କୋରେଇ ବ୍ଲକ ପରିସରରେ ଜାତୀୟ ପଞ୍ଚାୟତ ରାଜ ଦିବସ ର ବ୍ଲକ ସ୍ତରୀୟ ସମାରୋହ ଦିବସ ପାଳିତ ହୋଇଯାଇଛି । ବିଡିଓ ଅବନୀକାନ୍ତ ସାହୁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦଘାଟନ କରିବା ସହିତ କୋରେଇ ରେ ବିଧାୟକ ଆକାଶ ଦାସ ନାୟକ, ଯାଜପୁର ସାଂସଦ ଡ଼ ରବୀନ୍ଦ୍ର ବେହେରା ପ୍ରମୁଖ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟସରକାର ଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ର ଶୁଭାରମ୍ଭ କରିବା ସହିତ ହିତାଧିକାରୀ ମାନଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିବା । କାଶ୍ମୀର ର କାଳବୋମାରେ ଘଟିଥିବା ଅମାନୁଷିକ ଘଟଣା ପାଇଁ ସଭାରେ ଏକ ମିନିଟ ନିରବ ପ୍ରାର୍ଥନା କରିବା ସହିତ ପୁଷ୍ପମାଲ୍ୟ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ସ୍ଥଗିତ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ର ସମସ୍ତ କର୍ମଚାରୀ,ଅନେକ ସରପଞ୍ଚ ଓ ପି ଆର ଆଇ ମେମ୍ବର ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
Tag: #suchana news
-

ପହଲଗାମ ଆକ୍ରମଣରେ ସାମିଲ ଦୁଇ ସ୍ଥାନୀୟ ଆତଙ୍କବାଦୀ ଆଦିଲ ଓ ଆସିଫର ଘରକୁ ଉଡ଼ାଇ ଦେଲେ ସୁରକ୍ଷା ବାହିନୀ

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ ଏବଂ ଭାରତର ବିଭିନ୍ନ ରାଜ୍ୟରୁ ଜମ୍ମୁ ଏବଂ କାଶ୍ମୀର ବୁଲିବାକୁ ଆସିଥିଲେ। ସାମରିକ ସୂତ୍ର ଅନୁଯାୟୀ, ଏହି ଆକ୍ରମଣ ଲସ୍କର-ଏ-ତୈବାର ୪ ଜଣ ଆତଙ୍କବାଦୀ ଏବଂ ୨ ଜଣ ସ୍ଥାନୀୟ ଆତଙ୍କବାଦୀ କରିଥିଲେ।
ଅନନ୍ତନାଗ ଜିଲ୍ଲାର ବିଜବେହାରାର ଗୋରୀ ଅଞ୍ଚଳରେ ଥିବା ପହଲଗାମ ଆକ୍ରମଣରେ ସମ୍ପୃକ୍ତ ସ୍ଥାନୀୟ ଆତଙ୍କବାଦୀ ଆଦିଲ ହୁସେନ ଠୋକରଙ୍କ ଘରକୁ ସୁରକ୍ଷା ବାହିନୀ ଉଡ଼ାଇ ଦେଇଛନ୍ତି। ଆଦିଲ ଠୋକର ଓରଫ ଆଦିଲ ଗୁରି ନାମକ ଏହି ଆତଙ୍କବାଦୀକୁ ପହଲଗାମର ବୈସାରନ ଉପତ୍ୟକାରେ ଏପ୍ରିଲ ୨୨ ରେ ହୋଇଥିବା ଆକ୍ରମଣ ଯୋଜନା ଏବଂ ତାକୁ କାର୍ଯ୍ୟକାରୀ କରିବାରେ ପାକିସ୍ତାନୀ ଆତଙ୍କୀକୁ ସାହାଯ୍ୟ କରିବା ନେଇ ଅଭିଯୋଗ ଅଛି । ସେପଟେ, ଏହି ଆକ୍ରମଣରେ ସାମିଲ ଥିବା ଅନ୍ୟ ଜଣେ ସ୍ଥାନୀୟ ଆତଙ୍କବାଦୀ ଆସିଫ୍ ଶେଖର ତ୍ରାଲରେ ଥିବା ଘରକୁ ଜମ୍ମୁ ଏବଂ କାଶ୍ମୀର ପ୍ରଶାସନ ବୁଲଡୋଜର ଲଗାଇ ଭାଙ୍ଗିଦେଇଛି ।
ସେନା ସୂତ୍ର ଅନୁଯାୟୀ, ଷ୍ଟିଲ ଟିପ୍ ଗୁଳି, ଏକେ-୪୭ ରାଇଫଲ୍ ଏବଂ ବଡି କ୍ୟାମେରା ପିନ୍ଧି ଚାରି ଜଣ ଲସ୍କର-ଏ-ତୈବା (LeT) ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଏପ୍ରିଲ ୨୨ତାରିଖରେ ଜାମ୍ମୁ ଓ କାଶ୍ମୀରର ପହଲଗାମ ପର୍ଯ୍ୟଟନସ୍ଥଳରେ ହିନ୍ଦୁଙ୍କୁ ଟାର୍ଗେଟ କରି ତାଙ୍କ ଉପରେ ଗୁଳିର ବର୍ଷା କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ ଏବଂ ଭାରତର ବିଭିନ୍ନ ରାଜ୍ୟରୁ ଜମ୍ମୁ ଓ କାଶ୍ମୀର ବୁଲିବାକୁ ଆସିଥିଲେ। ଆତଙ୍କବାଦୀଙ୍କ ମଧ୍ୟରେ ଦୁଇଜଣ ସ୍ଥାନୀୟ ଲୋକ ମଧ୍ୟ ଥିଲେ।
-

ରାଇରଙ୍ଗପୁରରେ ପଞ୍ଚାୟତ ରାଜ ଦିବସ ଅବସରରେ ରାସନ କାର୍ଡ ବଣ୍ଟନ

୨୪ ଏପ୍ରିଲ ସାରା ଭାରତରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ କରାଯାଉଛି ।ଏହି ଅବସରରେ ପୁରୀରେ ରାଜ୍ୟ ସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ଯର ୬ ଲକ୍ଷ ବଞ୍ଚିତ ନୂତନ ରାସନକାର୍ଡ ବଣ୍ଟନ ଶୁଭାରମ୍ଭ କରିଥିଲେ । ଆଜି ରାଇରଙ୍ଗପୁର ବ୍ଳକ ପରିସରରେ ଜାତୀୟ ପଞ୍ଚାୟତ ରାଜ ଦିବସ ମୁଖ୍ୟମନ୍ତ୍ରୀ ଙ୍କ ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି, ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ,ସାଂସଦ ପ୍ରତିନିଧି ରାଜ୍ୟ ବିଜେପି ସଂପାଦକ ନବୀନ ରାମ ,ବିଧାୟକ ପ୍ରତିନିଧି ଅଶୋକ ମହାନ୍ତ ,ବିଡ଼ିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ସମସ୍ତ ଜନପ୍ରତିନିଧି ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସାଂସଦ କହିଥିଲେ ଗାଁର ବିକାଶ ହେଲେ ଦେଶର ବିକାଶ ହେବ । ତେଣୁ ସରକାର ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାକୁ ବେଶି ଗୁରୁତ୍ବ ଦେଉଛନ୍ତି ।

ଆଜିର ପଞ୍ଚାୟତ ରାଜ ଦିବସରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ରୁ ବଞ୍ଚିତ ହୋଇଥିବା ଯୋଗ୍ଯ ହିତାଧିକାରୀ ମାନଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରି ରାସନ କାର୍ଡ ଯୋଗାଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଇରଙ୍ଗପୁର ବ୍ଳକର ୩୨ ଜଣ ଏବଂ ମ୍ୟୁନିସିପାଲିଟିର ୧୧ ଜଣଙ୍କୁ ସାଂସଦ ସମେତ ଅନ୍ଯ ଅତିଥିଗଣ ନୂତନ ରେସନ କାର୍ଡ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ବ୍ଳକର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ,ସମସ୍ତ ବିଭାଗୀୟ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।
-

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଶ୍ରୀଲଙ୍କାର ନିନ୍ଦା

ବୁଧବାର (୨୩ ଏପ୍ରିଲ, ୨୦୨୫) ଶ୍ରୀଲଙ୍କାର ନେତାମାନେ ଜମ୍ମୁ ଏବଂ କାଶିରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି, ଯେଉଁଥିରେ ଅତି କମରେ ୨୬ ଜଣଙ୍କ ଜୀବନ ଯାଇଥିଲା।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ର ଏକ ପୋଷ୍ଟରେ ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକ କହିଛନ୍ତି: “ଭାରତରେ ହୋଇଥିବା କାପୁରୁଷ ଆତଙ୍କବାଦୀ ଆକ୍ରମଣକୁ ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି। ଆମର ହୃଦୟ ପୀଡିତ ଏବଂ ସେମାନଙ୍କ ପରିବାର ସହିତ ଅଛି। ଶ୍ରୀଲଙ୍କା ସର୍ବଦା ଭାରତର ଲୋକଙ୍କ ସହିତ ଏକତାରେ ଠିଆ ହୋଇଛି।”

ବିରୋଧୀ ଦଳ ନେତା ସାଜିତ ପ୍ରେମଦାସା କହିଛନ୍ତି: “ମୁଁ ଜାମ୍ମୁ ଏବଂ କାଶ୍ମୀରରେ ହୋଇଥିବା କାପୁରୁଷ ଆତଙ୍କବାଦୀ ଆକ୍ରମଣର ଦୃଢ଼ ନିନ୍ଦା କରୁଛି। ନିର୍ଦ୍ଦୋଷ ନାଗରିକଙ୍କ ବିରୁଦ୍ଧରେ ହିଂସା ମାନବତା ବିରୁଦ୍ଧରେ ଏକ ଗମ୍ଭୀର ଅପରାଧ। ଆମେ ପୀଡିତ, ସେମାନଙ୍କ ପରିବାର ଏବଂ ଭାରତର ଲୋକଙ୍କ ସହିତ ଏକତାରେ ଠିଆ ହୋଇଛୁ। ଆମକୁ ସର୍ବଦା ଆତଙ୍କବାଦ ବିରୁଦ୍ଧରେ ଏକଜୁଟ ହେବାକୁ ପଡିବ।”
-

ସାନବଡ଼ ଗୋପାଳପୁର ପଞ୍ଚାୟତରେ ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ଋଣ ଶିବିର କାର୍ଯ୍ୟକ୍ରମ

ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ(ଏସ୍ଏଚ୍ଜି)ଗୁଡ଼ିକ ପାଇଁ ସୁଧମୁକ୍ତ ଋଣ ବ୍ୟବସ୍ଥାକୁ ରାଜ୍ୟ ସରକାର ଜାରି କରିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଗତ ୮ ତାରିଖରେ ଅନୁମୋଦନ କରିଥିଲେ । ଏହି ପ୍ରରିପେକ୍ଷୀରେ ଆଜି ରାଜନଗର ବ୍ଲକ ସାନବଡ଼ ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଷଷ୍ଠ ତମ ଋଣ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ରାଜନଗର ବ୍ଲକ ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଚିଫ ମ୍ୟାନେଜର ମୁକୁନ୍ଦ କର୍ଣ୍ଣ,ବ୍ରାଞ୍ଚ ହେଡ଼ ଅଭୟ କୁମାର ସାହୁ,ସିନିଅର ମ୍ୟାନେଜର ସଂନ୍ଦୀପ ଚୌଧୁରୀଙ୍କ ସହିତ ସରପଞ୍ଚ ଗୋଲେଖ ସ୍ୱାଇଁ ମଧ୍ୟ ସାମିଲ ଥିଲେ। ପାଖାପାଖି ୩୨ ଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଏହି ଶିବିର ମାଧ୍ୟମରେ ତିନି କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି ।

ଏହି ସୁଧମୁକ୍ତ ଋଣ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଜାରି ରଖିଥିଲେ। ଗତ ମଙ୍ଗଳବାର ଏହାକୁ ୨୦୨୫-୨୬ ଓ ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ ମଧ୍ୟ ଦେଇଥିଲେ। ଏହାଦ୍ୱାରା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଏହି ପଦକ୍ଷେପ ରାଜ୍ୟରେ ମହିଳା ଉଦ୍ୟୋଗୀ ଓ ଲକ୍ଷପତି ଦିଦି ସୃଷ୍ଟି କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେବେ ସରକାରଙ୍କ ପକ୍ଷରୁ ମହିଳା ମାନଙ୍କୁ ଲକ୍ଷପତି କରାଇବାରେ ସେଣ୍ଟ୍ରାଲ ବ୍ୟାଙ୍କ ଏକ ଗୁରୁତ୍ୱପୂର୍ଣ ଦାଇତ୍ୱ ନିଭାଇଛି। ଏହି ଋଣ ଶିବିର ମାଧ୍ୟମରେ ମହିଳା ଭାଗୀଦାରି ଜରିଆରେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅର୍ଥନୀତି ସୁଦୃଢ ହେବ ବୋଲି ରାଜନଗର ବ୍ଲକ ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ ଓ ସେଣ୍ଟ୍ରାଲ ବ୍ୟାଙ୍କର ଚିଫ ମ୍ୟାନେଜର ମୁକୁନ୍ଦ କର୍ଣ୍ଣ ମତ ରଖିଥିଲେ।
-

ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଆସିଫ୍ ଖୱାଜା ଦେଇଛନ୍ତି ସିଧା ଧମକ- ‘ଯଦି ଆକ୍ରମଣ ହୁଏ ତେବେ…’

ମଙ୍ଗଳବାର (୨୨ ଏପ୍ରିଲ ୨୦୨୫) ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ପରେ, ଭାରତ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପାକିସ୍ତାନ ବିରୁଦ୍ଧରେ ଅନେକ ବଡ଼ ନିଷ୍ପତ୍ତି ନେଇଥିଲେ। ଏହା ଜାଣିବା ପରେ ପଡ଼ୋଶୀ ଦେଶରେ ହଇଚଇ ସୃଷ୍ଟି ହୋଇଯାଇଛି। ତଥାପି ଏହା ପୂର୍ବରୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ପହଲଗାମ ଆକ୍ରମଣ ପଛରେ ପାକିସ୍ତାନର ହାତ ନାହିଁ। ସେ ଏହି ଆକ୍ରମଣକୁ ନିନ୍ଦା କରୁଛନ୍ତି। ଏହି ସମୟରେ, ସେ ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ HUM କୁ ଏକ ସାକ୍ଷାତକାର ଦେଇଛନ୍ତି, ଯେଉଁଥିରେ ସେ ଭାରତ ବିରୋଧରେ କହୁଛନ୍ତି।
ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, “ମୁଁ ଭାରତକୁ ପଚାରିବାକୁ ଚାହୁଁଛି ଯେ ଦଶନ୍ଧି ଧରି ଅଧିକୃତ କାଶ୍ମୀରରେ ୭୦୦,୦୦୦ ସୈନିକ ଉପସ୍ଥିତ ଅଛନ୍ତି। ଏହା ସତ୍ତ୍ୱେ, ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯାଉଛି। ଭାରତୀୟ ସେନାକୁ ପଚରାଉଚରା କରାଯିବା ଉଚିତ ନୁହେଁ କି? ସେ କହିଛନ୍ତି ଯେ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିବା ଅନୁଚିତ ଏବଂ ଭିତ୍ତିହୀନ।”ପାକିସ୍ତାନ ସମସ୍ତ ପ୍ରକାରର ଆତଙ୍କବାଦକୁ ସ୍ପଷ୍ଟ ଭାବରେ ନିନ୍ଦା କରେ। ପ୍ରକୃତରେ, ପାକିସ୍ତାନ ନିଜେ ଆତଙ୍କବାଦର ସବୁଠାରୁ ବଡ଼ ଶିକାର ହୋଇଛି। ଏହି ସମୟରେ ଆମ ଉପରେ ଆଙ୍ଗୁଠି ଉଠାଇବା ଠିକ୍ ନୁହେଁ। ଆମେ ଆତଙ୍କବାଦକୁ ଦୃଢ଼ ନିନ୍ଦା କରୁ, ତାହା ଭାରତରେ ହେଉ କିମ୍ବା ପାକିସ୍ତାନରେ।
ଯେତେବେଳେ ଜଣେ ପାକିସ୍ତାନୀ ମହିଳା ନ୍ୟୁଜ୍ ଆଙ୍କର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କୁ ପଚାରିଲେ ଯେ ଯଦି ଭାରତ ଆମ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ଆପଣ କ’ଣ କରିବେ, ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ଯଦି ଭାରତ ଏପରି କିଛି ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରେ, ତେବେ ଆମେ ଉପଯୁକ୍ତ ଜବାବ ଦେବାକୁ ସମ୍ପୂର୍ଣ୍ଣ ସକ୍ଷମ। ଅଭିନନ୍ଦନଙ୍କ ଘଟଣା ଏବଂ ପାକିସ୍ତାନର ବାୟୁସୀମା ଉଲ୍ଲଂଘନ ହେବା ସମୟରେ କ’ଣ ଘଟିଥିଲା ତାହା ଆପଣ ମନେ ରଖିଥିବେ। ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଭାରତୀୟ ଗଣମାଧ୍ୟମକୁ ଜବାବ ଦେଇଥିଲେ। ସେ କହିଥିଲେ ଯେ ଭାରତୀୟ ଗଣମାଧ୍ୟମ ପାକିସ୍ତାନ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ ସମ୍ପର୍କରେ କିଛି କହୁଛି। ଆମେ ଆଶା କରୁଛୁ ଯେ ଭାରତ କୌଣସି ଦାୟିତ୍ୱହୀନ ପଦକ୍ଷେପ ନେବ ନାହିଁ। ଯଦି ଭାରତ ପକ୍ଷରୁ କୌଣସି ଆକ୍ରମଣ ହୁଏ, ତେବେ ପାକିସ୍ତାନ ଏହାର ଜବାବ ଦେବାର ସ୍ଥିତିରେ ଅଛି।
-

ବେଆଇନ ସମସ୍ତ ଖଣି ଲିଜ ବାତିଲ,ଜମି,ଜଳ,ଜଙ୍ଗଲ ଲୁଟେରା ଭାରତଛାଡ ଦାବୀ ନେଇ ଆଦିବାସୀଙ୍କ ଗର୍ଜନ

ବେଆଇନ ସମସ୍ତ ଖଣି ଲିଜ ବାତିଲ, ଜମି, ଜଳ,ଜଙ୍ଗଲ ଲୁଟେରା ଭାରତଛାଡ ଦାବୀ ନେଇ ଆଦିବାସୀ ମାନଙ୍କ ଗର୍ଜନ । ଆଦିବାସୀ ସଂଘର୍ଷ ମୋର୍ଚା( ASM) ତରଫରୁ ଦେଶ ବ୍ୟାପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଦିବସ ପାଳନ ଅବସରରେ ରାୟଗଡ଼ା ଡାକ ବଗଂଲା ଠାରୁ ଏକ ଆଦିବାସୀ ସମାବେଶ ଆରମ୍ଭ ହୋଇ କପିଳାସ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ୨୦୨୫ ପରଠାରୁ ଛତିଶଗଡ଼ ଅନ୍ୟ ରାଜ୍ୟ ରେ ସୁରକ୍ଷା ବାହିନୀ ଶହ ଶହ ଆଦିବାସୀଙ୍କୁ ହତ୍ଯା ବଦଂ କରିବା, ଇସ୍ରାଇଲି ଡ୍ରୋନ୍, ମିଥ୍ୟା ଏନକାଉଣ୍ଟର, ବିଚାରାଧୀନ ହିଂସା ଓ ଯୁଦ୍ଧ ଉପକରଣର ବ୍ୟବହାର ଏବଂ “ଅପରେସନ୍ କାଗର” ବଦଂ କରିବା, ସାମରିକୀକରଣ ଆଦିବାସୀମାନକଂ ପଞ୍ଚମ ଅନୁସୂଚୀ ଅଞ୍ଚଳରେ ସୁରକ୍ଷା ଶିବିର ପ୍ରତିଷ୍ଠା ବିରୁଦ୍ଧରେ ସମ୍ପୃକ୍ତ ଗ୍ରାମ ସଭା ର ନିୟମ ଲାଗୁ କରିବା, ଛତିଶଗଡ଼ର ପୋଲିସ ବସ୍ତର ଅଞ୍ଚଳର ପ୍ରମୁଖ ଆଦିବାସୀ ନେତା ମନୀଷ କୁଞ୍ଜମଙ୍କୁ ଟାର୍ଗେଟ ବଦଂ କରିବା, ‘ନକ୍ସଲ-ମୁକ୍ତ ଭାରତ’ ନାମରେ ସାମରିକୀକରଣ ଅଭିଯାନ ରେ ଅବାଧ ଯୁଦ୍ଧ ସାମରିକ ଅଭିଯାନ ବଦଂ କରିବା, , “ସମନ୍ବିତ ବିକାଶ କେନ୍ଦ୍ର”ରେ ରିପୋର୍ଟ ଅନୁଯାୟୀ ହସ୍ପିଟାଲ, ସ୍କୁଲ, ରାସନ ବିଭିନ୍ନ କଲ୍ୟାଣକାରୀ ସେବା ପ୍ରଦାନ କରିବା, ଆଦିବାସୀମାନଙ୍କୁ ଜଙ୍ଗଲ, ଜମି ଏବଂ ମର୍ଯ୍ୟାଦା ଯୋଗାଇବା, ଯୁଦ୍ଧନୀତିକୁ ବିନାଶ ଯୁଦ୍ଧକୁ ତୁରନ୍ତ ବନ୍ଦ କରିବା, ନିର୍ଯାତିତ ଆଦିବାସୀଙ୍କ ପାଇଁ ଏକ ଗଣତାନ୍ତ୍ରିକ ସ୍ଥାନ ଏବଂ ପରିବେଶ ଗ୍ୟାରେଣ୍ଟି କରିବା, ଏନକାଉଣ୍ଟରରେ କେବଳ ହତ୍ୟା ବଦଂ କରିବା, ଆଦିବାସୀଙ୍କ ପ୍ରତିବାଦ ବିରୁଦ୍ଧରେ ଅତିରିକ୍ତ ନ୍ୟାୟିକ ହିଂସା ନୀତି ସାମ୍ବିଧାନିକ ଆଇନର ସମ୍ପୂର୍ଣ୍ଣ ବଦଂ କରିବା, ଖଣି ଏବଂ ଶିଳ୍ପାୟନ ନାମରେ କର୍ପୋରେଟ୍ ଲୁଟ୍ ବନ୍ଦ କରିବା, ମାନବାଧିକାର କର୍ମୀ, ଜନ ଆନ୍ଦୋଳନର ନେତା ଏବଂ ନିର୍ଦ୍ଦୋଷ ଆଦିବାସୀଙ୍କୁ ମୁକ୍ତ କରିବା, ଅନ୍ୟାୟ ଭାବରେ ଦୋଷୀ ସାବ୍ୟସ୍ତ ହୋଇ ମିଥ୍ୟା ମାମଲାରେ ଜେଲ୍ ରୁ ମୁକ୍ତ କରିବା ନେଇ ଆଦିବାସୀ ସଂଘର୍ଷ ମୋର୍ଚା (ASM) ର ସର୍ବ ଭାରତୀୟ ନେତା ତ୍ରିପତି ଗମାଙ୍ଗ ଦାବି କରିଛନ୍ତି l

ଏହି ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ସଂଜୀବ ଶବର, କୈଳାସ ଶବର, ସୁଦୁରୁ ମଣି ମିଣିଆକା, କ୍ରୀଷ୍ଣା ପାଲାକା,ସବିତା କାଡ୍ରାକା, ନୀଳାଇ କିଲାକା, ବିଶ୍ଵନାଥ ମାଝୀ , ଦାସୁରୁ ପାତିକା, ମୂର୍ତ୍ତୀ ମିଣିଆକା, ଅଷ୍ଟମ ଉଲକା, ଆଚାନା ମାଣ୍ଡିଗିଂ, ଆଶ୍ରିଗା ଅଟକା, ନାଗ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ ।
-

ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ
କେନ୍ଦୁଝର ସହର ସ୍ଥିତ ଗାୟତ୍ରୀ ରେସିଡେନସିଆଲ କଲେଜ ନାମକ ଏକ ଘରୋଇ କଲେଜ ହଷ୍ଟେଲ ରେ ବିଳମ୍ବିତ ରାତିରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ପାଟଣା ଥାନା ଟାଙ୍ଗରପଡା ଗ୍ରାମର ଜଗବନ୍ଧୁ ମହାନ୍ତ ଙ୍କ ପୁଅ ଜଳଧର ମହାନ୍ତ । ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ଗାୟତ୍ରୀ ରେସିଡେନ୍ସିଆଲ କଲେଜ ହଷ୍ଟେଲରେ ରହି ସମର କୋର୍ସ କରୁଥିଲେ ଜଳଧର । ଗତକାଲି ରାତିରେ ରାତ୍ରୀ ଭୋଜନ ପରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ । ପରିବାର ଲୋକ ଏହାର ତଦନ୍ତ ଦାବୀ କରିଛନ୍ତି ।
-

ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଦୀଘା ମୁହାଣକୁ ଭାସିଆସିଲେ ମହାବାହୁ
ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ରେ ଦିଘା ରେ ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁ ଙ୍କୁ ପୁରୀ ରୀତି ନୀତି ଅନୁସାରେ ପ୍ରତିଷ୍ଠା କରାଯିବ । ମାତ୍ର ମହାପ୍ରଭୁ ଙ୍କୁ ପ୍ରତିଷ୍ଠା ପୂର୍ବରୁ ଦୀଘାର ମହାନ୍ତି ଘାଟ ନିକଟରେ ସମୁଦ୍ରରେ ପ୍ରଭୁ ଜଗନ୍ନାଥଙ୍କ ଏକ କାଠ ପ୍ରତିମା ଭାସୁଥିବା ଦେଖିବାକୁ ମିଳିଥିଲା । ସେହି ମହାନ୍ତି ଘାଟରେ ଏକ ନୂତନ ଘାଟ ନିର୍ମାଣ ପାଇଁ କାମ ଚାଲିଥିଲା । ଯେତେବେଳେ କର୍ମଚାରୀ ମାନେ ପ୍ରତିମାଟିକୁ ଦେଖିଲେ, ସେମାନେ ତାହାକୁ ଉଠାଇ କୂଳକୁ ଆଣିଲେ । ଖବର ପ୍ରସାରିତ ହେବା ମାତ୍ରେ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକ ଠାକୁରଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ । ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଦୀଘା ମୁହାଣକୁ ଭାସିଆସିଲେ ମହାବାହୁ । ଖବର ଜଣାପଡିବା ପରେ ଲୋକଙ୍କ ଗହଳି ଲାଗିଥିଲା । ଆଖପାଖର ଲୋକ ଓ ପର୍ଯ୍ୟଟକ ଏକାଠି ହୋଇଥିଲେ ଜଗନ୍ନାଥଙ୍କୁ ଦେଖିବାକୁ । ସୂଚନା ଥାଉକି, ଓଡିଶା ପଶ୍ଚିମବଙ୍ଗ ସୀମାନ୍ତରେ ଆସନ୍ତା ୩୦ତାରିଖରେ ଦିଘାରେ ପ୍ରତିଷ୍ଠା ହେବ ଜଗନ୍ନାଥ ମନ୍ଦିର । ପୁରୀ ରୀତିନୀତି ଅନୁସାରେ ଏଠାରେ ପ୍ରତିଷ୍ଠା କରାଯିବ ମହାପ୍ରଭୁଙ୍କର ।
-

ଦକ୍ଷିଣ ଚଳଚ୍ଚିତ୍ର ସୁପରଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ, ଜାଣନ୍ତୁ ପୁରା ଘଟଣା

ରିଅଲ ଇଷ୍ଟେଟ୍ ଫାର୍ମଗୁଡ଼ିକ ସହିତ ଜଡିତ ମନି ଲଣ୍ଡରିଂ ତଦନ୍ତ ସହିତ ଜଡିତ ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡି ନୋଟିସ୍ ଜାରି କରିଛି। ଟଲିଉଡ୍ ଅଭିନେତା ମହେଶ ବାବୁଙ୍କୁ ଏପ୍ରିଲ ୨୭ରେ ପଚରାଉଚରା ପାଇଁ ଡକାଯାଇଛି। ରିପୋର୍ଟ ଅନୁସାରେ, ତଦନ୍ତ ଦୁଇଟି ରିଅଲ୍ ଇଷ୍ଟେଟ୍ କମ୍ପାନୀ – ସାଇ ସୂର୍ଯ୍ୟ ଡେଭଲପର୍ସ ଏବଂ ସୁରାଣା ଗ୍ରୁପ୍ ଦ୍ୱାରା ହୋଇଥିବା ଠକେଇ ଏବଂ ବଡ଼ ଧରଣର ଆର୍ଥିକ ଅନିୟମିତତା ସହିତ ଜଡିତ।
ସୂଚନା ଅନୁଯାୟୀ, ମହେଶ ସାଇ ସୂର୍ଯ୍ୟ ଡେଭଲପର୍ସ ଏବଂ ସୁରାଣା ଗ୍ରୁପ୍ ଦ୍ୱାରା ଲଞ୍ଚ କରାଯାଇଥିବା ରିଅଲ୍ ଇଷ୍ଟେଟ୍ ପ୍ରୋଜେକ୍ଟ ପାଇଁ ପ୍ରମୋସନାଲ୍ ବିଜ୍ଞାପନରେ କାମ କରିଥିଲେ। ଏହି ବିଜ୍ଞାପନଗୁଡ଼ିକ ପାଇଁ ମହେଶ ୫.୯ କୋଟି ଟଙ୍କା ପାଇଥିବା ଜଣାପଡ଼ିଛି। ଚେକ୍ ମାଧ୍ୟମରେ ୩.୪ କୋଟି ଟଙ୍କା ଏବଂ ନଗଦ ୨.୫ କୋଟି ଟଙ୍କା। ଏବେ ନଗଦ ଦେୟ ଯାଞ୍ଚ ଅଧୀନକୁ ଆସିଛି।

ତେଲେଙ୍ଗାନା ପୋଲିସ ହାଇଦ୍ରାବାଦ ପ୍ରପର୍ଟିଜ୍ ଲିମିଟେଡର ନରେନ୍ଦ୍ର ସୁରାନା ଏବଂ ସାଇ ସୂର୍ଯ୍ୟ ଡେଭଲପର୍ସର ସତୀଶ ଚନ୍ଦ୍ର ଗୁପ୍ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ଅଭିଯୋଗ ହୋଇଛି ଯେ ଏହି ଦୁଇଜଣ ଅନଧିକୃତ ଲେଆଉଟରେ ପ୍ଲଟ୍ ବିକ୍ରୟ କରି, ସମାନ ପ୍ଲଟ୍ ବହୁବାର ବିକ୍ରୟ କରି ଏବଂ ପଞ୍ଜୀକରଣ ବିଷୟରେ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ରେତାମାନଙ୍କୁ ଠକିଥିଲେ। ଇଡି ତଦନ୍ତ ଆରମ୍ଭ କରିବା ମାତ୍ରେ, ସେମାନେ ମହେଶ ବାବୁଙ୍କୁ ଦିଆଯାଇଥିବା ଦେୟ ଉପରେ ଯାଞ୍ଚ କଲେ ଏବଂ ଅନୁମାନ କଲେ ଯେ ନଗଦ ଆକାରରେ ଦିଆଯାଇଥିବା ୨.୫ କୋଟି ଟଙ୍କା ଲଣ୍ଡରିଂ ନେଟୱାର୍କର ଅଂଶ ।
ତେଲେଙ୍ଗାନା ପୋଲିସ ଦ୍ୱାରା ଦାୟର କରାଯାଇଥିବା ଏଫଆଇଆରରେ ଏହି ସଂସ୍ଥାଗୁଡ଼ିକ ଅନଧିକୃତ ଲେଆଉଟରେ ପ୍ଲଟ୍ ବିକ୍ରୟ କରି, ସମାନ ପ୍ଲଟର ଅନେକ ବିକ୍ରୟ କରି ଏବଂ ନକଲି ପଞ୍ଜିକରଣ ଗ୍ୟାରେଣ୍ଟି ପ୍ରଦାନ କରି ନିବେଶକମାନଙ୍କୁ ଠକୁଥିବା ଅଭିଯୋଗ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକର ଅଭିନେତାଙ୍କ ଅନୁମୋଦନ ଜନସାଧାରଣଙ୍କ ବିଶ୍ୱାସ ସୃଷ୍ଟି କରିବାରେ ଏବଂ ଅଭିଯୋଗ ହୋଇଥିବା ଠକେଇ ବିଷୟରେ ଅଜ୍ଞ କ୍ରେତାମାନଙ୍କୁ ଆକର୍ଷିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ବିଶ୍ୱାସ କରାଯାଏ।

ଆପଣଙ୍କୁ କହି ରଖୁଛୁ ଯେ ମହେଶ ବାବୁ ବର୍ତ୍ତମାନ ଏସଏସ ରାଜାମୌଲିଙ୍କ ସହିତ ତାଙ୍କର ପରବର୍ତ୍ତୀ ଫିଲ୍ମରେ ବ୍ୟସ୍ତ ଅଛନ୍ତି। ଏହି ମାସର ଆରମ୍ଭରେ ଫ୍ଲୋର ହୋଇଥିବା ଏହି ଚଳଚ୍ଚିତ୍ରରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ମୁଖ୍ୟ ମହିଳା ଭୂମିକାରେ ଅଛନ୍ତି।
