Tag: #Suchana tv odia

  • କଟକ ନେତାଜୀ ବସ୍‌‌ ଟର୍ମିନାଲର ଆସନ୍ତା ୧୬ରେ ଉଦଘାଟନ

    କଟକ ନେତାଜୀ ବସ୍‌‌ ଟର୍ମିନାଲର ଆସନ୍ତା ୧୬ରେ ଉଦଘାଟନ

    କଟକ ନେତାଜୀ ବସ୍‌‌ ଟର୍ମିନାଲ (ସିଏନବିଟି)ର ଆସନ୍ତା ୧୬ରେ ଉଦଘାଟନ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦଘାଟନ କରିବେ। ଏତଦ୍‌‌ ବ୍ୟତୀତ କଟକ ସହରରେ ନୂତନ ଭାବେ ଗଢିଉଠିଥିବା ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଗୁରୁବାର କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ୍‌‌, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପାଠାଗାର, ସିଲଭର ସିଟି ବୋଟିଂ କ୍ଲବ୍‌‌, ତାଳଦଣ୍ଡା ଫୁଡକୋର୍ଟ, କ୍ଲକ୍‌‌ ଟାୱାର, ଛତ୍ରବଜାର ଅର୍ବାନ ହାଟ, ତାଳଦଣ୍ଡା ଉଭୟ ପାର୍ଶ୍ବ ରାସ୍ତା, ରାସ୍ତା ନିକଟ ସୌନ୍ଦର୍ଯ୍ୟକରଣ, ଗରିବ ଓ ସ୍ୱଳ୍ପ ରୋଜଗାରକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ନରଣପୁରସ୍ଥିତ ଆବାସିକ ଗୃହ, ଜାତୀୟ ରାଜପଥରୁ ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ୪ ଟିକିଆ ରାସ୍ତା, ବାରବାଟୀ ସଂଗ୍ରହାଳୟ, ପୁରୁଣା ଜେଲ ପରିସରରେ ନେତାଜୀ ସୁଭାଷ ପାର୍କ ଓ ବିଶ୍ୱନାଥ ପଣ୍ଡିତ ପାଠାଗାରର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।

  • ରାଜଧାନୀରେ ତୁହାକୁତୁହା ବର୍ଷା, ୧୮ ଜିଲାକୁ ସତର୍କ ସୂଚନା ଜାରି

    ରାଜଧାନୀରେ ତୁହାକୁତୁହା ବର୍ଷା, ୧୮ ଜିଲାକୁ ସତର୍କ ସୂଚନା ଜାରି

    ଆଜି ମଧ୍ୟାହ୍ନରୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିରହିଛି । ସେପଟେ କଟକରେ ମଧ୍ୟ ବର୍ଷା ଲାଗିରହିଛି। ପାଣି ଜମିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ମୌସୁମୀ ପ୍ରବାହ ସକ୍ରିୟ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଅତି ପ୍ରବଳ ବର୍ଷା ନେଇ ୪ ଓ ପ୍ରବଳ ବର୍ଷା ପାଇଁ ୧୪ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବଲପୁର, ଝାରସୁଗୁଡା, ବରଗଡ, ସୁନ୍ଦରଗଡରେ ଅତିପ୍ରବଳ ବର୍ଷା ହେବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ ଦେବଗଡରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁୁ ସତର୍କ ସୂଚନା ଜାରି କରାଯାଇଛି।

