ପାରାଦ୍ଵୀପ ଖବରକାଗଜ ବିତରକ ସଙ୍ଘର ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ପୈାରପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ବାଳ, ବରିଷ୍ଠ ସାମ୍ବାଦିକ ସଞ୍ଜୟ ମିଶ୍ର, ଶୁକଦେବ ଜେନା, ରତ୍ନାକର ଜେନା , ଚିତ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ବର୍ତ୍ତମାନ ର ଇଣ୍ଟରନେଟ ଯୁଗରେ ଆନ୍ତର୍ଜାତିକ ବନ୍ଦର ନଗରୀ ପାରାଦ୍ଵୀପ ରେ ପେପର ବିକ୍ରୟ କରି ପରିବାର ପ୍ରତିପୋଷଣ କରିବା ନିଶ୍ଚିତ କଷ୍ଟକର। ତଥାପି ଏହି ପେଶା କୁ ଆପଣାଇ ଥିବା ଭାଇମାନଙ୍କୁ ଧନ୍ୟବାଦ ଦେଇଥିଲେ ପୈାରାଧ୍ୟକ୍ଷ। ଖବରକାଗଜ ବିତରକ ମାନଙ୍କ ଯୋଗୁଁ ହିଁ ଜଣେ ସାମ୍ବାଦିକ ନିଜକୁ ସାମ୍ବାଦିକ ବୋଲି ଗର୍ବ କରିଥାଏ। କାରଣ ସାମ୍ବାଦିକ ର ଲେଖାକୁ ଘରେ ଘରେ ପହଞ୍ଚାଉଥିବା ବ୍ୟକ୍ତି ହେଉଛି ଖବରକାଗଜ ର ହକର ବୋଲି ବରିଷ୍ଠ ସାମ୍ବାଦିକ ମାନେ ମତବ୍ୟକ୍ତ କରିଥିଲେ। ବର୍ତ୍ତମାନ ର କଠିନ ସମୟରେ ସବୁ ବର୍ଗର ଲୋକ ଏମାନଙ୍କ ନିକଟରେ ଠିଆହେବା ସହିତ ସେମାନଙ୍କୁ ସରକାରୀ ସ୍ବୀକୃତି ଓ ପ୍ରୋତ୍ସାହନ ପାଇଁ ଦାବୀ କରାଯାଇଥିଲା।
Tag: #suchana news
-

ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ

ଶୁକ୍ରବାର ସକାଳେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ପ୍ରବଳ ପବନ ଏବଂ ମୁଷଳଧାରାରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ପ୍ରବଳ ପବନ ଯୋଗୁଁ ଅନେକ ଅଞ୍ଚଳରେ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ପଡ଼ିଯାଇଛି। ବର୍ଷା ଯୋଗୁଁ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଯାତାୟାତ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ସକାଳେ ଘରୁ ଅଫିସ୍ ଯିବା ପାଇଁ ବାହାରିଥିବା ଲୋକମାନେ ରାସ୍ତାରେ ଲମ୍ବା ଟ୍ରାଫିକ୍ ଜାମ୍ ଦେଖିବାକୁ ପାଇଲେ। ନୋଏଡା, ଗାଜିଆବାଦ, ଗୁଡ଼ଗାଓଁ ଏବଂ ଫରିଦାବାଦରେ ମଧ୍ୟ ରାସ୍ତାଗୁଡ଼ିକ ପାଣିରେ ବୁଡ଼ି ରହିଥିଲା। ସକାଳେ ମଧ୍ୟ ଏତେ ଅନ୍ଧାର ଥିଲା ଯେ ଗାଡ଼ି ଚାଳକମାନଙ୍କୁ ରାସ୍ତାରେ ଗାଡ଼ିର ହେଡଲାଇଟ୍ ବ୍ୟବହାର କରିବାକୁ ପଡ଼ିଲା।

ଝଡ଼ ଏବଂ ପ୍ରବଳ ବର୍ଷାର ୩-୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ଅଗ୍ନିଶମ ସେବାକୁ ବର୍ଷା ସମ୍ବନ୍ଧୀୟ ଘଟଣା ପାଇଁ ପ୍ରାୟ ୧୦୦ ଟି କଲ୍ ମିଳିଥିଲା। ଦିଲ୍ଲୀର ଅନେକ ଅଞ୍ଚଳରେ ଗଛ ଭାଙ୍ଗି ପଡ଼ିବାରୁ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି।

ପବ୍ଲିକ୍ ୱର୍କସ୍ ବିଭାଗ କହିଛି ଯେ ମଧ୍ୟାହ୍ନ ୧୨ଟା ସୁଦ୍ଧା ଜଳବନ୍ଦୀ ନେଇ ୧୦୦ଟି ଅଭିଯୋଗ ଆସିଛି ଏବଂ ଜଳବନ୍ଦୀ ଏବଂ ଅନ୍ୟାନ୍ୟ ସମସ୍ୟା ଦୂର କରିବା ପାଇଁ ୧୫୦ଟି କ୍ୱିକ୍ ରେସପନ୍ସ ଟିମ୍ ନିୟୋଜିତ କରାଯାଇଛି।

ଲୁଟେନ ଦିଲ୍ଲୀ ଅଞ୍ଚଳରେ ଗଛ ପଡ଼ିବାର ୨୫ଟି ମାମଲା ଏବଂ ଜଳବନ୍ଦୀ ସମ୍ପର୍କିତ ୧୨ଟି ଅଭିଯୋଗ ମିଳିଛି।
ଦିଲ୍ଲୀର ଦ୍ୱାରକାର ଖରହରି ନାହାର ଗାଁରେ ପ୍ରବଳ ପବନ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରବଳ ପବନ ଯୋଗୁଁ ଫାର୍ମରେ ନିର୍ମିତ ଟ୍ୟୁବୱେଲ ରୁମ ଉପରେ ଏକ ବିରାଟ ଗଛ ପଡ଼ିଗଲା। ଏହି କାରଣରୁ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଆହତ ହୋଇଛନ୍ତି।

ଆଇଜିଆଇ ବିମାନବନ୍ଦରରେ ଝଡ଼ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ କାର୍ଯ୍ୟ ବାଧାପ୍ରାପ୍ତ ହେବା ଯୋଗୁଁ ତିନୋଟି ବିମାନର ଗତି ପରିବର୍ତ୍ତନ କରାଯାଇଥିଲା ଏବଂ ୨୦୦ରୁ ଅଧିକ ବିମାନ ବିଳମ୍ବିତ ହୋଇଥିଲା। ସେହିପରି ୨୦ ରୁ ଅଧିକ ଟ୍ରେନ ମଧ୍ୟ ବିଳମ୍ବ ହୋଇଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଜନୁ କା ଟିଲା ଅଞ୍ଚଳରେ ଜଳବନ୍ଦୀ ରାସ୍ତାର ଅନୁଧ୍ୟାନ କରିଛନ୍ତି। ପରିସ୍ଥିତିର ସମୀକ୍ଷା କରିବାକୁ ଲୋକ ନିର୍ମାଣ ମନ୍ତ୍ରୀ ପ୍ରବେଶ ବର୍ମା ମିଣ୍ଟୋ ବ୍ରିଜ୍ ଅଞ୍ଚଳରେ ପହଞ୍ଚିଥିଲେ।

ସକାଳେ ଉତ୍ତର ପ୍ରଦେଶର ବୁଲନ୍ଦସହରରେ ପ୍ରବଳ ବର୍ଷା ସହିତ ପ୍ରବଳ ପବନ ମଧ୍ୟ ରେକର୍ଡ କରାଯାଇଛି। ଫିରୋଜାବାଦରେ ବଜ୍ରପାତ ଯୋଗୁଁ ଦୁଇ ଜଣ ମନରେଗା ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଶ୍ରମିକ ଆହତ ହୋଇଛନ୍ତି।

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଗାମୀ କିଛି ଘଣ୍ଟା ପାଇଁ ପାଗ ସମାନ ରହିବ। ପାଣିପାଗ ବିଭାଗ ଉତ୍ତର, ପୂର୍ବ ଏବଂ ଦକ୍ଷିଣ ଭାରତର ଅନେକ ସ୍ଥାନରେ ପ୍ରବଳ ଝଡ଼, ବିଜୁଳି ଏବଂ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ବିଭାଗ ଅନୁଯାୟୀ, ଆଗାମୀ ୨୪ ରୁ୪୮ ଘଣ୍ଟା ପର୍ଯ୍ୟନ୍ତ ପାଗ ଖରାପ ରହିବ।
ଭାରତୀୟ ପାଣିପାଗ ବିଭାଗ (IMD) ଏକ ରେଡ୍ ଆଲର୍ଟ ଜାରି କରିଛି ଏବଂ ଲୋକମାନଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛି।
-

ଶ୍ରମିକ ଦିବସରେ ଗୁଣପୁର ଠାରେ ଶୋଭାଯାତ୍ରା

ଶ୍ରମିକ ଦିବସ ଅବସରରେ ଗୁଣପୁର ବାଳିକା ବିଦ୍ୟାଳୟଠାରୁ ଏକ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଦେଇ ବାଇପାସ୍ ଛକ ନାଗଭୂଷଣ ପଟ୍ଟନାୟକଙ୍କୁ ମୋଟର କର୍ମଚାରୀ ସଂଘ ର ସଭାପତି ଫଣୀଭୁଷଣ ପଟ୍ଟନାୟକ ଓ ତ୍ରିପତି ଗମାଙ୍ଗ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ପରେ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରେ ପତାକା ଉତ୍ତୋଳନ କରାଯାଇଥିଲା । ମଇ ୧ ତାରିଖ ଦିନ ଆମେରିକାର ଚିକାଗୋ ସହରରେ ୧୮୮୬ ମସିହାରେ ୮ ଘଣ୍ଟା ଶ୍ରମ ଆଇନ ନେଇ ଲଢେଇରେ ଶ୍ରମିକ ମାନଙ୍କ ୮ ଘଣ୍ଟା ଶ୍ରମ ଆଇନ କରାଯାଇଛି । ତେଣୁ ସେହି ୪ ଟି ଶ୍ରମ ଆଇନ ବାତିଲ କରିବା ଓ ଘରୋଇ କରଣ ବନ୍ଦ କରିବା ସହ କୃଷକ ବିରୋଧି କୃଷି ଆଇନ୍ ବାତିଲ କରିବା ପାଇଁ ଦାବି ଜଣାଇଛନ୍ତି ।

ସେହିପରି ଓପିଏସ୍ କୁ ଲାଗୁକରିବା ଓ ଏନପିଏସ ଓ ୟୁପିଏସ କୁ ବାତିଲ କରିବା ଭଳି ୩ ଟି ଅପରାଧୀକ କଳା ଆଇନ ବାତିଲ କରିବା ଓ କର୍ପୋରେଟ ଲୁଟ ବନ୍ଦ କରିବା ସହ ଶ୍ରମିକ ମାନଙ୍କୁ ମାସିକ ୨୬ ହଜାର ଟଙ୍କା ଓ ପେନସନ ୧୫ ହଜାର ଟଙ୍କା ପ୍ରଦାନ କରିବା ନେଇ ଫଣୀଭୁଷଣ ପଟ୍ଟନାୟକ ଦାବି କରିଥିଲେ । ଏହି ରାଲି ଶୋଭାଯାତ୍ରା ରେ ସଭାପତି ଫଣୀଭୁଷଣ ପଟ୍ଟନାୟକ, କୋଷାଧ୍ୟକ୍ଷ କିଶୋର ମହାନ୍ତି, ପି ଭେଙ୍କଟ ରାଓ , ଦିଲ୍ଲୀପ କୁମାର ପଟ୍ଟନାୟକ, ସି ପି ଆଇ .ଏମଏଲ . ଲିବରେସନ ରାୟଗଡା ଓଡିଶା ସମ୍ପାଦକ ତ୍ରିପତି ଗମାଙ୍ଗ ଉପସ୍ଥିତ ରହି ଆନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ପାଳନ କରି , ନିଜର ପାରିଶ୍ରମିକ ହକ ପାଇବା ପାଇଁ ଗୁଣପୁର ସହରରେ ଏକ ଶୋଭାଯାତ୍ରାରେ ବାହାରି ଦାବି ଜଣାଇବା ଥିବା ଦେଖିବାକୁ ମିଳିଥିଲା ।
-

ସାଳଦେଇ ଗ୍ରାମରେ ନୂତନ ଜାଭିୟର୍ସ ଇଣ୍ଟରନ୍ୟାସନାଲ ସ୍କୁଲ ଉଦଘାଟିତ

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ସାଳଦେଇ ଗ୍ରାମରେ ନୂତନ ଜାଭିୟର୍ସ ଇଣ୍ଟରନ୍ୟାସନାଲ ସ୍କୁଲ ଉଦଘାଟିତ ହୋଇଯାଇଛି। ସ୍କୁଲ ର ପ୍ରତିଷ୍ଠାତା ରବି ନାରାୟଣ ବୋଇତାଇ ଙ୍କ ସଭାପତିତ୍ଵରେ ଉଦଘାଟନ ଉତ୍ସବରେ ସରପଞ୍ଚ ରିତାଞ୍ଜଳି ବୋଇତାଇ ଆନୁଷ୍ଠାନିକ ଭାବେ ନୁତନ ସ୍କୁଲ କୁ ଉଦଘାଟିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲ ଅଧ୍ୟକ୍ଷା ରାଇମଣୀ ବୋଇତାଇ, ସମ୍ପାଦକ ବିନୋଦ ବିହାରୀ , କୋଷାଧ୍ୟକ୍ଷ ଜଗତ ବୋଇତାଇ, ସାଳଦେଇ ଜାଭିୟର୍ସ ସ୍କୁଲ ପ୍ରିନ୍ସପାଲ ରଶ୍ମିତା ରାଉତ, ଖଲଣା ଜାଭିୟର୍ସ ସ୍କୁଲ ପ୍ରିନ୍ସପାଲ , କୋଷାଧ୍ୟକ୍ଷ ପ୍ରମୁଖ ଉଦଘାଟନୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ।

ଏହି ସ୍କୁଲ ରେ ନର୍ସରୀ ରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ପାଠପଢି ପାରିବେ ବୋଲି ସ୍କୁଲ ଅଧ୍ୟକ୍ଷା ରାଇମଣୀ ବୋଇତାଇ ପ୍ରକାଶ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଜାଭିୟର୍ସ ସ୍କୁଲର ଆରମ୍ଭ ହେବାରୁ ଆଖପାଖ ଅଞ୍ଚଳବାସୀଙ୍କ ଇଂରାଜୀ ଶିକ୍ଷାରେ ଶିକ୍ଷାଦାନ କରିବାକୁ ସ୍କୁଲ ରେ ଯୋଗଦେଉଥିବା ନୂତନ ଛାତ୍ରଛାତ୍ରୀ ମାନଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ସ୍କୁଲ ତରଫରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଥିବା ସ୍କୁଲ କମିଟି ତରଫରୁ ସୂଚନା ମିଳିଛି ।
-

ଯାଜପୁରରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ସଂସ୍କୃତିଭବନ ପରିସରରେ ଶ୍ରମିକ ମାନଙ୍କ ଉଦେଶ୍ୟରେ ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ପାଳିତ ହୋଇଛି । ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ସଂଜିତ କୁମାର ଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ଼ ରବୀନ୍ଦ୍ର ନାରାୟଣ ବେହେରା ଯୋଗ ଦେଇଥିଲେ । ସଂମାନ୍ନୀତ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ,ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ ଆଯୁକ୍ତ ଶ୍ରୀ ଶିବ ଶଙ୍କର ମିଶ୍ର, ପ୍ରମୁଖ ଯୋଗ ଦେଇ ସରକାରଙ୍କ ତରଫରୁର ଶ୍ରମିକ ମାନଙ୍କ ପାଇଁ ପ୍ରଣୟନ ହୋଇଥିବା ଜନହିତକାରୀ ଯୋଜନା ଗୁଡିକ ବିଷୟରେ ଆଲୋକପାତ କରାଇଥିଲେ । ଦେଶ ତଥା ରାଜ୍ୟର ଉର୍ନତି ନିମନ୍ତେ ଉଭୟ ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ର ରେ କାର୍ଯ୍ୟରତ ଶ୍ରମିକ ଭାଇ ଓ ଭଉଣୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ଅଟେ । ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରି ବିଭିନ୍ନ କଲ୍ୟାଣକାରୀ ଯୋଜନା ହାତକୁ ନେଇଛନ୍ତି । ଏ ସବୁ ଯୋଜନା ସେମାନଙ୍କ ଜୀବନର ମାନ ବୃଦ୍ଧିରେ ନିଶ୍ଚିତ ରୂପେ ସହାୟକ ହୋଇପାରିବ ବୋଲି ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ସୁଧୀର କୁମାର ସାହୁ ଜିଲ୍ଲାରେ କାର୍ଯ୍ୟ କରୁଥିବା ଦୁଇ ବୋର୍ଡ ତରଫରୁ ଶ୍ରମିକ ମାନଙ୍କୁ ଯୋଗାଇଦିଆଯାଉଥିବା ବିଭିନ୍ନ ସହାୟତା ବିଷୟରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧୀନରେ ଥିବା ୧୫୦ ଜଣ ଆବେଦନକାରୀଙ୍କୁ ନୂତନ କାର୍ଡ ବଣ୍ଟନ ଓ ୨୮୪ ଜଣ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ମୋଟ ଏକ କୋଟି ୪୬ ଲକ୍ଷ ୧୮ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀଣି ସୁନନ୍ଦା ବିଶ୍ୱାଳଙ୍କ, ସୋମ୍ୟସୁନ୍ଦର ରାଉତରାୟ, ସୋମ୍ୟ ରଞ୍ଜନ ବେହେରା, ସ୍ମୃତିରଞ୍ଜନ ପଣ୍ଡା, ରଚନା ସେଠିଙ୍କ ସମେତ ଶ୍ରମ କାଯ୍ୟଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
-

ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ପୌରାଧକ୍ଷ ହେଲେ ସୁବାସ

ଦୀର୍ଘ ଦିନର ପ୍ରଚେଷ୍ଟାର ଆଜି ପୁର୍ଣଛେଦ ପଡିଛି, ବ୍ୟାସନଗର ସହର ଆଜି ଉର୍ନତି ଆଡକୁ ଗତିକରିବାକୁ ଯାଉଛି। ପୌରାଧ୍ୟକ୍ଷ ଗାଦିରେ ବସିଛନ୍ତି ସୁବାସ ବଳ,ପୌର କାର୍ଯ୍ୟାଳୟରେ ସମସ୍ତ କାଉନସିଲରଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ ନିର୍ବାହୀ ଅଧିକାରୀଙ୍କ ଠାରୁ ଦାୟିତ୍ବ ଭାର ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ନିଜର ଅସୁମାରୀ ଆଶାର ସ୍ବପ୍ନ ଆଜି ସତରେ ପୂରଣ ହୋଇଥିବା ସମସ୍ତ କାଉନସିଲର ମାନେ କହିଛନ୍ତି।
ବ୍ୟାସନଗର ସହରର ବିକାଶ ଧାରାକୁ ଅଗ୍ରଗତି ଧାରାରେ ଆଗେଇନେବା ପାଇଁ ସମସ୍ତେ ସଂକଳ୍ପବଧ କରିଥିବା ଦେଖିବାକୁ ମିଳିଥିଲା। ସୁବାସଙ୍କ ପ୍ରତି ସମସ୍ତଙ୍କ ଶୁଭେଚ୍ଛାର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି। ବାକି ରହିଲା ଆଗାମୀ ଦିନରେ ସହର ବିକାଶ ଦିଗରେ ସୁବାସଙ୍କ ଭୂମିକା କେତେ ଗୁରୁତ୍ବପୁର୍ଣ୍ୟ ରହୁଛି।
-

