Tag: #Suchana tv odia

  • ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଲୁଟ୍‌ ମାମଲା: ବନ୍ଧା ହେଲେ ଦୁଇ ଅପରାଧୀ

    ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଲୁଟ୍‌ ମାମଲା: ବନ୍ଧା ହେଲେ ଦୁଇ ଅପରାଧୀ

    ୨୦୧୯ ଫେବ୍ରୁଆରୀ ୧୨ ବିଳମ୍ବିତ ରାତିରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ଟିକେଟ କାଉଣ୍ଟରରେ ସୁପରଭାଇଜର ଥିବା ବରମୁଣ୍ଡାର ସହଦେବ ରାଉତରାୟଙ୍କୁ ବୁବୁ ଓ ସନିଆ ଅଟକାଇ ଖଣ୍ଡା ଓ ଲୁହା ରଡ୍‌ରେ ଆକ୍ରମଣ କରି ୧୨ ହଜାର ୫୦୦ ଟଙ୍କା ଓ ସୁନାଚେନ୍‌ ଲୁଟି ନେଇଥିଲେ । ସହଦେବ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ତେବେ ବୁବୁ ଓ ସହଯୋଗୀ ଫେରାର ହୋଇଯାଇଥିଲେ । କିଛି ଦିନ ହେଲା ସେମାନେ ପୁଣି ଭୁବନେଶ୍ବର ଫେରିଥିଲେ ବି ପୁଲିସ ହାବୁଡ଼ରୁ ବର୍ତ୍ତିବାକୁ ବିଭିନ୍ନ ସ୍ଥାନରେ ଲୁଚି ରହୁଥିଲେ। ପାର୍ବଣ ଆରମ୍ଭ ହେବାକୁ ଯାଉଥିବା ବେଳେ ସେମାନେ ଦାଦାବଟି ଆଦାୟ କରିବାକୁ କିଛି ଦିନ ହେଲା ଭୁବନେଶ୍ବରରେ ଲୁଚିଛପି ଡେରା ପକାଇଥିଲେ। କିନ୍ତୁ ପୁଲିସ ସେମାନଙ୍କ ଉପରେ କଡ଼ା ନଜର ରଖିଥିଲା।

    ଦୀର୍ଘଦିନ ପୁଲିସ ସହ ଲୁଚକାଳି ଖେଳିବା ପରେ ଶୁକ୍ରବାର ରାତିରେ ଜାଗମରା ରାସ୍ତାରେ ବୁବୁ ଓ ସନିଆ ଖଣ୍ଡାଧରି ବୁଲୁଥିବା ବେଳେ ପୁଲିସ ଉଭୟଙ୍କୁ ଗିରଫ କରିଥିଲା । ଅଭିଯୁକ୍ତମାନେ ହେଲେ ଖଣ୍ଡଗିରି ଗଣ୍ଡମୁଣ୍ଡା ଅଞ୍ଚଳର ଦେବୀ ପ୍ରସାଦ ‌ଜେନା ଓରଫ୍‌ ବୁବୁ(୨୫) ଓ ପୋଖରୀପୁଟ ଅଞ୍ଚଳର ସନାତନ ବେହେରା ଓରଫ୍‌ ସନିଆ (୨୩)। ପୁଲିସ ସେମାନଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଖଣ୍ଡା ଜବତ କରିଛି।

  • ସ୍ୱଚ୍ଛତା ହିଁ ସୁସ୍ଥତା

    ସ୍ୱଚ୍ଛତା ହିଁ ସୁସ୍ଥତା

    କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ଇଣ୍ଡିଆନ ଲିଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଏହି କାର୍ଯ୍ୟକ୍ରମରେ ବନବିଭାଗ କର୍ମଚାରୀ ଓ କେନ୍ଦ୍ରର ଛାତ୍ରଛାତ୍ରୀ, କାଉନସିଲର, ଭାରପ୍ରାପ୍ତ ଅଧକ୍ଷ ସନ୍ତୋଷ ବାଗ, ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ସତ୍ୟ ପ୍ରକାଶ ମହାପାତ୍ର, ପ୍ରଭାତ ସାହୁ, ଗଣେଶ ଜେନା, ଓ ଘୁ.ଉଦୟଗିରି ପ୍ରେସ କ୍ଲବର ସଭାପତି ଅରୁଣ କୁମାର ଷଡ଼ଙ୍ଗୀ, ସମ୍ପାଦକ ଅନିଲ ଦଳବେହେରା, ସଂଗଠନ ସମ୍ପାଦକ ଗଗନ କୁମାର ପ୍ରଧାନ, ସଦସ୍ୟ ଏନ ରାଜା ରାଓ, ଚିନ୍ମୟ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ପୋଷ୍ଟ ଅଫିସ ଛକ ଠାରୁ ନୂଆଁସାହି ପର୍ଯ୍ୟନ୍ତ ସଫେଇ କରି ଜନସାଧାରଣଙ୍କୁ ସଚେତନ କରି ଥିଲେ ।ଏହି ସାମୁହିକ ସଫେଇ କାର୍ଯ୍ୟକ୍ରମରେ ବହୁ ସ୍ଵେଚ୍ଛାସବୀ, ସ୍ଥାନୀୟ ଜନସାଧାରଣ, ଏବଂ କାଉନସିଲର ଯୋଗ ଦେଇଥିଲେ।

  • ମୋ ସ୍କୁଟି ଯୋଜନାରେ ହିତାଧିକାରୀଙ୍କୁ  ସ୍କୁଟି ଚାବି ପ୍ରଦାନ

    ମୋ ସ୍କୁଟି ଯୋଜନାରେ ହିତାଧିକାରୀଙ୍କୁ ସ୍କୁଟି ଚାବି ପ୍ରଦାନ

    ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଆରମ୍ଭ କରିଛି ମୋ ସ୍କୁଟି ଯୋଜନା । ବିନା ସୁଧ ଏବଂ ସହଜ କିସ୍ତିରେ ସ୍କୁଟି ମିଳୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ହିତାଧିକାରୀ । ଚାନ୍ଦବାଲି ବ୍ଲକର ପଞ୍ଜାଵ ନ୍ୟାସନାଲ ବ୍ୟାଙ୍କ , ମତୋ ଏବଂ ନାଲଗୁଣ୍ଡା ଶାଖା ଏହି ସ୍କୁଟି ପ୍ରଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି । ତେବେ ଏହି ଠାରେ ଅନୁଷ୍ଠିତ ଅନୁମୋଦନ ଚିଠି ବଣ୍ଟନ କାର୍ଯ୍ୟକ୍ରମରେ ବାଲେଶ୍ଵର ସର୍କଲର ମୁଖ୍ୟ ପୁରୁଷୋତ୍ତମ ପଟ୍ଟନାୟକ ସ୍କୁଟି ପାଇଁ ଆବେଦନ କରିଥିବା ଅଧିକାଂଶ ହିତାଧିକାରୀଙ୍କୁ ଅନୁମୋଦିତ ଚିଠି ସହ ସ୍କୁଟି ଚାବି ପ୍ରଦାନ କରିଛନ୍ତି । ଏବଂ ବାକି ଥିବା ମହିଳା ମାନଙ୍କୁ ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି ।

  • ପରଲୋକରେ ବିଶିଷ୍ଟ ଲେଖିକା ତଥା ସାମ୍ବାଦିକା ଗୀତା ମେହଟ୍ଟା

    ପରଲୋକରେ ବିଶିଷ୍ଟ ଲେଖିକା ତଥା ସାମ୍ବାଦିକା ଗୀତା ମେହଟ୍ଟା

    ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ବିଶିଷ୍ଟ ଲେଖିକା, ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାତା ତଥା ସାମ୍ବାଦିକା ଗୀତା ମେହେଟ୍ଟାଙ୍କ ଦିଲ୍ଲୀରେ ଦେହାନ୍ତ ହୋଇଯାଇଛି।

    ସେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ । ସେ ଆମେରିକାର ଜଣାଶୁଣା ପ୍ରକାଶକ ସ୍ୱର୍ଗତ ସନ୍ନି ମେହେଟ୍ଟାଙ୍କୁ ବିବାହ କରିଥିଲେ।

    ୧୯୪୩ ମସିହାରେ ଜନ୍ମ ଗ୍ରହଣ କରିଥିବା ଗୀତା ମେହଟ୍ଟା ସୁପ୍ରସିଦ୍ଧ ଆମେରିକୀୟ ପ୍ରକାଶକ ସୋନି ମେହଟ୍ଟାଙ୍କୁ ବିବାହ କରିଥିଲେ। ୨୦୧୯ରେ ସୋନି ମେହଟ୍ଟାଙ୍କ ପରଲୋକ ଘଟିଥିଲା। ସେ ୧୪ଟି ବୃତ୍ତଚିତ୍ର ନିର୍ମାଣ କରିଥିଲେ। ବିଶେଷ ଭାବେ ଯୁଦ୍ଧ କ୍ଷେତ୍ରରେ ସାମ୍ବାଦିକତା ପାଇଁ ସେ ପ୍ରସିଦ୍ଧି ଲାଭ କରିଥିଲେ।

    ତାଙ୍କ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀ ଯିବେ।

    ସଂକ୍ଷେପରେ…
    ନାମ: ଗୀତା (ପଟ୍ଟନାୟକ) ମେହଟ୍ଟା
    ଜନ୍ମ: ୧୯୪୩ (ଦିଲ୍ଲୀ)
    ପିତା: ବିଜୁ ପଟ୍ଟନାୟକ
    ମାତା: ଜ୍ଞାନ ପଟ୍ଟନାୟକ
    ଶିକ୍ଷା ଗ୍ରହଣ: ଭାରତ, ବ୍ରିଟେନ
    ସର୍ବୋଚ୍ଚ ସମ୍ମାନ: ପଦ୍ମଶ୍ରୀ (୨୦୧୯)
    ବୃତ୍ତଚିତ୍ର ନିର୍ମାଣ ଓ ନିର୍ଦ୍ଦେଶନା: ୧୪
    ଯୁଦ୍ଧ ସମ୍ବାଦଦାତା: ୧୯୭୦-୧୯୭୧
    ପ୍ରସିଦ୍ଧ ବୃତ୍ତଚିତ୍ର: ବାଂଲାଦେଶ ରିଭଲ୍ୟୁସନ, ଡେଟଲାଇନ ବାଂଲାଦେଶ
    ବିବାହ: ୧୯୬୫
    ସ୍ୱାମୀ: ସୋନି ମେହଟ୍ଟା
    ପୁଅ: ଆଦିତ୍ୟ ସିଂ ମେହଟ୍ଟା

  • ଦେବଶିଳ୍ପୀଙ୍କ ଆଗମନକୁ ନେଇ ଚଳଚଞ୍ଚଳ ବନ୍ଦର ନଗରୀ

    ଦେବଶିଳ୍ପୀଙ୍କ ଆଗମନକୁ ନେଇ ଚଳଚଞ୍ଚଳ ବନ୍ଦର ନଗରୀ

    ଦେବଶିଳ୍ପୀଙ୍କ ଆଗମନକୁ ନେଇ ସଜେଇ ହେଉଛି ବନ୍ଦର ନଗରୀ ପାରାଦୀପ । ୩ ବର୍ଷ ଧରି କୋଭିଡ କଟକଣା ପାଇଁ ବନ୍ଦ ରହିଥିଲା ବିଶ୍ବକର୍ମାଙ୍କ ପୂଜା। ଚଳିତ ବର୍ଷ ହେଉଛି ପୂଜା। ଏଥିପାଇଁ ପାରାଦୀପର ବିଭିନ୍ନ ସଂସ୍ଥା ତରଫରୁ ମୂର୍ତ୍ତି ନିର୍ମାଣ ସହ ତୋରଣ ସଜ୍ଜା କାମ ଜୋରସୋରରେ ଆଗେଇ ଚାଲିଛି। ବନ୍ଦର ନଗରୀ ପାରାଦୀପ ହୋଇଉଠିଛି ଚଳଚଞ୍ଚଳ । ବିଭିନ୍ନ ପର୍ବ ପର୍ବାଣୀ ମଧ୍ୟରେ ବନ୍ଦର ନଗରୀରେ ବିଶ୍ୱକର୍ମା ପୂଜାକୁ ଗଣପର୍ବ ଭାବରେ ପାଳନ କରାଯାଇଥାଏ । ଏଥିପାଇଁ ମଣ୍ଡପ ମଣ୍ଡପ ମଧ୍ୟରେ ଚାଲେ ପ୍ରତିଯୋଗିତା। ତେଣୁ ଓଡିଶା ତଥା ଓଡିଶା ବାହାରର ମୂର୍ତ୍ତି କାରିଗର ଓ ଟେଣ୍ଡ ବ୍ୟବସାୟୀଙ୍କୁ ମୋଟା ଅଙ୍କରେ ଆଣିଥାନ୍ତି ବିଭିନ୍ନ ସଂସ୍ଥା। ତେବେ ୩ ବର୍ଷ ବ୍ୟବଧାନରେ ବିଶ୍ବକର୍ମା ପୂଜା ହେଉଥିବାରୁ ଚଳିତ ବର୍ଷ ଲୋକଙ୍କ ଭିଡ ହେବା ନେଇ ଆଶାବାଦୀ ବିଭିନ୍ନ ସଂସ୍ଥାର କର୍ମକର୍ତ୍ତା।

    ଚଳିତବର୍ଷ ବିଶ୍ୱକର୍ମା ପୂଜା କୁ ନେଇ ମୂର୍ତ୍ତି କାରିଗର ହୁଅନ୍ତୁ ବା ତୋରଣ ନିର୍ମାଣ କରୁଥିବା ଟେଣ୍ଡ ହାଉସ କାରିଗର, ସମସ୍ତେ ବେଶ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି । ପାରାଦୀପ ବିଶ୍ୱକର୍ମା ପୂଜାରେ ଅର୍ଥକୁ ଗୁରୁତ୍ୱ ନ ଦେଇ କିଭଳି ଭଲ ମୂର୍ତ୍ତି ଗଢିବେ, ଭଲ ତୋରଣ ନିର୍ମାଣ କରି ପାରାଦୀପ ବିଶ୍ୱକର୍ମା ପୂଜାରେ ପୁରସ୍କୃତ ହେବେ ଏ ନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି ସମସ୍ତ।

    ତେବେ ୭ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ପୂଜା କୁ ନେଇ ବନ୍ଦର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପାଳିକା ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରାୟତଃ ବିଭିନ୍ନ ପୂଜାକମିଟି ତରଫରୁ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାବେଳେ ଜନଗହଳିକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ସଜାଗ ରହିଛି। ଚଳିତବର୍ଷର ବିଶ୍ୱକର୍ମା ପୂଜା ମହା ଆଡମ୍ବର ସହକାରେ ପାଳନ କରିବା ସହ ବାହାରୁ ଆସୁଥିବା ଲୋକଙ୍କ ସମୁଦ୍ର ସ୍ନାନ ପ୍ରତି ଅଧିକ ଧ୍ୟାନ ଦିଆଯାଇଥିବା ସୂଚନା ରହିଛି।

  • ଗୁହାଳ ଘରେ ନିଆଁ, ଗାଈ ଓ ବାଛୁରୀ ଜୀବନ୍ତ ଦଗ୍ଧ

    ଗୁହାଳ ଘରେ ନିଆଁ, ଗାଈ ଓ ବାଛୁରୀ ଜୀବନ୍ତ ଦଗ୍ଧ

    ଗୁହାଳ ଘରେ ନିଆଁ ଲାଗି ଗାଈ ଓ ବାଛୁରୀର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଂଚାୟତର ବଡ଼ତୋଟା ଛପାଲି ଗାଁରେ । ସୁଚନା ଅନୁୟାୟୀ ମଶା ଦାଉରୁ ଗୋରୁଙ୍କୁ ରକ୍ଷା କରିବା ପାଇଁ ଗୁହାଳ ଘରେ ଧୂଆଁ ଦେଇଥିଲେ କେଶବ,ଦୁର୍ଭାଗ୍ୟ ବଶତଃଏହି ଧୂଆଁ ରୁ ଅଗ୍ନିକାଣ୍ଡ ଘଟି ଗୁହାଳ ଘର ସଂପୁର୍ଣ ଜଳିଯାଇଥିଲା, ଗାଁ ଲୋକମାନେ ଗାଈ ଓ ବାଛୁରୀ କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବଞ୍ଚାଇ ପାରି ନ ଥିଲେ । ଖବର ପାଇଁ ମହାକାଳପଡ଼ା ଅଗ୍ନିଶମ ବାହିନୀ ନିଆଁ କୁ ଆୟତ କରିଥିଲେ କିନ୍ତୁ ସେତେବେଳକୁ ଗାଈ ଓ ବାଛୁରୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଯାହାକୁ ନେଇ ଗୋପାଳନ କରି ପରିବାର ପ୍ରତିପୋଷଣ କରୁଥିବା କେଶବ ଦୁଃଖ ରେ ଭାଂଗିପଡିଛନ୍ତି

  • ବାଇକ ପିକଅପ ମୁହାଁ-ମୁହିଁ, ଜଣେ ମୃତ

    ବାଇକ ପିକଅପ ମୁହାଁ-ମୁହିଁ, ଜଣେ ମୃତ

    ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଚିଟିଙ୍ଗ ଘାଟି ନିକଟସ୍ଥ ବୁଲାଣି ରାସ୍ତା ରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି। ବାଇକ ସହ ମେକ୍ସ ପିକ ଅପ ମୁହାଁ ମୁହିଁ ଧକ୍କା ହେବା ଫଳରେ ରେ ବାଇକ ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।

    ମୃତ ଯୁବକ ଜଣକ ହେଲେ ଆର.ଉଦୟଗିରି ଥାନା ଛେଳିଗଡ଼ ଗାଁର ଅନାଦି ନାୟକ (୩୫) l ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ । ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବିରେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି l

    ଫଳରେ ମୋହନା ଠାରୁ ପାରଳାଖେମୁଣ୍ଡି ଯାତାୟତ ଠପ ହୋଇଯାଇଛି l ଆଜି ମଧ୍ୟାହ୍ନ ରେ ଅନାଦି ନିଜ ଗାଁ ଛେଳିଗଡ ରୁ ଶଶୁର ଘର ପାଢ଼ୀଗାଁ କୁ ଯାଉଥିବା ବେଳେ ସାମାନା ପଟୁ ଚନ୍ଦ୍ରଗିରି ର ମେକ୍ସ ପିକ ଅପ ଭ୍ୟାନ ଧକ୍କା ଦେଇଥିଲା । ଦୁର୍ଘଟଣା ସ୍ଥଳରୁ ମେକ୍ସପିକଅପ ଫେରାର ହୋଇଥିବା ବେଳେ କ୍ଷତିପୂରଣ ଦାବି ରେ ରାସ୍ତା ଅବରୋଧ ଜାରି ରହିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l

  • ୩ ଦଫା ଦାବି ନେଇ ଶିକ୍ଷକଙ୍କ, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

    ୩ ଦଫା ଦାବି ନେଇ ଶିକ୍ଷକଙ୍କ, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

    ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନୂଆଗାଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଦଫା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଏହି ଆନ୍ଦୋଳନ ଦ୍ବାରା ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । କନିଷ୍ଠ ଶିକ୍ଷକଙ୍କୁ ୬ଟି ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା ସହ ରେଗୁଲାର, ପିଇଟି ଶିକ୍ଷକ ଓ ଏକ୍ସ କ୍ୟାଡରଙ୍କୁ ରେଗୁଲାର ଶିକ୍ଷକର ମାନ୍ୟତା ପ୍ରଦାନ, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ଆଦି ତିନୋଟି ଦାବି ରହିଛି । ଏଥିସହିତ ନୂତନ ପେନ୍‌ସନ ଉଚ୍ଛେଦ କରି ପୁରାତନ ପେନସନ୍ ବ୍ୟବସ୍ଥାର ପୁନଃ ପ୍ରଚଳନ କରିବା ନେଇ ମଧ୍ୟ ଦାବି କରାଯାଇଛି । ଫଳରେ ନୂଆଗାଁ ବ୍ଲକରେ ୧୩୪ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ସାଙ୍ଗକୁ ଅଭିଭାବକ ମହଲରେ ସରକାରଙ୍କ ପ୍ରତି ତୀବ୍ର ଅସନ୍ତୋଷ ଦେଖାଦେଇଛି ।

    ପ୍ରତିବାଦ ଯୋଗୁଁ ପିଲାଙ୍କ ପାଠ ପଢା ସହିତ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଥିବା ସୂଚନା ମିଳିଛି । ଏହି ଆନ୍ଦୋଳନରେ ୪ ଶହରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇଥିବା ହେତୁ ଉକ୍ତ ବିଦ୍ୟାଳୟ ଗୁଡିକରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା ।

  • ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୨ଗୁରୁତର

    ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୨ଗୁରୁତର

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ମହାବିଦ୍ୟାଳୟର ୩ ଛାତ୍ର ସ୍କୁଟିରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର। ଏଥିରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ କଟକ ବଡମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ସୂଚନା ମୁତାବକ, ଚାନ୍ଦବାଲି କଲେଜ +୨ ର ତିନିଜଣ ଛାତ୍ର ଗୋଟିଏ ସ୍କୁଟିରେ କଲେଜରୁ ଫେରୁଥିଲେ। କଲେଜ ରୋଡ଼ ଇନଡୋର ଷ୍ଟାଡିୟମ ନିକଟରେ ସ୍କୁଟି ଚଳାଉଥିବା ଚାଳକ ଛାତ୍ର ସ୍କୁଟି ଉପରୁ ଭାରସ୍ୟମ ହରାଇବାରୁ ସ୍କୁଟି ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ଖାଇଥିଲା। ଧକ୍କା ପରେ ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଛାତ୍ରମାନଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲ ଭର୍ତି କରିଥିଲେ। କିନ୍ତୁ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ଡାକ୍ତର ରେଫର କରିଦେଇଥିଲେ। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଛାତ୍ର ଜଣକ ସତ୍ୟବ୍ରତ ନାୟକ ହୋଇଥିବା ବେଳେ ଗୁରୁତର ଦୁଇଜଣ ହେଉଛନ୍ତି ବିଜୟ ପରିଡା ଓ ଲକି ଦାସ। ଛାତ୍ରଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

  • ଯାଜପୁର ରୋଡ ଧାମରା ରେଳପଥ ସଂଯୋଗ ପାଇଁ ଅର୍ଥ ମଞ୍ଜୁରୀ

    ଯାଜପୁର ରୋଡ ଧାମରା ରେଳପଥ ସଂଯୋଗ ପାଇଁ ଅର୍ଥ ମଞ୍ଜୁରୀ

    ଯାଜପୁର ରୋଡରୁ ଧାମରା ରେଳପଥ ସଂଯୋଗ ପାଇଁ କେନ୍ଦ୍ରର ଅର୍ଥ ମଞ୍ଜୁରୀ ଘୋଷଣା ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଏକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ବିରଜାକ୍ଷେତ୍ର ବିକାଶ ପରିଷଦ ପକ୍ଷରୁ ଏହି ଦୀପଦାନ କରାଯାଇଛି। ମା’ ବିରଜାଙ୍କ ନିକଟରେ ପରିଷଦର ଆବାହକ ତପନ ମହାରଣ୍ୟ ଶର୍ମାଙ୍କ ନେତୃତ୍ୱରେ ଏହି ଦୀପଦାନ କରାଯାଇଥିବା ବେଳେ ଏଥିରେ ପୂର୍ବତନ ସାଂସଦ ଅଞ୍ଚଳ ଦାସ, ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ନନ୍ଦଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ପ୍ରେସକ୍ଳବର ସଦସ୍ୟ ମାନେ ଉପସ୍ଥିତ ରହି ଆନନ୍ଦବ୍ୟକ୍ତ କରିଛନ୍ତି। ଏହି ଅବସରରେ କେନ୍ଦ୍ରକୁ ଧନ୍ୟବାଦ ଦେଇଛନ୍ତି ଦୀପଦାନରେ ଯୋଗଦେଇଥିବା ବ୍ୟକ୍ତିବିଶେଷ।

    ସେହିପରି ଯାଜପୁର ଶାନ୍ତିମଣ୍ଡପଠାରେ ଯାଜପୁର ରୋଡ଼ ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଏକ ବୈଠକର ଆୟୋଜନ କରାଯାଇ କେନ୍ଦ୍ରକୁ ଧନ୍ୟବାଦ ଦିଆଯାଇଛି। ଏହି ରେଳପଥ ନିର୍ମାଣ କରାଗଲେ ଓଡିଶାର ପ୍ରାଚୀନତମ ରାଜଧାନୀ ତଥା ଯାଜପୁର ଜିଲ୍ଲାର ସଦର ମହକୁମା ସହ ରେଳ ସଂଯୋଗ ହୋଇପାରିବ । ବ୍ୟାସ ସରୋବର, ବିରଜା କ୍ଷେତ୍ର, ଆରଡିର ଶୈବପୀଠ, ଧାମରାର ଧାମରାଇ ମନ୍ଦିର ଓ ଭିତର କନିକାର କୁମ୍ଭୀର ଅଭୟାରଣ୍ୟକୁ କେନ୍ଦ୍ରକରି ପର୍ଯ୍ୟଟନ ଶିଳ୍ପର ବିକାଶ ଘଟିବ । ତେବେ ରେଳପଥ ପାଇଁ ବଜେଟରେ ବ୍ୟବସ୍ଥା କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେବା ପର୍ଯ୍ୟନ୍ତ ସଂଗଠନ ତାର ସଂଗ୍ରାମ ଜାରି ରଖିବ ବୋଲି ଉପସ୍ଥିତ ଅତିଥିବୃନ୍ଦ ଦାବି ଜଣାଇଛନ୍ତି।

    ଏଥିସହ ଶୀଘ୍ର ସର୍ଭେ କାମ ସାରି ନିର୍ମାଣ ଆରମ୍ଭ କରିବା ପାଇଁ ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଦାବି କରାଯାଇଥିଲା। ଆସନ୍ତା ଅକ୍ଟୋବର ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଦିବସରେ ଅଭିଯାନକୁ ଆହୁରି ବ୍ୟାପକ ରୂପ ଦେବାପାଇଁ ଚୂଡାନ୍ତ ନିଷ୍ପତ୍ତି ହୋଇଛି।