Tag: suchanatv24x7

  • ଏକାକୀ ଉଡିଲେ ପାଣ୍ଡିଆନ,ପଛରେ ପଡିଲେ ନବୀନ

    ଏକାକୀ ଉଡିଲେ ପାଣ୍ଡିଆନ,ପଛରେ ପଡିଲେ ନବୀନ

    ରାଜ୍ୟରେ ହୁ ହୁ ହୋଇ ବଡୁଛି ବେକାରି ସମସ୍ୟା । ଚପରାସୀ ଚାକିରୀ ପାଇଁ ଲାଗୁଛି ଲମ୍ବା ଲାଇନ । ଏହାରୀ ଭିତରେ ନିର୍ବାଚନ କମିଶନଙ୍କ ତଥ୍ୟ ସମସ୍ତଙ୍କୁ ତାଜୁବ କରିଛି । ଜାତୀୟ ସର୍ଭେକ୍ଷଣ ୨୦୨୩-୨୪ ଅନୁସାରେ, ଓଡ଼ିଶାରେ ବେକାରି ହାର ୩.୯ ପ୍ରତିଶତ ରହିଥିବା ବେଳେ ସାରାଦେଶରେ ୨୧ ତମ ସ୍ଥାନରେ ରହିଛି ଓଡ଼ିଶା। ଓଡିଶାରୁ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ ବେକାର ଯୁବକ ଯୁବତୀ ନିଜର କର୍ମସଂସ୍ଥାନ ପାଇଁ ଦେଶ କିମ୍ବା ବାହରକୁ ଦାଦନ ଯିଵାକୁ ବାଧ୍ୟ ହେଉଥିବା ବେଳେ ସରକାରୀ ଚାକିରୀ ପାଇଁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରିଛନ୍ତି, ୧୧ ଲକ୍ଷ ୪ ହଜାର ୨୨୯ ଯୁବକ ଯୁବତୀ। ଏମାନଙ୍କ ମଧ୍ୟରୁ ନିୟୋଜନ କାର୍ଯ୍ୟାଳୟ ମାଧ୍ୟମରେ ଗତ ୧୦ ବର୍ଷରେ ନିଯୁକ୍ତି ପାଇଛନ୍ତି ୮ ହଜାର ୪୦୧ ।

    ଏପରି ସ୍ଥିତିରେ ଭୋଟ ପାଇଁ ଓଡିଶାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ। ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ୪୧୫ କୋଟି ୨୧ ଲକ୍ଷ ୨୫ ହଜାର ୧୬୪ ଟଙ୍କା ଖର୍ଚ୍ଚ କରିଛି ବିଜେଡି । ବିଜେଡି ଦଳୀୟ ମତ ପ୍ରଚାର ପାଇଁ ୨୭୭ କୋଟି ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ, ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ବାବଦରେ ୧୩୮ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ସେହିପରି, ଗଣମାଧ୍ୟମରେ ବିଜ୍ଞାପନପାଇଁ ୪୭ କୋଟି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ନିର୍ବାଚନ ପ୍ରଚାର ଉପକରଣ ବାବଦରେ ୩୨ କୋଟି ୬୫ ଲକ୍ଷ ଟଙ୍କା ଏବଂ ତାରକା ପ୍ରଚାରକଙ୍କ ପାଇଁ ହେଲିକେପ୍ଟର ଓ ବିମାନ ଜରିଆରେ ଗସ୍ତ ବାବଦରେ ୨୫ କୋଟି ୪୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

    ବିଜେଡିର ତାରକା ପ୍ରଚାରକ ନବୀନ, ଭି.କେ ପାଣ୍ଡିଆନଙ୍କ ସହ ଅନ୍ୟ ୩୮ ଜଣ ବରିଷ୍ଠ ବିଜେଡି ନେତା ୨୩୧ ଥର ହେଲିକେପ୍ଟର ଓ ବିମାନରେ ଗସ୍ତ କରିଥିଲେ। ନବୀନ ଏକାକା ୬ ଥର ହେଲିକପ୍‌ଟର ଓ ୫ ଥର ଏୟାରକ୍ରାଫ୍ଟରେ ଗସ୍ତ କରିଥିବା ବେଳେ, ପାଣ୍ଡିଆନ ୧୫୭ ଥର ଏକାକୀ ସର୍ବାଧିକ ଗସ୍ତ କରିଥିଲେ। ନବୀନ ଓ ପାଣ୍ଡିଆନ ମିଳିତଭାବେ ୫୫ ଥର ହେଲିକପ୍‌ଟରରେ ଯାଇ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ । ସେହି କ୍ରମରେ, ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ୬ ଥର, ଅତୁନୁ ସବ୍ୟସାଚୀ ନାୟକ ୩ ଥର ଓ ପ୍ରଣବ ବଳବନ୍ତରାୟ ଥରେ ହେଲିକେପ୍ଟରରେ ଗସ୍ତ କରିଥିଲେ।

