Tag: suchanatv24x7

  • ବଜ୍ରାଘାତରେ ଜୀବନ ହାରିଲେ ମହିଳା

    ବଜ୍ରାଘାତରେ ଜୀବନ ହାରିଲେ ମହିଳା

    ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକ ଅଧିନସ୍ଥ ସିଙ୍ଗାରି ଗ୍ରାମପଞ୍ଚାୟତର ଖରଜୋଡା ଗ୍ରାମରେ ବିଜୁଳି ମାରି ଜଣେ ୫୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। କପା ବାଡ଼ରେ ଉକ୍ତ ମହିଳାଙ୍କୁ ଜଗି ବସିଥିଲା ଯମ । ସବୁ ଦିନପରି ସକାଳେ ଗାଁ ପାଖରେ ଥିବା କପାବାଡ଼ କୁ ଘାସ କାମ କରିବାକୁ ଯମୁନା ମହାନନ୍ଦିଆ ଯାଇଥିଲେ। ହଠାତ୍ ପବନ ସହ ଘଡଘଡି ବିଜୁଳୀ ମାରି ବର୍ଷା ହେଉ ଥିବାରୁ କପା ବାଡ଼ ରୁ ଘରକୁ ଫେରୁ ଥିଲେ ସେହି ସମୟରେ ୫୦ ବର୍ଷୀୟ ଯମୁନା ମହାନନ୍ଦିଆଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ଗାଁ ଲୋକ ଦେଖି କଲ୍ୟାଣ ସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ଫଳରେ ଡାକ୍ତର ମୃତ୍ୟୁ ଘଷଣା କରିଥିଲେ। ବଜ୍ରପାତରେ ଯମୁନା ମହାନନ୍ଦିଆ ଙ୍କ ମୃତ୍ୟୁ ହୋଇଥିବାରୁ ମୃତକଙ୍କ ସ୍ବାମୀ ଓ ପରିବାର ଲୋକେ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରଶାସନକୁ ନିବେଦନ କରିଛନ୍ତି।

  • ବିଜେପିରେ ବିଲିନ ହେବକି ବିଜେଡି ?

    ବିଜେପିରେ ବିଲିନ ହେବକି ବିଜେଡି ?

    ପ୍ରଥମେ ମମତା ମହାନ୍ତ, ଏବେ ସୁଜିତ କୁମାର, ଏହାପରେ ଆଉ କିଏ?

    ଏକଦା ବିଜେଡି ଓ ପାଣ୍ଡିଆନଙ୍କର ବିଶ୍ବସ୍ତ ଥିବା ସୁଜିତ କୁମାର ସମସ୍ତଙ୍କୁ ଚକମା ଦେଇ ଦିଲ୍ଲୀରେ ଧରିଛନ୍ତି ପଦ୍ମ । ବିଜେଡିର ବଡ଼ ବଡ଼ ନେତା ଏକଥାର ଟେର ପାଇବା ପୂର୍ବରୁ ବିଜେପିରେ ସାମିଲ ହୋଇସାରିଥିଲେ ସୁଜିତ । ତେବେ, ପ୍ରଶ ଉଠୁଛି —
    ସୁଜିତ ହଠାତ୍ ଏପରି ନିଷ୍ପତ୍ତି ନେଲେ ନା ଆଗରୁ ଖୋଜୁଥିଲେ ମଉକା ? ମଉକା ଦେଖି ଛକ୍କା ମାରିଲେ କି ସୁଜିତ ? …କୁହାଯାଏ, ସୁଜିତ କୁମାର ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ହୋଇଥିବା ବେଲେ ବିଦେଶରେ ରହୁଥିଲେ । ଓଡ଼ିଶାରେ ତାଙ୍କୁ କେହି ଜାଣି ନ ଥିବା ବେଳେ, ପାଣ୍ଡିଆନ ଭରସା କରି ବିଜେଡିରେ ସାମିଲ କରିଥିଲେ । ଏହାପରେ ସୁଜିତଙ୍କୁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା କରାଗଲା ଏବଂ ସିଧା ରାଜ୍ୟସଭା ପଠାଗଲା ! ହେଲେ ବିଜେଡି ଭିତରେ ଏମିତି କ’ଣ ହେଲା ଯେଉଁଥିପାଇଁ ସେ ରାଜ୍ୟ ସଭା ସଦସ୍ୟତା ପଦ ଛାଡି ବିଜେପିରେ ମିଶିଲେ ? ପାଣ୍ଡିଆନଙ୍କ ଖାସ୍ ଲୋକରୁ ଏବେ ଧର୍ମେନ୍ଦ୍ରଙ୍କ ପାଖଲୋକ ହୋଇଗଲେ ? ପାଣ୍ଡିଆନ ଓ ନବୀନଙ୍କ ଉପରେ ତାଙ୍କର ଭରସା ପାଇଲାନି କି ? ଅଚାନକ ବିଜେଡି ଛାଡି ବିଜେପିରେ ମିଶିଲେ, ଆଉ ଏବେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିପଡିଛନ୍ତି ।

    ଯଦି ବିଧାନସଭା ପରର ବିଜେଡି କଥା ତର୍ଜମା କରିବା ତେବେ ଦଳର ଅନୁଶାସନ ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡିଛି କହିଲେ କିଛି ଭୁଲ୍ ହେବନି । ଅବଶ୍ୟ ଏହା ଠିକ୍ ଯେ କିଛି ଲୋକଙ୍କୁ କେତେବେଳେ ଏ ପୋଖରୀ ଆଉ କେତେବେଳେ ସେ ପୋଖରୀରେ ଗାଧୋଇବାକୁ ଭଲ ଲାଗେ । ତଥାପି ବଜେଡିର ଯେଉଁ କେତେ ଜଣ ବଡବଡିଆ ଥିଲେ ସେମାନେ କରୁଥିଲେ କ’ଣ ? ବିଶେଷ କରି ଦଳର ପାଓ୍ବାର କରିଡର କୁହାଯାଉଥିବା ଭିକେ ପାଣ୍ଡିଆନ ଏବେ ନବୀନ ନିବାସରେ କରୁଛନ୍ତି କ’ଣ? ଦଳର ପରାଜୟ ହେଲା କି ନାହିଁ ତୁରନ୍ତ ନେତାଙ୍କ ଦଳଡିଆଁ ଆରମ୍ଭ ହୋଇଗଲା ! ନିର୍ବାଚନରେ ହାରିବା ପରେ ନବୀନଙ୍କ ନେତୃତ୍ୱରେ ନାହିଁ କି ଦମ ? ୨୪ ବର୍ଷ ଶାସନରେ ଥିବା ବେଳେ ସୁଜିତ ବିଜେଡିରେ ବଡ଼ ପଦ ପଦବୀରେ ରହିଲେ ଆଉ ଏବେ କିଛି ବି କାରଣ ଦର୍ଶାଇ ହାତ ଛାଡିଦେଲେ ! ତେବେ, ଘଟଣା ଯାହା ବି ହେଉ ନା କାହିଁକି, ବିଜେଡି ଦଳକୁ ନେଇ ଆଜି ଉଠୁଛି ଅନେକ ପ୍ରଶ୍ନ ।

    ଦଳର ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିବା ବଦଳରେ ତାଙ୍କୁ ବାରମ୍ବାର ପ୍ରଶଂସା କରି ପୁଣି ଥରେ ଦଳର ହର୍ତ୍ତାକର୍ତ୍ତା ବୋଲି ବାର୍ତ୍ତା ଦେବାପରେ ନବୀନଙ୍କ ପ୍ରତି ତୁଟୁଛି କି ଭରସା ? ପରାଜୟର କାରଣ ନ ଖୋଜିବା କ’ଣ ବିଜେଡିର ଦୁର୍ବଳତା ? ଦିନ ଥିଲା ମାଳ ମାଳ ନେତା ଅନ୍ୟ ଦଳରୁ ଆସି ବିଜେଡିରେ ଯୋଗ ଦେଉଥିଲେ; ହେଲେ ଆଜି, ବିଜେଡିରୁ ନେତା ଆମଦାନୀ କରୁଛି ବିଜେପି । ସବୁ କର୍ମଫଳ । ବିଜେଡିରୁ ନେତା ଯେପରି ଭାବେ ବିଜେପିକୁ ଆସିବା ଆରମ୍ଭ କରିଛନ୍ତି, କୁହାଯାଉଛି ଆଉ ଅଳ୍ପ ଦିନ ଭିତରେ ବିଜେଡି, ବିଜପିରେ ବିଲିନ ହୋଇଯିବ । ସତ ହେବ ବିଜେପିର ‘ଅପରେସନ ଲୋଟସ’ ।

  • ଯେଉଁ ଶେଖ ହସିନାଙ୍କୁ ନେଇ ଧର୍ମ ସଙ୍କଟରେ ମୋଦୀ ସରକାର, ସେହି ବାଂଲାଦେଶରେ ଭାରତୀୟ ପ୍ରକଳ୍ପ ଉପରେ ହୋଇଛି ପ୍ରହାର! ଭାରତର ସାକ୍ଷ୍ୟ

    ଯେଉଁ ଶେଖ ହସିନାଙ୍କୁ ନେଇ ଧର୍ମ ସଙ୍କଟରେ ମୋଦୀ ସରକାର, ସେହି ବାଂଲାଦେଶରେ ଭାରତୀୟ ପ୍ରକଳ୍ପ ଉପରେ ହୋଇଛି ପ୍ରହାର! ଭାରତର ସାକ୍ଷ୍ୟ

    ସତା ପରିବର୍ତ୍ତନ ପରେ ବାଂଲାଦେଶରୁ ଭାରତକୁ ପଳାଇଆସିଥିବା ଶେଖ ହସିନା ନରେନ୍ଦ୍ର ମୋଦୀ ସରକାରଙ୍କ ସମସ୍ୟାକୁ ବଢ଼ାଇ ଦେଇଛି । ବାସ୍ତବରେ ବାଂଲାଦେଶର ବର୍ତ୍ତମାନର ସରକାର ତାଙ୍କ ପ୍ରତ୍ୟର୍ପଣ ପାଇଁ ନିରନ୍ତର ଦାବି କରୁଥିବାବେଳେ ସରକାର ଏହାକୁ ପ୍ରଣାମ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଅଗଷ୍ଟ ୫ ରେ, ହିଂସାତ୍ମକ ବିଦ୍ରୋହ ମଧ୍ୟରେ ଶେଖ ହସିନା ବାଂଲାଦେଶରୁ ପଳାଇ ଦିଲ୍ଲୀ ନିକଟ ହିନ୍ଦନ ଏୟାରବେସରେ ଅବତରଣ କରିଥିଲେ। ସେ ଦିଲ୍ଲୀର ଏକ ଅଜ୍ଞାତ ଏବଂ ସୁରକ୍ଷିତ ସ୍ଥାନରେ ରହୁଛନ୍ତି।

    ଶେଖ ହସିନାଙ୍କୁ ସତାରୁ ବେଦଖଲ କରିବା ଏବଂ ଏଠାରେ ପହଁଚିବା ପରେ ଭାରତ ଶୁକ୍ରବାର ଦିନ କହିଛି ଯେ ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ସେଠାରେ ବିକାଶମୂଳକ ପ୍ରକଳ୍ପ ପ୍ରଭାବିତ ହୋଇଛି।

    ଏହି ଟଣାଟଣି ର ପ୍ରଭାବ ବର୍ତ୍ତମାନ ବାଂଲାଦେଶରେ ଭାରତ ଦ୍ୱାରା କରାଯାଉଥିବା ବିକାଶମୂଳକ କାର୍ଯ୍ୟରେ କଳହର ପ୍ରଭାବ ଦୃଶ୍ୟମାନ ହେଉଛି। ଶୁକ୍ରବାର ଦିନ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ଆମକୁ ମଧ୍ୟ ସ୍ୱୀକାର କରିବାକୁ ହେବ ଯେ ରାନୈତିକ ପରିବର୍ତ୍ତନ ହେଉଛି ଏବଂ ଏହା ବ୍ୟାଘାତ ସୃଷ୍ଟି କରିପାରେ। ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରଣନ୍ଧୀର ଜୟସୱାଲ କହିଛନ୍ତି ବଙ୍ଗଳାଦେଶରେ ଉତ୍ତେଜନା ଯୋଗୁଁ ଦ୍ୱିପାକ୍ଷିକ ପ୍ରକଳ୍ପ ପ୍ରଭାବିତ ହୋଇଛି ।

    ଜୟସୱାଲ କହିଛନ୍ତି, “ମୁଁ ଆପଣଙ୍କୁ କହି ରଖୁଛି ଯେ ବାଂଲାଦେଶ ସହିତ ଆମର ବିକାଶ ସହଯୋଗ କାର୍ଯ୍ୟକଳାପ ବାଂଲାଦେଶର ଲୋକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ… ତଥାପି, କେତେକ ପ୍ରକଳ୍ପର କାର୍ଯ୍ୟ ବର୍ତ୍ତମାନ ଅଟକି ରହିଛି ଏବଂ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଏହି କାର୍ଯ୍ୟ ପ୍ରଭାବିତ ହୋଇଛି । ପରିସ୍ଥିତି ସ୍ୱାଭାବିକ ହେବା ପରେ ଆମେ(ଢାକା ) ସହିତ କଥା ହେବୁ, ଆମର ବିକାଶମୂଳକ ପଦକ୍ଷେପ ବିଷୟରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହ ଆଲୋଚନା କରିବୁ ଏବଂ ତା’ପରେ ସେମାନଙ୍କୁ କିପରି ଆଗକୁ ନିଆଯିବ ତାହା ଦେଖିବା।

  • ଔଷଧ ବିକଳରେ ତାଟିଆ କାମୁଡ଼ିଛନ୍ତି ଶର୍ମିଷ୍ଠା ସେଠୀ !

    ଔଷଧ ବିକଳରେ ତାଟିଆ କାମୁଡ଼ିଛନ୍ତି ଶର୍ମିଷ୍ଠା ସେଠୀ !

    ଯାଜପୁର ସାଂସଦ ଡ଼ଃ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ହାଇକୋର୍ଟ ସମନ୍ ଜାରି କରିଛନ୍ତି, ପରାଜିତ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀଙ୍କ ନିର୍ବାଚନୀ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ସାଂସଦ ଶ୍ରୀ ବେହେରାଙ୍କୁ ଜବାବ୍ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଅକ୍ଟବର୍ ୭କୁ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଧାର୍ଯ୍ୟ କରାଯାଇଛି !

    ମାମଲା ରୁ ପ୍ରକାଶ ଯେ ଲୋକସଭା ଆସନ ନିର୍ବାଚନରେ ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ ୧୫୮୭ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ଗଣତି ପକ୍ରୀୟା ସହିତ ନାମାଙ୍କନ ବେଳେ ଶ୍ରୀ ବେହେରା ଦାଖଲ କରିଥିବା ସତ୍ୟପାଠରେ କିଛି ତଥ୍ୟ ଲୁଚାଇ ରଖିଥିବା ଭଳି ଅଭିଯୋଗ ଏବଂ ଶ୍ରୀ ବେହେରାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନରେ ଉଲ୍ଲେଖ ରହିଛି, ତେବେ ଯାଜପୁର ଲୋକସଭା ଆସନରୁ ବିଜେପି ପାର୍ଥୀ ଶ୍ରୀ ବେହେରା ୫ଲକ୍ଷ ୩୪ହଜାର ୨୩୯ଖଣ୍ଡ ଭୋଟ ହାତେଇ ସାଂସଦ ଭାବେ ନିର୍ବାଚିତ ହୋଇଥିବାବେଳେ ଉକ୍ତ ଘଟଣାକୁ ନେଇ ଗଣମାଧ୍ୟମକୁ କ’ଣ କହୁଛନ୍ତି ଆସନ୍ତୁ ଶୁଣିବା……

  • କୋଲକାତା ବଳାତ୍କାର ଏବଂ ହତ୍ୟା ବିରୋଧରେ କବିତା ସେୟାର କରି ଫସିଲେ ପାକିସ୍ତାନୀ ବ୍ଲଗର୍

    କୋଲକାତା ବଳାତ୍କାର ଏବଂ ହତ୍ୟା ବିରୋଧରେ କବିତା ସେୟାର କରି ଫସିଲେ ପାକିସ୍ତାନୀ ବ୍ଲଗର୍

    ନିନ୍ଦନୀୟ ଅଭିଯୋଗ ହେବା ପରେ ଜଣେ ପାକିସ୍ତାନୀ ବ୍ଲଗରକୁ ଜେଲକୁ ପଠାଯାଇଛି । ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀରର ବ୍ଲଗର୍ ଆସମା ବାଟୁଲ୍ କୋଲକାତା ବଳାତ୍କାର ମାମଲା ପରେ ଦକ୍ଷିଣ ଏସୀୟ ଦେଶରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ସଲମାନ ହାୟଦାରଙ୍କ ଏକ କବିତା ସେୟାର କରିଛନ୍ତି । ଫେସବୁକରେ ସେୟାର ହୋଇଥିବା ବ୍ଲଗରର କବିତା ଏହିପରି କିଛି ଥିଲା, “ଖୁଦା,ଭଗବାନ, ୟା ଇଶ୍ୱର, ସବ ମୋୖଜୂଦ ବେ, ଜବ ରେପ୍ ହୁଆ ​​… ଏହି କବିତାକୁ ବ୍ଲଗର୍ ବତୁଲ ଫେସବୁକରେ ସେୟାର କରିଥିଲେ।

    ଇନଷ୍ଟାଗ୍ରାମ ପୋଷ୍ଟରେ ମଧ୍ୟ ସେ ଅନ୍ୟ ଏକ କବିତା ପାଠ କରୁଥିବା ନଜର ଆସିଛନ୍ତି, ଯାହାର କ୍ୟାପସନ ହେଉଛି, ‘ତୁମହାରା ଦେଶ ଭି ମେରେ ଜେସେ ହି ହେ’,ଏସା ଲଗତା ହେ କି ଆସମା କୋ କବିତା ସୁନାନେ କି ସଜ୍ଜା ମିଲି ହେ। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଭାବନା ମଧ୍ୟ ସମାନ ଅଟେ ।

    ଧର୍ମଗୁରୁମାନେ ବ୍ଲଗର୍ ଆସମାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲେ ଯାହା ତାଙ୍କ ଆଲ୍ଲାହାଙ୍କୁ ଅପମାନିତ କରିଥିଲା, ଏହା ପରେ ପୋଲିସ ତାଙ୍କୁ ଏହି ନିନ୍ଦା ଅଭିଯୋଗରେ ଗିରଫ କରିଥିଲା। ପୁଞ୍ଚର ଅହଲୁସ ସୁନ୍ନତ ୱାଲ ଜାମାତ ଜିଲ୍ଲାର ସଭାପତି ମୌଲାନା ତାହିର ବଶିର ଅଗଷ୍ଟ ୨୫ ରେ ଆସମାଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ। ଆସମା ବାଟୁଲଙ୍କ ପରିବାର ବର୍ତ୍ତମାନ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଘର ଉପରେ ଆକ୍ରମଣ କରାଯାଇଛି, ସେମାନଙ୍କୁ ମାରିଦେବାକୁ ଧମକ ଦିଆଯାଉଛି ଏବଂ ସେମାନଙ୍କ ଘରେ ନିଆଁ ଲଗାଇବାକୁ ଚେଷ୍ଟା କରାଯାଉଛି ।

  • ବନ୍ୟା ଓ ବର୍ଷା ବୁଡାଇଲା, ବର୍ତ୍ତମାନ ଘୂର୍ଣ୍ଣିବଳୟର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି, ଗୁଜୁରାଟ ଉପରେ ପ୍ରକୃତିର ‘ଟ୍ରିପଲ ଆଟାକ’

    ବନ୍ୟା ଓ ବର୍ଷା ବୁଡାଇଲା, ବର୍ତ୍ତମାନ ଘୂର୍ଣ୍ଣିବଳୟର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି, ଗୁଜୁରାଟ ଉପରେ ପ୍ରକୃତିର ‘ଟ୍ରିପଲ ଆଟାକ’

    ଗୁଜୁରାଟରେ ବର୍ଷା ଓ ବନ୍ୟାର ଭୟାବହ ପ୍ରକୋପ ଦେଖଃଇଁବାକୁମିଳିଛି। ଅହମ୍ମଦାବାଦରୁ ଭଦୋଦରା ଏବଂ କୁଚ୍ ଠାରୁ ଦ୍ୱାରକା ପର୍ଯ୍ୟନ୍ତ ରାସ୍ତା ଜଳମଗ୍ନ ହୋଇଯାଇଛି। ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ହେଉଛି ଭଦୋଦରା, ଯେଉଁଠାରେ ଅନେକ ଆବାସିକ କମ୍ପାଉଣ୍ଡ ଜଳମଗ୍ନ ହୋଇଯାଇଛି | ଏହି ସମୟରେ ଗୁଜୁରାଟରେ ପ୍ରକୃତିର ଆଉ ଏକ ବିପର୍ଯୟ ହେବାକୁ ଯାଉଛି। କୁଚ ଉପରେ ଘୂର୍ଣ୍ଣିବଳୟର ଆଶଙ୍କା ଦେଖାଦେଇଛି। ଲୋକଙ୍କୁ ଘୂର୍ଣ୍ଣିବଳୟରୁ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ନିର୍ଦ୍ଦେଶ ଦେଇଛନ୍ତି।

    କୁଚ୍ ଜିଲ୍ଲାରେ ଘୂର୍ଣ୍ଣିବଳୟର ବିପଦ ଆଶଙ୍କା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଘୂର୍ଣ୍ଣିବଳୟ କୁଚକୁ ସ୍ପର୍ଶ କରିପାରେ । ବଙ୍ଗୋପସାଗରରେ ସକ୍ରିୟ ଗଭୀର ଉଦାସୀନତା ଦୁର୍ବଳ ହେବା ପରିବର୍ତ୍ତେ ଦୃଢ ହେବାର ସମ୍ଭାବନା ରହିଛି | ତେଣୁ ଅହମ୍ମଦାବାଦ ସମେତ ସାରା ରାଜ୍ୟରେ ପ୍ରବଳ ପବନ ବହିବ। ଶୁକ୍ରବାର (୩୦ ଅଗଷ୍ଟ) ରେ ପ୍ରବଳ ବର୍ଷା ଓ ବନ୍ୟା ଦ୍ୱାରା କୁଚରେ ବର୍ଷା ହେବାର ଖବର ରହିଛି | ମାଣ୍ଡଭିରେ ୧୧ ଇଞ୍ଚରୁ ଅଧିକ ବର୍ଷା ହୋଇଥିଲା, ଯେଉଁଥିପାଇଁ ଚାରିଆଡେ ଜଳସ୍ତର ରହିଥିଲା ​​| ମୁଣ୍ଡ୍ରାରେ ମଧ୍ୟ ପ୍ରାୟ ୬ ଇଞ୍ଚ ବର୍ଷା ହୋଇଥିଲା ।

    ଆଗାମୀ କିଛି ଘଣ୍ଟା ମଧ୍ୟରେ ସାଇକ୍ଲୋନିକ୍ ଝଡ଼ କୁଚକୁ ଛୁଇଁ ପାରେ | ଏହି ସମୟରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଗୁରୁବାର ରାତିରେ ଭଦୋଦରା ଠାରୁ ଗାନ୍ଧିନଗର ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟରରେ ପହଞ୍ଚିଥିଲେ। ସେ କୁଚର ଜିଲ୍ଲା କଲେକ୍ଟରଙ୍କ ନିକଟରୁ ଆସୁଥିବା ଘୂର୍ଣ୍ଣିବଳୟ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରସ୍ତୁତିର ହିସାବ ନେଇଥିଲେ। ଲୋକଙ୍କୁ ଏହି ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ଆବଶ୍ୟକ ସ୍ଥଳେ ତୁରନ୍ତ ପ୍ରଭାବ ପକାଇ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ସମ୍ପୂର୍ଣ୍ଣ ଉଦ୍ୟମ କରାଯିବା ଉଚିତ୍।

  • ସ୍ୱାମୀଙ୍କଠାରୁ ଅଲଗା ରହି ଵୟୋଜ୍ୟଷ୍ଠ ଶାଶୁ-ଶଶୁରଙ୍କ ଦାୟିତ୍ୱ ନେବାକୁ ମନା କରିବା ନିଷ୍ଠୁରତା ନା କି ଛାଡପତ୍ରର କାରଣ!: ହାଇକୋର୍ଟ

    ସ୍ୱାମୀଙ୍କଠାରୁ ଅଲଗା ରହି ଵୟୋଜ୍ୟଷ୍ଠ ଶାଶୁ-ଶଶୁରଙ୍କ ଦାୟିତ୍ୱ ନେବାକୁ ମନା କରିବା ନିଷ୍ଠୁରତା ନା କି ଛାଡପତ୍ରର କାରଣ!: ହାଇକୋର୍ଟ

    ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ବୋହୂ ଦ୍ୱାରା ଶାଶୁ-ଶଶୁର ଉପଯୁକ୍ତ ଯତ୍ନ ନ ନେବା ଆଦୌ ନିଷ୍ଠୁରତା ନୁହେଁ ଏବଂ ଏହି ଆଧାରରେ ସ୍ୱାମୀ ପତ୍ନୀଙ୍କଠାରୁ ଛାଡପତ୍ର ପାଇପାରିବେ ନାହିଁ। ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାମଲା ଆହୁରି ଦୁର୍ବଳ ହୋଇଯାଇଥାଏ ଯେତେବେଳେ ପତ୍ନୀଙ୍କୁ ଦୋଷାରୋପ କରୁଥିବା ସ୍ୱାମୀ ନିଜେ, ପିତାମାତାଙ୍କଠାରୁ ଅଲଗା ରୁହେ ଏବଂ ପତ୍ନୀଙ୍କଠାରୁସେମାନଙ୍କ ସେବା ଏବଂ ଉପଯୁକ୍ତ ଯତ୍ନ ଆଶା କରିଥାଏ । ଏହି ଯୁକ୍ତି ଆଧାରରେ ହାଇକୋର୍ଟ ଆବେଦନ କରିଥିବା ସ୍ୱାମୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ସହିତ କୋର୍ଟ ମୁରାଦାବାଦ ଫ୍ୟାମିଲି କୋର୍ଟର ମୁଖ୍ୟ ବିଚାରପତିଙ୍କ ନିଷ୍ପତ୍ତିକୁ ମଧ୍ୟ ସମର୍ଥନ କରିଛନ୍ତି।

    ମାମଲା ଅନୁଯାୟୀ ଜ୍ୟୋତିଷ ଚନ୍ଦ୍ର ଥାପଲିୟାଲ ଅତୀତରେ ଜଣେ ପୋଲିସ କର୍ମଚାରୀ ଥିଲେ। ସେ ଦେବେଶ୍ୱରୀ ଥାପଲିୟାଲଙ୍କୁ ବିବାହ କରିଥିଲେ। କାମ ହେତୁ ସେ ନିଜ ପିତାମାତାଙ୍କଠାରୁ ଅଲଗା ରହୁଛନ୍ତି । ଏହି ସମୟ ମଧ୍ୟରେ, ସେ ଚାହୁଁଥିଲେ ଯେ ତାଙ୍କ ପତ୍ନୀ ତାଙ୍କ ସହ ନ ରହି ତାଙ୍କ ପିତାମାତା ଯଥା ତାଙ୍କ ଶାଶୁଶଶୁରଙ୍କ ସହିତ ରୁହନ୍ତୁ | ସେମାନଙ୍କ ସେବା ଏବଂ ଉପଯୁକ୍ତ ଯତ୍ନ ନିଅନ୍ତୁ | ପତ୍ନୀ ଦେବେଶ୍ୱରୀ ଚାହୁଁଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କ ସହିତ ରହିବାକୁ | ଅଭିଯୋଗ ଅନୁଯାୟୀ ଜ୍ୟୋତିଷ ଚନ୍ଦ୍ର ଥାପଲିୟାଲ ତାଙ୍କ ପତ୍ନୀଙ୍କଠାରୁ ଛାଡପତ୍ର ମାମଲାରେ ମୁରାଦବାଦ ଫ୍ୟାମିଲି କୋର୍ଟରେ କେସ ଦାଖଲ କରିଥିଲେ। ଅଭିଯୋଗ ହୋଇଛି ଯେ ତାଙ୍କ ପତ୍ନୀ ଶାଶୁଶଶୁରଙ୍କ ଉପଯୁକ୍ତ ଯତ୍ନ ନେଉନାହାଁନ୍ତି। ଉପଯୁକ୍ତ ଯତ୍ନ ନ ନେବାର ଆଚରଣକୁ କ୍ରୁରତା ଦୃଷ୍ଟିକୋଣରୁ ଦେଖିବା ଉଚିତ ଏବଂ ଛାଡପତ୍ର ଆବେଦନକୁ ଗ୍ରହଣ କରାଯିବା ଉଚିତ୍ |

    ଦୀର୍ଘ ଦିନର ଶୁଣାଣି ପରେ ମୁରାଦାବାଦର ଫ୍ୟାମିଲି କୋର୍ଟ ସ୍ୱାମୀ ଜ୍ୟୋତିଷ ଚାନ୍ଦ ଥାପିଆଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଫ୍ୟାମିଲି କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ସ୍ୱାମୀ ନିଜେ ତାଙ୍କ ପିତାମାତାଙ୍କ ସହ ରୁହନ୍ତି ନାହିଁ। ସେ ସେମାନଙ୍କଠାରୁ ଅଲଗା ରୁହନ୍ତି | ଏଭଳି ପରିସ୍ଥିତିରେ ପତ୍ନୀଙ୍କ ସହିତ ରହିବାକୁ ମନା କରିବା ଏବଂ ସ୍ୱାମୀଙ୍କ ଇଚ୍ଛା ଅନୁଯାୟୀ ସେମାନଙ୍କର ଯତ୍ନ ନ ନେବା ଆଦୌ ନିଷ୍ଠୁରତା କୁହାଯିବ ନାହିଁ କିମ୍ବା ଛାଡପତ୍ର ପାଇଁ ଏହା ଏକ କାରଣ ହେବ ନାହିଁ। ୨୦୦୮ ମସିହାରେ ସ୍ୱାମୀ ଜ୍ୟୋତିଷ ଚନ୍ଦ୍ ଥାପଲିୟାଲଙ୍କ ଆବେଦନକୁ ମୁରାଦାବାଦର ଫ୍ୟାମିଲି କୋର୍ଟ ରେ ଖାରଜ କରିଦିଆଯାଇଥିଲା ।

  • ଚାଲିଥିଲା ପାଠ ପଢା, ହଠାତ୍ ନିଶ୍ୱାସ ନେବାରେ କଷ୍ଟ ହେବାରୁ ଅସୁସ୍ଥହୋଇପଡିଲେ ୨୫ ଛାତ୍ରଛାତ୍ରୀ

    ଚାଲିଥିଲା ପାଠ ପଢା, ହଠାତ୍ ନିଶ୍ୱାସ ନେବାରେ କଷ୍ଟ ହେବାରୁ ଅସୁସ୍ଥହୋଇପଡିଲେ ୨୫ ଛାତ୍ରଛାତ୍ରୀ

    ସବୁଦିନ ପରି ସମାନ ଢଙ୍ଗରେ ସ୍କୁଲ ଖୋଲିଥିଲା । ବିଦ୍ୟାଳୟ ମଧ୍ୟକୁ ଛାତ୍ରଛାତ୍ରୀ ପ୍ରବେଶ କରିଥିଲେ , ପ୍ରାର୍ଥନା କରି ଶ୍ରେଣୀ ଗୃହରେ ବସି ପାଠ ପଢୁଥିବା ବେଳେ ହଠାତ୍ ଅସୁସ୍ଥ ହେଲେ ୨୫ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ମେଣ୍ଢପୁର ପଞ୍ଚାୟତ ହାଇସ୍କୁଲ ଓ ହସିମୁଦୀନ ସ୍କୁଲରେ । ସ୍କୁଲରେ ଆଜି ସକାଳ ପ୍ରାର୍ଥନା ଶେଷହେବା ପରେ ପ୍ରଥମ ପିରିୟଡ଼ ଚାଲିଥିଲା ହଠାତ୍ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଅସୁସ୍ଥ ହୋଇ ପଡିଥିଲେ ।

    ତାଙ୍କୁ ଶିକ୍ଷକ ସ୍କୁଲ କମନ ରୁମକୁ ରେଷ୍ଟ ନିମନ୍ତେ ପଠାଇଥିଲେ । ଠିକ୍ ଏହାର କିଛି ସମୟ ପରେ ଜଣକ ପରେ ଜଣେ ପ୍ରାୟ ୨୫ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ବାନ୍ତି କରିଥିଲେ । ପରେ ପରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ପିଲା ମାନଙ୍କୁ ଆଳି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଚାଲିଛି। ତେବେ ଡାକ୍ତରଙ୍କ କହିବା କଥା ଖାଲି ପେଟ ଏବଂ ଫୁଡ୍ ପଏଜନିଙ୍ଗ ପାଇଁ ଏଭଳି ଘଟିଛି ।

  • ୪ ଦିନ ପରେ ଉଦ୍ଧାର ହେଲା ସମୁଦ୍ରରେ ଫଶିଥିବା ୨ ମାଛ ଧରା ବୋଟ, ସମସ୍ତ ମସ୍ତଜୀବୀ ସୁରକ୍ଷିତ

    ୪ ଦିନ ପରେ ଉଦ୍ଧାର ହେଲା ସମୁଦ୍ରରେ ଫଶିଥିବା ୨ ମାଛ ଧରା ବୋଟ, ସମସ୍ତ ମସ୍ତଜୀବୀ ସୁରକ୍ଷିତ

    ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ନୂଆଗଡ ପଞ୍ଚାୟତର ଦୁଇଟି ମାଛ ଧରା ବୋଟ ମା ପାର୍ବତୀ ଓ ମା କାଳୀ ଅସ୍ତରଙ୍ଗ-ପାରାଦ୍ୱୀପ ମଧ୍ୟ ସମୁଦ୍ରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ୪ ଦିନ ଧରି ଅଟକି ଯାଇଥିଲା । ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ଥିବାରୁ ମୁହାଣ ମୁହଁରେ ମେରାଇନ ପୋଲିସ କିମ୍ବା କୌଣସି ଉଦ୍ଧାରକାରି ଦଳ ପହଁଞ୍ଚି ପାରୁନଥିଲେ । ଯାହାକୁ ନେଇ ମତ୍ସ୍ୟଜୀବିଙ୍କ ମନରେ ଚିନ୍ତା ବଢିଥିଲା । ଏହାପରେ ଅସ୍ତରଙ୍ଗ ମେରାଇନ ପୋଲିସ ତରଫରୁ ଏଏସଆଇ ସନ୍ତୋଷ ଜେନା ଓ ଯାନ୍ତ୍ରିକ ଅଧିକାରୀ ମାଷ୍ଟର ପ୍ରକାଶ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ରବିବାର ଦିନ କିଛି ଶୁଖିଲା ଖାଦ୍ୟ ସହ ସେମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।

    ଉକ୍ତ ବୋଟ ୨ଟି ପାରାଦ୍ୱୀପ ଠାରୁ ୨୨ ମାଇଲ ଦୂରରେ ରହିଥିବାରୁ ପହଞ୍ଚିବା ସମ୍ଭବ ହୋଇପାରି ନଥିଲା । ଏହାପରେ ଉକ୍ତ ମସ୍ତ୍ୟଜୀବୀଙ୍କ ସମେତ ବୋଟ ୨ଟିକୁ ଉଦ୍ଧାର କରିବା ପାଇଁ ପାରାଦ୍ୱୀପ ତଟରଖି ବାହିନୀ ଏବଂ ସ୍ଥାନୀୟ ବୋଟର ସାହାଯ୍ୟ ଲୋଡ଼ାଯାଇଥିଲେ ବି କୌଣସି ସୁଫଳ ମିଳିନଥିଲା । ପରେ ମଙ୍ଗଳବାର ଦିନ ଏକ ସ୍ପିଡ଼ ବୋଟ ଜିଆରେରେ ମେକାନିକ ଶହ ୨ଟି ଗିଅର ସାଫ୍ଟ ପହଞ୍ଚିଥିଲା ଫଶିଥିବା ବୋଟ ପାଖରେ । ପରେ ୨ଟି ବୋଟର ଯାନ୍ତ୍ରିକ ତ୍ରୁଟିକୁ ସୁଧାରିଥିଲେ । ଏହାପରେ ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ୨ଟି ବୋଟ ଅସ୍ତରଙ୍ଗ ନୂଆଗଡ ଜେଠିରେ ପହଁଞ୍ଚିଥିଲା । ମେରାଇନ ପୋଲିସ ଓ ଅସ୍ତରଙ୍ଗ ମସ୍ତ୍ୟସମ୍ପଦ ବିଭାଗର କର୍ମଚାରୀ ଉପସ୍ଥିତ ରହି ଉକ୍ତ ବୋଟ ସହ ପାଖାପାଖି ୧୨ ଜଣ ମସ୍ତ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ।

  • କାଶିଆ ଅଞ୍ଚଳରେ ଅଘଟଣ, ବିରୁଡି ଆକ୍ରମଣରେ ଜଣେ ମୃତ ୨ ଗୁରୁତର

    କାଶିଆ ଅଞ୍ଚଳରେ ଅଘଟଣ, ବିରୁଡି ଆକ୍ରମଣରେ ଜଣେ ମୃତ ୨ ଗୁରୁତର

    କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କାଶିଆ ଅଞ୍ଚଳରେ ଅଘଟଣ । ବିରୁଡ଼ି ଆକ୍ରମଣରେ ଜଣେ ଶିଶୁ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତେବେ ମୃତକ ଜଣକ ହେଉଛନ୍ତି କାଶିଆ ଅଞ୍ଚଳର ଯୋଗେନ୍ଦ୍ର ଲାଗୁରୀଙ୍କ ଝିଅ ନାନିକା ।

    ଏହି ଘଟଣାରେ ଗୁରୁତର ହୋଇଥିବା ଦୁଇ ଜଣ ହେଲେ ସୁଜତା ମୁଣ୍ଡା ଓ ଲଷ୍ମୀ ମୁଣ୍ଡା । ସୂଚନା ମୁତାବକ, ବୁଧୁବାର ଦିନ ତିନି ଜଣ ଧାନ ବିଲକୁ ଚାଷ କାର୍ଯ୍ୟ ପାଇଁ ଯାଇଥିଲେ । ସେଠାରେ ପ୍ରାୟ ସକାଳ ୧୦.୩୦ ମିନିଟ ସମୟରେ ସେମାନଙ୍କୁ ଜଙ୍ଗଲରେ ବିରୁଡ଼ି ଆକ୍ରମଣ କରିଥିଲା ।

    ଏହାପରେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ସେଠାରେ ଚିକିତ୍ସିତ ନାନିକାର ମୃତ୍ୟୁ ହୋଇଥିଲା ।