  • ପରଲୋକରେ ରବୀନ୍ଦ୍ର ନାରାୟଣ ମିଶ୍ର

    ପରଲୋକରେ ରବୀନ୍ଦ୍ର ନାରାୟଣ ମିଶ୍ର

    ଆଖି ବୁଜିଲେ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାକ୍ତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ହୃଦ୍‌ଘାତରେ ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା। ସରକାରୀ ଚାକିରି କରିଥିଲେ ମଧ୍ୟ ରବୀନ୍ଦ୍ର ନାରାୟଣ ମିଶ୍ର ସାହିତ୍ୟ ପ୍ରତି ରୁଚି ରଖିଥିଲେ। ଆକାଶବାଣୀରେ ଅନେକ କବିତା, ଗଳ୍ପ ଓ ପ୍ରବନ୍ଧ ପାଠ କରି ଅଜଶ୍ର ପ୍ରଶଂସା ସାଉଣ୍ଟିଥିଲେ। ଜଣେ ନିଷ୍ଠାପର, ଦକ୍ଷ ଏବଂ ସଚ୍ଚୋଟ ଅଫିସରଭାବେ ସେ ଲୋକପ୍ରିୟତା ଅର୍ଜନ କରିଥିଲେ। ଶ୍ରୀ ମିଶ୍ର ଜଣେ ସୁସାହିତ୍ୟିକ, ଲେଖକ ଏବଂ ପ୍ରବଚକ ଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ସେ କିଛି ପୁସ୍ତକ ରଚନା କରିଛନ୍ତି। ‘ଆକାଶଦୀପ’ ପରି କାଳଜୟୀ ଗଳ୍ପ ଓ ‘କଥାନୁଭୂତିରେ ଶ୍ରୀଜଗନ୍ନାଥ’, ‘କଥାରେ କଥାରେ ଶ୍ରୀଜଗନ୍ନାଥ’ ଇତ୍ୟାଦି ସତ୍ୟ ଅନୁଭୂତି ସମ୍ୱନ୍ଧିୟ ଲେଖା ସ୍ୱଗତ ମିଶ୍ର ଜୀବନ କାଳ ଭିତରେ ଲେଖିଛନ୍ତି। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ଏବଂ ଚାବି ହଜିବା ସମ୍ପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଦେଇ ଶ୍ରୀ ମିଶ୍ର ଚର୍ଚ୍ଚାକୁ ଆସିଥିଲେ। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଗତବର୍ଷ ତାଙ୍କୁ ସମ୍ମାନିତ କରାଯାଇଥିଲା। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଓ ପୁତ୍ର ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

  • ବିକ୍ରମ ଲ୍ୟାଣ୍ଡରକୁ ଠାବ କଲା ନାସା, ସମାଲୋଚକଙ୍କ ମୁହଁ ବନ୍ଦ

    ବିକ୍ରମ ଲ୍ୟାଣ୍ଡରକୁ ଠାବ କଲା ନାସା, ସମାଲୋଚକଙ୍କ ମୁହଁ ବନ୍ଦ

    ମହାକାଶରେ ଏବଂ ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତର ବୈଜ୍ଞାନିକ ମାନଙ୍କର ଜ୍ଞାନ ଗାରିମା କାହାରୀକୁ ଅଛପା ନୁହେଁ କିନ୍ତୁ ଯେତେବେଳେ ଭାରତ କିଛି ବଡ଼ କରିବାର ଦାବିକରେ ସେତେବେଳେ ବିଦେଶରୁ ନୁହେଁ ଦେଶ ଭିତରୁ ହିଁ ବିରୋଧର ସ୍ବର ଶୁଣିବାକୁ ମିଳେ । ଆଉ ସେହିଭଳି ତଥାକଥିତ ବିରୋଧୀ ମାନଙ୍କ ଭିତରେ ଥା’ନ୍ତି କିଛି ସ୍ଵାର୍ଥନ୍ଵେଷୀ ରାଜନୈତିକ ନେତା ଆଉ ଆମର ଜ୍ଞାନ ଗାରିମାକୁ ତଳିଆ ଦେଖାଇବାକୁ ଚେଷ୍ଟା କରୁଥିବା କିଛି ଧର୍ମାନ୍ଧ । ସାରା ଦେଶ ଏବଂ ବିଶ୍ବ ଯେତେବେଳେ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ଉତଫୁଲିତ ହେଉଥିଲା, ଠିକ ସେହି ସମୟରେ କିଛି ଦେଶ ବିରୋଧୀ ତତ୍ଵ ଏହାକୁ ଆନିମେଟେଡ ଭିଡିଓ କହି ଖୁସିର ଏହି ରଙ୍ଗକୁ ଫିକା କରିବାକୁ ଚେଷ୍ଟା କରିଥିଲେ । କାରଣ କିଛି ଭାରତୀୟ ନେତା, ବୁଦ୍ଧିଜୀବୀ ଏବଂ ଦେଶ ବିରୋଧୀତତ୍ଵ ଦେଶର ବୈଜ୍ଞାନିକମାନଙ୍କ ଅପେକ୍ଷା ବିଦେଶୀ ବୈଜ୍ଞାନିକ ଓ ବିଦେଶୀ ଖବରକାଗଜ ସଂସ୍ଥା ଉପରେ ଅଧିକ ଭରସା କରିଥାନ୍ତି । ଏହାର ଉଦାହରଣ ‘ସର୍ଜିକାଲ ଷ୍ଟ୍ରାଇକ’ ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା । ବାୟୁ ସେନା ଏବଂ ସ୍ଥଳ ସେନା ମୁଖ୍ୟଙ୍କ ପ୍ରେସ କନ୍ଫରେନ୍ସ ପରେ ମଧ୍ୟ ଭାରତୀୟ ସେନାର ଶୌର୍ଯ୍ୟ ଉପରେ ଉଠିଥିଲା ପ୍ରଶ୍ନ । ବର୍ତ୍ତମାନ, ଇସ୍ରୋର ବୈଜ୍ଞାନିକ ମାନଙ୍କର ସଫଳତାକୁ ସ୍ଵୀକାର କରିଛି ଆମେରିକାର ନାସା । ତେଣୁ ଯେଉଁ ସମାଲୋଚକ ମାନେ କହୁଥିଲେ ନାସା, ଇସ୍ରୋର ସଫଳତାକୁ ସ୍ଵୀକାର କରିନାହିଁ ସେମାନଙ୍କ ପାଇଁ ଏହା ଏକ ବଡ଼ ଝଟକା । ଟ୍ଵିଟରରେ ଏକ ଫଟୋ ପୋଷ୍ଟ କରି ନାସା କହିଛି ଯେ ତା’ର ଏଲ ଆର ଓ ଉପଗ୍ରହ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠରେ ଠାବ କରିଛି । ନାସା ଏକଥା ମଧ୍ୟ ସ୍ପଷ୍ଟ କରିଛି ଯେ ଚନ୍ଦ୍ରର ଦକ୍ଷିଣ ମେରୁର ୬୦୦ କିଲୋମିଟର ଦୂରରେ ବିକ୍ରମ ଲ୍ୟାଣ୍ଡ କରିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଙ୍ଗ କରିଥିଲା ।

  • ଡାକ ବିଭାଗର ବିଚିତ୍ର ସେବା, ୫ ବର୍ଷ ପରେ ପହଁଚିଲା ୧୦୦୦ ଟଙ୍କାର ମନିଅଡର

    ଡାକ ବିଭାଗର ବିଚିତ୍ର ସେବା, ୫ ବର୍ଷ ପରେ ପହଁଚିଲା ୧୦୦୦ ଟଙ୍କାର ମନିଅଡର

    ଭାରତବର୍ଷ ରେ ଟଙ୍କା ପ୍ରେରଣ ଏବଂ ପତ୍ର ବିନିମୟ ର ମୁଖ୍ୟ ସୁରକ୍ଷିତ ବ୍ୟବସ୍ଥା ହେଲା ଭାରତୀୟ ଡାକ ବିଭାଗ କିନ୍ତୁ ସେହି ବିଭାଗ ରେ ଟଙ୍କା ପଠେଇ ସାରିଲା ପରେ ଯଦି ସେ ଟଙ୍କା ଠିକଣା ଜାଗାରେ ନ ପହଂଚି ବର୍ଷ ବର୍ଷ ଧରି ଡାକ ବିଭାଗ ରେ ପଡ଼ିରହିବ ତାହାଲେ ଡାକ ବିଭାଗ ଉପରୁ ସାଧାରଣ ଜନତା ଙ୍କ ଆସ୍ଥା ତୁଟିଯିବା ସହିତ ଯେଉଁ କାର୍ଯ୍ୟ ପାଇଁ ଟଙ୍କା ପ୍ରେରଣ ହୋଇଥିଲା ସେ କାର୍ଯ୍ୟ ରେ ବି ବାଧା ସୃଷ୍ଟି ହେବା ସ୍ୱାଭାବିକ | ସେହି ପରି ଏକ ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ଆଦିକନ୍ଦ ପୁର ଗ୍ରାମର ସୁଧୀର କୁମାର କରଙ୍କ ସହିତ ସୂଚନା ମୁତାବକ ୨୦୧୮ ମସିହା ଅଗଷ୍ଟ ୨୪ ତାରିଖ ରେ ଚନ୍ଦନପୁର ସବ ପୋଷ୍ଟ ଅଫିସ ରେ ବିରନରସିଂହ ପୁର ଗ୍ରାମର ପ୍ରକାଶ କୁମାର ରଥ ଏକ ହଜାର ଟଙ୍କା ସୁଧୀର କୁମାର କର ଙ୍କ ପାଖକୁ ମନି ଅଡର ମାଧ୍ୟମରେ ପଠେଇ ଥିଲେ ଯାହାର ଇ ଏମ ଓ ନମ୍ବର ୦୬୬୭୪୩୩୫୦୮୭୫୨୪୧୦୧୦ କିନ୍ତୁ ବିଡମ୍ବନା ର ବିଷୟ ସେ ଟଙ୍କା ଠିକଣା ଜାଗାରେ ପହଂଚିନଥିଲା। କଣ ପାଇଁ ଟଙ୍କା ପହଁଚିଲାନି ଡାକ ଘରେ ପଚାରିବାରୁ ସେଠୁ କିଛି ସନ୍ତୋଷଜନକ ଉତ୍ତର ମିଳିନଥିଲା। କିନ୍ତୁ ବହୁ ପ୍ରତୀକ୍ଷା ର ଅନ୍ତ ଘଟାଇ ଶେଷରେ ଦୀର୍ଘ ବର୍ଷ ପରେ ୨୦୨୩ ମସିହା ସେପ୍ଟେମ୍ବର ୪ ତାରିଖ ରେ ମନିଅଡର ଆସି ପହଞ୍ଚିଚି। କେଉଁ କାରଣ ରୁ ଏବଂ କାହାର ଅବହେଳାରୁ ଏମିତି ଅବହେଳା ହୋଇଛି ତାହା ତଦନ୍ତ ସାପେକ୍ଷ।

  • ବୁଲା କୁକୁର କାମୁଡ଼ାରେ ଛାତ୍ରୀ ଗୁରୁତର

    ବୁଲା କୁକୁର କାମୁଡ଼ାରେ ଛାତ୍ରୀ ଗୁରୁତର

    ବୁଲା କୁକୁର କାମୁଡ଼ାରେ ଜଣେ ଛାତ୍ରୀ ଗୁରୁତର I ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସା ହେଉଛନ୍ତି ଛାତ୍ରୀ ଜଣକ Iକଣ୍ଟlମାଳ ବ୍ଲକ ଅନ୍ତର୍ଗତ ବିଳାସ ପୁର ପଞ୍ଚାୟତ ତlଳସରଡ଼ା ଗ୍ରାମର ଘଟିଛି ଏଭଳି ଦୁଃଖଦାୟକ ଘଟଣା,ଛାତ୍ରୀ ଜଣକ ହେଲେ ଇତିଶ୍ରୀ ଦନ୍ତା (୧୦) ହୋଇଥିବା ବେଳେ ସେ ବିଳାସ ପୁର ପ୍ରାଥମିକ ସ୍କୁଲ ର ଛାତ୍ରୀ ଅଟନ୍ତି Iଇତିଶ୍ରୀ ବିଦ୍ୟାଳୟ ରୁ ଘରକୁ ଫେରୁଥିବା ବେଳେ ଏକ ବୁଲା କୁକୁର ହଠାତ ଆକ୍ରମଣ କରିଥିଲା, ଆକ୍ରମଣ ଏତେ ଭୟଙ୍କର ଥିଲା ଯେ କୁକୁର ଟି ଇତିଶ୍ରୀ ର ମୁଣ୍ଡ ତାଳୁ ଚମଡା କାମୁଡି ରକ୍ତାକ୍ତ କରି ଦେଇଥିଲା!ସ୍ଥାନୀୟ ଲୋକେ ଉଦ୍ଧାର କରି ସୋନପୁର ବଡ଼ ଡାକ୍ତର ଖାନରେ ଇତିଶ୍ରୀ କୁ ଭର୍ତ୍ତି କରିଛନ୍ତି ଓ ଇତିଶ୍ରୀ ଗୁରୁତର ଥିବା ସୂଚନା ମିଳିଛି I

  • ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଲୋକେ ହେଲେ ଛାନିଆ ।

    ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଲୋକେ ହେଲେ ଛାନିଆ ।

    କେନ୍ଦୁଝରରୁ ଭୁବନେଶ୍ୱର ସବୁ ଦିନେ ସକାଳେ ଗୋଟେ ଯାତ୍ରୀବାହୀ ଟ୍ରେନ ଯାଏ ବହୁତ ଲୋକେ ଯାଆନ୍ତି। ହେଲେ ଆଜି ଏହି ଟ୍ରେନ କଟକ ହେବା ବେଳେ ଧୀର ଗତିରେ ଥିଲା ବେଳେ ଏହାର ଟ୍ରାକରେ ଆଉ ଗୋଟେ ଟ୍ରେନ୍ ଆସୁଥିବା ଦେଖା ଗଲା । ତେବେ କିଛି ଦୁର୍ଘଟଣା ହେବା ପୂର୍ବରୁ ଦୁଇ ଟ୍ରେନ୍ ଅଟକି ଯାଇ ଥିଲେ । କେନ୍ଦୁଝରରୁ ଯାଉଥିବା ଟ୍ରେନ୍ ଯାତ୍ରୀମାନେ ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ। ଏହାର କାରଣ ସଠିକ୍ ଜଣା ଯାଇ ନଥିଲେ ବି ବୋଧ ହୁଏ ନୂଆ କାରିଗରୀ ଲାଗି କୁଆଡେ ଗୋଟେ ମିନିଟ ବ୍ୟବଧାନରେ ଗୋଟେ ଟ୍ରାକରେ ୨ ଟ୍ରେନ ଯାଇ ପାରିବ ବୋଲି ଖବର ଆସିଛି ଆଲୋଚନା ହେଉ ଥିଲା

  • ଆରବିଆଇର ବଡ଼ ଘୋଷଣା: ଏଣିକି ୟୁପିଆଇରୁ ଚୁଟ୍‌କିରେ ମିିଳିବ ଲୋନ୍‌

    ଆରବିଆଇର ବଡ଼ ଘୋଷଣା: ଏଣିକି ୟୁପିଆଇରୁ ଚୁଟ୍‌କିରେ ମିିଳିବ ଲୋନ୍‌

    ଆପଣଙ୍କୁ ଆଉ ଋଣ ନେବାକୁ ଏଣିକି ବ୍ୟାଙ୍କକୁ ଯିବାକୁ କିମ୍ବା ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ଲଗଇନ କରିବାକୁ ପଡିବ ନାହିଁ। ଆପଣ ଋଣ ସୁବିଧା ନିଜ ୟୁପିଆଇ ମାଧ୍ୟମରେ ପାଇ ପାରିବେ। ଏଥିପାଇଁ ଆରବିଆଇ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶାବଳୀ ଦେଇଛି। ଆରବିଆଇ ଦେଶର ସମସ୍ତ ବ୍ୟାଙ୍କକୁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଅର୍ଥାତ୍ ୟୁପିଆଇରେ ଗ୍ରାହକଙ୍କୁ ପୂର୍ବ-ମଞ୍ଜୁରୀପ୍ରାପ୍ତ ଋଣ ବା ପ୍ରି ଆପ୍ରୁୁଭ୍‌ ଲୋନ୍‌ ଦେବାକୁ ନିର୍ଦ୍ଦେଶ ଦେଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ବିବୃତ୍ତିରେ କହିଛି ଯେ, ବର୍ତ୍ତମାନ ସେଭିଂ ଆକାଉଣ୍ଟ, ଓଭରଡ୍ରାଫ୍ଟ ଆକାଉଣ୍ଟ, ପ୍ରିପେଡ୍ ୱାଲେଟ୍ ଏବଂ କ୍ରେଡିଟ୍ କାର୍ଡ ୟୁପିଆଇ ସହିତ ଲିଙ୍କ୍ ହୋଇପାରିବ। ବର୍ତ୍ତମାନ ଏହାର ପରିସରକୁ ଆହୁରି ବଢ଼ାଯିବ। ୟୁପିଆଇ ବର୍ତ୍ତମାନ କ୍ରେଡିଟ୍ ଲାଇନ୍ସକୁ ପାଣ୍ଠି ଆକାଉଣ୍ଟ୍ ଭାବରେ ଅନ୍ତର୍ଭୁକ୍ତ କରି ଏହାକୁ ସମ୍ପ୍ରସାରିତ କରାଯାଉଛି। ଆରବିଆଇ କହିଛି ଯେ, ଏହି ସୁବିଧା ଅଧୀନରେ ପୂର୍ବ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଦ୍ୱାରା ନିର୍ଦ୍ଦିଷ୍ଟ ଗ୍ରାହକମାନଙ୍କୁ ପୂର୍ବ ସମ୍ମତି ସହିତ ଦିଆଯାଇଥିବା ପ୍ରି ଆପ୍ରୁଭ୍‌ ଲୋନ ମାଧ୍ୟମରେ ଦେୟ, ୟୁପିଆଇ ସିଷ୍ଟମ ବ୍ୟବହାର କରି ପୈଠ କରିହେବ। ଅନ୍ୟପକ୍ଷରେ, ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରିବା ପୂର୍ବରୁ ସମସ୍ତ ବ୍ୟାଙ୍କକୁ ଏକ ନୀତି ପ୍ରସ୍ତୁତ କରିବାକୁ ପଡ଼ିବ ଏବଂ ଏଗୁଡ଼ିକ ବୋର୍ଡରୁ ଅନୁମୋଦନ ନେବାକୁ ପଡ଼ିବ। ଏହି ନୀତି ଅନୁଯାୟୀ କେତେ ଋଣ ଦିଆଯାଇପାରିବ? ଏହାକୁ କାହାକୁ ଦିଆଯାଇପାରିବ? ଋଣର କାର୍ଯ୍ୟକାଳ କ’ଣ ହେବ? ଏଥିସହ ଋଣ ବିରୋଧରେ କେତେ ସୁଧ ଆଦାୟ କରାଯିବ। ଏହି ସମସ୍ତ ବିଷୟ ଏହି ନୀତି ମାଧ୍ୟମରେ ସ୍ଥିର ହେବ। ଏହା ପରେ ଋଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ୍ ୬ ରେ, କେନ୍ଦ୍ରୀୟ ବ୍ୟାଙ୍କ ଏହାର ମୁଦ୍ରା ନୀତି ବୈଠକରେ ବ୍ୟାଙ୍କଗୁଡିକରୁ ପୂର୍ବ ଅନୁମୋଦିତ କ୍ରେଡିଟ୍ ଲାଇନ୍ ସ୍ଥାନାନ୍ତର ମାଧ୍ୟମରେ ଋଣ ଅନୁମତି ଦେବାକୁ ପ୍ରସ୍ତାବ ଦେଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ୟୁପିଆଇର ପରିସର ବୃଦ୍ଧି କରିବା ।

  • ଦିଲ୍ଲୀରେ ଜି-୨୦ ସମ୍ମିଳନୀ, ଭାରତ ଆସିବେନି ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗ

    ଦିଲ୍ଲୀରେ ଜି-୨୦ ସମ୍ମିଳନୀ, ଭାରତ ଆସିବେନି ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗ

    ଆସନ୍ତା ମାସ ସେପ୍ଟେମ୍ବର ୯ ତାରିଖରୁ ୧୦ ତାରିଖ ପର୍ୟ୍ୟନ୍ତ ଦିଲ୍ଲୀରେ ଆୟୋଜିତ ହେବ ଜି-୨୦ର ମହା ସମ୍ମିଳନୀ । ଏହି ମହା ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ସାରା ବିଶ୍ୱର ବଡ଼ ବଡ଼ ରାଷ୍ଟ୍ରମୁଖ୍ୟ ଏବଂ ଅଧିକାରୀମୋନ ଯୋଗ ଦେବେ । ଚଳିତ ଥର ଭାରତରେ ହେଉଥିବା ଏହି ଜି-୨୦ର ମହା ସମ୍ମିଳନୀର ନେତୃତ୍ୱ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଉଛନ୍ତି । ଏହି କ୍ରମରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇସାରିଛି । ଜଳ, ସ୍ଥଳ, ଆକାଶ ସହ ବତ୍ତର୍ମାନ ଦିଲ୍ଲୀର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରି ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ଗୁରୁବାର ଭାରତ ଆସୁଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ରାଷ୍ଟ୍ରପତି ହେବା ପରେ ଜୋ ବାଇଡେନ ପ୍ରଥମ ଥର ପାଇଁ ଭାରତ ଗସ୍ତ କରିବେ। ଜି-୨୦ ଶିଖର ସମ୍ମିଳନୀରେ ସାଧାରଣତଃ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନ୍ତର୍ଭୂକ୍ତ କରାଯାଇ ନାହିଁ, କିନ୍ତୁ ଆମେରିକା ରାଷ୍ଟ୍ରପତି ଏବଂ ସୌଦି କ୍ରାଉନ ପ୍ରିନ୍ସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାକୁ ଭାରତ ଅନୁମୋଦନ କରିଛି।

    ସେପଟେ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ଅଷ୍ଟାଦଶ ଜି-୨୦ ସମ୍ମିଳନୀରେ ଯୋଗ ନଦେବା ସମ୍ପର୍କରେ ଚୀନ୍‌ ପକ୍ଷରୁ ସୋମବାର ବିଧିବଦ୍ଧ ଭାବେ ସମ୍ମିଳନୀର ଆୟୋଜକ ଭାରତ ସରକାରଙ୍କୁ ଅବଗତ କରାଯାଇଛି। କିନ୍ତୁ ତାଙ୍କ ବଦଳରେ ଏହି ସମ୍ମିଳନୀରେ ଯୋଗ ଦେବେ ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗ । ନିକଟରେ ବେଜିଂ ଏକ ନୂତନ ମାନଚିତ୍ର ପ୍ରକାଶ କରିଛି, ଯେଉଁଥିରେ ଭାରତର କିଛି ଅଞ୍ଚଳକୁ ଚାଇନା ତା’ର ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛି । ଚାଇନାର ଏହି ନୂତନ ମାନଚିତ୍ରକୁ ନେଇ ଭାରତ ଦୃଢ଼ ବିରୋଧ କରିବା ସହ ଏହାକୁ ଅବୈଧ ବୋଲି କହିଛି । ଯାହାକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ବୋଧ ହୁଏ ଏହି ସୀମା ବିବାଦ କାରଣକୁ ନେଇ ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗ ଭାରତ ଆସିବାକୁ ଇଚ୍ଛା ପ୍ରକାଶ କରି ନାହାନ୍ତି ।

  • ଶପଥ ନେଲେ ହାଇକୋର୍ଟର ଦୁଇ ନୂଆ ବିଚାରପତି, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି

    ଶପଥ ନେଲେ ହାଇକୋର୍ଟର ଦୁଇ ନୂଆ ବିଚାରପତି, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି

    ଶପଥ ନେଇଛନ୍ତି ହାଇକୋର୍ଟର ଦୁଇ ନୂଆ ବିଚାରପତି ଜଷ୍ଟିସ ଶିବଶଙ୍କର ମିଶ୍ର ଓ ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା। ଉଭୟଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି। ଏହି ଦୁଇ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି ।

    ସୂଚନା ଅନୁଯାୟୀ, ଆଇନଜୀବୀ ଶିବ ଶଙ୍କର ମିଶ୍ର ୧୯୯୧ ମସିହାରେ ଓକିଲାତି ପେସାକୁ ଆପଣେଇ ଥିଲେ। ଦେୱାନୀ, ଫୌଜଦାରୀ ଓ ଚାକିରି ସଂପର୍କିତ ଆଇନରେ ତାଙ୍କ ସ୍ବତନ୍ତ୍ର ଦକ୍ଷତା ରହିଛି । ସୁପ୍ରିମକୋର୍ଟରେ ସେ ଓଡ଼ିଶା ହାଇକୋର୍ଟ ଓ କେନ୍ଦ୍ର ସରକାରଙ୍କ ପାଇଁ ଆଇନଜୀବୀ ଭାବେ ମାମଲା ପରିଚାଳନା କରୁଛନ୍ତି । ତାଙ୍କର ଅତି ଉତ୍ତମ ବ୍ୟକ୍ତିଗତ ଓ ପେସାଗତ ଭାବମୂର୍ତ୍ତି ରହିଛି । ଆଇନଜୀବୀ ଭାବେ ତାଙ୍କର ୩୦ ବର୍ଷର ଅନୁଭୂତି ରହିଛି ।

    ସେହିଭଳି ଆନନ୍ଦ ଚନ୍ଦ୍ର ବେହେରା ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କର ଉତ୍ତମ ବ୍ୟକ୍ତିଗତ ଓ ପେସାଗତ ଭାବମୂର୍ତ୍ତି ରହିଛି । ଶିବ ଶଙ୍କର ମିଶ୍ର ଜୟପୁର ଠାରେ ୧୯୬୮, ମେ’ ୩ରେ ଜନ୍ମଗ୍ରହଣ କରିଥିଲେ । କୋରାପୁଟର ଜୟପୁର ଲ’ କଲେଜରୁ ସେ ଏଲଏଲବି ଡିଗ୍ରି ହାସଲ କରିଥିଲେ । ୧୯୯୧ରୁ ସେ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି ।