Tag: #Suchana tv odia

  • ରାଜ୍ୟ ସରପଞ୍ଚ ମହାସଂଘର ଚରମ ନିଷ୍ପତ୍ତି, ବିଧାନସଭା ଆଗରେ ଅନିର୍ଦ୍ଦିଷ୍ଟ କାଳ ଧାରଣା

    ରାଜ୍ୟ ସରପଞ୍ଚ ମହାସଂଘର ଚରମ ନିଷ୍ପତ୍ତି, ବିଧାନସଭା ଆଗରେ ଅନିର୍ଦ୍ଦିଷ୍ଟ କାଳ ଧାରଣା

    କୌଣସି ସରପଞ୍ଚ ବ୍ଲକ୍‌ ଅଫିସ୍‌ ଓ ପଞ୍ଚାୟତ ଅଫିସ୍‌ ହେଉ କି ସରକାରୀ ଫାଇଲରେ ଦସ୍ତଖତ କରିବେନି କି ସାମିଲ ହେବେନି । ଏହି କଲମ ଛାଡ଼ ଆନ୍ଦୋଳନ ଡାକରା ଦେଇଛି ରାଜ୍ୟ ସରପଞ୍ଚ ମହାସଂଘ । ଏଥିସହ ବିଧାନସଭା ଆଗରେ ଅନିର୍ଦ୍ଦିଷ୍ଟ ସମୟ ଯାଏ ଆନ୍ଦୋଳନରେ ବସିବେ । ସରକାର ଏବେ ସୁଦ୍ଧା ସରପଞ୍ଚଙ୍କ ଦାବି ସମ୍ପର୍କରେ ନିଷ୍ପତ୍ତି ନେଇନଥିବାରୁ ସେମାନେ କାମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ପଞ୍ଚାୟତ ମହାସଂଘର ସଭାପତି ରୋମାଞ୍ଚ ସାହୁ ଏହି ସୂଚନା ଦେଇଛନ୍ତି । ସୋମବାର ସନ୍ଧ୍ୟାରେ ଅନଲାଇନ୍‌ ମାଧ୍ୟମରେ ହୋଇଥିବା ସରପଞ୍ଚଙ୍କ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତର ସବୁ କ୍ଷମତା ଫେରାଇବା ସହ ଆଉ ୧୫ଟି ଦାବି ପୂରଣ ପାଇଁ ସରପଞ୍ଚମାନେ ଗତ ୧୫ ତାରିଖରେ ରାଜଧାନୀରେ ଗର୍ଜନ କରିଥିଲେ । ଦାବି ପୂରଣ ନ କଲେ କାମ ବନ୍ଦ କରିବେ ବୋଲି ସରକାରଙ୍କୁ ଜଣାଇଥିଲେ । ସରପଞ୍ଚ ମହାସଂଘର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ବି ଦେଇଥିଲେ । ତଥାପି ସରକାର ଏ ଯାଏ ଦାବି ଉପରେ ପଦୁଟିଏ ମନ୍ତବ୍ୟ ଦେଲେନି । ଏଥିପାଇଁ ଆଉ ଅପେକ୍ଷା ନ କରି ଦାବି ପୂରଣ ପାଇଁ କଲମଛାଡ଼ ଆନ୍ଦୋଳନ ପାଇଁ ନିଷ୍ପତ୍ତି ହୋଇଛି ।

  • ଆଦିତ୍ୟ ଏଲ-୧ ପଠାଇଲା ବୈଜ୍ଞାନିକ ତଥ୍ୟ

    ଆଦିତ୍ୟ ଏଲ-୧ ପଠାଇଲା ବୈଜ୍ଞାନିକ ତଥ୍ୟ

    ସୂର୍ଯ୍ୟ ଅଭିଯାନ ପାଇଁ ମହାକାଶକୁ ପଠାଯାଇଥିବା ଆଦିତ୍ୟ ଏଲ-୧ ଇତିମଧ୍ୟରେ ବୈଜ୍ଞାନିକ ତଥ୍ୟ ପଠାଇବା ଆରମ୍ଭ କରିଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ କୁହାଯାଇଛି ।

    ଆଦିତ୍ୟ ଏଲ-୧ରେ ଖଞ୍ଜାଯାଇଥିବା ଯନ୍ତ୍ର ସ୍ପେକ୍ଟ୍ରୋମିଟର ସହାୟତାରେ ପୃଥିବୀପୃଷ୍ଠରୁ ୫୦ ହଜାର କିମି ଦୂରରୁ ସୁପ୍ରା ଥର୍ମାଲ ଏବଂ ଏନର୍ଜେଟିକ୍ ଆଇଅନ୍‌ସ ଏବହ ଇଲେକ୍ଟ୍ରନ୍‌ସ ମାପଚୁପ କରିଥିବା ଜଣାପଡିଛି ।

    ଏହି ତଥ୍ୟକୁ ଆଧାର କରି ଇସ୍ରୋ ବୈଜ୍ଞାନିକମାନେ ପୃଥିବୀ ଚାରିପଟେ ଥିବା ପାର୍ଟିକିଲ୍‌ସ ସମ୍ପର୍କରେ ଅଧିକ ସୂଚନା ହାସଲ କରିପାରିବେ ବୋଲି ଆଶା କରାଯାଉଛି ।

    ସେପ୍ଟେମ୍ବର ୨ରେ ଉତ୍‌କ୍ଷେପଣ କରାଯାଇଥିବା ଆଦିତ୍ୟ ଏଲ-୧ ବର୍ତ୍ତମାନ ପୃଥିବୀ କକ୍ଷପଥ ତ୍ୟାଗ କରି ସୂର୍ଯ୍ୟଙ୍କ ଆଡକୁ ଅଗ୍ରସର ହେବାରେ ଲାଗିଛି ।

    ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ଏହା ପୃଥିବୀଠାରୁ ୧୫ ଲକ୍ଷ କିମି ଦୂର ଏଲ-୧ ପଏଣ୍ଟରେ ପହଞ୍ଚିବ ବୋଲି ଯୋଜନା ପ୍ରସ୍ତୁତ କରାଯାଇଛି ।

  • ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ ଉପଲକ୍ଷେ ୭୩ ୟୁନିଟ୍ ରକ୍ତଦାନ

    ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ ଉପଲକ୍ଷେ ୭୩ ୟୁନିଟ୍ ରକ୍ତଦାନ

    ଗତକାଲି ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ତମ ଜନ୍ମ ଦିନ । ଏହି ଉପଲକ୍ଷେ ଆଜି ଅନୁଗୋଳ ବିଜେପି ପକ୍ଷରୁ ମୁନିସିପାଲିଟି ଟାଉନ ହଲ୍ ଠାରେ ବିଜେପି ତରଫରୁ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ୭୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

    ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ଵରେ ଏହା ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ବିଜେପି ନେତା ଦିଲୀପ ପ୍ରଧାନ, ବିଜେପି ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଭାରୀ ଯଯାତି ପଟ୍ଟନାୟକଙ୍କ ସମେତ ଭାରତୀୟ ଜନତା ପାର୍ଟିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

  • ଡ଼ିସିପିଙ୍କ ଦ୍ୱାରସ୍ତ ହେଲେ ଅନ୍ନାଥ ଗର୍ଭବତୀ ମହିଳା…

    ଡ଼ିସିପିଙ୍କ ଦ୍ୱାରସ୍ତ ହେଲେ ଅନ୍ନାଥ ଗର୍ଭବତୀ ମହିଳା…

    ପ୍ରେମଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିଲେ ଆଉ ବିବାହ କରିବେ କରିବେ କହି ଭୁଆଁ ବୁଲାଇ କୁଆଡେ ଉଭାନ ହୋଇଗଲେ ଧୋକାବାଜ ପ୍ରେମିକ I ଏବେ କେବଳ ଭାଗ୍ୟକୁ ଆଦରି ବାହୁନି ବାହୁନି କାନ୍ଦୁଛି ଗର୍ଭବତି ଅନ୍ନାଥ ଝିଅ I ଏମିତି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଗର୍ଭବତି ଅନ୍ନାଥ ଝିଅ ତାଙ୍କ ଧୋକାବାଜ ପ୍ରେମିକ ନାଁରେ I ତେବେ ବିବାହର ମିଥ୍ୟା ପ୍ରତିଶୃତିଦେଇ ପ୍ରେମ କଲେ ପରେ ଶାରୀରିକ ସମ୍ପର୍କରଖି ଗର୍ଭବତୀ ମଧ୍ୟ କରାଇଥିଲେ, ହେଲେ ୭ମାସ ଗର୍ଭପରେ ପ୍ରେମିକ ଛୁ I ହଁ ଆଜ୍ଞା ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖୋ ଦ ରାଜଧାନୀ ଉପକଣ୍ଟ ନୀଳାଦ୍ରି ବିହାର ହରେକୃଷ୍ଣ ନଗର ବସ୍ତିରେ ଅନାଥ ଝିଅଟିକୁ ଭଲପାଇ ଏକ ଭାଡାଘରେ ରହି ତାକୁ ପ୍ରେମଜାଲରେ ଫସାଇ ସଂସାର କରିବାର ଲୋଭଦେଖାଇ କହିଥିଲା ଆମେ ଦୁହେଁ ଖୁବ ଶୀଘ୍ର ବିବାହ କରିବା, କିନ୍ତୁ ଅନାଥ ଝିଅଟିକୁ ଗର୍ଭବତୀ କରି କୁଆଡେ ଫେରାର ହୋଇଯାଇଥିବା ପ୍ରେମିକ ସୀମାଞ୍ଚଳ ପ୍ରଧାନ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ପୂର୍ବରୁ ଏକ ମାସ ତଳେ ଲିଖିତ ଅଭିଯୋଗ କରିଥିଲେ I

    ତାଙ୍କୁ ଧୋକାଦେଇ ଠକି ଚାଲିଯାଇଥିବା ସୀମାଞ୍ଚଳ ପ୍ରଧାନକୁ ନ ପାଇ ନିରାଶ ହୋଇ ଦୁଃଖ ଭରା କଥାକୁ ସୂଚନାଟିଭି ଆଗରେ କହିଲାବେଳେ ଅନାଥ ଝିଅଟିର ଆଖି ଲୁହରେ ଛଳ ଛଳ ହୋଇଯାଇଥିଲା, ପୀଡିତାଙ୍କ ବାପାଙ୍କୁ ୧୦ ବର୍ଷ ତଳେ ଟିବିରୋଗରେ ମୃତ୍ୟୁ ହୋଇଥିବାବେଳେ ପରେ ମା କ୍ୟାନ୍ସର ରୋଗରେ ଆଖି ବୁଝିଥିଲେ I ତେବେ ସରକାର ମହିଳା ମାନଙ୍କପାଇଁ ଯୋଜନା ପରେ ଯୋଜନା କରିଥିବା ବେଳେ ଏଥିରୁ ବଂଚିତ ଅଛନ୍ତି ଅନ୍ନାଥ ଜେ. ଟିକି ପ୍ରଧାନ I ଅନାଥ ଝିଅ ସହ ଶାରିରୀକ ସମ୍ପର୍କ ରଖିଫେରାର ହୋଇଥିବା ରୋମିଓର ଟେର ପାଉନାହିଁ ଚନ୍ଦ୍ରଶେଖରପୁର ପୋଲିସ I ଏ ନେଇ ଲିଖିତ ଅଭିଯୋଗକୁ ଏକ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ଧୋକାବାଜ ପ୍ରେମିକ ସୀମାଞ୍ଚଳ ପ୍ରଧାନକୁ ଖୋଜି ପାଇବାରେ ବିଫଳତା ପଦାକୁ ଆସିଛି I

    ମା କୁ ସମ୍ମାନ ଗାଁ କୁ ସମ୍ମାନ କହୁଥିବାବେଳେ ଖୋଦ ରାଜଧାନୀରେ ଦେଖିବାକୁ ମିଳିଛି ଅନ୍ନାଥ ମହିଳା ନ୍ୟୟ ପାଇଁ ଥାନାର ଦ୍ୱରସ୍ତ ହୋଇ ମଧ୍ୟ କିଛି ଫଳପଦ ହୋଇନାହିଁ I ପ୍ରତି କ୍ଷେତ୍ରରେ ମହିଳାଙ୍କୁ S. H.G ଗୋଷ୍ଠି ମାଧ୍ୟମରେ ପ୍ରତି ୱାର୍ଡକୁ କାମ ସରକାରଙ୍କ ଯୋଜନାମାନ ଥାଇ ମଧ୍ୟ ଆଜି ନାରୀ ଅବହେଳାରେ ରହିବା କେତେଦୂର ଠିକ !

  • ଗଂଜାମ ରୁ ଟାଙ୍ଗୀ, ଲମ୍ବିଛି ଗଂଜେଇ ରାକେଟ

    ଗଂଜାମ ରୁ ଟାଙ୍ଗୀ, ଲମ୍ବିଛି ଗଂଜେଇ ରାକେଟ

    ଟାଙ୍ଗୀ ପୋଲିସ ଆଜି ୨୦ କେଜି ୧୦୦ ଗ୍ରାମ ଗଂଜେଇ ଜବତ କରିଛି ।‌ ସେମାନେ ବ୍ୟବହାର କରୁଥିବା ୨ ଟି ବାଇକ୍ କୁ ନିଜ ହେପାଜତକୁ ନେଇଛି । ସବ୍ ଇନ୍ସପେକ୍ଟର ସୁଜାତା ପଲେଇଙ୍କ ନେତୃତ୍ବରେ ଟାଂଗୀ ଥାନା ଅଧିନ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡେଶ୍ଵର ଛକ ନିକଟରେ ଯାନବାହାନ ଯାଂଚ କରୁଥିବାବେଳେ ଜଣେ ଗଂଜେଇ ବେପାରୀଙ୍କୁ କାବୁ କରିଥିଲା ପୋଲିସ ।

    ସୂଚନାନୁଯାୟୀ ଗଂଜାମ ଜିଲ୍ଲା ଆସ୍କା ଟାଉନଥାନା ଧୋବାବଦ୍ଧ ଆପାର୍ଟମେଣ୍ଟରେ ରହୁଥିବା କୃଷ୍ଣ ପ୍ରସାଦ ପ୍ରହରାଜ ବାଇକ୍ ଯୋଗେ ପଲିଥିନ ବ୍ୟାଗ ରେ ଏହି ଗଂଜେଇ ନେଉଥିଲେ । ସେ ଟାଂଗୀ ଥାନା ଅଧିନସ୍ଥ ସୁନ୍ଦରପୁର ଗ୍ରାମର ପ୍ରଫୁଲ୍ଲ ରାଉତଙ୍କୁ ଏହି ଗଂଜେଇ ଦେବାକୁ ଆଣିଥିଲେ, ଏବଂ ପରେ ସେ ନିଜ ଦୋଷ ସ୍ବୀକାର କରିଥିଲେ ।

    ଟାଂଗୀ ଥାନା ପୋଲିସ ପରେ ସୁନ୍ଦରପୁର ର ପ୍ରଫୁଲ୍ଲ ରାଉତ ଙ୍କୁ ମଧ୍ୟ ଗିରଫ କରି ସେମାନଙ୍କ ନାମରେ ଟାଂଗୀ ଥାନା ରେ କେସ୍ ନମ୍ବର ୬୩୫/୨୩ ରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି । ୨୦ କେଜି ୧୦୦ ଗ୍ରାମ ଗଂଜେଇ ଓ କଳା ରଙ୍ଗର ହିରୋହୁଣ୍ଡା, ବ୍ଳାକ୍ ହୋଣ୍ଡା ଆଚିଭର୍ ସହିତ ୧ ଲକ୍ଷ୍ୟ ୩୫ ହଜାର ଟଙ୍କା ଜବତ କରା ଯାଇଥିବା ଟାଂଗୀ ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

  • ତୁଳସୀପାଳରେ ମା’ ମହାପାଟଙ୍କ ବାର୍ଷିକୋତ୍ସବ ଅନୁଷ୍ଠିତ

    ତୁଳସୀପାଳରେ ମା’ ମହାପାଟଙ୍କ ବାର୍ଷିକୋତ୍ସବ ଅନୁଷ୍ଠିତ

    ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗ୍ରାମ ଫଟାକାଞ୍ଜିଆଠାରେ ଅଧିଷ୍ଠାତ୍ରୀ ଦେବୀ ମା’ ମହାପାଟଙ୍କ ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ଦିନ ମା’ଙ୍କ ବଡ଼ପୂଜାକୁ ଆନନ୍ଦଉଲ୍ଲାସର ସହ ପାଳନ କରାଯାଇଛି। ପ୍ରତ୍ୟୁଷରୁ ମାଙ୍କୁ ଛତି, ତରାଶ, ଢୋଲ, ନିଶାଣ, ଆତସବାଜୀ ଓ ଡିଜେ ସାଉଣ୍ଡ ସହ ଏକ ଶୋଭାଯାତ୍ରାରେ ମୁଖ୍ୟରାସ୍ତା ପରିକ୍ରମା କରି ଫଟାକାଞ୍ଜିଆ ଠାରେ ଥିବା ପୀଠସ୍ଥଳୀଙ୍କୁ ନେଇଥିଲେ। ସେଠାରେ ମାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏହି ପୀଠ ଓ ପୀଠେଶ୍ବରୀଙ୍କ ଉପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପ୍ରଗାଢ ବିଶ୍ବସ ରହିଛି। ମାଙ୍କ ନିକଟରେ ଯାହା ମାନସିକ କରାଯାଏ ତାହା ମା ପୂରଣ କରିଥାନ୍ତି ବୋଲି ଏଠାକୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁ କହିଥିଲେ।

    ବହୁ ସଂଖ୍ୟକ ମାନସିକଧାରୀ ମହିଳା ଓ ଶିଶୁ ଅଧିଆ ପଡିବା ସହ ମୁଣ୍ଡନ କରିଥିଲେ। ଏହି ସେଠାରେ ଏକ ମୀନା ବଜାର ମଧ୍ୟ ପଡିଥିଲା। ଆଖପାଖ ଲଙ୍ଗୁଳିଆବେଡା, ଗାଢ଼ରଖାଇ, କଙ୍କିନାଳୀ, ବନ୍ଦା ଓ ଝଜିରୀବାହାଳ ଗ୍ରାମରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା। ବନ୍ଦା ସମିତିସଭ୍ୟ ଦୁଷ୍ମନ୍ତ କୁମାର ଗଡ଼ନାୟକ ଓ ସହଯୋଗୀ ମଳୟ କୁମାର ଗଡ଼ନାୟକ ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରିଥିଲେ।

  • ପାନବରଜ ଚାଷୀ ଓ କିଆଫୁଲ ଚାଷୀଙ୍କ ପାଇଁ ଖୁସି ଖବର

    ପାନବରଜ ଚାଷୀ ଓ କିଆଫୁଲ ଚାଷୀଙ୍କ ପାଇଁ ଖୁସି ଖବର

    ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ ଗସ୍ତ ସମୟରେ ସ୍ଥାନୀୟ ପାନବରଜ ଚାଷୀ ଓ କିଆ ଫୁଲ ଚାଷୀ ମାନଙ୍କ ପକ୍ଷରୁ ବିଭିନ୍ନ ଅସୁବିଧା ସଂପର୍କରେ ଅନେକ ଆପତ୍ତି ଅଭିଯୋଗ ଆସିଥିଲା । ସେ ସବୁର ସମାଧାନ ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

    ବୈଠକର ନିଷ୍ପତ୍ତି ଅନୁଯାୟୀ ସବୁ ପାନ ଚାଷୀ ମାନଙ୍କୁ ରାଜ୍ୟ ଯୋଜନାର ସ୍ବତନ୍ତ୍ର ଫଳଭିତ୍ତିକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଅତି କମ୍‌ରେ ୨୦୦ ବର୍ଗମିଟର ପରିଧିର ପାନ ବରଜ ଥିବା ଚାଷୀ ମାନେ ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏଥିପାଇଁ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିବ ।

    ପାନ ବରଜ ଥିବା ଚାଷୀ ମାନଙ୍କୁ ଏହାର ପରିଚାଳନା ପାଇଁ ୟୁନିଟ ପିଚ୍ଛା ୨୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ। ଜଣେ ଚାଷୀକୁ ସର୍ବାଧିକ ଦୁଇଟି ୟୁନିଟ ପାଇଁ ସହାୟତା ମିଳିବ। ପାନ ଚାଷ ପାଇଁ କିଶାନ କ୍ରେଡିଟ କାର୍ଡ ଜରିଆରେ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ।

    ପାନ ପତ୍ର ବ୍ୟବସାୟରେ ଜି.ଏସ୍‌.ଟି ଲାଗୁ ସଂପର୍କରେ ଜିଏସଟି କମିଶନରଙ୍କୁ ଠାରୁ ସ୍ପଷ୍ଟୀକରଣ ମଗାଯିବା ସହିତ ଏହା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ପାନ ପତ୍ର ପ୍ରକ୍ରିୟାକରଣ ୟୁନିଟ ଗୁଡିକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସବ୍‌ସିଡି ଯୋଗାଇ ଦିଆଯିବ। ଏଥିପାଇଁ ଆପିକଲ୍‌ ପକ୍ଷରୁ ଏକ ଡି.ପି.ଆର ପ୍ରସ୍ତୁତ କରାଯିବ।

    ସେହିପରି ଗଞ୍ଜାମର କିଆଫୁଲ ଚାଷୀ ମାନଙ୍କୁ ମଧ୍ୟ ଜାତୀୟ ଉଦ୍ୟାନ କୃଷି ଅଧୀନରେ ପ୍ରୋତ୍ସାହନ ଦିଆଯିବ। ଉଦ୍ୟାନ କୃଷି ମିଶନର ସହାୟତା ସହିତ ରାଜ୍ୟ ବଜେଟରୁ କିଆଫୁଲ ଚାଷ ପାଇଁ ଅତିରିକ୍ତ ସହାୟତା ମଧ୍ୟ ଦିଆଯିବ। କିଆଫୁଲ ଚାଷ ସ୍ଥାନ ଗୁଡିକର ବୈଜ୍ଞାନିକ ପଦ୍ଧତିରେ ମ୍ୟାପିଂ କରାଯାଇ ଏହି ସହାୟତା ଦିଆଯିବ।

    ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗସ୍ତ ହୋଇଥିବା କିଆଫୁଲ ଫସଲ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ରିପୋର୍ଟ ଭିତ୍ତିରେ ସହାୟତା ଦିଆଯିବ। ଏଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଗଞ୍ଜାମ ଜିଲ୍ଲାପାଳ ମିଳିତ ଭାବେ ମୋଡାଲିଟି ପ୍ରସ୍ତୁତ କରିବେ । ଗଞ୍ଜାମ ଜିଲ୍ଲାରେ କିଆଫୁଲ ଚାଷକୁ ପ୍ରୋତ୍ସାହିତ କରିବାକୁ ବୈଷୟିକ ସହାୟତା ଯୋଗାଇ ଦେବା ପାଇଁ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ କିମ୍ବା ଅନ୍ୟ କୌଣସି ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ସହାୟତା ନିଆଯିବ ବୋଲି ନିଷ୍ପତ୍ତି ହୋଇଛି.

  • ୧୦ ମାସର ଝିଅର ବାପାକୁ ଖୋଜୁଛି ୧୬ ବର୍ଷୀୟା ମା’

    ୧୦ ମାସର ଝିଅର ବାପାକୁ ଖୋଜୁଛି ୧୬ ବର୍ଷୀୟା ମା’

    କଅଁଳ ବୟସରେ ପ୍ରେମରେ ପଡ଼ିଥିଲେ । ଆଉ ଆଗପଛ ନଭାବି ସବୁ କିଛି ପ୍ରେମିକକୁ ଦେଇଦେଲେ । କିନ୍ତୁ ଶେଷରେ ତାଙ୍କୁ ମିଳିଲା ଧୋକା ଓ ଅକଥନୀୟ ନିର୍ଯାତନା । ଆଉ ଏବେ ୧୦ ମାସର ଶୁଶୁକୁ ଧରି ନ୍ୟାୟ ମାଗୁଛି ୧୬ ବର୍ଷୀୟା ମା’ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅଞ୍ଚଳରେ । ଦଶମ ଶ୍ରେଣୀରେ ପଢୁଥିବା ଏହି ନାବାଳିକା ସହ ଏମିତି କିଛି ଘଟିଛି ଯାହା ନଶୁଣିଲେ ବିଶ୍ବାସ କରିହେବ ନାହିଁ । ଘଟଣା ଭିତରକୁ ଯିବା ପୂର୍ବରୁ ଥରେ ଶୁଣିନିଅନ୍ତୁ ପୀଡିତାଙ୍କ କଥା ।

    ଶୁଣିଲେ ତ ଜଣେ ୧୬ ବର୍ଷରେ ମାତୃତ୍ଵ ଲାଭ କରିଥିବା ନାବାଳିକା କଥା । ସୂଚନା ଅନୁଯାୟୀ, ଫୋନରେ କଥା ହେଉ ହେଉ ଗଢି ଉଠିଲା ପ୍ରେମ ସମ୍ପର୍କ, ସମ୍ପର୍କ ନିବିଡ଼ ହେଲା, ୟାଭିତରେ ପ୍ରେମିକା ସଙ୍ଗରେ ଶାରୀରିକ ସମ୍ପର୍କ ରଖିଲା ପ୍ରେମିକ, ନାବାଳିକା ଆଦିବାସୀ ଝିଅ କିଛି ବୁଝିବା ପୂର୍ବରୁ ହେଲା ଅନ୍ତସତ୍ୱା । ଏକଥା ପ୍ରେମିକକୁ କହିବା ପରେ ପୋଲିସ କେସ ଭୟରେ ନାବାଳିକା ଅନ୍ତସତ୍ୱା ପ୍ରେମିକାକୁ ଘରକୁ ନେଲା ପ୍ରେମିକ ଏବଂ ସେଟାରେ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଲା ନାବାଳିକା। ଏହା ପରେ ନିରୀହ ନାବାଳିକା ମା’ଟି ଉପରେ ପ୍ରେମିକ ଓ ତା ପରିବାରର ନିର୍ଯାତନା ଆରମ୍ଭ ହୋଇଗଲା। ଶେଷରେ ନିର୍ଯାତନା ଅସହ୍ୟ ହେବାରୁ କିଛି ଉପାୟ ନପାଇ ନିଜ ବାପ ଘରକୁ କଅଁଳ ଶିଶୁ କନ୍ୟାକୁ ଧରି ପଳାଇଆସିଲା । ଦଶମାସ ହେଲାଣି ବାପ ଘରେ ରହିବା ପରେ ମଧ୍ୟ ସ୍ତ୍ରୀ କୁ ଦେଖିବାକୁ ମଧ୍ୟ ଆସିଲା ନାହିଁ ଧୋକାବାଜ ପ୍ରେମିକ । ଏବେ, ଦଶ ମାସର ଶିଶୁ କନ୍ୟାକୁ ଧରି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛି ୧୬ ବର୍ଷୀୟା ନାବାଳିକା ।

  • ବାଲି ମାଫିଆଙ୍କ କବଜାରେ ନୟାଗଡ଼ ପୂର୍ତ୍ତ ବିଭାଗ ରାସ୍ତା, ନିଦାବିଷ୍ଣୁ ସାଜିଛନ୍ତି ପୁଲିସ,ପ୍ରଶାସନ

    ବାଲି ମାଫିଆଙ୍କ କବଜାରେ ନୟାଗଡ଼ ପୂର୍ତ୍ତ ବିଭାଗ ରାସ୍ତା, ନିଦାବିଷ୍ଣୁ ସାଜିଛନ୍ତି ପୁଲିସ,ପ୍ରଶାସନ

    ପୁଲିସ ଓ ପ୍ରଶାସନର ଛତ୍ରଛାୟାରେ ନୟାଗଡ଼ରେ ଦିନକୁ ଦିନ ବଢିଚାଲିଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ | ସରକାରୀ ଗୃହ ନିର୍ମାଣଠାରୁ ଆରମ୍ଭକରି ଗ୍ରାମାଞ୍ଚଳରେ ଆବାସ ଗୃହ ନିର୍ମାଣ କାର୍ଯ୍ୟରେ ମହାନଦୀ ବାଲିର ଅଧିକ ଚାହିଦା ଥିବାରୁ ଏବଂ ନିର୍ମାଣକାର୍ଯ୍ୟ ପାଇଁ ଜିଲ୍ଲାକୁ ପ୍ରତି ଦିନ ଶହ ଶହ ଟ୍ରିପ ବାଲି ଆସୁଥିବାରୁ ବାଲି ମାଫିଆଙ୍କ ଚେର ଗାଁ ଠୁ ସହର ପର୍ଯ୍ୟନ୍ତ ଲମ୍ବିଛି | ମାଫିଆଙ୍କ ଦୌରାତ୍ମ ଏମିତି ବଢ଼ି ଯାଇଛି ଯେ ସେମାନେ ଆଇନ କାନୁନକୁ ନ ଡରି ବ୍ରିଜ ଓ ରାସ୍ତା ଉପରେ ଟ୍ରିପ ଟ୍ରିପ ବାଲି ରଖି ବେପାର କରୁଛନ୍ତି | ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆଗାଁ ତହସିଲ ଅନ୍ତର୍ଗତ ତୁଳସୀପୁର ମାଳିସାହି କଲେଜ ପୂର୍ତ୍ତ ବିଭାଗ ରାସ୍ତାର ଖଣ୍ଡୁଗାଁ ଡାହୁକା ନଦୀ ଉପରେ ପ୍ରବାହିତ ବିଜୁ ସେତୁ ଉପରେ | ସରକାର ସେତୁଟିକୁ ଜଣ ସାଧାରଣଙ୍କ ଗମନାଗମନ ପାଇଁ ନିର୍ମାଣ କରିଥିବେ ବେଳେ ଏହାକୁ କବ୍ଜା କରିଛନ୍ତି ବାଲି ମାଫିଆ |

    ଏହି ସେତୁ ଉପରେ ଦୈନିକ ଶହ ଶହ ଯାନବାହାନ ଚାଲୁଥିବାବେଳେ, ହଜାର ହଜାର ଲୋକ ଯାତାୟାତ କରନ୍ତି | ସରକାରଙ୍କୁ ରାଜସ୍ବ ଫାଙ୍କି ବ୍ରିଜ ଉପରେ ବେଆଇନ ଭାବରେ ବାଲି ଜମା କରି ବାଲି ମାଫିଆ ମାଲେ ମାଲ ହେଉଥିବା ବେଳେ, ରାତି ହେଲେ ଛୋଟ-ବଡ ଦୁର୍ଘଟଣାର ଶିକାର ହେଉଛନ୍ତି ପଥଚାରୀ | ଅନ୍ୟପଟେ, ବାଲି ମାଫିଆଙ୍କ ଗୁଣ୍ଡାଗିରି ପ୍ରତି ଆଖି ବୁଜିଦେଇ ସେମାନଙ୍କୁ ନିରବ ସମର୍ଥନ ଜଣାଉଛନ୍ତି ପୁଲିସ ଓ ପ୍ରଶାସନ | ନିଜ ପରିଚୟ ଗୋପନ ରଖିବାକୁ ଅନୁରୋଧ କରି, ପୁଲିସ-ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକା ବିଷୟରେ ଜଣେ ସ୍ଥାନୀୟ ଟ୍ରାକ୍ଟର ମାଲିକ କହିଛନ୍ତି ଯେ ସେମାନଙ୍କୁ ବାଲି ଉତ୍ତୋଳନ କରିବା ପାଇଁ ପାଇଁ ମାସିକ ୧୦ ରୁ ୧୨ ହଜାର ଟଙ୍କା ‘ଚାନ୍ଦା’ ଦେବାକୁ ପଡ଼େ; ଯେଉଁ ମାସରେ ଖିଲାପ ହୁଏ ତହସିଲ କର୍ତ୍ତୃପକ୍ଷ ଧରପଗଡ଼ କରନ୍ତି | ତେବେ ଦେଖିବାକୁ ଗଲେ କିଛି ମାସ ହେବ ନୂଆଗାଁ ତହସିଲ ପକ୍ଷରୁ କୌଣସି ଧରପଗଡ଼ ନଥିବା କାରଣରୁ ମାଫିଆ ମାନେ ବାଲି ବିକ୍ରି ପାଇଁ ଏବେ ରାସ୍ତା ଉପରକୁ ଉଠି ଆସିଛନ୍ତି | ଯାହା ନୂଆଗାଁ ତହସିଲ କର୍ତ୍ତୃପକ୍ଷଙ୍କ ଅସଲ ଚେହେରାକୁ ଏବେ ପଦାରେ ପକାଇଛି | ତେବେ ଏଠି ପ୍ରଶ୍ନ ଉଠୁଛି ସବୁ ଜାଣି ସମସ୍ତେ ନୀରବ କାହିଁକି ? ପୁଲିସ ଓ ନୂଆଗାଁ ତହସିଲ କର୍ତ୍ତୃପକ୍ଷ ଏଭଳି ବେଫିକର ଲୁଟକୁ ପ୍ରଶୟ ଦେଇ ରାଜସ୍ବ ହାନି କରିବା ବୁଦ୍ଧିଜୀବୀଙ୍କୁ ଚିନ୍ତିତ କରୁଛି | ତେବେ ଏହି ବେଧଡ଼କ ବାଲି ଚୋରା ଚାଲାଣ ରୋକାଯିବା ନିହାତି ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି | ଏଠାରେ ଉଲ୍ଲେଖଯୋଗ୍ୟ କି , ଏ ବିଷୟରେ ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକଙ୍କ ସହିତ ବହୁଥର ଯୋଗାଯୋଗ ପାଇଁ ଚେଷ୍ଟା କରି ନିରାଶ ହୋଇଛୁ ।

  • ଦୁଇ ଦୁର୍ବୃତ୍ତ ଟାଣିଦେଲେ ‘ଦୁପଟ୍ଟା’, ଅନ୍ୟ ଜଣକ ଚଢାଇଦେଲେ ବାଇକ

    ଦୁଇ ଦୁର୍ବୃତ୍ତ ଟାଣିଦେଲେ ‘ଦୁପଟ୍ଟା’, ଅନ୍ୟ ଜଣକ ଚଢାଇଦେଲେ ବାଇକ

    ଟାଣିଦେଲେ ‘ଦୁପଟ୍ଟା’, ଫଳରେ ସାଇକେଲ୍‌ରୁ ପଡ଼ିଗଲା ଝିଅ ପଛରୁ ଆସୁଥିବା ବାଇକ୍‌ ଚଢ଼ିଯିବାରୁ ତା’ର ମୃତ୍ୟୁ ଘଟିଥିବା କଥା ଶନିବାର
    ଦିନ ପୁଲିସ କହିଛି। ଆହତ ଝିଅଟିକୁ ତୁରନ୍ତ ଡାକ୍ତରଖାନାକୁ ନିଆ ଯାଇଥିଲା, କିନ୍ତୁ ତାକୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ କହିଥିଲେ। ଏଭଳି ଏକ ଦୁଃଖଦାୟକ ଘଟଣା ଉତ୍ତର ପ୍ରଦେଶର ଅମ୍ବେଦକର ନଗର‌ରେ ଘଟିଛି । ୧୭ ବର୍ଷୀୟ ଝିଅଟି ସାଇକେଲ୍‌ ଚଢ଼ି ସ୍କୁଲ୍‌ରୁ ଘରକୁ ଫେରୁଥିଲା। ଏହି ଘଟଣାର ଭିଡିଓ ‘ସିସିଟିଭି’ କ୍ୟାମେରାରେ ମଧ୍ୟ ଉତ୍ତୋଳିତ ହୋଇଛି। ସେଥିରୁ ସଂଗୃହୀତ ଫୁଟେଜ୍‌ରେ ଦିଶୁଛି, ୨ଜଣ ଲୋକ ‘ଦୁପଟ୍ଟା’ ଟାଣି ପକାଇବାରୁ ଝିଅଟି ସାଇକେଲ୍‌ ଉପରୁ ନିୟନ୍ତ୍ରଣ ହରାଇ ତଳେ ପଡ଼ିଯାଉଛି। ତା’ପରେ ସେ ଦୁଇ ଦୁର୍ବୃତ୍ତଙ୍କ ସାଥିରେ ଆସିଥିବା ଆଉ ଜଣେ ଦୁର୍ବୃତ୍ତ ଚଳାଉଥିବା ବାଇକ୍‌ ସେ ଝିଅ ଉପରେ ଚଢ଼ିଯାଉଛି।

    ସ୍ଥାନୀୟ ଥାନାରେ ଝିଅର ବାପା କରିଥିବା ଅଭିଯୋଗରେ ଉଲ୍ଲେଖ ଅଛି ଯେ, ଅପରାହ୍ଣ ପ୍ରାୟ ୩.୩୦‌ରେ ଝିଅ ଘରକୁ ଫେରୁଥିବା ବେଳେ ୩ ଜଣ ଲୋକ ବାଟରେ ତାକୁ ହଇରାଣ କରିଥିଲେ। ସେ ତଳେ ପଡ଼ିଯିବାରୁ ଫୈସଲ୍‌ ନାମରେ ଆଉ ଜଣେ ବ୍ୟକ୍ତି ତା’ ଉପରେ ମୋଟର୍‌ ସାଇକେଲ୍‌ ଚଢ଼ାଇ ଦେଲେ ବୋଲି ‘ଏଫ୍‌ଆଇଆର୍‌’ରେ ଝିଅର ବାପା କହିଛି। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ପଞ୍ଜିକରଣ କରାଯାଇ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରାଯାଇଛି।