Tag: #Suchana tv odia

  • ଭିଜିଲାନ୍ସରେ ଧରା ପଡ଼ିଲେ କଟକ ଖଣି ଉପନିର୍ଦ୍ଦେଶକ,₹4 କୋଟି ଜବତ

    ଭିଜିଲାନ୍ସରେ ଧରା ପଡ଼ିଲେ କଟକ ଖଣି ଉପନିର୍ଦ୍ଦେଶକ,₹4 କୋଟି ଜବତ

    ଭିଜିଲାନ୍ସ ହାତରେ ଧରା ପଡିଲେ ଖଣି ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ହୋଇଛି ବାବୁଙ୍କ ପର୍ଦ୍ଦାଫାଶ। ଟଙ୍କାର ପାହାଡ଼ କରିକି ବି ବାବୁଙ୍କର ଛାଡି ନଥିଲା ଲୋଭ। ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ । କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି । ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ବ୍ୟବସାୟୀଙ୍କଠାରୁ ମଙ୍ଗଳବାର ରାତିରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ଆଜି ଦେବବ୍ରତ ମହାନ୍ତିଙ୍କ ୩ଟି ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଛି । ତଢାଉ ସମୟରେ ତାଙ୍କ ଘରୁ ନଗଦ 4 କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ସୂଚନା ଅନୁଯାୟୀ, କୋଇଲା ଡିପୋ ଭଲରେ ଚାଲିବା ତଥା ପରିବହନ ପାଇଁ ଅନୁମତି ଦେବା ପ୍ରତିଶ୍ରୁତି ଦେଇ ଖଣି ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଲାଞ୍ଚ ନେଉଥିଲେ । ଆଉ ଚୋର ଘର ସବୁବେଳେ ଅନ୍ଧାର ନଥିବା ଭଳି ଧରା ପଡ଼ିଯାଇଥିଲେ । ପରେ ଭୁବନେଶ୍ୱର ଭିଜିଲାନ୍ସ ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏ ନେଇ ଦେବବ୍ରତଙ୍କୁ ଅଧିକ ପଚରାଉଚରା ଜାରି ରହିଛି ।

    ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ଅର୍ଥାତ ବୁଧବାର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଭୁବନେଶ୍ୱର ଶ୍ରୀବିହାର ନେଚର୍ସ ଆପର୍ଟମେଣ୍ଟ ଫ୍ଲାଟ ନଂ-302 ସ୍ଥିତ ବାସଭବନରେ ତଢାଉ କରାଯାଇ 4 କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ଇତିହାସରେ ଏହା ସର୍ବାଧିକ ଟଙ୍କା ଜବତ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଏହି ଟଙ୍କା ଏକ ଟ୍ରଲି ବ୍ୟାଗରେ ଏବଂ ଆଲମିରାରେ ଲୁଚାଇ ରଖାଯାଇଥିଲା । ଭିଜିଲାନ୍ସ ଟିମ ଟଙ୍କା ଗଣି ଗଣି ନୟାନ୍ତ ହେଲେଣି। ଏହା ବ୍ୟତୀତ ମହାନ୍ତିଙ୍କ ଅଫିସ ଡ୍ରୟାରରୁ ଏକ ଲକ୍ଷ 20 ହଜାର ଟଙ୍କା ଜବତ କରାଯାଇଛି । ଏଥିସହିତ ତାଙ୍କ ପୈତୃକ ଘର ଭଦ୍ରକ ମଠସାହିସ୍ଥିତ ଘର, କଟକ ଅଫିସରେ ଚଢାଉ ଚାଲିଛି ।

    ଏସବୁ ବ୍ୟତୀତ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଭୁବନେଶ୍ପର ପାହାଳ ନିକଟରେ 2400 ବର୍ଗଫୁଟର ଏକ ଦୁଇ ମହଲା କୋଠା, 130 ଗ୍ରାମର ସୁନା ଭିଜିଲାନ୍ସ ଠାବ କରିଛି । ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଏବେ ସୁଦ୍ଧା ଚଢାଉ ଜାରି ରହିଛି । ତେବେ ଚଢାଉ ପରେ ତାଙ୍କର ସମସ୍ତ ସମ୍ପତ୍ତିର ଆକଳନ କରାଯିବ । ଆଉ ତାହା କେତେ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି।

  • ପାରାଦ୍ଵୀପ ବଡ଼ପଡ଼ିଆ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ: ୭୦ରୁ ଅଧିକ ଦୋକାନ ଭସ୍ମ, କ୍ଷତିଗ୍ରସ୍ତଙ୍କୁ ଭେଟିଲେ ବାପି ସାର୍ଖେଲ

    ଘଟୁଛି ଦୁର୍ଘଟଣା ତୁନି ସମସ୍ଯା। ଏହି ଦୁର୍ଘଟଣା ଏମିତି ଭାବରେ ଘଟିଚାଲିଛି ଯାହା ସାଧାରଣ ଲୋକଙ୍କ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ଆସନ୍ତା କାଲି ରାଜଧାନୀ ସୁପରମାର୍ଟ ରେ ଘଟିଥିବା ଅଗ୍ନିକାଣ୍ଡର ଭୟ ଲୋକଙ୍କ ମନରୁ ନ ଲିଭୁଣୁ, ପୁଣି ଏକ ଘଟଣା ପାରାଦ୍ଵୀପର ବଡ଼ପଡ଼ିଆ ପରିବା ମାର୍କେଟରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ସମ୍ପୂର୍ଣ୍ଣ ଅଞ୍ଚଳକୁ ଶୋକାକୁଳ କରିଦେଇଛି। ଅଗ୍ନିକାଣ୍ଡ ଘଟି ୭୦ ରୁ ଉର୍ଦ୍ଧ୍ୱ ଦୋକାନ ପୋଡ଼ି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେବା ଘଟଣା।


    କ୍ଷତିଗ୍ରସ୍ତ ପରିବା ବ୍ୟବସାୟୀ ଙ୍କୁ ଭେଟିଲେ ବିଜେଡି ନେତା ବାପି ସାର୍ଖେଲ। ସ୍ଥାନୀୟ ପାରିଷଦ ଓ ଦଳୀୟ କର୍ମୀମାନଙ୍କ ସହିତ ପରିବା ବ୍ୟବସାୟୀ ମାନଙ୍କୁ ଭେଟି ଆଲୋଚନା କରିବା ସହିତ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଛନ୍ତି। ଦୀର୍ଘ ୪୦ ବର୍ଷ ହେଲା ସେମାନେ ଏଠାରେ ଜରି ପାଲ ବାନ୍ଧି ବ୍ୟବସାୟ କରୁଛନ୍ତି। ବର୍ଷା ଦିନେ ବ୍ୟବସାୟୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ଦର ର ଏହି ଜଗା ଟି ଛୋଟ ହେଉଛି ତେଣୁ ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ଙ୍କ ସହିତ ଆଲୋଚନା କରି ଏଠାରେ ବାଲି ପକାଇ ଭେଣ୍ଡିଂ ଜୋନ୍ ତିଆରି କରାଇବା ପାଇଁ ବ୍ୟବସ୍ଥା କରିବା ପାଇଁ ବ୍ୟବସାୟୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବାପି ସର୍ଖେଲ। ଯାହାଦ୍ବା ପରିବା ବ୍ୟବସାୟୀ ମାନଙ୍କର ଦିର୍ଘ ଦିନର ସମସ୍ୟା ସମାଧାନ ହେବା ସହିତ ଉଠା ଦୋକାନୀ ମାନେ ମଧ୍ୟ ବ୍ୟବସାୟ କରିବାରେ ସୁବିଧା ହେବ ବୋଲି ସିଏ ପ୍ରକାଶ କରିଛନ୍ତି।

  • ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ଧାର୍ମିକ ପାଠକୁ ନେଇ ଉତ୍ତେଜନା

    ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ଧାର୍ମିକ ପାଠକୁ ନେଇ ଉତ୍ତେଜନା

    ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଧାର୍ମିକ ପାଠକୁ ନେଇ ଦୁଇ ଦଳ ଛାତ୍ରଙ୍କ ମଧ୍ୟରେ ତିବ୍ର ବିବାଦ ସୃଷ୍ଟି ହୋଇଥିବାରୁ ଉତ୍ତେଜନା ଚରମସୀମାକୁ ପହଞ୍ଚିଛି। ଗତକାଲି ନମାଜ ପାଠକୁ ନେଇ ବିରୋଧ ପ୍ରଦର୍ଶନ ହେବା ପରେ, ଆଜି ହନୁମାନ ଚାଳିଶା ପାଠକୁ ନେଇ ଅବସ୍ଥା ଆହୁରି ଗୁରୁତର ହୋଇଯାଇଛି।

    ସକାଳଠୁ ଅନେକ ଛାତ୍ର ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ଏକାଠି ହୋଇ ନାରାବାଜୀ କରୁଛନ୍ତି। ଅବସ୍ଥା ଅନିୟନ୍ତ୍ରିତ ହୋଇପାରେ ବୋଲି ପୁଲିସ ମୁତୟନ କରାଯାଇଛି। ଅନେକ ପ୍ରଦର୍ଶନକାରୀ ଛାତ୍ରଙ୍କୁ ବଳପୂର୍ବକ ହଟାଇ ଅଟକ ରଖାଯାଇଛି। ଲାଲ ବରାଦାରୀ ଅଞ୍ଚଳରେ ନମାଜ ପାଠ କରିଥିବା 13 ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ ପ୍ରଶାସନର ତରଫରୁ ନୋଟିସ ଜାରି ହୋଇଛି। ଶାନ୍ତି ଭଙ୍ଗର ଅଭିଯୋଗରେ ପ୍ରତ୍ୟେକଙ୍କ ଉପରେ 50,000 ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇଛି।

    ବିକ୍ଷୋଭକାରୀ ଛାତ୍ରମାନେ ଦାବି କରୁଛନ୍ତି ଯେ, ମସଜିଦ ପ୍ରବେଶ ଦ୍ୱାରକୁ ଜାଣିଶୁଣି ବନ୍ଦ କରାଯାଇଛି, ଯାହା ସେମାନଙ୍କ ଧାର୍ମିକ ସ୍ୱାଧୀନତାକୁ ଠେସ ପହଞ୍ଚାଉଛି। ଅନ୍ୟପଟେ, ବିଶ୍ୱବିଦ୍ୟାଳୟ ପ୍ରଶାସନ ଓ ପୁଲିସର ପକ୍ଷରେ କୁହାଯାଇଛି ଯେ ,ଏହି ସ୍ଥାନରେ ନିର୍ମାଣ କାମ ଚାଲିଥିବାରୁ ସୁରକ୍ଷା ଦୃଷ୍ଟିରୁ ବ୍ୟାରିକେଡ୍ ଲଗାଯାଇଛି। ସୋମବାର ସକାଳେ ନମାଜ ପାଠକୁ ନେଇ ହିନ୍ଦୁ ଓ ମୁସଲିମ ଛାତ୍ର ଦଳ ମଧ୍ୟରେ ତୀବ୍ର ବିବାଦ ହୋଇଥିଲା | ତାହା ପରେ କ୍ୟାମ୍ପସ ରଣକ୍ଷେତ୍ର ପରିଣତ ହୋଇଥିଲା। ଗୋଟିଏ ପଟେ “ଜୟ ଶ୍ରୀ ରାମ” ନାରାବାଜୀ ଚାଲିଥିବାବେଳେ , ଅନ୍ୟପଟେ ବିରୋଧ ପ୍ରତିବାଦ ପରିସ୍ଥିତି ବେଶ ତୀବ୍ର ହୋଇଥିଲା।

  • ଭୁବନେଶ୍ୱରରେ ପ୍ରଥମ ବର୍ଷା, ପାଣିପାଗ ବିଭାଗ ପକ୍ଷରୁ ‘ୟେଲୋ ଆଲର୍ଟ’ ଜାରି

    ଭୁବନେଶ୍ୱରରେ ପ୍ରଥମ ବର୍ଷା, ପାଣିପାଗ ବିଭାଗ ପକ୍ଷରୁ ‘ୟେଲୋ ଆଲର୍ଟ’ ଜାରି

    ଚଳିତ ବର୍ଷର ପ୍ରଥମ ବର୍ଷାକୁ ନେଇ ଭୁବନେଶ୍ୱର ପାଇଁ ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ମଧ୍ୟମ ଧାରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ଥିବାରୁ ସମସ୍ତିଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି |

    ଖୋର୍ଦ୍ଧା, କଟକ,ପୁରୀ,ଜଗତସିଂହପୁର,ମୟୂରଭଞ୍ଜ,କେନ୍ଦୁଝର,ଗଞ୍ଜାମ,ଗଜପତି, ରାୟଗଡ଼ାକେନ୍ଦ୍ରାପଡ଼ା ଏହି ଜିଲ୍ଲାଗୁଡ଼ିକ ପାଇଁ ମଧ୍ୟ ୩ ଘଣ୍ଟାର ‘ୟେଲୋ ଆଲର୍ଟ’ ଜାରିକରାଯାଇଛି | ଏହି ଅଞ୍ଚଳଗୁଡ଼ିକରେ ବିଜୁଳି ସହିତ ଅଲ୍ପ ରୁ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ ରହିଛି।

    ବରଗଡ଼ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷାର ପ୍ରଭାବ ଦେଖାଯାଉଛି । ବିଗତ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ହୋଇଥିବା କୁଆ ବର୍ଷା ଏବଂ ଝଡ଼-ତୋଫାନ ଫଳରେ ଚାଷୀମାନେ ଚିନ୍ତିତ। ବରପାଲି ବ୍ଲକର କୁମ୍ଭାରି, ବାଦପାଲି, ଲାଉଁନସରା, ତୁମଗାଁ ଅଞ୍ଚଳରେ ଆଳୁ ଘୁଣ୍ଡି ଧରି ହୋଇ ଥିବା ବର୍ଷା ସହ ତୀବ୍ର କୁଆପଥର ପଡ଼ିଛି। ଏହାର ଫଳରେ ଅନେକ ପରିବା ଚାଷରେ ଅଳ୍ପ କିମ୍ବା ବ୍ୟାପକ କ୍ଷୟକ୍ଷତି ହୋଇଥିବା ଚିତ୍ର ମିଳିଛି। କୁଆପଥର ଘାତରେ ଅମଳ ଗଛ ଭାଙ୍ଗି ପଡ଼ିବା, ପତ୍ର ଛିଣ୍ଡିଯିବା, ଏବଂ ଗଛର ଶୀର୍ଷ ଅଂଶ ନଷ୍ଟ ହେବା ପର୍ଯ୍ୟନ୍ତ ପ୍ରଭାବ ଦେଖାଦେଇଛି।ଯଦିଓ ବ୍ୟାପକ ଫସଲ କ୍ଷତିର ବିସ୍ତୃତ ଖୋଜ ଚାଳୁ ଅଛି, କୃଷକମାନଙ୍କ ଆଶଙ୍କା ଫସଲର ଉତ୍ପାଦନ ବହୁଳ ମାତ୍ରାରେ ହ୍ରାସ ପାଇପାରେ।

  • କେନ୍ଦ୍ର କ୍ୟାବିନେଟର ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି: ‘କେରଳ’ ଏବେ ‘କେରଳମ୍‌’

    କେନ୍ଦ୍ର କ୍ୟାବିନେଟର ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି: ‘କେରଳ’ ଏବେ ‘କେରଳମ୍‌’

