Tag: suchanatv24x7

  • ରୋଜଗାର କ୍ଷମ ହେବେ ୪ହଜାର ଯୁବକ ଯୁବତୀ

    ରୋଜଗାର କ୍ଷମ ହେବେ ୪ହଜାର ଯୁବକ ଯୁବତୀ

    ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପଡ଼ାପାଡି ପଞ୍ଚାୟତ ରେ ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡ଼ିଓ କାନ୍ଫୋରଏସ ମାଧ୍ୟମରେ ୮ ହଜାର କୋଟି ଟଙ୍କା ନିବେଶର ଆଲୁମିନା ଉତ୍ପାଦନ ଆଦିତ୍ୟ ବିର୍ଲା ପ୍ରକଳ୍ପର ଶିଳାନ୍ୟାସ କେରିଛନ୍ତି। ଯାହାଦ୍ୱାରା ଅଞ୍ଚଳର ୪ହଜାର ଯୁବକଙ୍କୁ ରୋଜଗାର ଯୋଗାଇଦେବ ଏବଂ ଏହା ବ୍ୟତୀତ ଫୁଲଜବା ଠାରେ ୧୧୪କୋଟି ଟଙ୍କା ନେବେଶ କରି ପୋଷାକ ଉତ୍ପାଦନ ପ୍ରକଳ୍ପ ନିର୍ମାଣ କରାଯିବ ଯାହାଫଳରେ ଅଞ୍ଚଳର ପାଖାପାଖି ୩ ହଜାର ଲୋକେ ରୋଜଗାର ପାଇବାର ସାମ୍ବାବନା ରହିଛି । ଅଞ୍ଚଳ ବାସିଙ୍କ ୧୮ବର୍ଷର ଅନେକ ବାଦବିବାଦର ଅପେକ୍ଷା ପରେ ବିକାଶର ଏକ ନୂତନ ଆକାଂକ୍ଷା ତ୍ୱରାନ୍ୱିତ ହେଇଛି ବୋଲି ଉତ୍କଳ ଆଲୁମିନା ୟୁନିଟ ହେଡ଼ ଶ୍ରୀ ମଜହର ବେଗ ପ୍ରକଶ କରିଛନ୍ତି।

    କାର୍ଯ୍ୟକ୍ରମଟି ମହା ଆଡମ୍ବରରେ ଆୟୋଜନ ହୋଇଥିବା ବେଳେ କରାପୁଟ ଲୋକସଭା ସଂସଦ ସପ୍ତଗିରି ଶଙ୍କର ଉଲାକା, ଆଇନ ମନ୍ତ୍ରୀ ଜଗନ୍ନାଥ ଶାର୍କା ରାୟଗଡା ବିଧାୟକ ମୋକରନ୍ଦ ମୁଦୁଲି,ଙ୍କ ସମେଦ ଆଦିତ୍ୟ ବିର୍ଲା କର୍ତ୍ତୃପକ୍ଷ ଏବଂ ହଜାରରୁ ଉର୍ଦ୍ଧ ଲୋକେ ଉପସ୍ଥିତ ରଥିଲେ। ଏହାସହ ଅଞ୍ଚଳବାସୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

  • ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ

    ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ

    ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଏଥିରେ ବରଗଡ ଜ଼ିଲ୍ଲାପାଳ ମନୀଷା ବାନାର୍ଜୀ, ଏସପି ଓ କଂସ ମହାରାଜ ହୃଷିକେଶ ଭୋଇଙ୍କ ସମେତ ଅସଂଖ୍ୟ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଆସନ୍ତା ଜାନୁୟାରୀ 15 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଶୁଭ ଦିଆଯାଇଛି । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପାଇଁ ଦେବୀ ମାଁ ସମଲେଶ୍ଵରୀଙ୍କ ଠାରେ ପୂଜାର୍ଚ୍ଚନା ପରେ ବରଗଡର ହାଟପଦା ସଞ୍ଚାର ପଡିଆ ଠାରେ ଶୁଭସ୍ତମ୍ଭ ସ୍ଥାପନ ହୋଇଥିଲା।

    ସ୍ଥାନୀୟ ତଳିପଡା ସ୍ଥିତ ବରଗଡ଼ର ଇଷ୍ଟଦେବୀ ମାଁ ସମଲେଶ୍ବରୀ ଦେବୀଙ୍କ ମନ୍ଦିରରେ ପ୍ରଥମେ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇଥିଲା । ପରେ ସାଂସ୍କୃତିକ ଶୋଭାଯାତ୍ରାରେ ବାହାରି ହାଟପଦା ସ୍ଥିତ ସଞ୍ଚାର ପଡିଆକୁ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଉପଜିଲ୍ଲାପାଳ ଏବଂ ଏଡିଏମ ପହଞ୍ଚିଥିଲେ।

  • ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଫାଇଭ ଟି ଅଧ୍ୟକ୍ଷ

    ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଫାଇଭ ଟି ଅଧ୍ୟକ୍ଷ

    କଡା ସୁରକ୍ଷା ମଧ୍ଯରେ କନ୍ଧମାଳ ଜିଲ୍ଲାର ଦୁଇ ଦୁଇଟି ସାଧାରଣ ସଭାରେ ଯୋଗଦେଲେ ନବୀନ ଓଡିଶା ଅଧ୍ୟକ୍ଷ ନବୀନ ପଟ୍ଟନାୟକ। କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାର ବିକାଶ ଉପରେ ଗୁରୁତ୍ବ ଦେଇଥିଲେ ପାଣ୍ଡିଆନ। କନ୍ଧମାଳ ଜିଲ୍ଲାରେ ଆଗାମୀ ଛଅ ମାସ ଭିତରେ ରୂପାନ୍ତିକରଣ କାର୍ଯ୍ୟ ଚାଲୁରହିବ। ଏହା ସହ ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ ଗୃହ, କଲେଜ ର ରୂପାନ୍ତରିକରଣ କାର୍ଯ୍ୟ ଆଗେଇ ଚାଲୁଛି। ଏହି ପଦକ୍ଷେପ ଜିଲ୍ଲାର ଗରିବ ଲୋକଙ୍କ ଉନ୍ନତିକରଣ ଉପଲଖେ ଉଦ୍ଧିଷ୍ଟ ରହିଛି। ଯେମିତି ଟଙ୍କା ଉଠାଇବା ଏବଂ ବାନ୍ଧିବାରେ ଲାକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ପଂଚାୟତରେ ବ୍ୟାଙ୍କ ସୁବିଧା ଯୋଗାଇଦେବା ପାଇଁ ଆମ ବ୍ୟାଙ୍କ ଯୋଜନା କରିଛନ୍ତି।

    ଏହା ସହ ଲୋକଙ୍କ ସୁବିଧା ପାଇଁ ମିଶନ ଶକ୍ତି ଯୋଜନା, ନୂଆ ଓଡିଶା ନବୀନ ଓଡିଶା, ମମତା ଯୋଜନା, ବିଜୁ ସ୍ଵାସ୍ଥ୍ୟ କାର୍ଡ ଯୋଜନା ମାଧ୍ୟମରେ ଲୋକଙ୍କ ସେବା କରିବା ପାଇଁ ନବୀନ ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ତି। ନୂଆ ଓଡ଼ିସା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଫାଇପ ଟି ଅଧ୍ୟକ୍ଷ କହିଛନ୍ତି। ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କନ୍ଧମାଳ ସାଂସଦ କହିଛନ୍ତି, ବିକାଶ ପାଇଁ ବିରୋଧୀ ଅପ ପ୍ରଚାର କରିବେ । କିନ୍ତୁ ଆମେ କେବେ ମଧ୍ୟ ଅଟକିବାନି। ସବୁଠାରୁ ବଡ କଥା ହେଲା ଆଗାମୀ ତିନି ମାସ ମଧ୍ୟରେ ଲଷ୍ମୀ ବସ ଯୋଜନା କନ୍ଧମାଳ ରେ କାର୍ଯ୍ୟକାରୀ ହେବ। ପ୍ରତେକ ପଞ୍ଚାୟତ ରେ ଗଡ଼ିବ ଲଷ୍ମୀ ବସ। ସରକାର ତରଫରୁ ଊନ୍ନତିମୂଳକ କାର୍ଯ୍ୟ ଜାରି ରହିବ ବୋଲି ସାଧାରଣ ସଭାରେ ଉଦବୋଧନ ଦେଇଥିଲେ.

    ଫାଇପ ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଖୁସି। ଉଭୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାଧାରଣଲୋକ ଏକାଠି ହୋଇ ପାଣ୍ଡିଆନଙ୍କୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିକାଶ ପାଇଁ ନବୀନ ଓଡିଶା ଅଧ୍ୟକ୍ଷ ଦେଖାଇଥିବା ସ୍ବପ୍ନକୁ ଅନେକ ଗ୍ରହଣ କରି ଆନନ୍ଦିତ ଥିବା ବେଳେ ଏହାକୁ ଅନେକ ଭେଳିକି କହିଛନ୍ତି।

  • ମହିଳାଙ୍କ ପ୍ରଗତି ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦିଅନ୍ତି: ଲୋପାମୁଦ୍ରା

    ମହିଳାଙ୍କ ପ୍ରଗତି ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦିଅନ୍ତି: ଲୋପାମୁଦ୍ରା

    ମହିଳାଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ମିଶନ ଶକ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହା ଦ୍ବାରା ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀଗୁଡିକ ଆର୍ଥିକ ସହାୟତା ଯୋଗାଇ ଦେବା ସହ ତାଲିମ ମଧ୍ୟ ଦିଆଯାଉଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହ ଯୋଡି ସେମାନଙ୍କୁ ଆହୁରୁ ସଶକ୍ତ କରାଯାଉଛି। ସେଥିପାଇଁ ମିଶନ ଶକ୍ତିର ଅଧିକାରୀମାନେ ବିଭିନ୍ନ ସମୟରେ ଭିନ୍ନଭିନ୍ନ ସ୍ଥାନ ଗସ୍ତ ସେମାନଙ୍କୁ ସଫଳତାର ଗୁରୁମନ୍ତ୍ର ଦେଉଛନ୍ତି। ଏହି କ୍ରମରେ ମିଶନ ଶକ୍ତି ଆଡ଼ଭାଇଜର ଲୋପାମୁଦ୍ରା ବକ୍ସି ପାତ୍ର ଘଷିପୁରା ବ୍ଲକ ଗସ୍ତ କରି ସେଠାର ମିଶନ ଶକ୍ତି ମହିଳାଙ୍କ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିସହ ସରକାର ତରଫରୁ ମିଶନ ଶକ୍ତି ମହିଳାଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଯୋଜନା ଓ ଆଗାମୀ ରୂପରେଖ ସମ୍ପର୍କରେ କହୁଛନ୍ତି।

    ଏହି କାର୍ଯ୍ୟକ୍ରମରେ ବିଧାୟକ ବଦ୍ରୀ ନାରାୟଣ ପାତ୍ର, ଘଷିପୁରା ବିଡ଼ିଓ ମାନସ ରଞ୍ଜନ ସାମଲ,ମିଶନ ଶକ୍ତି ଅଧିକାରୀ ସରୋଜ ମହାରଣା ପ୍ରମୁଖ ଯୋଗ ଦେଇଥିଲେ। କିପରି ମିଶନ ଶକ୍ତି ମା ମାନେ ଆହୁରି ଆଗକୁ ଯାଇ ପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ମିଶନ ଶକ୍ତି ମାମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

  • ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

    ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

    ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ରର ବିଜେପି ସରକାର ମନମାନୀ, ଏକଛତ୍ରବାଦ ଶାସନ ଚଳାଇଥିବା, ପୂର୍ବରୁ କଂଗ୍ରେସ ଅଭିଯୋଗ କରି ଆସୁଥିଲା। ଗତ ଅଧିବେଶନରେ ୧୪୨ ଜଣ ବିରୋଧୀଦଳ ସାଂସଦଙ୍କୁ ନିଲମ୍ବନ କରାଯିବାକୁ କଂଗ୍ରେସ ଅଗଣତାନ୍ତ୍ରିକ କହିବା ସହ ଏହାକୁ ଘୋର ବିରୋଧ କରିଛି। ଏଥିପାଇଁ ଏକ କ୍ୟାମ୍ପେନ ଆରମ୍ଭ କରିଛି କଂଗ୍ରେସ । ଦେଶବ୍ୟାପୀ ମୋଦି ସରାକର ବିରୋଧରେ ଆନ୍ଦୋଳନ କରାଯିବା ସହ ପ୍ରତି ଜିଲ୍ଲାରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଉଛି। ଯାଜପୁର କଂଗ୍ରେସ ସାଂସଦଙ୍କ ନିଲମ୍ବନକୁ ବିରୋଧ କରିବା ସହ ଏହାକୁ ଅଗଣତାନ୍ତ୍ରିକ, ଆକ୍ରୋଶ ମୂଳ ଓ ପକ୍ଷପାତପୂର୍ଣ୍ଣ ବୋଲି କଂଗ୍ରେସ ଅଭିଯୋଗ କରିଛି।

    ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ନେତା ସନ୍ତୋଷ ନନ୍ଦଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

  • ପୁଣି ରାଜ୍ୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ, ଆସିଲା ଗାଇଡ ଲାଇନ

    ପୁଣି ରାଜ୍ୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ, ଆସିଲା ଗାଇଡ ଲାଇନ

    ରାଜ୍ୟକୁ ପୁଣି ଫେରିଲା ମାସ୍କ। ରାଜ୍ୟରେ ଆଜି ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସ୍କ ଫେରାଇ ଆଣିଛି ସ୍ବାସ୍ଥ୍ୟ ବିଭାଗ। ଏନେଇ ଏକ ଗାଇଡ ଲାଇନ ମଧ୍ୟ ଜାରି କରିଛି ବିଭାଗ। ସୋସିଆଲ ମିଡିଆ ଏକ୍ସରେ ସୂଚନା ଦିଆଯାଇଛି। ଗାଇଡ ଲାଇନରେ ବୟସ୍କ ତଥା ବହୁବିଧ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନକୁ ଏମାନଙ୍କୁ ନ ଯିବାକୁ କୁହାଯାଇଛି। ଏଥିସହ ବାହାରକୁ ବାହାରିବା ବେଳେ ସବୁବର୍ଗର ଲୋକ ପ୍ରତିଷେଧକ ପାଇଁ ମାସ୍କ ପିନ୍ଧିବାକୁ କୁହାଯାଇଛି। ଆଜି ରାଜ୍ୟରେ ଜଣେ ପଜିଟିଭ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ନିରାପତା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି ବିଭାଗ ପକ୍ଷରୁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଏହାକୁ ସ୍ବାଗତ କରିଛନ୍ତି। କାରଣ ନୂଆ ଭାରିଆଣ୍ଟ ସଂକ୍ରମଣ ଭୟଙ୍କର ରୂପ ନେଉଛି। ସିଙ୍ଗାପୁରରେ ସଂକ୍ରମଣ ପିକ୍ ଛୁଇଁ ସାରିଲାଣି। ତେଣୁ ଏହି ସଂକ୍ରମଣ ପ୍ରତି ଅବହେଳା ପ୍ରଦର୍ଶନ ଘାତକ ହେବ ବୋଲି ବିଶେଷଜ୍ଞ କହିଛନ୍ତି। ତେଣୁ ଯେଉଁମାନଙ୍କୁ ଥଣ୍ଡା ହେଉଛି, ଧଇଁସଇଁ ହେଉଛନ୍ତି, ନାକରୁ ପାଣି ବୋହୁଛି ସେମାନେ ନିଜର ଟେଷ୍ଟ କରାଇନେବାକୁ କହୁଛନ୍ତି ବିଶେଷଜ୍ଞ। ତେବେ ଏହି ସଂକ୍ରମଣକୁ ନେଇ ସେତେ ଭୟଭୀତ ନ ହେବାକୁ କହିଛନ୍ତି ଡାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀ। ସେ ଆହୁରି କହିଛନ୍ତି, ଖ୍ରୀଷ୍ଟମାସ, ନୂଆବର୍ଷ ଆସୁଥିବାରୁ ବହୁବିଧ ରୋଗରେ ପୀଡିତ ତଥା ବୟସ୍କ ଲୋକ ଭିଡଠାରୁ ଦୂରେଇ ରୁହନ୍ତି। ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଛି, ସେମାନେ ଘରେ ରୁହନ୍ତୁ।

    ତେବେ ଦେଶରେ କରୋନା ସଂକ୍ରମଣ ଗତ କିଛି ଦିନରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୭୫୨ ମାମଲା ସାମ୍ନାକୁ ଆସିଛି, ଯାହା ଗତ ସାତ ମାସରେ ସବୁଠୁ ଅଧିକ ରହିଛି। ଏଥିସହ ଏହି ସମୟ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ସେହିପରି ଗତକାଲି ଦେଶରେ ଜଣଙ୍କର ମୃତ୍ୟୁ ସହ ୩୨୮ ଜଣ ସଂକ୍ରମିତ ହୋଇଥିଲା। ଏହା ପୂର୍ବରୁ ୬ଟି ମୃତ୍ୟୁ ରେକର୍ଡ କରାଯାଇଛି। ବର୍ତ୍ତମାନ ନୂଆ ଭାରିଆଣ୍ଟ ଜେଏନ-ଏକର ସଂକ୍ରମଣତା ଦ୍ରୁତ ଗତିରେ ବଢିଚାଲିଛି। ସେପଟେ ସଂକ୍ରମଣ ପାଇଁ କେରଳ ଓ କର୍ଣ୍ଣାଟକରେ ମାସ୍କକୁ ବାଧ୍ୟତାମୂଳକ କରାଗଲାଣି ।

  • କଳା କୌଶଳ ଓ ନୃତ୍ୟ ଗୀତ କ୍ଷେତ୍ରରେ ନିଜ ନିଜ ପ୍ରତିଭା ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

    ଡେରାବିଶ ଛତା ସ୍ଥିତ ପଲ୍ଲୀ ଟେକ୍ନିକ ମହାବିଦ୍ୟାଳୟ ପରିସର ରେ “ନୂଆ-ଓ” ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି. ମହାବିଦ୍ୟାଳୟ ର ବିଭିନ୍ନ ଛାତ୍ର ଛାତ୍ରୀ ମାନେ କ୍ରୀଡା, କଳା କୌଶଳ ଓ ନୃତ୍ୟ ଗୀତ କ୍ଷେତ୍ର ରେ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ. ଉଦଜାପନି ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ପାଟକୁରା ବିଧାୟିକା ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ଯୋଗ ଦେଇଥିଲେ.ଉତ୍ସବ ରେ ଚାଲିଥିବା ବିଭିନ୍ନ ପ୍ରତିଯୋଗିତା ର ପ୍ରତିଯୋଗୀ ମାନେ ମଞ୍ଚରେ ପୁରସ୍କୃତ ହୋଇଥିଲେ.ପଲ୍ଲୀ ଟେକ୍ନିକ କଲେଜ ପରିସର ରେ ଏକ ରକ୍ତ ଦାନ ଶିବିର ମଧ୍ୟ ଆୟୋଜିତ ହୋଇଯାଇଥିଲା ଯେଉଁଥିରେ ସତୁରି ଇୟୁନିଟ ରୁ ଉର୍ଧ୍ଵ ରକ୍ତ ସଂଗ୍ରହ ହୋଇଥିଲା

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶରେ ରାଜ୍ୟ ର ସମସ୍ତ ମହାବିଦ୍ୟାଳୟ ଭଳି ପାଟକୁରା ଓ ଡେରାବିଶ ର ବିଭିନ୍ନ ମହାବିଦ୍ୟାଳୟ ରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି ।ଏଭଳି ଯୁଗାନ୍ତ କାରି କାର୍ଯ୍ୟକ୍ରମ ପାଇଂ କଲେଜ କତୃପକ୍ଷ ଓ ଛାତ୍ରଛାତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

  • ଭାରତର ଅଦ୍ଭୁତ ପର୍ବ, କୂଅକୁ ଡେଇଁ ଫୁଲ, ଫଳ ଏବଂ ପତ୍ରର ମୁକୁଟ ପିନ୍ଧନ୍ତି ଲୋକେ

    ଭାରତର ଅଦ୍ଭୁତ ପର୍ବ, କୂଅକୁ ଡେଇଁ ଫୁଲ, ଫଳ ଏବଂ ପତ୍ରର ମୁକୁଟ ପିନ୍ଧନ୍ତି ଲୋକେ

    ଭାରତ ବିବିଧ ସଂସ୍କୃତର ଦେଶ । ଏହି ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ରହିଛି ଭିନ୍ନ ଭିନ୍ନ ପର୍ବ । ପ୍ରତ୍ୟକ ରାଜ୍ୟରେ ରହିଛି ସ୍ବତନ୍ତ୍ର ପର୍ବ । ସେହିପରି ଗୋଆ ଏପରି ଏକ ରାଜ୍ୟ ଯେଉଁଠାରେ ଏକ ସ୍ୱତନ୍ତ୍ର ପର୍ବ ପାଳନ କରାଯାଏ, ଯାହାକୁ ଦୂର ଦୂରାନ୍ତରୁ ଲୋକମାନେ ଦେଖିବାକୁ ଆସନ୍ତି । ଗୋଆର ପ୍ରସିଦ୍ଧ ପର୍ବ ହେଉଛି ‘କ୍ୟାଥୋଲିକ୍ ପର୍ବ’ ଯେଉଁଥିରେ ଅନେକ ବିଷ୍ମୟ କଲାଭଳି ଘଟଣା ଘଟିଥାଏ । ଏହି ପର୍ବକୁ ‘ସାଓ ଜୋଆଓ’ ମଧ୍ୟ କୁହାଯାଏ । ତେବେ ଆସନ୍ତୁ ଜାଣିବା ଏହି ସାଓ ଜୋଆ ପର୍ବ କ’ଣ …

    ଏହି ପର୍ବ ପ୍ରତିବର୍ଷ ଜୁନ୍ 24 ତାରିଖରେ ଗୋଆରେ ପାଳନ କରାଯାଏ । ଏହି ଦିନ ଲୋକମାନେ ଫୁଲ, ପତ୍ର ଏବଂ ଫଳରୁ ନିର୍ମିତ ମୁକୁଟ ପିନ୍ଧନ୍ତି । ସେଣ୍ଟ ଜନ୍ ବେପଟିଷ୍ଟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଦେବା ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଏ । ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପର୍ବ, କୂଅ, ପୋଖରୀ ଏବଂ ନଦୀକୁ ଡେଇଁ ପାଳନ କରାଯାଏ । ଏହି ପର୍ବ ଏତେ ପ୍ରସିଦ୍ଧ ଯେ, ଗୋଆ ପର୍ଯ୍ୟଟନ ବିକାଶ ନିଗମ ପର୍ଯ୍ୟଟକ ମାନଙ୍କ ପାଇଁ ପୁଲ୍ ପାର୍ଟୀ ବ୍ୟବସ୍ଥା କରିଥାଏ ।

    ଏହି ପର୍ବକୁ ଇଂରାଜୀରେ ‘ଲିପ୍ ଅଫ୍ ଜୟ’ କୁହାଯାଏ । ପ୍ରତିବର୍ଷ ମୌସୁମୀ ଆରମ୍ଭ ପୂର୍ବରୁ ଏହି ପର୍ବ ପାଳନ କରାଯାଏ । କୂଅକୁ ଡେଇଁବାର ପରମ୍ପରା ଖ୍ରୀଷ୍ଟିଆନ ଇତିହାସ ସହିତ ସମ୍ପୃକ୍ତ । କୁହାଯାଏ ବେପଟିଷ୍ଟ, ପ୍ରଭୁ ଜିଶୁ ଖ୍ରୀଷ୍ଠଙ୍କ ଜନ୍ମ ଶୁଣି ମା ପେଟ ଭିତରେ ଅତ୍ୟନ୍ତ ଖୁସୀ ହୋଇଯାଇଥିଲେ । ଆଉ ଆନନ୍ଦରେ ନିଜ ମାତୃ ଗର୍ଭରୁ ଡେଇଁ ପଡ଼ିଲେ । ତେଣୁ ସେହି ଦିନଟିକୁ ସ୍ମରଣ କରି ବିଶେଷ କରି ପୁରୁଷ ମାନେ ନିଜ ମା ଗର୍ଭରୁ ଡେଇଁବାର ଅନୁଭବ କରି କୂଅ କିମ୍ବା ପୋଖରୀକୁ ଡେଇଁପଡନ୍ତି ।

  • ସରଯୁ ଘାଟରେ ଭକ୍ତିମୟ ପରିବେଶ

    ସରଯୁ ଘାଟରେ ଭକ୍ତିମୟ ପରିବେଶ

    ପୌରାଣିକ ଅଯୋଧ୍ୟା ନଗରୀ ନିକଟରେ କାହିଁ କେଉଁ କାଳରୁ ପ୍ରବାହିତ ହେଉଛି ପବିତ୍ର ସରଜୁ ନଦୀ… ଅଯୋଧ୍ୟାର ଗରିମା ଯେମିତି ମହାନ, ସେମିତି ମହାନ ସରଜୁର ଗାଥା… ହିମାଳୟର ମାନସରୋବରରୁ ବାହାରି ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ମଧ୍ୟ ଦେଇ ପ୍ରବାହିତ ସରଜୁ ବିହାରର ସାରଂ ଜିଲ୍ଲାରେ ଗଙ୍ଗା ନଦୀ ସହିତ ମିଳିତ ହୋଇଛି…ପୌରାଣିକ ମତ ଅନୁସାରେ, ଭଗବାନ ଶ୍ରୀ ରାମଙ୍କର ବନ ଗମନ ଠାରୁ ଅଯୋଧ୍ୟା ପ୍ରତ୍ୟାବର୍ତନ ପର୍ଯ୍ୟନ୍ତ ସମସ୍ତ ଘଟଣାର ମୁକ ସାକ୍ଷୀ ଏହି ସରଜୁ… କଳ କଳ ନାଦରେ ପ୍ରବାହିତ ହେଉଛି ପାପନାଶିନୀ ସରଜୁ… କେହି ଅଟକାଇ ପାରିନି ତାକୁ ତୃଷାର୍ତ୍ତକୁ ଜଳ ଦାନ କରିବାରେ..ସଭ୍ୟତା ଗଢିବାରେ… ଏବଂ ସନାତନ ଧର୍ମକୁ ମହିମାମୟ କରିବାରେ… ଯେମିତି କି ମହାପ୍ରଭୁ ଶ୍ରୀ ରାମଙ୍କ ସେବା କରିବାକୁ ପ୍ରାଣ ପାଇଛି ସରଜୁ… ଭୌଗୋଳିକ ଦୃଷ୍ଟିରୁ ଏହା ସାରଦା ନଦୀର ମୁଖ୍ୟ ସହାୟକ ନଦୀ । ସଂସ୍କୃତ ଭାଷାରୁ ସରଜୁ ଶବ୍ଦର ଉତ୍ପତି ହୋଇଥିବା ବେଳେ ଋଗ୍ ବେଡ଼ରେ ମଧ୍ୟ ଏହାର ନାମୋଲ୍ଲେଖ ରହିଛି …

    ସନ୍ଧ୍ୟା ସମୟରେ ମନମୋହକ ରୂପ ଧାରଣ କରିଥାଏ ସରଜୁ… ଶହ ଶହ ଭକ୍ତଙ୍କ ଉପସ୍ଥିତି, ନଦୀର ଘଟକୁ ଏକ ଭକ୍ତିମୟ ପରିବେଶ ପ୍ରଦାନ କରିଥାଏ … ପ୍ରବାହ ମାନ ସରଜୁ, ଘଣ୍ଟ ଧ୍ୱନି ଓ ଓଁକାର ନାଦରେ ପ୍ରକମ୍ପିତ ହୋଇଉଠେ ସରଜୁ ଘାଟ… ସନ୍ଧ୍ୟା ହେଲେ ପର୍ଯ୍ୟଟକ, ସାଧୁ, ଓ ଭକ୍ତ ମାନଙ୍କ ମଧ୍ୟରେ ଅପୂର୍ବ ସଙ୍ଗମ ସୃଷ୍ଟି କରେ ଏହି ଆଧ୍ୟାତ୍ମିକ ପରିବେଶ । ଖାଲି ସେତିକ ନୁହେଁ, ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ କରି ସେମାଙ୍କର ମୋକ୍ଷପ୍ରାପ୍ତି ପାଇଁ ପ୍ରାର୍ଥନା କରିଥାନ୍ତି ଶ୍ରଧାଳୁ । ସେଥିପାଇଁ ସେ ସରଜୁ ପାନାଶିନୀ ଭାବେ ପରିଚିତ .. . ଏଠି ମୋକ୍ଷ ପାଇଁ ସାଧାରଣ ଜନତା ଠାରୁ ମୁନି ରୁଷି ପର୍ଯ୍ୟନ୍ତ ସମସ୍ତେ ପ୍ରାଥନାରତ ।

  • ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ

    ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ

    ଯୁବ ସମାଜ ସେବି ବାବୁଲି ସ୍ୱାଇଁଙ୍କ ପ୍ରଚେଷ୍ଟାରେ ଓ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ କେନ୍ଦ୍ରାପଡ଼ା ଡେରାବିଶ ହରିଅଙ୍କ-ଭୋଳାହାଟ ଖେଳ ପଡିଆରେ ଜୟ ଦୁର୍ଗା ଆଥଲେଟିକ ଆସୋସିଏସନ ତରଫରୁ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜିତ ହୋଇଯାଇଛି। ଦୀର୍ଘ ୮ ଦିନ ଧରି ଏଠାରେ ଫୁଟବଲ ମ୍ୟାଚ ଜାରି ରହିଥିଲା । ଜଗତସିଂହପୁର, ବାଲେଶ୍ୱର, ଢେଙ୍କାନାଳ, କଟକ, ମୟୁରଭଞ୍ଜର ଅନେକ ପ୍ରତିଭାବାନ ଫୁଟବଲ ଟିମ ଆସି ଏଠାରେ ମ୍ୟାଚ ଖେଳିଥିଲେ । ଗୋଟିଏ ଦିନ ବାଲେଶ୍ୱର ଚାନ୍ଦିପୁର ମହିଳା ଫୁଟବଲ ଟିମ ଓ ଢେଙ୍କାନାଳ ମହିଳା ଫୁଟବଲ ଟିମ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ ଆୟୋଜିତ ହୋଇଥିଲା। ଯେଉଁଥିରେ କି ବାଲେଶ୍ୱର ଚାନ୍ଦିପୁର ମହିଳା ଫୁଟବଲ ଟିମ ବିଜୟ ହାସଲ କରିଥିଲେ.କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ବିଶାଳ ଫୁଟବଲ ମହାକୁମ୍ଭ କେବଳ ଡେରାବିଶ ଭୋଳାହାଟ ଖେଳ ପଡ଼ିଆରେ ହିଁ ପଚିଶ ବର୍ଷ ହେବ ଆୟୋଜିତ ହୋଇ ଆସୁଛି ଶେଷ ଫାଇନାଲ ମ୍ୟାଚରେ ପାରାଦ୍ୱୀପ-କୁଜଙ୍ଗ ଫୁଟବଲ ଟିମ ସହ ଜିଲ୍ଲା ଖ୍ରୀଷ୍ଟାନନ୍ଦ ପୁର ଫୁଟବଲ ଟିମର ମ୍ୟାଚ ଅତ୍ୟନ୍ତ ଚିତାକର୍ଷକ ହୋଇଥିଲା । ଶେଷରେ ଖ୍ରୀଷ୍ଟାନନ୍ଦପୁର ଫୁଟବଲ ଟିମ ୪-୦ ଗୋଲରେ ବିଜୟ ହାସଲ କରି ଚାମ୍ପିୟାନ ହୋଇଥଲେ। ଶେଷ ଦିନରେ ଅତିଥି ଭାବେ ରାଜ୍ୟ ବିଜେଡି ଯୁବ ନେତା ତଥା ଉଠା ଜଳ ସେଚନ ନିଗମ ଅଧକ୍ଷ ଅମରେସ ପତ୍ରି ଓ ବରିଷ୍ଟ ସମାଜ ସେବି ଅଜୟ ରାଉତ ଯୋଗ ଦେଇ ବିଜେତା ଦଳଙ୍କୁ ଟ୍ରଫି ପ୍ରଦାନ କରିବା ସହ ଶ୍ରେଷ୍ଠ ଖେଳାଳି ମାନଙ୍କୁ ସମ୍ମାନିତ କରିଥିଲେ । ହଜାର ହାଜର ସଂଖ୍ୟକ ଦର୍ଶକ ଖେଳକୁ ଦେଖିଥିଲେ ।