Tag: #suchana news

  • ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କଂଗ୍ରେସର ବିକ୍ଷୋଭ

    ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କଂଗ୍ରେସର ବିକ୍ଷୋଭ

    ସୁଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଡ଼ଃ ସିଏସ ରାଜନ ଏକ୍କାଙ୍କ ନେତୃତ୍ୱରେ କଂଗ୍ରେସ ଦଳର କର୍ମୀ ମାନେ ରାଣୀବନ୍ଦ ଛକ ନିକଟରେ ଟାୟାରରେ ନିଆଁ ଲଗେଇ 12 ଘଣ୍ଟିଆ ବନ୍ଦ ଡାକରା ପାଳନ କରିଥିଲେ l ବାଲେଶ୍ୱର ଫକୀର ମୋହନ କଲେଜ ର ଛାତ୍ରୀ ମୃତ୍ୟୁ ଘଟଣା କୁ ନେଇ କଂଗ୍ରେସ ପକ୍ଷରୁ କଲୁଙ୍ଗା, କାଂଶବାହାଲ, ରାଜଗାଙ୍ଗପୁର, କୁତ୍ରା, ଛକରେ ବିକ୍ଷୋଭ ପ୍ରଦଶନ କରି ସରକାର ଉପରେ ବର୍ଷୀଥିଲେ l ଆସନ୍ତୁ ଶୁଣିବା ରାଜଗାଙ୍ଗପୁର ବିଧାୟକ କଣ ପ୍ରତିକ୍ରିୟା ଦେଇଛନ୍ତି l

  • ଅମରନାଥ ଯାତ୍ରାରେ ଅଘଟଣ, ଭୂସ୍ଖଳନରେ ଭାସିଗଲେ ଯାତ୍ରୀ

    ଅମରନାଥ ଯାତ୍ରାରେ ଅଘଟଣ, ଭୂସ୍ଖଳନରେ ଭାସିଗଲେ ଯାତ୍ରୀ

    ଲଗାତାର ୩୬ ଘଣ୍ଟା ଧରି ବର୍ଷା ଯୋଗୁ ଭୂସ୍ଖଳନରେ ଭାସିଗଲେ ଅମରନାଥ ଯାତ୍ରୀ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଆଗାମୀ ଦୁଇ ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ କରିଛି । ସେଥିଲାଗି ଆଜି ପାଇଁ ଅମରନାଥ ଯାତ୍ରାକୁ ବାତିଲ କରିଦିଆଯାଇଛି । ଅମରନାଥ ଯାତ୍ରାରେ ହଜାର ହଜାର ଯାତ୍ରୀ ଯାଉଥିବା ବେଳେ ଭୂସ୍ଖଳନ ହେବାରୁ ଯାତ୍ରୀମାନେ ଭାସିଯାଉଥିଲେ ।

    ତେବେ ଚଳିତ ବର୍ଷ ଅମରନାଥ ଯାତ୍ରାରେ ମୋଟ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି । ଜୁଲାଇ ୩ରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଏପର୍ଯ୍ୟନ୍ତ ୨ ଲକ୍ଷ ୪୭ ହଜାର ଯାତ୍ରୀ ଯାତ୍ରା କଲେଣି । କାଉଡ଼ିଆ ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉତ୍ତରାଖଣ୍ଡରେ ୭ ହଜାରରୁ ଅଧିକ ପୁଲିସ ଓ ଉତ୍ତର ପ୍ରଦେଶରେ ୪୫ ହଜାର ପୁଲିସ କର୍ମୀ ନିୟୋଜିତ ଅଛନ୍ତି । ହରିଦ୍ୱାର, ଗଙ୍ଗୋତ୍ରୀ ଓ ଗୌମୁଖ ଆଦି ମୁଖ୍ୟ ମାର୍ଗରେ ୨୯ ହଜାର ୪୫୪ ସିସିଟିଭି କ୍ୟାମେରା ଓ ୪୦୦ରୁ ଅଧିକ ଡ୍ରୋନ ସହ ରିଅଲ-ଟାଇମ ନିରୀକ୍ଷଣ କରାଯାଉଛି ।

  • ଭୁଶୁଡୁଛି ମାଓଗଡ

    ଭୁଶୁଡୁଛି ମାଓଗଡ

    ବଙ୍କର ଖୋଳି ରଚୁଥିଲେ ଆତଙ୍କୀ ଷଡଯନ୍ତ୍ର … ମାଓବାଦୀଙ୍କ କ୍ଯାମ୍ପ ଓ ବିପୁଳ ବିସ୍ପୋରକ ଜବତ……….ତେବେ । ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ରୁ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର। ସବୁଠୁ ମାଓବାଦୀଙ୍କ ଅବସ୍ଥା ଏବେ ସଙ୍କଟରେ। ପୁଳା ପୁଳା ମାଓବାଦୀ ଆତ୍ମସମର୍ପଣ କରିବା ସହ ଅନେକ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ଏସବୁ ଭିତରେ ଏବେ ମାଓବାଦୀ ମାନେ କେମିତି ଚକ୍ରାନ୍ତ ଚଲାଇଛନ୍ତି ସେ ସବୁ ଘଟଣା ଏବେ ସାମ୍ନାକୁ ଆସୁଛି। ଧରାପଡ଼ିଛି ମାଓବାଦୀଙ୍କ କ୍ୟାମ୍ପ ଓ ସେମାନଙ୍କ ବିଫଳ ପ୍ରୟାସ। ମାଟିତଳେ ନକ୍ସଲ ପୋତି ରଖିଥିଲେ ୬୦୦ ଡିଟୋନେଟର ସହ ରିମୋଟ୍। ଖୋଳି ବାହାର କରିଛି ପୋଲିସ। କନ୍ଧମାଳ ଗୁମା ସଂରକ୍ଷିତ ଜଙ୍ଗଲରେ DVF ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ମାଓବାଦୀ ମାନେ ବିସ୍ଫୋରକ ଲୁଚାଇ ରଖିଥିବା ନେଇ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଆରମ୍ଭ ହୋଇଥିଲା ବଡ଼ ଧରଣର ଅପରେସନ। ସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ମାଟି ତଳେ ପୋତା ଯାଇଥିବା ସମସ୍ତ ଡିଟୋନେଟର ଜବତ ହୋଇଛି। ଘଟଣା ପରେ ଗୁମା ଜଙ୍ଗଲରେ ସର୍ଚ ଅପରେସନ ଜାରି ରହିଛି।

    ଖାଲି ଏହି ଗୋଟିଏ ଘଟଣା ନୁହେଁ। ଏହାପୂର୍ବରୁ ଗତ ସପ୍ତାହରେ ଧରାପଡ଼ିଥିଲା ମାଓବାଦୀଙ୍କ ଆଉ ଏକ ଜଘନ୍ୟକାଣ୍ଡ। ମାଟି ତଳେ ମାଓବାଦୀଙ୍କ ଚାଲ୍। ବଙ୍କର୍ ଖୋଳି ରଚୁଥିଲେ ଆତଙ୍କୀ ଷଡ଼ଯନ୍ତ୍ର। ଝାଡ଼ଖଣ୍ଡ ଚାଇବାସା ଛୋଟାନାଗରାରେ ନକ୍ସଲଙ୍କ ବଡ଼ ଆତଙ୍କବାଦୀ ଯୋଜନାକୁ ଫଣ୍ଡ କରିଛନ୍ତି ସୁରକ୍ଷାବାହିନୀ। IED ଜବତ କରି ନଷ୍ଟ କରିବା ସହ ନକ୍ସଲ ବଙ୍କରକୁ ମଧ୍ୟ ଠାବ କରି ଧ୍ବଂସ କରାଯାଇଛି। ଦେଖନ୍ତୁ କେମିତି, ମାଟି ତଳେ ବଡ଼ ବଡ଼ ବଙ୍କର୍ କରାଯାଇଛି। ଏହି ବଙ୍କର୍ ତଳେ ବିସ୍ଫୋରକ ଖଞ୍ଜିଥିଲେ ନକ୍ସଲ।ଏମିତି ଜଙ୍ଗଲ ଭିତରେ ନକ୍ସଲ ବଙ୍କର୍ କରିଥିଲେ।…ଏଠୁ ସବୁ ବଡ଼ ବଡ଼ ଆତଙ୍କୀ ଯୋଜନା କରୁଥିଲେ ମାଓବାଦୀ ମାନେ। ଏଭଳି ୫ଟି ନକ୍ସଲ ବଙ୍କରକୁ ଠାବ କରି ଧ୍ବଂସ କରିଛନ୍ତି ଯବାନ। ଅପରେସନରେ ଦୁଇଟି IED, ବିସ୍ପୋରଣ ପାଇଁ ବ୍ୟବହାର ସାମଗ୍ରୀ ଏବଂ ଡେଟୋନେଟର ସହ ବିପୁଳ ପରିମାଣର ଅନ୍ୟ ବିସ୍ଫୋରକ ଜବତ ହୋଇଛି।

    ୨୦୨୬ ସୁଦ୍ଧା ପୁରା ଦେଶରୁ ମାଓ ମୁକ୍ତ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଆହ୍ବାନ ଦେଇଛନ୍ତି। ଏହି ଧାରାରେ ଏବେ ଜୋରଦାର ଚାଲିଛି ଅପରେସନ୍। ମାଓବାଦୀଙ୍କ ରକ୍ତାକ୍ତ ଯୋଜନାକୁ ଫଣ୍ଡ କରିଚାଲିଛି ସୁରକ୍ଷାବାହିନୀ। ଏମିତିକି କିଛି କିଛି ଅଞ୍ଚଳରେ ଥିବା ଅଳ୍ପ କିଛି କ୍ୟାମ୍ପକୁ ଟାଗେର୍ଟ କରାଯାଇଛି।

  • ଜମିଜମା ବିବାଦରେ ହାଇକୋର୍ଟ ଅଧିବକ୍ତାଙ୍କୁ ମରଣାନ୍ତକ ଆକ୍ରମଣ

    ଜମିଜମା ବିବାଦରେ ହାଇକୋର୍ଟ ଅଧିବକ୍ତାଙ୍କୁ ମରଣାନ୍ତକ ଆକ୍ରମଣ

    () ରେମୁଣା ଥାନା ଅନ୍ତର୍ଗତ ମୁଖରା ଗାଁରେ ହାଇକୋର୍ଟ ଓକିଲ ତଥା ଭାରତ ସରକାରଙ୍କ ନୋଟାରୀ ପ୍ରବୀର କୁମାର ଦାସଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଗତ ରବିବାର ଦିନ ପ୍ରବୀର ଜେନାବରାଇ ମୌଜା ଅନ୍ତର୍ଗତ କମଳା ପୋଖରୀ ପାଖରେ ନିଜ ଜମିରେ ବାଉଁଶ ବୁଦା ସଫା କରାଉଥିବା ସମୟରେ ତାଙ୍କ ଉପରକୁ ଆକ୍ରମଣ କରାଯାଇଛି। ଉକ୍ତ ଗାଁର ଜୟଚନ୍ଦ୍ର ବେହେରା ଓରଫ ବାଙ୍ଗରା ଏବଂ ତାଙ୍କ ପୁଅ ସଞ୍ଜୟ ବେହେରା ଓରଫ ବାଣ୍ଠୁ ଶ୍ରୀ ଦାସଙ୍କୁ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରିଛନ୍ତି । ଆକ୍ରମଣ ଫଳରେ ପ୍ରବୀରଙ୍କ ଜଙ୍ଘ ଏବଂ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ବାଣ୍ଠୁ-ବାଙ୍ଗରା ଜୋଡ଼ିଙ୍କ ପୂର୍ବରୁ ମଧ୍ୟ ଏଭଳି ଅନେକ ଅପରାଧୀକ କାର୍ଯ୍ୟକଳାପର ନଜର ରହିଛି। ଜମିଜମା ମାମଲାରେ ଜଣେ ମହିଳାଙ୍କୁ ଆକ୍ରମଣ କରିବା ଘଟଣାରେ ପୂର୍ବରୁ ବାଙ୍ଗରା ଜେଲ୍ ମଧ୍ୟ ଯାଇସାରିଛି। ସୂଚନାଯୋଗ୍ୟ ଯେ ଆକ୍ରମଣର ଶିକାର ହୋଇଥିବା ଶ୍ରୀ ଦସ ଭୁବନେଶ୍ୱରରେ ରୁହନ୍ତି। ତାଙ୍କ ବାପା ଗଙ୍ଗାଧର ଦାସଙ୍କ ଦେହାନ୍ତ ପରେ ସେ ନିଜ ଗାଁରେ ଥିବା ଜମିଜମା ବୁାଝାବୁଝି କରିବା ପାଇଁ ଯାଇଥିଲେ। କଣ୍ଟା ବାଉଁଶ ବୁଦା ଗୁଡ଼ିକ ଫସଲ ନଷ୍ଟ କରିୁଥିବା କାରଣରୁ ସେ ଲୋକ ଲଗାଇ କଟର ସାହାଯ୍ୟରେ ସେଗୁଡ଼ିକ କଟାକଟି କରୁଥିଲେ। ଏହି ସମୟରେ ହଠାତ ଉତ୍ୟକ୍ତ ହୋଇ ବାଣ୍ଠୁ-ବାଙ୍ଗରା ବାପ ପୁଅ ତାଙ୍କ ଉପରକୁ କୋଦାଳ ଏବଂ ବାଉଁଶ ମୂଳୀ ସହାୟତାରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ଘଟଣା ପରେ ଶ୍ରୀ ଦାସ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଶ୍ରୀ ଦାସ ଜଣେ ବରିଷ୍ଠ ଆଇନଜୀବୀ ହେବା ସହ ଭୁବନେଶ୍ୱରରୁ ପ୍ରକାଶିତ ଏକ ଖବରକାଗଜର ପ୍ରତିଷ୍ଠାତା ସମ୍ପାଦକ ମଧ୍ୟ ଅଛନ୍ତି । ଅନ୍ୟପଟେ ଏଭଳି ଏକ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।

  • “ଉଦାର ହୃଦୟ ପରିବାର “ପକ୍ଷରୁ ଖାଦ୍ୟ ବଣ୍ଟନ

    “ଉଦାର ହୃଦୟ ପରିବାର “ପକ୍ଷରୁ ଖାଦ୍ୟ ବଣ୍ଟନ

    ରାଉରକେଲା ସହରରେ ଥିବା ଏକ ସାମାଜିକ ଅନୁଷ୍ଠାନ ” ଉଦାର ହୃଦୟ ପରିବାର ତରଫରୁ ଗରୀବ ଓ ଭୋକିଲା ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ଦୀଲିପ କୁମାର ସାହୁଙ୍କ କର କମଳରେ ଶୁଭ ଉଦ୍ଘାଟନ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନର ସଭାପତି ବିଜୟ ରଜକ , ଉପ ସଭାପତି ଅମର ମହାନ୍ତି , ସମ୍ପାଦକ ପ୍ରଶାନ୍ତ ସାମଲ , ସହ ସମ୍ପାଦକ ନୀଲୁ ବାରିକଙ୍କ ସମେତ ସଦସ୍ୟ ଲଲନ ଠାକୁର , ଉପସ୍ଥିତ ରହିଥିଲେ ।

    ତେବେ ଉକ୍ତ କାର୍ଯ୍ୟକ୍ରମ ବିଭିନ୍ନ ସେକ୍ଟର, ଆମବଗାନ, ରେଳବାଇ ଷ୍ଟେସନ ଓ ବସଷ୍ଟାଣ୍ଡ ଅଞ୍ଚଳରେ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ କହିଛନ୍ତି ଆଗାମୀ ଦିନରେ ସମସ୍ତ ଅଞ୍ଚଳରେ ଯେପରି ଏହି ରନ୍ଧନ ଖାଦ୍ୟ ସମସ୍ତ ଅନାହାରଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ଆମେ ପାରୁ ପର୍ଯ୍ୟନ୍ତେ ଚେଷ୍ଟା କରିବୁ ପହଞ୍ଚାଇବା ପାଇଁ । କେହି ଭୋକିଲା ନ ରହି ପେଟ ପୂରା ଖାଇବାକୁ ପାଆନ୍ତୁ ଏହାହିଁ ଆମର କର୍ତ୍ତବ୍ୟ ସହିତ ଅନୁଷ୍ଠାନର ଲକ୍ଷ ।

  • ବନଖଣ୍ଡ ତରଫରୁ ୭୬ ତମ ବନ ମହୋତ୍ସବ ପାଳିତ

    ବନଖଣ୍ଡ ତରଫରୁ ୭୬ ତମ ବନ ମହୋତ୍ସବ ପାଳିତ

    ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଉପଖଣ୍ଡର ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ଲଲେଇ ନିକଟରେ ଥିବା ବଣାଇଁ ବନବିଭାଗର ନୂତନ ଖେଳପଡିଆ ଠାରେ ୭୬ ତମ ବନ ମହୋତ୍ସବ ବଡ ଧୁମଧାମରେ ପାଳନ କରାଯାଇଛି । ଏଥିରେ କେନ୍ଦ୍ର ଆଦିବାସୀ ବ୍ୟାପାର କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ “ମାଆ ପାଇଁ ଗଛଟିଏ” ର ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରି ଚାରାଗଛ ରୋପଣ କରିଥିଲେ । ଏହି ଚାରା ରୋପଣ ବେଳେ ବଣାଇଁ ଉପଜିଲ୍ଲାପାଳ ଅକ୍ଷୟ ପିଲ୍ଲେ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂଗ୍ରକ୍ଷକ ପି. ରାମାଶ୍ବାମୀ, ବଣାଇଁ ଡିଏଫଓ ଲଲିତ କୁମାର ପାତ୍ର, ଏସିଏଫ ନଲିନୀ କାନ୍ତ ବେହେରା, ରେଞ୍ଜର ଦେବାଶିଷ ନାୟକ,ଫରେଷ୍ଟର ଜ୍ଞାନ ରଞ୍ଜନ ମହାନ୍ତି,ପ୍ରତାପ କୁମାର ସାହୁ, ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା, ବନ ବିଭାଗ କର୍ମଚାରୀ, ଭିଏସଏସ ସଭାପତି ପ୍ରମୁଖ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

  • ମଦ ସହ ଓ୍ବାଗନର ଗାଡି ଜବତ

    ମଦ ସହ ଓ୍ବାଗନର ଗାଡି ଜବତ

    ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଥିବା ବିଏସଏନଏଲ ଛକ ନିକଟରେ ଧରା ପଡିଛି ମାତ୍ରାଧିକ ଦେଶୀ ମହୁଲି ମଦ । ଏନେଇ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ଖବର ପାଇ ଉକ୍ତ ସ୍ଥାନକୁ ଯାଇ ଗାଡି ଯାଞ୍ଚ କରିଥିଲା । ଗାଡିରେ ୪୫୦ ଲିଟର ମହୁଲି ମଦ ବାହାରିଥିଲା। ଏହାକୁ ଅବକାରୀ ଥାନାରେ ଏକ ମାମଲା ରୁଜୁ ହେବା ସହିତ ଅବୈଧ ମଦ ବେପାରୀ ବିଶ୍ଵଜିତ ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ସେ ମାଲଗୋଦାମ ସ୍ଥିତ ସର୍ଦ୍ଦାର ବସ୍ତିର ବାସିନ୍ଦା ବୋଲି ସୂଚନା ମିଳିଛି । ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।

  • ମିକ୍ସର ପ୍ୟାକେଟରେ ବ୍ରାଉନ୍ ସୁଗାର

    ମିକ୍ସର ପ୍ୟାକେଟରେ ବ୍ରାଉନ୍ ସୁଗାର

    ବେପାର ନାଁ ଷଡ଼ଯନ୍ତ୍ର ? ମିକ୍ସର ପ୍ୟାକେଟରେ ବ୍ରାଉନ୍ ସୁଗାର । ବ୍ରାଉନ୍ ସୁଗାର କାରବାରକୁ ନେଇ ପୁଣି ଚର୍ଚ୍ଚାରେ ଖୋର୍ଦ୍ଧା ଉପକଣ୍ଠ ପୋଡାପାଟଣା । ଏଠାରେ ଥିବା ଏକ ମିକ୍ସର ଫ୍ୟାକ୍ଟ୍ରି ରୁ ମିକ୍ସର ପ୍ୟାକେଟ ରେ ବ୍ରାଉନ୍ ସୁଗାର ଚାଲାଣ ହେଉଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଏହି ମିକ୍ସର ଫ୍ୟାକ୍ଟ୍ରି ରେ ଖୋର୍ଦ୍ଧା ଅବକାରୀ ବିଭାଗ ଚଢାଉ କରି ୬ ଟି ମିକ୍ସର ପ୍ୟାକେଟ ରୁ ୧୫୦ ଗ୍ରାମ ବ୍ରାଉନ ସୁଗାର ଜବତ୍ କରିଛି । ଉକ୍ତ ଫ୍ୟାକ୍ଟ୍ରିର ମାଲିକ ଜଣେ ପୁର୍ବତନ ସରପଞ୍ଚ ହୋଇଥିବାରୁ ଏହାକୁ ନେଇ ଜିଲ୍ଲା ରାଜନିତି ସରଗରମ ହୋଇଛି । ବ୍ରାଉନ ସୁଗାର କାରବାରରେ ଫ୍ୟାକ୍ଟ୍ରି ମାଲିକ ତଥା ସଦର କୁଞ୍ଜୁରୀ ପଂଚାୟତର ପୁର୍ବତନ ସରପଞ୍ଚ ପଦ୍ମନାଭ ସାହୁ ଓ ଫ୍ୟାକ୍ଟ୍ରି ରେ କାମ କରୁଥିବା ଅନ୍ୟ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି ।

    ପଦ୍ମନାଭ ଗିରଫ ହେବା ପରେ ଏହି ଘଟଣା ରୋଚକ ମୋଡ ନେଇଥିଲା । ମିଛରେ ପଦ୍ମନାଭକୁ ଫସାଇ ଦିଆଯାଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରି ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ରେ ପହଞ୍ଚି ହୋ ହାଲ୍ଲା କରିଥିଲେ । ସେହିପରି କୁଞ୍ଜୁରି ପଂଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଅଭିଯୁକ୍ତଙ୍କୁ ଜଣେ ପ୍ରତିଷ୍ଠିତ, ରାଜନୈତିକ, ବ୍ୟବସାୟୀ ଓ ଚାଷି ବୋଲି କହିବା ସହ ତାଙ୍କୁ ଫସାଇ ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ।

  • ନଦୀରେ ଗାଧୋଉଥିବା ବେଳେ ଜଳସ୍ରୋତରେ ଭାସିଗଲେ ଦୁଇଭାଇ

    ନଦୀରେ ଗାଧୋଉଥିବା ବେଳେ ଜଳସ୍ରୋତରେ ଭାସିଗଲେ ଦୁଇଭାଇ

    ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବନ୍ଧପାଳି ପଞ୍ଚାୟତ ମାଝୀମୁଣ୍ଡା ଗ୍ରାମର ଧର୍ମଦାଣ୍ଡି ନାଳରେ ଦୁଇଭାଇ ନିଖୋଜ l ମାଝୀମୁଣ୍ଡା ଗ୍ରାମର ଦୁଇଭାଇ ହେଉଛନ୍ତି ଟିକେଶ୍ୱର ବାରିକ ଓ ନିରଞ୍ଜନ ବାରିକ l ବିଲରେ କାମ ସାରି ଦୁଇ ଭାଇ ଆସି ଧର୍ମଦାଣ୍ଡି ନାଳକୁ ଗାଧୋଇବାକୁ ଆସିଥିଲେ l ବଡ଼ ଭାଇ ଗାଧୋଉଥିବା ବେଳେ ପାଣି ସୁଅରେ ଭାସି ଯାଉଥିବା ଦେଖି ବଞ୍ଚାଇବାକୁ ଯାଇ ସାନ ଭାଇ ଭାସି ଯାଇଥିଲେ l ସ୍ଥାନୀୟ ଲୋକେ ଦୁଇ ଭାଇ ଭାସୁଥିବା ଦେଖି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ | ହେଲେ ପାଣିର ସ୍ରୋତ ଏତେ ଅଧିକ ଥିଲା ଯେ ଉଦ୍ଧାର କରିବା ସମ୍ଭବ ନହେବାରୁ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ଆସି ଖୋଜା ଖୋଜି କରୁଛନ୍ତି l ପୋଲିସ ମଧ୍ୟ ଘଟଣା ସ୍ଥଳକୁ ଆସି ପହଞ୍ଚି ସାରିଥିବା ଦେଖାଦେଇଛି l

  • ଅବକାରୀ ବିଭାଗକୁ ମିଳିଲା ବଡ ସଫଳତା

    ଅବକାରୀ ବିଭାଗକୁ ମିଳିଲା ବଡ ସଫଳତା

    ବରଗଡ ଅବକାରୀ ଅଧିକ୍ଷକ ଶ୍ରୀ ସୁବନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ବରଗଡର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢଉଜାରି ରହିଥିବା ବେଳେ, ଛାତ୍ରଭଙ୍ଗ ଦେଉଛନ୍ତି ନିଶା ବେପାରୀ l ଏକ ଗୁପ୍ତ ସୂତ୍ର ରୁ ଖବର ପାଇ ଅବକାରୀ ମୋବାଇଲ୍ ୟୁନିଟ ନିରୀକ୍ଷକ ରଶ୍ମିତା ଲାକ୍ରା ଏବଂ ଗୋକୁଳ ଧର ଙ୍କ ଟିମ୍ ଭଟଲି ଟାଉନ ର ୱାର୍ଡ଼ ନମ୍ବର ୭ ଠାରେ ସଚିନ ପତିକାର (୨୧)ନାମକ ଏକ ବ୍ୟକ୍ତିର ଘରେ ଚଢଉ କରିଥିଲେ ଏବଂ ସେଠାରୁ ୧୧୫ ବୋତଲ କଫ ସିରଫ ଜବତ କରିଛି ଅବକାରୀ ବିଭାଗ l ଏବଂ ଏକ NDPS କେସ ରୁଜୁ କରି ଅଭଯୁକ୍ତ ସଚିନ ପଟିକାର କୁ କୋର୍ଟ ଚାଲାଣ କରାଯାଇଥବା ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷକ ସୁବନ କୁମାର ନାୟକ l