ବେଧଡକ ମାଡି ଚାଲିଛି ଧଳା ଜହର ବେପାର, ଫାସରେ ପଡିଲା ବେପାରୀ

ଥମୁନି ବ୍ରାଉନ୍ସୁଗାର କାରବାର । ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ମାହଳ ଗ୍ରାମର ଗଙ୍ଗାଦେଇ ମନ୍ଦିର ନିକଟରୁ ଜଣେ ବ୍ରାଉନଗାର ସୁଗାର ବେପାରୀ ଗିରଫ । ବେପାରୀ ନିକଟରୁ ୬ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ଦେଢ ଲକ୍ଷ ଟଙ୍କା ହେବ ।
ଖବର ଅନୁସାରେ , ବ୍ରାଉନ୍ସୁଗାର କାରବାର ନେଇ ପୋଲିସ ଲଗାତର ଭାବେ ସଜାଗ ରହିଛି ।ତେବେ ଏକ ବିଶେଷ ସୂତ୍ରରୁ ବ୍ରାଉନ ସୁଗାର ବ୍ୟବସାୟ ହେଉଥିବାର ଖବର ପାଇ ଅଭୟଚାନ୍ଦପୁର ଥାନର ଏକ ସ୍ବତନ୍ତ୍ର ଟିମ ମାହାଳର ଗଙ୍ଗାଦେଇ ମନ୍ଦିର ନିକଟରେ ପହଞ୍ଚିଥିଲେ । ସେଠାରେ ବ୍ରାଉନ ସୁଗାର ବିକୁଥିବା ପ୍ରତାପ ଭୋଇ ନିକଟରୁ ୬ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ ।ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଛି ।
ତେବେ ଏମାନଙ୍କ ସହ ଆଉ କିଏ କିଏ ସାମିଲ ଅଛନ୍ତି । ପୁରା କାରବାରର କେଉଁ କେଉଁ ମାନେ ସାମିଲ ଅଛନ୍ତି । ସେନେଇ କିଛି ଲୋକଙ୍କୁ ଥାନାକୁ ଆଣି ପଚରାଉଚରା ଜାରିରହିଛି। ଜଗତସିଂହପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ଆସାମୀଙ୍କ ଉପରେ ଚଢ଼ାଉ କରି ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ କ୍ରମେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଅଭୟଚାନ୍ଦପୁର ଥାନା ଆଇଆଇସି ସମିର କୁମାର ରାଉତ କହିଛନ୍ତି ।
-

ଏରୋନଟିକ୍ସ ମହାବିଦ୍ୟାଳୟରେ ଆଲୁମିନି ମିଟ

କୋରାପୁଟ ଜିଲ୍ଲା ସୁନାବେଡ଼ା ହାଲ ସହରାଞ୍ଚଳ ସ୍ଥିତ ଏରୋନଟିକ୍ସ ମହାବିଦ୍ୟାଳୟରେ ଆଲୁମିନି ମିଟି ସୁନାବେଡ଼ା ଭଞ୍ଜ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାଧ୍ୟାପକ ଅଧ୍ୟକ୍ଷ ବସନ୍ତ କୁମାର ମିଶ୍ର ସଭାପତିତ୍ୱ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ହାଲ କୋରାପୁଟ ପ୍ରଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧାଂଶୁ ମୋହନ ଜେନା ଓ ବରେଣ୍ୟ ଅତିଥି ଭାବେ ହାଲ ଇଞ୍ଜିନ ପ୍ରଭାଗର ମହାପ୍ରବନ୍ଧକ କଲ୍ଲୋଳ ଭଟ୍ଟାଚାର୍ଯ୍ୟ, ଏରୋନଟିକ୍ସ ମହାବିଦ୍ୟାଳୟର ସାଧାରଣ ସମ୍ପାଦକ ସରୋଜ କୁମାର ପଣ୍ଡା, କୋଷାଧକ୍ଷ ଅନୁଜ କୁମାର ସିଂଚୋହାନ, ସମ୍ପାଦକ ସ୍ମିତା ମହାପାତ୍ର ଆଦି ଯୋଗ ଦେଇଥିଲେ। ସଭା ସଂଯୋଜନା ଡ. ରବିନାରାୟଣ ସାମନ୍ତରାୟ କରିଥିଲେ।
ମହାବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ସେମାନଙ୍କର ସ୍ମୃତିକୁ ମନେପକାଇ ଭାବବିହ୍ୱହଳ ହେବାସହ ସେମାନଙ୍କ ସ୍ମୃତି ଉପସ୍ଥାପନ କରିଥିଲେ । ପୂର୍ବତନ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟ ତରଫରୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା।ମହାବିଦ୍ୟାଳୟର ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଅଧ୍ୟାପିକା ହରିଣ୍ମୟୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସଭାରେ ପ୍ରାଧ୍ୟାପିକା ଡ. ଅନସୂୟା ନନ୍ଦ, ଡ. ସଞ୍ଜୟ ପୁରୋହିତ, ଗୌରୀଶଙ୍କର ରଥ, ସଞ୍ଜୟ ଲେଙ୍କା, ବିଶ୍ୱଜିତା ପାଢ଼ୀ, ଦିଲ୍ଲୀପ ସାହୁ, ସସ୍ମିତା ମହାପାତ୍ର, ପ୍ରଜ୍ଞା ଦେବହୂତି ଦାସ, ଚିନ୍ମୟ ମିଶ୍ର, ସ୍ମୃତି ରଞ୍ଜନ ରାଉତ, ଶ୍ଵେତା ସୁମନ ଗିରି, ପ୍ରମୁଖଙ୍କ ସଙ୍ଗେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ କଣ ଅନୁକୋଣ ରୁ ଆସିଥିବା ସତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଲ କରିଥିଲେ।
-

ମହିମା ଆଶ୍ରମ ସ୍ଵେଛାସେବୀ ପକ୍ଷରୁ ଜଳଛତ୍ର

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନେ ମହିମା ଆଶ୍ରମ ସେଛାସେବି ପକ୍ଷରୁ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ସୁବର୍ଣ୍ଣରେଖା ପୋଲ ନିକଟରେ ବାଲିଆପାଳରୁ ମକଦ୍ଦା ରୋଡ ଠାରେ ଏକ ଜଳଛତ୍ର ଖୋଲାଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବେ ମହିମା ଆଶ୍ରମ ମନ୍ମଥ ପ୍ରଧାନ ଏବଂ ସନ୍ୟାସୀ ପ୍ରଧାନ ଯୋଗ ଦେଇ ଅନୁଷ୍ଠିତ ହୋଇ ଥିଲା। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏହି ଜଳ ଛତ୍ର ବଣ୍ଟନ କାର୍ଯ୍ୟକ୍ରମ କରା ଯାଇଅଛି।ଏହି ଅଞ୍ଚଳର ପ୍ରମୁଖ ବ୍ୟବସାୟ ପେଣ୍ଠ ସ୍ଥଳୀ ତଥା ଜନ ଗହଳି ପୂର୍ଣ୍ଣ ହୋଇ ଥିବା ରୁ ଜଳଛତ୍ର କିଛି ମାତ୍ରାରେ ବାଟୋଇ ମାନଙ୍କୁ ସହାୟକ ହୋଇଛି।
ରାଜ୍ୟ ସରକାର ପକ୍ଷରୁ ଜଳଛତ୍ର ବ୍ୟବସ୍ଥା କରା ଯାଇ ନ ଥିବା ବେଳେ ଆଜିର ଜଳଛତ୍ର ବଣ୍ଟନରେ ବହୁତ ବାଟୋଇ ଯାତ୍ରୀ ମାନେ ଦ୍ବାରା ଉପକୃତ ହୋଇ ଥିବା ନେଇ ସ୍ଥାନୀୟ ଜନ ସାଧାରଣ ମହଲରେ ପ୍ରଶଂସା କରିଅଛନ୍ତି।ଅନ୍ୟପଟେ ବିଭାଗୀୟ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲିବା ପାଇଁ ସ୍ଥାନୀୟ ଜନସାଧାରଣ ମାନଙ୍କ ପକ୍ଷରୁ ଦାବି ହୋଇଛି।ଏହି ଜଳ ଛତ୍ର ଖୋଲିବା ଦ୍ୱାରା ସହରକୁ ଆସୁଥିବା ବିଭିନ୍ନ ଲୋକ ମାନଙ୍କ ସହି ବାଟୋଇ ପାନୀୟ ଜଳ ପାଇଁଁ ପାରିବେ ବୋଲି ମଧ୍ୟ ସେ କହିଥିଲେ। ଉପସ୍ଥିତ ରହି ବାଟୋଇ ମାନଙ୍କୁ ଜଳ ପ୍ରଦାନ କରିଥିଲେ ।