    ରାଜ୍ୟ ସ୍ତରୀୟ ନେତାଙ୍କ ଗସ୍ତ ବାବଦରେ ୭୧ଲକ୍ଷ ୨୧ ହଜାର ଟଙ୍କା ଖର୍ଚ୍ଚ କରିବା ସହ ନିଜ ପାଖରେ ୬୨୫ କୋଟି ଟଙ୍କା ରଖିଥିବା ନେଇ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ ଦାଖଲ ୬୦ ପୃଷ୍ଠା ସଂବଳିତ ବ୍ୟୟ ରିପୋର୍ଟ ଦାଖଲ କରିଛି ବିଜେଡି । ଯାହା ସାର୍ବଜନୀନ ହେବା ପରେ ଅନ୍ୟ ରାଜନୈତିକ ଦଳମାନଙ୍କ ମଧ୍ୟରେ ଛନକା ପଶିଛି । ଗୋଟେ ପଟେ ବିକାଶ ନାଁରେ ବିଜେଡି ୨୪ ବର୍ଷ ଧରି ଓଡିଶାର ଜଳ, ଜମି, ଜଙ୍ଗଲ, ଖଣିକୁ ବିଭିନ୍ନ -କର୍ପୋରେଟ୍ ସଂସ୍ଥାକୁ ଟେକି ଦେବାପରେ ସଂଗୃହିତ ଟଙ୍କାକୁ ଭୋଟ ନାଁରେ ପାଣି ପରି ଖର୍ଚ୍ଚ କରିଛି । ପୂର୍ବତନ ସରକାରଙ୍କ ଚିତ୍ର ଓ ଚରିତ୍ର ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ଯାହାକି ଭୋକିଲା ପେଟରେ ଲାତ ମାରିବା ସଦୃଶ୍ୟ । ସେହିପରି, ଅନ୍ୟ ଦଳମାନଙ୍କର ନିର୍ବାଚନୀ ଖର୍ଚ୍ଚ ସାର୍ବଜନୀନ ହେବାକୁ ସାଧାରଣରେ ଦାବି ହୋଇଛି ।

  • ବିନା ଲାଇସେନ୍ସରେ ଚାଲିଥିଲା କାରବାର, ଗୋଦାମରେ ଚଢାଉ କଲା ପୋଲିସ

    ବିନା ଲାଇସେନ୍ସରେ ଚାଲିଥିଲା କାରବାର, ଗୋଦାମରେ ଚଢାଉ କଲା ପୋଲିସ

    ରାଉରକେଲା ସହର ସଂଲଗ୍ନ ପ୍ଲାଣ୍ଟ ସାଇଟ୍ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଥିବା ବେଳେ ବାଣ ଚାହିଦା ମଧ୍ୟ ଆକାଶ ଛୂଆଁ ହୋଇଛି । ଅସାଧୁ ବ୍ୟବସାୟୀ ମାନେ ଏହାର ସୁଯୋଗ ଉଠାଇ ମାଲେମାଲ୍ ହେବାକୁ ଚାହୁଁଥିବା ବେଳେ ବିଭିନ୍ନ ସ୍ଥାନରେ ବେଧଡକ ବେପାର ଜାରି ରଖିଛନ୍ତି । ଏପରି ଏକ ବେଆଇନ୍ ବାଣ ଗୋଦାମ୍ ଚାଲିଥିବା ବେଳେ ପ୍ଲାଣ୍ଟ ସାଇଟ୍ ପୋଲିଶ ସେହି ଗୋଦାମ ଉପରେ ଚଢାଉ କରି ବିପୁଳ ପରିମାଣର ବାଣ ଜବତ କରିଥିବା ଜଣାପଡିଛି । କୌଣସି ସୂତ୍ରରୁ ଖବର ପାଇ ଏକ ପୋଲିସ ଦଳ ପ୍ଲାଣ୍ଟ ସାଇଟ୍ ନିକଟସ୍ଥ ଜଗନ୍ନାଥ ମନ୍ଦିର ପାଖରେ ରହୁଥିବା ସଂଗ୍ରାମ କିଶୋର ନାୟକଙ୍କ ଘର ଉପରେ ଚଢ଼ାଉ କରିଥିଲେ । ସେଠାରୁ ପ୍ରାୟ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କାର ବାଣ ଜବତ କରିବା ସହିତ ସୀତାକାନ୍ତ ଭଞ୍ଜ ନାମକ ଜଣେ ଯୁବକଙ୍କୁ ଅଟକ ରଖିଥିବା ରାଉରକେଲା ଡି.ଏସ୍.ପି ନିର୍ମଳ ମହାପାତ୍ର କହିଛନ୍ତି ।

  • କୂଅରେ ଖସି ପଡିଲେ ଅନେକ ଜଙ୍ଗଲୀ ବାରହା

    କୂଅରେ ଖସି ପଡିଲେ ଅନେକ ଜଙ୍ଗଲୀ ବାରହା

    ଏକ ପରିତ୍ୟକ୍ତ କୂଅରେ ଖସିଲେ ୧୫ରୁ ଉର୍ଦ୍ଧ୍ବ ଜଙ୍ଗଲୀ ବାରହା । ଯାହାକୁ ଦେଖିବା ପାଇଁ ରୁଣ୍ଡ ହୋଇଛନ୍ତି ବହୂ ସଂଖ୍ୟାରେ ଲୋକ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭଗାମୁଣ୍ଡା କିସାନ ସାହିରେ । ସେଠାରେ ଥିବା ଏକ ପରିତ୍ୟକ୍ତ କୂଅକୁ ଖସିପଡ଼ିଲେ ୧୫ରୁ ଉର୍ଦ୍ଧ୍ବ ଜଙ୍ଗଲୀ ବାରହା ।