    ଭାରତ ସରକାର ଆଜି ବଡ଼ ପଦକ୍ଷେପ ନେଇଛନ୍ତି | କେନ୍ଦ୍ର କ୍ୟାବିନେଟ କେରଳର ନାମ ପରିବର୍ତ୍ତନ କରି “କେରଳମ୍‌” କରିବାକୁ ଅନୁମୋଦନ କରିଛନ୍ତି। ଏହାର ଘୋଷଣା କରିଛନ୍ତି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ | ସେ କହିଛନ୍ତି, “ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାଠାରୁ ‘କେରଳମ୍‌’ ନାମର ଦାବି ଚାଲିଆସୁଛି। କେନ୍ଦ୍ର କ୍ୟାବିନେଟ ଏହି ଦୀର୍ଘଦିନର ଆବଶ୍ୟକତାକୁ ଆଜି ଅନୁମୋଦନ କରିଛି।” ଏହି ନିଷ୍ପତ୍ତି ଚାଲୁ ବର୍ଷ ହେବାକୁଥିବା କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ନିଆଯାଇଥିବାରୁ ରାଜନୈତିକ ଭାବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ |

    ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ନାମ ପରିବର୍ତ୍ତନ ବିଲ୍‌ ଏବେ କେରଳ ବିଧାନସଭା ପାଖକୁ ଅନୁମୋଦନ ପାଇଁ ପଠାଯିବ। ନୂତନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ହୋଇଥିବା କ୍ୟାବିନେଟ ବୈଠକ ଥିଲା ଏହା ପ୍ରଥମ ବୈଠକ। ସେଠାରେ 1.4 କୋଟି ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ସଂକଳ୍ପ ପାରିତ ହୋଇଛି। ୨୪ ଜୁନ୍ 2024 ରେ କେରଳ ବିଧାନସଭା ସର୍ବସମ୍ମତିକ୍ରମେ ସଂକଳ୍ପ ପାସ୍ କରି କେନ୍ଦ୍ରକୁ ‘କେରଳମ୍‌’ ନାମକରଣ ପାଇଁ ଅନୁରୋଧ କରିଥିଲା। ପ୍ରଥମ ସଂକଳ୍ପର ସମୀକ୍ଷା କରିବା ସମୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କିଛି ବୈଷୟିକ ପରିବର୍ତ୍ତନ ପରାମର୍ଶ ଦେଇଥିବାରୁ କେରଳ ବିଧାନସଭା ଦ୍ୱିତୀୟ ଥର ପାଇଁ ସଂକଳ୍ପ ପାରିତ କରିଛି।କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଚାହୁଁଥିଲେ ଯେ କେନ୍ଦ୍ର ସରକାର ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ତାଲିକାଭୁକ୍ତ ସମସ୍ତ ଭାଷାରେ ଦକ୍ଷିଣ ରାଜ୍ୟର ନାମ “କେରଳ” ରୁ “କେରଳମ୍‌” କରନ୍ତୁ। କେରଳ ବିଧାନସଭା ଅଗଷ୍ଟ ୨୦୨୩ ରେ ସମାନ ସର୍ବସମ୍ମତ ପ୍ରସ୍ତାବ ପାସ୍ କରି କେନ୍ଦ୍ର ସରକାରଙ୍କୁ ପଠାଇଥିଲା, କିନ୍ତୁ ଗୃହ ମନ୍ତ୍ରଣାଳୟ କିଛି ବୈଷୟିକ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିଲା।

    ଭାରତୀୟ ଜନତା ପାର୍ଟିର କେରଳ ରାଜ୍ୟ ସଭାପତି ରାଜୀବ ଚନ୍ଦ୍ରଶେଖର ମଧ୍ୟ ଏହି ବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ରାଜ୍ୟର ସରକାରୀ ନାମ “କେରଳ” ରୁ “କେରଳମ୍‌” କରିବାକୁ ଦାବି କରିଥିଲେ। ସେ କହିଥିଲେ ଯେ ‘କେରଳମ୍‌’ ନାମ ମାଲାୟଲମ ଭାଷା ଏବଂ ରାଜ୍ୟର ସାଂସ୍କୃତିକ ପରିଚୟ ସହିତ ଗଭୀର ଭାବରେ ଜଡିତ।

  • ଉଚ୍ଚ ନ୍ୟାୟାଳୟ ରେ ମାମଲା ବିଚାରାଧୀନ ରହିଥିବା ସତ୍ତ୍ୱେ ସୁନାବେଡ଼ା ହାଲ ମାନମାନି କରିଥିବା ଅଭିଯୋଗ

    କୋରାପୁଟ ଜିଲ୍ଲା,ଦୀର୍ଘ ବର୍ଷ ଧରି ସୁନାବେଡ଼ା ହାଲ କାରଖାନା ପାଇଁ ବିସ୍ଥାପିତ ହୋଇଥିବା ଜମି ହରା ଲୋକେ ସଂଘର୍ଷ, ଆନ୍ଦୋଳନ କରି ଆସୁଛନ୍ତି। କିନ୍ତୁ ସେମାନଙ୍କ ଦାବି କୁ କେହି ବି ଗୁରୁତ୍ଵ ଦେଉ ନାହାନ୍ତି। ଫଳରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି ବିସ୍ଥାପିତ ମାନେ। ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ହାଲ ପ୍ରଶାସନ ମିଳିତ ଭାବରେ ବିସ୍ଥାପିତ ମାନଙ୍କୁ ସାହାଯ୍ୟ କରିବା ବଦଳରେ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି। ଫଳରେ ବିସ୍ଥାପିତ ଲୋକେ ବାରମ୍ବାର ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛନ୍ତି। ଏପରିକି ବିନା ନୋଟିସ ରେ କିଛି ଦିନ ତଳେ ତିନି ପ୍ରଶାସନ ମିଳିତ ଭାବରେ ବିସ୍ଥାପିତ ମାନେ ରହୁଥିବା ଘର କୁ ଭାଙ୍ଗି ଥିଲେ। ଏପରିକି ବିସ୍ଥାପିତ ମାନେ ରହୁଥିବା ତିନୋଟି ଗ୍ରାମ ର ଅବସ୍ଥା ନ କହିଲେ ଭଲ। ସୁନାବେଡ଼ା ପୌର ପରିଷଦ ଅଧୀନରେ ଆସୁଥିଲେ ବି ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଏହି ଗ୍ରାମର ଲୋକେ। ବାରମ୍ବାର ଏ ନେଇ ଗ୍ରାମର ଲୋକେ ଅଭିଯୋଗ କରିଥିଲେ ବି କିଛି ବି ଅଭାବ ପୂର୍ଣ୍ଣ ହୋଇ ପାରୁ ନାହିଁ ସମସ୍ୟା ସମାଧାନ ଦିଗରେ।

    ଏପରି ସ୍ଥଳେ କିଛି ଦିନର ନିରବତା ପରେ ପୁଣି ଥରେ ହାଲ କର୍ତ୍ତୃପକ୍ଷ ଖାଲି ପଡ଼ିଥିବା ଜମିରେ ନିର୍ମାଣ କାମ ଆରମ୍ଭ କରିବାକୁ ଯାଉଥିବାରୁ ବିସ୍ଥାପିତସଙ୍ଗ ଏହାର ଘୋର ବିରୋଧ କରିଛନ୍ତି। ମାନ୍ୟବର ଉଚ୍ଚ ନ୍ୟାୟାଲୟରେ ମାମଲା ଥିବା ସତ୍ତ୍ବେ ହାଲ ର ଏପରି ମାନମାନିକୁ ପ୍ରତିବାଦ କରିବା ସହିତ ନିର୍ମାଣ କାମ ନ କରିବା ପାଇଁ ସେମିଳିଗୁଡା ଅତିରିକ୍ତ ତହସିଲଦାର ଦେବି ପ୍ରସାଦ ନାୟକ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହା ସତ୍ତ୍ୱେ ଯଦି ହାଲ ମିନି ଷ୍ଟାଡିୟୁମ ନିର୍ମାଣ କାମ ଆରମ୍ଭ କରେ ତେବେ ଆନ୍ଦୋଳନ ସେମାନଙ୍କ ପାଇଁ ଏକ ମାତ୍ର ପନ୍ଥା ବୋଲି କହିଛନ୍ତି।

    ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ସୁନାବେଡ଼ା ହାଲ ଜମି ଅଧିଗ୍ରହଣ କରିବାର ୬୦ ରୁ ଉର୍ଦ୍ଧ୍ବ ବର୍ଷ ନୀତି ଯାଇଥିଲେ ବି ବିସ୍ଥାପିତ ଲୋକେ ନା ପାଇଛନ୍ତି ନ୍ୟାୟ ନା ହାଲ ବ୍ୟବହାର କରିବା ପରେ ବଳକା ଜମି କୁ ଫେରସ୍ତ କରିଛି। ବଳକା ଜମିରେ ବିସ୍ଥାପିତ ମାନେ ରହୁଥିବାରୁ ସେମାନଙ୍କୁ ହଟାଇବା ପାଇଁ ହାଲ କତୃପକ୍ଷ ବାରମ୍ବାର ଜିଲ୍ଲା ପ୍ରଶାସନ ର ସହାୟତାରେ ନୂତନ ପନ୍ଥା ଅବଲମ୍ବନ କରି ଉଦ୍ୟମ କରି ଚାଲିଥିବା ନେଇ ସଂଘ ଅଭିଯୋଗ କରିଛି।
    ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

  • ମୟୂରଭଞ୍ଜରେ ରହସ୍ୟଜନକ ମୃତ୍ୟୁ,କଣ୍ଟାବଣି ଜଙ୍ଗଲରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

    ମୟୂରଭଞ୍ଜରେ ରହସ୍ୟଜନକ ମୃତ୍ୟୁ,କଣ୍ଟାବଣି ଜଙ୍ଗଲରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

    ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଥାନା ଅନ୍ତର୍ଗତ ପୁରୁଣା ପାଣି ପଞ୍ଚାୟତର କଣ୍ଟାବଣି ଜଙ୍ଗଲରୁ ସୋମବାର ସକାଳେ ଏକ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବାରୁ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି।

    ସୂଚନା ଅନୁସାରେ, ପ୍ରଭାତୀ ସୈଚ୍ଚ ପାଇଁ ଜଙ୍ଗଲକୁ ଯାଇଥିବା ସ୍ଥାନୀୟ ଲୋକ ମାନେ ଏକ ଗଛରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଝୁଲନ୍ତା ଦେହକୁ ଦେଖି ଡରିଯାଇଥିଲେ । ପ୍ଲାଷ୍ଟିକ ଦୋଉଡିରେ ବେକରେ ବନ୍ଧା ଦେହଟି ପରେ ତଳକୁ ଖସି ପଡ଼ିଥିବା ଚିତ୍ର ଦେଖାଯାଇଛି । ମୃତଦେହରେ କେବଳ ଗୋଟିଏ ଫୁଲ୍ ପେଣ୍ଟ ଥିଲା, ଯାହା ଘଟଣାକୁ ଆଉ ଅଧିକ ସନ୍ଦେହଜନକ କରିଛି ।

    ଘଟଣା ସ୍ଥଳକୁ ସ୍ଥାନୀୟ ସରପଞ୍ଚ ଓ ୱାର୍ଡ ମେମ୍ବର ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ରାଇରଙ୍ଗପୁର ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

    ପୋଲିସଙ୍କ କହିବା ଅନୁଯାୟୀ,ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ । ଏହା ଆତ୍ମହତ୍ୟା କି ହତ୍ୟା, ସେଥି ପାଇଁ ପ୍ରାଥମିକ ତଦନ୍ତ ଚାଲିଛି। ଦୋଉଡି ସହିତ ଦେହଖସି ପଡ଼ିବା ଘଟଣାରୁ ବହୁତ ସନ୍ଦେହ କରୁଛନ୍ତି | ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଘଟଣାକୁ ନେଇ ନାନା ଜୁଆଞ୍ଚ ଏବଂ ଚର୍ଚ୍ଚା ଚାଲିଛି। ପୋଲିସ ପରିବାରକୁ ଚିହ୍ନଟ କରିବା ଏବଂ ମୃତ୍ୟୁର କାରଣ ଉଦ୍ଘାଟନ ପାଇଁ ବିସ୍ତୃତ ତଦନ୍ତ କରୁଛି।

  • ଯାତାୟାତ ସୁଧାର ପାଇଁ ପୁରୀ ପୋଲିସର କାର୍ଯ୍ୟ

    ଯାତାୟାତ ସୁଧାର ପାଇଁ ପୁରୀ ପୋଲିସର କାର୍ଯ୍ୟ

    ପୁରୀର ସର୍ବସାଧାରଣ ରାସ୍ତାଗୁଡ଼ିକୁ ବ୍ୟବସ୍ଥିତ କରି ଯାତାୟାତ ଜାମ ହ୍ରାସ କରିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ପକ୍ଷରୁ ଆଜି ଏକ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି | ଏହି ଅଭିଯାନରେ ସହରର ବିଭିନ୍ନ ଛକ, ବଜାର ଓ ବ୍ୟସ୍ତ ରାସ୍ତାରୁ ଦୀର୍ଘ ସମୟ ଧରି ପାର୍କ କରି ରଖାଯାଇଥିବା ୨୬ଟି ପୁରୁଣା ଓ ଅବ୍ୟବହୃତ ଯାନବାହନକୁ ହଟାଯାଇଛି। ସବୁ ଯାନଗୁଡ଼ିକ ମଧ୍ୟରୁ ଅନେକ ଯାନ ଅଚଳ ଅବସ୍ଥାରେ ଥିଲେ, ଯାହା ଯାତାୟାତରେ ବିକଳ୍ପହୀନ ବାଧା ସୃଷ୍ଟି କରୁଥିଲା। ବିଶେଷତଃ ଧାର୍ମିକ ଓ ପର୍ଯ୍ୟଟନ ସହର ପୁରୀ ଦିନକୁ ଦିନ ଭିଡ଼ ବୃଦ୍ଧି ପାଉଥିବାରୁ ଏହି ଅବ୍ୟବସ୍ଥିତ ଯାନପାର୍କିଂ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ପରି ଆପତ୍କାଳୀନ ସେବାକୁ ମଧ୍ୟ ବାଧା ସୃଷ୍ଟି କରୁଥିଲା |

    ଏସ୍‌ପି ପୁରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ଟ୍ରାଫିକ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି | ସେ ଜଣାଇଛନ୍ତି ଯେ, ସହରର ଯାତାୟାତ ବ୍ୟବସ୍ଥାକୁ ସୁଚାରୁ କରିବା ପାଇଁ ଏପରି ଅଭିଯାନ ନିୟମିତ ଭାବରେ ଜାରି ରହିବ।

    ପୁରୀ ପୋଲିସ ନାଗରିକଙ୍କୁ ଅନୁରୋଧ କରିଛି ଯେ , ଦୀର୍ଘ ସମୟ ପର୍ଯ୍ୟନ୍ତ ସାର୍ବଜନିକ ରାସ୍ତାରେ ଯାନବାହନ ପାର୍କ କରି ରଖିବେ ନାହିଁ। କୌଣସି ଯାନ ଦୀର୍ଘ ସମୟ ଧରି ରାସ୍ତାରେ ରହିଥିଲେ, ସେଥିପାଇଁ ସହରବାସୀ 9438916388 ନମ୍ବରରେ ଟ୍ରାଫିକ ଥାନାକୁ ସୂଚନା ଦେଇପାରିବେ। ପୋଲିସର ମତାନୁସାରେ, ସମସ୍ତଙ୍କ ସହଯୋଗ ଦ୍ୱାରା ପୁରୀକୁ ଆହୁରି ସୁଚାରୁ, ସୁରକ୍ଷିତ ଓ ଯାତାୟାତମୁକ୍ତ ସହର ରୂପେ ଗଢ଼ି ତୋଳାଯାଇପାରିବ।

  • ମାହାଙ୍ଗା ପନ୍ଦର ବାଟିଆରେ ଜଳ ନିକାଶ ପ୍ରଣାଳୀର ଉନ୍ନତି ଆରମ୍ଭ — ଚାଷୀମାନଙ୍କ ଆଶାକୁ ନୂତନ ଆଶ୍ୱାସ

    ମାହାଙ୍ଗା ପନ୍ଦର ବାଟିଆରେ ଜଳ ନିକାଶ ପ୍ରଣାଳୀର ଉନ୍ନତି ଆରମ୍ଭ — ଚାଷୀମାନଙ୍କ ଆଶାକୁ ନୂତନ ଆଶ୍ୱାସ

    ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଭଉଁରିଆ ପଞ୍ଚାୟତର ପନ୍ଦର ବାଟିଆ ସେତୁ ନିକଟରେ ଗୋବରୀ ଜଳ ନିକାଶ ପ୍ରଣାଳୀର ସଂଯୋଗ ନାଳୀ ଉନ୍ନତିକରଣ କାର୍ଯ୍ୟର ଶୁଭଭିତ୍ଷ ପ୍ରସ୍ତର ସ୍ଥାପନ ଆଜି ଅନୁଷ୍ଠିତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ ସାରଦା ପ୍ରସାଦ ପ୍ରଧାନଙ୍କ କରକମଳରେ ସମ୍ପନ୍ନ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଓ ଚାଷୀମାନଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ହୋଇଛି।

    କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ସମ୍ବୋଧିତ କରି ମାହାଙ୍ଗାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ବିଷୟରେ ଜଣାଇଥିଲେ। ସେ କହିଥିଲେ ଯେ ଏହି ୨୭ କିଲୋମିଟର ଲମ୍ବା ସଂଯୋଗ ପାଟ ନାଳୀ ମାଧ୍ୟମରେ ୧୯ଟି ପଞ୍ଚାୟତ ସରାସରି ଲାଭାନ୍ୱିତ ହେବ। ଏହା ଦ୍ୱାରା ଏଲାକାର ଶତାଧିକ ଚାଷୀ ଜଳ ନିଷ୍କାସନ ସମସ୍ୟାରୁ ମୁକ୍ତି ପାଇ ଭଲ ଫସଲ ଉପଜାଇ ପାରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

    ବିଧାୟକ ନିଜ ବକ୍ତବ୍ୟରେ କହିଥିଲେ ଯେ ଏହି ନାଳୀ ପ୍ରକଳ୍ପର ଅନୁମାନିତ ଖର୍ଚ୍ଚ ପ୍ରାୟ ୯ କୋଟି ଟଙ୍କା, ଯାହା ଦୀର୍ଘଦିନ ଧରି ଚାଷୀମାନଙ୍କ ଦାବି ଥିଲା। ତଳିଆ ଅଞ୍ଚଳରେ ନିର୍ମଳ ଜଳ ନିଷ୍କାସନ ନଥିବାରୁ ବହୁ ଚାଷୀ ଧାନ ଉପଜାଇପାରୁ ନଥିଲେ। ନାଳୀ ଖୋଳା, ମରାମତି ଓ ବିକାଶ ହେବା ପରେ ବର୍ତ୍ତମାନ ଚାଷୀମାନେ ସମୟମତେ ସେଚନ କରି ଲାଭାନ୍ଵିତ ହେବେ ବୋଲି ସେ ଉଲ୍ଲେଖ କରିଥିଲେ।

    ସେ ଅଧିକ କହିଛନ୍ତି ଯେ, ସମସ୍ତ ଉନ୍ନତି କାମର ସହିତ ନାଳୀ ଖନନ ଓ ମରାମତି କାର୍ଯ୍ୟର ସଠିକ୍ ନିର୍ବାହ ପାଇଁ ସମ୍ପର୍କିତ ଅଧିକାରୀ ଓ କର୍ମଚାରୀମାନେ ନିୟମିତ ତଦାରଖ କରିବା ଆବଶ୍ୟକ। ଏହି ପ୍ରକଳ୍ପ ସଫଳ ହେଲେ ମାହାଙ୍ଗାର ଚାଷୀମାନଙ୍କ ଜୀବନମାନରେ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିବ ବୋଲି ସେ ଆଶ୍ୱାସନ ଦେଇଥିଲେ। ସ୍ଥାନୀୟ ଲୋକମାନେ ଓ ଚାଷୀମାନେ ବିଧାୟକଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଥାଇ, ଆଗାମୀ ଦିନରେ ମଧ୍ୟ ଏପରି ଉନ୍ନୟନ କାମ ଜାରି ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

  • କୋରେଇର ବିକାଶ ପାଇଁ ‘କୋରେଇ ଭିଜନ ସମ୍ମିଳନୀ’ — ସମାଜିକ ଓ ପ୍ରାଶାସନିକ ସହଯୋଗର ପ୍ରତିଶ୍ରୁତି

    କୋରେଇର ବିକାଶ ପାଇଁ ‘କୋରେଇ ଭିଜନ ସମ୍ମିଳନୀ’ — ସମାଜିକ ଓ ପ୍ରାଶାସନିକ ସହଯୋଗର ପ୍ରତିଶ୍ରୁତି

    କୋରେଇ ଉନ୍ନୟନ ପରିଷଦର ମିଳିତ ପ୍ରୟାସରେ ଯାଜପୁର ରୋଡ଼ ର ‘ହୋଟେଲ୍ ରୟାଲ୍ କଳିଙ୍ଗ’ ପରିସରରେ କୋରେଇ ଭିଜନ ସମ୍ମିଳନୀ ଆୟୋଜିତ ହୋଇଛି। ମୁଖ୍ୟ ଉପଦେଷ୍ଟା ମନୋଜ ଜେନାଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି ସମ୍ମିଳନୀରେ କୋରେଇର ବିକାଶ, ଅବହେଳିତ ଗ୍ରାମଞ୍ଚଳ, ଓ ସମାଜର ପଛୁଆ ଶ୍ରେଣୀକୁ ସୁବିଧା ସୁଯୋଗ ଦେବା ବିଷୟରେ ଗଭୀର ଆଲୋଚନା କରାଯାଇଛି |

    ଅତିଥି ଭାବେ ଯୋଗ ଦେଇଥିବା କଟକ ବାରବାଟୀର ପୂର୍ବତନ ବିଧାୟକ ମହମଦ ମୋକିମ, ଓଡ଼ିଶା ସୂଚନା ଅଧିକାର ଆନ୍ଦୋଳନର ମୁଖ୍ୟ ଆବାହକ ପ୍ରଦୀପ ପ୍ରଧାନ, ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ ଓ କୋରେଇ ଉନ୍ନୟନ ପରିଷଦର ସଭାପତି ଶ୍ରୀଧର ଦାସ ଉପସ୍ଥିତ ଥିଲେ।ସମ୍ମିଳନୀରେ କୋରେଇର ପଛପଡ଼ା ବ୍ୟବସ୍ଥା, ଅବହେଳିତ ଅଞ୍ଚଳରେ ସରକାରୀ ଯୋଜନାର ଅଭାବ, ଶିକ୍ଷା,ସ୍ୱାସ୍ଥ୍ୟ,ଯାତାୟାତ ଓ ଯୁବ ଉନ୍ନତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ମତପ୍ରକାଶ ପାଇଥିଲା |

    ମୁଖ୍ୟ ଉପଦେଷ୍ଟା ମନୋଜ ଜେନା ନିଜ ବକ୍ତବ୍ୟରେ କହିଥିଲେ ଯେ, କୋରେଇର ଅନେକ ଗାଁ ବହୁ ବର୍ଷ ଧରି ଅବହେଳିତ ହେଉଛନ୍ତି ଏବଂ ଏହି ଅଞ୍ଚଳର ହକର ଲଢ଼େଇ ଆଗାମୀ ଦିନରେ ଆଉ ବି ଯୋରଦାର ହେବ। ପୂର୍ବତନ ବିଧାୟକ ମହମଦ ମୋକିମ କହିଥିଲେ ଯେ, କୋରେଇ ଓ ପାଶ୍ୱର୍ବତୀ ଅଞ୍ଚଳର ଅବହେଳା ସଂପର୍କରେ ସରକାରକୁ ଉଚିତ ଉତ୍ତର ଦେବା ଆବଶ୍ୟକ। ସେ କୋରେଇବାସୀଙ୍କୁ ନିଜ ହକ ପାଇଁ ଏକତାବଦ୍ଧ ହେବା ପରାମର୍ଶ ଦେଇଥିଲେ।

    ଅତିଥିମାନେ ଏକ ସ୍ୱରରେ କହିଥିଲେ ଯେ, ସାଧାରଣ ଲୋକଙ୍କ ସେବା ଓ ସମାଜିକ ଦାୟିତ୍ୱ ପାଳନ ହିଁ ରାଜନୀତି ଓ ସଂଗଠନର ପ୍ରଥମ କର୍ତ୍ତବ୍ୟ। କୋରେଇର ପାଇଁ ଜାରି ଥିବା ଆନ୍ଦୋଳନ ଓ ଉନ୍ନୟନ ଧାରାକୁ ଆଗାମୀ ଦିନରେ ଆଉ ଶକ୍ତିଶାଳୀ କରାଯିବ ବୋଲି ଆଶ୍ୱାସନ ଦିଆଯାଇଛି। କୋରେଇ ଉନ୍ନୟନ ପରିଷଦ ଜଣାଇଛି ଯେ, ଅଞ୍ଚଳର ବିକାଶ ପାଇଁ ଗଠନାତ୍ମକ ପ୍ରୟାସ, ନୂଆ ଯୋଜନା ଓ ସାମୁଦାୟିକ ସହଯୋଗ ଜାରି ରହିବ।