲି। ବିଭିନ୍ନ ସ୍କୁଲରେ ନୃତ୍ୟ ଓ ସଙ୍ଗୀତ ଶିକ୍ଷା ଦେଉଥିଲି। ଲୋକଙ୍କ ସ୍ନେହ ଓ ସମ୍ମାନ ମୋତେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଛି।”
    ସାନ୍ତାଳୀ ଭାଷା, ଆଦିବାସୀ ସଂସ୍କୃତି ଏବଂ ଅଲଚିକି ଲିପିର ବିକାଶ ପାଇଁ ସେ ଅନେକ ପୁସ୍ତକ, ବହି ଓ ଜର୍ଣ୍ଣାଲ ରଚନା କରିଛନ୍ତି | ଆସେକା ସଂଗଠନର ଆଜୀବନ ସଦସ୍ୟ ଭାବେ ରହିବା ସହ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସହ ସେ ସକ୍ରିୟ ଭାବେ ଜଡିତ ଥିଲେ |

    ପଦ୍ମଶ୍ରୀ ସମ୍ମାନ ଘୋଷଣା ପରେ ରାଇରଙ୍ଗପୁର ଉପଖଣ୍ଡରେ ଖୁସିର ମାହୋଲ ଦେଖାଦେଇଛି | ତାଙ୍କ ବାସଭବନରେ ଆଦିବାସୀ ପାରମ୍ପରିକ ନୃତ୍ୟ ଓ ବାଦ୍ୟଯନ୍ତ୍ର ମାଧ୍ୟମରେ ସ୍ଥାନୀୟ ଲୋକେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଛନ୍ତି | ସାନ୍ତାଳୀ ଭାଷା ଓ ଆଦିବାସୀ ସଂସ୍କୃତିକୁ ଜାତୀୟ ସ୍ତରରେ ପରିଚୟ ଦେଇଥିବା ଚରଣ ହେମ୍ବ୍ରମଙ୍କ ପଦ୍ମଶ୍ରୀ ସମ୍ମାନ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ସମ୍ମାନର କଥା|

  • ଶିଶୁଙ୍କୁ ଶୁଆଇବା ସମୟରେ ଟୋପି ପିନ୍ଧାଇବା ସାଜିପାରେ କି ଘାତକ ?

    ଶିଶୁଙ୍କୁ ଶୁଆଇବା ସମୟରେ ଟୋପି ପିନ୍ଧାଇବା ସାଜିପାରେ କି ଘାତକ ?

    ସାରା ଦେଶରେ ଏବେ ପ୍ରବଳ ଶୀତର ଲହରି ଚାଲିଛି । କେଉଁଠି ବରଫପାତ ହେଉଛି, ତ ଆଉ କେଉଁଠି ଦିନ ଦୁଇପ୍ରହର ପର୍ଯ୍ୟନ୍ତ କୁହୁଡ଼ି ଛାଡ଼ିବାର ନାଁ ଧରୁନାହିଁ | ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ସହିତ ଛୋଟ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ବାପା ମା’ଙ୍କ ଚିନ୍ତା ବଢ଼ିଯାଇଛି |
    ପ୍ରବଳ ଜାଡ଼ରୁ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ବୟସ୍କମାନେ ପ୍ରାୟତଃ ଶୋଇବା ସମୟରେ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଭଲଭାବେ ଘୋଡ଼ାଇ ରଖିବାକୁ ପରାମର୍ଶ ଦେଇଥାନ୍ତି |

    ଶିଶୁ ବିଶେଷଜ୍ଞଙ୍କ କହିବା ଅନୁସାରେ, ଛୋଟ ପିଲା ଓ ନବଜାତ ଶିଶୁଙ୍କ ଶରୀର ବୟସ୍କଙ୍କ ଠାରୁ ଭିନ୍ନ। ସେମାନଙ୍କ ଶରୀରରେ ‘ବ୍ରାଉନ୍ ଫ୍ୟାଟ୍’ ନାମକ ଏକ ବିଶେଷ ପ୍ରକାର ଚର୍ବି ଥାଏ, ଯାହା ଶରୀରରେ ତାପମାତ୍ରା ସୃଷ୍ଟି କରି ସେମାନଙ୍କୁ ଥଣ୍ଡାରୁ ମୁକ୍ତି ମିଳିଥାଏ | ଶିଶୁମାନଙ୍କ ଶରୀରର ତାପମାତ୍ରା ମୁଣ୍ଡ ମାଧ୍ୟମରେ ନିୟନ୍ତ୍ରିତ ହୁଏ | ଏମିତି ସ୍ଥିତିରେ ଶୋଇବା ସମୟରେ ମୁଣ୍ଡକୁ ଟୋପି କିମ୍ବା କମ୍ବଳରେ ଘୋଡ଼ାଇ ଦେଲେ ଶରୀରର ଅତିରିକ୍ତ ଉଷ୍ଣତା ବାହାରକୁ ବାହାରିପାରେ ନାହିଁ | ଏହା ଫଳରେ ଶିଶୁ ଅତ୍ୟଧିକ ଗରମ ହୋଇପାରେ, ଯାହାକୁ ହଠାତ୍ ଶିଶୁ ମୃତ୍ୟୁର ଏକ ପ୍ରମୁଖ କାରଣ ବୋଲି ଧରି ନିଆଯିଆପାରେ | ଏହାସହିତ, ଶୋଇବା ସମୟରେ ଶିଶୁର ହାତଗୋଡ଼ ହଲାଇଥାନ୍ତି, ଯାହାରେ ଟୋପି ଖସି ମୁହଁ କିମ୍ବା ନାକ ଉପରେ ପଡ଼ି ନିଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି କରିପାରେ | ଡାକ୍ତରଙ୍କ କହିବା ଅନୁସାରେ, ଟୋପି ତୁଳନାରେ ମୋଜା ପିନ୍ଧାଇବା ଅଧିକ ସୁରକ୍ଷିତ | ଯଦି ଶିଶୁ ଶୋଇବା ଘରେ ଅଧିକ ଥଣ୍ଡା ଥାଏ, ତେବେ ହାଲୁକା ମୋଜା ପିନ୍ଧାଇବା ଭଲ | ପାଦ ଉଷୁମ ରହିଲେ ଶିଶୁକୁ ଭଲ ନିଦ ହୋଇଥଏ |

    ତେବେ ଏଠାରେ କିଛି ସତର୍କତା ଆବଶ୍ୟକ ରହିଛି , ମୋଜା ଅତ୍ୟଧିକ ଟାଇଟ୍ ହେବା ଉଚିତ୍ ନୁହେଁ ଯଦି ଆପଣ ଟାଇଟ୍ ମୋଜା ପିନ୍ଧନ୍ତି ତେବେ ରକ୍ତ ସଞ୍ଚାଳନକୁ ପ୍ରଭାବିତ କରିପାରେ | ସବୁବେଳେ କପା କିମ୍ବା ହାଲୁକା କପଡ଼ାର ମୋଜା ବାଛନ୍ତୁ | ଯଦି ଶୋଇବା ଘର ଗରମ ରହୁଛି, ତେବେ ମୋଜା ପିନ୍ଧାଇବା କୋଣସି ଆବଶ୍ୟକ ନାହିଁ ବୋଲି ଡାକ୍ତର କହିଛନ୍ତି |

  • “ହିନ୍ଦି ପାଇଁ ସ୍ଥାନ ନାହିଁ” – ଷ୍ଟାଲିନଙ୍କ ବୟାନକୁ ନେଇ ତେଜିଲା ରାଜନୀତି

    “ହିନ୍ଦି ପାଇଁ ସ୍ଥାନ ନାହିଁ” – ଷ୍ଟାଲିନଙ୍କ ବୟାନକୁ ନେଇ ତେଜିଲା ରାଜନୀତି

    ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ହିନ୍ଦି ଭାଷା ବିରୋଧୀ ବୟାନକୁ ନେଇ ଦେଶରେ ପୁଣିଥରେ ରାଜନୀତି ତେଜିଛି ଉଠିଛି | ଷ୍ଟାଲିନ୍ ତାଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘X’ ରେ କହିଛନ୍ତି , ତାମିଲନାଡ଼ୁରେ ହିନ୍ଦି ଭାଷା ପାଇଁ କୌଣସି ସ୍ଥାନ ନାହିଁ, ପୂର୍ବରୁ ମଧ୍ୟ ନଥିଲା ଏବଂ ଆଗାମୀ ଦିନରେ ମଧ୍ୟ ରହିବ ନାହିଁ |

    ରବିବାର ଚେନ୍ନାଇରେ ଡିଏମକେ ପକ୍ଷରୁ ‘ଭାଷା ସହିଦ ଦିବସ’ ପାଳନ କରାଯାଇଥିଲା | ମୁଖ୍ୟମନ୍ତ୍ରୀ ଅତୀତର ହିନ୍ଦୀ ବିରୋଧୀ ଆନ୍ଦୋଳନରେ ପ୍ରାଣ ହରାଇଥିବା ଭାଷା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ | ସେ କହିଥିଲେ ଯେ, ଜାତୀୟ ଶିକ୍ଷା ନୀତି ୨୦୨୦ ଭାରତୀୟ ଭାଷାଗୁଡ଼ିକୁ ଗୁରୁତ୍ୱ ଦିଅ କିନ୍ତୁ କୌଣସିଠାରେ କେବଳ ହିନ୍ଦି ପଢ଼ାଯିବାକୁ ବାଧ୍ୟତାମୂଳକ କରାଯାଇନାହିଁ |
    ଏପଟେ କେନ୍ଦ୍ର ସରକାର ଓ ତାମିଲନାଡ଼ୁ ସରକାରଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଦୀର୍ଘଦିନ ଧରି ମତଭେଦ ଚାଲିଆସୁଛି | କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏନଇପି ୨୦୨୦କୁ ନେଇ ତାମିଲନାଡ଼ୁ ସରକାର ରାଜନୀତି କରୁଛନ୍ତି | ତେବେ ଷ୍ଟାଲିନଙ୍କ ଏହି ଆଭିମୁଖ୍ୟ ଆଗାମୀ ଦିନରେ ବଡ଼ ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିପାରେ ବୋଲି ମତ ପ୍ରକାଶ ପାଇଛି |

  • ପରଲୋକରେ ଓଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

    ପରଲୋକରେ ଓଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

    ଓଲିଉଡ ସଙ୍ଗୀତ ଜଗତ ପାଇଁ ଆସିଛି ଏକ ଦୁଃଖଦ ଖବର | ଓଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକ ଘଟିଛି | ସେ ଦୀର୍ଘଦିନ ଧରି ସେଲିଭର ଜନିତ ରୋଗରେ ପୀଡିତ ଥିଲେ |

    ଖବର ଅନୁଯାୟୀ, ଗତ ବର୍ଷ ସେପ୍ଟେମ୍ବର ୪ ତାରିଖରେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲର ICUରେ ଭର୍ତ୍ତି କରାଯାଇଥିଲା | ପରବର୍ତ୍ତୀ ସମୟରେ ଭଲ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତି କରାଯାଇଥିଲା | ଦୀର୍ଘ ସମୟ ଧରି ICUରେ ଚିକିତ୍ସାଧୀନ ରହିବା ପରେ ଅକ୍ଟୋବର ୨୩ ତାରିଖରୁ ସେ ଜେନେରାଲ ମେଡିସିନ ୱାର୍ଡରେ ଚିକିତ୍ସିତ ହେଉଥିଲିଲେ। ଫୁସଫୁସ ସଂକ୍ରମଣ ସହ ଏକାଧିକ ରୋଗରେ ପୀଡ଼ିତ ଥିବା ଅଭିଜିତ ମଜୁମଦାର କିଛି ସମୟ ପାଇଁ କୋମାକୁ ମଧ୍ୟ ଚାଲିଯାଇଥିଲେ | ଚିକିତ୍ସା ପରେ ସେ କିଛି ମାତ୍ରାରେ ସୁସ୍ଥ ହୋଇ ଘରକୁ ଫେରିଥିଲେ | କିନ୍ତୁ ଗତକାଲି ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗଡ଼ିଯିବାରୁ ପୁଣି କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦିନ ସେ ପରଲୋକ ପ୍ରାପ୍ତ କରିଛନ୍ତି |

    ଅଭିଜିତ ମଜୁମଦାର ଓଲିଉଡ ସଙ୍ଗୀତ ଜଗତରେ ଏକ ପରିଚିତ ନାମ ଥିଲେ | ସେ ୫୦ରୁ ଅଧିକ ଓଡ଼ିଆ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ସହ ବହୁ ଆଲବମ ପାଇଁ ମଧ୍ୟ ସଙ୍ଗୀତ ଦେଛନ୍ତି | ଏହାସହିତ ସେ ଏକାଧିକ ଫିଲ୍ମରେ ନିଜ ଗୀତ ଗାଇ ମଧ୍ୟ ଦର୍ଶକଙ୍କ ମନ ଜିତିଥିଲେ | ତାଙ୍କର ପରଲୋକ ହେବ ଦ୍ୱାରା ଓଲିଉଡ ଶିଳ୍ପୀମହଲ , ସଙ୍ଗୀତଜଗତ ଓ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି | ଓଲିଉଡ ସଙ୍ଗୀତ ଜଗତରେ ତାଙ୍କ ଅବଦାନ ସଦା ସ୍ମରଣୀୟ ହୋଇ ରହିବ |

    ଓଲିଉଡ ସଙ୍ଗୀତ ଜଗତରେ ତାଙ୍କ ଅବଦାନ ସଦା ସ୍ମରଣୀୟ ହୋଇ ରହିବ |

  • ଓଜନ କମାଇବା ଚେଷ୍ଟାରେ ଖାଇବା–ପିଇବା ବନ୍ଦ! ଅସୁସ୍ଥ ହେଲେ ଅଶନୁର କୌର

    ଓଜନ କମାଇବା ଚେଷ୍ଟାରେ ଖାଇବା–ପିଇବା ବନ୍ଦ! ଅସୁସ୍ଥ ହେଲେ ଅଶନୁର କୌର

    21 ବର୍ଷୀୟ ଟିଭି ଅଭିନେତ୍ରୀ ଅଶନୁର କୌର ନିଜ ସ୍ୱାସ୍ଥ୍ୟ ଓ ଆତ୍ମବିଶ୍ୱାସକୁ ନେଇ ହୃଦୟସ୍ପର୍ଶୀ କଥା ସେୟାର କରିଛନ୍ତି | କାମ ବୟସରୁ ସେ ଟିଭି ଇଣ୍ଡଷ୍ଟ୍ରିରେ କାମ କରି ଆସୁଛନ୍ତି ଏବଂ ସଫଳତା ମଧ୍ୟ ହାସଲ କରିଛନ୍ତି | ବିଗ୍ ବସ୍ ଭଳି ଲୋକପ୍ରିୟ ଶୋ’ରେ କାମ କରି ସେ ଦର୍ଶକଙ୍କ ମନ ଜିତିଛନ୍ତି। କିନ୍ତୁ ଏତେ ସଫଳତା ସତ୍ତ୍ୱେ ମଧ୍ୟ ସେ ଶରୀରକୁ ନେଇ ମାନସିକ ଚାପରେ ଥିଲେ।


    ସୋହା ଅଲ୍ଲୀ ଖାନଙ୍କ ପଡକାଷ୍ଟରେ ଅଶନୁର କହିଥିଲେ ଯେ, ଶରୀରକୁ ନେଇ ଟିପ୍ପଣୀ କରାଯିବା ଜଣେ ଲୋକଙ୍କୁ ମାନସିକ ଭାବେ ଭାଙ୍ଗି ଦେଇପାରେ। ସେ କହିଥିଲେ, ନିଜ ପ୍ରତି ସହାନୁଭୂତି ଓ ଆତ୍ମ-ସମ୍ମାନ ରଖିବା ଅତ୍ୟନ୍ତ ଜରୁରୀ। ଓଜନ କମାଇବା ପାଇଁ ଅଶନୁର ଏକ ସମୟରେ ଖାଇବା ପିଇବା ପ୍ରାୟ ବନ୍ଦ କରିଦେଇଥିଲେ। ଏହାର ପରିଣାମ ସ୍ୱରୂପ ସେ ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ଏକ ବନ୍ଧୁଙ୍କ ପରାମର୍ଶରେ ସେ ରକ୍ତ ପରୀକ୍ଷା କରାଇଥିଲେ, ଯାହା ସାଧାରଣ ଥିଲା। ଏହି ଘଟଣା ତାଙ୍କୁ ନିଜ ସ୍ୱାସ୍ଥ୍ୟ ଓ ଜୀବନକୁ ନୂଆ ଭାବେ ଗଢିବାକୁ ପ୍ରେରଣା ଯୋଗାଇଥିଲା|


    ଅଶନୁର କହିଛନ୍ତି ଯେ, ଯେତେ ଡାଏଟ୍ କିମ୍ବା ଫିଟନେସ୍ ଟ୍ରେଣ୍ଡ ଅନୁସରଣ କର କିନ୍ତୁ ଆସଲ ଆତ୍ମବିଶ୍ୱାସ ମନରୁ ଆସିଥାଏ | ତାଙ୍କର ଏହି ଅନୁଭବ ଆଜିର ଯୁବପିଢ଼ି ପାଇଁ ଏକ ଶିକ୍ଷା ଓ ପ୍ରେରଣା ହୋଇଛି |

  • ଯୁବରାଜଙ୍କ ମୃତ୍ୟୁର ହେଲା ପର୍ଦାଫାଶ ଭିଡିଓ ଖୁଲିଲା ସବୁ ସତ!

    ଯୁବରାଜଙ୍କ ମୃତ୍ୟୁର ହେଲା ପର୍ଦାଫାଶ ଭିଡିଓ ଖୁଲିଲା ସବୁ ସତ!

    ଗ୍ରେଟର ନୋଏଡାର ସେକ୍ଟର 150ରେ ଇଞ୍ଜିନିୟର ଯୁବରାଜଙ୍କ ମୃତ୍ୟୁ ଘଟଣାରେ ଦୁଇଟି ନୂତନ ଭିଡିଓ ସାମ୍ନାକୁ ଆସିଛି, ଯାହା ଉଦ୍ଧାର କାର୍ଯ୍ୟ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଭିଡିଓଗ୍ରାଫର ଦାବି କରିଛନ୍ତି ଯେ ସେ ସକାଳ 11:45ରେ କାର ପାଣିରେ ପଡ଼ିବା ବିଷୟରେ ସୂଚନା ପାଇଥିଲେ ଏବଂ ମଧ୍ୟରାତ୍ରିରୁ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। କିନ୍ତୁ, ଯୁବରାଜ ତାଙ୍କ ସାମ୍ନାରେ ବୁଡ଼ି ଯାଇଥିଲେ, ଏବଂ ପ୍ରଶାସନ ତାଙ୍କୁ କିଛି ସମୟ ମଧ୍ୟରେ ଉଦ୍ଧାର କରିବାରେ ବିଫଳ ହୋଇଥିଲା। ଏହି ଭିଡିଓଗୁଡ଼ିକ ଭାଇରାଲ ହେବା ପରେ ପୋଲିସ, ଅଗ୍ନିଶମ ବିଭାଗ ଏବଂ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ସଧାରଣ ଜନତା।

    ସେ ଉଦ୍ଧାର କାର୍ଯ୍ୟର ବିଳମ୍ବ ଏବଂ ପ୍ରସ୍ତୁତି ଉପରେ ମଧ୍ୟ ପ୍ରଶ୍ନ ଉଠାଇବା ପରି ମନେ ହେଉଛି। ଉଦ୍ଧାର କାର୍ଯ୍ୟର ନୂତନ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଘଟଣାସ୍ଥଳର ପରିସ୍ଥିତି ଏବଂ ରିଲିଫ୍ ପ୍ରୟାସ ଦର୍ଶାଯାଇଛି। ଏହି ସମୟରେ, ଘଟଣାସ୍ଥଳରୁ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହା ପ୍ରଶାସନର ଉଦ୍ଧାର କାର୍ଯ୍ୟ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି। ଏତେ ସବୁ ଘଟିଗଲା କଣ କରୁଥିଲେ ପୋଲିସ, ଅଗ୍ନିଶମ ବିଭାଗ କାହିଁକି ଚୁପ ବସିଛି ପ୍ରଶାସନ।

    ଭିଡିଓ ରେକର୍ଡ କରୁଥିବା ବ୍ୟକ୍ତି କହୁଛନ୍ତି, “ପ୍ରଶାସନ ଏଠାରେ ଅଛି, ଆମ୍ବୁଲାନ୍ସ ଅଛି, ପୋଲିସ ଅଛି, କିନ୍ତୁ ପିଲାଟି ବୁଡ଼ି ଯାଇଛି। ସେ ଆମ ସାମ୍ନାରେ ଯନ୍ତ୍ରଣାରେ ବୁଡ଼ି ଯାଇଛି, ଏବଂ ସେମାନେ ତାକୁ ବଞ୍ଚାଇ ପାରିଲେ ନାହିଁ। ଗାଡ଼ିଟି ପ୍ରାୟ ୧୧:୪୫ ରେ ପଡ଼ିଗଲା। ମୁଁ ଯେତେବେଳେ ୧୨ ଟାରେ ପହଞ୍ଚିଲି, ସେତେବେଳେ କେବଳ ଗୋଟିଏ ପୋଲିସ ଗାଡ଼ି ଥିଲା। ପ୍ରଶାସନ ଏଠାରେ ତାର ଔପଚାରିକତା ପୂରଣ କରୁଛି। ସେ ବୁଡ଼ି ସାରିଛି।” ଏଠି କାହିଁକି ପୋଲିସର ହାତ ବନ୍ଧା ହେଇଚି ଏ ସବୁ ପାଇଁ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା ।

  • ଏକ ବଜେଟ୍, ଏକ ଦୃଷ୍ଟି: ଭାରତର ବଜେଟ୍ ପରମ୍ପରାର ନୂଆ ଅଧ୍ୟାୟ

    ଏକ ବଜେଟ୍, ଏକ ଦୃଷ୍ଟି: ଭାରତର ବଜେଟ୍ ପରମ୍ପରାର ନୂଆ ଅଧ୍ୟାୟ

    ଦେଶର ବଜେଟ୍ ଇତିହାସରେ ଏକ ବଡ଼ ପରିବର୍ତ୍ତନ ଆସିଛି |ଏବେ ରେଳ ଓ ସାଧାରଣ ବଜେଟ୍‌ର ଏକତ୍ରୀକରଣ | ବ୍ରିଟିଶ୍ ଶାସନ କାଳରେ ୧୯୨୪ ମସିହାରେ ପ୍ରଥମ ଥର ପାଇଁ ରେଳ ବଜେଟ୍ ଉପସ୍ଥାପନ କରାଯାଇଥିଲା| ସେବେଠାରୁ ଦୀର୍ଘ ୯ ଦଶକ ଧରି ଦେଶରେ ଏକ ଅଲଗା ପରମ୍ପରା ଚାଲିଥିଲା | ସେହି ପରମ୍ପରା ଅନୁସାରେ , ପ୍ରତି ବର୍ଷ ପ୍ରଥମେ ସାଧାରଣ ବଜେଟ୍ ଓ ତାହାପରେ ରେଳ ବଜେଟ୍ ଉପସ୍ଥାପନ କରାଯାଉଥିଲା| ବଜେଟ୍ ଦିନକୁ ନେଇ ଦେଶବାସୀଙ୍କ ମଧ୍ୟରେ ବହୁତ ଆଶା ଓ ଆଗ୍ରହ ଥାଏ, କାରଣ ବଜେଟ୍‌ରେ କେଉଁ ସୁବିଧା ଘୋଷଣା କରାଯିବ ,ସେଥିପାଇଁ ଲୋକମାନେ ଅପେକ୍ଷା କରିଥାଆନ୍ତି | କିନ୍ତୁ ସମୟ ସହିତ ସରକାରୀ ଆର୍ଥିକ ପ୍ରଣାଳୀରେ ପରିବର୍ତ୍ତନର ଆବଶ୍ୟକତା ରହିଛି |

    ମୋଦୀ ସରକାର ଆସିବା ପରେ ୨୦୧୭ ମସିହାରେ ଏହି ପୁରୁଣା ପରମ୍ପରାକୁ ଭାଙ୍ଗି ଦିଆଯାଇଥିଲା | ସାଧାରଣ ବଜେଟ୍ ଓ ରେଳ ବଜେଟ୍‌କୁ ଅଲଗା ଅଲଗା ଉପସ୍ଥାପନ କରିବା ପରମ୍ପରାକୁ ବନ୍ଦ କରି, ଦୁହିଁଟିକୁ ଏକା ସାଙ୍ଗରେ ୟୁନିଅନ୍ ବଜେଟ୍‌ର ସାମିଲ କରାଯାଇଥିଲା | ଏହି ପରିବର୍ତ୍ତନ ପରେ ପ୍ରଥମ ଏକତ୍ରିତ ବଜେଟ୍ ସେତେବେଳେର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ପ୍ରସ୍ତୁତ କରିଥିଲେ | ଏହା ଦ୍ୱାରା ରେଳକୁ ଦେଶର ସାର୍ବିକ ଆର୍ଥିକ ବିକାଶ ଯୋଜନା ସହ ଏକ ସମାନ ଧାରାରେ ଆଣାଯାଇଥିଲା | ବଜେଟ୍ ଇତିହାସକୁ ଦେଖିଲେ ଜଣାପଡ଼େ ଯେ , ପୂର୍ବରୁ ଦେଶରେ ପ୍ରତି ବର୍ଷ ଦୁଇଟି ବଜେଟ୍ ଉପସ୍ଥାପନ ହୋଇଥାଏ |ଯାହାକି ଗୋଟିଏ ରେଳ ପାଇଁ ଓ ଅନ୍ୟଟି ସାଧାରଣ ଆର୍ଥିକ କାର୍ଯ୍ୟକଳାପ ପାଇଁ | ସାଧାରଣ ବଜେଟ୍‌ରେ ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ବିକାଶ,ଓ ସମାଜିକ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଥିଲା | ସେତେବେଳେ ରେଳ ସମ୍ବନ୍ଧୀୟ ସମସ୍ତ ଘୋଷଣା ରେଳ ବଜେଟ୍‌ରେ ହିଁ କରାଯାଉଥିଲା |

    ବର୍ତ୍ତମାନର , ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃଆରି ୧ ତାରିଖରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି | ଏହା ତାଙ୍କର ନବମ ବଜେଟ୍ ହେବ | ସେ ପ୍ରଥମ ଥର ପାଇଁ ୫ ଜୁଲାଇ ୨୦୧୯ ମସିହାରେ ବଜେଟ୍ ଉପସ୍ଥାପନ କରିଥିଲେ | ରେଳ ଓ ସାଧାରଣ ବଜେଟ୍‌ର ଏକତ୍ରୀକରଣ ଦ୍ୱାରା ବଜେଟ୍ ପ୍ରକ୍ରିୟା ଅଧିକ ସରଳ ହେବାସହ ଦେଶର ସାମଗ୍ରିକ ବିକାଶର ସମନ୍ୱୟ ହୋଇପାରିଛି | ଏହାକୁ ମୋଦୀ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନୀତି ଭାବେ ଦେଖାଯାଉଛି |

  • ବର୍ଷା ବିଗାଡିଲା ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌

    ବର୍ଷା ବିଗାଡିଲା ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌

    ବୁଲାୱାୟୋର କୁଇନ୍ସ ସ୍ପୋର୍ଟ୍ସ କ୍ଲବରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ 19 ବର୍ଷରୁ କମ୍ ବିଶ୍ୱକପରେ ମୁହାଁମୁହିଁ ହୋଇଛନ୍ତି। ଭାରତୀୟ ଦଳ ଆମେରିକା ଏବଂ ବାଂଲାଦେଶ ବିପକ୍ଷରେ ପ୍ରଭାବଶାଳୀ ବିଜୟ ସହିତ ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ସୁରକ୍ଷିତ କରିଛି। ଦୁଇ ଦଳ ମଧ୍ୟରେ ମ୍ୟାଚ୍ ବୁଲାୱାୟୋର କୁଇନ୍ସ ସ୍ପୋର୍ଟସ୍ କ୍ଲବରେ ଅନୁଷ୍ଠିତ ହେବ। ଟସ୍ ଦିନ 12:30 ରେ ହେବାର ଥିଲା କିନ୍ତୁ ବର୍ଷାର ପ୍ରଭାବ ଯୋଗୁଁ ଏଯାଏଁ ଟସ ପଡ଼ିପାରିନି। ଭାରତ ଏବଂ ନ୍ୟୁଜିଲାଣ୍ଡ ଉଭୟ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଭାରତ ସେମାନଙ୍କର ପ୍ରଥମ ମ୍ୟାଚ୍‌ରେ DLS ପଦ୍ଧତି ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାକୁ 6 ୱିକେଟ୍‌ରେ ପରାସ୍ତ କରିଥିଲା।

    ଏହା ପରେ ସେମାନେ DLS ପଦ୍ଧତି ଅନୁଯାୟୀ ବାଂଲାଦେଶ ବିପକ୍ଷରେ 18 ରନ୍‌ରେ ବିଜୟୀ ହୋଇଥିଲେ। ଚଳିତ ବର୍ଷ, ୧୯ ବର୍ଷରୁ କମ୍ ବିଶ୍ୱକପ୍ ନାମିବିଆ ଏବଂ ଜିମ୍ବାୱେ ମିଳିତ ଭାବରେ ଆୟୋଜନ କରୁଛନ୍ତି। ମ୍ୟାଚ ଗୁଡିକ ହରାରେ, ବୁଲାୱାୟୋ ଏବଂ ୱିଣ୍ଡହୋକରେ ଖେଳାଯାଉଛି। ପାଞ୍ଚ ଥରର ଡିଫେଣ୍ଡିଂ ଚାମ୍ପିଅନ୍ ଭାରତକୁ ଗ୍ରୁପ୍ Aରେ ସାମିଲ କରାଯାଇଛି, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ, ବାଂଲାଦେଶ ଏବଂ ଆମେରିକା ମଧ୍ୟ ସାମିଲ ଅଛନ୍ତି।

    ୧୯ ବର୍ଷରୁ କମ୍ ବିଶ୍ୱକପ୍‌ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଫେବୃଆରୀ ୬ ତାରିଖରେ ହରାରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଆୟୁଷ ମଥ୍ରେ , ବୈଭବ ସୂର୍ଯ୍ୟଭନ୍ସି , ବେଦାନ୍ତ ତ୍ରିବେଦୀ, ଭିହାନ ମାଲହୋତ୍ରା, ଅଭିଗାନ୍ କୁଣ୍ଡୁ , କନିଷ୍କ୍, ଚୌହନ ହରଭାନ୍ ପାଙ୍ଗାଲିଆ, ଆର.ଏସ୍ ଆମ୍ବ୍ରିସ୍, ହେନିଲ ପଟେଲ, ଦୀପେଶ ଦେବେନ୍ଦ୍ରନ୍ ଏବଂ ଖିଲାନ୍ ପଟେଲ | ଆର୍ଯ୍ୟନ୍ ମାନ, ହୁଗୋ ବଗ୍, ଟମ୍ ଜୋନ୍ସ ଅଧିନାୟକ, ସ୍ନେହିଥ୍ ରେଡ୍ଡୀ, ମାର୍କୋ ଆଲ୍ପେ, ଜାକବ୍ କୋଟର୍, ଜସକରଣ ସାନ୍ଧୁ, କଲମ୍ ସାମସନ୍, ଫ୍ଲାଇନ୍ ମୋର୍, ସେଲଭିନ୍ ସଞ୍ଜୟ ଏବଂ ମାସନ୍ କ୍ଲାର୍କ। ୧୯ ବର୍ଷରୁ କମ୍ କ୍ରିକେଟରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଉପରେ ଏକ ଦୃଢ଼ ଅଗ୍ରଣୀ ରହିଛି। ଏହି ଦୁଇ ଦଳ ଏପର୍ଯ୍ୟନ୍ତ ୨୧ଟି ଯୁବ ଦିନିକିଆ ଯେଉଁଥିରେ ଭାରତୀୟ ଦଳ ୧୮ଟିରେ ବିଜୟୀ ହୋଇଥିବା ବେଳେ କିୱିମାନେ ତିନୋଟିରେ ବିଜୟୀ ହୋଇଛନ୍ତି।

  • ଭାରତ ତିଆରି କରିବ ନିଜର ସ୍ପେସ୍ ଷ୍ଟେସନ୍, ୨୦୩୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମହାକାଶ ପ୍ରକଳ୍ପ |

    ଭାରତ ତିଆରି କରିବ ନିଜର ସ୍ପେସ୍ ଷ୍ଟେସନ୍, ୨୦୩୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମହାକାଶ ପ୍ରକଳ୍ପ |

    ଭାରତ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ଐତିହାସିକ ଲମ୍ଫ ମାରିବାକୁ ପ୍ରସ୍ତୁତ ହେଉଛି | ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଓ ଭାରତୀୟ ମହାକାଶ ଷ୍ଟେସନ୍ (Indian Space Station) ତିଆରି ପାଇଁ ଆଗେଇ ଆସିଛି | ଏହା ISROର ସବୁଠାରୁ ଗୁରୁତ୍ୱପୂର୍ଣ ପ୍ରକଳ୍ପ ମଧ୍ୟରୁ ଗୋଟିଏ ବୋଲି ଜଣାଯାଉଛି |

    ଏହି ପ୍ରକଳ୍ପରେ ଭାରତୀୟ ଶିଳ୍ପ କ୍ଷେତ୍ରକୁ ସାମିଲ କରିବାକୁ ISRO ପକ୍ଷରୁ ପ୍ରସ୍ତାବ ଦିଆଯାଇଛି | ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର (VSSC) ଦ୍ୱାରା ଘରୋଇ କମ୍ପାନିମାନଙ୍କ ପାଇଁ ‘ଏକ୍ସପ୍ରେସନ୍ ଅଫ୍ ଇଣ୍ଟ୍ରେଷ୍ଟ’ (EOI) ଜାରି କରାଯାଇଛି | ଏହା ମାଧ୍ୟମରେ ମହାକାଶ ଷ୍ଟେସନର ପ୍ରଥମ ମଡ୍ୟୁଲ୍ BAS-01 ନିର୍ମାଣ ପାଇଁ ଯୋଗ୍ୟ କମ୍ପାନିମାନଙ୍କୁ ବଛାଯାଇଛି |

    ISRO ସ୍ପଷ୍ଟ କରିଛି ଯେ, ଏହି ମଡ୍ୟୁଲ୍‌ଗୁଡ଼ିକ ମଣିଷଙ୍କ ପାଇଁ ବାସଯୋଗ୍ୟ ହେବାରୁ ନିର୍ମାଣ କ୍ଷେତ୍ରରେ କଠୋର ମାନଦଣ୍ଡ ଲାଗୁ କରାଯାଇଛି | ପ୍ରତ୍ୟେକ ମଡ୍ୟୁଲ୍‌ର ବ୍ୟାସ ୩.୮ ମିଟର ଏବଂ ଉଚ୍ଚତା ୮ ମିଟର ହେବ | ଏହା ଉଚ୍ଚ-ଶକ୍ତି ଆଲୁମିନିୟମ୍ ମିଶ୍ରଧାତୁ AA-2219 ରେ ତିଆରି ହେବ | ତିଆରି କରିବା ସମୟରେ ୦.୫ ମିଲିମିଟର ଯଦି କିଛି ତ୍ରୁଟି ରହିଯାଏ ତେବେ ତାକୁ ଗ୍ରହଣ କରାଯିବ ନାହିଁ | ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ୨୦୨୮ରେ ଆରମ୍ଭ ହେବ ଏବଂ ସେହି ବର୍ଷ ମହାକାଶ ଷ୍ଟେସନର ପ୍ରଥମ ମଡ୍ୟୁଲ୍ BAS-01 ଲଞ୍ଚ କରାଯିବ | ସମ୍ପୂର୍ଣ୍ଣ ପ୍ରକଳ୍ପ ୨୦୩୫ ସୁଦ୍ଧା ଶେଷ କରାଯିବ | ଷ୍ଟେସନର ସମସ୍ତ ପାଞ୍ଚଟି ମଡ୍ୟୁଲ୍ ତିଆରି କରାଯାଇ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ |

    ଭାରତୀୟ ମହାକାଶ ଷ୍ଟେସନକୁ ପୃଥିବୀରୁ ପ୍ରାୟ ୪୦୦ରୁ ୪୫୦ କିଲୋମିଟର ଉଚ୍ଚତାରେ ନିମ୍ନ ପୃଥିବୀ କକ୍ଷପଥରେ ଅବସ୍ଥାପିତ କରାଯିବ | ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ୩ରୁ ୪ ଜଣ ମହାକାଶଚାରୀ ରହି ବିଭିନ୍ନ ବୈଜ୍ଞାନିକ ଗବେଷଣା ଓ ପରୀକ୍ଷଣ କରିପାରିବେ | ଏହି ପ୍ରକଳ୍ପ ଯଦି ସଠିକ ଭାବେ କାର୍ଯ୍ୟକରି ହୁଏ,ତେବେ ଭାରତ ନିଜସ୍ୱ ମହାକାଶ ଷ୍ଟେସନ ଥିବା କିଛି ବଛା ଦେଶମାନଙ୍କ ମଧ୍ୟରେ ସାମିଲ ହେବ ଏବଂ ମହାକାଶ ଶକ୍ତି ରୂପେ ଭାରତର ସ୍ଥାନ ଆହୁରି ମଜବୁତ ହୋଇଯିବ |

  • ଜାତୀୟ କନ୍ୟା ସନ୍ତାନ ଦିବସ :ଝିଅଟିଏ କେବଳ ସନ୍ତାନ ନୁହେଁ, ସେ ହିଁ ସମାଜର ଶକ୍ତି

    ଜାତୀୟ କନ୍ୟା ସନ୍ତାନ ଦିବସ :ଝିଅଟିଏ କେବଳ ସନ୍ତାନ ନୁହେଁ, ସେ ହିଁ ସମାଜର ଶକ୍ତି

    ଆଜି ସାରା ଦେଶ ପାଳନ କରୁଛି ଜାତୀୟ କନ୍ୟା ସନ୍ତାନ ଦିବସ | ଏହି ଦିବସଟି କେବଳ ଏକ ଆନୁଷ୍ଠାନିକ ପର୍ବ ନୁହେଁ, ବରଂ ଝିଅମାନଙ୍କର ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ ଓ ସମାନ ସୁଯୋଗ ପ୍ରତି ଜନସାଧାରଣଙ୍କୁ ସଚେତନ କରିବାର ଏକ ମହତ୍ତ୍ୱପୂର୍ଣ୍ଣ ଦିନ |

    ପ୍ରତିବର୍ଷ ଜାନୁଆରୀ ୨୪ ତାରିଖକୁ ଭାରତରେ ଜାତୀୟ କନ୍ୟା ସନ୍ତାନ ଦିବସ ଭାବେ ପାଳନ କରାଯାଏ | ୨୦୦୮ ମସିହାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଦିବସ ପାଳନର ଶୁଭାରମ୍ଭ କରାଯାଇଥିଲା| ସମାଜରେ କନ୍ୟା ସନ୍ତାନମାନେ ସାମ୍ନା କରୁଥିବା ଅସମାନତା, ଶିକ୍ଷାର ଅଭାବ, କନ୍ୟା ଭ୍ରୂଣ ହତ୍ୟା ଓ ବାଲ୍ୟ ବିବାହ ଭଳି କୁପ୍ରଥାକୁ ବିରୋଧକରି ଜନସଚେତନତା ସୃଷ୍ଟି କରିବା ଏହାର ମୂଳ ଉଦ୍ଧେଶ୍ୟ |

    ବିଶେଷଜ୍ଞମାନେ ମତରେ, “ଜଣେ ଶିଶୁକନ୍ୟା କେବଳ ଗୋଟିଏ ପରିବାରର ସଦସ୍ୟ ନୁହେଁ, ସେ ହେଉଛି ଆସନ୍ତାକାଲିର ସମାଜର ମୂଳ ଆଧାର।”ଗୋଟେ ଝିଅ ଯଦି ଶିକ୍ଷିତ ହେଲା କେବଳ ଏକ ପରିବାର ବିକାଶ ହେବ ନାହିଁ ,ବରଂ ସମଗ୍ର ଦେଶ ମଧ୍ୟ ପ୍ରଗତିର ପଥରେ ଆଗେଇ ଯିବା |

    ଚଳିତ ବର୍ଷ ଜାତୀୟ କନ୍ୟା ସନ୍ତାନ ଦିବସ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ, ଶିକ୍ଷାମୂଳକ ସଭା, କ୍ରୀଡ଼ା ଓ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି |ଝିଅମାନଙ୍କୁ ବୈଷୟିକ ଶିକ୍ଷା, କ୍ରୀଡ଼ା ଓ ନେତୃତ୍ୱ ମାଧ୍ୟମରେ ସଶକ୍ତ କରିବା ଉପରେ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

    ଆଜିର ସମୟରେ ଝିଅମାନେ ଆଉ କେବଳ ଘରର ଚାରିକାନ୍ଥଭିତରେ ସୀମିତ ରହୁନାହାନ୍ତି | ମହାକାଶ ବିଜ୍ଞାନ, ଚିକିତ୍ସା, କ୍ରୀଡ଼ା, ପ୍ରଶାସନ ଓ ସୀମା ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସେମାନେ ନିଜ ପ୍ରତିଭାର ପରିଚୟ ଦେଉଛନ୍ତି | ତଥାପି ଦେଶର କିଛି ଅଞ୍ଚଳରେ ଆଜି ମଧ୍ୟ କନ୍ୟା ଭ୍ରୂଣ ହତ୍ୟା ଓ ବାଲ୍ୟ ବିବାହ ଭଳି ଅନ୍ଧ ବିଶ୍ୱସ ରହିଛି, ଯାହା ଏକ ଚିନ୍ତାର କାରଣ ହୋଇ ରହିଛି |ଏହି ସମସ୍ୟାର ସମାଧାନ ପାଇଁ କେବଳ ସରକାରୀ ନୀତି ନୁହେଁ, ସାମାଜିକ ମାନସିକତାରେ ପରିବର୍ତ୍ତନ ଅତ୍ୟାବଶ୍ୟକ | ଝିଅମାନଙ୍କୁ ପୁଅମାନଙ୍କ ସହ ସମାନ ସୁଯୋଗ ଦେବା ସହ,ସୁରକ୍ଷା ଓ ସମ୍ମାନ ଦେବା ନିହାତି ଆବଶ୍ୟକ |କାରଣ ଝିଅଟିଏ ହସିଲେ ହିଁ ଦେଶ ହସିବ ଏବଂ ଏକ ସମୃଦ୍ଧ ଭାରତ ଗଠନ ହେବ |