Tag: suchanatv24x7

  • ୪ ଦିନ ଝଡ଼ବର୍ଷା ଆଶଙ୍କା..୩୧ରେ ୫ ଜିଲ୍ଲାକୁ ୱାର୍ଣ୍ଣିଂ

    ରାଜ୍ୟକୁ ଏବେ ପଶ୍ଚିମା ଝଡ଼ ପ୍ରଭାବ ରହିଛି । ଗତକାଲି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି (lightning and thunder)ଜନିତ ବର୍ଷା ହୋଇଛି । ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଝଡ଼ବର୍ଷା (stormy rain) ଆଶଙ୍କା ରହିଛି । ୨୯ ତାରିଖ ରାତିରୁ ଦେଶର ଉତ୍ତର-ପଶ୍ଚିମ ଭାଗକୁ ଅନ୍ୟ ଏକ ପଶ୍ଚିମା ଝଡ଼ ପ୍ରଭାବିତ କରିବ । ଏହାର ପ୍ରଭାବରେ ୩୧ ତାରିଖରେ ୫ ଜିଲ୍ଲାରେ ପ୍ରବଳ ବର୍ଷିବ(heavy rain) । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର (Regional Meteorological Center)ପକ୍ଷରୁ ସୂଚନା ମିଳିଛି ।

    ଆଜି ଗଞ୍ଜାମ, ଗଜପତି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼ ଭଳି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ପବନର ଘଣ୍ଟାପ୍ରତି ବେଗ( Wind speed)ମଧ୍ୟ ୩୦ରୁ ୪୦ କିଲୋମିଟର ମଧ୍ୟ ରହିପାରେ । ୨୯ ତାରିଖ ଅର୍ଥାତ୍ ଆସନ୍ତାକାଲି ସାମାନ୍ୟ ଖରାଟିଆ ପାଗ ରହିବା ସମ୍ଭାବନା ଥିବାବେଳେ ପୁଣି ୩୦ ତାରିଖରେ ପଶ୍ଚିମା ଝଡ଼ ପ୍ରଭାବିତ କରିବ । କଳାହାଣ୍ଡି, ବଲାଙ୍ଗିର, ବରଗଡ଼, କନ୍ଧମାଳ, ଝାରସୁଗୁଡ଼ା ଭଳି କିଛି ଜିଲ୍ଲାରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି (predicted)ପାଣିପାଗ ବିଭାଗ ।

  • ଆମେରିକାରେ ଗୁଳିକାଣ୍ଡ…ସ୍କୁଲ ଭିତରେ ଆଖିବୁଜା ଗୁଳିଚାଳନା, ୭ ମୃତ

    ଆମେରିକାର ଏକ ସ୍କୁଲରେ ଗୁଳିମାଡ଼ (shooting)ହୋଇଛି । ଏଥିରେ ୭ ଜଣଙ୍କ ଜୀବନ ଯାଇଛି । ଆକ୍ରମଣକାରୀଙ୍କ ଆଖିବୁଜା ଗୁଳିଚାଳନା(blind firing)ରେ ସମସ୍ତେ ଜୀବନ ହରାଇଛନ୍ତି । ଆମେରିକାର ନ୍ୟାସନାଲ ଖ୍ରୀଷ୍ଟିଆନ ସ୍କୁଲରେ ଗୁଳିକାଣ୍ଡ ଘଟିଛି । ୩ ଛାତ୍ରଙ୍କ ସମେତ ୭ ଜଣ ପ୍ରାଣ ହରାଇଛନ୍ତି । ଆକ୍ରମଣକାରୀ ତଥା ସନ୍ଦିଗ୍ଧ (suspect)ଯୁବତୀ ପ୍ରବେଶ ଦ୍ୱାର ଦେଇ ସ୍କୁଲ ବିଲ୍ଡିଂ ଭିତରକୁ ଏଣ୍ଟ୍ରି କରିଥିଲେ । ଆଖିବୁଜା ଗୁଳି ଚଳାଇବାରୁ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ହୋଇଥିଲା ।

    ଗୁଳିକାଣ୍ଡ ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସନ୍ଦିଗ୍ଧ ମହିଳାଙ୍କୁ ସ୍କୁଲର ଦ୍ୱିତୀୟ ମହଲାରେ ଘେରିଥିଲେ (surrounded)। ଆକ୍ରମଣକାରୀ ପୋଲିସ ଉପରକୁ ଗୁଳିମାଡ଼ କରିଥିବା ବେଳେ ପୋଲିସର ପାଟଲା ଆକ୍ରମଣରେ ତାର ମୃତ୍ୟୁ ଘଟିଥିଲା । ଘଟଣାରେ ଆହତଙ୍କୁ ଉଦ୍ଧାର(rescued) କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଦ୍ୟାଳୟରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରମାନଙ୍କୁ ସୁରକ୍ଷିତ ଭାବେ (safely) ସ୍ଥାନାନ୍ତର କରାଯାଇଛି । ସ୍କୁଲରେ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଅଛନ୍ତି ଥିବାବେଳେ ୩୩ ଜଣ ଶିକ୍ଷକ ଅଛନ୍ତି ।

    ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଉଦ୍‌ବେଗ ପ୍ରକାଶ କରିଛନ୍ତି(expressed concern) । ଏଭଳି ଗୁଳିକାଣ୍ଡ ଘଟଣା ରୋକିବା ପାଇଁ ଆମେରିକା ଦୃଢ଼ ପଦକ୍ଷେପ(strong measures) ନେବ ବୋଲି ସେ କହିଛନ୍ତି। ଆମେରିକାରେ ବନ୍ଧୁକ ହିଂସା ଦେଶକୁ ବେଶ୍ କ୍ଷତି ପହଞ୍ଚାଉଛି ବୋଲି ବାଇଡେନ୍ କହିଛନ୍ତି ।

  • ଦେବୀ ନଦୀରେ ଅଘଟଣ…ନଦୀରେ ବୁଡ଼ି ୨ ଛାତ୍ର ନିଖୋଜ, ଜଣେ ଉଦ୍ଧାର

    ମାଛଗାଁ ନିକଟସ୍ଥ ଦେବୀ ନଦୀରେ ୩ ଛାତ୍ର ବୁଡ଼ିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ୨ ଛାତ୍ର ନିଖୋଜ ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅସାବଧାନତା ଯୋଗୁଁ ସେମାନେ ନଦୀରେ ବୁଡ଼ିଗଲେ ।

  • BJDର ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା..ସର୍ବାଧିକ ୪ ଜିଲ୍ଲା ଦାୟିତ୍ୱରେ ପ୍ରଣବ ଦାସ

    ବିଜେଡି ପକ୍ଷରୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ନାଁ ଘୋଷଣା (announced)ହୋଇଛି । ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ଦେଇଛନ୍ତି ଦଳ ସୁପ୍ରିମୋ (Party supremo)ନବୀନ ପଟ୍ଟନାୟକ । ଜଣେ ଜଣେ ନେତାଙ୍କୁ ଏକାଧିକ ଜିଲ୍ଲାର (multiple districts)ଦାୟିତ୍ୱ (responsibility)ମିଳିଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

    ଜିଲ୍ଲା ଅନୁସାରେ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ନେତାମାନେ
    ପ୍ରଣବ ପ୍ରକାଶ ଦାସ-ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର
    ପ୍ରତାପ କେଶରୀ ଦେବ-ବାଲେଶ୍ୱର
    ପ୍ରତାପ ଜେନା-ଭଦ୍ରକ
    ସୁଶାନ୍ତ ସିଂ-ବଲାଙ୍ଗିର
    ସୁଧିର କୁମାର ସାମଲ-ବରଗଡ଼
    ଅମରେଶ ଜେନା-ଦେବଗଡ଼
    ପ୍ରଫୁଲ୍ଲ ମଲ୍ଲିକ-କଟକ
    ଅତନୁ ସବ୍ୟସାଚୀ ନାୟକ-ଗଜପତି, ରାୟଗଡ଼ା
    ଅରୁଣ କୁମାର ସାହୁ-ଜଗତସିଂହପୁର
    ବିଜୟ ନାୟକ-କନ୍ଧମାଳ
    ପ୍ରମିଳା ମଲ୍ଲିକ-କେନ୍ଦ୍ରାପଡ଼ା
    ରବୀନ୍ଦ୍ର କୁମାର ଜେନା-ଖୋର୍ଦ୍ଧା
    ଦିବ୍ୟ ଶଙ୍କର ମିଶ୍ର-କୋରାପୁଟ, ମାଲକାନଗିରି
    ଇଶ୍ୱର ପାଣିଗ୍ରାହୀ-ନବରଙ୍ଗପୁର
    ପଦ୍ମନାଭ ବେହେରା-ନୟାଗଡ଼
    ସ୍ନେହାଙ୍ଗିନୀ ଛୁରିଆ-ନୂଆପଡ଼ା
    ରଣେନ୍ଦ୍ର ପ୍ରତାପ ସ୍ୱାଇଁ-ପୁରୀ
    ପ୍ରୀତିରଞ୍ଜନ ଘଡ଼େଇ-ସୁନ୍ଦରଗଡ଼
    ପ୍ରଣବ ବଳବନ୍ତରାୟ-କଳାହାଣ୍ଡି
    ପ୍ରଦୀପ କୁମାର ଅମାତ-ଗଞ୍ଜାମ
    ସୌଭାଗ୍ୟ ନାୟକ-ବୌଦ୍ଧ
    ଅଶୋକ ଚନ୍ଦ୍ର ପଣ୍ଡା-ଯାଜପୁର
    ସାରଦା ପ୍ରସାଦ ନାୟକ-ଝାରସୁଗୁଡ଼ା
    ପ୍ରଶାନ୍ତ ମୁଦୁଲି-ମୟୂରଭଞ୍ଜ
    ଦେବେଶ ଆଚାର୍ଯ୍ୟ-ସୁବର୍ଣ୍ଣପୁର

  • ୨୯ ଯାଏ ପଶ୍ଚିମା ଝଡ଼ ପ୍ରଭାବ.. ଆଜି ପାଇଁ ୟେଲୋ ୱାର୍ଣ୍ଣିଂ

    ରାଜ୍ୟରେ ଏବେ ପଶ୍ଚିମା ଝଡ଼ ପ୍ରଭାବ (effects of West Cyclone)ଦେଖିବାକୁ ମିଳିଛି । ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୯ ତାରିଖ ଯାଏ ବର୍ଷା(rain) ହେବା ଆଶଙ୍କା ରହିଛି । ଆଜି ୧୩ ଜିଲ୍ଲାରେ ଘଡ଼ଘଡ଼ି(Thunderstorm) ସହ ବର୍ଷା ହୋଇପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର (Regional Meteorological Center)ଏ ନେଇ ପୂର୍ବାନୁମାନ କରିଛି ।

    ଆଜି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବା ନେଇ ସୂଚନା ମିଳିଛି । ସେଥିପାଇଁ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ(yellow warning) ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ, ନୟାଗଡ଼, ଖୋର୍ଦ୍ଧା, ପୁରୀ,ବାଲେଶ୍ୱର,ଗଞ୍ଜାମ,ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ । ଗତକାଲି ମଧ୍ୟାହ୍ନ ସମୟରେ ଟାଣ ଖରା ହେବା ସହ ଗୁଳୁଗୁଳି ଅନୁଭୂତ ହୋଇଥିଲ। ତେବେ ଅପରାହ୍ଣରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ବିଭିନ୍ନ ଜିଲ୍ଲାରେ ବିଜୁଳି(lightning),ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଆସନ୍ତା ଦିନ ଗୁଡ଼ିକରେ ତାପମାତ୍ରାରେ(temperature) ସାମାନ୍ୟ ହ୍ରାସ(slight drop) ଘଟିବା ସହ ବର୍ଷା ଆଶଙ୍କା ରହିଛି ।

  • ବିଶ୍ୱ ଥିଏଟର ଦିବସ…ସମାଜରେ ବ୍ୟାପକ ପରିବର୍ତ୍ତନ ଆଣେ ‘ନାଟକ’

    ଆଜି ବିଶ୍ୱ ଥିଏଟର ବା ନାଟ୍ୟ ଦିବସ(World Theater Day) । ଥିଏଟର କଳାର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା (create awareness)ଏହାର ମୁଖ୍ୟ ଲକ୍ଷ୍ୟ (main aim)। ମନୋରଞ୍ଜନ କ୍ଷେତ୍ରରେ କଳାକାରଙ୍କ ବଡ଼ ଭୂମିକା ରହିଛି । ଏହା ସମାଜରେ ବ୍ୟାପକ ପରିବର୍ତ୍ତନ ଆଣିଥାଏ ।

    ବିଶେଷକରି କଳାକାରଙ୍କ ଭୂମିକା(role of the artist)କୁ ପ୍ରଦର୍ଶିତ କରିବା, ନାଟକ କିପରି ଲୋକଙ୍କ ଦୈନନ୍ଦିନ ଜୀବନରେ ବ୍ୟାପକ ପରିବର୍ତ୍ତନ(massive changes)ଆଣିଥାଏ ସେ ସମ୍ପର୍କରେ ସମାଜକୁ ଅବଗତ କରାଇବା(aware of)ପାଇଁ ଆଜିର ଦିନଟିକୁ ପାଳନ କରାଯାଇଥାଏ ।

    ଜୀବନ୍ତ ପ୍ରଦର୍ଶନ କରିବା ପାଇଁ କଳାକାରମାନେ ଅକ୍ଳାନ୍ତ ପରିଶ୍ରମ (tirelessly)କରିଥାନ୍ତି । ଏଠାରୁ ହିଁ ସେମାନଙ୍କ ଯାତ୍ରା ଆରମ୍ଭ ହୋଇଥାଏ । ସେଥିପାଇଁ କଳାକାରଙ୍କ ସମେତ ଟେକ୍ନିସିଆନ୍, କାରିଗର ଏବଂ ମହିଳା ଏପରି ଏକ ବୃତ୍ତି(profession)କୁ ଆଦରି ସଂଘର୍ଷ(struggle) କରିଥାନ୍ତି । ପରିବର୍ତ୍ତିତ ପରିସ୍ଥିତିରେ ସେମାନଙ୍କ କଳ୍ପନା, ଆବିଷ୍କାର ଦର୍ଶକଙ୍କୁ ବେଶ୍ କିଛି ମନୋରଞ୍ଜନ(entertainment)ର ଖୋରାକ ଯୋଗାଉଛି । ସେଥିପାଇଁ ଆଜି ବି ନାଟକ, ଯାତ୍ରା ଜୀବିତ ରହିଛି । ଅନ୍ତର୍ଜାତୀୟ ଥିଏଟର ଇନଷ୍ଟିଚ୍ୟୁଟ ଦ୍ୱାରା ୧୯୬୨ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ୨୭କୁ ବିଶ୍ୱ ନାଟ୍ୟ ଦିବସ ଭାବେ ପାଳନ କରାଯାଉଛି ।

  • କେମିତି ମଲେ ରୁଚିସ୍ମିତା ?…ଖୋଳତାଡ଼ କରୁଛି ପୋଲିସ

    ଆଲବମ ଅଭିନେତ୍ରୀ (Album actress)ରୁଚିସ୍ମିତା ଗୁରୁଙ୍କ ଝୁଲନ୍ତା ଶବ(hanging body) ଉଦ୍ଧାର ହୋଇଛି । ବଲାଙ୍ଗିର ସହର ସୁଦପଡ଼ାସ୍ଥିତ ତାଙ୍କ ମାମୁଙ୍କ ଘରୁ ଶବ ମିଳିଛି । ଏଭଳି ଘଟଣାକୁ ନେଇ ଜିଲ୍ଲାରେ ହଇଚଇ ସୃଷ୍ଟି (created confusion)କରିଛି ।

    ଏକ କୋଠରୀରେ ରୁଚିସ୍ମିତାଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା । ଘଟଣା ସମ୍ପର୍କରେ ମାମୁଘର ଲୋକେ ପୋଲିସକୁ ଖବର ଦେଇଥିଲେ । ଟାଉନ୍‌ ଥାନା ପୁଲିସ ପହଞ୍ଚି ଶବକୁ ଜବତ (seized)କରିବା ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡିକାଲ କଲେଜ ପଠାଯାଇଥିଲା । ଅଭିନେତ୍ରୀ ରୁଚିସ୍ମିତା ଆତ୍ମହତ୍ୟା (suicide)କରିଥିବା ଅନୁମାନ କରାଯାଉଛି । ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଥିବା ବେଳେ ଖୋଳତାଡ଼ କରୁଛି ପୋଲିସ। ରୁଚିସ୍ମିତା କିଛି ଆଲବମରେ ଅଭିନୟ କରିଥିବା ବେଳେ ଜଣେ ଭକ୍ତି ସଂଗୀତ(devotional singer) କଣ୍ଠଶିଳ୍ପୀ ଭାବେ ବେଶ୍‌ ଜଣାଶୁଣା ଥିଲେ । ଷ୍ଟେଜ୍‌ ସୋ’ରେ ମଧ୍ୟ କରୁଥିଲେ ରୁଚିସ୍ମିତା।

  • ଗଞ୍ଜାମକୁ ନବୀନଙ୍କ ଉପହାର..ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୨୦୦୦ କୋଟି,ମିଶନ ଶକ୍ତି ମା’ଙ୍କ ପାଇଁ ୬୧୪ କୋଟି

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର,ହିଞ୍ଜିଳି ଓ କବିସୂର୍ଯ୍ୟନଗର ଆଦି ସ୍ଥାନରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ (launched various projects)କରିଛନ୍ତି। ଛତ୍ରପୁରରେ ୧୦୦୦ କୋଟି, ହିଞ୍ଜିଳିରେ ୫୯୦ କୋଟି ଓ କବିସୂର୍ଯ୍ୟନଗରରେ ୩୧୬ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି ।

    ମୁଖ୍ୟମନ୍ତ୍ରୀ ଗଞ୍ଜାମରେ ପ୍ରାୟ ୨୦ ହଜାର ଲୋକ(land leases)ଙ୍କୁ ଗ୍ରାମ କଣ୍ଠ ଜମି ପଟ୍ଟା ପ୍ରଦାନ କରିଛନ୍ତି । ଛତ୍ରପୁରରେ ୩୫୦୦ ପଟ୍ଟା,ହିଞ୍ଜିଳିରେ ୪୫୦୦ ପଟ୍ଟା ଓ କବିସୂର୍ଯ୍ୟନଗରରେ ୧୧ ହଜାରରୁ ଅଧିକ ପଟ୍ଟା ପ୍ରଦାନ ହିତାଧିକାରୀ(beneficiaries)ଙ୍କୁ ଦିଆଯାଇଛି । ଏହି ଅବସରରେ ଜନ ସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା ସହ ଗଞ୍ଜାମ ଜିଲ୍ଲାକୁ ରଜ୍ୟର ଏକ ଆଗୁଆ ଜିଲ୍ଲା (leading district)ବୋଲି ମତ ରଖିଥିଲେ । ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା(cooperation) କରିଥିଲେ ନବୀନ।

    ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସୁବିଧା(medical facilities), 5Tରେ ସ୍କୁଲ୍ ରୂପାନ୍ତରୀକରଣରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ମଧ୍ୟ ମତ(opinion) ରଖିଥିଲେ ନବୀନ । ମିଶନ ଶକ୍ତି ମା’ମାନଙ୍କୁ ଉଚ୍ଚ ପ୍ରଶଂସା( praise)କରିବା ସହ ୬୧୪ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଜିଲ୍ଲା ପରିଷଦ ସଭାପତିଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

  • ଇତିହାସ ରଚିଲା ଇସ୍ରୋ…ଏକାଥରକେ ପଠାଇଲା ୩୬ ସାଟେଲାଇଟ୍

    ମହାକାଶ(space)କୁ ଏକା ଥରକେ ୩୬ଟି ସାଟେଲାଇଟ୍ ପଠାଇ ଇତିହାସ(history) ରଚିଛି ଇସ୍ରୋ। ୱାନ୍ ୱେବ୍-୨ ମିଶନ୍ ଜରିଆରେ ମହାକାଶକୁ ସବୁ ସାଟେଲାଇଟ୍ ପଠାଇଛି । ଆଜି ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସବୁଠୁ ଓଜନିଆ(heaviest) LVM3 ରକେଟର ଉତକ୍ଷେପଣ (launched)କରାଯାଇଛି । ପୃଥିବୀର ନିମ୍ନ କକ୍ଷପଥରେ ୭୨ଟି ଉପଗ୍ରହ ଉତକ୍ଷେପଣ ପାଇଁ ବ୍ରିଟେନର ନେଟୱର୍କ ଆକ୍ସେସ୍ ଆସୋସିଏଟ୍ସ ଲିମିଟେଡ୍ ସହ ଇସ୍ରୋର ବାଣିଜ୍ୟିକ ୟୁନିଟ୍ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ସହ ଚୁକ୍ତି ସ୍ୱାକ୍ଷର କରିଥିଲା (signed a contract)। ଚୁକ୍ତି ଅନୁଯାୟୀ ଉପଗ୍ରହଗୁଡ଼ିକୁ ଉତକ୍ଷେପଣ କରାଯାଇଛି । LVM3 ରକେଟର ଓଜନ ୬୪୩ ଟନ୍ ଥିବାବେଳେ ଉଚ୍ଚତା ୪୩.୫ ମିଟର ରହିଛି । ଏହା ୫୮୦୫ କିଲୋଗ୍ରାମ ଓଜନର ୩୬ଟି ଜେନ୍-୧ ସାଟେଲାଇଟକୁ ନେଇ ପୃଥିବୀର ନିମ୍ନ କକ୍ଷପଥରେ (low Earth orbit) ସ୍ଥାପନ କରିବ ।

    ଗତବର୍ଷ ଅକ୍ଟୋବର ୨୩ରେ ମଧ୍ୟ ଏହି ମିଶନର ପ୍ରଥମ ପର୍ଯ୍ୟାୟରେ ୩୬ ସାଟେଲାଇଟ୍ ସଫଳ ଭାବେ(successfully) ଉତକ୍ଷେପଣ କରାଯାଇଥିଲା। ୱାନୱେବ ମହାକାଶ କକ୍ଷପଥରେ ୫୮୨ ଉପଗ୍ରହ ଥିବାବେଳେ ଏବେ ଏହି ସଂଖ୍ୟା ୬୧୮ରେ ପହଞ୍ଚିଛି । ୱାନୱେବ ଭାରତ ସମେତ ବିଶ୍ୱସ୍ତରୀୟ କଭରେଜ ଯୋଗାଇବା (providing global coverage)ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

  • ରାହୁଲଙ୍କ ବିରୋଧରେ ଆକ୍ସନକୁ ନିନ୍ଦା…ସାରା ଦେଶରେ କଂଗ୍ରେସର ରଣହୁଙ୍କାର

    ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା(membership) ରଦ୍ଦ(revoked) ପରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି । ଦଳ ପକ୍ଷରୁ କୋର୍ଟ ସମେତ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ(protest) କରାଯାଇଛି । ସାଂସଦ ରାହୁଲ ଗାନ୍ଧିଙ୍କୁ ଅଯୋଗ୍ୟ ଘୋଷଣାକୁ ଦଳ ନିନ୍ଦା(condemned) କରିବା ସହ ଆଜି ସମଗ୍ର ଦେଶରେ ଦିନିକିଆ ସଂକଳ୍ପ ସତ୍ୟାଗ୍ରହ(Satyagraha) ଆରମ୍ଭ କରିଛି ।

    ଆଜି କଂଗ୍ରେସର ବରିଷ୍ଠ ନେତାମାନେ ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ସଙ୍କଳ୍ପ ସତ୍ୟାଗ୍ରହ କରିବାକୁ ଚାହୁଁଥିଲେ । କିନ୍ତୁ ଆଇନଶୃଙ୍ଖଳା (law and order)କାରଣ ଦର୍ଶାଇ ଅନୁମତି ନ ମିଳିବା(not granted)ରୁ ଗାନ୍ଧି ଦର୍ଶନ ମେମୋରିଆଲ୍ ବାହାରେ ପ୍ରତିବାଦ କରୁଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବରିଷ୍ଠ ନେତା ଓ କର୍ମୀ ଏଥିରେ ସାମିଲ(involve) ହୋଇଛନ୍ତି । ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏହାର ନେତୃତ୍ୱ ନେଇ ରାହୁଲଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଘୋର ନିନ୍ଦା କରିଛନ୍ତି । ସେପଟେ ରାଜଘାଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଦିଲ୍ଲୀ ପୋଲିସ । ୧୪୪ ଧାରା ଜାରି,ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଯାନବାହନ ଚଳାଚଳରେ ସମସ୍ୟା କଥା ଦର୍ଶାଇ ଗାନ୍ଧିଙ୍କ ସମାଧିସ୍ଥଳ(burial site)ରେ ସତ୍ୟାଗ୍ରହଣ ଅନୁମତି ଦିଆଯାଇନଥିବା ପୋଲିସ ସ୍ପଷ୍ଟୀକରଣ ରଖିଛି ।

    ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ ପରେ ସାରା ଦେଶରେ କଂଗ୍ରେସ ରଣହୁଙ୍କାର ଦେଇଛି । ଅନ୍ୟ ରାଜ୍ୟ ଗୁଡ଼ିକରେ ଦଳୀୟ ନେତା ଓ କର୍ମୀମାନେ ଗାନ୍ଧି ପ୍ରତିମା (Gandhi idol)ସାମ୍ନାରେ ବସି ସତ୍ୟାଗ୍ରହ ଜାରି ରଖିଛନ୍ତି । ସେପଟେ ଆସନ୍ତାକାଲି ଅର୍ଥାତ୍ ସୋମବାର ଠାରୁ କଂଗ୍ରେସ ପକ୍ଷରୁ ସମ୍ବିଧାନ (Constitution)ବଚାଓ ଅଭିଯାନ(campaign) ଆରମ୍ଭ କରାଯିବ ।