    ଗତକାଲି ରାତିରେ ନିକଟସ୍ଥ ଜଙ୍ଗଲରୁ ଏହି ବାରହା ମାନେ ଖାଦ୍ୟ ଅନ୍ୱେଷଣରେ ଆସି ଗାଁ ନିକଟରେ ଥିବା ଏକ ୨୦ ଫୁଟ୍ ଗଭୀର କୂଅରେ ଖସି ପଡ଼ିଥିଲେ । ଆଜି ସକାଳୁ ଏହାକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଏହାପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ବାରହା ଗୁଡିକୁ ଉଦ୍ଧାର କରିଛି । ତେବେ ଉଦ୍ଧାର ହୋଇଥିବା ବାରହା ଗୁଡିକୁ ପୁନଶ୍ଚ ଜଙ୍ଗଲରେ ଛାଡିଦିଆଯିବ ବୋଲି ସୂଚନ ମିଳିଛି ।

  • ଯଥା ପୂର୍ଵମ ତଥା ପରଂ ଶୁଣିଲେ ନହିଁ କେହି, ସରପଞ୍ଚଙ୍କ ଉପରେ ତାତିଲେ ଗ୍ରାମବାସୀ

    ଯଥା ପୂର୍ଵମ ତଥା ପରଂ ଶୁଣିଲେ ନହିଁ କେହି, ସରପଞ୍ଚଙ୍କ ଉପରେ ତାତିଲେ ଗ୍ରାମବାସୀ

    ବାତ୍ୟା ଆସି ଚାଲିଗଲା ହେଲେ ଲୋକଙ୍କୁ ସରକାର ଦେଇଥିବା ଖାଦ୍ୟ ମିଳିଲାନି,ଏଭଳି ଘଟଣା ଦେଖିବାକୁ ମିଳିଛି ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତରେ । ଏହି ପଞ୍ଚାୟତର ଲୋକ ମାନଙ୍କୁ ସରକାର ଦେଇଥିବା ଶୁଖିଲା ଖାଦ୍ୟ ସରପଞ୍ଚ ଦେଇ ନଥିବା ଅଭିଯୋଗ ହୋଇଛି । ଖାଦ୍ୟ ତ ଦୂରର କଥା ବାତ୍ୟା ସମୟରେ ପଞ୍ଚାୟତର ସରପଞ୍ଚ କିମ୍ବା ପିଇଓଙ୍କ ଦର୍ଶନ ମଧ୍ୟ ମିଳିଲା ନାହିଁ ।

    ବାତ୍ୟା ସମୟରେ ଏହି ଲୋକ ମାନଙ୍କୁ କେଉଁଠି ସୁରକ୍ଷା ଦିଆଯିବ ଓ କେମିତି ରନ୍ଧା ଖାଦ୍ୟ ସହିତ ଶୁଖିଲା ଖାଦ୍ୟ ଦିଆଯିବ ତାହା ମଧ୍ୟ କେହି ସୂଚନା ଦେଲେ ନାହିଁ। ବାତ୍ୟା ପାଇଁ ଦୁଇ ଦିନ ସଂଘର୍ଷ କଲେ ଗାଁର ଲୋକ । ଗାଁଅନେକ କ୍ଷତିଗ୍ରସ୍ତ ହେଲା କାହାର ଘର ଭାଙ୍ଗିଗଲାତ ଆଉ କାହାର ଦାନା ନଷ୍ଟ ହେଲା ତଥାପି ତାହା ଦେଖିଲେନି ସରପଞ୍ଚ ଓ ପିଇଓ ।

    ବାତ୍ୟା ପରେ ମଧ୍ୟ ସରକାର ଲୋକ ମାନଙ୍କୁ ଦେଇଥିବା ଶୁଖିଲା ଖାଦ୍ୟକୁ ସରପଞ୍ଚ କିମ୍ବା ପିଇଓ ଲୋକଙ୍କୁ ଦେଲେ ନାହିଁ ! ଯେଉଁଥିପାଇଁ ସରପଞ୍ଚ ସସ୍ମିତା ମାହାନ୍ତି ଓ ଅସ୍ଥାୟୀ ପିଇଓ ଅବିନାଶ ମହାରଣା ଙ୍କ ଉପରେ ବର୍ଷିଲେ ଲୋକେ !

    ଲୋକେ ଅଭିଯୋଗ କରିଛନ୍ତି ଭୋଟ ବେଳେ ମିଠା କଥା କହି ଭୋଟ ନେଇ ଜିତିଥିବା ସରପଞ୍ଚ ସସ୍ମିତା ମାହାନ୍ତି ଆଜି ସ୍ଵାର୍ଥ୍ୟ ଲୋଭରେ ବାତ୍ୟା ଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଲୋକ ମାନଙ୍କ ପାଖରେ ଛିଡା ହୋଇନାହାନ୍ତି ! ଏମିତି କି ସରକାର ଦେଇଥିବା ଶୁଖିଲା ଖାଦ୍ୟ କିମ୍ବା ରନ୍ଧା ଖାଦ୍ୟ ଲୋକଙ୍କୁ ନ ଦେଇ ଓପାସ ରଖିଛନ୍ତି ।


    ତେଣୁ ଏହାକୁ ବିଚାର କରି ସରପଞ୍ଚ ଓ ଅସ୍ଥାୟୀ ପିଇଓଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଲୋକେ ନିବେଦନ କରିଛନ୍ତି.

  • ବିଜେପିର ହିଂସ୍ର ରାଜନୀତି, ଆକ୍ରମଣରେ ସରପଞ୍ଚ ଗୁରୁତର

    ବିଜେପିର ହିଂସ୍ର ରାଜନୀତି, ଆକ୍ରମଣରେ ସରପଞ୍ଚ ଗୁରୁତର

    ସାମ୍ନାକୁ ଆସିଲା ବିଜେପିର ହିଂସ୍ର ରାଜନୀତି । ବାତ୍ୟା ଆଶ୍ରୟ ସ୍ଥଳୀରୁ ଆରମ୍ଭ ହୋଇଥିବା ଗୋଷ୍ଠି କନ୍ଦଳ ଶେଷରେ ଧାରଣ କଲା ଉଗ୍ର ରୂପ । ସରପଞ୍ଚଙ୍କୁ ନିସ୍ତୁକ ମାଡ଼ ମାରି ବିଜେପି ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ପାଖ ଲୋକ ମାନେ ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । ୬ ଜଣ ବିଜେପି କର୍ମୀ ମିଶି ମାର୍ଶାଘାଇ ଅନ୍ତେଇ ପଞ୍ଚାୟତ ସରପଞ୍ଚ ସଂଜୟ କୁମାର ସେଠୀଙ୍କୁ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଦେଥିବା ଫୋନରେ କହିଛନ୍ତି ସରପଞ୍ଚ ।

    ତେବେ ଅଭିଯୋଗ ମୁତାବକ, ବାତ୍ୟା ଦାନା ପାଇଁ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଥିଲା । ସେଠାରେ ସେମାନଙ୍କୁ ଖାଦ୍ୟ ଦିଆଯାଉଥିବା ବେଳେ ଅଚାନକ କିଛି ଲୋକ ଚପଲ ପିନ୍ଧି ତା ଭିତରକୁ ପଶିଯିବା ସହ ମୋବାଇଲରେ ଭିଡିଓ ରେକର୍ଡିଂ କରିଥିଲେ । ସରପଞ୍ଚ ସଂଜୟ କୁମାର ସେଠୀ ସେମାନେ କିଏ ପଚାରିବାରୁ ବଚସା ହୋଇଥିଲା । ପରେ ସେମାନେ ଧମକ ଦେଇ ସେଠାରୁ ଚାଲଯାଇଥିଲେ । ଏହାର ମାତ୍ର ଗୋଟିଏ ଦିନ ପରେ ଆଜି ସକାଳ ସାଢେ ଆଠଟା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଜେପିର ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ କର୍ମୀ ମାନେ ମିଶି ଅଂତେଇ ତିନିଛକ ଟାୱାର ପାଖରେ ସରପଞ୍ଚ ସଞ୍ଜୟ କୁମାର ସେଠୀଙ୍କୁ ମରଣାନ୍ତଣ ଆକ୍ରମଣ କରି ଗୁରୁତର କରିଦେଇଥିବା ଅଭିଯୋଗ କରିଛନ୍ତି ସରପଞ୍ଚଙ୍କ ସମ୍ପର୍କିୟ ।

    ସ୍ଥାନୀୟ ଲୋକେ ସଂଜୟଙ୍କୁ ଉଦ୍ଧାର କରି ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସଞ୍ଜୟଙ୍କ ପରିବାର ଲୋକେ ସିଧାସଳଖ ବିଜେପି ଦଳର ବିଧାୟକ ଦୁର୍ଗା ପ୍ରସନ୍ନଙ୍କ କର୍ମୀ ମାନଙ୍କ ନାମରେ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି ।

  • ଆସନ୍ତା ବର୍ଷ ଠାରୁ ଦେଶରେ ଜନଗଣନା ଆରମ୍ଭ ହୋଇପାରେ,କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି

    ଆସନ୍ତା ବର୍ଷ ଠାରୁ ଦେଶରେ ଜନଗଣନା ଆରମ୍ଭ ହୋଇପାରେ,କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି

    କେନ୍ଦ୍ର ସରକାରଙ୍କ ଦ୍ୱାରା ହୋଇଥିବା ଜନଗଣନା ସଂପର୍କରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଆସନ୍ତା ବର୍ଷ ଠାରୁ ଦେଶରେ ଜନଗଣନା ଆରମ୍ଭ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ। ଆସନ୍ତା ବର୍ଷ ୨୦୨୫ ରୁ ୨୦୨୬ ପର୍ଯ୍ୟନ୍ତ ଜନଗଣନା ଚାଲିବ | କରୋନା ମହାମାରୀ ହେତୁ ୨୦୨୧ ମସିହାରେ ହେବାକୁ ଥିବା ଜନଗଣନାକୁ ସ୍ଥଗିତ ରଖିବାକୁ ପଡିଥିଲା।

    ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଜନଗଣନା ଚକ୍ର ମଧ୍ୟ ବଦଳିଯିବ | ଅଦ୍ୟାବଧି ଦଶନ୍ଧି ଆରମ୍ଭରେ ପ୍ରତି ଦଶ ବର୍ଷରେ ଜନଗଣନା ହୋଇଆସୁଥିଲା । ଉଦାହରଣ ସ୍ୱରୂପ ଜନଗଣନା ୧୯୯୧,୨୦୦୧,୨୦୧୧ ଇତ୍ୟାଦିରେ ଆରମ୍ଭ ହେଉଥିଲା | ଅବଶ୍ୟ, ବର୍ତ୍ତମାନ ୨୦୨୫ ପରେ,ପରବର୍ତ୍ତୀ ଜନଗଣନା ୨୦୩୫,୨୦୪୫,୨୦୫୫ ଏହିପରି ହେବ |

    ଜନଗଣନା ଶେଷ ହେବା ପରେ ଲୋକସଭା ଆସନର ପରିସୀମା ଆରମ୍ଭ ହେବ। ୨୦୨୮ ସୁଦ୍ଧା ପରିସୀମା ପ୍ରକ୍ରିୟା ସମାପ୍ତ ହେବାର ସମ୍ଭାବନା ଅଛି | ବହୁ ବିରୋଧୀ ଦଳର ଜାତିସଂଘ ଜନଗଣନା ପାଇଁ ମଧ୍ୟ ଦାବି ରହିଛି, କିନ୍ତୁ ସରକାର ଏ ବାବଦରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି।

    ଜନଗଣନାରେ ସାଧାରଣତ ଧର୍ମ ଏବଂ ବର୍ଗ ପଚରାଯାଇଥାଏ | ଅନୁସୂଚିତ ଜାତି ଏବଂ ଜନଜାତିର ଗଣନା ସାମାନ୍ଯ ହୋଇଥାଏ | ଏହା ମଧ୍ୟ କୁହାଯାଉଛି ଯେ ଏଥର ଲୋକଙ୍କୁ କେଉଁ ସମ୍ପ୍ରଦାୟର ଅନୁଗାମୀ ବୋଲି ମଧ୍ୟ ପଚରାଯାଇପାରେ । ଉଦାହରଣ ସ୍ୱରୂପ, କର୍ଣ୍ଣାଟକରେ ସାଧାରଣ ବର୍ଗର ଲିଙ୍ଗାୟତମାନେ ନିଜକୁ ଏକ ପୃଥକ ସମ୍ପ୍ରଦାୟ ଭାବରେ ବିବେଚନା କରନ୍ତି |

    ସେହିଭଳି,ଅନୁସୂଚିତ ଜାତି ମଧ୍ୟରେ ବାଲ୍ମୀକି,ରବିଦାସୀ, ଭଳି ଅଲଗା ଅଲଗା ସମ୍ପ୍ରଦାୟ ଅଛନ୍ତି | ଏହାର ଅର୍ଥ ହେଉଛି ଧର୍ମ,ବର୍ଗ ସହିତ ସମ୍ପ୍ରଦାୟର ଆଧାରରେ ଜନଗଣନା ଦାବି ଉପରେ ସରକାର ବିଚାର କରୁଛନ୍ତି।

  • ଇସ୍ରାଏଲର ଏହି ଅପରେସନ୍, ଇରାନର ନିଦ ହଜାଇଦେଇଥିଲା

    ଇସ୍ରାଏଲର ଏହି ଅପରେସନ୍, ଇରାନର ନିଦ ହଜାଇଦେଇଥିଲା

    ମଧ୍ୟ ପୂର୍ବରେ ଇସ୍ରାଏଲ ଶନିବାର ସକାଳେ ଇରାନ ଉପରେ ଆକ୍ରମଣ କରି ପ୍ରତିଶୋଧ ନେଇଥିଲା। ଇସ୍ରାଏଲ୍ ସେନାଙ୍କ ଅନୁଯାୟୀ,ସେମାନେ ତେହେରାନର ଚାରିପାଖରେ ଥିବା ଅନେକ ଇରାନର ସାମରିକ ବେସ ଏବଂ ସହର ଉପରେ ବୋମା ମାଡ଼ କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇରାନ ଉପରେ ଆକ୍ରମଣ କରିବା ପାଇଁ ଇସ୍ରାଏଲ ୧୦୦ ରୁ ଅଧିକ ଯୁଦ୍ଧ ବିମାନ ବ୍ୟବହାର କରିଥିଲା ​​| ଆଇଡିଏଫ୍ ଅଧିକାରୀ କହିଛନ୍ତି ଯେ ଇରାନ ଉପରେ ବୋମା ପକାଇଥିବା ସମସ୍ତ ଯୁଦ୍ଧ ବିମାନ ସୁରକ୍ଷିତ ଭାବେ ବେସକୁ ଫେରି ଆସିଛି । ଯେଉଁ ଅପରେସନ୍ ଅଧୀନରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଥିଲା, ତାହା ହେଉଛି ଡେଜ୍ ଅଫ୍ ରିପେଣ୍ଟେନ୍ସ |

    ଇସ୍ରାଏଲ ଇରାନର ୪ଟି ସହର ଉପରେ ଆକ୍ରମଣ କରିଥିଲା। ଆଇଡିଏଫ୍ ଅନୁଯାୟୀ,୧୬୦୦ କିଲୋମିଟର ଦୂରରେ ହୋଇଥିବା ଏହି ଆକ୍ରମଣରେ ଏଫ-35 ଯୁଦ୍ଧ ବିମାନ,ଗୁପ୍ତଚର ବିମାନ ସହିତ ଅନେକ ଇସ୍ରାଏଲ୍ ବାୟୁସେନା ଯୁଦ୍ଧ ବିମାନର ବ୍ୟବହାର କରାଯାଇଥିଲା। ଆଇଡିଏଫ୍ କହିଛି, “ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ମୂଲ୍ୟ ଦେବାକୁ ହେବ । ଆମେ ଆମର ମିଶନ ପୂରଣ କରିଛୁ।”

    ଇସ୍ରାଏଲର ଏହି ଆକ୍ରମଣକୁ ଅକ୍ଟୋବର ୨ ରେ ଇରାନ ଦ୍ୱାରା ହୋଇଥିବା ଏୟାର ଷ୍ଟ୍ରାଇକର ପ୍ରତିଶୋଧ ବୋଲି ଦେଖାଯାଉଛି। ଏହାପୂର୍ବରୁ ହିଜବୁଲ ମୁଖ୍ୟ ହାସନ ନାସରାଲ୍ଲାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଇରାନ ଇସ୍ରାଏଲ ଉପରେ ପ୍ରାୟ ୨୦୦ ରକେଟ ମାଡ଼ କରିଥିଲା,ଯାହା ପରେ ଇସ୍ରାଏଲ ମଧ୍ୟ ଇରାନକୁ ଧ୍ୱଂସ କରିବାକୁ ଶପଥ ନେଇଥିଲା।

    ଆଇଡିଏଫ ମୁଖପାତ୍ର ଡାନିଏଲ ହାଗରୀ କହିଛନ୍ତି, “ବର୍ତ୍ତମାନ ଇସ୍ରାଏଲକୁ ମଧ୍ୟ ଇରାନରେ କାର୍ଯ୍ୟ କରିବାର ସ୍ବାଧୀନତା ମିଳି ଗଲା । ଇରାନ ଦୁଇଥର ଇସ୍ରାଏଲ ଉପରେ ଆକ୍ରମଣ କରିଛି ଏବଂ ଏହାର ମୂଲ୍ୟ ତାକୁ ଦେବାକୁ ପଡିଲା । ଆମେ ଗାଜା ଏବଂ ଲେବାନନରେ ହୋଇଥିବା ଯୁଦ୍ଧ ଉପରେ ଧ୍ୟାନ ଦେଉଥିଲୁ,କିନ୍ତୁ ଇରାନ ଏହି ସମୟରେ ଯୁଦ୍ଧକୁ ପ୍ରୋତ୍ସାହିତ କରିଛି। ” ଇସ୍ରାଏଲ ସେନା ଇରାନକୁ ଚେତାବନୀ ଦେଇଛି ଯେ ଯଦି ସେ ନୂଆ ରଣନୀତି ନେଇ ଯୁଦ୍ଧ ଆରମ୍ଭ କରେ, ତେବେ ତାକୁ ଭାରି ମୂଲ୍ୟ ଦେବାକୁ ପଡ଼ିବ |

  • ନଦୀରେ ଗାଧୋଇବା ହେଲା କାଳ, ସୁବର୍ଣ୍ଣରେଖାରେ ଭାସିଗଲେ ଛାତ୍ର

    ନଦୀରେ ଗାଧୋଇବା ହେଲା କାଳ, ସୁବର୍ଣ୍ଣରେଖାରେ ଭାସିଗଲେ ଛାତ୍ର

    ଗାଧୋଇବାକୁ ଯାଇ ସୁବର୍ଣ୍ଣରେଖା ନଦୀରେ ଭାସିଯାଇଥିବା ଦଶମ ଶ୍ରେଣୀ ଛାତ୍ରଙ୍କ ମିଳିଲା ମୃତଦେହ । ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ଗଡ଼ସାହି ବାଲିଆପାଳ ପଞ୍ଚାୟତ ସୁବର୍ଣ୍ଣରେଖା ନଦୀ ଘାଟକୁ ଗତକାଲି ୩ ଜଣ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲେ । ଦୀର୍ଘ ସମୟ ପରେ ଦୁଇ ଜଣ ଘରକୁ ଫେରିଯାଇଥିଲେ । କିନ୍ତୁ, ମନୋରଞ୍ଜନ ଦାସଙ୍କ ୧୫ ବର୍ଷିୟ ପୁଅ ସାହିଲ ଦାସ ଆଉ ଫେରିନଥିଲେ । ସ୍ଥାନୀୟ ସରପଞ୍ଚ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ ବି ପହଞ୍ଚିବାରେ ବିଳମ୍ବ ହେବାରୁ ଗ୍ରାମବାସୀ ନଦୀରେ ଜାଲ ପକେଇ ବହୁ ଖୋଜା ଖୋଜି କରିଥିଲେ । ମାତ୍ର ସାହିଲଙ୍କୁ ପାଇନଥିଲେ । ଆଜି ସକାଳେ ଅଗ୍ନି ଶମ ବିଭାଗ ସୁବର୍ଣ୍ଣରେଖା ନଦୀରେ ସ୍ପିଡ଼୍ ବୋର୍ଟ ସାହାଯ୍ଯରେ ଖୋଜା ଖୋଜି କରିବା ପରେ କିଛି ଦୂରରେ ନଦୀରେ ମୃତଦେହ ଭାସୁଥିବା ଦେଖିଥିଲେ ଉଦ୍ଧାରକାରୀ ଦଳ ଆଉ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

  • ଲରେନ୍ସଙ୍କ ଭାଇ ଅନମୋଲ ବିଷ୍ନୋଇ ମୋଷ୍ଟ ୱାଣ୍ଟେଡ ତାଲିକାରେ ଅନ୍ତର୍ଭୁକ୍ତ,NIA ଘୋଷଣା କଲା ୧୦ ଲକ୍ଷ ଟଙ୍କା ପୁରସ୍କାର

    ଲରେନ୍ସଙ୍କ ଭାଇ ଅନମୋଲ ବିଷ୍ନୋଇ ମୋଷ୍ଟ ୱାଣ୍ଟେଡ ତାଲିକାରେ ଅନ୍ତର୍ଭୁକ୍ତ,NIA ଘୋଷଣା କଲା ୧୦ ଲକ୍ଷ ଟଙ୍କା ପୁରସ୍କାର

    ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶନୋଇଙ୍କ ଭାଇ ଅନମୋଲ ବିଶନୋଇଙ୍କୁ ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ଅନ୍ତର୍ଭୁକ୍ତ କରିଛି ଏବଂ ଗିରଫ ହେବାପରେ ୧୦ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି। ସୂଚନାନୁସାରେ, ଅନମୋଲ ବିଶନୋଇ କାନାଡା ଏବଂ ଆମେରିକାରୁ ତା ଗ୍ୟାଙ୍ଗର ସାମ୍ରାଜ୍ୟ ଚଳାଉଛି । କୁହାଯାଉଛି ଯେ ସେ ଅକ୍ଟୋବର ୧୨ ରେ ଏନସିପି ନେତା ବାବା ସିଦ୍ଦିକିଙ୍କ ଉପରେ ହୋଇଥିବା ଷଡଯନ୍ତ୍ର ଏବଂ ଏପ୍ରିଲରେ ଅଭିନେତା ସଲମାନ ଖାନଙ୍କ ଘରେ ହୋଇଥିବା ଆକ୍ରମଣରେ ମଧ୍ୟ ଜଡିତ ଅଛି ।

    ସୂଚନାନୁସାରେ, ଏପ୍ରିଲ ୧୪ ରେ ଖାନଙ୍କ ବାସଭବନ ବାହାରେ ଘଟିଥିବା ଗୁଳି ବିନିମୟରେ ମୁମ୍ବାଇ ପୋଲିସ ଅନମୋଲଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି କରିଥିଲା। ପୋଲିସର ସୂଚନାନୁସାରେ, ସେ ସୋସିଆଲ ମିଡିଆରେ ଏହି ଘଟଣାର ଦାୟିତ୍ବ ଗ୍ରହଣ କରିଛି । ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ବାବା ସିଦ୍ଦିକି ହତ୍ୟାକାଣ୍ଡରେ ସମ୍ପୃକ୍ତ ସୁଟର ସ୍ନାପଚାଟ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗ କରିଥିଲେ।

    ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଗ୍ୟାଙ୍ଗ ପଞ୍ଜାବ, ହରିୟାଣା, ଗୁଜୁରାଟ, ମହାରାଷ୍ଟ୍ର, ଚଣ୍ଡିଗଡ଼, ରାଜସ୍ଥାନ, ଦିଲ୍ଲୀ, ୟୁପି, ମଧ୍ୟପ୍ରଦେଶ , ବିହାର ଏବଂ ଝାଡ଼ଖଣ୍ଡ ଭଳି ରାଜ୍ୟରେ ଲମ୍ବ ବିସ୍ତାର କରିଛି । ଏହି ଗ୍ୟାଙ୍ଗର ଲୋକଙ୍କ ପାଇଁ ଅସ୍ତ୍ରଶସ୍ତ୍ର ବିଦେଶରୁ ବ୍ୟବସ୍ଥା କରାଯାଇଥାଏ| ଏହି ଅସ୍ତ୍ରଗୁଡିକ ପ୍ରାୟତଃ ଅନମୋଲ, ଗୋଲ୍ଡି ବରାର ଏବଂ ଲରେନ୍ସଙ୍କର କିଛି ଘନିଷ୍ଠ ସହଯୋଗୀ ଦ୍ୱାରା ବ୍ୟବସ୍ଥା କରିଥାନ୍ତି | ପ୍ରାପ୍ତ ସୂଚନା ଅନୁଯାୟୀ, ଅନମୋଲ କାନାଡାରୁ ଏହି ସମସ୍ତ ଷଡଯନ୍ତ୍ର ଚଳାନ୍ତି ଏବଂ ପ୍ରାୟତ ଆମେରିକା ଯାଇଥାନ୍ତି | ଏନଆଇଏ କହିଛି ଯେ ଆମେ ତାଙ୍କୁ ଆମର ବହୁ ଚାହିଦା ତାଲିକାରେ ରଖିଛୁ ଏବଂ ତାଙ୍କ ଅବସ୍ଥାନ ବିଷୟରେ ସୂଚନା ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ।

  • ତାଣ୍ଡବ ରଚିଲା ଦାନା!110 KMPH ବେଗରେ ବହିଲା ପବନ,ପ୍ରବଳ ବର୍ଷା,୧୪ ଲକ୍ଷ ଲୋକଙ୍କୁ କରାଗଲା ସ୍ଥାନାନ୍ତର

    ତାଣ୍ଡବ ରଚିଲା ଦାନା!110 KMPH ବେଗରେ ବହିଲା ପବନ,ପ୍ରବଳ ବର୍ଷା,୧୪ ଲକ୍ଷ ଲୋକଙ୍କୁ କରାଗଲା ସ୍ଥାନାନ୍ତର

    ବାତ୍ୟା ‘ଦାନା’ ଯୋଗୁଁ ଅନେକ ଅଞ୍ଚଳରେ ଗଛ ଏବଂ ବିଦ୍ୟୁତ ପୋଲ ଖସିଥିବାର ଖବର ରହିଛି। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ। ଆଜି ମଧ୍ୟ ବିଦ୍ୟାଳୟ ଓ କଲେଜଗୁଡ଼ିକ ବନ୍ଦ ରହିବ |

    ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ୨୪ ଏବଂ ୨୫ ଅକ୍ଟୋବର ରାତିରେ ଘୂର୍ଣ୍ଣିବଳୟ ଭିତରକନିକା ଏବଂ ଧାମରା ଉପକୂଳରେ ଅବତରଣ କରିଥିଲା। ଏହି ପ୍ରକ୍ରିୟା ଆଜି ସକାଳ ୭ ଟା ପର୍ଯ୍ୟନ୍ତ ଜାରି ରହିଲା | ପ୍ରଶାସନର ସଜାଗତା ଏବଂ ଆଗୁଆ ପ୍ରସ୍ତୁତି ହେତୁ କୌଣସି କ୍ଷୟକ୍ଷତିର ଖବର ନାହିଁ। ସରକାରଙ୍କ ‘ଶୂନ୍ୟ ଆହତ’ ଲକ୍ଷ୍ୟ ହାସଲ କରାଯାଇଛି। ପ୍ରାୟ ୬ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୬୦୦୦ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି ବୋଲି ସେ କହିଛନ୍ତି।

    ପଶ୍ଚିମବଙ୍ଗ, ଓଡିଶା ଏବଂ ଛତିଶଗଡ ଦେଇ ଯାଉଥିବା ୩୦୦ ରୁ ଅଧିକ ଟ୍ରେନକୁ ବାତିଲ କରାଯାଇଛି।

    ଓଡିଶାର ପ୍ରାୟ ୧୨ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି ରହିଛି। ଆସନ୍ତା ଦୁଇ ଦିନ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

    କୋଲକାତା ବିମାନବନ୍ଦର ସକାଳ ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ। ୨୮୧ ଘରୋଇ ବିମାନ ଏଠାରୁ ବାତିଲ କରାଯାଇଛି | ଏହା ବ୍ୟତୀତ ୨୯ଟି ଆନ୍ତର୍ଜାତୀୟ ବିମାନକୁ ବାତିଲ କରାଯାଇଛି |

    ବାତ୍ୟା ‘ଦାନା’ ଯୋଗୁଁ ଓଡିଶା, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତିର ସମ୍ଭାବନା ରହିଛି। ଓଡିଶାର ୧୦ ଲକ୍ଷ ଲୋକ ଏବଂ ପଶ୍ଚିମବଙ୍ଗର ୩.୫ ଲକ୍ଷରୁ ଅଧିକ ଲୋକଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି।