Tag: #Suchana tv odia

  • ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ଦୁଃଖଦ ଖବର

    ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ଦୁଃଖଦ ଖବର

    ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ଦୁଃଖଦ ଖବର ଆସିଛି | ଆଥ୍‌ଲେଟ୍ ତଥା ଭାରତୀୟ ଅଲିମ୍ପିକ୍ ସଂଘର (IOA) ସଭାନେତ୍ରୀ ପିଟି ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କର ଆକସ୍ମିକ ଦେହାନ୍ତ ହୋଇଛି | ଶୂକରୀବର ଦିନ ସକାଳେ ହଠାତ୍ ହୃଦ୍‌ଘାତ ହୋଇଥିଲା ଯାହା ଫଳରେ ତାଙ୍କୁ ଡାକ୍ତରଖାନା ନିଆଯିବ ବାଟରେ ତାଙ୍କର ଶେଷ ନିଶ୍ୱାସ ପରିତ୍ୟାଗ କରିଥିଲେ | ଭି . ଶ୍ରୀନିବାସଙ୍କ ବୟସ ୬୭ ବର୍ଷ | ଭି. ଶ୍ରୀନିବାସନ କେବଳ ପିଟି ଉଷାଙ୍କ ଜୀବନସାଥୀ ନଥିଲେ, ବରଂ ସେ ଥିଲେ ଭାରତୀୟ କ୍ରୀଡ଼ାର ଜଣେ ନିରବ ସାଧକ |

    ସେ ପେଷାରେଜଣେ CISF ର ଜଣେ ପୂର୍ବତନ ଡିଏସ୍‌ପି (DSP) ଭାବେ ଅବସର ଗ୍ରହଣ କରିଥିଲେ | ସେ ନିଜେ ଜଣେ କୁଶଳୀ କବାଡି ଖେଳାଳି ଥିଲେ | କୋଝିକୋଡ଼ସ୍ଥିତ ଉଷା ସ୍କୁଲ୍ ଅଫ୍ ଆଥଲେଟିକ୍ସ ର ପ୍ରତିଷ୍ଠା ଓ ସଫଳତା ପଛରେ ତାଙ୍କର ବହୁତ ଅବଦାନ ରହିଛି |ଶ୍ରୀନିବାସନଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ତାହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ କରିବା ସହ ପିଟି ଉଷାଙ୍କ ପରିବାରକୁ ସମବେଦନ ଜଣେଇଛନ୍ତି |

    ୨୦୨୬ରେ ଭୁବନେଶ୍ୱରରେ ଅନୁଷ୍ଠିତ SJFI ଜାତୀୟ ସମ୍ମିଳନୀରେ ଭି .ଶ୍ରୀନିବାସ ଓଡ଼ିଶା ଆସିଥିଲେ | ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (SJFI) ଏବଂ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (OSJA) ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି | ପିଟି ଉଷାଙ୍କ ସଫଳତା ଓ ରାଜନୈତିକ ଜୀବନର ବିକାଶରେ ଶ୍ରୀନିବାସନଙ୍କ ଭୂମିକା ଅତୁଳନୀୟ ଥିଲା |

  • ବ୍ୟାନ ହେବନି ପାନ ମସଲା, ସ୍ପଟିକରଣ ଦେଲା ସ୍ୱାସ୍ଥ୍ୟ ବିଭାଗ

    ବ୍ୟାନ ହେବନି ପାନ ମସଲା, ସ୍ପଟିକରଣ ଦେଲା ସ୍ୱାସ୍ଥ୍ୟ ବିଭାଗ

    ବ୍ୟାନ ହେବନି ପାନ ମସଲା । ଏହି ସ୍ପଷ୍ଟୀକରଣ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଆଜ୍ଞା ହଁ ଏଥିରେ ଟବାକୋ,ନିକୋଟିନ ନଥିବାରୁ ଏହା ବ୍ୟାନ ହେବ ନାହିଁ ବୋଲି ସ୍ଵାସ୍ତ୍ୟ ବିଭାଗ ପକ୍ଷରୁ ସୂଚନା ଆସିଛି । ସ୍ବାସ୍ଥ୍ୟ ବିଭାଗ ସଚିବ ଏମ ଅସ୍ଵସ୍ଥି ଏନେଇ ଅର୍ଥ ବିଭାଗକୁ ଚିଠି ଲେଖି ଅବଗତ କରିଛନ୍ତି । ତମାକୁ ବ୍ୟାନ ନେଇ ୨୦୧୩ ପୁରୁଣା ଆଇନରେ ସଂଶୋଧନ କରି ଗତ ଜାନୁଆରୀ ୨୧ରେ ନୂଆ ଆଇନ ଲାଗୁ କରିଛନ୍ତି ସରକାର । ନୁଆ ଆଇନରେ ପାନମସାଲା, ଜର୍ଦା, ପ୍ରସ୍ତୁତି, ବିକ୍ରୀ ଓ ଗଚ୍ଛିତ ରଖିବା ଉପରେ ରୋକ ଲଗାଯାଇଛି । ତମାଖୁ, ଜର୍ଦା, ଖଇନି, ପାନ ମସାଲାର ସେବନ ଦ୍ୱାରା ଓରାଲ ହେଲ୍ଥ ଉପରେ ବ୍ୟାପକ ପ୍ରଭାବ ପଡି ଥାଏ |ମୁହଁ କ୍ୟାନ୍ସର ସହ ଷ୍ଟୋମକ, ପାନକ୍ରିୟାଜ, ଥ୍ରୋଟ ଏବଂ ରେନାଲ କ୍ୟାନ୍ସର ହବାର ସମ୍ଭାବନା ଥାଏ । ସେଥିପାରୁ ତମାଖୁ ବ୍ୟାନ ଆଇନକୁ କଡାକଡି ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବିଭିନ୍ନ ସ୍ଥାନରେ ପୁଲିସ, ପ୍ରଶାସନ ପକ୍ଷରୁ ରେଡ କରି ଗୁଟଖା, ତମାଖୁ ଜବତ କରାଯାଉଛି ।

  • ହେଲମେଟ ସଚେତନତାର ନିଆରା ପ୍ରୟାସ: ଦାନଗଦୀରେ ୩୭ତମ ସଡ଼କ ସୁରକ୍ଷା ଓ ଜୀବନ ରକ୍ଷା ଅଭିଯାନ

    ଯାଜପୁର ଜିଲ୍ଲା ଦାନଗଦୀ ଅଞ୍ଚଳ ଅନ୍ତର୍ଗତ ସୀଙ୍ଗାଡ଼ିଆ ଛକ ନିକଟରେ ୟୁନିକୋ ଏଣ୍ଟ୍ରପ୍ରାଇଜେସ (ନୀଳାଞ୍ଚଳ କମ୍ପାନୀ) ତରଫରୁ ଦାନଗଦୀ ପୋଲିସର ସହଯୋଗରେ ୩୭ତମ ସଡ଼କ ସୁରକ୍ଷା ଓ ଜୀବନ ରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୋଟରସାଇକେଲ ଆରୋହୀମାନେ କିପରି ହେଲମେଟ ପିନ୍ଧି ନିଜ ଜୀବନ ସୁରକ୍ଷା କରିପାରିବେ, ସେନେଇ ସଚେତନ କରାଯାଇଥିଲା। ଡବଲ ହେଲମେଟ ପିନ୍ଧି ଗାଡ଼ି ଚଳାଉଥିବା ବ୍ୟକ୍ତିମାନଙ୍କୁ ଗୋଲାପ ଫୁଲ ଓ ଚକୋଲେଟ୍ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

    ରାତ୍ରି ସମୟରେ ସଡ଼କ ଦୁର୍ଘଟଣା ରୋକିବା ଉଦ୍ଦେଶ୍ୟରେ ବୁଲା ଗାଈ, ଗୋରୁ ଓ ଷଣ୍ଢମାନଙ୍କ ବେକରେ ରେଡିଅମ୍ ବେଲ୍ଟ ପିନ୍ଧାଯାଉଥିବାର ଦୃଶ୍ୟ ଲୋକଙ୍କ ଆକର୍ଷଣ କେନ୍ଦ୍ର ବନିଥିଲା। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା, ଯାହାକୁ ୟୁନିକୋ ଏଣ୍ଟ୍ରପ୍ରାଇଜେସର ଏକ ନିଆରା ପ୍ରୟାସ ଭାବେ ଦେଖାଯାଉଛି। ଏହି ଅବସରରେ ଦାନଗଦୀ ଫାଣ୍ଡି ଅଧିକାରୀ ଅମୂଲ୍ୟ କୁମାର ମିଶ୍ର ଯୋଗଦେଇ କହିଥିଲେ, “ସମସ୍ତ ଜନସାଧାରଣ ଗାଡ଼ି ଚଳାଇବା ବେଳେ ସର୍ବଦା ହେଲମେଟ ବ୍ୟବହାର କଲେ ନିଜ ସୁରକ୍ଷା ସହ ପରିବାର ମଧ୍ୟ ସୁରକ୍ଷିତ ରହିପାରିବ।”

    ଏହି ସଚେତନତା ଅଭିଯାନରେ ନୀଳାଞ୍ଚଳ ଇସ୍ପାତ ନିଗମର RMHS & Logistic Operation ବିଭାଗର ରାକେଶ ମହାନ୍ତି, ଶୁଭେନ୍ଦୁ ଚନ୍ଦା ଓ କୁନାଲ ବିଶ୍ୱାସ ସାମିଲ ହୋଇଥିଲେ।

  • ଇରାନ ଉପରେ ଆକ୍ରମଣ କରିପାରୁଥିବା ସ୍ଥାନଗୁଡ଼ିକର ଏକ ଗୁପ୍ତ ତାଲିକା ସେୟାର କରିଛି ଆମେରିକା।

    ଇରାନ ଉପରେ ଆକ୍ରମଣ କରିପାରୁଥିବା ସ୍ଥାନଗୁଡ଼ିକର ଏକ ଗୁପ୍ତ ତାଲିକା ସେୟାର କରିଛି ଆମେରିକା।

    ଆମେରିକା, ବ୍ରିଟେନ, ଫ୍ରାନ୍ସ, ଇସ୍ରାଏଲ ଏବଂ ଚାରୋଟି ଆରବ ଦେଶ ସହିତ ମିଶି ଇରାନ ଉପରେ ଆକ୍ରମଣ ପାଇଁ ଏକ ଗୁପ୍ତ ଟାର୍ଗେଟ ତାଲିକା ପ୍ରସ୍ତୁତ କରିଛି। ମୁଖ୍ୟ ଟାର୍ଗେଟ ହେଉଛି ପରମାଣୁ ସ୍ଥାନ (ଫୋର୍ଡୋ, ନାଣ୍ଟେସ ଏବଂ ଇସଫାହାନ), IRGC କମାଣ୍ଡର, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାରଖାନା ଏବଂ ରଣନୈତିକ ଘାଟି। ଟ୍ରମ୍ପ ପ୍ରତିବାଦ ଏବଂ ପରମାଣୁ କାର୍ଯ୍ୟକ୍ରମକୁ ଧମକ ଦେଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଆକ୍ରମଣ ହୋଇନାହିଁ।

    ଆରବ ଦେଶଗୁଡ଼ିକ ଯୁଦ୍ଧକୁ ଭୟ କରୁଛନ୍ତି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ ଚାଲିଥିବା ପ୍ରତିବାଦ ଏବଂ ଏହାର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଆମେରିକା, ୟୁକେ, ଫ୍ରାନ୍ସ, ଇସ୍ରାଏଲ ଏବଂ ଚାରିଟି ଆରବ ଦେଶ ସହିତ ମିଶି ଇରାନ ବିରୁଦ୍ଧରେ ଆକ୍ରମଣ ପାଇଁ ଏକ ଟାର୍ଗେଟ ତାଲିକା ପ୍ରସ୍ତୁତ କରିଛି।


    ଇରାନ ଏବଂ ଆମେରିକା ଏବଂ ଇସ୍ରାଏଲ ବର୍ଷ ବର୍ଷ ଧରି ପରସ୍ପର ବିରୋଧୀ ହୋଇ ଆସୁଛନ୍ତି। ଓବାମାଙ୍କ ସମୟରେ ୨୦୧୫ରେ ଏକ ପରମାଣୁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, କିନ୍ତୁ ଟ୍ରମ୍ପ ୨୦୧୮ରେ ଏହାକୁ ଭାଙ୍ଗି ଦେଇଥିଲେ। ଇରାନ ପୁଣି ଥରେ ୟୁରାନିୟମ ସମୃଦ୍ଧି ବୃଦ୍ଧି କରିଥିଲା। ଜୁନ୍ ୨୦୨୫ରେ ଇସ୍ରାଏଲ ଇରାନର ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଥିଲା। ତା’ପରେ ଆମେରିକା ତିନୋଟି ସ୍ଥାନରେ ବୋମା ପକାଇଥିଲା। 

  • ଶସ୍ତା ହେଲା ସୁନା ଆଉ ରୁପା ଦାମ, ଜାଣନ୍ତୁ କେତେ ଅଛି ରେଟ୍ ?

    ଶସ୍ତା ହେଲା ସୁନା ଆଉ ରୁପା ଦାମ, ଜାଣନ୍ତୁ କେତେ ଅଛି ରେଟ୍ ?

    ଲଗାତାର ବୃଦ୍ଧି ପାଉଥିବା ସୁନା ଓ ରୁପା ଦାମ ମଧ୍ୟରେ ଗ୍ରାହକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ଶୁକ୍ରବାର ବଜାର ଖୋଲିବା ପରେ ସୁନା ଆଉ ରୁପା ଦାମ କମ ହୋଇଛି । ମିଳିଥିବା ସୂଚନା ଅନୁସାରେ, ସୁନା ଦାମ ୧୦ ଗ୍ରାମ ପିଛା ପ୍ରାୟ ୮ ହଜାର ଟଙ୍କା କମିଛି। ଗତକାଲି ସୁନା ଦାମ ୧ ଲକ୍ଷ ୮୩ ହଜାର ଟଙ୍କାରେ ପହଞ୍ଚିଥିବାବେଳେ, ଶୁକ୍ରବାର ଏହା ପ୍ରାୟ ୮ ହଜାର ୮ ଶହ ଟଙ୍କା କମି ୧ ଲକ୍ଷ ୭୫ ହଜାର ଟଙ୍କାରେ ପହଞ୍ଚିଛି। ସେହିପରି ରୁପା ଦାମରେ ମଧ୍ୟ ବଡ଼ ହ୍ରାସ ଦେଖାଯାଇଛି। ଗୁରୁବାର ରୁପା କେଜି ପ୍ରତି ୪ ଲକ୍ଷ ଟଙ୍କାରେ ପହଞ୍ଚିଥିବାବେଳେ, ଗତକାଲି ଏହା ୩ ଲକ୍ଷ ୯୯ ହଜାର ୮୯୩ ଟଙ୍କା ରହିଥିଲା। ଆଜି ରୁପା ଦାମ ପ୍ରାୟ ୨୦ ହଜାର ଟଙ୍କାରୁ ଅଧିକ କମି ୩ ଲକ୍ଷ ୭୫ ହଜାର ଟଙ୍କାରେ ପହଞ୍ଚିଛି। ସୁନା ଓ ରୁପା ଦାମର ଏହି ହ୍ରାସ ଆଗାମୀ ଦିନରେ ଗ୍ରାହକଙ୍କ ପାଇଁ କିଣାକାଟାକୁ ଆହୁରି ସହଜ କରିପାରେ।

  • ଅଜିତ ପାୱାରଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି

    ଅଜିତ ପାୱାରଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି

    ମହାରାଷ୍ଟ୍ର ରାଜନୀତିର ମରାଠା ଚେହେରା ଅଜିତ ପାୱାରଙ୍କ ମୃତ୍ୟୁ କେବଳ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ନୁହେଁ ବରଂ ଅର୍ଥମନ୍ତ୍ରୀ, ମରାଠା ରାଜନୀତି, ଚିନି ଲବି ଏବଂ ସମବାୟ ରାଜନୀତି ପାଇଁ ମଧ୍ୟ ରାଜନୈତିକ ପ୍ରଭାବ ପକାଇବ। ଅଜିତ ପାୱାରଙ୍କ ମୃତ୍ୟୁ ଦ୍ୱାରା ସୃଷ୍ଟି ହୋଇଥିବା ରାଜନୈତିକ ଶୂନ୍ୟସ୍ଥାନକୁ କିଏ ପୂରଣ କରିବ ତାହା ଦେଖିବାକୁ ବାକି ରହିଲା |


    ଗୁରୁବାର ଦିନ ବାରାମତିରେ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଶେଷ ବିଦାୟ ଦିଆଯାଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉଦ୍ଧବ ଠାକରେ ଏବଂ ରାଜ ଠାକରେଙ୍କ ସମେତ ବହୁ ପ୍ରମୁଖ ରାଜନୈତିକ ବ୍ୟକ୍ତିବିଶେଷ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ଏବଂ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଛଅ ଥର ଉପମୁଖ୍ୟମନ୍ତ୍ରୀ ଥିବା ଅଜିତ ପାୱାରଙ୍କ ପରଲୋକ କେବଳ ପାୱାର ପରିବାର ପାଇଁ ନୁହେଁ ବରଂ ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ପାଇଁ ମଧ୍ୟ ଏକ ଗମ୍ଭୀର ଆଘାତ ଦେଇଛି।


    ଅଜିତ ପାୱାରଙ୍କ ପରଲୋକ କେବଳ ଏନସିପିର ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନ ଉଠାଇ ନାହିଁ, ବରଂ ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏହି ରାଜନୈତିକ ପ୍ରଭାବ କେବଳ ଉପମୁଖ୍ୟମନ୍ତ୍ରୀ ପଦବୀ ନୁହେଁ ବରଂ ଅର୍ଥମନ୍ତ୍ରୀ ପଦବୀ, ମହାରାଷ୍ଟ୍ରର ମରାଠା ରାଜନୀତି, ଚିନି ଲବି ଏବଂ ସମବାୟ ରାଜନୀତି ଉପରେ ମଧ୍ୟ ପ୍ରଭାବ ପକାଇବ। ଅଜିତ ପାୱାର ମହାରାଷ୍ଟ୍ର ରାଜନୀତିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ଯାହା ମହାଯୁତି (ମହାଗଠବନ୍ଧନ) ମଧ୍ୟରେ ବିଜେପିକୁ କ୍ଷମତାର ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥିଲା। କିନ୍ତୁ ବର୍ତ୍ତମାନ, ମେଣ୍ଟ ରାଜନୀତିରେ, ବିଜେପି କେବଳ ଜଣେ ଶକ୍ତିଶାଳୀ ଅଜିତ ପାୱାରଙ୍କୁ ଖୋଜିବା ନୁହେଁ ବରଂ ତାଙ୍କ ବିଦାୟ ଦ୍ୱାରା ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ପୂରଣ କରିବାର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। 

  • ଆକାଶ ଛୁଆଁ ହେଲା ସୁନା ଦର, ଆଉ କିଣିପାରିବେନି ସୁନା

    ଆକାଶ ଛୁଆଁ ହେଲା ସୁନା ଦର, ଆଉ କିଣିପାରିବେନି ସୁନା


    ସର୍ବ କାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର । ଏକାଥରକେ ୨୪ କ୍ୟାରେଟ ସୁନା ୧୧ ହଜାର ୭୭୦ ଟଙ୍କା ବଢ଼ିଲା । ଆଜ୍ଞା ହଁ ଦିନକ ମଧ୍ୟରେ ସୁନା ଦର ଏକାଥରକେ ୧୧ ହଜାର ଟଙ୍କାରୁ ଅଧିକ ବଢ଼ି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ୨୪ କ୍ୟାରେଟ ୧୦ ଗ୍ରାମ ପିଛା ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କାକୁ ବଢ଼ିଛି । ସୁନା ସହିତ ରୁପା ଦରରେ ମଧ୍ୟ ଭାରି ବୃଦ୍ଧି ଦେଖାଯାଇଛି। ରୁପା କେଜି ପିଛା ୪ ଲକ୍ଷ ୨୫ ହଜାର ଟଙ୍କାକୁ ଛୁଇଁଛି । ବିଶ୍ୱ ବଜାରର ଅସ୍ଥିରତା, ଆଶଙ୍କା ଓ ନିବେଶକଙ୍କର ସୁରକ୍ଷିତ ନିବେଶ ପ୍ରତି ଆକର୍ଷଣ ବଢ଼ିବା ଏହି ଦର ବୃଦ୍ଧିର ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏଭଳି ଦରବୃଦ୍ଧି ଗହଣା କ୍ରେତାଙ୍କ ପାଇଁ ଚିନ୍ତାର କାରଣ….

  • କ୍ରୀଡ଼ାରେ ରାଜନୀତି ? ବାଂଲାଦେଶ ସରକାରର ଦୋମୁହାଁ ମୁଖା ଖୋଲା

    କ୍ରୀଡ଼ାରେ ରାଜନୀତି ? ବାଂଲାଦେଶ ସରକାରର ଦୋମୁହାଁ ମୁଖା ଖୋଲା

    କ୍ରିକେଟକୁ ନେଇ ଆସିଲା ବାଂଲାଦେଶ ସରକାରଙ୍କ ଦୋମୁହାଁ ନୀତି ଏବେ ସର୍ବସାଧାରଣଙ୍କ ସାମ୍ନାରେ ଖୋଲିଯାଇଛି | ଯାହାକି ଟ୍ୱେଣ୍ଟି-୨୦ ବିଶ୍ୱକପ ପାଇଁ ଭାରତ ଆସିବା ଖେଳାଳିଙ୍କୁ ନେଇ ବାଂଲାଦେଶର ସରକାର ଦେଇଥିଲେ ଏକ ବଡ଼ ବୟାନ | ଭାରତରେ ବାଙ୍ଗଲାଦେଶୀୟ ଖେଳାଳିଙ୍କ ସୁରକ୍ଷା ପ୍ରତି ବିପଦ ଅଛି ବୋଲି ମହମ୍ମଦ ୟୁନୁସଙ୍କ କାମଚଳା ସରକାର କହିଛନ୍ତି | ସବୁଠୁ ବଡ ଆଶର୍ଯ୍ୟର କଥା ଖେଳାଳିଙ୍କ ସୁରକ୍ଷା ପ୍ରତି ବିପଦ ଅଛି ଏହି କଥା ଏବେ ମିଛ ବୋଲି ପ୍ରମାଣିତ ହୋଇଛି | କାରଣ ବାଂଲାଦେଶ ସରକାର ଭାରତ ଆସି ଏସୀୟ ସୁଟିଂ ଚାମ୍ପିଅନ୍‌ସିପ୍‌ ଖେଳିବା ପାଇଁ ନିଜ ଦେଶର ସୁଟିଂ ଦଳକୁ ତୁରନ୍ତ ମଞ୍ଜୁରି ଦେଇଛନ୍ତି |
    ନୂଆଦିଲ୍ଲୀର କର୍ଣ୍ଣି ସିଂହ ସୁଟିଂ ରେଞ୍ଜରେ ଫେବ୍ରୁଆରି ୨ରୁ ୧୪ ପର୍ଯ୍ୟନ୍ତ ହେବାକୁ ଥିବା ଏସୀୟ ସୁଟିଂ ଚାମ୍ପିଅନ୍‌ସିପ୍‌ରେ
    ବାଂଲାଦେଶର ଦୁଇ ଜଣ ସୁଟର୍ ଟଁଜିଲେ ଯିଏ କି ୨୧ ବର୍ଷୀୟା ଆରିଫିନ ସରିଆ ଓ ୨୬ ବର୍ଷୀୟ ଅଲିମ୍ପିଆନ୍‌ ମହମ୍ମଦ ରବିବୁଲ ଇସଲାମ୍ ସାମିଲ ହୋଇଛନ୍ତି | ଏହି ମଞ୍ଜୁରି ପାଇଁ ବାଂଲାଦେଶ ସରକାର ଯେ କାରଣ ଦେଖାଇଛି, ସେଥିରେ ସୁଟିଂ ପ୍ରତିଯୋଗିତା ବନ୍ଦ କବାଟ ଭିତରେ ଏବଂ ଗୋଟିଏ ସ୍ଥାନରେ ହେଉଥିବାରୁ ସୁରକ୍ଷା ବିପଦ ନାହିଁ |

    ତେବେ ପ୍ରଶ୍ନ ଉଠୁଛି ଯଦି ଭାରତ ସୁରକ୍ଷିତ ନୁହେଁ, ତେବେ ସୁଟର୍‌ମାନେ କିପରି ସୁରକ୍ଷିତ? କ୍ରିକେଟ୍‌ରେ ଭୟ, ସୁଟିଂରେ ସାହସ ଏହା କ’ଣ ରାଜନୈତିକ ଲାଭ ପାଇଁ ଖେଳାଯାଉଥିବା ଖେଳ ନୁହେଁ? କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଏହି ନିଷ୍ପତ୍ତିକୁ ନେଇ ଭାରି ଅସନ୍ତୋଷ ଦେଖାଯାଇଛି | ବାଂଲାଦେଶ ସରକାରର ଦୋମୁହାଁ ନୀତି ଏବେ ସମ୍ପୂର୍ଣ୍ଣ ପଦାରେ ପଡିଛି |

  • ପଞ୍ଜାବ-ହରିୟାଣା ସଚିବାଳୟକୁ ବୋମା ଧମକ

    ପଞ୍ଜାବ-ହରିୟାଣା ସଚିବାଳୟକୁ ବୋମା ଧମକ

    ପଞ୍ଜାବ-ହରିୟାଣା ସଚିବାଳୟକୁ ବୋମା ଧମକ ମିଳିଛି | ଏହି ଧମକ ପରେ ଚଣ୍ଡିଗଡ଼ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି | ସୂଚନା ମିଳିବା ସହିତ ଚଣ୍ଡିଗଡ଼ ପୁଲିସ, ପଞ୍ଜାବ ପୁଲିସ, ସିଆଏସ୍ଏଫ୍, ବୋମା ନିଷ୍କ୍ରିୟକାରୀ ଦଳ ଓ କୁକୁର ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି | ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଚିବାଳୟ ପରିସରକୁ ଖାଲି କରାଯାଇଛି ଓ କର୍ମଚାରୀମାନେ ସୁରକ୍ଷିତ ଭାବରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି |
    ପୂର୍ବରୁ ଚଣ୍ଡିଗଡ଼ର ଅନେକ ସ୍କୁଲକୁ ଗୁଡିକୁ ବୋମା ଧମକ ମିଳିଥିଲା, ଯାହାକୁ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ରହି ମୁକାବିଲା କରିଥିଲେ | ସଚିବାଳୟ ପରିସରରେ ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ଓ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି |

    ଦିଲ୍ଲୀର କିଛି ସ୍କୁଲକୁ ବି ବୋମା ଧମକ ମିଳିଛି, ଯାହା ମାଧ୍ୟମରେ ଲୋରେଟୋ କନଭେଣ୍ଟ ସ୍କୁଲ, ଡନ୍ ବୋସ୍କୋ ସ୍କୁଲ (ସିଆର ପାର୍କ), କାର୍ମେଲ ସ୍କୁଲ (ଆନନ୍ଦ ନିକେତନ ଓ ଦ୍ୱାରକାର), ସାଉଥ୍ କ୍ୟାମ୍ପସ ସ୍କୁଲ ଏପଟେ ଦ୍ୱାରକାର କାର୍ମେଲ ସ୍କୁଲରେ ମିଳିଥିବା ଧମକକୁ ମିଛ ବୋଲି ଘୋଷଣା କରାଯାଇଛି |

    ପୁଲିସ ଏବଂ ବମ୍ ସ୍କ୍ୱାଡ୍ ଦଳ ଅନ୍ୟ ସ୍କୁଲଗୁଡ଼ିକରେ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି | ସୁରକ୍ଷା ଏଜେନ୍ସିମାନେ କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି, କିନ୍ତୁ ତଦନ୍ତ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ସତର୍କ ରହିବାକୁ ହେବ |

  • ଗୁଟଖା ବିକ୍ରିକୁ ନେଇ BMCର କଡ଼ା ପଦକ୍ଷେପ,

    ଗୁଟଖା ବିକ୍ରିକୁ ନେଇ BMCର କଡ଼ା ପଦକ୍ଷେପ,

    ଓମଫେଡ୍ ବୁଥ୍‌ ଓ ଭେଣ୍ଡିଂ ଜୋନ୍‌ରେ ଗୁଟଖା ବିକ୍ରିକୁ ନେଇ ଭୁବନେଶ୍ୱର ମହାନଗର ନିଗମ (BMC) କଡ଼ା ପଦକ୍ଷପ ନେଇଛନ୍ତି | ରାଜ୍ୟ ସରକାରଙ୍କ ନିର୍ଦେଶ ପରେ BMC ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ, ଓମଫେଡ୍ ବୁଥ୍‌ ସହିତ ସମସ୍ତ ଭେଣ୍ଡିଂ ଜୋନ୍‌ରେ ଗୁଟଖା ବିକ୍ରି କରିଲେ ସଂପୃକ୍ତ ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ କରାଯିବ |

    BMC ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏହି ନିଷେଧାଦେଶ କେବଳ କାଗଜରେ ସୀମିତ ରହିବ ନାହିଁ, ବରଂ ଆଗାମୀ ଦିନରେ ଗୁଟଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌କୁ ଅଧିକ ଜୋରଦାର କରାଯିବ | ଏନେଇ BMC ସାଧାରଣ ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି | ଯଦି କୌଣସି ଏଜେନ୍ସି ଗୁଟଖା ସମ୍ପର୍କିତ ପ୍ରଚାର ହୋର୍ଡିଂ, ବ୍ୟାନର କିମ୍ବା ବିଜ୍ଞାପନ ଲଗାଏ, ତେବେ ସେମାନଙ୍କଠାରୁ କଡ଼ା ଜୋରିମାନା ଆଦାୟ କରାଯିବ ବୋଲି BMC ପକ୍ଷରୁ ସୂଚନା ମିଳିଛି |

    ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସହରକୁ ଗୁଟଖାମୁକ୍ତ କରିବା ଲକ୍ଷ୍ୟରେ BMC ଏହି ପଦକ୍ଷେପ ଗ୍ରହଣ କରିଥିବା ବେଳେ, ଆଗାମୀ ଦିନରେ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିବ ବୋଲି ସ୍ପଷ୍ଟ କରାଯଇଛି |