Tag: suchanatv24x7

  • ପାହାଡରୁ ଖସିଲା ବିରାଟକାୟ ଖଣ୍ଡ, ଯାତାୟାତ ଠପ

    ପାହାଡରୁ ଖସିଲା ବିରାଟକାୟ ଖଣ୍ଡ, ଯାତାୟାତ ଠପ

    ହଠାତ୍ ପାତାଳ ଗଙ୍ଗା ଅଞ୍ଚଳର ଆକାଶ ଧୂଳି ଧୁଆଁରେ ଭରିଗଲା। ଯାତାୟାତ ଠପ ହୋଇଗଲା। ଲୋକଙ୍କ ମଧ୍ୟରେ ଦେଖାଦେଲା ଭୟ। ପ୍ରକୃତିର କୋପ ଦେଖିଲା ଉତ୍ତରାଖଣ୍ଡ। ପାହାଡ ଉପରୁ ବିରାଟକାୟ ଅଂଶ ଖସିପଡିଲା ତଳକୁ, ଯାହାର ଦୃଶ୍ୟ ଲୋମଟାଙ୍କୁରା ଥିଲା। ପର୍ବତମାଳିନୀ ଉତ୍ତରଖଣ୍ଡ ରାଜ୍ୟରୁ ଆସିଛି ଏମିତି ଏକ ଦୃଶ୍ୟ। ଚମୋଲି ଜିଲ୍ଲା ପାତାଳ ଗଙ୍ଗା ବଦ୍ରୀନାଥ ନାସନାଲ ହାଇୱେରେ ଥିବା ସୁଡଙ୍ଗ ଉପରେ ଏହି ଭୟଙ୍କର ଭୂସ୍ଖଳନ ହୋଇଛି। ଭୂସ୍ଖଳନ ଫଳରେ ଏହି ଅଞ୍ଚଳର ଏକ ବଡ ଅଂଶରେ ଧୂଳି, ଧୂଆଁର ଲହଡି ଭାଙ୍ଗିଥିଲା।

    ଏହି ଭୂସ୍ଖଳନ ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ବହୁ ଗାଡି ଅଟକି ରହିଛି। ତେବେ, ଏତିକି ସୌଭାଗ୍ୟ କି, ଏଥିରେ କେହି ମୃତାହତ ହୋଇ ନାହାନ୍ତି। ହେଲେ ଭୂସ୍ଖଳନ ପାଇଁ ଜୋଶୀମଠ- ବଦ୍ରୀନାଥ ହାଇୱେକୁ ବନ୍ଦ କରିଛି ପ୍ରଶାସନ। ମୌସୁମୀ ଆସିବା ପରେ ଉତ୍ତରାଖଣ୍ଡରେ ଭାରି ବର୍ଷା ହେଉଛି। ଏହାର ପ୍ରଭାବରେ ଅନେକ ପାହାଡ ଉପରେ ପଥରଖଣ୍ଡ ସବୁ ବିପଦସଙ୍କୁଳ ଅବସ୍ଥାରେ ରହିଛି। କେତେବେଳେ କେଉଁ ପାହାଡରୁ ଭୂସ୍ଖଳନ ହେବ ତାହା କହିହେଉନାହିଁ। ସେପଟେ ବର୍ଷା ପାଇଁ ନଦୀରେ ସବୁ ବର୍ଷା ଜଳର ସୁଅ ଛୁଟୁଛି। ତେଣୁ ସରକାର ଆଲର୍ଟ ମୋଡରେ ରହିଛି। ତେବେ ମୌସୁମୀ କାଳରେ ଉତ୍ତରାଖଣ୍ଡରେ ପାହାଡରୁ ସ୍ଖଳନ, ନଦୀରେ ବନ୍ୟାଜଳ ପ୍ରବାହ ଏକ ସାଧାରଣ ଘଟଣା।

  • କରଞ୍ଜିଆ ଗ୍ରାମରେ ଜବରଦଖଲ ଉଚ୍ଛେଦ, ଦୋକାନ ଘର ସହ ଭାଙ୍ଗିଲା ପାଚେରୀ

    କରଞ୍ଜିଆ ଗ୍ରାମରେ ଜବରଦଖଲ ଉଚ୍ଛେଦ, ଦୋକାନ ଘର ସହ ଭାଙ୍ଗିଲା ପାଚେରୀ

    ଚମ୍ପୁଆ ଥାନା ଅଧୀନ କରଞ୍ଜିଆ ଗ୍ରାମରେ ହୋଇଥିବା ସରକାରୀ ଜମି ଜବରଦଖଲକୁ ଉଚ୍ଛେଦ କରିଛି ପ୍ରଶାସନ। ଗ୍ରାମର ଦୁର୍ଗା ପୂଜା ପଡିଆରୁ ଜବରଦଖଲ ଉଚ୍ଛେଦ କରିଛି ଚମ୍ପୁଆ ତହସିଲ ପ୍ରଶାସନ। ଦୁଇଟି ଦୋକାନ ଘର ଓ ପାଚେରୀ ଉପରେ ଚାଲିଲା ବୁଲଡଜର। ସୂଚନା ଅନୁସାରେ ଏହି ଗ୍ରାମର ଦୂର୍ଗାପୂଜା ପଡ଼ିଆ ଜବରଦଖଲ ନେଇ ଉଚ୍ଚନ୍ୟାୟାଳୟରଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଏହି ପଦକ୍ଷେପ ନେଇଛନ୍ତି। ପ୍ରଶାସନର ଏହି ଉଚ୍ଛେଦରେ ଜମିରେ ଥିବା ଗ୍ରାମର ରଞ୍ଜନ ଚୈଧୁରୀଙ୍କ ଔଷଧ ଦୋକାନ, ଶଙ୍କର୍ଷଣ ଦାସଙ୍କ ବାଇକ୍ ଗ୍ୟାରେଜ ଓ ସୁଷମା ଗିରି ନିର୍ମାଣ କରୁଥିବା ପାଚେରୀ ଭାଙ୍ଗି ଦିଆଯାଇଛି। ଏହି ଉଚ୍ଛେଦ ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜବରଦଖଲ ହଟାଯିବା ସମୟରେ ଚମ୍ପୁଆ ତହସିଲଦାର, ଅତିରିକ୍ତ ତହସିଲଦାର ଉପସ୍ଥିତ ରହିଥିଲେ।

  • ହୋଟେଲ ମାଲିକଙ୍କୁ ତଣ୍ଟିକାଟି ହତ୍ୟା

    ହୋଟେଲ ମାଲିକଙ୍କୁ ତଣ୍ଟିକାଟି ହତ୍ୟା

    ନୂଆପଡ଼ା ସହରର ଜଣେ ହୋଟେଲ ମାଲିକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ବରଗଡ଼ ଜିଲ୍ଲା ପାଇକମାଲ ଥାନା ମାଣ୍ଡୋସିଲ ଗାଁର ପିଙ୍କୁ ସାହୁ (୩୭)। ପିଙ୍କୁ ନୂଆପଡ଼ା ତହସିଲ ଅଫିସ ସମ୍ମୁଖରେ ଥିବା ଏକ ହୋଟେଲକୁ ଭଡ଼ାରେ ଚଳାଉଥିଲେ। ସେ ନିଜ ଘର ମାଣ୍ଡୋସିଲରୁ ଯିବାଆସିବା କରୁଥିଲେ। ଆଜି ରାତି ପ୍ରାୟ ୯ଟାରେ ମାଣ୍ଡୋସିଲ ଗାଁ ନିକଟ ଭୁତମୁଣ୍ଡା ରାସ୍ତାର ଏକ ଚାଷଜମିରେ କିଛି ଯୁବକ ପିଙ୍କୁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଚାଲି ଯାଇଥିଲେ। ସେ ଗୁରୁତର । ଅବସ୍ଥାରେ ସେଠାରେ ପଡ଼ି ରହିଥିଲେ | ରାତିରେ ପରିବାର ଲୋକେ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ । ନେଇଥିଲେ। ସେଠାରେ ଡାକ୍ତର ପିଙ୍କୁଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୁଁ ମୁଣ୍ଡ ଓ ତଣ୍ଟିରେ କ୍ଷତ ଚିହ୍ନ ରହିଛି। ଖବର ଲେଖାଯିବା ସମୟରେ ମୃତଦେହକୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି। ସୂଚନାଥାଉକି, ପୂର୍ବରୁ ପିଙ୍କୁ ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥିବା ଏବଂ ତାଙ୍କ ଗୋଷ୍ଠୀ ଦୁଇ ଭାଗ ହୋଇଥିବା ଜଣାଯାଇଛି। ଏହି ଗଞ୍ଜେଇ କାରବାରକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ପାଇକମାଲ ପୁଲିସ ସନ୍ଦେହ କରୁଛି।

  • ମସ୍କୋରେ ନିଜ ଅଭିଭାଷଣରେ ମୋଦି ଓଡିଶାକୁ ଦେଲେ ସ୍ଥାନ

    ମସ୍କୋରେ ନିଜ ଅଭିଭାଷଣରେ ମୋଦି ଓଡିଶାକୁ ଦେଲେ ସ୍ଥାନ

    ଋଷର ରାଜଧାନୀରେ ଶୁଭିଲା ଜୟ ଜଗନ୍ନାଥ ଧ୍ବନି। ଓଡିଶାର ଅସ୍ମିତାର ଅନ୍ୟତମ ପ୍ରତୀକ ସମ୍ବଲପୁରୀ ଉତ୍ତରୀୟ ଦେଖିଲା ମସ୍କୋ ।… ପ୍ରାଧାନମନ୍ତ୍ରୀ ମୋଦି ଏବେ ଋଷ ଗସ୍ତରେ ଅଛନ୍ତି। ଏହି ଗସ୍ତ କାଳରେ ଆଜି ମସ୍କୋରେ ଅବସ୍ଥାପିତ ଭାରତୀୟଙ୍କୁ ଦେଇଛନ୍ତି ସମ୍ବୋଧନ। ଏହି ସମ୍ବୋଧନ କାଳରେ ସେ ଜୟ ଜଗନ୍ନାଥ କହିବା ସହ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଛି ବୋଲି କହିଛନ୍ତି ।ମସ୍କୋ ସମବେଶରେ ମୋଦି ପ୍ରାୟ ୫୦ ମିନିଟ ରହିଥିଲେ। ଏହି ସମୟରେ ତାଙ୍କ ଚରାଚରିତ ପୋଷାକ ସହ କାନ୍ଧରେ ଦେଖିବାକୁ ମିଳିଛି ସମ୍ବଲପୁରୀ ଉତ୍ତରୀୟ। ନିଜ ଭାଷଣରେ ଭାରତରେ ବିଗତ ୧୦ ବର୍ଷରେ ହୋଇଥିବା ବିକାଶ,ନିର୍ବାଚନରେ ଏନଡିଏର ବିଜୟ, ଆଗାମୀ ଦିନ ପାଇଁ ମୋଦିଙ୍କ ଭିଜନ କଥା କହିଥିଲେ ମୋଦି।

    ଭାଷଣ ଶେଷରେ ଓଡିଶାରେ ଚଳିତ ନିର୍ବାଚନ ଏକ ବିପ୍ଲବ ଆଣିବା କଥା କହିବା ସହ ଏଥିପାଇଁ ସେ ଓଡିଶାର ଉତ୍ତରୀୟ ପକାଇଥିବା କହିଥିଲେ। ସମସ୍ତଙ୍କ ଉପରେ ଜଗନ୍ନାଥଙ୍କ କୃପା ବର୍ଷା ହେଉ ବୋଲି କାମନା କରିଥିଲେ।

    ମୋଦିଙ୍କ ଏହି ଅବତାର ଓ ଭାଷଣରେ ଓଡିଶା, ରଥଯାତ୍ରା ଓ ଓଡିଶା ଉତ୍ତରୀୟର ଉଲ୍ଲେଖକୁ ଦେଖି ମନେ ହେଉଛି, ଓଡିଶାରେ ବିଜେପିର ବିଜୟ ମୋଦିଙ୍କ ଏକ ବହୁ ପ୍ରତୀକ୍ଷିତ ସ୍ବପ୍ନ ସାକାର କରିଛି। ତେଣୁ ଉତ୍କଳୀୟ ଭାବାବେଗରେ କବଳିତ ହୋଇଯାଇଛନ୍ତି ମୋଦି।

  • ବିଜେପୁର ଅଭିଯୋଗ ଶୁଣାଣିରେ ୭୮ ମାମଲା ପଞ୍ଜିକୃତ

    ବିଜେପୁର ଅଭିଯୋଗ ଶୁଣାଣିରେ ୭୮ ମାମଲା ପଞ୍ଜିକୃତ

    ବଦଳିଛି ସରକାର। ହେଲେ ବଦଳିନି ବ୍ୟବସ୍ଥା। ପୁରୁଣା ସରକାର ଅମଳର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ନୂଆ ସରକାର ଜାରି ରଖିଛନ୍ତି। ଏହିକ୍ରମରେ ବରଗଡ଼ ଜିଲ୍ଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ଶିକ୍ଷା, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ଧାନ ବିକ୍ରୀ, ଭତ୍ତା , ରାସ୍ତା ନିର୍ମାଣ ଆଦି ସମାସ୍ୟା ଅଧାରିତ ସମୁଦାୟ ୭୮ ଗୋଟି ଅଭିଯୋଗର ଶୁଣାଣି ହୋଇଛି। ସେଥିରୁ ୬୬ଟି ବ୍ୟକ୍ତିଗତ ଏବଂ ୧୨ ଟି ସାମୁହିକ ସମସ୍ୟାର ଅଭିଯୋଗ ଶୁଣାଣି କରାଯାଇଛି। ଲୋକଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ହେଲେ ଏହି ଅଭିଯୋଗ ଶୁଣାଣି ଶିବିରକୁ ଆସିଥିବା ଲୋକଙ୍କ ମଧ୍ୟରେ ଶିବିରର ବ୍ୟବସ୍ଥାକୁ ନେଇ କେତେକାଂଶରେ ଅସନ୍ତୋଷ ଦେଖିବାକୁ ମିଳିଛି

    ଉକ୍ତ ଶିବିରରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ , ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ପଦ୍ମପୁର ଉପଜିଲ୍ଲାପାଳ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।

  • ଏକାଥରେ ୧୨ ଛାତ୍ରୀ ଅସୁସ୍ଥ, ସମସ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି

    ଏକାଥରେ ୧୨ ଛାତ୍ରୀ ଅସୁସ୍ଥ, ସମସ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି

    ଚାଲିଥିଲା ସ୍କୁଲ୍ , ଏକାଥରେ ଅସୁସ୍ଥ ହେଲେ ୯ମ ଶ୍ରେଣୀ ଓ ଦଶମ ଶ୍ରେଣୀରୁ ମିଶାଇ ୧୨ ଛାତ୍ରୀ । ସମସ୍ତ ଛାତ୍ରୀଙ୍କୁ ଭର୍ତି କରାଯାଇଛି ଡାକ୍ତରଖାନା ରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଘଷିପୁରା ବ୍ଲକ କେଶଦୁରାପାଳ ଜନମଙ୍ଗଳ ହାଇସ୍କୁଲ ଠାରେ । ପାଖାପାଖି ଦିନ ୧୧ଟା ସୟରେ କ୍ଲାସ୍ ଚାଲିଥିବାବେଳେ ୯ମ ଓ ୧୦ମ ଶ୍ରେଣୀ ରୁ ଜଣକ ପରେ ଜଣେ ୧୨ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବା ସହ ଏକା ସାଙ୍ଗରେ କାନ୍ଦି ଉଠିଲେ ଛାତ୍ରୀ ମାନେ । ତେବେ ବିଦ୍ୟାଳୟ ଶିକ୍ଷକ ମାନେ ତୁରନ୍ତ ଛାତ୍ରୀ ମାନଙ୍କୁ ନିକଟସ୍ଥ କେଶଦୁରପାଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।ସେଠାରୁ ପୁଣିଥରେ ସମସ୍ତ ଛାତ୍ରୀ ଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ମୁଖ୍ଯ ଚିକିତ୍ସାଳୟ ଠାରେ ଭର୍ତ୍ତି କରାଯାଇଛି l ଗତ ଶନିବାର ଦିନ ଠିକ୍ ଏହିଭଳି ଅସୁସ୍ଥ ଅବସ୍ଥାରେ ୨-୩ ଜଣ ଛାତ୍ରୀ ମେଡିକାଲ ରେ ଭର୍ତି ହୋଇ ସୁସ୍ଥ ହେବାପରେ ଘରକୁ ଫେରିଥିବାବା ବେଳେ ଆଜି ପୂନର୍ବାର ଏଭଳି ଘଟଣା ଘଟିବା ପରେ ଚିନ୍ତା ବ୍ଯକ୍ତ କରିଛନ୍ତି ଅଭିଭାବକ । ତେବେ ଛାତ୍ରୀ ଙ୍କ ସେଭଳି କିଛି ବିଶେଷ ସ୍ବାସ୍ଥଗତ ସମସ୍ଯା ନଥିବା କହିଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ l

  • ଝାଡାବାନ୍ତିରେ ୧ ମୃତ୍ୟୁ ୫ ଗୁରୁତର

    ଝାଡାବାନ୍ତିରେ ୧ ମୃତ୍ୟୁ ୫ ଗୁରୁତର

    ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ମେଡିକାଲେରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଡ଼ିମିରିଗୁଡା ପଞ୍ଚାୟତର ଭଟାଙ୍ଗପଦର ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିତ୍ର ସୁନାଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ କ୍ଷିତ ସୁନା ଓ ନୁନୁଗୁଡା ସୂର୍ଯ୍ୟ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଅନ୍ୟ ତିନିଜଣ ମହିଳା ଗ୍ରାମରେ ଚିକିତ୍ସିତ ହେଉଛନ୍ତି। ମୃତକ ଚିତ୍ର ସୁନା ଗୋଟିଏ ଦିନ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ନିଜ ଘରେ ହିଁ ମୃତ୍ୟୁ ବରଣ କରିଥିବାଳେ ଅନ୍ୟ ଦୁଇ ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ପ୍ରଥମେ ଅମ୍ବାଦଳା ଓ ପରେ ରାୟଗଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗ୍ରାମରେ ଡାକ୍ତରୀ ଟିମ ପହଞ୍ଚି ଆକ୍ରାନ୍ତଙ୍କୁ ଔଷଧ ପ୍ରଦାନ କରିବା ସହ ସଚେତନତା କରା ଯାଇଥିବା ଜଣାପଡ଼ିଛି। ଗ୍ରାମରେ ପ୍ୟାପିଥିବା ଝାଡାଵନ୍ତିର କାରଣ ଦୂଷିତ ପାଣି ବୋଲି ଜଣାପଡ଼ିଥିବା ବେଳେ ପ୍ରଶାସନ ତରଫରୁ ଟ୍ୟାଙ୍କରର ଯୋଗେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି।

  • ଟଙ୍କା ହଡପ ଅଭିଯୋଗରେ ଦୁଇ ସରକାରୀ କର୍ମଚାରୀଙ୍କୁ ୪ ବର୍ଷ ଜେଲଦଣ୍ଡ

    ଟଙ୍କା ହଡପ ଅଭିଯୋଗରେ ଦୁଇ ସରକାରୀ କର୍ମଚାରୀଙ୍କୁ ୪ ବର୍ଷ ଜେଲଦଣ୍ଡ

    କର୍ମଚାରୀ ମାନଙ୍କ ଟଙ୍କା ହଡ଼ପ କରିବା ଏବଂ ବେନିୟମ ଭାବେ ଜିପିଏଫ ଟଙ୍କା ଉଠାଇବା ଅଭିଯୋଗରେ ଆଜି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଦୁଇ ସରକାରୀ କର୍ମଚାରୀଙ୍କୁ ୪ ବର୍ଷ ଲେଖାଏଁ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଦୋଷୀମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦେୟ ସ୍ଥଳେ ସେମାନଙ୍କୁ ଅଧିକ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ରାୟ ଦେଇଛନ୍ତି। ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ପାଲଝର ଫାର୍ମର ତତ୍କାଳୀନ ଅଧୀକ୍ଷକ ନରେନ୍ଦ୍ର କୁମାର ଦଳାଇ ଏବଂ ବରିଷ୍ଠ କିରାଣୀ ସୁଧୀର କୁମାର ରାଉତ। ଗତ ୨୦୦୧ରୁ ୨୦୦୩ ମସିହା ମଧ୍ୟରେ ୧୪ କର୍ମଚାରୀଙ୍କ ଜିପିଏଫର ମାସିକ କିସ୍ତି ୨ ଲକ୍ଷ ୧୧ ହଜାର ୭୨୪ ଟଙ୍କା ଦୁଇ ଅଭିଯୁକ୍ତ ହଡପ କରି ନେଇଥିଲେ। ଏଭଳି ଭାବେ ସେମାନେ ଆତ୍ମସାତ କରିଥିବା ଜଣା ପଡିଥିଲା । ୧୨ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।

  • ନିଶା କାରବାରରେ ଲାଗୁନି ବ୍ରେକ୍

    ନିଶା କାରବାରରେ ଲାଗୁନି ବ୍ରେକ୍

    ବରଗଡ଼ ସହରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ହେବା ସହ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି । ଏପରି ସ୍ଥିତିରେ ବରଗଡ଼ ପୁଲିସ ପ୍ରଶାସନ ଏହା ଉପରେ ଅଙ୍କୁଶ ଲଗାଇବା ସହ ଚଢ଼ାଉ ଜାରି ରଖିଛି ।ସନିବାରେ କୌଣସୀ ସୁତ୍ରରୁ ପୋଲିସ ବିଭାଗକୁ ଖବରମିଳିଥିଲା ୱାର୍ଡ ନମ୍ବର 1 ମାଲପଡ଼ାର ଏକ ଘରେ କିଛି ମାଦକ ଦ୍ରବ୍ୟରହିଛି ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମରେ ଅଜିକ୍ୟୁଟିଭ ମାଜିଷ୍ଟେଟଙ୍କ ଉପସ୍ଥିତତରେ ଉକ୍ତ ଘରକୁ ତଲାସି କରାଯାଇଥିଲା ସେଠାରୁ ଵିପୁଳ ପରିମାଣର୍ କଫସିରଫ, ନିଶା ଇଂଜେକସନ , ନିଶା ବଟିକା ସହ ନଗଦ ଟଙ୍କା ଜବତ କରାଯାଇଛି । ଘଟଣାରେ ଘର ମାଲିକଙ୍କୁ ଗିରଫ କରି ପୁଲିସ ତଦନ୍ତ ଜାରି ରଖିଛନ୍ତି । ତେବେ ଏହା କେଉଁଠୁ ଆସୁଥିଲା କେଉଁଠାକୁ ସପ୍ଲାଏ କରାଯାଉଥିଲା ଏହାର ମାଷ୍ଟର ମାଇଣ୍ଡ କିଏ ତାହା ଏଯାଏଁ ଜଣାପଡି ନାହିଁ

  • ଏଏସଓ ମୋରା ମାରାଣ୍ଡିଙ୍କ ମୃତ୍ୟୁ ପଛରେ ରହିଛି କେଉଁ ରହସ୍ୟ?

    ଏଏସଓ ମୋରା ମାରାଣ୍ଡିଙ୍କ ମୃତ୍ୟୁ ପଛରେ ରହିଛି କେଉଁ ରହସ୍ୟ?

    ଗରିବ, ଆଦିବାସୀ ବାପା ମୁଣ୍ଡଝାଳ ତୁଣ୍ଡରେ ମାରି ପୁଅକୁ ପାଠ ପଢାଇଥିଲେ। ଆଶା ଥିଲା ପୁଅ ବଡ ହେଇ ବଡ ଚାକିରି କରିବ। ବୁଢା ଦିନରେ ତାଙ୍କର ଆଶ୍ରା ହେବ ପୁଅ ଓ ତାଙ୍କ ଦୁଃଖ ଯିବ। ହେଲେ ସେହି ଆଶା ଆଜି ଆଶାରେ ରହିଯାଇଛି। ପୁଅକୁ ନେଇ ଦେଖିଥିବା ସ୍ବପ୍ନ କିଞ୍ଚିତ ସାକାର ହେବା ପରେ ବୁଢା ବାପାଙ୍କ ଜୀବନ ଆକାଶରେ କଳା ବାଦଲ ବର୍ଷି ଯାଇ ସ୍ବପ୍ନକୁ ସବୁ ଛାରଖାର କରି ଦେଇଛି। ଏବେ ବୁଢା ବାପା ପାଟିରୁ ସ୍ଫୁରୁନି ଶବ୍ଦଟିଏ। ମୁହଁ ମଉଳି ଯାଇଛି। କାରଣ ତାଙ୍କ ଭେଣ୍ଡିଆ ପୁଅ ତାଙ୍କ ବାର୍ଦ୍ଧକ୍ୟରେ ଭଣ୍ଡିଦେଇ ଚାଲିଯାଇଛି ଆରପାରିକୁ। ହଁ ଆଜ୍ଞା, ଗତକାଲି ସଚିବାଳୟର ଯେଉଁ ଯୁବ ଏଏସଓଙ୍କ ମୃତ୍ୟୁ ଖବର ଆଲୋଡନ ସୃଷ୍ଟି କରିଥିଲା, ଏ ହେଉଛନ୍ତି ତାଙ୍କ ବାପା। ମୟୂରଭଞ୍ଜ ଜିଲ୍ଲାର ମୋରା ମାରାଣ୍ଡି ଚଳିତ ବର୍ଷ ଏଏସଓ ଚାକିରିରେ ଯୋଗଦେଇଥିଲେ। ସଚିବାଳୟ ଇସ୍ପାତ ଓ ଖଣି ବିଭାଗରେ ଥିଲା ତାଙ୍କ କାମ। ଭୁବନେଶ୍ବରର ଆଚାର୍ଯ୍ୟବିହାର ଅଞ୍ଚଳରେ ତିନି ଜଣ ସାଙ୍ଗ ଏକାଠି ରହୁଥିଲେ। ଗତକାଲି ପରିବାର ଲୋକ ତାଙ୍କୁ ଫୋନ କରିଥିଲେ ମଧ୍ୟ ତାଙ୍କ ଫୋନ ଲାଗିନଥିଲା। ମୋରାଙ୍କ ସାଙ୍ଗଙ୍କୁ ଏନେଇ ପରିବାର ଲୋକ ଜଣାଇଥିଲେ। ସେ ମଧ୍ୟାହ୍ନରେ ଆସି କବାଟ ବାଡେଇ ଥିଲେ ମଧ୍ୟ ମୋରା କବାଟ ଖୋଲି ନ ଥିଲେ। ତେଣୁ ସେ ଝରକା ଖୋଲିଦିଅନ୍ତି ଆଖିରେ ପଡିଲା ମୋରାଙ୍କ ଜୀବନ ବିହୀନ ଶରୀର ବୋଲି କହିଛନ୍ତି ସାଙ୍ଗ। ତେବେ କାହିଁକି ଏମିତି କଲେ ମୋରା ତାର କାରଣ କାହାରିକୁ ଜଣା ନାହିଁ। ବୁଢା ବାପା ଆଦିବାସୀ ଭାଷାରେ ଅନେକ କିଛି କହୁଥିଲେ ମଧ୍ୟ ଆମ ପାଇଁ ସେସବୁ ବୁଝିବା ସହଜ ହୋଇନାହିଁ। ହେଲେ ସେ ଆଜି ସର୍ବହରା ହୋଇଯାଇଛନ୍ତି, ଏତିକି ଆମେ ବୁଝିଛୁ।

    ଖବର ପାଇ ପୋଲିସ ମୋରାଙ୍କ ମୃତଦେହ ଗତକାଲି ଜବତ କରି କ୍ୟାପିଟାଲ ହସ୍ପିଟାଲରେ ରଖିଥିଲା। ଆଜି ପରିବାର ଲୋକ ଆସିବା ପରେ ବ୍ୟବଚ୍ଛେଦ ହୋଇଛି। ଆଜି ମରଶରୀରକୁ ପରିବାର ଲୋକେ ଗାଁକୁ ନେବେ। ହେଲେ ମୋରା କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ତାକୁ ନେଇ ଉଠୁଛି ଅନେକ ପ୍ରଶ୍ନ। ତେବେ ଘର ଲୋକଙ୍କ କହିବା କଥା କାମକୁ ନେଇ ଚାପରେ ଥିଲେ। ତେବେ ଏପରି ମୃତ୍ୟୁ ପଛର ବାସ୍ତବ କାରଣ ପୋଲିସର ତଦନ୍ତ ପରେ ବାହାରିପାରିବ ବୋଲି ଆଶା ରଖିଛନ୍ତି ପରିବାର ଲୋକ