Tag: #suchana news

  • କୋଟିପତି ହେବା ନିଶା କଲା ସର୍ବସ୍ଵାନ୍ତ

    କୋଟିପତି ହେବା ନିଶା କଲା ସର୍ବସ୍ଵାନ୍ତ

    କୋଟିପତି ହେବା ନିଶା ଜଣକୁ ସର୍ବସ୍ବାନ୍ତ କରି ଦେବ ଏହି ଖବର ହିଁ ଜ୍ୱଳନ୍ତ ଉଦାହରଣ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ତେଘରି ଗ୍ରାମର ସୌରଜିତ ରାୟ ଅନଲାଇନ୍ ରେ ଗେମ ଖେଳି ବିଫଳ ହେବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜୁପି ଲୁଡ ଖେଳି ୫ ଲକ୍ଷ ରୁ ଅଧିକ ଟଙ୍କା ହରାଇଥିବା ଜଣାପଡିଛି । ଏତେ ଗୁଡ଼ାଏ ଟଙ୍କା ହରାଇବା ପରେ ସେ ଚିନ୍ତାଗ୍ରସ୍ତ ହୋଇ ପଡିଥିଲେ । ପୂର୍ବରୁ ବହୁ ବାର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । ଆଜି ସକାଳୁ ନିଜକୁ ଛୁରୀ ରେ ବାରମ୍ବାର ହାତ ଓ ବେକ କୁ କାଟିଛନ୍ତି । ଗୁରୁତର ଅବସ୍ଥାରେ ପରିବାର ଲୋକେ ଜଳେଶ୍ୱର ହସ୍ପିଟାଲ ଭର୍ତ୍ତି କରିଛନ୍ତି । ଅବସ୍ଥା ସଙ୍କଟପନ୍ନ ହେବାରୁ ବାଲେଶ୍ୱର ସ୍ଥାନାନ୍ତରିତ । ତେବେ ସୌରଜିତ ରାୟ ଜଣେ ଘୋରୋଇ ଟିଉସନ ଶିକ୍ଷକ ଥିବା ଜଣାପଡ଼ିଛି ।

  • ବ୍ରାହ୍ମଣଙ୍କ ଉପରେ ବିବାଦୀୟ ବୟାନ ଦେଇ ଫସିଲେ ଅନୁରାଗ କଶ୍ୟପ,କେନ୍ଦ୍ରମନ୍ତ୍ରୀ କହିଲେ ଏହି କଥା…

    ବ୍ରାହ୍ମଣଙ୍କ ଉପରେ ବିବାଦୀୟ ବୟାନ ଦେଇ ଫସିଲେ ଅନୁରାଗ କଶ୍ୟପ,କେନ୍ଦ୍ରମନ୍ତ୍ରୀ କହିଲେ ଏହି କଥା…

    ବ୍ରାହ୍ମଣଙ୍କ ବିଷୟରେ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ

    ଫୁଲେ ଚଳଚ୍ଚିତ୍ରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଇନଷ୍ଟାଗ୍ରାମରେ ବ୍ରାହ୍ମଣ ସମ୍ପ୍ରଦାୟ ବିଷୟରେ ଅନୁରାଗ କଶ୍ୟପଙ୍କ ବିବାଦୀୟ ମନ୍ତବ୍ୟ ପାଇଁ କେନ୍ଦ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ତାଙ୍କ ଉପରେ ବର୍ଷିଛନ୍ତି। କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ଶୁକ୍ରବାର ଦିନ X ରେ ପୋଷ୍ଟ କରି ଲେଖିଛନ୍ତି, “ଏହି ହୀନ ବ୍ୟକ୍ତି ଅନୁରାଗ କଶ୍ୟପ ଭାବୁଛନ୍ତି ଯେ ସେ ସମଗ୍ର ବ୍ରାହ୍ମଣ ସମ୍ପ୍ରଦାୟ ବିଷୟରେ ଖରାପ କଥା କହି ଖସି ଯାଇପାରିବେ କି? ଯଦି ସେ ତୁରନ୍ତ ସାର୍ବଜନୀନ ଭାବରେ କ୍ଷମା ପ୍ରାର୍ଥନା ନକରନ୍ତି, ତେବେ ମୁଁ ଶପଥ କରୁଛି ଯେ ସେ କେବେବି କୌଣସି ସ୍ଥାନରେ ଶାନ୍ତି ପାଇବେ ନାହିଁ। ମୁଁ ଆଉ ଏହି ମଇଳା ମୁହଁ ଥିବା ଲୋକର ଘୃଣ୍ୟ କଥା ସହ୍ୟ କରିପାରୁନାହିଁ। ଆମେ ଚୁପ୍ ରହିବୁ ନାହିଁ!” ଆପଣଙ୍କୁ କହି ରଖୁଛୁ ଯେ ନିକଟରେ ଅନୁରାଗ କଶ୍ୟପ ସୋସିଆଲ ମିଡିଆରେ ବ୍ରାହ୍ମଣମାନଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

    ଆପଣଙ୍କୁ କହି ରଖୁଛୁ ଯେ ବଢ଼ୁଥିବା ବିବାଦ ଏବଂ ଏହା ପରେ ଆସିଥିବା ତୀବ୍ର ପ୍ରତିକ୍ରିୟା ମଧ୍ୟରେ, ଅନୁରାଗ କଶ୍ୟପ କ୍ଷମା ମାଗିଥିଲେ ଏବଂ ସ୍ପଷ୍ଟ କରିଥିଲେ ଯେ ତାଙ୍କ ମନ୍ତବ୍ୟକୁ ପ୍ରସଙ୍ଗ ବାହାରେ ନିଆଯାଇଛି। ସେ କହିଛନ୍ତି ଯେ ଘଟଣା ପରଠାରୁ ତାଙ୍କ ଝିଅ, ପରିବାର, ବନ୍ଧୁ ଏବଂ ସହକର୍ମୀମାନେ ବଳାତ୍କାର ଏବଂ ହତ୍ୟା ଧମକ ପାଉଛନ୍ତି। ଅନୁରାଗ କଶ୍ୟପ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ ସେୟାର କରି ଏକ ନୋଟରେ ଲେଖିଛନ୍ତି, “ଏହା ମୋର କ୍ଷମା ପ୍ରାର୍ଥନା। ମୋ ପୋଷ୍ଟ ପାଇଁ ନୁହେଁ, ବରଂ ସେହି ଗୋଟିଏ ଧାଡି ପାଇଁ ଯାହା ପ୍ରସଙ୍ଗରୁ ବାହାର କରି ଘୃଣା ସୃଷ୍ଟି କରୁଛି। କୌଣସି କାର୍ଯ୍ୟ କିମ୍ବା ଭାଷଣ ଆପଣଙ୍କ ଝିଅ, ପରିବାର, ବନ୍ଧୁ ଏବଂ ସହକର୍ମୀମାନଙ୍କୁ ତଥାକଥିତ ସଂସ୍କାର (ସାଂସ୍କୃତିକ ମୂଲ୍ୟବୋଧ) ର ମୁଖୀମାନଙ୍କଠାରୁ ବଳାତ୍କାର ଏବଂ ମୃତ୍ୟୁ ଧମକ ପାଇବା ଯୋଗ୍ୟ ନୁହେଁ।”

    ଆପଣଙ୍କୁ କହି ରଖୁଛୁ ଯେ ଏହି ବିବାଦ ୧୭ ଏପ୍ରିଲରେ ଅନୁରାଗ କଶ୍ୟପଙ୍କ ଏକ ପୋଷ୍ଟ ପରେ ଆରମ୍ଭ ହୋଇଥିଲା, ଯେଉଁଥିରେ ସେ ତାଙ୍କ ଆଗାମୀ ଫିଲ୍ମ ‘ଫୁଲେ’ ବିରୋଧରେ ହେଉଥିବା ବିରୋଧ ପ୍ରଦର୍ଶନକୁ ସମାଲୋଚନା କରିଥିଲେ। ଅନୁରାଗ କଶ୍ୟପଙ୍କ ଏହି ଫିଲ୍ମଟି ସମାଜ ସଂସ୍କାରକ ଜ୍ୟୋତିରାଓ ଏବଂ ସାବିତ୍ରୀବାଇ ଫୁଲେଙ୍କ ଜୀବନୀ ଉପରେ ଆଧାରିତ। ସେ ପ୍ରଶ୍ନ କରିଥିଲେ ଯେ ଭାରତରେ ଜାତିଗତ ପ୍ରସଙ୍ଗ ଉପରେ ଆଧାରିତ ଚଳଚ୍ଚିତ୍ରଗୁଡ଼ିକ କାହିଁକି ପ୍ରାୟତଃ ନିଷେଧ କରାଯାଏ।

  • ସାମ୍ନାକୁ ଆସିଲା ଆତ୍ମହତ୍ୟା କରିଥିବା ମହିଳାଙ୍କ ସିସିଟିଭି ଫୁଟେଜ

    ସାମ୍ନାକୁ ଆସିଲା ଆତ୍ମହତ୍ୟା କରିଥିବା ମହିଳାଙ୍କ ସିସିଟିଭି ଫୁଟେଜ

    ଚମ୍ପୁଆ ପୋଷ୍ଟ ଅଫିସ ସମ୍ମୁଖରେ ଟ୍ରଲର ଚାପି ଦେବାରୁ ମହିଳାଙ୍କ ମୃତ୍ୟୁ ଘଟଣାର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି l ସିସିଟିଭି ଫୁଟେଜରେ ମହିଳା ଜଣକ ଟ୍ରଲର ଚକତଳେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହେଇଛି l ଚମ୍ପୁଆ ଏନଏସି ୧୩ ନମ୍ବର ଓ୍ବାର୍ଡର ମେଗାରୁ ହେସାଙ୍କ ସ୍ତ୍ରୀ ବୈଜୟନ୍ତୀ ହେସା ଗତ ବୁଧବାର ଦିନ ଦ୍ଵିପ୍ରହର ସମୟରେ ଏକ ଲୁହା ପଥର ବୋଝେଇ ଟ୍ରଲର ଚକ ତଳେ ପଶିଯାଇ ଆତ୍ମହତ୍ୟା କରିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି l ମିଳିଥିବା ଖବର ଅନୁସାରେ, ୨୨ ବର୍ଷୀୟା ବୈଜୟନ୍ତୀଙ୍କ ଦୁଇଟି ଝିଅ ଥିବା ବେଳେ ଗତ କିଛି ଦିନ ହେବ ତାଙ୍କ ସ୍ବାମୀ ଦ୍ଵିତୀୟ ସ୍ତ୍ରୀ ଆଣିଥିବାରୁ ତାଙ୍କ ପରିବାରରେ ସବୁବେଳେ ଝଗଡା ଲାଗିରହୁଥିଲା l ତେବେ ଘଟଣା ଦିନ ମଧ୍ୟ ଘରେ ପାଟିତୁଣ୍ଡ ହେବା ନେଇ ବୈଜୟନ୍ତୀ ମ୍ରିୟମାଣ ହୋଇପଡିଥିଲେ l ଘରୁ ବାହାରି ଆସି ପ୍ରଥମେ ଚମ୍ପୁଆ ପୋଲରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମାତ୍ର ସେଠାରେ ଥିବା ଲୋକଙ୍କ ପାଇଁ ଆତ୍ମହତ୍ୟା କରି ନ ପାରି ଶେଷରେ ଚମ୍ପୁଆ ପୋଷ୍ଟ ଅଫିସ ସମ୍ମୁଖରେ ଟ୍ରଲର ଚକତଳେ ପଶି ଯାଇ ଆତ୍ମହତ୍ୟା କରିଛନ୍ତି l ଏହି ଘଟଣା ସସିଟିଭି ଫୁଟେଜରେ ସ୍ପଷ୍ଟ ହୋଇଛି l

  • ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ବିଧାୟକ ଆକାଶ ଦାସ ନାୟକ

    ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ବିଧାୟକ ଆକାଶ ଦାସ ନାୟକ

    କୋରେଇ ବିଧାୟକ ଆକାଶ ଦାସ ନାୟକ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ କରାଯାଇଛି । କୋରେଇ ବ୍ଲକ୍ ଅର୍ନ୍ତଗତ ଗୋଳେଇପୁର ଗ୍ରାମ ପଂଚାୟତରେ ଓଡିଶା ସରକାରଙ୍କ ୭ ଟି ବିଭାଗର ୭ଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ବିଧାୟକଙ୍କୁ ବାଇକ ଯୋଗେ ଏକ ବିଶାଳ ଶୋଭାଯାତ୍ରା କରି ରାମପୁର ଶଗଡି ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୩ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶଗଡି ଠାରୁ ନରପଦା ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

    ଏହା ସହିତ ବଡ ତ୍ରିଲୋଚନପୁର ଠାରେ ଜଳସଂପଦ ବିଭାଗ ତରଫରୁ ୮ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟରେ ଖରସ୍ରୋତା ନଦୀବନ୍ଧର ବାମ ପାର୍ଶ୍ୱ ନଦୀ ବନ୍ଧ ସୁଦୃଢୀକରଣର ଶୁଭ ଭିତିପ୍ରସ୍ତର ସ୍ଥାପନା ଏବଂ ୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ମସୁଦପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ ର ଶିଳାନ୍ୟାସ କରାଯାଇଥିଲା । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଧାୟକ ଙ୍କ ସହ ହଜାର ହଜାର ବିଜେପି କର୍ମୀ ସାମିଲ ହୋଇଥିଲେ ।

  • ବନ ନିଗମ କର୍ମଚାରୀ ସଙ୍ଘର ଦ୍ୱି ବାର୍ଷିକ ସାଧାରଣ ବୈଠକ

    ବନ ନିଗମ କର୍ମଚାରୀ ସଙ୍ଘର ଦ୍ୱି ବାର୍ଷିକ ସାଧାରଣ ବୈଠକ

    ଓଡିଶା ବନ ନିଗମ କର୍ମଚାରୀ ସଙ୍ଘ ଯାଜପୁର ରୋଡ ଶାଖା ତରଫରୁ ଏକ ଦ୍ୱି ବାର୍ଷିକ ନୂତନ ସଂଗଠନର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗ ଦେଇ କର୍ମଚାରୀ ମାନଙ୍କୁ ଜଙ୍ଗଲ ପରିବେଶ ର ଉପକାରିତା , ସଂରକ୍ଷଣ ଓ ସୁରକ୍ଷା ବିଷୟରେ ପରାମର୍ଶ ଦେଇଥିଲେ । କର୍ମଚାରୀ ମାନଙ୍କ ମଧ୍ୟରେ ରହିଥିବା ସମସ୍ୟା ଓ ଅସୁବିଧା କୁ କିପରି ସରକାର ଙ୍କ ନିକଟରେ ପ୍ରତିପାଦିତ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡିଶା ବନ କର୍ମଚାରୀ ସଙ୍ଘ ର କାର୍ଯ୍ୟକାରୀ ସଭାପତି ସଂଗ୍ରାମ କେଶରୀ ପଟ୍ଟନାୟକ, ସାଧାରଣ ସମ୍ପାଦକ ରଙ୍ଗାଧର ନାୟକ, ଉପଦେଷ୍ଟା ନଟବର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇଥିଲେ ।

    ନୂତନ କରି କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କୁ ତାଙ୍କ ସଙ୍ଘ ର ସଭାପତି ଭାବେ ନିର୍ବାଚିତ କରିଥିବାରୁ ସେ ସମସ୍ତ ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ଙ୍କୁ ହୃଦୟ ରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ନବ ନିର୍ବାଚିତ ସଭ୍ୟମାନଙ୍କୁ ସମସ୍ତ କର୍ମଚାରୀ ଙ୍କ ଉପସ୍ଥିତି ରେ ଶପଥ ପାଠ କରାଯାଇଥିଲା । ନୂତନ ଉପ ସଭାପତି ଭାବେ ପ୍ରଦୀପ କୁମାର ପଥାଳ, ସମ୍ପାଦକ ଶୁଭଶ୍ରୀ ପୃଷ୍ଟି, ସହ ସମ୍ପାଦକ ଜିତେନ୍ଦ୍ର ଗୌଡ଼, ସାଙ୍ଗଠନିକ ସମ୍ପାଦକ ବଳରାମ ଘଡେଇ, କୋଷାଧକ୍ଷ ରୁଦ୍ର ନାରାୟଣ ଜେନା, ଉପଦେଷ୍ଟା ଭାବେ ଦୁର୍ଯ୍ୟଧନ ମହାପାତ୍ର ପ୍ରମୁଖ ନିର୍ବାଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସୌମ୍ୟ ରଞ୍ଜନ ସ୍ୱାଇଁ ଉତିଶ୍ରୀ ସୁନ୍ଦରରାୟ ଓ ସ୍ଵାତି ସଂଜିତା ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ ।

  • ଆଠମଲ୍ଲିକରେ ଓଡିଶା ରିପୋର୍ଟର ମହାସଂଘ ଶାଖାର ସାଧାରଣ ବୈଠକ

    ଆଠମଲ୍ଲିକରେ ଓଡିଶା ରିପୋର୍ଟର ମହାସଂଘ ଶାଖାର ସାଧାରଣ ବୈଠକ

    ଓଡ଼ିଶା ରିପୋର୍ଟର ମହାସଂଘ ଆଠମଲ୍ଲିକ ଶାଖା ପକ୍ଷରୁ ଏକ ସାଧାରଣ ବୈଠକ ଠାକୁରଗଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ସାମ୍ବାଦିକ କରୁଣାକର ନାୟକଙ୍କ ଦ୍ଵାରା ଆହୁତ ଏହି ବୈଠକରେ ଅନୁଗୁଳ ଜିଲ୍ଲା ସଭାପତି ବସନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ସାମ୍ବାଦିକ ଏକାଠି ହେବା ସହ ସଂଗଠିତ, ସୁଶକ୍ତ ହେଲେ ସୁରକ୍ଷିତ ରହି ନିଜର କାର୍ଯ୍ୟ ସମ୍ପାଦନ କରି ପାରିବେ ବୋଲି କହିଥିଲେ। ଏହି ବୈଠକରେ ସବୁ ଚ୍ୟାନେଲର ପ୍ରତିନିଧି ଉପସ୍ଥିତ ଥିଲେ।

  • ଖୋର୍ଦ୍ଧାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ

    ଖୋର୍ଦ୍ଧାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ

    ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଖୋର୍ଦ୍ଧା ବିଜୁ ଜନତା ଦଳ ପଲଟନ ପଡିଆ ସ୍ଥିତ କାର୍ଯ୍ୟାଳୟରେ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର , ବେଗୁନିଆଁ ବୋଲଗଡର ବିଧାୟକ ପ୍ରଦୀପ କୁମାର ସାହୁ,ପୁର୍ବତନ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରିଶ୍ନା ମାନ୍ଧାତା , ଖୋର୍ଦ୍ଧା ପୌର ପରିଷଦର ୧୫ ରୁ ଉର୍ଦ୍ଧ କାଉନସିଲର ଉପସ୍ଥିତ ଥିଲେ। ଏହି ଆଲୋଚନା ଚକ୍ରରେ ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁ ବାବୁଙ୍କ ଅବଦାନ ଓ ତାଙ୍କରି ଆଦର୍ଶରେ ଓଡ଼ିଶାର ସମୃଦ୍ଧି ଓ ଆଗାମୀ ଆହ୍ବାନ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

  • ଖୋର୍ଦ୍ଧାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ

    ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଖୋର୍ଦ୍ଧା ବିଜୁ ଜନତା ଦଳ ପଲଟନ ପଡିଆ ସ୍ଥିତ କାର୍ଯ୍ୟାଳୟରେ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର , ବେଗୁନିଆଁ ବୋଲଗଡର ବିଧାୟକ ପ୍ରଦୀପ କୁମାର ସାହୁ,ପୁର୍ବତନ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରିଶ୍ନା ମାନ୍ଧାତା , ଖୋର୍ଦ୍ଧା ପୌର ପରିଷଦର ୧୫ ରୁ ଉର୍ଦ୍ଧ କାଉନସିଲର ଉପସ୍ଥିତ ଥିଲେ। ଏହି ଆଲୋଚନା ଚକ୍ରରେ ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁ ବାବୁଙ୍କ ଅବଦାନ ଓ ତାଙ୍କରି ଆଦର୍ଶରେ ଓଡ଼ିଶାର ସମୃଦ୍ଧି ଓ ଆଗାମୀ ଆହ୍ବାନ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

  • ଆନନ୍ଦପୁରରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ

    ଆନନ୍ଦପୁରରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ

    ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉତ୍ତରେଶ୍ୱର ମନ୍ଦିର ନିକଟ ରେ ବିଜୁବାବୁଙ୍କ ୨୮ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି ଯୋଗଦେଇଥିବା ବେଳେ ସ୍ଥାନିୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ବିଜୁବାବୁ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ରାଜ୍ୟ ତଥା ଦେଶ ପାଇଁ ତାଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଛନ୍ତି । ଆଜିର ଯୁବଗୋଷ୍ଠି ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଅତିଥି ମାନେ ମଞ୍ଚରୁ କର୍ମୀ ମାନଙ୍କୁ ଆହ୍ଵାନ ଦେଇଛନ୍ତି ।

  • ଆଦିବାସୀ ଚାଷୀ ମାନଙ୍କୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସଚେତନତା

    ଆଦିବାସୀ ଚାଷୀ ମାନଙ୍କୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସଚେତନତା

    କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ରାଧିକାଦେଇପୁର ପଞ୍ଚାୟତ ଆଦିବାସୀ ଗ୍ରାମ ଦଲକୀ ଗ୍ରାମରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀ ଭାଇ ଭଉଣୀ ମାନଙ୍କୁ ଅବଗତ କରାଇଥିଲେ କୃଷି ଅଧିକାରୀ ମାନେ । ଅନେକ ସମୟରେ ସରକାରଙ୍କ କୃଷି ଉପରେ ଥିବା ବିଭିନ୍ନ ଯୋଜନା ଆଦିବାସୀ ଭାଇ ଭଉଣୀ ମାନେ ଜାଣିପାରିନଥାନ୍ତି ସେଥିପାଇଁ ଆଦିବାସୀ ଗ୍ରାମରେ କୃଷି ବିଭାଗ ପକ୍ଷରୁ ଚାଷ କିପରି କରିବେ ,କେଉଁ କେଉଁ ଚାଷକରି ଉପକୃତ ହୋଇପାରିବେ ସେ ସମ୍ପର୍କରେ ,ଆନନ୍ଦପୁର ସହକାରୀ ଉଦ୍ୟାନ କୃଷି ଅଧିକାରୀ ମାସୁମ ମହାନ୍ତି , ମଣ୍ଡି ପର୍ଯ୍ୟବେକ୍ଷକ ଶକ୍ତି ପ୍ରସାଦ ମିଶ୍ର, ପ୍ରାଣୀ ଚିକିତ୍ସକ ଡ଼. ଶିବ ପ୍ରସାଦ ନାୟକ, ଗ୍ରାମ୍ୟ କୃଷି ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଦିବାସୀ ଚାଷୀ ଭାଇ ଭଉଣୀ ମାନଙ୍କୁ ବୁଝାଇ ସଚେତନ କରାଇଥିଲେ ।