Tag: suchanatv24x7

  • ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ତୀବ୍ର, ଦୁଇ କଂଗ୍ରେସ ବିଧାୟକ ଭେଟିଲେ ଅଜିତ ପାୱାରଙ୍କୁ, ଯୋଗଦେବେ କି ଏନସିପିରେ?

    ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ତୀବ୍ର, ଦୁଇ କଂଗ୍ରେସ ବିଧାୟକ ଭେଟିଲେ ଅଜିତ ପାୱାରଙ୍କୁ, ଯୋଗଦେବେ କି ଏନସିପିରେ?

    ଦୁଇ କଂଗ୍ରେସ ବିଧାୟକ ଜିଶାନ ସିଦ୍ଦିକି ଏବଂ ହିରାମନ ଖୋସକର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ। ଗତକାଲି ଏନସିପି ମଞ୍ଚରେ ଜିଶାନଙ୍କୁ ଦେଖିବାକୁ ମିଳିଥିଲା। ଆଜି ଆଉ ଜଣେ ଇଗାଟପୁରୀ ବିଧାୟକ ହିରାମନ ଖୋସକର ମଧ୍ୟ ଏନସିପିର ନିକଟତର ହୋଇଛନ୍ତି। ଯଦି ଏହି ଦୁଇ କଂଗ୍ରେସ ବିଧାୟକ ଏନସିପିରେ ଯୋଗ ଦିଅନ୍ତି, ତେବେ ବାନ୍ଦ୍ରା ଏବଂ ଇଗାଟପୁରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​କଂଗ୍ରେସ କ୍ଷତି ସହିପାରେ।

    ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଭେଟିବା ପରେ କଂଗ୍ରେସ ବିଧାୟକ ଜିଶାନ ସିଦ୍ଦିକି କହିଛନ୍ତି ଯେ ମୁଁ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ନିର୍ବାଚନମଣ୍ଡଳୀ ସମ୍ବନ୍ଧୀୟ ଆଲୋଚନା କରିବାକୁ ଯାଇଥିଲି। ବିଧାନସଭା ନିର୍ବାଚନରେ ​​ତାଙ୍କର ଭବିଷ୍ୟତର କାର୍ଯ୍ୟକଳାପ ବିଷୟରେ ପଚରାଯିବାରୁ ସେ କହିଛନ୍ତି, “କଂଗ୍ରେସ ମୋତେ ପୃଥକ କରୁଛି ଏବଂ ଅସ୍ପଷ୍ଟ ବାର୍ତ୍ତା ଦେଉଛି। ଯେତେବେଳେ ମୁଁ ଏମଭିଏରେ ଥିଲି, ମୋତେ ସବୁବେଳେ କାମ ବନ୍ଦ କରି ଦିଆଯାଇଥିଲା। ସେମାନେ ଯାହା କୁହନ୍ତି, ମୁଁ ମଧ୍ୟ ତାହା କରିବି। “

    ଜନ ସମ୍ମାନ ଯାତ୍ରାରେ କରିଥିଲେ ଅଂଶଗ୍ରହଣ
    ମହାରାଷ୍ଟ୍ର କଂଗ୍ରେସ ବିଧାୟକ ଜିଶାନ ସିଦ୍ଦିକି ସୋମବାର ଦିନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ର ଜନ ସମ୍ମାନ ଯାତ୍ରାରେ ଭାଗ ନେଇଥିଲେ। ସିଦ୍ଦିକି ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ତାଙ୍କୁ ଅଣଦେଖା କରୁଛି। ଏହି ଯାତ୍ରା ଅପରାହ୍ନରେ ମୁମ୍ବାଇର ପୂର୍ବ-ବାନ୍ଦ୍ରାରେ ପହଞ୍ଚିଥିଲା, ଯେଉଁଠି ସିଦ୍ଦିକି ଜଣେ କଂଗ୍ରେସ ବିଧାୟକ ଅଛନ୍ତି ।

    ସିଦ୍ଦିକିଙ୍କ ପିତା ତଥା ପୂର୍ବତନ ବିଧାୟକ ବାବା ସିଦ୍ଦିକି କଂଗ୍ରେସ ଛାଡି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଦଳରେ ଯୋଗ ଦେଇଥିଲେ। ଗତ ମାସରେ, ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ ସମୟରେ ୬ ଜଣ କଂଗ୍ରେସ ବିଧାୟକ ‘କ୍ରସ୍ ଭୋଟିଂ’ କରିଥିଲେ। ଏହା ମଧ୍ୟ ଚର୍ଚ୍ଚା ହୋଇଥିଲା ଯେ ସେହି ୬ ଜଣ ବିଧାୟକଙ୍କ ମଧ୍ୟରେ ଜିଶାନ ସିଦ୍ଦିକି ଥିଲେ ।

  • ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ପିନ୍ଧିଲେ ମୁଖ୍ୟମନ୍ତ୍ରୀ

    ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ପିନ୍ଧିଲେ ମୁଖ୍ୟମନ୍ତ୍ରୀ

    ଆଜି ପବିତ୍ର ରକ୍ଷାବନ୍ଧନ ।ଗାଁଠୁ ସହର ସବୁଠି ଧୁମଧାମରେ ପାଳନ ହେଉଛି ଏହି ରକ୍ଷାବନ୍ଧନ । ଏହି ପରୀପ୍ରେକ୍ଷୀରେ ରାଜ୍ୟ ଅତିଥି ଭବନରେ ଆୟୋଜିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉକ୍ତ କାର୍ଯ୍ଯକ୍ରମରେ ଉପସ୍ଥିତ ଥିବା ବିଭିନ୍ନ ସ୍କୁଲର ଛାତ୍ରୀମାନେ ମୁଖ୍ଯମନ୍ତ୍ରୀଙ୍କୁ ଅତି ସ୍ନେହଂର ସର ରାକ୍ଷୀବାନ୍ଧିଥିଲେ । ଏହାସହ ବିଭିନ୍ନ ଅନୁଷ୍ଠାନର ମହିଳା ଓ ମହିଳା ସାମ୍ବାଦିକା ମଧ୍ୟ ସାମିଲ ହୋଇଥିଲେ । ଏବଂ ସବୁ ମହିଳାମାନଙ୍କୁ କିଭଳି ସୁରକ୍ଷା ମିଳିବ ସେନେଇ ପ୍ରତିଶୃତ୍ତି ବଦ୍ଧ ଥିବା ମୁଖ୍ଯମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି

    ଅତିଥି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ଉପସ୍ଥିତି ଥିଲେ

  • ନମୂନା ସଂଗ୍ରହ କରୁଛି ଡାକ୍ତରୀ ଟିମ୍

    ନମୂନା ସଂଗ୍ରହ କରୁଛି ଡାକ୍ତରୀ ଟିମ୍

    ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅଧିନସ୍ଥ ହନୁମନ୍ତପୁର ପଞ୍ଚାୟତର ଯୁବାଗୁଡି ଗ୍ରାମରେ ଆତଙ୍କ ଖେଳାଉଛି ଅଜଣା ରୋଗ । ଗତ କିଛିଦିନ ହେବ ଏହି ଅଜଣା ରୋଗ ରେ ଆକ୍ରାନ୍ତ ହୋଇ ୫ ଜଣ ମୃତ୍ୟୁବରଣ କରିଥିବାବେଳେ ବର୍ତ୍ତମାନ ୧୫ ଜଣ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। । ଗତ ଶୁକ୍ରବାର ଦିନ ରାୟଗଡ଼ା ମେଡିକାଲ ଟିମ୍ ପହଞ୍ଚି ଆକ୍ରାନ୍ତଙ୍କ ରୋଗୀ ମାନଙ୍କୁ ଚେକଅପ୍ କରିଥିଲେ ସୁଦ୍ଧା କୈାଣସି ରୋଗ ଚିହ୍ନଟ ହୋଇପାରିନାହିଁ। ଏପରି ପରିସ୍ଥିତିରେ ଯୁବାଗୁଡି ଗ୍ରାମ ରେ ଲୋକେ ବହୁ ଭୟ ଓ ଆତଙ୍କ ରେ ରହିଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷିରେ ରୋଗାକ୍ରାନ୍ତ ରୋଗୀଙ୍କ ପ୍ରଥମ ଲକ୍ଷଣ ଗୋଡ଼, ହାତ ଥରିବା ସହ ରୋଗୀଙ୍କ ଦେହରେ ଅନ୍ୟାନ ଲକ୍ଷଣ ମଧ୍ୟ ଦେଖାଯାଉଛି ।

    ଏ ଦିଗରେ ସ୍ଥାନୀୟ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନର କୁ ସ୍ବାସ୍ଥ୍ୟ ସେବା ଯୋଗେଇବା ପାଇଁ ଗ୍ରାମବାସୀ ସରକାର ଙ୍କୁ ନିବେଦନ କରିଛନ୍ତି।

  • ବଦଳୁଛି ସରକାର,ମିଳୁନି ବୃଦ୍ଧାଙ୍କୁ ମୌଳିକ ସୁବିଧା

    ବଦଳୁଛି ସରକାର,ମିଳୁନି ବୃଦ୍ଧାଙ୍କୁ ମୌଳିକ ସୁବିଧା

    ଟିକେ ଭଲକରି ଦେଖନ୍ତୁ ଏ ଚିତ୍ରକୁ ଏ ହେଉଛନ୍ତି ବାସନ୍ତି ସେଠୀ,ବୃଦ୍ଧା ମା ଜଣଙ୍କ ବୟସର ଅପରାହ୍ନରେ ପହିଞ୍ଚିଲେଣି । ନଇଁ ନଇଁ ଚାଲୁଛନ୍ତି , ଆଖିରେ ଲୁହରେ ଛଳ ଛଳ, ମନରେ ଚାପିରଖିଥିବା ଅଭିଯୋଗ ଗୁଡିକୁ ମଧ୍ଯ କହିବାକୁ ପାଟିଥରୁଛି । ଆମେ ଦଖାଉଥିବା ଏହି ପାରିପାର୍ଶିକ ଚିତ୍ର ହିଁ ବୟାନ କରୁଛି ବୃଦ୍ଧାଙ୍କ ଅବସ୍ତା । ସବୁଠୁ ଆଶ୍ଚର୍ଯ୍ଯର କଥା ଏହା କୌଣସି ଉପାନ୍ତ ଅଞ୍ଚଳର ଚିତ୍ର ନୁହେଁ ଏହେଉଛି ଖୋଦ୍ ରାଜଧାନୀ ଭୁବନେଶ୍ୱର, ଭି ଏସ ଏସ ନଗରରେ ଥିବା ଗୋଜବାୟାଣୀ ସାହିରେ ରହୁଥିବା ଵୃଦ୍ଧା ବାସନ୍ତି ସେଠୀଙ୍କ କଥା । ବଦ୍ଧା ଜଣଙ୍କ ଦୁନିଆରେ ସମ୍ପୁଣ୍ଣ ଏକୁଟିଆ, ନିଜର କହିଲେ କେହି ନାହିଁ ।

    ଏକ ଜରିପାଲ ବନ୍ଧା ଘରେ କାହିଁ କେବେଠୁ ବିପଦ ସଂକୁଳ ଅବସ୍ତାରେ ଜୀବନ କାଟୁଛନ୍ତି । ନାଁ ଅଛି ମୁଣ୍ଡ ଉପରେ ଛାତ ନାଁ ଘରେ ଜଳୁଛି ବିଜୁଳି, ସଂମ୍ପୁଣ୍ଣ ଅନ୍ଧକାର ଭିତରେ କଟୁଛି ବୃଦ୍ଧଙ୍କ ଜୀବନ । ଥରିଲା ଥରିଲା କଣ୍ଠରେ ବୃଦ୍ଧା ଜଣଙ୍କ କହୁଥଛନ୍ତି ପୁଅ ମୋର ଏଠି କେହି ନାହିଁ , ବହୁ କଷ୍ଟରେ ମୁଁ ଏଠି ଜୀବନ କାଟୁଛି , ସରକାରଙ୍କୁ ତ ମୁଁ ଭୋଟ ଦେଉଛି ହେଲେ କେହି ମୋ କଥା ଶୁଣୁନାହାନ୍ତି, କୌଣସି ବଡବାବୁଙ୍କର ମୋ ଦୁଆରେ ଆଜି ଯାଏଁ ପାଦ ପଡିନି । ଶୁଣାନ୍ତୁ କଣ କହୁଛନ୍ତି ବୃଦ୍ଧା ବାସନ୍ତି ସେଠୀ

    ତେବେ ଆଖପାଖରେ ରହୁଥିବା ବାସିନ୍ଦା ମାନେ ବାସନ୍ତି ସେଠୀଙ୍କର ଅବସ୍ତା ଦେଖି ଅନେକ ସମୟରେ ସହାୟତା ବି କରନ୍ତି । ଅଞ୍ଚଳବାସୀ ଙ୍କ କହିବା କଥା ଅନେକ ଦିନ ଧରି ଏଭଳି ବିପଦ ଶଙ୍କୁଳ ଅବସ୍ତାରେ ପଡିରହିଛନ୍ତି ବାସନ୍ତି । ଯେତିକି ସମ୍ବବ ହୁଏ ସେତିକି ସହାୟତା କରୁ ହେଲେ ସମସ୍ତେ ସବୁବେଳେ ସହାୟତା କରିବା ସମ୍ଭବ ହେଉନାହିଁ । ଏଣୁ ଶିଘ୍ର ସରକାରଙ୍କ ତରଫରୁ କିଛି ସହାୟତା ଯୋଗାଇବାପାଇଁ ନିବେଦନ କରିଛିନ୍ତି ଅଞ୍ଚଳବାସୀ ।

    ଯଦିଓ ଏ ସବୁ ଭିତରେ ଗୋଟିଏ ପ୍ରଶ୍ନ ସ୍ମାଟ୍ ସିଟି ଭୁବନେଶ୍ବରରେ ରହୁଥିବା ଜଣେ ବୃଦ୍ଧା ମହିଳାଙ୍କ ଅବସ୍ତା ଏଭଳି ତେବେ ଉପାନ୍ତ ଅଞ୍ଚଳର ସ୍ଥିତି କଣ । ଯଦି ଗରିବ ମାନଙ୍କ ପାଇଁ ସବୁ ଯୋଯନା , ତାହେଲେ କାହିଁକି ଏମାନଙ୍କ ପାଖରେ ଯୋଜନା ମାରୁଛି ଫେଲ୍ । ଏଭଳି ଅନେକ ସ୍ଥାନରେ ଅନେକ ବାସନ୍ତି ରହିଛନ୍ତି ଯେଉଁମାନେ କି ସ୍ବାଧୀନତାର ଏତେ ବର୍ଷପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ । ଯଦି ସରକାର ମାଳ ମାଳ ଯୋଜନା କରୁଛନ୍ତି ଏବଂ ଅନେକ ସମୟରେ ସ୍ପଷ୍ଟତା ବି ଆସୁଛି ଯୋଗ୍ୟ ହିତାଧିକାରୀ ଉପକୃତ ହେଉଛନ୍ତି ତେବେ ବାସ୍ତବ ଚିତ୍ର କାହିଁକି ଏତେ ଭିନ୍ନ ତାହା ଭାବିବାର ବିଷୟ ନିଶ୍ଚୟ ।

  • ନଦୀକୁ ଡେଇଁ ଯୁବକ ନିଖୋଜ

    ନଦୀକୁ ଡେଇଁ ଯୁବକ ନିଖୋଜ

    ତିରିଶ ବର୍ଷିୟ ଯୁବକଙ୍କ ଚରମ ନିଷ୍ପତ୍ତି ପୋଲ ଉପରୁ ନଦୀକୁ ଡେଇଁ ପଡିଲେ,ଯୁବକ ଜଣଙ୍କ ହେଉଛନ୍ତି ଡେରାବିଶ ବ୍ଲକ ସଦର ଥାନା ଅନ୍ତର୍ଗତ ବସପୁର ଅଞ୍ଚଳ ନରିଲୋ ଗ୍ରାମର ସୁର ସ୍ୱାଇଁ ଙ୍କ ପୁଅ ଲକି ଓରଫ ଶୁଭମ ଶେଖର ସ୍ୱାଇଁ I ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟକ୍ରମ ଜାରିରଖିଛି I ତେବେ ଯୁବକ ଜଣଙ୍କ ସ୍ଥାନୀୟ ଏକ ଘରୋଇ କମ୍ପୁଟର କୋଚିଂ ସେଣ୍ଟରରୁ ଟ୍ରେନିଂ ନେଉଥିଲେ I ଗତକାଲି ତାଙ୍କର ପାରିବାରିକ କଳହରୁ ଝଗଡା ହୋଇଥିଲା ଯାହା ଫଳରେ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ମିଳିଛି I ଘଟଣା ସ୍ଥଳରେ ଉଭୟ କୁଦାନଗରୀ ଥାନା ପୋଲିସ ଓ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି I

  • ଭଉଣୀ ପ୍ରିୟଙ୍କାଙ୍କ ସହ ଫଟୋ ସେୟାର କରି କ’ଣ ଲେଖିଛନ୍ତି ରାହୁଲ ଗାନ୍ଧୀ ଜାଣନ୍ତୁ…

    ଭଉଣୀ ପ୍ରିୟଙ୍କାଙ୍କ ସହ ଫଟୋ ସେୟାର କରି କ’ଣ ଲେଖିଛନ୍ତି ରାହୁଲ ଗାନ୍ଧୀ ଜାଣନ୍ତୁ…

    ଶୁଭ ରକ୍ଷା ବନ୍ଧନ ୨୦୨୪ ଶୁଭେଚ୍ଛା: ରକ୍ଷା ବନ୍ଧନ ପର୍ବ ଆଜି ସାରା ଦେଶରେ ପାଳନ କରାଯାଉଛି | ଏହି ବିଶେଷ ଅବସରରେ ଦେଶର ବହୁ ବଡ ନେତା ଲୋକମାନଙ୍କୁ ଅଭିବାଦନ ଜଣାଇଛନ୍ତି। ରାଷ୍ଟ୍ରପତିଙ୍କ ଠାରୁ ଲୋକସଭାରେ ବିରୋଧୀ ଦଳର ନେତା ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ମଧ୍ୟ ରାକ୍ଷୀ ଉପରେ ଲୋକଙ୍କୁ ବିଶେଷ ବାର୍ତ୍ତା ଦେଇଛନ୍ତି ।

    କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ’ଏକ୍ସ’ ରେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି”ଭାଈ-ଭଉଣୀ ଙ୍କ ଅତୁଟ ପ୍ରେମ ଏବଂ ସ୍ନେହର ପର୍ବ ରକ୍ଷା ବନ୍ଧନର ସମସ୍ତ ଦେଶବାସୀଙ୍କୁ ବହୁତ-ବହୁତ ବଧାଇ ଆଉ ଶୁଭକାମନା ।ସୁରକ୍ଷା ଏହି ସୂତ୍ର ସର୍ବଦା ତୁମର ପବିତ୍ର ସମ୍ପର୍କକୁ ଦୃଢ଼ ଭାବରେ ସଂଯୁକ୍ତ ରଖୁ। ”

    ପ୍ରିୟଙ୍କା ଗାନ୍ଧୀ କିଛି ପୁରୁଣା ସ୍ମୃତି ବିଷୟରେ କରିଥିଲେ ଉଲ୍ଲେଖ

    ଏଥି ସହିତ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ରାହୁଲ ଗାନ୍ଧୀଙ୍କ ସହ ନିଜର ପୁରୁଣା ଫଟୋଗୁଡ଼ିକୁ X ରେ ସେୟାର କରି ଲେଖିଛନ୍ତି, “ଭାଇ-ଭଉଣୀ ସମ୍ପର୍କ ଏକ ଫୁଲବଗିଚା ପରି, ଯେଉଁଥିରେ ସମ୍ମାନ, ପ୍ରେମ ଏବଂ ପାରସ୍ପରିକ ବୁଝାମଣାର ମୂଳଦୁଆରେ ବିଭିନ୍ନ ରଙ୍ଗର ସ୍ମୃତି, ସାଙ୍ଗରେ କିଛି କଥା କିଛି କାହାଣୀ ତଥା ବନ୍ଧୁତାକୁ ଆହୁରି ଗଭୀର କରିବାରେ ସଂକଳ୍ପ ବଢିଥାଏ | ଭାଇ-ଭଉଣୀମାନେ ସଂଘର୍ଷର ସାଥୀ ଅଟନ୍ତି, ସ୍ମୃତିର ସାଥୀ ଏବଂ ବନ୍ଧୁତ୍ୱ ଅନୁଗାମୀ ମଧ୍ୟ | ”

  • ସମସ୍ତ ବର୍ଗର ଭତ୍ତାଧିକାରୀଙ୍କୁ ତୁରନ୍ତ ବର୍ଦ୍ଧିତ୍ତ ଭତ୍ତା ପ୍ରଦାନ ବିଜେଡିର ଦାବି

    ସମସ୍ତ ବର୍ଗର ଭତ୍ତାଧିକାରୀଙ୍କୁ ତୁରନ୍ତ ବର୍ଦ୍ଧିତ୍ତ ଭତ୍ତା ପ୍ରଦାନ ବିଜେଡିର ଦାବି

    ଗତ ନିର୍ବାଚନରେ ବିଜେପି ରାଜ୍ୟ ରେ ଡବଲ ଇଞ୍ଜିନ ସରକାର ଆସିଲେ ଡବଲ ବିକାଶର ନାରା ଦେଇ ସମସ୍ତ ଭତ୍ତାଧାରୀଙ୍କ ମାସିକ ଭତ୍ତା ୩୫୦୦ ଟଙ୍କା କୁ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବିଜେପି ସରକାର ଉପସ୍ଥାପିତ କରିଥିବା ବଜେଟରେ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ଭିନ୍ନକ୍ଷମଙ୍କ ଭତ୍ତା ୩୫୦୦ ଟଙ୍କା ବୃଦ୍ଧି କରାଯାଇଛି । ଅନେକ ଭତ୍ତାଧୀକାରୀଙ୍କ ମାସିକ ଭତ୍ତା ଏବେବି ଅପରିବର୍ତ୍ତିତ ରହିଛି।

    ଏହା ଦ୍ବାରା ରାଜ୍ୟର ୫୭ଲକ୍ଷ ଭତ୍ତାଧୀକାରୀଙ୍କ ମଧ୍ୟରୁ ୫୨ ଲକ୍ଷ ଭତ୍ତାଧୀକାରୀ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ଅଛନ୍ତି । ଏହି ପରିପ୍ରେକ୍ଷୀରେ ରେ ଆଜି ତାଳଚେର ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ସମସ୍ତ ବର୍ଗର ଭତ୍ତାଧିକାରୀଙ୍କୁ ତୁରନ୍ତ ବର୍ଦ୍ଧିତ୍ତ ଭତ୍ତା ପ୍ରଦାନ ଦାବିରେ ବିଜୁ ଜନତା ଦଳ ପକ୍ଷରୁ ଜନଜାଗରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ, ତାଳଚେର ବ୍ଲକ ଓ ତାଳଚେର ପୌରପରିଷଦର ସମସ୍ତ ଜନ ପ୍ରତିନିଧି, ବିଜୁ ଜନତା ଦଳର ସମସ୍ତ ପଦାଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

    ତେବେ କେବେ ମିଳୁଛି ବଦ୍ଧିତ ଭତ୍ତା ତାହା ଦେଖିବାକୁ ବାକି ରହିଲା

  • ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ବିନା ପଦକରେ ଭାରତୀୟଙ୍କ ହୃଦୟ ଜିଣିଲେ ଭିନେଶ

    ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ବିନା ପଦକରେ ଭାରତୀୟଙ୍କ ହୃଦୟ ଜିଣିଲେ ଭିନେଶ

    ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଅଂଶଗ୍ରହଣ କରି ପ୍ୟାରିସରୁ ଦିଲ୍ଲୀର ବିମାନବନ୍ଦରରେ ପହଞ୍ଚିବା ପରେ ଭାରତୀୟ ରେସଲର ଭିନେଶ ଫୋଗାଟ କାନ୍ଦିବାର ଦୃଶ୍ୟ ଯେକୌଣସି ଭାରତୀୟଙ୍କୁ ବ୍ୟଥିତ କରିବ । ଆଜି ସାରା ଭାରତ ତାଙ୍କୁ ଏକ ଐତିହାସିକ ସ୍ୱାଗତ କରିଥିଲା |ସେ ଅଲମ୍ପିକରେ ବିଶ୍ବ ବିଜେତା ସୁସାକି ଯୁଇଙ୍କୁ ହରାଇ ତାଙ୍କ ପାରିଦର୍ଶିତା ଦେଖାଇଥିଲେ, ପରେ ସେମି ଫାଇନାଲରେ ତାଙ୍କ ଚମତ୍କାର ପ୍ରଦର୍ଶନ ସମସ୍ତ ବିଶ୍ୱକୁ ସ୍ତବ୍ଧ କରିଥିଲା କିନ୍ତୁ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରେ ମଧ୍ୟ ତାଙ୍କୁ ମାତ୍ର ୧୦୦ ଗ୍ରାମ ଓଜନ ଅଧିକ ଥିବା ହେତୁ ଫାଇନାଲ ପୂର୍ବରୁ ଡ଼ିସକ୍ୱାଲିଫାଂଏ କରାଯାଇଥିଲା ସେଥିପାଇଁ ସେ କୌଣସି ପଦକ ହାସଲ କରିପାରିନଥିଲେ ।

    ଏହା ପରେ ଦୁଃଖର ସହ କୁସ୍ତିରୁ ମଧ୍ୟ ସନ୍ୟାସ ନେଇଥିଲେ । ଆଜି ପ୍ୟାରିସରୁ ଫେରି ପରିବାରବର୍ଗ ଓ ସାଥି ଖେଳାଳିଙ୍କୁ ଦେଖି ସେ ତାଙ୍କ କାନ୍ଦ ରୋକି ପାରିନଥିଲେ । ତେବେ, ସୂଚନା ଅନୁଯାୟୀ, ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ କଂଗ୍ରେସ ସାଂସଦ ଦୀପେନ୍ଦର ହୁଡା, ସାକ୍ସି ମଲିକ, ବଜରଙ୍ଗ ପୁନିଆ ଏବଂ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ।

  • ଧର୍ମଘଟରେ ‘ଭଗବାନ’, ବିପଦରେ ଜୀବନ

    ଧର୍ମଘଟରେ ‘ଭଗବାନ’, ବିପଦରେ ଜୀବନ

    ୮-୯ ଅଗଷ୍ଟ ରାତିରେ କୋଲକାତାରେ ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ସମଗ୍ର ଦେଶ କ୍ରୋଧିତ ହୋଇଉଠିଛି। ଡାକ୍ତରମାନେ ନିରନ୍ତର ବିରୋଧ କରିଚାଲିଛନ୍ତି। ଆଜି ବି ଡାକ୍ତରମାନେ ଧର୍ମଘଟରେ ବସିଛନ୍ତି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ କହିଛି ଯେ ଏହି ଧର୍ମଘଟ ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ଏହା ରୋଗୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶ୍ୱାସ କରାଯାଏ। ତେବେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ କହିଛି ଯେ କେବଳ ଓପିଡି ବନ୍ଦ ରହିବ, ଜରୁରୀକାଳୀନ ସେବା ଜାରି ରହିବ।

    ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ୨୪ ଘଣ୍ଟା ପାଇଁ ଡାକ୍ତରଖାନା ବନ୍ଦ ରଖିବାକୁ ଆହ୍ୱାନ ଦେଇଛି । ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଆକ୍ସନ୍ କମିଟି ଅଧ୍ୟକ୍ଷ ଡାକ୍ତର ବିନୟ ଅଗ୍ରୱାଲ ସରକାରଙ୍କୁ ଦାବି କରିଛନ୍ତି। ଦେଶର ସମସ୍ତ ଛୋଟ ଏବଂ ବଡ ଡାକ୍ତରଖାନାରେ ଆଜି ସକାଳ ୬ ଟାରୁ ଏହି ଧର୍ମଘଟ ଆରମ୍ଭ ହୋଇଛି, ଯାହା ପରଦିନ ରବିବାର ସକାଳ ୬ ଟା ପର୍ଯ୍ୟନ୍ତ ଜାରି ରହିବ। ଆକ୍ସନ୍ କମିଟିର ଅଧ୍ୟକ୍ଷ ଡାକ୍ତର ବିନୟ ଅଗ୍ରୱାଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

    ସେ କହିଛନ୍ତି ଯେ ଅଗଷ୍ଟ ୧୭ ରେ ରୁଟିନ୍ ଓପିଡି, ରୁଟିନ୍ ସର୍ଜରୀ, ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାର ଅନୁସନ୍ଧାନ ଡାଇଗ୍ନୋଷ୍ଟିକ୍ ରୁଟିନ୍ ସେବା ବନ୍ଦ ରହିବ। ଜନସାଧାରଣ କୌଣସି ସମସ୍ୟାର ସମ୍ମୁଖୀନ ନହେବାକୁ ନିଶ୍ଚିତ କରିବାକୁ, ସେମାନେ ଜରୁରୀକାଳୀନ ସେବା ପାଇବାକୁ ଜାରି ରଖିବେ ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ। ଡାକ୍ତରମାନେ ସେମାନଙ୍କୁ ଜରୁରୀକାଳୀନ ୱାର୍ଡରେ ସେବା ଯୋଗାଇବା ଜାରି ରଖିବେ। ଏହା ବ୍ୟତୀତ ଡାକ୍ତରଖାନାରେ ଥିବା ରୋଗୀମାନେ ମଧ୍ୟ ସେମାନଙ୍କର ଚିକିତ୍ସା ଜାରି ରଖିବେ।

  • ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା, ପାଠପଢା ବନ୍ଦ

    ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା, ପାଠପଢା ବନ୍ଦ

    ଆଉ କିଛି ଦିନ ପରେ ସୁଜିତ ସାର ବିଦ୍ୟାଳୟ ଛାଡି ଅନ୍ୟତ୍ର ଚାଲିଯିବେ । ଆଉ ଛାତ୍ରଛାତ୍ରୀ ମାନେ ଦେଖିପାରିବେନି ସୁଜିତ ସାରଙ୍କ ପାଠ ପଢାଇବାର ଶୈଳୀ । ଯାହାକୁ ନେଇ ବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖିବାକୁ ମିଳିଛି । ତେଣୁ ସେମନା ସାରଙ୍କୁ ବଦଳି ନକରି ସେହିଠାରେ ରହି ପାଠ ପଢାଇବାକୁ ନିବେଦନ କରିଛନ୍ତି । ଅଭଳି ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧୀନ ମୁଥାପଦା ସରକାରୀ ଉଚ୍ଚ ବିଦ୍ୟାଳୟରେ । ସାରଙ୍କୁ ବଦଳି ନକରିବାକୁ ନିବେଦନ କରି ଛାତ୍ରଛାତ୍ରୀ ମାନେ କ୍ଲାସରୁମ୍ ଛାଡି ବିଦ୍ୟାଳୟ ବାହାରେ ବସି ନାରାବାଜି କରୁଛନ୍ତି ।

    ତେବେ ସୂଚନା ଅନୁଯାୟୀ, ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଜିତ ବିଶିଙ୍କ ବଦଳିକୁ ନେଇ ପିଲାମାନେ ଦୁଖରେ ଭାଙ୍ଗି ପଡ଼ିଥିଲେ । ପ୍ରିୟ ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର କରିବାକୁ ପାଠ ପଢା ଛାଡି ସମସ୍ତ ଛାତ୍ର ଛାତ୍ରୀ ଧାରଣାରେ ବସି ରହିଥିଲେ । ଘଟଣାକୁ ନେଇ ଆମ ପ୍ରତିନିଧି ବ୍ଲକ ଶିକ୍ଷା ଅଧିକାରୀ ଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିବା ବେଳେ ସେ ଆଜିର ଘଟଣା ବିଷୟରେ ଅବଗତ ନଥିବା ବେଳେ ଯେଉଁ ଶିକ୍ଷକଙ୍କ ବଦଳି କଥା କୁହାଯାଉଛି ତାହା ମ୍ୟୁଚୁଆଲ ଟ୍ରାନ୍ସଫର ବେସିସରେ ଅର୍ଡର ହୋଇଛି । ଆମେ କିଛି କରିପାରିବୁନି । ତେବେ ବିଦ୍ୟାଳୟର ଅନ୍ୟ ଷ୍ଟାଫ୍ ମାନେ ମଧ୍ୟ ସୁଜିତି ବିଶିଙ୍କ ବଦଳିକୁ ନେଇ ପିଲାମାନେ ଭାଙ୍ଗିପଡିଥିବା କହିଛନ୍ତି । ତେବେ ଶିକ୍ଷକ ସୁଜିତ ବିଶି ପିଲାଙ୍କ ଏପରି ଅବସ୍ଥା ଦେଖି କଣ କରିବେ ସ୍ଥିର କରିପାରୁ ନାହାନ୍ତି ।

    ଛାତ୍ରଛାତ୍ରୀ ମାନେ ପ୍ରିୟ ଶିକ୍ଷକଙ୍କୁ ଛାଡିବାକୁ ନାରାଜ । ଏଭଳି ସ୍ଥିତିରେ ପିଲାଙ୍କ ପାଠ ପଢ ରେ ବ୍ୟାଘାତ ସୃଷ୍ଟି ହେଉଥିବା ବେଳେ କେତେ ଦିନ ଛାତ୍ରଛାତ୍ରୀ ଧାରଣାରେ ବସୁଛନ୍ତି ଏବଂ ଏହାର ଆସୁ ସମାଧାନ କଣ ହେଉଛି ତାହା ଦେଖିବାକୁ ବାକି ।