Tag: #Suchanatv24x7

  • ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଗିରଫ

    ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଗିରଫ

    ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ‘ସିଆଇଡି’ ଆଜି ପ୍ରତ୍ୟୁଷରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ତେଲୁଗୁ ଦେଶମ୍‌ ପାର୍ଟି’ର ମୁଖ୍ୟ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କୁ ନନ୍ଦୟାଲାରେ ଗିରଫ କରିଛି । ଦକ୍ଷତା ବିକାଶ ନାମରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏଥିପାଇଁ ‘କ୍ରିମିନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଡିପାର୍ଟମେଣ୍ଟ୍‌’ (ସିଆଇଡି) ବାବୁଙ୍କ ନିକଟକୁ ଗିରଫ ପର୍‌ୱାନା ପଠାଇଥିଲା। ଗତରାତି ପ୍ରାୟ ୩ଟା ବେଳେ ନନ୍ଦୟାଲା ରେଞ୍ଜ୍‌ର ‘ଡିଆଇଜି’ ରଘୁରାମି ରେଡ୍ଡୀଙ୍କ ନେତୃତ୍ବରେ ବହୁସଂଖ୍ୟକ ପୁଲିସ ଓ ‘ସିଆଇଡି’ ‘ଆର୍‌. କେ. ଫଙ୍କ୍‌ସନ୍‌ ହଲ୍‌’ରେ ପଡ଼ିଥିବା ନାଇଡୁଙ୍କ କ୍ୟାମ୍ପ୍‌ରେ ଚଢ଼ଉ କରିଥିଲେ। ୨୦୨୧ ମସିହା ଡିସେମ୍ବର ୯ ତାରିଖରେ ଆନ୍ଧ୍ର ସିଆଇଡି ଏ ନେଇ ଏକ ମାମଲା ରୁଜୁ କରିଥିଲା । ଏଥିରେ ୨୫ ଜଣ ଅଭିଯୁକ୍ତ ଥିଲେ । ତଦନ୍ତ ପରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଥିବା ଜଣା ପଡିଛି । କୁର୍ନୁଲର ଡିଆଇଜି ରଘୁରାମ ରେଡ୍ଡୀ ଚନ୍ଦ୍ରବାବୁଙ୍କୁ ଆନ୍ଧ୍ର ସିଆଇଡି ଆଇପିସି ଧାରା ୧୨୦ ଖ, ୧୬୬,୧୬୭, ୪୧୮, ୪୨୦, ୪୬୮, ୪୬୫, ୪୭୧, ୪୦୯, ୨୦୧, ୧୦୯ ସହ ଦୁର୍ନୀତିର ଅନ୍ୟଧାରାରେ ତାଙ୍କୁ ଗିରଫ କରିଛି । ‘ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ’ ଦୁର୍ନୀତିରେ ସେ ହେଉଛନ୍ତି ପ୍ରଥମ ଅଭିଯୁକ୍ତ। ଏ ସଂକ୍ରାନ୍ତରେ ଏକ ନୋଟିସ୍‌ ବି ତାଙ୍କୁ ଦିଆଗଲା। ତା’ପରେ ତାଙ୍କୁ ଗାଡ଼ିରେ ବସାଇ ବିଜୟୱାଡ଼ା ନିଆଯାଇଛି। ଜନସାଧାରଣଙ୍କ ଅର୍ଥ ‘ଲୁଟ୍‌’ କରିଛନ୍ତି ବୋଲି ଦୋଷାରୋପ କରି ଆନ୍ଧ୍ରପ୍ରଦେଶର ସାମାଜିକ ଜନକଲ୍ୟାଣ ମନ୍ତ୍ରୀ ମେରୁଗା ନାଗାର୍ଜୁନ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରି ଦାବି କରିଥିଲେ। ଏହା ଜାମିନ ନ ମିଳିବା ପରି ଅପରାଧ ହୋଇଥିବାରୁ ତାଙ୍କୁ ଜାମିନରେ ଛଡ଼ାଯାଇ ପାରିବ ନାହିଁ ବୋଲି ନୋଟିସ୍‌ରେ ଉଲ୍ଲେଖ ଅଛି। ଜାମିନ ପାଇଁ ଆମେ ହାଇକୋର୍ଟରେ ଆବେଦନ କରିବୁ ବୋଲି ତାଙ୍କ ଓକିଲ କହିଛନ୍ତି।

  • ଟ୍ୱିନସିଟିରେ ଭାରୀଯାନ ପ୍ରବେଶକୁ ନେଇ କଟକଣା, ଜାଣନ୍ତୁ ଭାରୀଯାନର ଯା’ଆସ ସମୟ

    ଟ୍ୱିନସିଟିରେ ଭାରୀଯାନ ପ୍ରବେଶକୁ ନେଇ କଟକଣା, ଜାଣନ୍ତୁ ଭାରୀଯାନର ଯା’ଆସ ସମୟ

    ଟ୍ୱିନ ସିଟିରେ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ଟ୍ରାଫିକ୍‌ ଯନ୍ତ୍ରଣା । କେବଳ ସହର ଭିତର ରାସ୍ତା ନୁହେଁ, ଜାତୀୟ ରାଜପଥରେ ବି ଚକା ଗଡୁନି। ସକାଳ ୯ରୁ ପୂର୍ବାହ୍ଣ ୧୧ଟା ଆଉ ଅପରାହ୍ଣ ୪ରୁ ରାତି ସାଢ଼େ ୯ଟା ଯୁଆଡ଼େ ଗଲେ ସିଆଡ଼େ ଟ୍ରାଫିକ୍‌ ସମସ୍ୟା ଭିତରେ ଲୋକେ ଫସୁଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଛି, ଅସମ୍ଭାଳ ଭିଡ଼ ହେବ।

    ଏହାକୁ ଦୃଷ୍ଟିରେ ରଖି ଭାରିଯାନ ପ୍ରବେଶ ଉପରେ କମିସନରେଟ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ସନ୍ଧ୍ୟା ୫ରୁ ସାଢ଼େ ୭ଟା ମଧ୍ୟରେ ସହର ମଧ୍ୟ ଜାତୀୟ ରାଜପଥରେ ଭାରିଯାନ ଚଳପ୍ରଚଳ କରିପାରିବ ନାହିଁ ବୋଲି ପୁଲିସ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଜରୁରୀକାଳୀନ ସେବା ଗାଡ଼ିକୁ ଛାଡିଦେଲେ ରାଜଧାନୀର ଆଇଗିଣିଆ ଛକଠାରୁ ହଂସପାଳ ଛକ, ସେହିପରି କଟକ ମଧୁପାଟଣା ଛକଠାରୁ ଶିଖରପୁର ଛକ ପର୍ଯ୍ୟନ୍ତ ଭାରିଯାନ ପ୍ରବେଶ କରିପାରିବ ନାହିଁ।

    ଅନ୍ୟପଟେ ସହର ମଧ୍ୟ ଜାତୀୟ ରାଜପଥର ପିତାପଲ୍ଲୀଠାରୁ କଟକ ଗୋପାଳପୁର ଛକ ପର୍ଯ୍ୟନ୍ତ ସକାଳ ୮ରୁ ରାତି ୧୦ଟା ପର୍ଯ୍ୟନ୍ତ ଭାରିଯାନ ପ୍ରବେଶ ଉପରେ କଟକଣା କରାଯାଇଥିଲା। ଗତ କିଛି ବର୍ଷ ହେବ ସହର ମଧ୍ୟ ଜାତୀୟ ରାଜପଥରେ ସମସ୍ତ ଗାଡ଼ି ଚଳାଚଳ କରୁଛି। ଜାତୀୟ ରାଜପଥର ଅଧାପନ୍ତରିଆ ନିର୍ମାଣ କାର୍ଯ୍ୟ ଯୋଗୁଁ ଏକାଧିକ ସ୍ଥାନରେ ରାସ୍ତା ସଙ୍କୁଚିତ ଅବସ୍ଥାରେ ରହିଛି। ସେହିସବୁ ସ୍ଥାନରେ ଟ୍ରାଫିକ୍‌ ସମସ୍ୟା ନକହିଲେ ଭଲ।

    ଟ୍ରାଫିକ୍‌ ସମସ୍ୟା ଲାଗି ଅଧା କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଅଧଘଣ୍ଟା ଲାଗୁଛି। ଏହାରି ଭିତରେ ଜରୁରୀକାଳୀନ ସେବା ଗାଡ଼ି ଫସି ରହିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏଭଳି ପରିସ୍ଥିତିରେ ସରକାରଙ୍କୁ ଯଥା ସମ୍ଭବ ପଦକ୍ଷେପ ନେବା ସହ ଟ୍ରାଫିକ୍‌ ସମସ୍ୟାକୁ ଲାଘବ କରିବା ସାଧାରଣରେ ପ୍ରଶ୍ନ ଉଠିଛି।

  • ଆଜି ପବିତ୍ର ଗୁରୁ ଦିବସ

    ଆଜି ପବିତ୍ର ଗୁରୁ ଦିବସ

    ଆମ ଜୀବନରେ ଯାହାଙ୍କର ମହତ ଦାନ ଥାଏ ସେ ହେଉଛନ୍ତି ‘ଗୁରୁ’। ଅମୂଲ୍ୟ ସେ ଦାନ ଶିକ୍ଷାକୁ ଦାନ କରି ଜୀବନର ଅନ୍ଧକାରକୁ ଦୂର କରନ୍ତି। ପିଲାଟିର ଜୟ-ପରାଜୟକୁ ସେ ନିଜର ଜୟ-ପରାଜୟ ମଣନ୍ତି। ବାସ୍ ତାଙ୍କୁ ଦିଆଯାଇଥିବା ଆଖ୍ୟାରେ ହିଁ ସବୁକିଛି ଭରି ରହିଛି। ‘ଗୁ’ ର ଅର୍ଥ ଅନ୍ଧାର ଆଉ ‘ରୁ’ ଅର୍ଥ ଆଲୋକ। ଯିଏ ଅନ୍ଧାରରୁ ଆଣି ଆଲୋକର ପଥ ଦେଖାନ୍ତି ସେ ହେଉଛନ୍ତି ‘ଗୁରୁ’। ଏପରି ଏକ ମଣିଷଟିଏ ନାହିଁ ଯାହାଙ୍କ ଜୀବନରେ ଗୁରୁ ନଥିବେ। ଗୁରୁ ସର୍ବତ୍ର ବିଦ୍ୟମାନ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ତାଙ୍କ ଜନ୍ମ ଜୟନ୍ତୀକୁ ଗୁରୁଙ୍କ ପାଇଁ ଉତ୍ସର୍ଗ କରି ଦେଇଥିଲେ। ପ୍ରତିଟି ମଣିଷର ଜୀବନରେ ଏକ ସ୍ଥାନ ଅଳଙ୍କୃତ କରିଥିବା ଗୁରୁଙ୍କ ପାଇଁ ଦିନଟିଏ ସମର୍ପି ଦେବାର ଆବଶ୍ୟକତା ଥିବା ହୃଦୟଙ୍ଗମ କରିଥିଲେ। ଆଉ ସେବେଠାରୁ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଜୟନ୍ତୀକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି। ୧୮୮୮ ମସିହା ତାମିଲନାଡୁର ତିରୁତନୀଠାରେ ଜନ୍ମ ଗ୍ରହଣ କରିଥିଲେ ସର୍ବପଲ୍ଲୀ। ସେ ଏକାଧାରରେ ଜଣେ ଉତ୍କୃଷ୍ଟ ବକ୍ତା ଓ ହିନ୍ଦୁ ବିଚାରକ ଥିଲେ। ଭାରତୀୟ ସଂସ୍କୃତିରେ ଜଣେ ମହାନ ଶିକ୍ଷକ ଭାବେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲେ। ତାଙ୍କ ମତରେ, ଯଦି ପିଲାଟିକୁ ଉତ୍ତମ ଶିକ୍ଷା ମିଳେ ତେବେ ସେ ନିଜର ଏବଂ ଦେଶର ଭବିଷ୍ୟତ ଉଜ୍ବଳ କରିପାରିବ। ସର୍ବପଲ୍ଲୀ ରାଧାକୃଷ୍ଣନ ବେଦ ଓ ଉପନିଷଦକୁ ଅତି ସୁନ୍ଦର ଭାବେ ବ୍ୟାଖ୍ୟା କରୁଥିଲେ। ବାପା-ମାଆ ପିଲାଟିକୁ ଗୁରୁଙ୍କ ଦାୟିତ୍ୱରେ ଛାଡି କହନ୍ତି, ‘ଆଖି ବୁଜି ବାଡେଇବେ। ତା’ ପରେ ଯାଇ ସେ ବାଟକୁ ଆସିବ।’ ଆଜ୍ଞା ହଁ ଯେଉଁ ବାପା-ମାଆ ପିଲାଟିର କଷ୍ଟ ଟିକେ ସହିପାରନ୍ତିନି, ସେମାନେ ଆକଟ କରିବାର ସବୁ ଅନୁମତି ଗୁରୁଙ୍କୁ ହିଁ ଦେଇଦିଅନ୍ତି। କାରଣ ସେମାନେ ହିଁ ଜାଣିଥାନ୍ତି ଗୁରୁଙ୍କ ଆକଟରେ, ତାଙ୍କ ଛାଟରେ ବାଟ ଅଛି। ସେ ହିଁ ଜଣେ ଲୋକ ଯିଏ ଜନ୍ମ ନ ଦେଲେ ମଧ୍ୟ ସବୁବେଳେ ପିଲାଟିର ବିଜୟ କାମନା କରନ୍ତି। ଏହି ଗୁରୁ-ଶିଷ୍ୟ ପରମ୍ପରା ଏବେର ନୁହେଁ। କେଉଁ ପୁରାତନ କାଳରୁ ଏହି ପ୍ରଥା ରହିଆସିଛି। ଗୁରୁ ଦ୍ରୋଣାଚାର୍ଯ୍ୟ, ପର୍ଶୁରାମ ଏପରି ଅନେକ ଗୁରୁଙ୍କ ଗାଥା ପୁରାଣରେ ବର୍ଣ୍ଣିତ ହୋଇଛି। ଆଗକୁ ଏହିପରି ପରମ୍ପାରାକୁ ଜୀବିତ ରଖିବା ଉଦ୍ଦେଶ୍ୟରେ ଗୁରୁଦିବସ ପାଳନ କରାଯାଉଛି।

  • ବାପା ହେଲେ ଷ୍ଟାର ବୋଲର ଜସପ୍ରୀତ ବୁମରା

    ବାପା ହେଲେ ଷ୍ଟାର ବୋଲର ଜସପ୍ରୀତ ବୁମରା

    ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଜସପ୍ରୀତ ବୁମରା ବାପା ହୋଇଛନ୍ତି । ବୁମରାଙ୍କ ପତ୍ନୀ ସଞ୍ଜନା ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଶ୍ରୀଲଙ୍କାରୁ ଏସିଆ କପ୍‌ ଛାଡି ମୁମ୍ବାଇ ଫେରିଥିଲେ ବୁମରା । ପୁତ୍ର ଜନ୍ମ ହେବା ନେଇ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି ବୁମରା ।ଫଟୋ ସେୟାର କରି ବୁମରା ଲେଖିଛନ୍ତି, ‘ଛୋଟ ପରିବାର ବଡ ହୋଇଯାଇଛି ’ । ଆଜି ସକାଳେ ଅଙ୍ଗଦ ଜସପ୍ରୀତ ବୁମରା ଜନ୍ମ ନେଇଛି । ଆମେ ବହୁତ ଖୁସି । ଆମ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ ।

    ଆଜି ଏସିଆ କପ୍‌ରେ ଭାରତ ଓ ନେପାଳ ମୁହାଁମୁହିଁ ହେବେ । ସୁପର ୪ରେ ପ୍ରବେଶ କରିବା ପାଇଁ ଆଜି ଭାରତକୁ ମ୍ୟାଚ୍‌ ଜିତିବାକୁ ହେବ । ଏପରି ସ୍ଥଳେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରା ଏସିଆ କପ୍‌ ଛାଡି ମୁମ୍ବାଇ ଫେରିଆସିଥିଲେ । ୩ ଦିନ ପାଇଁ ବୁମରା ମୁମ୍ବାଇ ଫେରିଛନ୍ତି । ବୁମରାଙ୍କ ପତ୍ନୀ ସଞ୍ଜନା ଗର୍ଭବତୀ ରହିଥିଲେ । ତେଣୁ ଏସିଆ କପରୁ ନେପାଳ ବିପକ୍ଷ ମ୍ୟାଚ୍‌ ଛାଡି ବୁମରା ମୁମ୍ବାଇ ପତ୍ନୀଙ୍କ ପାଖକୁ ଫେରିଆସିଥିଲେ । ୩ ଦିନ ମୁମ୍ବାଇରେ ରହିବା ପରେ ପୁଣି ବୁମରା ଏସିଆ କପ୍‌ ସୁପର-୪ ମ୍ୟାଚ୍‌ରେ ଉପଲବ୍ଧ ରହିବେ ।ବୁମରା ୨୦୧୯ରେ ସଞ୍ଜନାଙ୍କ ସହିତ ଦେଖାହୋଇଥିଲେ । ଏହା ପରେ ୨୦୨୧ ମାର୍ଚ୍ଚ ୧୫ ତାରିଖରେ ବୁମରା ଏବଂ ସଞ୍ଜନାଙ୍କ ବିବାହ ହୋଇଥିଲା ।

    ଆହତଜନିତ ସମସ୍ୟା ପରେ ବୁମରା ଆୟରଲାଣ୍ଡ ବିପକ୍ଷ ମ୍ୟାଚରେ ଦଳକୁ ଫେରିଥିଲେ । ଏହି ସିରିଜରେ ବୁମରା ଟିର ଅଧିନାୟକ ରହିଥିଲେ । ଆହତଜିନତ କାରଣରୁ ଆଇପିଏଲ ୨୦୨୩ର ଖେଳିନଥିଲେ ବୁମରା । ଏସିଆ କପରେ ବୁମରାଙ୍କ କମ୍‌ବ୍ୟାକ୍‌ ନେଇ ତାଙ୍କ ଫ୍ୟାନ୍ସ ବେଶ ଉତ୍ସାହିତ ରହିଥିଲେ ।

  • ପ୍ରବୋଧ ତିର୍କିଙ୍କ ଲମ୍ବା ଡିଆଁ, ଖେଳ ପଡ଼ିଆରୁ ରାଜନୈତିକ ମଇଦାନ

    ପ୍ରବୋଧ ତିର୍କିଙ୍କ ଲମ୍ବା ଡିଆଁ, ଖେଳ ପଡ଼ିଆରୁ ରାଜନୈତିକ ମଇଦାନ

    ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି ଖେଳ ପଡ଼ିଆରୁ ଏବେ ରାଜନୈତିକ ମଇଦାନକୁ ଓହ୍ଲାଇଲେ । ଭୁବନେଶ୍ୱର କଂଗ୍ରେସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ଆଜି ପ୍ରବୋଧ କଂଗ୍ରେସରେ ସାମିଲ ହେବା ସହ ଏକାମ୍ର ନିର୍ବାଚନ ମଣ୍ଡଳୀର ପ୍ରଶାନ୍ତ କୁମାର ଚଂପତି ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଚେଲାକୁମାର, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଏହି  ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ। ଦଳରେ ମିଶିଲା ପରେ ଗଣମାଧ୍ୟମକୁ ପ୍ରବୋଧ କହିଛନ୍ତି କଂଗ୍ରେସ ଦଳର ଆଦର୍ଶ ଏବଂ ରାହୁଲ ଗାନ୍ଧୀଙ୍କ କାଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ସେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ।  ଲୋକମାନଙ୍କର ସମସ୍ୟା ଦୂର କରିବ ସହ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବି ଲକ୍ଷ ରଖିଛନ୍ତି ।

  • ଇସ୍ରୋର ବୈଜ୍ଞାନିକ ଏନ ଭାଲାରମାଥୀ ଆଉ ନାହାଁନ୍ତି,ଚନ୍ଦ୍ରଯାନ-୩ ଥିଲା ତାଙ୍କର ଅନ୍ତିମ ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା।

    ଇସ୍ରୋର ବୈଜ୍ଞାନିକ ଏନ ଭାଲାରମାଥୀ ଆଉ ନାହାଁନ୍ତି,ଚନ୍ଦ୍ରଯାନ-୩ ଥିଲା ତାଙ୍କର ଅନ୍ତିମ ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା।

    ଶ୍ରୀହରିକୋଟାରେ ରକେଟ୍‌ ଉତ୍‌କ୍ଷେପଣ କରାଯାଉଥିବା ବେଳେ ‘କାଉଣ୍ଟ୍‌ଡାଉନ୍‌’ ବା ‘ଓଲଟ ଗଣନା’ କରୁଥିବା ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ର ବୈଜ୍ଞାନିକ ଏନ ଭାଲାରମାଥୀ ଆଉ ନାହାଁନ୍ତି। ଶନିବାର ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି। ଇସ୍ରୋ ବୈଜ୍ଞାନିକ ଭାଲାରମାଥୀଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି। ଚନ୍ଦ୍ରୟାନ -୩ ମିଶନରେ ଭାଲାରମାଥୀ ମଧ୍ୟ ଜଡିତ ଥିଲେ। କାଉଣ୍ଟଡାଉନ ଘୋଷଣା ପଛରେ ତାଙ୍କରି ସ୍ବର ଥିଲା। ଚନ୍ଦ୍ରୟାନ-୩ ଲଞ୍ଚ ସମୟରେ ସେ ହିଁ କାଉଣ୍ଟଡାଉନ କରିଥିଲେ। ଏବଂ ଏହା ଥିଲା ତାଙ୍କର ଶେଷ ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା। ସୂଚନା ଅନୁଯାୟୀ, ଭେଙ୍କଟାକ୍ରିଷ୍ଣା ଭାଲାରମାଥୀଙ୍କ ଦେହାନ୍ତ ବିଷୟରେ ‘ଏକ୍ସ’ରେ ପ୍ରସ୍ତୁତ ଏକ ପୋଷ୍ଟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶ୍ରୀହରିକୋଟା ଠାରୁ ଇସ୍ରୋର ଆଗାମୀ ମିଶନରେ ଭାଲାରମାଥୀ ମ୍ୟାଡାମଙ୍କ ସ୍ବର ଆଉ ଶୁଣାଯିବ ନାହିଁ। ମିଶନ ଚନ୍ଦ୍ରୟାନ -୩ ତାଙ୍କର ଶେଷ ଗଣନା ଥିଲା। ତାଙ୍କ ଦେହାନ୍ତରେ ଇସ୍ରୋ ଦୁଃଖିତ। ୧୯୫୯ରେ ତାମିଲନାଡୁର ଅରିୟାଲୁରରେ ଜନ୍ମିତା ବାଲାର୍ମାତି ୧୯୮୪ ମସିହାରେ ‘ଇସ୍ରୋ’ରେ ଯୋଗ ଦେଇଥିଲେ। ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା ସମୟରେ ତାଙ୍କର ନିଆରା କଣ୍ଠସ୍ବର ସମଗ୍ର ଭାରତବାସୀଙ୍କର ପ୍ରିୟଭାଜନ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ଅବ୍‌ଦୁଲ୍‌ କଲାମ୍‌ଙ୍କ ନାମରେ ନାମିତ ପୁରସ୍କାର ସେ ୨୦୧୫ରେ ପ୍ରଥମ କରି ପାଇଥିଲେ। ସେ ଶେଷ ଥର ପାଇଁ ଜୁଲାଇ ୩୦ରେ ଘୋଷଣା କରିଥିଲେ, ଯେତେବେଳେ PSLV-C56 ରକେଟ ଏକ ବ୍ୟବସାୟିକ ମିଶନର ଅଂଶ ଭାବରେ ସାତୋଟି ସିଙ୍ଗାପୁର ଉପଗ୍ରହ ପରିବହନ କରି ଯାତ୍ରା ପଥରେ ବହାରିଥିଲା।

  • ଶିଶୁପାଳଗଡ଼ ସଂଘବଦ୍ଧ ଆକ୍ରମଣ,ଧରାପଡ଼ିଲେ୨ ଅପରାଧୀ

    ଶିଶୁପାଳଗଡ଼ ସଂଘବଦ୍ଧ ଆକ୍ରମଣ,ଧରାପଡ଼ିଲେ୨ ଅପରାଧୀ

    ଧଉଳି ଥାନା ପୁଲିସ ଗତ ସପ୍ତାହରେ ସ୍ଥାନୀୟ ଶିଶୁପାଳଗଡ଼ ଅଞ୍ଚଳରେ ଘଟଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ୨ ଅପରାଧୀଙ୍କୁ ଗିରଫ କରିଛି । ସେମାନେ ହେଲେ ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ପଞ୍ଜାବୀ କଲୋନୀର ଗୋପି ଓରଫ ଗୋପିନାଥ ରାଉତ(୨୪) ଓ ବଡ଼ଗଡ଼ ଥାନା ମହିଷାଖାଲ ବସ୍ତିର ଓମ୍‌ ଓରଫ ଓମ୍‌ପ୍ରକାଶ ମହାନ୍ତି(୧୯) । ପୁଲିସ ସେମାନଙ୍କ ଠାରୁ ୨ଟି ଖଣ୍ଡା ଜବତ କରିଛି । ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ  ସୂଚନା ଦେଇ କହିଛନ୍ତି କି, ଗତମାସ  ୨୮ ତାରିଖ ରାତି ସାଢ଼େ ୯ଟାବେଳେ  ଶିଶୁପାଳଗଡ଼ର ଉତ୍ତମ ମହାପାତ୍ର ଓ  ଅନ୍ୟ ୭ ଜଣ ମିଶି ନିଶାଶକ୍ତ ଅବସ୍ଥାରେ  ଯାହାକୁ ପାରିଲେ ଗୋଡ଼ାଇ ହାଣିଥିଲେ । ତେବେ ଏହି ସଂଘବଦ୍ଧ ଆକ୍ରମଣ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଉତ୍ତମ ମହାପାତ୍ରଙ୍କ ସମେତ ଅନ୍ୟ ୭ ଜଣଙ୍କୁ ଗିରଫ କରିବା ଲାଗି ପୁଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ ମଧ୍ୟ ସଫଳ ହୋଇପାରିନାହିଁ । ଆକ୍ରମଣକାରୀମାନେ କିଛି ବାଇକ୍‌କୁ  ହଣାହଣି କରିବା ସହ ପତିତପାବନ କ୍ଲବ  ଘର କବାଟକୁ ମଧ୍ୟ ହାଣି ପକାଇଥିଲେ । ଆକ୍ରମଣକାରୀମାନେ ନୂଆଗାଁ ଛକରେ  ଜଣେ ପରିବା ଦୋକାନୀଙ୍କୁ ମଧ୍ୟ ହାଣି  ପକାଇଥିଲେ । ଯାହାକୁ ନେଇ ସ୍ଥାନୀୟ  ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ  ପାଇଥିଲା । ଉତ୍ତ୍ୟକ୍ତ ଲୋକମାନେ  ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ  ୨ ଘଣ୍ଟା ଧରି ଅବରୋଧ କରିଥିଲେ । ଆକ୍ରମଣରେ ଆହତ ହୋଇଥିବା  ଶିଶୁପାଳଗଡ଼ର ସୌରଭ ନାୟକଙ୍କ  ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ  ମାମଲା ରୁଜୁ କରିଥିଲା । ଥାନା ଅଧିକାରୀ ଚିତ୍ତରଞ୍ଜନ ରାଉତ ଏବଂ ଜୋନ-୨ ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କ ସୂଚନା ଅନୁସାରେ ଏହି ଗ୍ୟାଙ୍ଗକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲେ ହେଁ କାବୁ କରାଯାଇ ପାରିନଥିଲା। ଗଣ୍ଡଗୋଳ ପରେ ସେମାନେ ଫେରାର ହୋଇଯାଇଥିଲେ। ଗତକାଲି ଉଭୟଙ୍କୁ ଧରିବା ପାଇ ଧଉଳି ଥାନା ପୁଲିସର ଏକ ଟିମ୍‌ ବିଳମ୍ବିତ ରାତିରେ ପ୍ରଥମେ ଲକ୍ଷ୍ମୀସାଗର ଓ ପରେ ବଡ଼ଗଡ଼ ଥାନା ଅଞ୍ଚଳରେ ସ୍ଥାନୀୟ ପୁଲିସ ସହାୟତାରେ କାବୁ କରିବାରେ ସକ୍ଷମ ହୋଇଥିଲା।

  • ଭୁବନେଶ୍ୱର ରଘୁନାଥପୁରରେ ଦୁର୍ଘଟଣା

    ଭୁବନେଶ୍ୱର ରଘୁନାଥପୁରରେ ଦୁର୍ଘଟଣା

    -ବ୍ରିଜ ଉପରେ ଝୁଲିଲା ବାଲି ବୋଝେଇ ହାଇୱା
    -ହାଇୱା ଧକ୍କାରେ ଭାଙ୍ଗିଲା ବ୍ରିଜ ବାରିକେଡ୍‌
    -ନନ୍ଦନକାନନ ପଟୁ ଭୁବନେଶ୍ୱରକୁ ଆସୁଥିଲା ହାଇୱା
    -ଡ଼୍ରାଇଭର ଢୁଳେଇବାରୁ ଭାରସାମ୍ୟ ହରାଇଲା
    -ଘଟଣାସ୍ଥଳରେ ପିସିଆର୍ ଓ ନନ୍ଦନକାନନ ପୁଲିସ
    -ଟ୍ରାଫିକ କଣ୍ଟ୍ରୋଲ ସହ ଗାଡ଼ି କାଢ଼ିବାକୁ୍ ବ୍ୟବସ୍ଥା

  • ପୂର୍ବତନ ବାଚସ୍ପତି ସୂର୍ୟ୍ୟ ପାତ୍ରଙ୍କ ବିୟୋଗରେ ଶୋକ

    ପୂର୍ବତନ ବାଚସ୍ପତି ସୂର୍ୟ୍ୟ ପାତ୍ରଙ୍କ ବିୟୋଗରେ ଶୋକ

    ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶନିବାର ପରଲୋକ ଘଟିଛି। ସେ ଅସୁସ୍ଥ ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

    ଆସନ୍ତାକାଲି ପୂର୍ବାହ୍ନରେ ତାଙ୍କ ପାର୍ଥିବ ଶରୀରକୁ ବିଧାନସଭା, ଲୋକସେବା ଭବନକୁ ନିଆଯିବ। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କ ବିୟୋଗ ଗଞ୍ଜାମ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

    ସୂର୍ଯ୍ୟ ଜଣେ ଦକ୍ଷ ରାଜନୀତିଜ୍ଞ ଥିଲେ। ପ୍ରଥମେ ଜନତା ଦଳ ଓ ପରେ ବିଜେଡିର ଆଗଧାଡ଼ିରେ ନେତା ଭାବେ ସୂର୍ଯ୍ୟ ପାତ୍ର ଜଣାଶୁଣା ଥିଲେ। ୧୯୪୮ ଡିସେମ୍ବର ୨୪ରେ ଜନ୍ମଗ୍ରହଣ କରିଥିଲେ। ରାଜ୍ୟ ରାଜନୀତିରେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ସ୍ବର୍ଗତ ପାତ୍ରଙ୍କ ଏକ ସ୍ବତନ୍ତ୍ର ସ୍ଥାନ ରହିଥିଲା। ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ତଥା ୧୬ତମ ଓଡ଼ିଶା ବିଧାନସଭାର ବାଚସ୍ପତି ଥିଲେ। ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ମୋହନା ଓ ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ତମ, ୧୨ତମ, ୧୩ତମ, ୧୪ତମ, ୧୫ତମ ଓ ୧୬ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

    ସୂର୍ଯ୍ୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର ରାଜନେତା ଭାବରେ କାର୍ଯ୍ୟ କରୁଥିଲେ । ସେ ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିଲେ। ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା।

  • ୨ ଘଣ୍ଟା କାଳ ଗର୍ଜିଲା ଓ କାଚିଲା, ବେହାଲ ଟ୍ୱିନସିଟି

    ୨ ଘଣ୍ଟା କାଳ ଗର୍ଜିଲା ଓ କାଚିଲା, ବେହାଲ ଟ୍ୱିନସିଟି

    ମାତ୍ର ଦେଢ଼ ଘଣ୍ଟାରେ କଟକ ଓ ଭୁବନେଶ୍ୱରରେ ଅତି ପ୍ରବଳ ବର୍ଷା, କେବଳ ଭୁବନେଶ୍ୱରରେ ୭୧ ମିମି ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ସେପଟେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଅତି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଫଳରେ ଟୁଇନ୍‌ ସିଟିରେ ଟ୍ରାଫିକ୍‌ ସମସ୍ୟା ଦେଖା ଦେଇଛି । ପ୍ରାୟ ୨ ଘଣ୍ଟା କାଳ ଭୁବନେଶ୍ୱରରେ ଅତି ପ୍ରବଳ ବର୍ଷା ହୋଇଛି। ସ୍କୁଲ ଓ ଅଫିସ ଛୁଟି ସମୟ ହୋଇଥିବାରୁ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଯାଇଥିଲେ । ଭୁବନେଶ୍ୱରର ବିଭିନ୍ନ ରାସ୍ତାରେ ଆଣ୍ଠୁଏରୁ ଅଣ୍ଟାଏ ପାଣି ଜମି ରହିଛି । ଅନେକ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଛି। କଟକ ସହରର ପଟାପୋଲ, ବକ୍ସି ବଜାର, ରାଉସାପାଟଣା, ଫ୍ରେଣ୍ଡସ କଲୋନୀ ଓ ମହାନଦୀ ବିହାର ଆଦି ଅନେକ ସ୍ଥାନରେ ପାଣି ଜମି ରହିଥିବାବେଳେ ବାଦାମବାଡି ସମେତ ଅନେକ ସ୍ଥାନରେ ପାଣି ଜମି ରହିଛି ।