Tag: #suchana news

  • ଭଣ୍ଡୁ ହେଲା ଶିକାର ଯୋଜନା,ମାଡି ବସିଲା ବନ ବିଭାଗ

    ଭଣ୍ଡୁ ହେଲା ଶିକାର ଯୋଜନା,ମାଡି ବସିଲା ବନ ବିଭାଗ

    ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧିନସ୍ଥ ବାଘପାଲି ନିକଟ ହରିଣାପାଲି ସଂରକ୍ଷିତ ଜଙ୍ଗଲରୁ ତିନି ଜଣ ଶିକାରୀଙ୍କୁ ଗିରଫ କରିଛି ଉଲୁଣ୍ଡା ବନବିଭାଗ । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ଉକ୍ତ ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ତାର ବିଛାଯାଇଥିବା ବନବିଭାଗ ଖବର ପାଇଥିଲା। ରେଞ୍ଜର ସୀତାରାମ ଶବରଙ୍କ ନେତୃତ୍ୱରେ ଯାଲୋଏ ଫରେଷ୍ଟର ପ୍ରଦୀପ ଜେନା, ଉଲୁଣ୍ଡା ଫରେଷ୍ଟର ଦିନେଶ ମାଝିଙ୍କ ସମେତ ସ୍କ୍ୱାର୍ଡ ଟିମ୍ ଚଢାଉ କରିଥିଲେ ।

    ଚଢାଉ ବେଳେ ସେଠାରୁ ଜନ୍ତୁ ଶିକାର ପାଇଁ ବିଛାଇ ଥିବା ଜାଲ, ଗୋଟିଏ ଟାଙ୍ଗିଆ,ଜେଇ ତାର ଜବତ ସହ ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରିଥିଲେ । ତେବେ ଆଜି ଘଟଣାରେ ସଂପୃକ୍ତ ରାଜେଶ୍ୱର ସେଠୀ, ସୁରୁବାବୁ ବଗର୍ତ୍ତି ଏବଂ ନିରଞ୍ଜନ ଅମାତ କୁ ଆଜି ଗିରଫ କରି ଏକ ମାମଲା ୪୨/୨୫ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଏସିଏଫ୍ ଶ୍ରୀଯୁକ୍ତ ନାଗ ସୂଚନା ଦେଇଛନ୍ତି ।

  • ବରଗଡ଼ରେ ବ୍ୟାପକ ଫସଲ କ୍ଷତି: ଜିଲ୍ଲାପାଳଙ୍କ ନିକଟରେ ବିଜେଡିର ଦାବିପତ୍ର

    ବରଗଡ଼ରେ ବ୍ୟାପକ ଫସଲ କ୍ଷତି: ଜିଲ୍ଲାପାଳଙ୍କ ନିକଟରେ ବିଜେଡିର ଦାବିପତ୍ର

    ବରଗଡ଼ ଜିଲ୍ଲାରେ ଅଦିନିଆ ବର୍ଷା କରିଛି ବ୍ୟାପକ କ୍ଷୟକ୍ଷତି, ଧାନ ଫସଲ ନଷ୍ଟ କରିବା ସଙ୍ଗେ ସଙ୍ଗେ ଭାଂଗିଛି ଚାଷୀର ମେରୁଦଣ୍ଡ । ବର୍ଷା ପ୍ରଭାବରୁ ମଣ୍ଡିରେ ପଡ଼ିଥିବା ଧାନ ଗୁଡ଼ିକ ଗଜା ହୋଇଯାଇଛି । ଚାଷଜମିରେ ଧାନ ଅମଳ ହେବା ଆଗରୁ ବର୍ଷାରେ ଭିଜି ଗଜା ହୋଇଯାଇଛି । ଏହି ଅବସରରେ ଚାଷୀଙ୍କ ପାଇଁ ଆଗେଇ ଆସିଛନ୍ତି ଜିଲ୍ଲା ବିଜେଡିର ସମସ୍ତ ବିଧାୟକ, ପୂର୍ବତନ ବିଧାୟକ, ବିଜେଡି ନେତା ଓ କର୍ମୀମାନେ । ସମସ୍ତେ ଏକାଠି ହୋଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

    ବିଜେଡି ଜିଲା ସଭାପତି ସୁଶାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଗତକାଲି ସକାଳ ପ୍ରାୟ ୧୦ଟାରେ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ଅନେକ ଦଳୀୟ କାର୍ଯ୍ୟକର୍ତ୍ତା, କର୍ମୀ ଦାବିପତ୍ର ପ୍ରଦାନ କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

    ତେବେ ଦାବିପତ୍ର ଗ୍ରହଣ ପାଇଁ ଜିଲାପାଳ ନ ଆସିବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଦଳ ପକ୍ଷରୁ ୬ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବସି ରହିଥିଲେ। ପରେ ଜିଲ୍ଲାପାଳ ଆସିବା ପରେ ଏସବୁକୁ ତୁରନ୍ତ ଗୋଟିଏ ଟିମ୍ ଜିଲ୍ଲାର ସମସ୍ତ ବ୍ଳକ ଅଞ୍ଚଳକୁ ପଠେଇ ଠିକ୍ ଭାବେ ସର୍ଭେ କରି ଚାଷୀଙ୍କୁ ଉଚିତ୍ କ୍ଷତିପୂରଣ ମିଳୁ ବୋଲି ଦାବି କରିଥିଲେ । ସେହିପରି ଚାଷୀର ଋଣ ସମ୍ପୂର୍ଣ୍ଣ ଛାଡ କରି ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ସବସିଡ଼ି ପ୍ରଦାନ କରିବା ସହ ସମସ୍ତ ମିଲର୍ ମାନେ ବିନା କଟନି ଛଟନିରେ ଧାନ କ୍ରୟ କରିବା ପାଇଁ ମିଲର ମାନଙ୍କୁ ଆଦେଶ ଦେବାକୁ ବିଧାୟିକା ବର୍ଷା କହିଥିଲେ ।

    ସରକାରୀ କଳର ଉଦାସୀନତା ବିରୁଦ୍ଧରେ ଏବଂ ଚାଷୀମାନଙ୍କୁ ସଠିକ କ୍ଷତିପୁରଣ ଯଥାଶୀଘ୍ର ପ୍ରଦାନ ନିମନ୍ତେ ବିଜେଡି ପକ୍ଷରୁ ୬ ଦଫା ଦାବୀପତ୍ର ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ପ୍ରଦାନ କରିଥିଲେ ।

  • ସୁବର୍ଣ୍ଣପୁରରେ ଅସୁରକ୍ଷିତ ଜଙ୍ଗଲ

    ସୁବର୍ଣ୍ଣପୁରରେ ଅସୁରକ୍ଷିତ ଜଙ୍ଗଲ

    ଆଜି ବିଶ୍ବ ପରିବେଶ ଦିବସ ପରିବେଶ ଏବଂ ଏହାର ଉପାଦାନକୁ ସୁରକ୍ଷିତ ରଖିବାକୁ ବିଶ୍ବବାସୀ ଶପଥ ନେବେ। ସରକାରୀ ସ୍ତରରେ ମଧ୍ୟ ବିଭିନ୍ନ ଯୋଜନା ଘୋଷଣା ହୋଇପାରେ I ସୁବର୍ଣ୍ଣପୁର ଜିଲ୍ଲାରେ ଜଙ୍ଗଲର ସମ୍ଭାର ରହିଛି। ଅଧିକାଂଶ ବ୍ଳକ୍ ବଣଜଙ୍ଗଲଘେରା | ହେଲେ, ସବୁଠି ନିୟମିତ ବିଭିନ୍ନ ଆଳରେ ଜଙ୍ଗଲ କଟୁଛି। ଚୋରା କୋଇଲା ପାଇଁ ହେଉ କି ଜାଳେଣି ପାଇଁ, ଆସବାବପତ୍ର ହେଉ କି ଚୋରାଚାଲାଣ ପାଇଁ, ଶହଶହ ହେକ୍ଟର ଜଙ୍ଗଲ କାଟି ପଦା କରି ଦିଆଯାଉଛି।

    ଏନେଇ ପରିବେଶବିତ୍ ମଧ୍ୟ ଚିନ୍ତିତା ରାସ୍ତାଘାଟ କିମ୍ବା ବିଭିନ୍ନ ପ୍ରକଳ୍ପ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଜଙ୍ଗଲ କଟୁଛି। ଅଥଚ ସରକାରୀ ଖାତାରେ ଜଙ୍ଗଲ ସ୍ଥିର ଥିବା ଦର୍ଶାଯାଇଛି | ଖରା ମାସ ଆସିବା କ୍ଷଣି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥାଏ। ଏହି ଅଗ୍ନିକାଣ୍ଡର ୬୦ ପ୍ରତିଶତ ହେଲା ମଣିଷକୃତ । ଜଙ୍ଗଲ ପୋଡ଼ି ଯୋଗୁଁ ଜିଲ୍ଲାର
    ବ୍ୟାପକ ସବୁଜିମା ନଷ୍ଟ ହେଉଛି।

  • ମଶା ନିରୋଧକ ଔଷଧରେ କ’ଣ ମିଶାଯାଏ? ଜାଣନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ ବିପଦପୂର୍ଣ୍ଣ

    ମଶା ନିରୋଧକ ଔଷଧରେ କ’ଣ ମିଶାଯାଏ? ଜାଣନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ ବିପଦପୂର୍ଣ୍ଣ

    ମଶା ଘଉଡ଼ାଇବା ଔଷଧରେ ଅନେକ ରାସାୟନିକ ଏବଂ ପ୍ରାକୃତିକ ଉପାଦାନ ବ୍ୟବହାର କରାଯାଏ। ଏହି ଜିନିଷଗୁଡ଼ିକ ମଧ୍ୟରୁ ଅନେକ ଆମ ସ୍ୱାସ୍ଥ୍ୟ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।

    ଡାଇଥାଇଲଟୋଲୁଆମାଇଡ (DEET) ହେଉଛି ସବୁଠାରୁ ସାଧାରଣ ଏବଂ ପ୍ରଭାବଶାଳୀ ରାସାୟନିକ ଉପାଦାନ, ଯାହା ୧୯୪୦ ଦଶକରୁ ମଶା ଏବଂ ଅନ୍ୟାନ୍ୟ କୀଟପତଙ୍ଗକୁ ଘଉଡ଼ାଇବା ପାଇଁ ବ୍ୟବହୃତ ହୋଇଆସୁଛି। DEET ର ସାନ୍ଦ୍ରତା ୪% ରୁ ୧୦୦% ପର୍ଯ୍ୟନ୍ତ ହୋଇପାରେ, ଯାହା ଆମ ଚର୍ମ ପାଇଁ କ୍ଷତିକାରକ ଅଟେ

    DEET ର ଏକ ବିକଳ୍ପ ହେଉଛି ପିକାରିଡିନ୍, ଯାହା ଚର୍ମକୁ କମ୍ ପୋଡାଜଳା କରିଥାଏ, ହେଲେ ମଶା, ଟିଙ୍କ ଏବଂ ଅନ୍ୟାନ୍ୟ କୀଟପତଙ୍ଗ ବିରୁଦ୍ଧରେ ପ୍ରଭାବଶାଳୀ ହୋଇଥାଏ ।

    ପାଇରେଥ୍ରଏଡ୍ ହେଉଛି କୃତ୍ରିମ କୀଟନାଶକ। ଏଗୁଡ଼ିକ କଏଲ, ମ୍ୟାଟ୍ ଏବଂ ବାଷ୍ପୀକରଣରେ ବ୍ୟବହୃତ ହୁଏ। ଅନ୍ୟପକ୍ଷରେ, ଡାଇଥାଇଲ୍ ଫାଥଲେଟ୍ (DEP) ହେଉଛି ଏକ ଦ୍ରାବକ ଯାହା କିଛି କସମେଟିକ ସାମଗ୍ରୀ ଏବଂ ମଶା ଘଉଡାଇବା ଉତ୍ପାଦରେ ବ୍ୟବହୃତ ହୁଏ।

    IR3535 ହେଉଛି ଏକ କୃତ୍ରିମ ଆମିନୋ ଏସିଡ୍ ଯାହା ମଶା ଏବଂ ଟିଙ୍କ ବିରୁଦ୍ଧରେ ପ୍ରଭାବଶାଳୀ ଏବଂ ଗନ୍ଧହୀନ। ତଥାପି, କିଛି ଉତ୍ପାଦରେ ଫର୍ମାଲ୍ଡାଇଡ୍, ସଲଫର ଏବଂ ସୀସା ଭଳି ଉପାଦାନ ମଧ୍ୟ ମିଳିଛି, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

    ଗବେଷଣା ଅନୁଯାୟୀ, DEET ରୁ ପ୍ରସ୍ତୁତ ଉତ୍ପାଦଗୁଡ଼ିକର ନିରନ୍ତର ବ୍ୟବହାର ଚର୍ମରେ କୁଣ୍ଡାଇ, ଫୁଲା ଏବଂ ଆଲର୍ଜି ସୃଷ୍ଟି କରିପାରେ। ଏହା ପିଲା ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ।

  • ସମ୍ବାଦ ସାହିତ୍ୟ ଘରର ନବମ ବାର୍ଷିକ ଉତ୍ସବ

    ସମ୍ବାଦ ସାହିତ୍ୟ ଘରର ନବମ ବାର୍ଷିକ ଉତ୍ସବ

    ଦାନଗଦି ସ୍ଥିତ ହୋଟେଲ ଏମଆଇପିଏଲ ଠାରେ ଅନୁଷ୍ଠାନ ର ସଭାପତି ଅଶୋକ କୁମାର ଖିଲାର ଙ୍କ ସଭାପତିତ୍ୟ ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସମ୍ବାଦ ର ପ୍ରତିଷ୍ଠାତା ତଥା ସାହିତ୍ୟ ଘର ର ମୁଖ୍ୟ ଉପଦେଷ୍ଟା ସୋମ୍ୟ ରଞ୍ଜନ ପଟନାୟକ ଯୋଗ ଦେଇ ସାହିତ୍ୟ ଘର ର ସମସ୍ତ କର୍ମକର୍ତା ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏବର୍ଷ ନୂଆ ଜୀବନ ଏବଂ ପରିବାର ଓ ପରିବେଶ ସଂରକ୍ଷଣ ଭଳି ନୂତନ କାର୍ଯ୍ୟକ୍ରମ କରିବା ନେଇ ସମସ୍ତ କର୍ମକର୍ତା ଙ୍କୁ ସଂକଳ୍ପ ନେବା ପାଇଁ ପରାମର୍ଶ ଦେଇଥିଲେ.ସଂମ୍ମାନିତ ଅତିଥି ଭାବେ ରାଜ୍ୟ ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଯୋଗ ଦେଇ ସମ୍ବାଦ ସାହିତ୍ୟ ଘର ତରଫରୁ ଆୟୋଜିତ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହିତ ଓଡ଼ିଆ ଭାଷା, ସଂକୃତି, ରୀତିନୀତି. ଚାଲିଚଳନ ଉପରେ ଆଲୋଚନା କରିଥିଲେ।

    ଅତିଥି ମାନଙ୍କ ଦ୍ଵାରା ସ୍ମରଣିକା ପଦ୍ମଜା ଓ ବିଭିନ୍ନ ପୁସ୍ତକ କୁ ଉନ୍ମୋଚନ କରିବା ସହିତ ସମ୍ବାଦ ଖବରକାଗଜ ର ଦାନଗଦି ସମ୍ବାଦ ସାହିତ୍ୟ ଘର ର ପୃଷ୍ଠା କୁ ସଭ୍ୟ ମାନଙ୍କ ନିକଟରେ ପ୍ରତିପାଦିତ କରିଥିଲେ.ସମ୍ପାଦିକା ଯୁଗପ୍ରଭା ସାବତ ଙ୍କ ଦ୍ଵାରା ଅତିଥି ପରିଚୟ ପ୍ରଦାନ କରିବା ସହିତ ଅନୁଷ୍ଠାନ ତରଫରୁ ଡକ୍ତର ନିରଞ୍ଜନ ସ୍ୱାଇଁ,ସାହିତ୍ୟିକ କୁଞ୍ଜ ବିହାରୀ ଦାସ, ସମାଜସେବୀ ପ୍ରଶାନ୍ତ କୁମାର ରାୟ, ସାହିତିକା ମାଙ୍ଗଳିକା ଦାସ,ସଭାପତି ଅଶୋକ କୁମାର ଖିଲାର ଓ ଆଦର୍ଶ କୃଷକ ଉଗ୍ରସେନ ପରିଡା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଏଥି ସହିତ ସମ୍ବାଦ ସାହିତ୍ୟ ଘର ଉପସଭାପତି ସନାତନ ଗେଡି, ପତ୍ରିକା ସମ୍ପାଦିକା ପ୍ରତିମା ରଥ, ସହ ସମ୍ପାଦକ ମଧୁସୂଦନ ଦାସ, କୋଷାଧକ୍ଷ ଗଣନାଥ ମହାରଣା, ସଂଯୋଯୋଗ ପ୍ରଦୀପ ଜେନା ଓ ବିଜୟ କୁମାର ସାହୁ ଙ୍କ ସମେତ ସମସ୍ତ କର୍ମକର୍ତା ମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

  • ମହାପ୍ରସାଦ କହି ଠକୁଥିଲେ ଖଜା ବ୍ୟବସାୟୀ,୨ ଗିରଫ

    ମହାପ୍ରସାଦ କହି ଠକୁଥିଲେ ଖଜା ବ୍ୟବସାୟୀ,୨ ଗିରଫ

    ପୁରୀ ବଡ଼ଦାଣ୍ଡରେ ଖଜା ବିକ୍ରି କରୁଥିବା ଉଠା ଦୋକାନୀ ମାନେ ମହାପ୍ରସାଦ ନାମ କହି ଖଜା ବିକ୍ରି କରୁଛନ୍ତି। ତେବେ ଅତ୍ୟନ୍ତ ନିମ୍ନମାନର ଖଜାକୁ ଚଢ଼ା ଦାମ୍ ରେ ଏହା ଭକ୍ତଙ୍କୁ ବିକ୍ରି କରୁଛନ୍ତି ଖଜା ବ୍ୟବସାୟୀ। କେବଳ ସେତିକି ନୁହେଁ ଓଜନ ମାପରେ ମଧ୍ୟ ବ୍ୟାପକ ଭାବେ ଠକେଇ କରି ଭକ୍ତଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଖଜା ବ୍ୟବସାୟୀ। ଏହି ଘଟଣା ସିଂହ ଦ୍ଵାର ଥାନାରେ ଅଭିଯୋଗ ହେବାପରେ ଆକ୍ସନ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ। ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିର ଚାରି ପାଖରେ ଖଜା ବିକ୍ରି କରୁଥିବା ଉଠା ଦୋକାନୀ ଓ ବ୍ୟବସାୟୀ ମାନଙ୍କୁ ସ୍ବତନ୍ତ୍ର ସ୍କ୍ୱାର୍ଡ ଦ୍ବାରା ଖୁବଶୀଘ୍ର ହଟାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ସେହିପରି ବିକ୍ରି ହେଉଥିବା ଖଜାର ମାନ ମଧ୍ୟ ଯାଞ୍ଚ କରାଯିବ। ଫୁଡ୍ ସେଫ୍ଟି ଲାଇସେନ୍ସ ନନେଇ ଖଜା ଫ୍ୟାକ୍ଟ୍ରି ଖୋଲିଥିବା ଖଜା ବ୍ୟବସାୟୀମାନଙ୍କ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଭକ୍ତମାନେ କାହାରି କଥାରେ ବିଶ୍ବାସ ନକରି କେବଳ ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିକ୍ରି ହେଉଥିବା ମହାପ୍ରସାଦ ଖଜା କିଣିବାକୁ ପୁରୀ ଜିଲ୍ଲାପାଳ ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି।

    ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି, ବଡଦାଣ୍ଡ ଉଠା ଦୋକାନୀ ମାନେ ଭକ୍ତ ଙ୍କୁ ଖଜା ବିକ୍ରି କୁ ନେଇ ଠକେଇ କରୁଥିବା ଅଭିଯୋଗ ପରେ ସିଂହ ଦ୍ଵାର ଥାନା ରେ ମାମଲା ରୁଜୁ ହୋଇଛି । ଏହି ଘଟଣା ରେ ୨ଜଣ ଖଜା ବ୍ୟବସାୟ କରୁଥିବା ଉଠା ଦୋକାନୀ ଙ୍କୁ ଠକେଇ ମାମଲା ରେ ଗିରଫ କରାଯାଇଛି। ବଡ ଦାଣ୍ଡ ଓ ଶ୍ରୀ ମନ୍ଦିର ଚାରିପାଖ ରେ ବେଆଇନ ଭାବେ ଖଜା ବିକ୍ରି କରୁଥିବା ଉଠାଦୋକାନୀ ଙ୍କୁ ହଟାଇବା ପାଇଁ ସ୍ବତନ୍ତ୍ର ସ୍କ୍ୱାର୍ଡ କୁ କୁହାଯାଇଛି।

    ପୁରୀ ଆସୁଥିବା ଭକ୍ତଙ୍କୁ ସାଂଘାତିକ ଠକେଇ ଚାଲିଚି। ଶ୍ରୀମନ୍ଦିର ବାହାରେ ଉଠା ଦୋକାନୀ ମାନେ ବିକ୍ରୀ କରୁଥିବା ଖଜାକୁ ମହାପ୍ରଭୁଙ୍କ ମହାପ୍ରସାଦ ନାମ ନେଇ ଭକ୍ତଙ୍କୁ ବିକ୍ରି କରୁଛନ୍ତି। ସାଧାରଣ ଭକ୍ତ ଟିଏ ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜାକୁ ମଧ୍ୟ ମହାପ୍ରସାଦ ଭାବି କିଣି ନେଉଛନ୍ତି। କେବଳ ସେତିକି ନୁହେଁ ଉଠା ଦୋକାନୀ ମାନେ ଭକ୍ତଙ୍କୁ ଓଜନ ମାପରେ ବ୍ୟାପକ ଠକେଇ ମଧ୍ୟ କରୁଛନ୍ତି। ଏକ କିଲୋ ଖଜା କିଣିଲେ ସେଥିରେ ସାତ ଶହ ଗ୍ରାମର ଖଜା ଓଜନରେ ଉଠୁଛି। ବଡ଼ଦାଣ୍ଡରେ ଦୀର୍ଘ ଦିନ ହେବ ଏଭଳି ଠକେଇ ଚାଲିଥିବା ବେଳେ ନିକଟରେ କିଛି ଭକ୍ତ ପୋଲିସରେ ଅଭିଯୋଗ କରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଛି। ବ୍ରହ୍ମପୁରରୁ ପୁରୀ ଆସିଥିବା କିଛି ଭକ୍ତ ବଡ଼ଦାଣ୍ଡରୁ ଖଜା କିଣିବା ପରେ ଖଜା ଓଜନରେ ଠକେଇର ଶିକାର ହୋଇଥିବା ନେଇ ଜାଣି ପାରିଥିଲେ। ଏନେଇ ସିଂହଦ୍ଵାର ଥାନାରେ ଭକ୍ତମାନେ ଅଭିଯୋଗ କରିବା ପରେ ପୋଲିସ ଖଜା ବ୍ୟବସାୟ କରୁଥିବା ଦୁଇଜଣ ଉଠା ଦୋକାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶ୍ରୀମନ୍ଦିର ବାହାରେ ଉଠା ଦୋକାନୀ ମାନେ ଖଜାକୁ ମହାପ୍ରସାଦ କହି ଭକ୍ତଙ୍କୁ ବିକ୍ରି କରିବା ଘଟଣା ଦୀର୍ଘ ବର୍ଷ ହେବ ଚାଲି ଆସୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାକୁ ବନ୍ଦ କରିବା ଉଚିତ ବୋଲି ଦାବି ହେଉଚି। କେବଳ ଆନନ୍ଦ ବଜାରରୁ ହିଁ ଖଜା କିଣିବାକୁ ଭକ୍ତଙ୍କୁ ସଚେତନ କରାଯିବାର ଆବଶ୍ୟକତା ଥିବା କହିଛନ୍ତି ବରିଷ୍ଠ ସେବାୟତ।‌

    ଶ୍ରୀମନ୍ଦିର ରୋଷ ଘରରେ ଖଜା ତିଆରି ପରେ ମହାପ୍ରଭୁଙ୍କ ନିକଟରେ ଏହାକୁ ଭୋଗ ଭାବେ ଲାଗି କରାଯାଇଥାଏ। ପରେ ଏହା ମହାପ୍ରସାଦ ରୂପରେ ଆନନ୍ଦ ବଜାରରେ ବିକ୍ରି ହୋଇଥାଏ। କିନ୍ତୁ ଶ୍ରୀମନ୍ଦିର ବାହାରେ କେତେକ ବ୍ୟବସାୟୀ ଖଜା ଦୋକାନ କରିଥିବା ବେଳେ ଭକ୍ତଙ୍କୁ ଏହି ଖଜା ଶ୍ରୀମନ୍ଦିରର ମହାପ୍ରସାଦ କହି ବିକ୍ରି କରୁଛନ୍ତି। ଯାହା ଫଳରେ ସାଧାରଣ ଭକ୍ତ ଟିଏ ଶ୍ରୀମନ୍ଦିର ବାହାରୁ ଖଜା କିଣି ନିଜ ଅଜାଣତ ରେ ଠକେଇର ଶିକାର ହେଉଛି। କେବଳ ସେତିକି ନୁହେଁ ଖଜା ଦୋକାନୀ ମାନେ ମନଇଛା ଦରରେ ନିମ୍ନ ମାନର ଖଜା ଭକ୍ତଙ୍କୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କାର ଲାଭ ଉଠାଉଛନ୍ତି। ଏଣୁ ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ସୁଆର ମହାସୁଆର ନିଯୋଗ ପୂର୍ବରୁ ଦାବି କରିଚି।

  • ରଙ୍ଗ ନମ୍ବର ପ୍ରେମିକରୁ ପିଶାଚ ପିତା!

    ରଙ୍ଗ ନମ୍ବର ପ୍ରେମିକରୁ ପିଶାଚ ପିତା!

    ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ୪ ନଂ କଲୋନୀ ଅନ୍ତର୍ଗତ ନୋଟାରୀପଶିରେ ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ । ମାତ୍ର ୭ ମାସର ଶିଶୁ କନ୍ୟାକୁ କଚାଡି ମାରିଲା ପିଶାଚ ବାପ। ସୂଚନା ଅନୁସାରେ, ସାମାନ୍ୟ ଘରୋଇ କଳି ଯୋଗୁ କ୍ରୋଧରେ ଅଜ୍ଞାନ ହୋଇ ଶିଶୁ କନ୍ୟାକୁ ହତ୍ୟା କରିଛି ଅଭିଯୁକ୍ତ ବାପା ସଞ୍ଜୟ ଚାତାର।

    ତେବେ, ଘଟଣା ସ୍ଥଳରେ ଅଭିଯୁକ୍ତ ସଞ୍ଜୟକୁ ବହେ ଛେଚିଛନ୍ତି ସ୍ଥାନୀୟ ବାସିନ୍ଦା। ସଞ୍ଜୟକୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ସଞ୍ଜୟଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ହୋଇଥିବା ସୂଚନା। ଯାଜପୁର ଡ଼ୁବୁରୀରେ ଲେବର କାମ କରୁଥିବା ବେଳେ ରଙ୍ଗ ନମ୍ବରରୁ କଣ୍ଟାପାଳ ୪ ନଂ କଲୋନୀର ଜନନୀ ମୁଣ୍ଡା ସହ ପ୍ରେମ ବିବାହ କରିଥିଲେ ସଞ୍ଜୟ । ସେ ଦୁଇ ବର୍ଷ ହେବ ଶ୍ୱଶୁର ଘର ନୋଟାରୀପଶିରେ ରହି ଟ୍ରାକ୍ଟର ଗାଡିରେ ଲେବର କାମ କରୁଥିଲେ। ବାହାଘର ପରଠାରୁ ଜନନୀଙ୍କୁ ସଞ୍ଜୟ ମାଡ ମାରିବା ସହ ନିର୍ଯାତନା ଦେଇ ଆସୁଥିଲେ।

    ଗତ କାଲି ଚାଉଳ କିଣିବା ପାଇଁ ବଜାରକୁ ଯାଇ ସେଠାରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯାହାକୁ ନେଇ ପ୍ରେମ ସମ୍ପର୍କର ସନ୍ତକକୁ ସବୁ ଦିନ ପାଇଁ ରାସ୍ତାରୁ ହଟେଇ ଦେବି ବୋଲି କହି ଶିଶୁକୁ କଚାଡି ମାରିଥିଲା ପିଶାଚ ବାପା। ଏ ଖବର ପାଇ କଙ୍କଡ଼ାହାଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

  • ଲମ୍ବିଲାଣି ନିଶା ବେପାର ଗଞ୍ଜେଇ ପରେ ଏବେ ଡୋଡ଼ା ଜବତ୍

    ଲମ୍ବିଲାଣି ନିଶା ବେପାର ଗଞ୍ଜେଇ ପରେ ଏବେ ଡୋଡ଼ା ଜବତ୍

    ବଡ଼ବିଲ ପୋଲିସ ହାତରେଧରା ପଡିଛି ୩ ଝାଡ଼ଖଣ୍ଡୀ ନିଶା ବେପାରୀ । ବେଲକୁଣ୍ଡି ଫୁଟବଲ ପଡ଼ିଆ ନିକଟରେ ଚଢାଉ କରି ପୋଲିସ୍ ଆଜି ଏହି ନିଶା ବେପାରୀଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ଦୁଇ ବସ୍ତା Poppy Straw ବା ଅଫିମ ଫଳର ଭୁଷ ଯାହାକୁ ‘ଡୋଡ଼ା’ ବୋଲି କୁହାଯାଏ ତାହା ଜବତ୍ କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡୋଡ଼ା ବା ଅଫିମ ଫଳର ଭୁଷକୁ ଓଜନ କରାଯାଇଥିଲା ।

    ଜବତ୍ ହୋଇଥିବା ଡୋଡ଼ା ୫୦ କେଜି ୩୦୫ ଗ୍ରାମ ବୋଲି ଜଣାପଡିଛି । ଗିରଫ ୩ ଜଣ ହେଲେ, ଝାଡ଼ଖଣ୍ଡ ସରାଇକେଲା ଅଞ୍ଚଳର ପୱନ ମାହାତୋ, ଜଗନ୍ନାଥପୁର ଅଞ୍ଚଳର ଭୋଲାନାଥ ମଣ୍ଡଳ ଏବଂ ଝିକପାନି ଅଞ୍ଚଳର ସୁରୁ ଦାସ । ଏମାନେ ବଡ଼ବିଲର କିଛି ନିଶା ବେପାରୀଙ୍କୁ ଏହି ଡୋଡ଼ା ସପ୍ଲାଏ ପାଇଁ ଆଣିଥିବା ଖବର ପାଇ ପୋଲିସ ଏମାନଙ୍କୁ ମାଡ଼ି ବସିଥିଲା । ତେବେ ଏମାନେ ବଡ଼ବିଲର କେଉଁ ନିଶା ବେପାରୀଙ୍କୁ ସପ୍ଲାଏ କରୁଥିଲେ ସେନେଇ ଅଧିକ ତଦନ୍ତ ଜାରିରଖିଛି । ଖୁବ୍ ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ବଡବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ କହିଛନ୍ତି ।

  • IPL 2025 ସିଜିନ୍ ସବୁ ଦୃଷ୍ଟିରୁ ଥିଲା ରେକର୍ଡ, ବନିଥିଲା ଏତେ ହଜାର ରନ, ହୋଇଥିଲା ଚୌକା ଏବଂ ଛକାର ବର୍ଷା

    IPL 2025 ସିଜିନ୍ ସବୁ ଦୃଷ୍ଟିରୁ ଥିଲା ରେକର୍ଡ, ବନିଥିଲା ଏତେ ହଜାର ରନ, ହୋଇଥିଲା ଚୌକା ଏବଂ ଛକାର ବର୍ଷା

    ଆଇପିଏଲ ୨୦୨୫ ଶେଷ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆରସିବି ଦଳ ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରି ଟାଇଟଲ ଜିତିଛି। ୧୭ ବର୍ଷ ପରେ, ଆରସିବି ଦଳ ନିଜ ନାଁରେ ଟାଇଟଲ ଅକ୍ତିଆର କରିଛି । ଆଇପିଏଲ ଏହି ସିଜନରେ ଆରସିବି ରୂପରେ ଏକ ନୂତନ ଚାମ୍ପିଅନ ପାଇଛି। ଏହା ସହିତ, ଏହି ସିଜନରେ ଆହୁରି ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛି।

    ଆଇପିଏଲ ୨୦୨୫ ରେ ୨୬୮୩୧ ରନ ରେକର୍ଡ ହୋଇଛି । ଏହା ଆଇପିଏଲ ର କୌଣସି ସିଜିନରେ ସର୍ବାଧିକ ରନ ସଂଖ୍ୟା। ଏଥି ସହିତ, ଏହି ସିଜିନରେ ମୋଟ ୨୨୪୫ ଚୌକା ଏବଂ ୧୨୯୪ ଛକା ମଧ୍ୟ ସାମିଲ । ପୂର୍ବରୁ, କୌଣସି ସିଜିନରେ ଏତେ ବାଉଣ୍ଡାରୀ (ଚୌକା ଏବଂ ଛକା) ଦେଖିବାକୁ ମିଳି ନଥିଲା। ଏହା ମଧ୍ୟ ଏକ ନୂତନ ରେକର୍ଡ। ଆଇପିଏଲ ୨୦୨୫ରେ ମୋଟ ୫୨ଥର ୨୦୦ ରୁ ଅଧିକ ସ୍କୋର କରାଯାଇଥିଲା, ଏହା କୌଣସି ସିଜିନରେ ସର୍ବାଧିକ ୨୦୦+ ସ୍କୋର।

    ଆଇପିଏଲ ୨୦୨୫ରେ ହୋଇଥିବା ରେକର୍ଡ

    ଗୋଟେ ସିଜିନରେ ସର୍ବାଧିକ ରନ: ୨୬୩୮୧

    ଗୋଟେ ସିଜିନରେ ସର୍ବାଧିକ ରନ/ୱିକେଟ: ୩୦.୩୯

    ଗୋଟେ ସିଜିନରେ ପ୍ରତି ଓଭରରେ ସର୍ବାଧିକ ରନ: ୯.୬୨

    ଗୋଟେ ସିଜିନରେ ସର୍ବାଧିକ ଚୌକା: ୨୨୪୫

    ଗୋଟେ ସିଜିନରେ ସର୍ବାଧିକ ଛକା: ୧୨୯୪

    ୨୦୦ ରୁ ଅଧିକ ସ୍କୋର: ୫୨

    ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚରେ ମୋଟ ୨୩ ଟି ଛକା ଦେଖିବାକୁ ମିଳିଥିଲା, ଯାହା ୨୦୧୬ ଫାଇନାଲ ମ୍ୟାଚ ସହ ବରାବର ଏବଂ ଏହା ଏବେ ଏକ ରେକର୍ଡ। ପଞ୍ଜାବ କିଙ୍ଗ୍ସ (PBKS) ଫାଇନାଲ ମ୍ୟାଚରେ ୧୪ଟି ଛକା ମାରିଥିଲା, ଯାହା ଆଇପିଏଲ ଫାଇନାଲରେ କୌଣସି ଦଳ ଦ୍ୱାରା ସର୍ବାଧିକ ଛକା। ଏହା ପୂର୍ବରୁ, ୨୦୧୧ ରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ୨୦୧୬ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଫାଇନାଲରେ୧୩-୧୩ ଟି ଛକା ମାରିଥିଲେ।

  • “ମା, ହେଲେ ଜିନା, ଫ୍ୟାନ୍ସ ସମେତ ସେଲିବ୍ରିଟି ଜଣାଇଲେ ଶୁଭକାମନା

    “ମା, ହେଲେ ଜିନା, ଫ୍ୟାନ୍ସ ସମେତ ସେଲିବ୍ରିଟି ଜଣାଇଲେ ଶୁଭକାମନା

    ପ୍ରଶଂସକମାନଙ୍କୁ ଖୁସି ଖବର ଦେଲେ ଜିନା ଓ ରୁଦ୍ର। ମତୃତ୍ୟୋ ଲାଭ କଲେ ଓଡ଼ିଆ ଅଭିନେତ୍ରୀ ଜିନା ସାମଲ । ଅଭିନେତା ରୁଦ୍ର ପାଣିଗ୍ରାହୀ ଏବଂ ଜିନା ସାମଲ ହେଲେ ମାତା ପିତା। ଉଭୟ ଦମ୍ପତି ପିତାମାତା ହୋଇଛନ୍ତି । ଜିନା ସାମଲ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ସେ ଏହି ଖୁସି ଖବର ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି । ଉଭୟ ପ୍ରଥମ ଥର ପାଇଁ ପିତାମାତା ହୋଇଛନ୍ତି । ଏହି ଖବର ଆସିବା ମାତ୍ରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି ।

    ଜିନା ଓ ରୁଦ୍ର ରବିବାରରେ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ଲେଖାଅଛି ‘ଆମେ ଏକ କନ୍ୟା ସନ୍ତାନର ପିତାମାତା ହୋଇଛୁ ।’ ଏଥିରେ କ୍ୟାପସନରେ ହାର୍ଟ ଇମୋଜି ଦେଇଛନ୍ତି । ଏହି ପୋଷ୍ଟ ସେୟାର ହେବା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତ୍ରୀ ତମନ୍ନା, ଝିଲ୍ଲିକ ଭଟ୍ଟାଚାର୍ଯ୍ୟ, ଲିପସା ମିଶ୍ର, ଅଭିନେତା ଶୁଭାଶିଷ ଶର୍ମା, ରୋଜେଶ ଓ ଦୀପକ ସମେତ ଫ୍ୟାନ୍ସ ଶୁଭକାମନା ଜଣାଇଛନ୍ତି ।

    ଜିନା ସାମଲ ଓ ରୁଦ୍ର ପାଣିଗ୍ରାହୀ ୨୦୧୭ ରେ ବିବାହ କରିଥିଲେ । ଏକ ଟିଭି ଶୋ’ ରୁ ଜିନା ନିଜର ଜୀବନସାଥୀ ବାଛିଥିଲେ । ଯେଉଁଥିରେ ଅନେକ ପ୍ରତିଯୋଗୀ ସାମିଲ ହୋଇଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଯେଉଁ ପିଲା ଚୟନ ହେବେ ଜିନା ତାଙ୍କୁ ଜୀବନସାଥୀ କରିବେ ବୋଲି ସ୍ଥିର ଥିଲା । ଏହି ଶୋ’ରେ ରୁଦ୍ର ପାଣିଗ୍ରାହୀ ସାମିଲ ହୋଇଥିଲେ । ସେ ସମସ୍ତଙ୍କ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତା ହୋଇଥିଲେ । ଯାହା ପରେ ଜିନା ରୁଦ୍ରଙ୍କୁ ବିବାହ କରିଥିଲେ । ତେବେ ବିବାହର ୮ ବର୍ଷ ପରେ ପ୍ରଥମ ଥର ପାଇଁ ପିତାମାତା ହୋଇଛନ୍ତି ।

    ଜିନା ଓଡ଼ିଆ ଆଲବମ ଜରିଆରେ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଜିନା ‘ବାଟୋଇରେ ବାଟୋଇ’, ‘ସେଇ ବର୍ଷାରେ’ ଓ ‘ସଞ୍ଜ ନଇଁଗଲେ’ ଭଳି ଆଲବମରେ କାମ କରିଥିଲେ । ଏହା ପରେ ସେ ୨୦୦୭ ମସିହାରେ ‘ଫେରିଆ ମୋ ସୁନା ଭଉଣୀ’ ସହ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ ।