Tag: #suchana news

  • ସାମ୍ବାଦିକଙ୍କ ଦ୍ଵାରା ବିଶାଳ ରକ୍ତଦାନ ଶିବିର ଆୟୋଜନ, ୧୦୦ ୟୁନିଟ୍ ରୁ ଉର୍ଦ୍ଧ୍ଵ ରକ୍ତ ସଂଗ୍ରହ

    ସାମ୍ବାଦିକଙ୍କ ଦ୍ଵାରା ବିଶାଳ ରକ୍ତଦାନ ଶିବିର ଆୟୋଜନ, ୧୦୦ ୟୁନିଟ୍ ରୁ ଉର୍ଦ୍ଧ୍ଵ ରକ୍ତ ସଂଗ୍ରହ

    ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ କବି ସମ୍ରାଟ ମିଡ଼ିଆ କ୍ଳବ୍ ଦ୍ଵାରା ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦର୍ଶକ ବନ୍ଧୁ ଆଜିର ଦୁନିଆରେ ରକ୍ତ ଯେ କେତେ ଯେ ମୂଲ୍ୟବାନ ତାହା କେବଳ ଜଣେ ଆପତ୍କାଳୀନ ପରିସ୍ଥିତିରେ ପଡ଼ିଥିବା ରୋଗି ଟିଏ ହିଁ ବୁଝିପାରିବ ।

    କେତେବେଳେ ରକ୍ତ ଅଭାବରୁ ଛୋଟ ଛୋଟ ଶିଶୁଙ୍କ ଜୀବନ ଚାଲିଯାଉଛି ତ ଆଉ କେତେବେଳେ ରକ୍ତ ଭଣ୍ଡାରରେ ରକ୍ତ ନଥିବାରୁ ସାଧାରଣ ରୋଗି ଟିଏ ବ୍ୟାକୁଳ ହୋଉଛି । ଏହି ପରିପ୍ରେକ୍ଷିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।

    ଅନ୍ୟପଟେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସିଡିପିଓ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଉପଖଣ୍ଡ ସ୍ବାସ୍ଥ୍ୟ କର୍ମଚାରୀ ଏବଂ ବହୁ ସମାଜସେବୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

    ବହୁ ଦୂରଦୂରାନ୍ତରୁ ସ୍ବେଚ୍ଛାସେବୀ ମାନେ ଆସି ନିଜର ଅମୂଲ୍ୟ ରକ୍ତ ପ୍ରଦାନ କରିଥିଲେ । ଆଜିର ସୁସ୍ଥ ସମାଜରେ ମଣିଷ ବଞ୍ଚିବାକୁ ହେଲେ ସରଳ ଜୀବନ ଜାପନ ସହ ସୁସ୍ଥ ରହିବା ଆବଶ୍ୟକ ।

    ସାମାନ୍ୟ ବ୍ୟତିକ୍ରମ ଘଟିଲେ ମଣିଷ କେଉଁଠୁ ଯାଇ କେଉଁଠି ପହଞ୍ଚି ଯାଇଥାଏ ତେବେ ସାମ୍ବାଦିକ ମାନଙ୍କ ଏଭଳି କାର୍ଯ୍ୟକ୍ରମ ଦେଖି ଅଞ୍ଚଳରେ ଖୁସି ଦେଖିବାକୁ ମିଳିଥିବା ବେଳେ ଅନୁଷ୍ଠାନର ସମସ୍ତ ସଦସ୍ୟ ଖୁସିଥିବା ଦେଖିବାକୁ ମିଳିଛି । ତେବେ ଏଥିରେ ୧୦୦ ୟୁନିଟ ରୁ ଉର୍ଦ୍ଧ୍ଵ ରକ୍ତ ସଂଗ୍ରହ କରାଯାଇଛି ।

  • ସେବା ସମବାୟ ସମିତି ସମ୍ପାଦକଙ୍କୁ ମାଡ଼ ଅଭିଯୋଗ

    ସେବା ସମବାୟ ସମିତି ସମ୍ପାଦକଙ୍କୁ ମାଡ଼ ଅଭିଯୋଗ

    ଡ଼ଅଁର ସେବା ସମବାୟ ସମିତିର ସମ୍ପାଦକ ଉମାକାନ୍ତ ନାୟକଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି l ସୂଚନା ଅନୁସାରେ, ସମ୍ପାଦକ ଶ୍ରୀନାୟକ ଡ଼ଅଁର କାର୍ଯ୍ୟାଳୟରୁ ଛେନାପଦି ସ୍ଥିତ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ହାଟଡ଼ିହୀ ଶାଖାକୁ ଆସୁଥିବା ସମୟରେ କଳିଗାଁ ଓ ମୁଦୁଲିପଦା ମଧ୍ୟସ୍ଥ ଅଚ୍ୟୁତ ଦାସଙ୍କ ଘର ସମ୍ମୁଖରେ ରଘୁନାଥପୁର ଗ୍ରାମର ଅମରେନ୍ଦ୍ର ଧଳ, ଓ ତାମ୍ପଳା ଗ୍ରାମର ପ୍ରତାପ କୁମାର ରାଉତ (ଚାନ୍ଦୁ) ହଠାତ୍ ଉମାକାନ୍ତଙ୍କ ବାଇକକୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କୁ ମାଡ଼ ମାରିଥିଲେ l କିଛି ବୁଝିବା ପୂର୍ବରୁ ଉମାକାନ୍ତ ସାଙ୍ଗରେ ନେଇ ବ୍ୟାଙ୍କକୁ ଯାଉଥିବା ସେବା ସମବାୟ ସମିତି କାର୍ଯ୍ୟାଳୟର ରସିଦ ବହି, ୨୦୨୩-୨୪ ମସିହାର କ୍ୟାସ ବୁକ୍ ସହ ଅଫିସର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ତାଙ୍କ ମୋବାଇଲ ଫୋନ ଆଦିକୁ ଛଡ଼ାଇ ନେଇଥିଲେ l ମାଡ଼ ମାରୁଥିବା ସମୟରେ ଅମରେନ୍ଦ୍ର ଧଳ ଉକ୍ତ ସମବାୟ ସମିତିର ଡାଇରେକ୍ଟର ମାନଙ୍କ ମଧ୍ୟରେ ସୁରେନ୍ଦ୍ର କାଣ୍ଡି, ବ୍ରଜକିଶୋର ଜେନା, ବିଦ୍ୟାଧର ଜେନା, ଯୁଗଳ କିଶୋର ଦାସ, ଗଦାଧର ଦାସ ପ୍ରମୁଖଙ୍କୁ ଡ଼କାଇ ସେମାନଙ୍କ ସମ୍ମୁଖରେ ମାଡ଼ ମାରିବା ସହ ତାଙ୍କ ବାଇକ ଚାବି ମଧ୍ୟ ଛଡ଼ାଇ ନେଇଥିବା ନେଇ ଉମାକାନ୍ତ ନାୟକ କହିଛନ୍ତି l ଘଟଣା ଘଟିବା ସମୟରେ ନନ୍ଦିପଦା ପୁଲିସ ଉକ୍ତ ରାସ୍ତାରେ ଯାଉଥିବା ବେଳେ ପୁଲିସ ଉମାକାନ୍ତଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ l

    ପୁଲିସଙ୍କ ଅନୁମତିକ୍ରମେ ସମ୍ପାଦକ ଉମାକାନ୍ତ ନାୟକ ଥାନା ପରିସରରୁ ବାହାରକୁ ଆସିଥିବା ବେଳେ ଶାଳକଣିଆଁ ଗ୍ରାମର ସନ୍ତୋଷ କୁମାର ସାମଲ ନନ୍ଦିପଦା ଥାନା ସମ୍ମୁଖରେ ଉମାକାନ୍ତଙ୍କୁ ଦେଖି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରି ଦୌଡ଼ି ପଳାଇବା ସମୟରେ ପୁଲିସ ସନ୍ତୋଷକୁ ଅଟକ ରଖିଥିବା ଜଣାପଡଛି l ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ତଥା ପୂର୍ବତନ ସମବାୟ ସମିତି ଡ଼ଅଁର ସଭାପତି ଅକ୍ଷୟ ଧଳ କହିଛନ୍ତି କି, ସମ୍ପାଦକ ଶ୍ରୀନାୟକ ଗତବର୍ଷ ଧାନ କିଣିବା ପାଇଁ ତାଙ୍କ ଠାରୁ ଧାର ସୂତ୍ରରେ ୫ଲକ୍ଷ ଟଙ୍କା ନେଇ ଫେରସ୍ତ ନଦେଇ ବାରମ୍ବାର ଠକି ଆସୁଥିଲେ l ଆଜି ହଠାତ୍ ଭେଟ ହେବାରୁ ଅକ୍ଷୟ ତାଙ୍କୁ ଟଙ୍କା ମାଗିଥିଲେ l ଟଙ୍କା ମଗା ଘଟଣାକୁ ବିଭିନ୍ନ ରୂପରେଖ ସହ ରଙ୍ଗଦେଇ ଉମାକାନ୍ତ ଆମ ମାନଙ୍କ ନାମରେ ମିଛ ଅଭିଯୋଗ କରିଛନ୍ତି l ସେହିଭଳି କୌଣସି ଆପତ୍ତି ଜନକ ଘଟଣା ଉପୁଜିନାହିଁ ବୋଲି ଅକ୍ଷୟ ଧଳ କହିଛନ୍ତି l

    ତେବେ, ମାଡ଼ ନିର୍ଯ୍ୟାତନାର ଶିକାର ହୋଇ ଉମାକାନ୍ତ ଥାନାରେ ଅଭିଯୋଗ କରିଥିବା ବେଳେ ଏଭଳି ଘଟଣାକୁ ନେଇ ଜିଲ୍ଲା ସମ୍ପାଦକ ସଂଘର ଉପସଭାପତି ଶରତ ଚନ୍ଦ୍ର ସେଠୀ ଦୃଢ଼ ନିନ୍ଦା କରିବା ସହିତ ଡ଼ିଆରସିଏସ ଏସମ୍ବନ୍ଧରେ ଅବଗତ କରିଛନ୍ତି l

  • ମହିଳା ଓ ଶିଶୁ ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା

    ମହିଳା ଓ ଶିଶୁ ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା

    ପୁରୀ ଜିଲ୍ଲା ପ୍ରଶାସନ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଆଜି ସମସ୍ତ ୨୫୯୯ ଅଙ୍ଗନବାଡି କେନ୍ଦ୍ର ରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା, ବେଟୀ ବଚାଓ ବେଟୀ ପଢାଓ ର ଆହ୍ଵାନ ଦେଇ ଏହି ଶୋଭାଯାତ୍ରା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଅଞ୍ଚଳ ପରିକ୍ରମା କରିଥିଲା । ଜିଲ୍ଲା ସ୍ତରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା ଓ ଅନ୍ୟ ଅଧିକାରୀ ମାନେ ଏହାର ପରିଚାଳନା କରିଥିଲେ ।

    ସମାଜ ରେ ଝିଅ ଓ ପୁଅ ଉଭୟଙ୍କ ର ଅବଦାନ ରହିଛି । ଝିଅ କୁ ଉପଯୁକ୍ତ ଭାବେ ସୁରକ୍ଷା ଦେଲେ ଓ ପଢାଇଲେ ସେ ମଧ୍ୟ ସମାଜରେ ଜଣେ ଜଣେ ସମ୍ବଳ ହୋଇ ଉଭା ହେବେ । ତେଣୁ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଶିଶୁ ବିଶେଷ କରି ଝିଅ ମାନଙ୍କ ସୁରକ୍ଷା ଲକ୍ଷ୍ୟ ରେ ସଚେତନ କରାଇବା ଏହି ଶୋଭାଯାତ୍ରା ର ଉଦ୍ଦେଶ୍ୟ ବୋଲି ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ବେଉରା ସୂଚନା ଦେଇଥିଲେ ।

    ଅପରପକ୍ଷରେ ଯଦି କୌଣସି କ୍ଷେତ୍ରରେ ଅସଦାଚରଣ ବା ସେହିଭଳି ମନ୍ଦ ଉଦ୍ଦେଶ୍ୟ ରେ କାହା ଠାରୁ ଇଙ୍ଗିତ ମିଳେ ତେବେ ତତକ୍ଷଣାତ ମହିଳା ମାନଙ୍କ ସୁରକ୍ଷା ପାଇଁ ହେଲ୍ପ ଲାଇନ ନମ୍ବର ୧୮୧,ଶିଶୁ ସୁରକ୍ଷା ହେଲ୍ପ ଲାଇନ ନମ୍ବର ୧୦୯୮ ଓ ଏମରଜେନ୍ସି ନମ୍ବର ୧୧୨ ରେ ଯୋଗାଯୋଗ ପାଇଁ ଏହି ଶୋଭାଯାତ୍ରାରେ ସୂଚନା ଦିଆଯାଇଥିଲା ।

    ଅପରପକ୍ଷରେ ସମସ୍ୟା ପାଇଁ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ମାନଙ୍କ ରେ ଆଇସିସି ବା ଇଣ୍ଟରନାଲ କମ୍ଲେନ କମିଟି ର ସହାୟତା ନେବା ପାଇଁ ଅନୁରୋଧ କରାଯାଇଥିଲା ।

  • ପୁରୀରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

    ପୁରୀରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

    ପୁରୀ ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହ ରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିବା ସହ ଏହି ଜାତୀୟ ଦିବସ କୁ ଆନନ୍ଦ, ଉଲ୍ଲାସ ଓ ଶୃଙ୍ଖଳାର ସହ ପାଳନ କରିବାକୁ ଆହ୍ୱାନ ଦେଇଥିଲେ।ପ୍ରତ୍ୟେକ ବିଭାଗ ସେମାନଙ୍କ ଦାୟିତ୍ବ ସୁଚାରୁରୂପେ ନିର୍ବାହ ପାଇଁ ସେ ପରାମର୍ଶ ଦେଇଥିଲେ।
    ବିସ୍ତୃତ ଆଲୋଚନା ପରେ ସ୍ଥିର ହେଲା ଯେ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ଲେକ୍ସ ଠାରେ ୧୫ ଅଗଷ୍ଟରେ ସ୍ବାଧୀନତା ଦିବସ ର ମୁଖ୍ୟ ଅତିଥି ପୂର୍ବାହ୍ନ ୯ ଘଟିକା ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ ଓ ଉଦବୋଧନ ପ୍ରଦାନ କରିବେ। ପରେ ପଡିଆରେ ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ,ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ,ବୃକ୍ଷ ରୋପଣ କରାଯିବ।ପରେ ପରେ ମୁଖ୍ୟ ଅତିଥି ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ, ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ, ଗୋପବନ୍ଧୁ ଆୟୁର୍ବେଦ କଲେଜରେ ରକ୍ତ ଦାନ ଶିବିରରେ ଯୋଗ ଦେବେ। ଅପରାହ୍ନ ରେ ଶ୍ରୀ ଜଗନ୍ନାଥ କ୍ରିକେଟ ପଡିଆ ଠାରେ ଏକ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ଜିଲ୍ଲା କାର୍ଯ୍ୟାଳୟ ଓ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଅଗଷ୍ଟ ୧୫ ତାରିଖ ଦିନ ପୂର୍ବାହ୍ନ ୮ ଘଟିକା ସୁଦ୍ଧା ଜାତୀୟ ପତାକା ଉତ୍ତୋଳନ କରିବାକୁ ପରାମର୍ଶ ଦିଆଗଲା।

    ସ୍ବାଧୀନତା ଦିବସ ଦିନ ପ୍ରତ୍ୟୁଷ ୪.୩୦ ମିନିଟ ସମୟରେ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପରିବେଷଣ କରାଯିବ।ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ପ୍ରଭାତ ଫେରି ଶେଷ କରି ଗାନ୍ଧୀ ସ୍ମୃତି ପୀଠ ଠାରେ ଏକତ୍ରିତ ହେବେ ଓ ସେଠାରେ ସକାଳ ୭.୧୫ ଘଟିକା ମଧ୍ୟରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ।ସହର ର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁରୀ ପୌରପାଳିକା ପକ୍ଷରୁ ମାଲ୍ୟାର୍ପଣ କରାଯିବା ସହ ଆଲୋକ ମାଳାରେ ସଜ୍ଜିତ କରାଯିବ। ଅଭ୍ୟାସ ପ୍ୟାରେଡ ଅଗଷ୍ଟ ମାସ ୧୧ ଓ ୧୨ ତାରିଖ ଅପରାହ୍ନ ୩ ଘଟିକା ଓ ୧୩ ତାରିଖ ପୂର୍ବାହ୍ନ ୮ ଘଟିକା ରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହେବ।ସେହିପରି ଅଗଷ୍ଟ ୧୪ ତାରିଖ ଅପରାହ୍ନ ୩ ଘଟିକା ରେ ସ୍ପୋର୍ଟ୍ସ କମ୍ଲେକ୍ସ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବାଭାସ ଅନୁଷ୍ଠିତ ହେବ।ପ୍ୟାରେଡ଼ ପଡିଆ ସଜ୍ଜା, ବ୍ୟାରିକେଡ ନିର୍ମାଣ, ଶାନ୍ତି ଶୃଙ୍ଖଳା ରକ୍ଷା, ପରିଷ୍କାର ପରିଛନ୍ନତା, ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା,ଉତ୍ସବ ମଞ୍ଚକୁ ଫୁଲ କୁଣ୍ଡରେ ସଜେଇବା ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦିଆଗଲା। ଜିଲ୍ଲା ଶିକ୍ଷା ଅଧିକାରୀ ମାଧ୍ୟମିକ ବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଓ ଏସ ସି ଏସ ସ୍ବୟଂଶାସିତ ମହାବିଦ୍ୟାଳୟ ନୋଡାଲ କଲେଜ ଭାବେ ମହାବିଦ୍ୟାଳୟ ସ୍ତରରେ ଓଡ଼ିଆ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତାର ଆୟୋଜନ କରି କୃତି ପ୍ରତିଯୋଗୀ ଙ୍କ ନାମ ଜିଲ୍ଲା ପ୍ରଶାସନ କୁ ଅଗଷ୍ଟ ୮ ତାରିଖ ସୁଦ୍ଧା ପ୍ରେରଣ କରିବେ।

    ସେହିପରି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଝୋଟି ପ୍ରତିଯୋଗିତା ଆୟୋଜନ କରି ସଫଳ ପ୍ରତିଯୋଗୀ ଙ୍କ ନାମ ପ୍ରଦାନ କରିବେ।ପ୍ରତ୍ୟେକ ବିଭାଗ ସେମାନଙ୍କ କାର୍ଯ୍ୟାଳୟକୁ,ବ୍ୟବସାୟିକ ପ୍ରତିଷ୍ଠାନ ସେମାନଙ୍କ ପ୍ରତିଷ୍ଠାନ କୁ ଓ ବ୍ୟକ୍ତି ବିଶେଷ ମାନେ ନିଜ ଗୃହ କୁ ଆଲୋକ ମାଳାରେ ସଜ୍ଜିତ କରିବାକୁ ଅନୁରୋଧ କରାଗଲା।ପ୍ରାରମ୍ଭରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ବାଗତ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଏଡିଏମଓ ଡା ବିନୋଦ ରଥ,ଟ୍ରାଫିକ ଡିଏସପି ରାଜ କୁମାର ପରିଡା,ପୋଲିସ ରିଜର୍ଭ ଇନିସପେକ୍ଟର ଚିତ୍ତରଞ୍ଜନ ମହାନ୍ତି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଶିକ୍ଷାବିତ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି,ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

  • ବରଦାନ ସାଜିଛି ନେଟ୍ ଫିସର ଆରମ୍ଭ ହୋଇଥିବା ତିନିଦିନିଆ କର୍ମଶାଳା

    ବରଦାନ ସାଜିଛି ନେଟ୍ ଫିସର ଆରମ୍ଭ ହୋଇଥିବା ତିନିଦିନିଆ କର୍ମଶାଳା

    ବିପଦକୁ ସାମ୍ନା କରି ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ଯାଉଛନ୍ତି ମତ୍ସ୍ୟଜୀବୀ। କିନ୍ତୁ ମଝି ସମୁଦ୍ରରେ ଘଟୁଥିବା ଅଘଟଣ ସେମାନଙ୍କୁ ମୃତ୍ୟୁ ମୁଖରେ ପକାଇଥାଏ। ଏଭଳି ବିପଦକୁ ଏଡ଼ାଇବା ପାଇଁ ନେଟ୍ ଫିସ୍ ପକ୍ଷରୁ ଆରମ୍ଭ ହୋଇଛି ତିନିଦିନିଆ କର୍ମଶାଳା ଏବଂ ପାରାଦ୍ଵୀପ ନେହେରୁବଙ୍ଗଳାରେ ଦିଆଯାଉଛି ସ୍ବତନ୍ତ୍ର ପ୍ରଶିକ୍ଷଣ।

    ସମୁଦ୍ର ଉପରେ ଲକ୍ଷାଧିକ ମତ୍ସ୍ୟଜୀବୀ ନିର୍ଭର କରୁଥିବା ବେଳେ ବୋଟ ଓ ଯନ୍ତ୍ର ଚାଳିତ ଡଙ୍ଗା ସାହାଯ୍ୟରେ ମାଛ ଧରିବା ପାଇଁ ଯାଇଥାନ୍ତି ଗଭୀର ସମୁଦ୍ର ବୁକୁକୁ । ବୋଟ୍ ଗୁଡିକ ପାଖାପାଖି ୮ ରୁ ୧୨ ଦିନ ଗଭୀର ସମୁଦ୍ରରେ ମାଛ ଧରୁଥିବା ବେଳେ ଯନ୍ତ୍ର ଚାଳିତ ଡଙ୍ଗା ଗୁଡିକ ଦୈନିକ ଯିବା ଆସିବା କରିଥାନ୍ତି। ଏହି ସମୟରେ‌ ବୋଟ୍ ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତ୍ସ୍ୟଜୀବୀ ମାନେ ମୃତ୍ୟୁ ମୁଖରେ ପଡିଥାନ୍ତି ‌। ଏପରିକି ଗଭୀର ସମୁଦ୍ରରେ ଥିବା ବେଳେ ଆସୁଥିବା ଲଘୁଚାପ ଓ ବାତ୍ୟା ଯୋଗୁଁ ବୋଟ୍ ଖରାପ ହୋଇଯିବା ସହିତ ସେମାନେ ଦିଶାହୀନ ଭାବେ ଘୁରି ବୁଲନ୍ତି। ଏହି ଯାନ୍ତ୍ରିକ ତ୍ରୁଟିକୁ ବୋଟର କର୍ମଚାରୀ ବା ମତ୍ସ୍ୟଜୀବୀ ସଜାଡି ପାରନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀ ମାନଙ୍କୁ ବୋଟର ଇଞ୍ଜିନର କାର୍ଯ୍ୟ, ତାହାର ରକ୍ଷଣାବେକ୍ଷଣ ଓ ଯାନ୍ତ୍ରିକ ତ୍ରୁଟିକୁ ସଜାଡ଼ିବା ଦିଆଯାଉଛି ସ୍ବତନ୍ତ୍ର ପ୍ରଶିକ୍ଷଣ। କେନ୍ଦ୍ରୀୟ ନୈଚାଳନା ଯାନ୍ତ୍ରିକ ପ୍ରଶିକ୍ଷଣ କେନ୍ଦ୍ର (ସିଫ୍ ନେଟ୍) ବିଶାଖାପାଟଣା ଓ ମତ୍ସ୍ୟ ବିଭାଗର ମିଳିତ ସହଯୋଗରେ ପାରାଦ୍ଵୀପର ନେହେରୁ ବଙ୍ଗଳା ମାଛଧରା ବନ୍ଦର ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଏଥିରେ ତିନୋଟି ଜିଲ୍ଲାର ୫୦ ଜଣ ମତ୍ସ୍ୟଜୀବୀଙ୍କ ସହିତ ବୋଟ୍ ମାଲିକ ମାନେ ମଧ୍ୟ ସାମିଲ ହୋଇଛନ୍ତି। ତିନିଦିନ ଧରି ଚାଲିବାକୁ ଥିବା ଏହି ଶିବିରରେ ମତ୍ସ୍ୟଜୀବୀ ମାନଙ୍କୁ ପ୍ରଥମ ଦିନ ବୋଟ୍ ଓ ଡଙ୍ଗାରେ ଲାଗୁଥିବା ଇଞ୍ଜିନର କାର୍ଯ୍ୟ ଓ ଏହାର ରକ୍ଷଣାବେକ୍ଷଣ ଉପରେ ପ୍ରଶିକ୍ଷଣ ଦିଆଯାଇଛି। ଦ୍ଵିତୀୟ ଦିନରେ ଇଞ୍ଜିନର ବିଭିନ୍ନ ପାର୍ଟ୍ସ ଓ ଏହାର ଭୁମିକା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ଏବଂ ତୃତିୟ ଦିନରେ ଏହାର ମରାମତି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ଏଠାରେ ସୂଚନାଯୋଗ୍ୟ, ପାରାଦ୍ଵୀପର ମାଛଧରା ବନ୍ଦରରେ ପାଖାପାଖି ୬୦୦ରୁ ଉର୍ଦ୍ଧ୍ୱ ସୋନା ବୋଟ୍ ଓ ୨୦୦୦ ରୁ ଉର୍ଦ୍ଧ୍ୱ ଯନ୍ତ୍ର ଚାଳିତ ଡଙ୍ଗା ରହିଛି। ଏହା ଉପରେ ପାଖାପାଖି ୫୦ ହଜାର ଲୋକ ନିର୍ଭର କରୁଛନ୍ତି। ତେଣୁ ସେମାନଙ୍କ ସୁରକ୍ଷା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଗତ ତିନିବର୍ଷ ହେଲା ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଅଞ୍ଚଳର ମତ୍ସ୍ୟଜୀବୀ ମାନଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଦିଆଯାଉଛି। ଯାହା ମତ୍ସ୍ୟଜୀବୀ ମାନଙ୍କୁ ସୁରକ୍ଷିତ ରଖିପାରିବ ବୋଲି ମତ୍ସ୍ୟ ଅଧିକାରୀ ପ୍ରକାଶ କରିଛନ୍ତି।


    ଜଳବାୟୁରେ ପରିବର୍ତ୍ତନ ଯୋଗୁ ସାମୁଦ୍ରିକ ବାତ୍ୟା ଓ ଲଘୁଚାପ ସଂଖ୍ୟା ବଢୁଥିବାରୁ ଏହା ମତ୍ସ୍ୟଜୀବୀ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ମତ୍ସ୍ୟ ବିଭାଗ ପକ୍ଷରୁ ଗତ ତିନିବର୍ଷ ହେଲା ଆୟୋଜିତ ହେଉଥିବା ଏହି ପ୍ରଶିକ୍ଷଣ ଶିବିର ମତ୍ସ୍ୟଜୀବୀ ପରିବାରକୁ ଆଶ୍ବସ୍ତ କରିଛି ।ଏହି ପ୍ରଶିକ୍ଷଣ କୁ ମତ୍ସ୍ୟଜୀବୀ ମାନେ ସ୍ବାଗତ କରିବା ସହିତ ଗଭୀର ସମୁଦ୍ରରେ ଏହା ଆମପାଇଁ ବରଦାନ ଭଳି କାର୍ଯ୍ୟ କରିବ ବୋଲି ପ୍ରକାଶ କରିଛନ୍ତି।

  • ଜୁଆ ଆଡ୍ଡାରେ ଚଢ଼ାଉ

    ଜୁଆ ଆଡ୍ଡାରେ ଚଢ଼ାଉ

    ଲକ୍ଷାଧିକ ଟଙ୍କା ଜବତ, ୧୯ ଗିରଫ

    ଜୁଆ ଖେଳୁଥିଲେ, ହେଲେ ଏବେ ପୋଲିସ ଘରେ । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଧୀନ ବିଡ଼ିପୁରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ପୋଲିସ। ବିଳମ୍ବିତ ରାତିରେ ଜୁଆ ଆଡ୍ଡା ଚାଲିଥିବାର ସୂଚନା ପାଇ ଲକ୍ଷାଧିକ ଟଙ୍କା ଜବତ କରିବା ସହ ୧୯ ଜଣଙ୍କୁ ଗିରଫ କରିଛି। ଗଞ୍ଜାମ ଏସ.ପି ଙ୍କ ନିର୍ଦ୍ଧେଶ କ୍ରମେ ଭଞ୍ଜନଗର ଏ.ଡ଼ି.ପି.ଓ ଦୀପକ କୁମାର ମିଶ୍ରଙ୍କ ତତ୍ୱାବଧାନରେ ସଦର ପୋଲିସ ଓ ବରପାଲି ପୋଲିସର ମିଳିତ ଉଦ୍ୟମରେ ବିଡ଼ିପୁର ଠାରେ ଚାଲିଥିବା ଜୁଆ ଅଡ୍ଡା ଉପରେ ପୋଲିସ ଚଢ଼ାଉ କରିଥିଲା । ତେବେ ଜଗନ୍ନାଥ ପ୍ରସାଦ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

  • ଦୁର୍ଗମରେ ଝୁଣ୍ଟିଛି ବିକାଶର ଚିତ୍ର !

    ଦୁର୍ଗମରେ ଝୁଣ୍ଟିଛି ବିକାଶର ଚିତ୍ର !

    ନିୟମଗିରି ଡ଼ଙ୍ଗରିଆଙ୍କ ପାଖରେ ପହଞ୍ଚି ପାରୁନି ବିକାଶ ପଥ

    ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ମୁନିଖୋଲ ପଞ୍ଚାୟତର ଡ଼ଙ୍ଗରିଆଙ୍କ ପାଇଁ ଅପହଞ୍ଚ ସରକାରଙ୍କ ଯୋଜନା। ଗାଁକୁ ନାହିଁ ରାସ୍ତା। ବେହାଲ୍ ହୋଇ ପଡ଼ିରହିଛି ରାସ୍ତା ଘାଟ। ଦୁର୍ଗମରେ ଝୁଣ୍ଟିଛି ବିକାଶର ଚିତ୍ର, ପ‌ହଞ୍ଚି ପାରୁନି ସରକାରଙ୍କ ବିକାଶ ଗାଡ଼ି। ରାସ୍ତା ସମସ୍ୟାରେ ଦୁର୍ଗମ ଡ଼ଙ୍ଗରିଆ ଅଞ୍ଚଳ ମୁନିଖୋଲ ପଞ୍ଚାୟତ ବାସୀ। ଚିନ୍ତାର କାରଣ ସାଜିଛି ମଣ୍ତା, ଗରର୍ଠା, ଟ୍ରହଲି, କୁଲେରପେଟା, ଭଡଭଡା, ବଡ଼ ଢେଙ୍ଗୁଣୀ, ସାନ ଢେଙ୍ଗୁଣୀ, ଧାମଣପଙ୍ଗା, କୋଟା, ଝିନିଗୁଡା, କୁଚେଲି, ଆମ୍ବଧୁନି, ଏଭଳି ଅନେକ ପ୍ରଭୃତି ଗାଁକୁ ରାସ୍ତା ଯାହା କେବଳ ସ୍ଵପ୍ନରେ ହିଁ ନିର୍ମାଣ ହେଉଛି। ଏହି ଅଞ୍ଚଳ ପାଇଁ ପକ୍କା ରାସ୍ତା ପାଲଟିଛି ମରଣଯନ୍ତା।

    ରାସ୍ତା ଦେଉଛି ଜୀବନ ଯାପନର ଯନ୍ତ୍ରଣା। ଖାଲି ଯନ୍ତ୍ରଣା ଦେଉନି ଏଠି ପାଦେ ପାଦେରେ ର‌ହିଛି ବିପଦ। ମୁନିଗୁଡା ପୃତବିଭାଗ ଡାକବଙ୍ଗଳା ଟିକରପଡା ମୁନିଖୋଲ ପଞ୍ଚାୟତ ଠାରୁ ପ୍ରାୟ ୧୦ ରୁ ୧୨ କିମି ଘଞ୍ଚ ଜଙ୍ଗଲ ପାହାଡ଼ିଆ ଘେରରେ ରହିଛି ଅଙ୍କା ବଙ୍କା ପଥୁରିଆ ରାସ୍ତା। ଏହି ରାସ୍ତା ପାଇଁ ଆଜି ଯାଏ କୌଣସି ସରକାରୀ ବାବୁଙ୍କ ପାଦ ପଡିନି ଗାଁରେ। ଏହି ରାସ୍ତା ବିଷୟରେ ଅନେକ ଥର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ ମଧ୍ୟ କୈଣସି ଲାଭ ହେଉନଥିବା ସଫା ସଫା ବଖାଣୁଛନ୍ତି ଅଞ୍ଚଳବାସୀ।

    ସୂଚନା ଅନୁଯାୟୀ, ଗତ ୨୦୨୨ ମସିହାରେ ଏନ୍.ବି .ସି.ସି ଟେଣ୍ଡର ନେଇ ରାସ୍ତା କାମ ଆରମ୍ଭ ହୋଇଥିଲା ତାହା ୨୦୨୫ ମସିହାରେ ମଧ୍ୟ ସମ୍ପୂର୍ଣ୍ଣ ହେଇ ପାରିଲାନି। ଟଙ୍କା ହରିଲୁଟ୍ ବାଟମାରଣା କରିବା ପାଇଁ ଅଧା ରାସ୍ତା ପିଚୁ ପକାଇଥିଲେ ବିଭାଗୀୟ ଅଧିକାରୀ। ତାହା ପୁଣି ୬ ମାସରେ ଭିତରେ ରାସ୍ତାର ପିଚୁ ଉଠି ବେହାଲ୍ ହୋଇ ପଡ଼ିରହିଛି। ଏହି ଅଞ୍ଚଳ ପାଇଁ ସରକାର ଓପିଲିପି, ଡିକେଡିଏ ସଂସ୍ଥା ମାଧ୍ୟମରେ ଲୋକଙ୍କୁ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଥିଲେ ମଧ୍ୟ ପହଞ୍ଚି ପାରୁନି ସରକାରଙ୍କ ବିକାଶ। ଏହି ଦୁର୍ଗମ ଅଞ୍ଚଳ ବୋଲି ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଙ୍କ ମଧୂଚନ୍ଦ୍ରିକାରେ ଲୋକଙ୍କ ବିକାଶ ନାଁରେ ବାଟମାରଣା କରି କୋଟି କୋଟି ଟଙ୍କା ଆତ୍ମସାତ୍ କରି ଲୁଟ୍ କରାଯାଉଥିବା ଦେଖିବାକୁ ମିଳୁଛି। ଏ ବିଷୟର ମତାମତ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଫୋନ୍ ଯୋଗାଯୋଗ କରିଥିଲେ ମଧ୍ୟ କୈଣସି ଉତ୍ତର ମିଳି ପାରିନାହିଁ। ଏହି ଦୁର୍ଗମ ଅଞ୍ଚଳ ପାଇଁ ସରକାର କେବେ ଦୃଷ୍ଟି ଦେଇ ତଦନ୍ତ କରି ବିକାଶ ମୂଳକ କାର୍ଯ୍ୟ କରିବେ ତାହା ଦେଖିବାକୁ ବାକି ରହିଲା।

  • ରେଞ୍ଜରଙ୍କ ଘରେ ଭିଜିଲାନ୍ସର ଚଢାଉ

    ରେଞ୍ଜରଙ୍କ ଘରେ ଭିଜିଲାନ୍ସର ଚଢାଉ

    ଜୟପୁରର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଜୟପୁର ଓ ଭୁବନେଶ୍ୱରର ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଥିବା ସୂଚନା ମିଳିଛି । ତେବେ ଯାଞ୍ଚ ବେଳେ ନଗଦ ୩ଲକ୍ଷ ୫୦ହଜାର ଟଙ୍କା ମିଳିଛି । ଆଜି ସକାଳୁ ସକାଳୁ ଜୟପୁର ପିଆର ପେଟାରେ ଥିବା ପୈତୁକ ଘର, ଗୋଲଡେନ ହାଇଟ ଆପାର୍ଣ୍ଟମେଣ୍ଟରେ ଥିବା ଦୁଇଟି ଫ୍ଲାଟରେ ଚାଲିଛି ଚଢାଉ । ସେହିପରି ରାଜଧାନୀ ଭୁବନେଶ୍ୱର ରଘୁନାଥପୁରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ହୋଇଛି । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‍ଙ୍କ ଅନୁମତି କ୍ରମେ ଏହି ଚଢାଉ ହୋଇଛି । ଚଢାଉରେ ୬ଜଣ ଡିଏସପି, ୫ଜଣ ଇନିସ୍ପେକ୍ଟର ଓ ୯ଜଣ ଏଏସଆଇ ଏବଂ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।

  • କେବଳ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ରେ ଖୋଲେ ଅଙ୍ଗନୱାଡ଼ି…

    କେବଳ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ରେ ଖୋଲେ ଅଙ୍ଗନୱାଡ଼ି…

    ଦୀର୍ଘ ୧୨ ବର୍ଷରେ ମାତ୍ର ୨୪ ଥର ଖୋଲା ହୋଇଛି ଅଙ୍ଗନୱାଡ଼ି କେନ୍ଦ୍ର। ତାହା ପୁଣି ଜାନୁଆରୀ ୨୬ ଓ ଅଗଷ୍ଟ ୧୫ ତାରିଖ ପାଇଁ। ବର୍ଷ ବର୍ଷ ଧରି ଅଙ୍ଗନୱାଡ଼ି ଦିଦି ଶିଶୁ, କିଶୋରୀ ଓ ଗର୍ଭବତୀ ମହିଳାଙ୍କ ଯୋଜନାର ଲାଭକୁ ହଡ଼ପ କରି ଚାଲିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ବ୍ଲକ ନୂଆଗଡ ପଞ୍ଚାୟତର ବିଜୟଚନ୍ଦ୍ରପୁର ଗ୍ରାମରେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ପଦକ୍ଷେପ ନ ନେବାରୁ ଗ୍ରାମର ମହିଳା ଏକାଠି ଆନ୍ଦୋଳନକୁ ଓହ୍ଲାଇବା ସହିତ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଛନ୍ତି ।

    ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ନୂଆଗଡ ପଞ୍ଚାୟତର ବିଜୟଚନ୍ଦ୍ରପୁର ଗ୍ରାମରେ ଗତ ୧୨ ବର୍ଷ ତଳେ ଏକ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଥିଲା। ମାତ୍ର ଏଥିରେ ନିଯୁକ୍ତ ଅଙ୍ଗନୱାଡ଼ି ଦିଦି ସେହି ଦିନଠାରୁ କେବଳ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ ଦୁଇ ଦିନକୁ ଛାଡ଼ିଦେଇ କେବେବି ଅଙ୍ଗନବାଡ଼ି କେନ୍ଦ୍ର ଖୋଲନ୍ତି ନାହିଁ। ଏପରିକି ଛୋଟ ଶିଶୁ , କିଶୋରୀ ଓ ଗର୍ଭବତୀ ମହିଳାଙ୍କ ପାଇଁ ଆସୁଥିବା ସମସ୍ତ ସାମଗ୍ରୀକୁ ୩ ରୁ ୪ ମାସକୁ ଥରେ ଲେଖାଏଁ ଦେଇ ଥାଆନ୍ତି। ଏହାକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୈାଣସି ସୁଫଳ ମିଳି ନଥିବାରୁ ଗତ ୪ ଦିନ ତଳେ ୫୦ରୁ ଉର୍ଦ୍ଧ୍ୱ ମହିଳା ବ୍ଲକ୍ ଓ ମହିଳା ଓ ଶିଶୁ ବିକାଶ ଅଧିକାରିଣୀଙ୍କୁ ଭେଟି ଅଭିଯୋଗ କରିଥିଲେ। ବିଭାଗ ପକ୍ଷରୁ ତଦନ୍ତ କରାଯିବା ପରେ ଏବେ ଗତ ତିନିଦିନ ହେଲା ଉକ୍ତ ଅଙ୍ଗନୱାଡ଼ି କର୍ମୀ ଘର ଖୋଲି ବସୁଛନ୍ତି ‌। ଯାହାକୁ ଗ୍ରାମର ମହିଳାମାନେ ବିରୋଧ କରିବା ସହିତ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଛନ୍ତି। ଉକ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ଏଠାରୁ ହଟାଯାଉ ନଚେତ ଏହି କେନ୍ଦ୍ରକୁ ଏଠାରୁ ବନ୍ଦ କରିବା ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଅଙ୍ଗନୱାଡ଼ି କର୍ମୀଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଦେଇଛନ୍ତି।

  • ଇଲେକ୍ଟ୍ରିସିଆନ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ

    ଇଲେକ୍ଟ୍ରିସିଆନ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ

    ଭି-ଗାର୍ଡ ଇଲୋକ୍ଟ୍ରୋନିକ୍ କମ୍ପାନୀ ପକ୍ଷରୁ କୁଜଙ୍ଗ ଓ ରାହାମା ଅଞ୍ଚଳର ଇଲେକ୍ଟ୍ରିସିଆନ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୁଜଙ୍ଗ ପଙ୍କପାଳ ଠାରେ ଅନୁଷ୍ଠିତ ଏହି କର୍ମଶାଳାରେ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇ ଭି-ଗାର୍ଡ ର ଗୁଣବତ୍ତା ଏବଂ ସୁରକ୍ଷା ଉପରେ ଆଲୋଚନା କରିଥିଲେ।

    ଚଳିତ ବର୍ଷ କମ୍ପାନୀ ଓଡ଼ିଶାର ତଳସ୍ତରର ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ‌ ପ୍ରଥମେ ଇଲେକ୍ଟ୍ରିସିଆନ‌ ମାନଙ୍କୁ କମ୍ପାନୀର ଗୁଣାତ୍ମକମାନ ସମ୍ପର୍କରେ ଅବଗତ କରାଯାଇଛି।

    ଏଥିରେ ପାଖାପାଖି ୧୦୦ ରୁ ଉର୍ଦ୍ଧ୍ୱ ଇଲେକ୍ଟ୍ରିସିଆନ ଯୋଗ ଦେଇଥିଲେ। କମ୍ପାନୀ ପକ୍ଷରୁ ସେମାନଙ୍କୁ କମ୍ପାନୀ ର ବିଭିନ୍ନ ସାମଗ୍ରୀ ଦେଖାଇବା ସହିତ ତାହାର କାର୍ଯ୍ୟକାରିତା , ସୁରକ୍ଷା ଓ ବ୍ୟବହାର ର ଅବଧି ସମ୍ପର୍କରେ ଅବଗତ କରାଯାଇଥିଲା । ଏହି କର୍ମଶାଳାକୁ କୁଜଙ୍ଗ ର ଓମ୍ ଇଲେକ୍ଟ୍ରିକାଲ ବିତରକ ସଂସ୍ଥା ପକ୍ଷରୁ ଆୟୋଜନ କରାଯାଇଥିଲା।