Tag: #Suchana tv odia

  • ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା ବିଜେଡିରୁ ବହିଷ୍କୃତ

    ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା ବିଜେଡିରୁ ବହିଷ୍କୃତ

    ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କୁ ଗୁରୁବାର ବିଜେଡିରୁ ବହିଷ୍କୃତ କରାଯାଇଛି। ୨ ବିଧାୟକଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି। ଜନ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କୃତ କରାଯାଇଛି ବୋଲି ଜଣାପଡିଛି। ଏହାସହ ସୌମ୍ୟ ରଞ୍ଜନଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ରେ ମାମଲା ରୁଜୁ ହୋଇଛି। ଏହାସହ ବ୍ୟାଙ୍କ ସ୍କାମ ଅଭିଯୋଗ ମଧ୍ୟ ରହିଛି। ୨ ବିଧାୟକଙ୍କୁ ବହିଷ୍କାର କରିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ନିଜେ ବିଜେଡି ସୁପ୍ରିମୋ ସାମ୍ବାଦିକ ସମ୍ମିଳନୀ ଯୋଗେ ଜଣାଇଛନ୍ତି।

    ସୂଚନା ଯୋଗ୍ୟ, ସେପ୍ଟେମ୍ବର ୧୨ରେ ବିଜେଡି ଉପସଭାପତି ପଦରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବହିଷ୍କୃତ ହେବାର ଘୋଷଣା ନାମାରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତକୁ ନେଇ ସୌମ୍ୟ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ବିଜେଡି ସୁପ୍ରିମୋ ନିଜେ ୨ ବିଧାୟକଙ୍କ ବହିଷ୍କୃତ ବିଷୟରେ ସାମ୍ବଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି।

  • ବଢୁଛି କୂଟନୈତିକ ବିବାଦ, କାନାଡିୟମାନଙ୍କ ପାଇଁ ଭିସା ସେବାକୁ ସ୍ଥଗିତ ରଖିଲା ଭାରତ

    ବଢୁଛି କୂଟନୈତିକ ବିବାଦ, କାନାଡିୟମାନଙ୍କ ପାଇଁ ଭିସା ସେବାକୁ ସ୍ଥଗିତ ରଖିଲା ଭାରତ

    ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଆହୁରି ବଢ଼ିବାରେ ଲାଗିଛି | କୂଟନୈତିକ ବିବାଦ ମଧ୍ୟରେ କାନାଡାରେ ଭାରତୀୟ ଭିସା ସେବା ସ୍ଥଗିତ କରାଯାଇଛି । ବାସ୍ତବରେ, ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ସେତେବେଳେ ଉପୁଜିଲା ଯେତେବେଳେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖାଲିସ୍ତାନ ସମର୍ଥକ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟା ମାମଲାରେ ଭାରତକୁ ଅଭିଯୋଗ କରିଥିଲେ। ଯାହାକୁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଥିଲା।

    ବିଏଲ୍ଏସ୍ ଇଣ୍ଟରନ୍ୟାସନାଲ୍ – ଏକ ଅନଲାଇନ୍ ଭିସା ଆବେଦନ କେନ୍ଦ୍ର ଯାହା ଭାରତ ଏବଂ ଅନ୍ୟାନ୍ୟ ଦେଶରୁ ଆବେଦନଗୁଡିକ ପରିଚାଳନା କରେ, ଏହି ୱେବସାଇଟରେ ଏକ ବିଜ୍ଞପ୍ତିରେ ଏହି ବାର୍ତ୍ତା ପୋଷ୍ଟ କରିଛି: “କାର୍ଯ୍ୟକ୍ଷମ କାରଣ ପାଇଁ, ୨୧ ସେପ୍ଟେମ୍ବର ୨୦୨୩ ଠାରୁ, ଭାରତୀୟ ଭିସା ସେବା ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

    କାନାଡାରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତାଙ୍କ ହତ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ ବଢୁଥିବା କୂଟନୈତିକ ବିବାଦ ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଭିସା ସ୍ଥଗିତ ରଖିବା ଏହି ବିବାଦ ସହ ଜଡିତ କି ନୁହେଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଜୁନ୍ ମାସରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟମାନଙ୍କର ‘ସମ୍ଭାବ୍ୟ’ ସମ୍ପୃକ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଷ୍ଟିନ୍ ଟ୍ରୁଡୋ ଅଭିଯୋଗ କରିଛନ୍ତି।

    ଭାରତ ଏହି ଅଭିଯୋଗକୁ ‘ଅବୈଧ’ ଏବଂ ‘ପ୍ରେରଣାଦାୟକ’ ବୋଲି ପ୍ରତ୍ୟାଖ୍ୟାନ କରିଛି ଏହି ମାମଲାରେ କାନାଡାଦ୍ୱାରା ଜଣେ ଭାରତୀୟ ଅଧିକାରୀଙ୍କୁ ବହିଷ୍କାର କରିବା ଦ୍ୱାରା ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଛି । ଚଳିତ ମାସ ଦିଲ୍ଲୀରେ ହେଉଥିବା ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାନାଡିୟ ପ୍ରତିପକ୍ଷ ଜଷ୍ଟିନ ଟ୍ରୁଡୋଙ୍କ ସହ ଆଲୋଚନା ପରେ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ପୂର୍ବରୁ ତିକ୍ତ ହୋଇସାରିଥିଲା ।

    ଟ୍ରୁଡୋ କହିଛନ୍ତି ଯେ ତାଙ୍କ ଦେଶର ସୁରକ୍ଷା ଏଜେନ୍ସି ପାଖରେ ସୂଚନା ରହିଛି ଯେ “ଭାରତ ସରକାରଙ୍କ ଏଜେଣ୍ଟ” କାନାଡାର ନାଗରିକ ନିଜରଙ୍କୁ ହତ୍ୟା କରିଛନ୍ତି। ଯିଏ ଜଣେ କାନାଡାର ନାଗରିକ ଥିଲେ | ଜୁନ୍ ମାସରେ କାନାଡାର ବ୍ରିଟିଶ କଲମ୍ବିଆର ଏକ ଗୁରୁଦ୍ୱାର ବାହାରେ ୪୫ ବର୍ଷିୟ ନିଜାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

    ପଞ୍ଜାବର ଜଲନ୍ଧର ବାସିନ୍ଦା ନିଜର, ଖାଲିସ୍ତାନ ଟାଇଗର ଫୋର୍ସର ମୁଖ୍ୟ ଏବଂ ଭାରତର ୱାଣ୍ଟେଡ ଆତଙ୍କବାଦୀ ମଧ୍ୟରୁ ଜଣେ ଥିଲା । ତାଙ୍କୁ ଧରିବା କିମ୍ବା ତାକୁ ଗିରଫ କରିବା ପାଇଁ ସୂଚନା ଦେବା ପାଇଁ ୧୦ ଲକ୍ଷ ନଗଦ ପୁରସ୍କାର ରଖାଯାଇଥିଲା |

  • ଭୁବନେଶ୍ଵର ରାସ୍ତା କଡ଼ରେ ଯୁବକଙ୍କ ଶବ, ପୋଲିସ ଓ ପ୍ରତ୍ୟକ୍ଷଦର୍ଶୀଙ୍କ କଥାରେ ରହୁନି ତାଳମେଳ

    ଭୁବନେଶ୍ଵର ରାସ୍ତା କଡ଼ରେ ଯୁବକଙ୍କ ଶବ, ପୋଲିସ ଓ ପ୍ରତ୍ୟକ୍ଷଦର୍ଶୀଙ୍କ କଥାରେ ରହୁନି ତାଳମେଳ

    ଭୁବନେଶ୍ଵର ସ୍ଥିତ କଂଗ୍ରେସ ଭବନ ନିକଟସ୍ଥ ରାସ୍ତା କଡ଼ରୁ ଜଣେ ଯୁବକଙ୍କ ଶବ ମିଳିବା ଘଟଣାରେ ପୋଲିସ ଓ ପ୍ରତ୍ୟକ୍ଷଦର୍ଶୀଙ୍କ କଥାରେ ରହୁନି ତାଳମେଳ । ଗୋଟିଏ ପଟେ ପ୍ରତ୍ୟକ୍ଷଦର୍ଶୀ ଶବକୁ କେହି ଗାଡିରେ ଆଣି ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା କହୁଥିବା ବେଳେ ପୋଲିସ କହୁଛି ଯେ ଗାଡିରୁ କୌଣସି ମୃତଦେହ ଫୋପଡା ଯାଇନାହିଁ । ରାଜଧାନୀର ସବୁଠାରୁ ଜନଗହଳିପୂର୍ଣ୍ଣ ମାଷ୍ଟର କ୍ୟାଣ୍ଟିନଠାରୁ ଅଳ୍ପ ଦୂରରେ ଆଜି ଦିନ ପ୍ରାୟ ୧୦ଟା ୩୦ ସମୟରେ ଦେଖିବାକୁ ମିଳିଥିଲା ଅଜ୍ଞାତ ଯୁବକଙ୍କ ମୃତଦେହ। କଂଗ୍ରେସ ଭବନ ନିକଟସ୍ଥ ରାସ୍ତା କଡ଼ରେ ହଳଦିଆ ଟି-ସାର୍ଟ ଏବଂ କଳା ରଙ୍ଗର ଟ୍ରାକ୍ ପ୍ୟାଣ୍ଟ ପିନ୍ଧିଥିବା ଏହି ଯୁବକଙ୍କ ଶବ ଗୋଟିଏ ପାର୍ଶ୍ୱକୁ ମୁହଁମାଡି ପଡିଥିବା ଲକ୍ଷ୍ୟ କରାଯାଇଥିଲା । ଆନୁମାନିକ ୩୫ ବର୍ଷ ଏହି ଯୁବକଙ୍କ ଚପଲ ତାଙ୍କ ମୁହଁ ପାଖରେ ତଳମୁହାଁ ହୋଇ ପଡ଼ିଥିବାବେଳେ, ତାଙ୍କ ନାକରୁ ସାମାନ୍ଯ ରକ୍ତ ବାହାରିଥିବା ଲକ୍ଷ୍ୟ କରାଯାଇଥିଲା । ତେବେ ଯୁବକଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ଦେଖିବାକୁ ମିଳିନଥିଲା ।

    ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ନିକଟରେ ଏକ ବିଶ୍ବକର୍ମା ପୂଜା ମଣ୍ଡପରେ ଉପସ୍ଥିତ ଥିବା କିଛି ଲୋକଙ୍କ କହିବା ଅନୁସାରେ ଏକ ଧଳା ଜିପ ଆସି ସେହି ସ୍ଥାନରେ ଠିଆ ହୋଇଥିଲା ଯାହା ୨-୩ ମିନିଟ ପରେ ସେଠାରୁ ଚାଲିଯାଇଥିଲା । ଲୋକମାନେ ମଣ୍ଡପରୁ ବାହାରିବା ପରେ ଯୁବକଙ୍କ ଶବ ଦେଖିବାକୁ ପାଇଥିବା କଥା କହିଛନ୍ତି । ତେଣୁ, ଜିପରେ ବାହାରୁ ଶବ ଆଣି ସେଠାରେ ପକାଯାଇଛି ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି ।


    ଅନ୍ୟପଟେ, ପୋଲିସ କହୁଛି ଗାଡିରୁ ମୃତଦେହ ପଡିଥିବା କେହି ଦେଖି ନାହାନ୍ତି ଏବଂ ଯୁବକଙ୍କ ମୃତ୍ଯୁକୁ ନେଇ ଖୋଳତାଡ଼ କରାଯାଉଛି । କ୍ୟାପିଟାଲ ଥାନା ଆଇଆଇସି ପଦ୍ମନାଭ ପ୍ରଧାନଙ୍କ କହିବା ଅନୁସାରେ ଜଣେ ବ୍ୟକ୍ତି ଅଚେତ ହୋଇ ପଡିଥିବା ବିଷୟରେ ପୋଲିସକୁ ଖବର ମିଳିବା ପରେ ଘଟଣାସ୍ଥଳରେ ପୋଲିସ ଟିମ ପହଂଚି ଯୁବକଙ୍କୁ ହସ୍ପିଟାଲ ନେଇଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ତେବେ ଲୋକଙ୍କ ସନ୍ଦେହକୁ ନେଇ ଆଇଆଇସି କହିଛନ୍ତି କି ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରାଯିବ; ଯାହା ଫଳରେ ସେହି ସମୟରେ ସେହି ସ୍ଥାନ ଦେଇ ଯାଇଥିବା ସମସ୍ତ ଗାଡିର ବିଷୟରେ ତଥ୍ୟ ମିଳିପାରିବ।

    ତେବେ, ସ୍ପଷ୍ଟ ଦିବାଲୋକରେ ମାଷ୍ଟର କ୍ୟାଣ୍ଟିନ ଭଳି ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ, ଜଣେ ଯୁବକଙ୍କ ଶବ ଆଣି ପକାଇବାକୁ କିଏ ସାହସ କଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ରାଜଧାନୀ ଏବେ କେତେ ସୁରକ୍ଷିତ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

  • ନ୍ୟୁଜିଲ୍ୟାଣ୍ଡରେ ବୁଧବାର ଭୂକମ୍ପର ଝଟକା ଅନୁଭବ

    ନ୍ୟୁଜିଲ୍ୟାଣ୍ଡରେ ବୁଧବାର ଭୂକମ୍ପର ଝଟକା ଅନୁଭବ

    ଭୂକମ୍ପର ଝଟକା ବୁଧବାର ନ୍ୟୁଜିଲ୍ୟାଣ୍ଡରେ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୬ ରେକର୍ଡ କରାଯାଇଛି।

    ଭୂକମ୍ପରେ କାହାର କ୍ଷତି ହୋଇ ନଥିବା ନେଇ ସୂଚନା ମିଳିଛି। ଅନ୍ୟ କୌଣସି କ୍ଷୟକ୍ଷତି ମଧ୍ୟ ହୋଇନାହିଁ।

    ଖ୍ରୀଷ୍ଟଚର୍ଚର ପ୍ରାୟ ୧୨୪ କିଲୋମିଟର ପଶ୍ଚିମ କେନ୍ଦ୍ରୀୟ ଦକ୍ଷିଣ ଦ୍ୱୀପରେ ଏହି ଭୂକମ୍ପ ଅନୁଭବ ହୋଇଛି।

    ପ୍ରାୟ ୧୪,୦୦୦ ଲୋକେ ଭୂକମ୍ପ ଝଟକା ଅନୁଭବ କରିଛନ୍ତି।

  • କେରଳ: କୋଝିକୋଡ଼ରେ ରୂପ ପରିବର୍ତ୍ତନ କରିନାହିଁ ନିପା ଭାଇରସ, କମୁଛି ସଂକ୍ରମଣ

    କେରଳ: କୋଝିକୋଡ଼ରେ ରୂପ ପରିବର୍ତ୍ତନ କରିନାହିଁ ନିପା ଭାଇରସ, କମୁଛି ସଂକ୍ରମଣ

    ସୁଧୁରୁଛି କେରଳର କୋଝିକୋଡ଼ରେ ନିପା ରୋଗୀ ଚିହ୍ନଟ। ନୂତନ ପରୀକ୍ଷା ହୋଇଥିବା ୪୯ଟି ନମୁନା ନେଗେଟିଭ ବାହାରିଥିବା ଜଣାପଡିଛି। ଅନ୍ୟ ୩୬ଟି ନମୁନା ପରୀକ୍ଷଣର ଫଳାଫଳ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଅନ୍ୟପକ୍ଷରେ ୩ ଜଣ ନିପା ରୋଗୀଙ୍କ ଅବସ୍ଥା ସ୍ଥିର ଥିବା ବେଳେ ନଅ ବର୍ଷର ଶିଶୁର ଅବସ୍ଥା ସୁଧୁରିଛି। ଏହି ଜୀବାଣୁ ଏପର୍ଯ୍ୟନ୍ତ ତାର ରୂପ ପରିବର୍ତ୍ତନ କରିନାହିଁ । କିନ୍ତୁ, ଏ ବାବଦରେ ଅଧିକ ଅଧ୍ୟୟନ ଆବଶ୍ୟକ ରହିଛି ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ।

    ଅନ୍ୟପଟେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ଯେ କୋଝିକୋଡ଼ରେ ନିପା ଭାଇରସରୁ ସୃଷ୍ଟି ହୋଇଥିବା ସଙ୍କଟ ଏପର୍ଯ୍ୟନ୍ତ ଟଳି ନାହିଁ। ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି, ଭାଇରାଲ ସଂକ୍ରମଣ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ଏହାକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି।

    କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜଙ୍କ କହିବା ଅନୁସାରେ, ସେପ୍ଟେମ୍ବର ୧୫ ପରେ ଲ୍ୟାବ ପରୀକ୍ଷା ପାଇଁ ପଠାଯାଇଥିବା ୭୧ ଟି ନମୁନା ଏହି ଜୀବାଣୁ ପାଇଁ ନକାରାତ୍ମକ ଆସିଛି । କେରଳର କୋଝିକୋଡ଼ ଜିଲ୍ଲାର ନିପା ସଂକ୍ରମିତ ରୋଗୀଙ୍କ ଯୋଗାଯୋଗ ତାଲିକାରେ ଥିବା ଲୋକଙ୍କୁ ଅତି କମରେ ୨୧ ଦିନ ପାଇଁ ଅଲଗା ରଖିବାକୁ କୁହାଯାଇଛି । ସୋମବାର ଦିନ କୋଝିକୋଡ଼, ମାଲାପୁରାମ, କନ୍ନୁର, ୱାୟନାଡ, ଥ୍ରୀସୁର ଏବଂ ପାଲକ୍କଡ ଜିଲ୍ଲାର ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏହା କହିଛନ୍ତି ।

    ସଂକ୍ରମିତ ବ୍ୟକ୍ତିଙ୍କ ସହ ସମ୍ପର୍କ ଥିବା ଜଣାପଡିବା ପରେ କୋଜିକୋଡେ ବ୍ୟତୀତ ଅନ୍ୟାନ୍ୟ ଜିଲ୍ଲାରେ ୪୫ ଜଣ କ୍ୱାରେଣ୍ଟିନରେ ଅଛନ୍ତି। ଏହି ସ୍ଥାନଗୁଡିକରେ ଆଇସୋଲେସନ୍ ୱାର୍ଡ ଏବଂ ସ୍ୱତନ୍ତ୍ର ଆମ୍ବୁଲାନ୍ସ ପ୍ରସ୍ତୁତ କରାଯାଇଛି | ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିବା ସୂଚନା ମିଳିଛି ।

  • ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    କୁଜଙ୍ଗ ପଥୁରିଆ ଗଡା ନିକଟରେ ଓଲଟିଲା ବସ। ବସ ର ନାମ ରାଜନ । ଦୁଇ ବସ ମଧ୍ୟରେ ଓଭରଟେକ ସମୟରେ ଘଟିଛି ଘଟଣା। କିଛି ଯାତ୍ରୀ ଆହାତ ହୋଇଥିବା ବେଳେ କେହି ମୃତାହତ ହୋଇନଥିବା ସୂଚନା।

  • ପୁଣି ଦନ୍ତା ନେଲା ଆଉ ଏକ ଜୀବନ

    ପୁଣି ଦନ୍ତା ନେଲା ଆଉ ଏକ ଜୀବନ

    ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନୁଗୋଳ ବ୍ଲକ ବସଲା ଗ୍ରାମରେ ହାତୀ ଆକ୍ରମଣ ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ବସଲା ଗ୍ରାମର ଭାବଗ୍ରାହୀ ଜେନା (୫୬)। ଭାବଗ୍ରାହୀ ପାଖ ପଡିଆକୁ କୌଣସି କାର୍ଯ୍ୟ ନିମନ୍ତେ ଯାଇଥିବା ବେଳେ ହାତୀ ଆକ୍ରମଣର ଶୀକାର ହୋଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ଗ୍ରାମବାସୀ ଙ୍କ ଭିଡ଼ ଲାଗି ରହିଛି।

  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏନେଇ ମଙ୍ଗଳବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।

    ଉତ୍ତରପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତି ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨ ଦିନ ଯାଏଁ ଉତ୍ତର ଓଡିଶା ଦେଇ ଗତି କରିବା ସମ୍ଭାବନା ରହିଛି। ଉତ୍ତର ଓଡିଶା ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି।

  • ୨୪ ଘଣ୍ଟାରେ ୧୦ ଆକ୍ରାନ୍ତ ଚିହ୍ନଟ

    ୨୪ ଘଣ୍ଟାରେ ୧୦ ଆକ୍ରାନ୍ତ ଚିହ୍ନଟ

    ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୦ ଆକ୍ରାନ୍ତ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୯୩କୁ ବୃଦ୍ଧି ପାଇଛି । ପୂର୍ବରୁ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ମହଜୁଦ ଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଏହାସହ ଲୋକଙ୍କୁ ସଚେତନ କରାଯିବା ସହ ଟେଷ୍ଟିଂ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ହୋଇରହିଛନ୍ତି । ସେହିଭଳି ଜିଲ୍ଲପାଳଙ୍କ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାର ସମସ୍ତ ଏଏନଏମ , ପିଏସଚସି ଓ ସିଏଚସି ଏବଂ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ସ୍ଥିତିକୁ ନଜରରେ ରଖି ତ୍ୱରିତ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

  • ଯବାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ୫ ଗୁଳି ଚୋଟ ଖାଇଲା କେଣ୍ଟ

    ଯବାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ୫ ଗୁଳି ଚୋଟ ଖାଇଲା କେଣ୍ଟ

    କାହିଁ କେଉଁ କାଳରୁ ମଣିଷର ପ୍ରଥମ ବନ୍ଧୁ ହେଉଛି ଚତୁଷ୍ପଦ ଶ୍ଵାନ ବା କୁକୁର … ଶିକାରଠାରୁ ଆରମ୍ଭକରି ଘର ଜଗିବା ପର୍ଯ୍ୟନ୍ତ ସବୁ କାମକୁ ବେଶ ନିଷ୍ଠାର ସହ ପାଳନ କରି ଆସିଛି ସେ… ଏମିତିକି ତାର ପ୍ରିୟ ବନ୍ଧୁ ମଣିଷପାଇଁ ଜୀବନ ଦେବାକୁ ବି ପଛେଇନି…ତେବେ, ଏହିପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜାମ୍ମୁ-କାଶ୍ମୀରରେ… ନିଷ୍ଠୁର ଆତଙ୍କବାଦୀ ମାନଙ୍କ ଗୁଳିଚୋଟରୁ ଯବାନ ମାନଙ୍କୁ ରକ୍ଷା କରିବାକୁ ଯାଇ ସହିଦ ହୋଇଛି ଭାରତୀୟ ସେନାର ୬ ବର୍ଷୀୟ ତାଲିମପ୍ରାପ୍ତ ଲାବ୍ରାଡର କୁକୁର ‘କେଣ୍ଟ’ …

    ସେପ୍ଟେମ୍ବର ୧୨, ୨୦୨୩…
    ରାଜୋରୀର ନର୍ଲା ଜଙ୍ଗଲରେ ଭାରତୀୟ ସେନାର କମ୍ବିଂ ଅପେରସନ…
    ଲକ୍ଷ୍ୟ… ପଳାତକ ହତ୍ୟାକାରୀ ଆତଙ୍କବାଦୀଙ୍କ ସଂହାର…

    ନିକଟରେ ଜାମ୍ମୁ-କାଶ୍ମୀରର ରାଜୋରୀ ଠାରେ ହୋଇଥିବା ଆତଙ୍କବାଦୀ ବିରୋଧୀ ଅଭିଯାନରେ ସାମିଲ ହୋଇଥିଲା ୨୧ ଆର୍ମି ଡଗ ୟୁନିଟର ଲାବ୍ରାଡର ‘କେଣ୍ଟ’… ତା’ର ପ୍ରବଳ ଘ୍ରାଣଶକ୍ତି ଯୋଗୁ ଗୁଳିଗୋଳା ତଥା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଖୋଜି ବାହାର କରିବା କାମରେ ସେନା ବାହିନୀକୁ ସାହାଯ୍ୟ କରୁଥିଲା କେଣ୍ଟ… ପ୍ରଚଣ୍ଡ ପରାକ୍ରମୀ ଭାରତୀୟ ସେନା ବାହିନୀର ପାଲଟା ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇ ନର୍ଲାର ଘନ ଜଙ୍ଗଲରେ ଆତ୍ମଗୋପନ କରିଥିବା ଆତଙ୍କବାଦୀ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇ ପାକିସ୍ତାନ ଫେରିଯିବାକୁ ଉଦ୍ୟମ କରୁଥିଲେ… ପ୍ରତିକୂଳ ପରିସ୍ଥିତି ଆଉ ଘଂଚ ଜଙ୍ଗଲଘେରା ପାହାଡ଼ ଅତିକ୍ରମ କରି ଖସିଯିବା ସେମାନଙ୍କ ପାଇଁ ଏତେ ସହଜ ନ ଥିଲା କିନ୍ତୁ ଜଙ୍ଗଲ ବଜିଟରେ ଆତ୍ମଗୋପନ କରିବା ପାଇଁ ପର୍ଯ୍ୟାପ୍ତ ଗୁମ୍ଫା ତଥା ବଡ ବଡ ଗଛର ଅଭାବ ନ ଥିଲା… ଏହାର ସୁଯୋଗ ନେଇ ଘଂଚ ଜଙ୍ଗଲରେ ଆତ୍ମଗୋପନ କରି ସେନା ବାହିଁନିର ଯବାନ ମାନଙ୍କ ଉପରେ ଗୁଳି ଚଳାଇବାକୁ ପଛାଉ ନ ଥିଲେ ଆତଙ୍କବାଦୀ… ବିଳମ୍ବିତ ହେଉଥିଲା କୁମ୍ବୀଙ୍ଗ ଅପରେସନ … ମନ୍ଥର ହେଉଥିଲା ଆତଙ୍କବାଦୀ ନିପାତ ଅଭିଯାନ…

    ହେଲେ, ଛାଡିବାର ପତ୍ର ନ ଥିଲେ ଯବାନଗଣ… ଡ୍ରୋନ୍ ବ୍ୟବହାର କରି ପଳାତକ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିଥିଲେ ସେନା ବାହିନୀ. ଆଉ ଆତଙ୍କବାଦୀଙ୍କୁ ଲୁଚିବା ସ୍ଥାନରୁ ଖୋଜି ବାହାର କରିବା ପାଇଁ ସେନା ନେଇଥିଲା କେଣ୍ଟର ସାହାଯ୍ୟ…ସନ୍ଧାନ କାର୍ଯ୍ୟରେ ମାହିର ତୁରନ୍ତ ଆତଙ୍କବାଦୀ ଲୁଚିଥିବା ସ୍ଥାନ ଅଭିମୁଖେ ବାହାରିପଡିଥିଲା ଆଉ ଠିକ ସେତିକିବେଳେ ସେନା ବାହିନୀର ଯବାନଙ୍କ ଉପରେ ଗୁଳିବର୍ଷ କରିଥିଲେ ଆତଙ୍କବାଦୀ… ଆତଙ୍କବାଦୀଙ୍କ ଗୁଳି ଚୋଟରେ ଟଳିପଡିଥିଲା କେଣ୍ଟ ହେଲେ ଇଂଚେ ବି ପଛକୁ ଘୁଂଚି ନ ଥିଲା…କେଣ୍ଟ ତଥା ନିଜ ସାଥୀମାନଙ୍କ ମୃତ୍ୟୁର ପ୍ରତିଶୋଧ ନେଇ ଆତ୍ମଗୋପନ କରିଥିବା ତିନି ହତ୍ୟାକାରୀ ଆତଙ୍କବାଦୀଙ୍କୁ ୭୨ ପରୀଙ୍କ ପାଖକୁ ପଠାଇଦେଇଥିଲେ ଯବାନ ଆଉ ସମ୍ପୂର୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରିଥିଲେ ପ୍ରିୟ ବନ୍ଧୁ ‘କେଣ୍ଟ’ର ଶେଷକୃତ୍ୟ…ଆଜି କେଣ୍ଟ ଆଉ ନାହିଁ କିନ୍ତୁ ଚିରକାଳ ପାଇଁ ଶୌର୍ଯ୍ୟ, ସାହସ, ସେବା, ବନ୍ଧୁତ୍ୱ, ତଥା କର୍ତ୍ତବ୍ୟନିଷ୍ଠାର ଅମର ଗାଥା ଛାଡ଼ିଯାଇଛି …