Tag: suchanatv24x7

  • ଓଡ଼ିଶାରେ JN.1ଆକ୍ରାନ୍ତ ଚିହ୍ନଟ

    ଓଡ଼ିଶାରେ JN.1ଆକ୍ରାନ୍ତ ଚିହ୍ନଟ

    ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସୁସ୍ଥ

    ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ । କୋଭିଡର ନୂଆ ଭାରିଆଣ୍ଟ JN-1ରେ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 2 ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସୁସ୍ଥ ଥିବାବେଳେ ବ୍ୟକ୍ତି ଜଣକ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବା ସୂଚନା ମିଲିଛି । ଅନ୍ୟ ଜଣେ ଆକ୍ରାନ୍ତ ଭୁବନେଶ୍ବରର ହୋଇଥିବା ବେଲେ ବର୍ତ୍ତମାନ୍ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

    ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଥିବା ବେଳେ । ଓଡିଶାରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେଉଛି । ଯାହା ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଦେଇଛି।

  • ବିଞ୍ଝାରପୁର ବ୍ଲକରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

    ବିଞ୍ଝାରପୁର ବ୍ଲକରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

    ସମଗ୍ର ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ସଡ଼କ ସୁରକ୍ଷା ପାଇଁ ପାଳିତ ହେଉଛି ସଡ଼କ ସୁରକ୍ଷା ସପ୍ତାହ । ଆଜି ବିଂଝାରପୁର ବ୍ଲକରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ନିଆରା ଢଙ୍ଗରେ ଏହାକୁ ପାଳିତ କରାଯାଇଛି । ଯମରାଜ ବେଶରେ ଆସିଥିବା ବ୍ୟକ୍ତି ଗାଡିଚାଳକ ମାନଙ୍କୁ ସଡ଼କ ସୁରକ୍ଷା ମାନି ଗାଡି ଚଳାଇବାକୁ ସଚେତନ କରିବା ସହ ଅମାନୀଆ ଗାଡି ଚାଳକ ମାନଙ୍କୁ ତାଗିଦ୍ କରୁଥିବା ଦେଖିବାକୁ ମିଳିଥିଲା । ଏକ ଶୋଭାଯାତ୍ରା ମାଧ୍ୟ୍ୟମରେ ସ୍ଥାନୀୟ ଜନସାଧାରଣ ମାନଙ୍କୁ ଟ୍ରାଫିକ ନିୟମ ମାନି ଗାଡି ଚଳାଇବାକୁ ସଚେତନ କରାଯାଇଥିଲା। ଏହି ଶୋଭାଯାତ୍ରାଟି ବିଂଝାରପୁର ଥାନା ଠାରୁ ବାହାରି ସମ୍ପୂର୍ଣ ବିଞ୍ଝାରପୁରର ବଜାର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ବହୁ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ସମେତ ପରିବହନ ବିଭାଗର ଅଧିକାରୀ ଏବଂ ବିଞ୍ଝାରପୁର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ନିୟମିତ ଭାବେ ଟ୍ରାଫିକ ଚେକିଂ କରି ଜନ ଜୀବନ ବଞ୍ଚାଇବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

  • +୨ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

    +୨ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

    This image has an empty alt attribute; its file name is 222-1024x575.png

    ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ଥାନା ଅନ୍ତର୍ଗତ ଖେଣ୍ଡରା ଠାରେ ଥିବା ଝୁମ୍ପୁରା ଆଦର୍ଶ ବିଦ୍ୟାଳୟ ର ଜଣେ +୨ ଛାତ୍ର ଆତ୍ମହତ୍ୟା କରିଥିବା ଜଣା ପଡିଛି। ଆତ୍ମହତ୍ୟା କରିଥିବା ଛାତ୍ର ହେଲେ ସଦର ଥାନା ଅନ୍ତର୍ଗତ ମଧୁପୁର ଗ୍ରାମର ହରିଶ କୁମାର ମାଝୀ । ସେ ଖେଣ୍ଡରା ସ୍ଥିତ ଆଦର୍ଶ ବିଦ୍ୟାଳୟ ରେ +୨ ଶ୍ରେଣୀ ରେ ପାଠ ପଢୁଥିବା ସହିତ ସେ ଖେଣ୍ଡରା ଗ୍ରାମର ଗଣେଶ୍ବର ମହାନ୍ତଙ୍କ ଘରେ ମେସରେ ରହୁଥିଲେ। ଗତ ୨ ତାରିଖ ସେ ସ୍କୁଲ ରୁ ଫେରି ବାହାରୁ ଆସୁଛି କହି ମେସ ରୁ ଯାଇଥିଲେ କିନ୍ତୁ ବହୁ ସମୟ ଧରି ସେ ନ ଫେରିବାରୁ ମେସ ମାଲିକ ଏ ନେଇ ସନ୍ଧ୍ୟା ରେ ତାଙ୍କ ବାପା ଖଗେଶ୍ବର ମାଝୀଙ୍କୁ ଖବର ଦେଇଥିଲେ। ଖବର ପାଇ ଖଗେଶ୍ବର ଓ ତାଙ୍କ ସ୍ତ୍ରୀ ଆସି ଅନେକ ଖୋଜା ଖୋଜି କରିଥିଲେ ହେଁ ତାଙ୍କୁ ପାଇ ନ ଥିଲେ। ତେବେ ଆଜି ଖେଣ୍ଡରା ନିକଟବର୍ତୀ ଆରଡେଇ ନଦୀ କୂଳରେ ଏକ ପଳାଶ ଗଛରେ ଝୁଲନ୍ତା ଅବସ୍ଥାରେ ହରିଶଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏ ନେଇ ଖଗେଶ୍ବର ଝୁମ୍ପୁରା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିବା ବେଳେ ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ।

  • ବିଞ୍ଝାରପୁର ବ୍ଲକରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

    ବିଞ୍ଝାରପୁର ବ୍ଲକରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

    ସମଗ୍ର ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ସଡ଼କ ସୁରକ୍ଷା ପାଇଁ ପାଳିତ ହେଉଛି ସଡ଼କ ସୁରକ୍ଷା ସପ୍ତାହ । ଆଜି ବିଂଝାରପୁର ବ୍ଲକରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ନିଆରା ଢଙ୍ଗରେ ଏହାକୁ ପାଳିତ କରାଯାଇଛି । ଯମରାଜ ବେଶରେ ଆସିଥିବା ବ୍ୟକ୍ତି ଗାଡିଚାଳକ ମାନଙ୍କୁ ସଡ଼କ ସୁରକ୍ଷା ମାନି ଗାଡି ଚଳାଇବାକୁ ସଚେତନ କରିବା ସହ ଅମାନୀଆ ଗାଡି ଚାଳକ ମାନଙ୍କୁ ତାଗିଦ୍ କରୁଥିବା ଦେଖିବାକୁ ମିଳିଥିଲା । ଏକ ଶୋଭାଯାତ୍ରା ମାଧ୍ୟ୍ୟମରେ ସ୍ଥାନୀୟ ଜନସାଧାରଣ ମାନଙ୍କୁ ଟ୍ରାଫିକ ନିୟମ ମାନି ଗାଡି ଚଳାଇବାକୁ ସଚେତନ କରାଯାଇଥିଲା।

    ଏହି ଶୋଭାଯାତ୍ରାଟି ବିଂଝାରପୁର ଥାନା ଠାରୁ ବାହାରି ସମ୍ପୂର୍ଣ ବିଞ୍ଝାରପୁରର ବଜାର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ବହୁ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ସମେତ ପରିବହନ ବିଭାଗର ଅଧିକାରୀ ଏବଂ ବିଞ୍ଝାରପୁର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ନିୟମିତ ଭାବେ ଟ୍ରାଫିକ ଚେକିଂ କରି ଜନ ଜୀବନ ବଞ୍ଚାଇବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

  • ବାଲେଶ୍ୱରରେ ଭାଲୁ ଆକ୍ରମଣ ୫ ଆହତ, ଜଣେ ଗୁରୁତର

    ବାଲେଶ୍ୱରରେ ଭାଲୁ ଆକ୍ରମଣ ୫ ଆହତ, ଜଣେ ଗୁରୁତର

    ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଭାଲୁ ଆତଙ୍କ । ଟଣକା ଗାଁରେ ଦାନ୍ତକାଠି ଆଣିବାକୁ ବାଡ଼ି ପଟକୁ ଯାଇଥିବା ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ସୁଚନା । ସୂଚନା ଅନୁଯାୟୀ ନୀଳଗିରି ଉପଖଣ୍ଡ ଅଧିନ ବାଉଁଶ ବଣିଆ ପଞ୍ଚାୟତ ଟଣକା ଗାଁ ର ଲକ୍ଷ୍ମୀଧର ନାୟକଙ୍କୁ ଭାଲୁ ଆକ୍ରମଣ କରିଛି ।

    ଲକ୍ଷ୍ମୀକାନ୍ତ ସକାଳେ ଦାନ୍ତକାଠି ଆଣିବାକୁ ବାଡି ପଛକୁ ଯାଇଥିବା ସମୟରେ ଏକ ଭାଲୁ ଅତର୍କିତ ଆକ୍ରମଣ କରିଥିଲା ପରେ ଲକ୍ଷ୍ମୀଧର ପାଳଗୋଦା ଉପରକୁ ଚଢ଼ି ନିଜର ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ । ହେଲେ ଭାଲୁଟି ଗାଁ ରେ ପଶି ଅନ୍ୟ ଲୋକଙ୍କୁ ଗଡ଼ାଇ ଗଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ଭାଲୁ ଆକ୍ରମଣରେ ପାଖାପାଖି ୪ ରୁ ୫ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ତେବେ ଖାଦ୍ୟ ଅନେଶ୍ଵଣରେ ଭାଲୁ ଟି ପାଖ ଜଙ୍ଗଲ ରୁ ଆସିଥିବା ଜଣାପଡ଼ିଛି।

  • ଶିଆଳ କାମୁଡ଼ାରେ ୬ ଗୁରୁତର

    ଶିଆଳ କାମୁଡ଼ାରେ ୬ ଗୁରୁତର

    ଶିଆଳ କାମୁଡାରେ ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦର ପଞ୍ଚାୟତ ତଳଦୁମୁକା ଗାଁରେ ପାଗଳ ଶିଆଳ ଆତଙ୍କରେ ଆତଙ୍କିତ ସ୍ଥାନୀୟ ବାସିନ୍ଦା । ଏକ ପାଗଳ ଶିଆଳ ତଳଦୁମୁକା ଗାଁରେ ଅନେକ ଲୋକଙ୍କୁ କାମୁଡିବା ସହ ଲହୁଲୁହାଣ କଲାଣି । କେତେବେଳେ ବିଲରେ ତ କେତେବେଳେ ଗାଁ ରାସ୍ତାରେ ଆଉ କେତେବେଳେ ଗାଁ ଭିତରେ ପଶି ଲୋକଙ୍କୁ ଆକ୍ରମଣ କରୁଛି ।

    ସେହିପରି ଆଜି ସକାଳୁ ଶିଆଳ କାମୁଡାରେ ୬ଜଣ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ପୁରୁଷ, ୨ ଜଣ ମହିଳା ଓ ଜଣେ ନାବାଳିକା ଥିବା ସୂଚନା ମିଳିଛି । ଏହା ଵ୍ୟତୀତ ଗାଁ ଲୋକେ ମଧ୍ୟ ଏହି ପାଗଳ ଶିଆଳର ଶିକାର ହୋଇଛନ୍ତି । ଖବର ପାଇ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ରୋଗୀଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ।

  • ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ମାମଲା: ସିବିଆଇ ତଦନ୍ତ ସମ୍ପର୍କରେ ସରକାରଙ୍କ ଠାରୁ ଜବାବ ତଲବ କଲେ ହାଇକୋର୍ଟ

    ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ମାମଲା: ସିବିଆଇ ତଦନ୍ତ ସମ୍ପର୍କରେ ସରକାରଙ୍କ ଠାରୁ ଜବାବ ତଲବ କଲେ ହାଇକୋର୍ଟ

    କନ୍ଧମାଳ ଜିଲ୍ଲା ଜଳେଶପଟ୍ଟା ଆଶ୍ରମ ପ୍ରତିଷ୍ଠାତା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାର ୧୫ ବର୍ଷ ପରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କାହିଁକି ସିବିଆଇ ତଦନ୍ତ ହେବ ନାହିଁ ପଚାରିଛନ୍ତି । ଏହାକୁ ନେଇ ଆରମ୍ଭ ହୋଇଛି ବୟାନବାଜି। କୋର୍ଟ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିବା ଯଥାର୍ଥ । ଯଦି ସତ୍ ସାହସ ଅଛି, ତେବେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଆଗ୍ରହପ୍ରକାଶ କରନ୍ତୁ ବୋଲି କହିଛି ବିଜେପି। ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଧର୍ମ ଏବଂ ଜନଜାତିଙ୍କ ସୁରକ୍ଷା ପାଇଁ କାମ କରୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଭଳି ସନ୍ଥଙ୍କୁ ଜଘନ୍ୟ ଭାବେ ହତ୍ୟା କରାଗଲା । ଆଉ ଘଟଣାକୁ ଚପେଇ ଦେବା ପାଇଁ ୧୫ ବର୍ଷ ହେଲା କୌଣସି ପ୍ରଶ୍ନର ଉତ୍ତର ଦେଉନାହାନ୍ତି ରାଜ୍ୟ ସରକାର । କାହିଁକି ହତ୍ୟା କରାଗଲା, କିଏ ହତ୍ୟା କଲା ତାହା ଉପରେ ମଧ୍ୟ ଆଜି ଯାଏଁ ସରକାର ଚୁପ। ଏହାର ଅର୍ଥ ହେଉଛି, ହତ୍ୟାକାଣ୍ଡରେ ରାଜ୍ୟ ସରକାରଙ୍କ ସଂପୃକ୍ତି ଅଛି ବୋଲି କହିଛି ବିଜେପି। ହେଲେ କଂଗ୍ରେସ ଏହି ଘଟଣାରେ ଉଭୟ କେନ୍ଦ୍ର ଓ ରାଜ୍ୟସରକାରକୁ କଟାକ୍ଷ କରିଛି। ଦୁଇ ଦଳ ନ୍ୟାୟପାଳିକାକୁ ବେଖାତିର କରିଚାଲିଛନ୍ତି। ରାଜ୍ୟରେ ଜଗନ୍ନାଥ ଜମି ବିବାଦରେ କୋର୍ଟଙ୍କ ନିର୍ଦ୍ଦେଶକୁ ଫୁ କରିଦେଲେ। ଯେତେ କମିଶନ ରିପୋର୍ଟ ଦେଇଛନ୍ତି ସେଥିରେ କଣ ଫଳାଫଳ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

    ସେପଟେ ବିଜେଡି କହୁଛି କୋର୍ଟ ନିଷ୍ପତ୍ତି କୁ ମାନିବା ଅମର ଧର୍ମ। କୋର୍ଟ ସବୁବେଳେ ନିରପେକ୍ଷ। ତେଣୁ କୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ ଆମେ ବାଧ୍ୟ ବୋଲି କହିଛି ବିଜେଡି।

    ତେବେ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣାର ତଦନ୍ତ ସିବିଆଇ ଦ୍ବାରା କରାଇବାକୁ ପ୍ରଥମରୁ ଦାବି ହେଉଥିବା ବେଳେ କିନ୍ତୁ ରାଜ୍ୟସରକାର ଏହାକୁ ଆଡେଇ ଚାଲିଛନ୍ତି। ସିବିଆଇ ତଦନ୍ତ ବଦଳରେ କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ହେଲେ ୧୫ ବର୍ଷ ପରେ ମଧ୍ୟ କୌଣସି ସ୍ପଷ୍ଟତା ଆସୁନି ଘଟଣାରେ। ତେଣୁ ସିବିଆଇ ଦ୍ବାରା ତଦନ୍ତ କରାଇବାକୁ ଏକ ଯାଚିକାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ମାର୍ଚ୍ଚ ୫ ସୁଦ୍ଧା ସିବିଆଇ ତଦନ୍ତ ନ କରାଇବା ଉପରେ ଜବାବ ତଲବ କରିଛନ୍ତି।

  • ବାଣପୁର କୋର୍ଟର ନୂତନ କଂପ୍ଲେକ୍ସ ପାଇଁ ଶିଳାନ୍ୟାସ

    ବାଣପୁର କୋର୍ଟର ନୂତନ କଂପ୍ଲେକ୍ସ ପାଇଁ ଶିଳାନ୍ୟାସ

    ()ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସ୍ଥିତ ବାଣପୁର ସିଭିଲ କୋର୍ଟର ନିଜସ୍ଵ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ ତଥା ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ଼. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏବଂ ଅନ୍ୟତମ ବିଚାରପତି ଦେବବ୍ରତ ଦାଶ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଥିଲେ। ବାଣପୁର ବିଚାର ବିଭାଗୀୟ ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା । ବାଣପୁର ଜେଏମଏଫସି ସ୍ନାତକୀ ଦାସ ଏବଂ ଚିଲିକା ଜେଏମଏଫସି ବିକାଶ ଗୋଏଲ, ଖୋର୍ଦ୍ଧା ଜିଲ୍ଲାଜଜ ନିଶିଥ ନିଶାଙ୍କ ଯୋଗ ଦେଇଥିଲେ । ହାଇକୋର୍ଟ ତଥା ଖୋର୍ଦ୍ଧା ଜିଲ୍ଲା ବିଚାର ବିଭାଗୀୟ ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ସିଦ୍ଧାର୍ଥ କଟାରିଆଙ୍କ,ବାଣପୁର ତହସିଲଦାର ଟି.ପଦ୍ମନାଭ ଦୋରା,ବିଡ଼ିଓ ଶୀତଳ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ବାଣପୁର ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନ, ସମ୍ପାଦକ ସୁଧୀର ପ୍ରଧାନ ଓ ବାଣପୁର ଆଇନଜୀବି ଉପସ୍ଥିତ ଥିବାବେଳେ ଚିଲିକା ଓକିଲ ସଙ୍ଘର ସଭାପତି ଖଗେଶ୍ୱର ପାତ୍ର ଏବଂ ସମ୍ପାଦକ ଦେବାଶିଷ ରଥଙ୍କ ସମେତ ଚିଲିକା ଓକିଲ ସଙ୍ଘର ଅଇନିଜୀବି ମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

  • ମହିମା ପିଠରେ ଧୂମଧାମରେ ପାଳିତ ହୋଇଯାଇଛି ହୋମଯଜ୍ଞ

    ମହିମା ପିଠରେ ଧୂମଧାମରେ ପାଳିତ ହୋଇଯାଇଛି ହୋମଯଜ୍ଞ

    ବରଗଡ ଜିଲ୍ଲା ବୁକୁରମୁଣ୍ଡା ମହିମା ପିଠରେ ଧୂମଧାମରେ ପାଳିତ ହୋଇଯାଇଛି ହୋମଯଜ୍ଞ । ମହିମାପୀଠର ବାବା ଗିରିଜା ଶଙ୍କର ଦାସଙ୍କ ସମେତ ଅଞ୍ଚଳ ବାସି ମିଶି ପ୍ରତି ବର୍ଷ ପ୍ରଥମ ଦିନରେ ହୋମଯଜ୍ଞ କରିଥାନ୍ତି । ତେବେ ତିନିଦିନ ଧରି ଏହି ମହିମା ଯାତ୍ରାକୁ ପ୍ରତିଦିନ ହଜାର ହଜାର ଦର୍ଶକ ମହିମା ହୋମରେ ଘିଅ ଅର୍ପଣ କରି ପୁଣ୍ୟ ଲାଭକରିବା ସହିତ ଯାତ୍ରା ଦେଖିବାର ମଜା ଉଠାଇଥାନ୍ତି । ଏବଂ ମିନା ବଜାର ସହ ଦୋକାନ ବଜାର ମଧ୍ୟ ସଜାଉଠାଇଛନ୍ତି ଲୋକେ ।ଅନ୍ୟପଟେ ଅଂଚଳର ଯୁବକ ମାନେ ଏକ ରକ୍ତ ଦାନ ଶିବିର କରି ଥିଲେ। ବରଗଡ ଥିବା ବିକାଶ ହସ୍ପିଟାଲର ଡ଼. ମୁରଲୀ କ୍ରିଷ୍ଣା ସଂକଳ୍ପ ପରିବାର ବରଗଡ଼ରୁ ଆସି ରକ୍ତ ଦାନ ଶିବିରରେ ସଜହଯୋଗ କରିଥିଲେ । ରଙ୍କ ମଣି ବାରିକଗତି କୃଷ୍ନ ଭୋଇ, ପରମାନନ୍ଦ ବାରିକ ଛବିଲ ବାରିକ ସହିତ ବୁକୁରା ମୁଣ୍ଡା ପାଲେସେନ ମହୁଲ ପାଲି, ଟେମରି, ସୁଧା, ଛେଲିଆ ମାଲ ସେମେତ ଅଂଚଳର ହଜାର ହଜାର ଲୋକ ସାମିଲ ହୋଇଥିଲେ । ତେବେ ଶିବିରରେ ସମୁଦାୟ୧୨୫ଜଣ ଯୁବକ ରକ୍ତ ଦାନକରିଥିଲେ । ଏବଂ ସମସ୍ତଙ୍କୁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

  • ଆଇପିସିର ନୂଆ ନିୟମକୁ ସାରା ଦେଶରେ ବିରୋଧ, ନୂଆ ନିୟମ ଦ୍ବାରା ଡ୍ରାଇଭର ହେବେ ଉତପିଡିତ!

    ଆଇପିସିର ନୂଆ ନିୟମକୁ ସାରା ଦେଶରେ ବିରୋଧ, ନୂଆ ନିୟମ ଦ୍ବାରା ଡ୍ରାଇଭର ହେବେ ଉତପିଡିତ!

    ଆଇପିସିର ନୂଆ ନିୟମକୁ ସାରା ଦେଶରେ ବିରୋଧ
    ନୂଆ ନିୟମ ଦ୍ବାରା ଡ୍ରାଇଭର ହେବେ ଉତପିଡିତ
    କେନ୍ଦ୍ର ସରକାରଙ୍କ ଆଇନକୁ ଟ୍ରକ୍ ଡ୍ରାଇଭରଙ୍କ ବିରୋଧ

    ନିକଟରେ କେନ୍ଦ୍ର ସରକାର ପାସ କରିଥିବା ଆଇପିସିର ନୂଆ ଆଇନକୁ ନେଇ ବିବାଦ ଉପୁଜିଛି । ନୂଆ ଆଇନରେ ‘ହିଟ୍ ଆଣ୍ଡ ରନ’ ସଡକ ଦୁର୍ଘଟଣା ମାମଲାରେ ୭ ଲକ୍ଷ ଟଙ୍କା ଜୋରିମାନା ଏବଂ ୧୦ ବର୍ଷ କାରାଦଣ୍ଡାଦେଶ ଦିଆଯାଇଛି । ଏହାକୁ ନେଇ ଟ୍ରକ ଡ୍ରାଇଭର ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଦେଶର ବିଭିନ୍ନ ରାଜ୍ୟରେ ଟ୍ରକ୍ ଡ୍ରାଇଭର ମାନେ ପ୍ରତିବାଦ କରିଛନ୍ତି । ମହାରାଷ୍ଟ୍ରରେ ହୋଇଥିବା ବିରୋଧ ଯୋଗୁଁ କେତେକ ସ୍ଥାନରେ ଇନ୍ଧନ ଅଭାବ ହେବାର ଆଶଙ୍କା ଦେଖାଦେଇଛି ।

    ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ କହିଛି ଯେ, ଏହି ଆଇନ ଯୋଗୁଁ ଟ୍ରକ ଡ୍ରାଇଭର ମାନଙ୍କୁ ଉତପିଡିନର ସମ୍ମୁଖୀନ ହେବାକୁ ପଡିବ । ତେଣୁ, ଏହାକୁ ପ୍ରତ୍ୟାହାର କରାଯିବା ଉଚିତ୍ । ଏହି ଆଇନକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ । ଟ୍ରକ୍ ଡ୍ରାଇଭରଙ୍କ ସବୁଠୁ ହିଂସ୍ର ପ୍ରତିବାଦ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ।

    ଦେଶର ଅନ୍ୟାନ୍ୟ ରାଜ୍ୟରେ ପ୍ରଥମ ଦିନର ଧର୍ମଘଟ ମଧ୍ୟ ବ୍ୟାପକ ହୋଇଥିବା ଦେଖିବାକୁ ମିଳିଛି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ, ହିମାଚଳ, ରାଜସ୍ଥାନ ଏବଂ ବିହାରରେ ଏହି ପ୍ରତିବାଦ ଦେଖିବାକୁ ମିଳିଛି । ଯାହାଦ୍ବାରା ଶହ ଶହ କୋଟି ଟଙ୍କାର କ୍ଷତି ହୋଇଛି ।